ନବୀନଙ୍କ ବଡ ଘୋଷଣା : 5ଟି ଜିଲ୍ଲା ଓ 8ଟି ସହର ଲକ ଡାଉନ..

- Advertisement -

ଭୁବନେଶ୍ୱର :୨୨ରୁ ୨୯ ପର୍ଯ୍ୟନ୍ତ ରାଜ୍ୟରେ ୫ଟି ଜିଲ୍ଲା ସମେତ ୮ଟି ସହର ସମ୍ପୂର୍ଣ୍ଣ ଲଗ୍‌ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ସର୍ତକ କରିବାକୁ ଯାଇ ଆଜି ଏଭଳି ଘୋଷଣା କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲା ଏହା ଅନ୍ତର୍ଗତରେ ଆସୁଥିବା ଗାଁ ଗୁଡିକ ସମୂର୍ଣ୍ଣ ଲକ୍‌ଡାଉନ୍ ରହିବ ବୋଲି ଘୋଷଣା କରାଯାଇଛି ।

ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ଆଦି ୮ଟି ଟାଉନ୍ ଆସନ୍ତା ୨୨ ସକାଳ ୭ଟାରୁ ୨୯ ରାତି ୯ଟା ପର‌୍ୟ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ହେବ। ସଂପୃକ୍ତ ଅଞ୍ଚଳରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏୟାରପୋର୍ଟ, ରେଲୱେ, ବସଷ୍ଟାଣ୍ଡ ଆଦି ଲକଡାଉନ୍ ମୁକ୍ତ ରହିବ।
ଅନ୍ୟ ସମସ୍ତ ଜରୁରୀକାଳୀନ ସେବାରୁ ଏଥିରୁ ବାଦ ଦିଆଯାଇଛି ।

ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ପେଟ୍ରୋଲ ପମ୍ପ, ମେଡିସିନ ଦୋକାନ ଆଦି ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମାର୍କେଟ ଖୋଲା ରହିବ। ହସ୍ପିଟାଲ, ବ୍ୟାଙ୍କ, ଇଞଗ, ପୌର ସେବା ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ। କେବଳ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ଥିଲେ ବାହାରକୁ ଯାଆନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିୟମକୁ କାର୍ଯ୍ୟକାରି ନକରିଲେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles