୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଅଛି ରକ୍ତ ଦାନ ଶିବିର….

() ରକ୍ତଦାନ ମହତ୍ ଦାନ ସ୍ଳୋଗାନ କୁ ମର୍ମେ ମର୍ମେ ହ୍ରୁଦୟଙ୍ଗମ କରିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ରାମେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମ୍ୟାଗନମ୍ ଡିଜି ଫାଉଣ୍ଡେସନ lସେଥିପାଇଁ ଦୀର୍ଘ ୨୩ ବର୍ଷ ଧରି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ରାମେଶ୍ୱର ଆୟୋଜନ କରି ଆସୁଅଛି ରକ୍ତ ଦାନ ଶିବିର l ରକ୍ତ ଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଚାହିଦାକୁ ପୂରଣ କରିବାରେ ହେଉଛି ସହାୟଜ l ଆଜି ମ୍ୟାଗନମ୍ ଡିଜି ଫାଉଣ୍ଡେସନ ପକ୍ଷରୁ ନିରାକାର ପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି ସ୍ୱେଛାକ୍ରୁତ ରକ୍ତଦାନ ଶିବିର l ଏହି ଶିବିରରେ ମ୍ୟାଗନମ୍ ଡିଜି ଫାଉଣ୍ଡେସନର ବହୁ ସଦସ୍ୟ ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବହୁ ଗୁରୁଜୀ, ଗୁରୁମା, ନିରାକାର ପୁର ଥାନାର ଅଧୀକାରୀଙ୍କ ସହ ବହୁ ପୋଲିସ୍ କର୍ମଚାରୀ ଓ ସ୍ଥାନୀୟ ଯୁବକ ଯୁବତୀମାନେ ଯୋଗ ଦେଇ ସ୍ୱେଛାକ୍ରୁତ ରକ୍ତଦାନ କରିଛନ୍ତି l ଏହି ରକ୍ତଦାନ ଶିବିର ରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରୁହିତ ହୋଇଥିଲା.l ରକ୍ତଦାତା ମାନଙ୍କୁ ଉସ୍ଚାହିତ କରିବା ପାଇଁ ମ୍ୟାଗନମ୍ ଫାଊଣ୍ଡେସନର ଅଧ୍ୟକ୍ଷ୍ୟ ରମେଶ ମହାପାତ୍ର.

ଉପାଧ୍ୟ୍ୟକ୍ଷ୍ ଗୀତାରାଣୀ ପାଢ,.ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରେମ ଶତପଥୀ,ସମିତା ଶତପଥୀ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇଥିଲେ lଭୁବନେଶ୍ବର ବ୍ଲଡ୍ ବ୍ୟାଙ୍କର ଡାକ୍ତର ମାନେ ଏଥିରେ ସଂପୁର୍ଣ ସହଯୋଗ କରିଥିଲେl l

ବିକାଶର ସୋପାନରେ ଯୋଡ଼ିହେଲ ବରଗଡ…

() ବିକାଶର ନୂଆ ସୋପାନରେ ବରଗଡ ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ  

ସମସ୍ତଙ୍କ ସହଯୋଗରେ ପଦ୍ମପୁରକୁ ବିକାଶର ଏକ ମଡେଲ କରାଯିବ – ମୁଖ୍ୟମନ୍ତ୍ରୀ।

ଚାଷୀ ମାନଙ୍କ ଫସଲ ବୀମା କ୍ଷତି ପୂରଣ ସମସ୍ୟା ସମାଧାନ ପାଇଁ ଚେଷ୍ଟା ଜାରି ରହିବ ..ମୁଖ୍ୟମନ୍ତ୍ରୀ ।

{} ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି। ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି। ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ। କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ବାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି। ଏହି କ୍ରମରେ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଜି ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।

ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି ।ବିକାଶ ହେଉଛି ଆମର ପରିଚୟ। ଚାଷୀ, ମହିଳା, ଯୁବବର୍ଗ ମାନଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି । ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ crop insurance tanka ପାଇନାହାନ୍ତି ।ଆପଣ ମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା। ତେଣୁ ଭରତ ସରକାର ଙ୍କ ସହ ଆପଣ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରୀ ରଖିଛି ।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି। ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଥିଲେ ।

ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ପଦ୍ମପୁରର ୩୦ଟି ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ଟି ପାଇଁ କାମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ।ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଭଟଲୀ ବିଧାୟକ ଶ୍ରୀ ସୁଷାନ୍ତ ସିଂ, ବରଗଡ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇ ଓଡିଶାରେ ବିକାଶର ଏକ ନୂଆ ଧାରା ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ସୃଷ୍ଟି କରିବାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ। ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଧ୍ୟାନ ଦେଇ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଭାରତ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ନେଇ ଆଗ୍ରହୀ ତାଇୱାନ୍‌…

()  ଯୁଗ୍ମ ଡିଗ୍ରୀ ପ୍ରୋଗ୍ରାମ୍ ସହିତ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ନିମନ୍ତେ ସୋଆ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡାରିନ୍ ଶିକ୍ଷା ପ୍ରଦାନ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସହିତ ସହଭାଗିତା କରିବା ପାଇଁ ତାଇୱାନ୍ ଇଚ୍ଛା ପ୍ରକାଶ କରିଛି । ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷା ନିମନ୍ତେ ବେଶ ପ୍ରତିଷ୍ଠା ଲାଭ କରିଥିବା ସୋଆ ସହିତ ଆମେ ସହଭାଗିତା କରିବା ପାଇଁ ଚାହୁଁଛୁ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେଭଳି ମାଣ୍ଡାରିନ୍ ଶିକ୍ଷା ଗ୍ରହଣ କରିପାରିବେ ସେ ନିମନ୍ତେ ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା କରିବା ପାଇଁ ଆମେ ଇଚ୍ଛୁକ ବୋଲି ତାଇପେଇ ଇକୋନମିକ ଆଣ୍ଡ କଲ୍‌ଚରାଲ୍ ସେଂଟର୍ ଇନ୍ ଇଣ୍ଡିଆର ଏଜୁକେସନ୍ ଡିଭିଜନ୍‌ର ଆସିଷ୍ଟାଂଟ ରିପ୍ରେଜେନ୍‌ଟେଟିଭ ଡାଇରେକ୍ଟର ଶ୍ରୀ ପିଟର୍ସ ଲି-ଇଙ୍ଗ ଚେନ୍ ଏଠାରେ ଶୁକ୍ରବାର କହିଛନ୍ତି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଶ୍ରୀ ଚେନ୍ କହିଛନ୍ତି ଯେ ଭାରତୀୟ ଏବଂ ତାଇୱାନ୍ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଭାଗିତା ଏବଂ ଶିକ୍ଷାକୁ ନେଇ ବୁଝାମଣା ସ୍ୱାକ୍ଷରିତ କରିବାକୁ ତାଇୱାନ୍ ବେଶ ଆଗ୍ରହୀ ଅଟେ ।
ସେ କହିଛନ୍ତି ଯେ ଭାରତରେ ତାଇପେଇ ଇକୋନମିକ ଆଣ୍ଡ କଲଚରାଲ୍ ସେଂଟର ଦ୍ୱାରା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୨୫ଟି ତାଇୱାନ୍ ଏଜୁକେସନ୍ ସେଂଟର ପ୍ରତିଷ୍ଠା ହୋଇସାରିଥିବା ବେଳେ ଏମାନଙ୍କ ମଧ୍ୟରେ ଆଇଆଇଟି ବମ୍ବେ ଏବଂ ଆଇଆଇଟି ମାଡ୍ରାସ ମଧ୍ୟ ରହିଛନ୍ତି । ଆମେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ତାଇୱାନ୍‌ରୁ ମାଣ୍ଡାରିନ୍ ଶିକ୍ଷକ ଯୋଗାଇ ଦେଉଛୁ ଯାହା ଦ୍ୱାରା କି ଛାତ୍ରଛାତ୍ରୀମାନେ ଏହି ଭାଷା ଶିକ୍ଷା କରିପାରିବେ ଏବଂ ତାଇୱାନ୍ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇବା ନିମନ୍ତେ ଏହା ସେମାନଙ୍କ ପାଇଁ ସହାୟକ ହୋଇପାରିବ ।
ସହଭାଗିତା ଦ୍ୱାରା ସେମିକଣ୍ଡକ୍ଟର ଉପରେ ୨ ବର୍ଷିୟା ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମ ଆରମ୍ଭ ହୋଇପାରିବ ଏବଂ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଆଦାନ ପ୍ରଦାନ ମଧ୍ୟ ସମ୍ଭବ ହୋଇପାରିବ । ଛାତ୍ରଛାତ୍ରୀମାନେ ଗୋଟିଏ ବର୍ଷ ଭାରତରେ ଶିକ୍ଷା ଗ୍ରହଣ କରିପାରିବେ ଏବଂ ଅନ୍ୟ ବର୍ଷଟି ତାଇୱାନ୍‌ର ଶିଳ୍ପ କ୍ଷେତ୍ରରେ ତାଲିମ ନେଇ ପାରିବେ । ଏହା ଦ୍ୱାରା ସେମାନେ ଫକ୍ସକନ୍ ଭଳି ହାଇଏଣ୍ଡ ସେମି କଣ୍ଡକ୍ଟର୍ ଚିପ୍ସର ଉତ୍ପାଦନକାରୀ କମ୍ପାନୀ ତଥା ଅନ୍ୟ କମ୍ପାନୀଗୁଡ଼ିକରେ ନିଯୁକ୍ତି ପାଇପାରିବେ ।

