ଭୁବନେଶ୍ୱର, ଏପ୍ରିଲ 18:ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସେବାୟତ ମାନଙ୍କୁ କରୋନା ମହାମାରୀ ଜନିତ ଲକଡାଉନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ଦେବାର ନିଷ୍ପତି ନେଇଛନ୍ତି l l ତେବେ ପୁରୀ ସେବାୟତଙ୍କ ଭଳି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟପୀଠ କଣ୍ଟିଲୋ ନୀଳମାଧଵ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ଅନୁରୂପ 5000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ l
ନୟାଗଡ ଜିଲ୍ଲା ଖଣ୍ଡପଡାସ୍ଥିତ ଏହି ପୁରାତନ ବିଷ୍ଣୁ ମନ୍ଦିରର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି l ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଓ କଣ୍ଟିଲୋ ନୀଳମାଧଵ ମନ୍ଦିରର ଗାଥା ସମ୍ପର୍କରେ ସବୁ ଓଡିଶା ବାସୀ ଅବଗତ l
ମହାନଦୀ କୂଳରେ ଥିବା ଏହି ନୀଳମାଧଵ ମନ୍ଦିରକୁ ଓଡିଶାର ତ୍ରିବେଣୀ ସଙ୍ଗମ ବୋଲି ମଧ୍ୟ ଅଭିହିତ କରାଯାଇଥାଏ l
ଏହି ପବିତ୍ର ସ୍ଥାନକୁ ନୀଳମାଧଵଙ୍କ ଦର୍ଶନ ନିମନ୍ତେ ବର୍ଷସାରା ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି l ତେବେ କରୋନା ମହାମାରୀ ଯୋଗୁଁ ଏବେ ସାରାଦେଶରେ ଲକଡାଉନ ଥିବାବେଳେ ଧାର୍ମିକ ସ୍ଥାନଗୁଡିକୁ ମଧ୍ୟ ଭକ୍ତ ମାନଙ୍କୁ ଯିବାରେ ବାରଣ କରାଯାଇଛି l ଏହି ପରିପ୍ରେକ୍ଷୀରେ ନୀଳମାଧଵ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଆସିବା ବନ୍ଦ ହୋଇଯାଇଛି l ଭକ୍ତଙ୍କଠାରୁ ପୂଜାଅର୍ଚନାର ପ୍ରାପ୍ୟ ପାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ନୀଳମାଧଵ ମନ୍ଦିରର ସେବାୟତ ମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l 110 ଜଣ ସେବାୟତଙ୍କ 50ଟି ପରିବାର ଏବେ ଲକଡାଉନ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି I ଜ୍ୟସରକାରଙ୍କ ଏହି ଆର୍ଥିକ ସହାୟତା ଯୋଗୁଁ ପୁରୀ ସେବାୟତଙ୍କ 2130 ପରିବାର ଉପକୃତ ହେବେ l ଏଥିପାଇଁ ରାଜ୍ୟ ସରକାର 1 କୋଟି 6 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି l
ତେଣୁ ପୁରୀ ମନ୍ଦିରର ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯିବା ନିଷ୍ପତିକୁ ସ୍ୱାଗତ କରିବା ସହ ଅନୁରୂପ ଭାବେ କଣ୍ଟିଲୋ ନୀଳମାଧବ ମନ୍ଦିରର ସେବାୟତ ମାନଙ୍କୁ ମଧ୍ୟ ରାଜ୍ୟ ସରକାର 5000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଖଣ୍ଡପଡା ଯୁବରାଜ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ…
କଣ୍ଟିଲୋ ନୀଳମାଧଵ ମନ୍ଦିର ସେବାୟତଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଅନ୍ତୁ ରାଜ୍ୟ ସରକାର : ସିଦ୍ଧାର୍ଥ
- Advertisement -