ଧାମନଗର ଉପ ନିର୍ବାଚନରେ 25ରୁ 30 ହଜାର ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଲେ :ପ୍ରମିଳା…

() ଧାମନଗର ଉପ ନିର୍ବାଚନରେ 25ରୁ 30 ହଜାର ବ୍ୟବଧାନରେ ବିଜେଡି ଜିତିବ। ସାଧାରଣ ଲୋକଙ୍କ ପାଇଁ ବିଜେଡି କାମ କରୁଛି। ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବେନି। ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡି ଭୋଟ୍ ମାଇନସ କରିବେ ନାହିଁ। ଅନ୍ୟ ଦଳର ଭୋଟ୍ ମାଇନସ କରିବେ। ସବୁ ଉପ ନିର୍ବାଚନରେ ବିଜେଡି ଜିତିଛି। ଆମେ ନ ପାରିଲେ ସୁପ୍ରିମୋ ପ୍ରଚାରକୁ ଯିବେ।

 

ପ୍ରମିଳା ମଲ୍ଲିକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ପିଲାଙ୍କୁ ଦିଆଯିବ ମାଗଣା ଆବାସିକ ତାଲିମ…

{} ତିନିଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ ନିର୍ମାଣ ସଂପୂର୍ଣ୍ଣ।

ଚଳିତ ବର୍ଷ ଶେଷସୁଦ୍ଧା ସେସବୁକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।

ବିଭିନ୍ନ ଜିଲ୍ଲାର ପିଲାଙ୍କୁ ଦିଆଯିବ ମାଗଣା ଆବାସିକ ତାଲିମ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ଇତି ମଧ୍ୟରେ ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରଠାରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ । ଏହି ସୋସାଇଟି ଦ୍ୱାରା ସରକାରୀ ଘରୋଇ ସହଭାଗିତା (ପି.ପି.ପି.ମୋଡ୍) ନିୟାମକ ଅନୁସାରେ ଅନୁଷ୍ଠାନ ଗୁଡିକ ପରିଚାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ୍ କଣ୍ଟେ୍ଲ ଡ୍ରାଇଭିଂ ଡିଭାଇସ୍, ସିମୁଲେଟର, ଓ୍ୱାର୍କସପ୍ ଯନ୍ତ୍ରପାତି ଓ ତାଲିମ ଉପକରଣ ଆଦି ପାଇଁ ପ୍ରାୟ ୨.୬୭ କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ । ଆଧୂନିକ ଜ୍ଞାନ କୌଶଳ ସହ ଉଚ୍ଚମାନର ତାଲିମ ଦେବା ଏବଂ ତାଲିମ ପରେ ଯୁବକ ଯୁବତୀମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ୍ ପ୍ରଦାନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଯାଜପୁର ଜିଲ୍ଲାର ଛତିଆସ୍ଥିତ ଗୋଟିଏ ଅନୁଷ୍ଠାନ ପି.ପି.ପି.ମୋଡ୍ରେ ସଫଳତାର ସହ କାର୍ଯ୍ୟକରୁଛି । ଅଶୋକ ଲେଲ୍ୟାଣ୍ଡ କଂପାନୀ ଏହା ପରିଚାଳନା କରୁଛନ୍ତି । ଏହି ନୂଆ ଅନୁଷ୍ଠାନକୁ ମିଶାଇଲେ ୪ ଟି ଉଚ୍ଚମାନର ଅନୁଷ୍ଠାନ ପି.ପି.ପି.ମୋର୍ଡରେ ପରିଚାଳିତ ହେବ । ବର୍ତ୍ତମାନ ଛତିଆ ସ୍ଥିତ ଅନୁଷ୍ଠାନ ୧୫୦ ସିଟ୍ ବିଶିଷ୍ଟ ଅଛି । ନବ ନିର୍ମିତ କେନ୍ଦୁଝର ଅନୁଷ୍ଠାନ ୧୩୪ ସିଟ୍, ସୁନ୍ଦରଗଡ ୧୫୦ ସିଟ୍, ଏବଂ ବ୍ରହ୍ମପୁର ୧୪୦ ସିଟ୍ ବିଶିଷ୍ଟ ହେବ । ଏହିସବୁ ଅନୁଷ୍ଠାନରେ ଉଭୟ ଛୋଟ ଏବଂ ବଡ ଗାଡି (ଏଲ୍.ଏମ୍.ଭି. ଏବଂ ଏଚ୍.ଏମ୍.ଭି.) ଡ୍ରାଇଭିଂ ତାଲିମ ଦିଆଯିବ । ବଡ ଗାଡି ପାଇଁ ତାଲିମ ଅବଧି ୩୦ ଦିନ ଏବଂ ଛୋଟ ଗାଡି ପାଇଁ ତାଲିମ ଅବଧି ୨୧ ଦିନ ହେବ । ଏ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଓ ଦକ୍ଷତା ଥିବା ଅଶୋକ ଲେ ଲ୍ୟାଣ୍ଡ ସଂସ୍ଥା ସହଭାଗୀ ଭାବେ ଅନୁଷ୍ଠାନ ଗୁଡିକର ଦୈନନ୍ଦିନ ପରିଚାଳନା କରିବେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯୁବକ ଯୁବତୀମାନଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ । ତାଲିମ କାଳରେ ସେମାନଙ୍କର ରହିବା, ଖାଇବା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ । କର୍ମ ନିପୁଣତା ଓ ସଚ୍ଚୋଟତା ଦୃଷ୍ଟିରୁ ଓଡ଼ିଶା ତାଲିମ ପ୍ରାପ୍ତ ଓଡ଼ିଆ ଡ୍ରାଇଭରମାନଙ୍କର ଦେଶର ବିଭିନ୍ନ ରାଜ୍ୟରେ ବିଶେଷ ଚାହିଦା ରହିଛି ବୋଲି ବୈଠକରେ ଉପସ୍ଥିତ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା କହିଥିଲେ । ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନିମନ୍ତେ ଉପଯୁକ୍ତ ପରାମର୍ଶ ଏବଂ ସହାୟତା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପରିବହନ କମିଶନର ଶ୍ରୀ ଅରୁଣ କୁମାର ବୋଥ୍ରା, ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅଶୋକ ଲେ ଲ୍ୟାଣ୍ଡର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କଂଗ୍ରେସ ପାଇଲା ନୂଆ ଅଧ୍ୟକ୍ଷ….