ବାରବାଟୀର ବିଗ ବସ୍ ବବି : କ୍ରିକେଟରେ ବି ମହିଳା ହେବେ ସଶକ୍ତ

() ଓସିଏ ସଭାପତି ଭାବେ ବିନା ପ୍ରତିଦ୍ବନ୍ଦିତାରେ ମୁକୁଟ ପିନ୍ଧିଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)। ବବିଙ୍କ ଏଣ୍ଟ୍ରି ପରେ ଏଣିକି ସିଧାସଳଖ ହକି,ଫୁଟବଲ,ଆଥଲେଟିକ୍ସ ପରି ଓଡିଶାରେ କ୍ରିକେଟ ଚମକିବ।ସମସ୍ତ ଙ୍କର ଆଶା ବବି ଓସିଏ ସଭାପତି ହେବା ପରେ କ୍ରିକେଟ ମ୍ୟାନେଜମେଣ୍ଟ ରେ ଆଖିଦୃଶିଆ ପରିବର୍ତ୍ତନ ହେବ। ଜଣେ ବାସ୍ତବବାଦୀ, ଦୂରଦୃଷ୍ଟି ସଂପନ୍ନ ତଥା ବିଚକ୍ଷଣ ନେତା ଭାବେ ସେ ରାଜନୀତି ପରି କ୍ରୀଡାରେ କିଛି କରିସ୍ମା କରି ଦେଖାଇବେ। କେବଳ ଭିତ୍ତିଭୂମି ନୁହେଁ ବରଂ କ୍ରିକେଟ ପ୍ରତିଭା ଖୋଜିବାରେ ତାଙ୍କ ଅଭିମୁଖ୍ୟ ଓଡିଶା କୁ ଆଗକୁ ନେଇ ପାରିବ ବୋଲି ସମସ୍ତଙ୍କର ଆଶା ଓ ବିଶ୍ବାସ । ଆଜି ବିଧିବଦ୍ଧ ଭାବେ ଓସିଏ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ ନବ ନିର୍ବାଚିତ ଟିମ୍ l ସଭାପତି ପାଇଁ ପ୍ରଣବ ପ୍ରକାଶ ଦାସ, ସଂପାଦକ ପ୍ରାର୍ଥୀ ସଂଜୟ ବେହେରା, ଉପସଭାପତି-ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସଂପାଦକ ପ୍ରଭାତ ଭୋଳ, କୋଷାଧ୍ୟକ୍ଷ-ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ-ପ୍ରତାପ ପ୍ରଧାନ ।

 

ଓସିଏ ସଭାପିତ ହେବା ପରେ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓସିଏକୁ ନେଇ ବଡ ସ୍ଵପ୍ନ ଦେଖିଥିବା କହିଛନ୍ତି l ଗ୍ରାମାଞ୍ଚଳ ରୁ କିପରି ଅଧିକ ପ୍ରତିଭା କ୍ରିକେଟକୁ ଆସିବେ ତାହା ଉପରେ ଅଧିକ ଗୁରୁତ୍ବ ଦିଆଯିବ l ୩୦ଟି ଜିଲ୍ଲାରେ କ୍ରିକେଟ କ୍ରୀଡାର କିପରି ଭିତ୍ତିଭୂମି ବିକାଶ ହେବ ତାହା ଉପରେ ଫୋକସ କରାଯିବ ବୋଲି ବିଧିବଦ୍ଧ ଭାବେ ଦାୟିତ୍ଵ ନେବା ପରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଗଣ ମଧ୍ୟମ କହିଥିଲେ l ଗତକାଲି BCCI ପୁରୁଷ କ୍ରିକେଟରଙ୍କ ସହ ମହିଳା କ୍ରିକେଟରଙ୍କୁ ସମାନ ପାରିଶ୍ରମିକ ଘୋଷଣା କରିଛି. ଏହାର ଦିନକ ପୂର୍ବରୁ ଓଡ଼ିଶାରେ ମହିଳା କ୍ରିକେଟକୁ ଆଗେଇବାକୁ ବବି OCA ର ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସାରିଛନ୍ତି .ଅନ୍ୟପଟେ ଓସିଏର ପିତାମହ ଆଶୀର୍ବାଦ ବେହେରା କହିଛନ୍ତି ଯେ ଓସିଏରେ ଆଜିଠାରୁ ନୂଆ ଯୁଗ ଆରମ୍ଭ ହେଲା l ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ପ୍ରଣବ ପ୍ରକାଶ ଦାସ ଓସିଏ ମଙ୍ଗ ଧରିଛନ୍ତି l ତେଣୁ ଓଡ଼ିଶାରେ ବାରବାଟୀ ଆହୁରି ଚମକିବ l

ସମ୍ ଅଲ୍ଟିମେଟ୍‌ରେ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଗଲା ବୃହତ ଟ୍ୟୁମର…

() ଏକ ନବଜାତ ଶିଶୁର ପେଟରୁ ଅସ୍ତ୍ରୋପଚାର ଜରିଆରେ ଏକ ବଡ଼ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ । ଏ ନେଇ ସମ୍ମମ୍ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।

ଶିଶୁ କନ୍ୟାଟିର ପେଟଟି ଫୁଲିଥିବାର ଦେଖି ତା’ର ପିତାମାତା ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେଇଥିଲେ । ଜନ୍ମ ସମୟରେ ଶିଶୁଟିର ଓଜନ ଅଢ଼େଇ କେଜି ଥିବା ବେଳେ ଜନ୍ମ ହେବାର ଦ୍ୱିତୀୟ ଦିନରୁ ହିଁ ସ୍ତନ୍ୟପାନ କରିବାରେ ସମସ୍ୟା ଉପୁଜିଥିଲା ବୋଲି କହିଛନ୍ତି ହସ୍ପିଟାଲ୍‌ର ଶିଶୁରୋଗ ଏବଂ ନିଓନାଟୋଲଜି ବିଭାଗର ସିନିୟର୍ କନ୍‌ସଲଟାଂଟ ଡାକ୍ତର ପ୍ରଦୀପ କୁମାର ଦେ । ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ପରେ ଶିଶୁର ପେଟରେ ଏକ ବଡ଼ ଅପରିପକ୍ୱ ଟ୍ୟୁମର (ଇମ୍ୟାଚ୍ୟୁର ଟେରାଟୋମା) ଥିବାର ଜଣାପଡ଼ିଥିଲା । ତେଣୁ ଅସ୍ତ୍ରୋପଚାର ଜରିଆରେ ଟେରାଟୋମାଟିକୁ ବାହାର କରାଯିବା ନିଷ୍ପତି ନିଆଯାଇଥିଲା ବୋଲି ଡାକ୍ତର ଦେ କହିଛନ୍ତି । ଏହି ଟେରାଟୋମା ହେଉଛି କୋଷିକାଗୁଡ଼ିକୁ ନେଇ ଗଠିତ ଏକ ଟ୍ୟୁମର ଯାହାକି ଯେଉଁଠାରେ ସୃଷ୍ଟି ହୋଇଥିଲା ସାଧାରଣତଃ ସେଠାରେ ଦେଖା ଯାଇନଥାଏ ।

ପେଡିଆଟ୍ରିକ୍ ସର୍ଜନ ପ୍ରଫେସର (ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିବା ବେଳେ ତାଙ୍କୁ ଅଙ୍କୋ ସର୍ଜନ ଡାକ୍ତର ସୁଦାମ ଷଢ଼ଙ୍ଗୀ ସହାୟତା କରିଥିଲେ । ସେହିପରି ଆନେସ୍‌ଥେସିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଦୀପଙ୍କର ପଢ଼ିଆରୀଙ୍କ ସମେତ ଆନେସ୍‌ଥେସିଓଲଜି ବିଭାଗର ସିନିୟର୍ କନସଲଟାଂଟ ଡାକ୍ତର ସ୍ୱରୁପା ଦେବୀପ୍ରଦା, ଡାକ୍ତର ପ୍ରଶାନ୍ତ କୁମାର ବେହେରା ଓ ଡାକ୍ତର ସୋନମ ପଣ୍ଡା ଓ ଟିମ୍ ଏହି ଅସ୍ତ୍ରୋପଚାରରେ ସାମିଲ ଥିଲେ ।

ପ୍ରଫେସର ପ୍ରଧାନ କହିଛନ୍ତି ଯେ ଶିଶୁର ପେଟର ପ୍ରମୁଖ ଶିରାପ୍ରଶିରା ସହିତ ଏହି ଟ୍ୟୁମରଟି ଅତିମାତ୍ରାରେ ଜଡ଼ିତ ଥିବାରୁ ଏହି ସର୍ଜରଟି ଖୁବ୍ ଜଟିଳ ଥିଲା । ତେଣୁ ଖୁବ୍ ଯତ୍ନର ସହିତ ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି । ଅସ୍ତ୍ରୋପଚାର ପରେ ଶିଶୁଟିକୁ ଭେଂଟିଲେଟରରେ ରଖାଯାଇଥିଲା ଏବଂ ତା’ର ଚିକିତ୍ସା ଡାକ୍ତର ଦେ ଓ ଜୁନିୟର କନ୍‌ସଲଟାଂଟ ଡାକ୍ତର ଅଜୟ କୁମାର ଗାହାଣ କରିଥିଲେ ।

ଡାକ୍ତର ଗାହାଣ କହିଛନ୍ତି ଶିଶୁଟିର ସ୍ୱାସ୍ଥ୍ୟରେ ବର୍ତମାନ ଅନେକ ଉନ୍ନତି ଘଟିଛି ଏବଂ ସ୍ତନ୍ୟପାନ କରିବାରେ ସକ୍ଷମ ହେଲାଣି । ଏହି ଅସ୍ତ୍ରେପଚାର ହସ୍ପିଟାଲ୍‌ର ଅଭିଜ୍ଞ ସର୍ଜନ୍‌, ଡାକ୍ତର, ନର୍ସିଂ ଷ୍ଟାଫ୍ ଏବଂ ଉତମ ନିଓନାଟାଲ୍ ଇନ୍‌ଟେନ୍‌ସିଭ କେୟାର ୟୁନିଟ୍ (ଏନ୍‌ଆଇସିୟୁ) ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ରୀତା, ଅଳକା ପରେ ଅବନ୍ତୀ …..

() ବିଜେଡ଼ି ଏକ ରାଜନୈତିକ ଦଳ ନୁହେଁ , ଏକ ଆନ୍ଦୋଳନ । ସାଢେ ଚାରିକୋଟି ଓଡ଼ିଆଙ୍କ ବିଶ୍ବାସ ଓ ଭରସାର ଦଳ ବିଜେଡ଼ି । ୨୫ ବର୍ଷ ଧରି ପୂରା ଓଡ଼ିଶାକୁ ନିଜର ପରିବାର ଭାବି ସେବା କରି ଆସୁଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପ୍ରକ୍ରିୟା ଜାରି ରଖିଛନ୍ତି ନବୀନ । ନବୀନଙ୍କ ଏହି ନୂଆ ଓଡ଼ିଶା ଗଠନର ମୁଖ୍ୟ ସିପାହୀ ସାଜିଛନ୍ତି ମହିଳାମାନେ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସବୁବେଳେ ଆଗଭର । ଯେଉଁଥି

ପାଇଁ ନବୀନ ସାଜିଛନ୍ତି ଶ୍ରେଷ୍ଠ ପ୍ରଶାସକ, ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତୀକରଣ କେବଳ କଥାରେ ନୁହେଁ , ବରଂ କାମରେ କରି ଦେଖାଇଛନ୍ତି ନବୀନ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ବାବଲମ୍ବୀ କରି ସାରା ଦେଶ ପାଇଁ ସାଜିଛନ୍ତି ଉଦାହରଣ । ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାମାନଙ୍କୁ ବହୁତ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢେଇ ଜାରି କରିଛନ୍ତି । ୩୩ ପ୍ରତିଶତ ମହିଳା ସଂରକ୍ଷଣ କରିବା ପାଇଁ ଲଢେଇ ଜାରି ରଖିଛନ୍ତି । ଓଡ଼ିଶାରେ ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ଗୁରୁତ୍ବ ଦେଇଛନ୍ତି ନବୀନ । ପଂଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରି ଉଦାହରଣ ସାଜିଛନ୍ତି । ଫଳରେ ୯୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୌରାଧ୍ୟକ୍ଷର ନେତୃତ୍ବ ମହିଳା ନେଉଛନ୍ତି । ସେହିପରି ଉଭୟ ଲୋକସଭା ଓ ରାଜ୍ୟସଭାରେ ଓଡ଼ିଶାର ମହିଳା ସାଂସଦଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବଢି ଚାଲିଛି । ଏସବୁ କଥା ପ୍ରମାଣିତ କରିଛି ନବୀନ ମାଆମାନଙ୍କୁ ଆଗକୁ ନେବାରେ କେତେ ଚିନ୍ତିତ।

ଏବେ ଧାମନଗର ଉପ ନିର୍ବାଚନ । ନଭେମ୍ବର ୩ ତାରିଖରେ ହେବ ଭୋଟ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଜୋରଦାର କସରତ କରୁଛନ୍ତି । ଧାମନଗରରେ ପ୍ରଚାର ମଧ୍ୟ ଜମୁଛି । ହେଲେ ଧାମନଗର ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡ଼ି ପ୍ରାର୍ଥୀ ଘୋଷଣା ପୂରା ଓଡ଼ିଶାକୁ ହଲଚଲ କରିଥିଲା । ନବୀନଙ୍କ ନିଷ୍ପତ୍ତି କେବଳ ଶାସକ ବିଜେଡ଼ି କି ଧାମନଗରବାସୀଙ୍କୁ ନୁହେଁ, ବରଂ ପୂରା ଓଡ଼ିଶାକୁ ଚକିତ କରିଦେଲା । ରେସରେ ଥିବା ବହୁ ନେତା ବାଦ ଦେଇ ନବୀନ ଜଣେ ମିଶନ ଶକ୍ତି ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଲେ । ନବୀନଙ୍କ ଏ ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ମହିଳାଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିବା ଲାଗି ନବୀନ ନେଇଥିବା ସଂକଳ୍ପ ଯେ ଗୋଟେ ପ୍ରକ୍ରିୟା ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣା । ୨୦୧୯ରେ ପରେ ୬ଟି ନିର୍ବାଚନ ହୋଇଛି । ଏଥୁରୁ ୫ଟି ଉପ ନିର୍ବାଚନ ଓ ପାଟକୁରା ନିର୍ବାଚନ । ଏହି ୫ଟି ନିର୍ବାଚନ ମଧ୍ୟରୁ ୩ଟି ମହିଳା ପ୍ରାର୍ଥୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ମତଦାତାମାନେ ଗ୍ରହଣ କରି ବଡ଼ ବିଜୟ କରାଇଛନ୍ତି । ବିଜେପୁରରେ ବିଧାୟିକା ପ୍ରାର୍ଥୀ ରୀତା ସାହୁ ବଡ଼ ବ୍ୟବଧାନରେ ପ୍ରଥମେ ୪୩ ହଜାରୁ ଅଧିକ ଭୋଟ ଓ ପରେ ୧ ଲକ୍ଷରୁ ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ । ଭୋଟ ପ୍ରତିଶତ ହାର ୭୪ .୬୭ ପ୍ରତିଶତ ରହିଥିଲା । ସେହିପରି ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡ଼ି ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ଅଳକା ମହାନ୍ତି ମଧ୍ୟ ରେକର୍ଡ଼ ସଂଖ୍ୟକ ଭୋଟରେ ଜିତିବା ସହ ୬୧.୮୫ ପ୍ରତିଶତ ଭୋଟ ହାତେଇଥିଲେ । ସେହିପରି ପାଟକୁରା ଉପ ନିର୍ବାଚନରେ ସାବିତ୍ରୀ ଅଗ୍ରଓ୍ବାଲ ମଧ୍ୟ ବଡ଼ ବିଜୟ ବ୍ୟବଧାନରେ ବିଜୟ କରିଥିଲେ । ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଥିଲା ବିଜେଡ଼ିର ।

ଉପ ନିର୍ବାଚନ ମହିଳା ପ୍ରାର୍ଥୀଙ୍କୁ ଭୋଟର ବେଶ୍ ଗ୍ରହଣ କରିଛନ୍ତି । କାରଣ ମା ହିଁ ସେବାର ପ୍ରତୀକ । ପୁଣି ଥରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରି ଧାମନଗର ନିର୍ବାଚନମଣ୍ଡଳୀବାସୀଙ୍କ ସେବା କରିବାର ଦାୟିତ୍ବ ଦେଇଛନ୍ତି ନବୀନ । ଆସନ୍ତା ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ରୀତା ସାହୁ, ଅଳକା ମହାନ୍ତିଙ୍କ ପରି ଅବନ୍ତୀ ଦାସଙ୍କୁ ବଡ଼ ବ୍ୟବଧାନରେ ବିଜୟୀ କରିବା ପାଇଁ ଧାମନଗରବାସୀଙ୍କ ଅନୁରୋଧ କରିବେ । ଟ୍ରାକ ରେକର୍ଡ଼ ଓ ଧାମନଗର ଉପ ନିର୍ବାଚନ ପ୍ରଚାରକୁ ସମୀକ୍ଷା କଲେ ଅବନ୍ତୀ ଦାସଙ୍କୁ ଧାମନଗରବାସୀଙ୍କ ବଡ଼ ଆଶୀର୍ବାଦ ମିଳିବ, ଏଥିରେ ସନ୍ଦେହ ନାହିଁ ।

ଯାଜପୁର ଗଳି କନ୍ଦିରେ ପୂଜା ପାଉଛନ୍ତି ମା କାଳୀ….

() ଯାଜପୁରର ଗଣପର୍ବ କାଳୀପୂଜା ପାଇଁ ଉତ୍ସବ ମୁଖର ହୋଇଛି ଯାଜପୁର ସହର। ଦୁଇ ବର୍ଷ କରୋନା କଟକଣା ପାଇଁ ପୂଜାକୁ ସଂକୁଚିତ କରାଯାଇଥିବା ବେଳେ ଚଳିତ ବର୍ଷ ବେଶ୍ ଧୁମଧାମରେ ପାଳିତ ହେବାକୁ ଯାଉଛି ଗଣପର୍ବ ମା’ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ପୂଜା । ତେବେ ସହରରେ ନିଶା କାରବାର ଓ ଚୋରି ରୋକିବାକୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ସମଗ୍ର ରାଜ୍ୟରେ ଯାଜପୁରର ଶ୍ୟାମାକାଳୀ ପୂଜାର ସ୍ୱତନ୍ତ୍ରତା ରହିଛି । ଏହି ପୂଜାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଦର୍ଶକ ଯାଜପୁର ସହରକୁ ଛୁଟି ଆସିଥାନ୍ତି । ସହରର କାଳୀପୂଜା ଦେଖିବା ପାଇଁ ଏହାର ପଡୋଶୀ ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାର ଲୋକ ବୁଲିବାକୁ ଆସିଥାନ୍ତି। ବିଭିନ୍ନ ମଣ୍ଡପରେ ଆଜି ଠାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣ ପୂଜା ଅତ୍ୟନ୍ତ ଆକର୍ଷଣୀୟ ହୋଇପଡିଛି । ସହରର ପୂଜା ମଣ୍ଡପରେ ସୁଦୃଶ୍ୟ ତୋରଣ ମୂର୍ତିମାନ ବେଶ ଆକର୍ଷଣୀୟ ହୋଇଛି ।ପାଖାପାଖି ୫୦ଟି ମଣ୍ଡପରେ ମା’ ଶ୍ୟାମାକାଳୀ ଓ ଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଇବେ । ୧୧ଟି ମଣ୍ଡପରେ ଚାନ୍ଦିମେଢ଼ ପ୍ରସ୍ତୁତ କରାଯାଇଥିବା ବେଳେ ଏପରିକି କେତେକ ମଣ୍ଡପରେ ଗୋଲଡେନ ମେଢ଼ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ଠାରୁ ବହୁ ପୂଜା ମଣ୍ଡପ ପକ୍ଷରୁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ୨/୩ ତାରିଖ ପର୍ଯ୍ୟନ୍ତ ଦୈନିକ ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିବ। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୦ ପ୍ଲାଟୁନ ଫୋର୍ସ ମୁତାୟନ କରାଯିବ । ପୁଲିସ ପ୍ରଶାସନ ପକ୍ଷରୁ ପୂଜା ଓ ଭସାଣିକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ଯାଜପୁର ଆରକ୍ଷୀ ଅଧିକ୍ଷକ ରାହୁଲ ପିଆରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ୧୭ଜଣ ସବ୍‌ଇନ୍ସପେକ୍ଟର, ୫୮ଜଣ ଏଏସଆଇ, ୧୭ ହାବିଲଦାର, ୧୧୩ କନେଷ୍ଟବଳ ଓ ୧୮୬ ହୋମଗାର୍ଡ଼ ଦାୟିତ୍ୱରେ ରହିଛନ୍ତି । ତେବେ ପୂଜା ସମୟରେ ନିଶା ଗ୍ରସ୍ତ ଲୋକଙ୍କୁ କାବୁ କରିବା ପାଇଁ ଟାଉନ ପୁଲିସ ପକ୍ଷରୁ ମଦୁଆ ଧରା ଗାଡିର ବ୍ୟବସ୍ଥା କରାଯାଇଛି। ‌ସେହିପରି ପୂଜାର ଭିଡରେ ପକେଟ ମାରୁର ଭୟ ରହିଥିବାରୁ ସମସ୍ତ ଲୋକେ ଏଥିପ୍ରତି ସତର୍କ ରହିବାକୁ ଟାଉନ ଥାନା ପକ୍ଷରୁ ନିବେଦନ କରାଯାଇଛି। ତେବେ ଆଜି ଠାରୁ ପୂର୍ବ ଘୋଷଣା ଅନୁସାରେ ସହରରେ ଟ୍ରାଫିକ କଟକଣାକୁ ଜାରି କରାଯାଇଛି।

