ବିଧାୟକଙ୍କ ଦରମା ମାସିକ ସାଢେ଼୩ଲକ୍ଷ
ବିଧାୟକ ଦରମା ବୃଦ୍ଧି ସଂଶୋଧିତ ବିଲ 2025 ସର୍ବ ସହମତିରେ ବିଧାନସଭାରେ ପାରିତ ହୋଇଛି । 2017 ପରେ ପୁଣି ବଢିଛି ବିଧାୟକଙ୍କ ଦରମା ଓ ପେନସନ । ଶୀତ ଅଧିବେଶନର ଶେଷ ଦିନରେ ଗୃହରେ ଏ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳର ସ୍ବର ଏକ ହୋଇଛି । ଆରମ୍ଭରୁ ହସ ହସ ମୁହଁରେ ବେଶ ସୁରୁଖୁରରେ ମଧ୍ୟ ଗୃହ କାର୍ଯ୍ୟ ଚାଲିଲା । ଏହାରି ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉପସ୍ଥାପନ କଲେ ଓଡିଶା ବିଧାନସଭା ସଦସ୍ୟ ମାନଙ୍କ ଦରମା, ଭତ୍ତା ଓ ପେନସନ (ସଂଶୋଧନ) ବିଲ 2025 ।
ସେହିପରି ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦରମା, ଭତ୍ତା (ସଂଶୋଧନ) 2025 ଗୃହରେ ମଧ୍ୟ ଉପସ୍ଥାପିତ ହୋଇଛି । ଏହାସହ ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା (ସଂଶୋଧନ) ବିଲ୍ 2025 ଗୃହରେ ଉପସ୍ଥାପିତ ହେଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି ନିଷ୍ପତି ବିଧାୟକଙ୍କ ମନରେ ନୂଆ ଆଶା ସଂଚାର କରିଛି । ବର୍ତ୍ତମାନ ବଜାର ସ୍ଥିତିକୁ ଦେଖି ଦରମା ବୃଦ୍ଧିର ଆବଶ୍ୟକତା ଅଛି ବୋଲି ବିଧାୟକ ମାନେ ଯୁକ୍ତି ବାଢିଥିଲେ । କିଛି ସମୟ ଭିତରେ ଉପସ୍ଥାପିତ ବିଲଟି ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଥିଲା । ଏବେ ନଜର ପକାନ୍ତୁ ବିଧାୟକ ମାନଙ୍କ ଦରମା ଓ ଭତ୍ତା କେତେ ଥିଲା କେତେ ମିଳିବ । ବିଧାୟକ ମାନଙ୍କୁ ଏଣିକି ୩୫ ହଜାର ବଦଳରେ ମିଳିବ ୯୦ ହଜାର ଟଙ୍କା ।ସେହିପରି ୪୦ ହଜାର ଟଙ୍କା ବଦଳରେ ମିଳିବ ୯୬ ହଜାର ଟଙ୍କା ।ସେହିଭଳି ୩୬ ହଜାର ଟଙ୍କା ବଦଳରେ ମିଳିବ ୯୨ ହଜାର ଟଙ୍କା । ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ମିଳିବ କେତେ ଟଙ୍କା ।୨୦ ହଜାର ବଦଳରେ ୭୫ ହଜାର ମିଳିବ ।
ସେହିପରି ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ମିଳିବ ।ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦୦୦୦ ମିଳିବ ।ରାଜ୍ୟ ଭିତରେ କାର ଯାତ୍ର ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା ।
ମାସିକ ଯାନ ବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦,୦୦୦ ।ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦୦୦୦ ।ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦୦୦୦ ଟଙ୍କା ମିଳିବ ।ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫୦୦୦ ମିଳିବ।
କ୍ୱାଟର ମିଳି ନଥିବା ବିଧାୟକ ଙ୍କ କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା ।
ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ମିଳିବ ।ସେହିପରି ବାଚସ୍ପତି , ଉପ ବାଚସ୍ପତି, ମନ୍ତ୍ରୀଙ୍କ ମଧ୍ୟ ଦରମା ବୃଦ୍ଧି ପାଇଛି। ଏବେ ନଜର ପକାନ୍ତୁ ବାଚସ୍ପତି ଦରମା ଭତ୍ତା ଓ ଦରମା କେତେ ଥିଲା କେତେ ମିଳିବ ।ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳ ରେ ୯୮ ହଜାର କୁ ବୃଦ୍ଧି ।ବୈଠକ ଭତ୍ତା ୮୦୦ ଟଙ୍କା ୨୦୦୦ ଟଙ୍କା କୁ ବୃଦ୍ଧି ।କାର ଭତ୍ତା ମାସିକ ୧୭ ହଜାର ବଦଳରେ ୮୯ ହଜାର ପାଇବେ ।ବ୍ୟକ୍ତିଗତ ବ୍ୟୟ ଭତ୍ତା ୪୦ ହଜାର ଟଙ୍କା ବଦଳରେ ୧ ଲକ୍ଷ ୮୧ ହଜାର ଟଙ୍କା ପାଇବେ ।
ବାସଗୃହ ଭତ୍ତା ମାସିକ ୧ ଶହ ଟଙ୍କା ବଦଳ ରେ ଦୈନିକ ୨୦୦୦ ଟଙ୍କା ପାଇବେ । ସେହିପରି ଉପ ବାଚସ୍ପତିଙ୍କ ଦରମା ଓ ଭତ୍ତା କେତେ ଥିଲା କେତେ ମିଳିବ ।ଉପ ବାଚସ୍ପତିଙ୍କ ମାସିକ ଦରମା ୩୮ ହଜାର ବଦଳ ରେ ୯୪ ହଜାର ପାଇବେ ।ବୈଠକ ଭତ୍ତା ୮୦୦ ବଦଳରେ ୨୦୦୦ ପାଇବେ ।
କାର ଭତ୍ତା ୧୭ ହଜାର ବଦଳରେ ୮୫ ହଜାର ପାଇବେ ।ବ୍ୟକ୍ତିଗତ ଭତ୍ତା ୪୦ ହଜାର ବଦଳରେ ୧ ଲକ୍ଷ ୭୭ ହଜାର ପାଇବେ ।ବାସଗୃହ ଭତ୍ତା ବାବଦ କୁ ପୂର୍ବରୁ କିଛି ଟଙ୍କା ମିଳୁ ନଥିବା ବେଳେ ଏଣିକି ଦୈନିକ ୨୦୦୦ ଟଙ୍କା ପାଇବେ । ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ ।ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ । ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ପୂର୍ବତନ ବିଧାୟକ ଯେଉଁମାନେ ଥରୁଟିଏ ବିଧାୟକ ହୋଇଥିବେ ସେମାନଙ୍କୁ ପେନସନ ବାବଦକୁ ମାସକୁ ୩୦ ହଜାର ମିଳୁ ଥିବା ବେଳେ ବର୍ତ୍ତମାନ ୮୦ ହଜାର ମିଳିବ । ଯେଉଁମାନେ ଅଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେମାନଙ୍କୁ ଅତିରିକ୍ତ ୩୦୦୦ ଟଙ୍କା ମିଳିବ ।ପୂର୍ବତନ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ବାବଦ କୁ ୧୨ ହଜାର ଟଙ୍କା ମିଳିବ। ପୂର୍ବତନ ବିଧାୟକ ଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ବଦଳରେ ମିଳିବ ୨୫୦୦୦*ଖର୍ଚ୍ଚ ବାବଦ କୁ ୧୨ ହଜାର ଟଙ୍କା ମିଳିବ । ପୂର୍ବତନ ବିଧାୟକ ଙ୍କ ଚିକିତ୍ସା ଖର୍ଚ୍ଚ ୨୦୦୦ ହଜାର ବଦଳରେ ମିଳିବ ୨୫୦୦୦ । ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ବିଲ ଅନୁଯାୟୀ କୌଣସି ବିଧାୟକ ଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର କୁ ୨୫ ଲକ୍ଷ ଟଙ୍କା ର ସହାୟତା ରାଶି ଯୋଗାଇ ଦିଆଯିବ । ସେହିପରି ଏଣିକି ପ୍ରତି ପାଞ୍ଚ ବର୍ଷ କୁ ଥରେ ବଢିବ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ । ବିଧାନସଭାରେ ଆଉ ବିଲ ଆକାର ରେ ନ ଆଣି ସିଧାସଳଖ ଅଡ଼ିନାନ୍ସ ଜରିଆରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି କରାଯାଇ ପାରିବ ।
This website uses cookies to improve your experience. We'll assume you're ok with this, but you can opt-out if you wish. Cookie settingsACCEPT Privacy & Cookies Policy