() କଂଗ୍ରେସ ପାଇଲା ନୂଆ ଅଧ୍ୟକ୍ଷ। ପରିବାର ବାଦ ଅଭିଯୋଗ ରୁ ମୁକୁଳିଲା ଦଳ। ମଲ୍ଲିକର୍ଜୁନ ଖଡଗେ ବହୁ ଭୋଟରେ ଜିତି ସର୍ବଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ହୋଇଛନ୍ତି l ଯାହାକୁ ନେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l କଂଗ୍ରେସ ବିଧାୟକ ସୁର ରାଉତରାୟ ବାଣ ଓ ବାଜା ବଜାଇ ଉତ୍ସବ ପାଳନ କରିଛନ୍ତି l ଦଗୋଟିଏ ପଟେ ଭାରତ ଯୋଡୋ ଯାତ୍ରା ସଫଳ ହେଉଥିବା ବେଳେ ନୂଆ ସଭାପତି ଦଳକୁ ସଫଳ କରିବେ ବୋଲି ଆଶା ରଖିଛି ଦଳ। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ହେଲେ କଂଗ୍ରେସ ନୂଆ ସଭାପତି। ମୋଟ ୯,୩୮୫ ଭୋଟରୁ ୭,୮୯୭ ଖଣ୍ଡ ଭୋଟ ସହ ସେ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କ ହରାଇ ନିର୍ବାଚନ ଜିତିଛନ୍ତି । ଥରୁରଙ୍କୁ ମାତ୍ର ୧,୦୭୨ ଭୋଟ ମିଳିଛି । ବାକି ୪୧୬ ଭୋଟ ନାକଚ ହୋଇଯାଇଛି । ୨୪ ବର୍ଷ ପରେ ଦଳକୁ ଅଣଗାନ୍ଧୀ ସଭାପତି ମିଳିଛି । ସଭାପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଦିଲ୍ଲୀଠୁ ଆରମ୍ଭ କରି ଓଡିଶା କଂଗ୍ରେସ ନେତା କର୍ମୀଙ୍କ ମଧ୍ୟରେ ଉତ୍ସବର ପରିବେଶ। ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ସଫଳ ହେଉଥିବା ବେଳେ ନୂଆ ସଭାପତି ଦଳକୁ ସଫଳ କରିବେ ବୋଲି ଆଶା ରଖିଛନ୍ତି ଦଳୀୟ ନେତା।ନୂଆ ସଭାପତି ନୂଆ ଆଶା ନୂଆ ସମ୍ଭାବନା ନେଇ ଦଳ ଆଗକୁ ବଢିବା ସହ 2024 ରେ ସଫଳ ହେବ ବୋଲି ଆଶା ରଖିଛି।

ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀରେ କଂଗ୍ରେସର ନୂଆ ସଭାପତିଙ୍କୁ ଭେଟି ଛନ୍ତି l

ମୁମ୍ବାଇ ଓଡିଶା ଭବନ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ….

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଅଛି ।ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।

ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ ହୋଇ ଆସୁଛନ୍ତି ।ତେବେ ମୁମ୍ବାଇ ଓଡିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଶ୍ରୀ ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍‌କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।ଓଡିଶା ଭବନ, ମୁମ୍ବାଇର ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇଦିଆଯାଇ ପାରିବ । ଏଥି ନିମନ୍ତେ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଧାମ ନଗର ଉପ ନିର୍ବାଚନର ନେଇ ସାଂସଦ ଶର୍ମିଷ୍ଠା ସେଠୀଙ୍କ ପ୍ରତିକ୍ରିୟା…

() ଧାମ ନଗରରେ କୌଣସି ସନ୍ଦେହ ନାହିଁ l ନିଶ୍ଚିତ ଆମେ ଜିତିବୁ l ଆମ ସହ ଯୁବ, ଛାତ୍ର ସହ ମହିଳା ଶକ୍ତି ରହିଛି l ଅବନ୍ତୀ ଦାସ ମିଶନ ଶକ୍ତି ମହିଳା l 2019ପରେ ଯେତେ ନିର୍ବାଚନ ହୋଇଛି ବିଜେଡି ସହ ଜନମତ ରହିଛି l ଅବନ୍ତୀ ଦାସ ଉପ ନିର୍ବାଚନରେ ନିଶ୍ଚିତ ଜିତିବେ, ଏଥରେ ସନ୍ଦେହର କୌଣସି ଅବକାଶ ନାହିଁ l ବିଜୁ ଜନତା ଦଳ ବିକାଶକୁ ମୂଲମନ୍ତ୍ର କରିଛି l ରାଜନୀତି ବିଜେଡି ପାଇଁ ଏକ ମାର୍ଗ l ଅନୁକମ୍ପା ଭୋଟ ଦ୍ଵାରା ବିକାଶ ହେବନି l ତେଣୁ ବାଲେଶ୍ବର ଉପ ନିର୍ବାଚନରେ ତାହା ପ୍ରତିଫଳିତ ହୋଇଛି l ବାଲେଶ୍ଵର ପରି ଧାମ ନଗର ବି ଆମେ ଜିତିବୁ l

ବିଜେଡିରୁ ବହିଷ୍କୃତ ହେଲେ:ରାଜୁ ଦାସ..

() ରାଜୁ ଦାସ ବିଜେଡିରୁ ବହିଷ୍କୃତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା କଲେ ସଭାପତି ନବୀନ ପଟ୍ଟନାୟକ । ସାଂସଦ ମାନସ ମଙ୍ଗରାଜଙ୍କ ସୂଚନା ।

ଦଳରେ ଅଛି କିନ୍ତୁ ପଦବୀରୁ ଇସ୍ତଫା… ସତ୍ୟ ନାୟକ..

() ପ୍ରଦେଶ କଂଗ୍ରେସ କମିଟି ତାଲିକାରେ ନାଁ ନଥିବାରୁ ସତ୍ୟ ପ୍ରକାଶ ନାୟକଙ୍କ ଅସନ୍ତୋଷ | ଏଆଇସିସି ସଭାପତି ନିର୍ବାଚନରେ ଭୋଟ ଦେଇ ପାରି ନଥିବା କଥା କହିଛନ୍ତି | ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ସେଲ ଆବାହକ ପଦ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ନାୟକ | ଏନେଇ ରାଜ୍ୟ ପ୍ରଭାରୀଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସତ୍ୟ ପ୍ରକାଶ ନାୟକ…

ସତ୍ୟ ପ୍ରକାଶ ନାୟକ, କଂଗ୍ରେସ ନେତା

ଧାମନଗର ଉପନିର୍ବାଚନ ନେଇ ଷ୍ଟାର କ୍ୟାମ୍ପନର ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା…

() ଧାମନଗର ଉପନିର୍ବାଚନ ନେଇ ଷ୍ଟାର କ୍ୟାମ୍ପନର ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା ।

{} ଏବେ ଆମେ ଫାଷ୍ଟ ଗିଅର ପକେଇଛୁ । ତା ପରେ ସେକେଣ୍ଡ ଗିଅର, ଥାର୍ଡ ଗିଅର ଓ ଟପ ଗିଅର କୁ ଯିବୁ । ଏହା କୌରବ ପାଣ୍ଡବ ଯୁଦ୍ଧ । ଏଥିରେ ଆମେ ବିଜୟ ଆଶା ଦେଖୁଛୁ । ଆଜି ପର୍ଯ୍ୟନ୍ତ ଆମର ଉପନିର୍ବାଚନରେ ପରାଜୟ ହୋଇନାହିଁ । 4 ହଜାର ଭୋଟରେ ଆମ ପ୍ରାଥି 2019 ରେ ହାରିଥିଲେ । ତେବେ ପଂଚାୟତ ନିର୍ବାଚନ ରେ ଆମେ ତାକୁ ମେକଅପ କରିବା ସହ ଲିଡ଼ ବି କଲୁ। ପଂଚାୟତ ସମିତି ବି ଦଖଲ କରିଛୁ ଧାମନଗରରେ । ତେଣୁ ଆମର ବିଜୟ ଆଶା ଅଧିକ । କାରଣ ପଂଚାୟତ ନିର୍ବାଚନରେ ସାରା ଓଡ଼ିଶାରେ ଶଙ୍ଖ ଚିହ୍ନ ର ଜୁଆର ହୋଇଛି ।

ଯିଏ ସ୍ୱାଧୀନ ଭାବେ ଛିଡ଼ା ତାକୁ କିଏ ନାଁ କହିବ । କିନ୍ତୁ ଦଳୀୟ ଶୃଙ୍ଖଳା ରେ ଯାହା ହେବା କଥା ହେବ । ଯାହା ଆକ୍ସନ ନିଆଯିବା କଥା ନିଆଯିବ । ଦଳର ସୁପ୍ରିମୋ ତାହାର ନିଷ୍ପତ୍ତି ନେବେ ।

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ସହିତ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଥିବା ପ୍ରସଙ୍ଗରେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା…

() ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ସହିତ ନେତା ମନ୍ତ୍ରୀଙ୍କ ଫଟୋ ଭାଇରାଲ ହେଉଥିବା ପ୍ରସଙ୍ଗରେ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ପ୍ରତିକ୍ରିୟା

{} ଅର୍ଚ୍ଚନା ହେଉଛି ଅଳିଆ ଗଦା । ଯିଏ ନିଆଁ ଖାଇଛି ସେ ଅଙ୍ଗାର ହଗିବ। ତଦନ୍ତ ହେଉ । ଯେମିତି ହେବା କଥା ହେଉ । ଯିଏ ଧରା ପଡିବା କଥା ପଡ଼ିବ । ଯିଏ ଯାହା କରିଥିବ ତାହାର ଫଳ ଭୋଗିବ । ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡି ନାହାନ୍ତି । ପ୍ରଦୀପ ପାଣିଗ୍ରାହୀ ତାହାର ଉଦାହରଣ ।

ବିରୋଧୀ ଲୋକଙ୍କର ବି ସେଥିରେ ନାଁ ଆସୁଛି । କେଭି ସିଂ ଦେଓ , ଜୁଏଲ ଓରାମଙ୍କ ନାଁ ଆସୁଛି । ଆହୁରି ବି କାହା କାହା ନାଁ ଆସୁଛି । ସରକାରୀ ମେସିନାରୀଜି ର ବି କାହାର କାହାର ନାଁ ଆସୁଛି । ଶିଳ୍ପପତି ମାନଙ୍କର ବି ନାଁ ଆସୁଛି ।

ଦୁବାଇର ଟେକ୍ ଇଭେଂଟ୍‌ରେ ସୋଆର ଷ୍ଟାର୍ଟ -ଅପ୍ ପୁରସ୍କୃତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍‌” ଦୁବାଇରେ ସୁପର୍‌ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି । ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” ରେ ଯୁବ ଉଦ୍ୟୋଗୀ କ୍ୟାଟେଗୋରୀ ରେ ଏହି ପୁରସ୍କାର ହାସଲ କରିଛନ୍ତି ସୋଆର ଷ୍ଟାର୍ଟ – ଅପ୍ “ୱିୱେର୍‌” ।

ଚଳିତ ଅକ୍ଟୋବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆମେ ସାରା ବିଶ୍ୱକୁ ଆମ କାର୍ଯ୍ୟର ପାରଦର୍ଶିତା ଦେଖାଇବା ସହ ନୂତନ ବ୍ୟବସାୟିକ ସହଯୋଗ , ନେଟ୍‌ୱାର୍କିଂ, ସହଭାଗିତା ବଢାଇବା ନିମନ୍ତେ ବେଶ୍ ଇଚ୍ଛୁକ ବୋଲି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ “ୱିୱେର୍‌” ଟିମ୍ ର ଜଣେ ସଦସ୍ୟ କହିଥିଲେ ।ଓଡିଶାରେ ଅବସ୍ଥାପିତ ୨୦ଟି ଷ୍ଟାଟ ର୍- ଅପ୍ କୁ ନେଇ ଦୁବାଇରେ ପ୍ରତିନିଧିତ୍ୱ କରିଥିବା ଷ୍ଟାର୍ଟ ଅପ୍ ଓଡିଶାର ଏଗ୍‌ଜିକ୍ୟୁଟିଭ୍ ଚେୟାର୍‌ମ୍ୟାନ୍ ଡକ୍ଟର ଓମ୍‌କାର ରାଏ “ୱିୱେର୍‌”ଟିମ୍‌କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।କାରଖାନା ମାର୍କେଟ୍ ସ୍ପେସ୍ ପ୍ରାୟୋଜିିତ ସୋଆ ଫାବ୍‌ଲାବ୍‌ର ଏହି ଉଦ୍ୟୋଗୀ ଟିମ୍ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିିଇଆର୍‌)ର ଛାତ୍ରଛାତ୍ରୀ ଅଟନ୍ତି ।

ପୁରସ୍କୃତ ହେବା ପରେ ଏହି ଟିମ୍ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକ, ଆଇଟିିଇଆର୍ ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ , ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଅନୁରାଗ ଶତପଥୀ ଓ ଡକ୍ଟର ତାପସ ମହାପାତ୍ର ଙ୍କୁ ସେମାନଙ୍କ ର ସମସ୍ତ ସହଯୋଗ ଓ ଦକ୍ଷତା ପ୍ରତିପାଦିତ କରିବା ନିମନ୍ତେ ସେମାନଙ୍କୁ ପ୍ଲ୍‌ାଟ୍‌ଫର୍ମ ଯୋଗାଇଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।ଏହି ଟିମ୍ ର ସଦସ୍ୟମାନେ ହେଲେ ପୁରୁ ଅନିକେତ୍‌,ଭିନିତ୍ ଜାନା, ଭୌମିକା ସିଂ, ମୁଦାସିର ଅନ୍‌ସାରୀ, ମୋହିତ କୁମାର ସରାଫ, ଅତୁଲ୍ ସାହୁ, ସୋହନ କୁମାର ରାଉତ, ଅରଚନ କୁମାର ବୋଷ,ଦେବାଙ୍ଗନ ଚକ୍ରବର୍ତୀ, ବିଶ୍ୱନାଥ ପାତ୍ର, ପ୍ରଥମ୍ ରାଜ, ଏ.ଅରିଜିତ୍ ଓ ୟଶ୍ କୁମାର ।

Follow us

20,832FansLike
0FollowersFollow
14,700SubscribersSubscribe

Latest news