କଂଗ୍ରେସରେ ମିଶିଲେ ଡଃ ଷ୍ଟାଲିନ ମିଶ୍ର…

() ଆଇଟି ପ୍ରଫେସନାଲ ତଥା ଯୁବନେତା ଡଃ ଷ୍ଟାଲିନ ମିଶ୍ର ଆଜି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ୨୪,ଆକବର ରୋଡରେ ଓଡିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲାକୁମାରଙ୍କ ଅନୁମୋଦନ କ୍ରମେ ତାଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ କଂଗ୍ରେସ ରେ ସାମିଲ ହୋଇଛନ୍ତି।  ଡଃ ଷ୍ଟାଲିନ ମିଶ୍ର ଆଇଟି କ୍ଷେତ୍ରରେ ଜଣେ ଅଭିଜ୍ଞ କାର୍ଯ୍ୟନିର୍ବାହୀ ଅଧିକାରୀ।ସେ ଡାଟା ଆନାଲିଟିକ୍ସ ରେ ପି ଏଚ ଡି ଲାଭ କରିଛନ୍ତି।ସେ ମଧ୍ୟ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଉପସଭାପତି ଥିଲେ।ସେ ଆସ୍ଥା ଫାଉଣ୍ଡେସନ ନାମକ ଏକ ବେସରକାରୀ ସଂସ୍ଥା ଗଢି ତାର ଅଧ୍ୟକ୍ଷ ରହିଛନ୍ତି ଓ ଏହି ସଂସ୍ଥା ଶିକ୍ଷା ବିକାଶ,ଯୁବ ସଶକ୍ତିକରଣ ତଥା ଆନ୍ତର୍ଜାତୀୟ ସମ୍ପର୍କ ସୁଧୁଢ଼ିକାରଣ କ୍ଷେତ୍ରରେ ନିରବିଛିନ୍ନ ଭାବେ କାର୍ଯ୍ୟରତ ଅଛି।ଯୁବାବସ୍ଥାରୁ ରାଜନୀତି ପ୍ରତି ଆକୃଷ୍ଠ ହୋଇ ଆଜି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି।  ଅଧୁନା ଡଃ ମିଶ୍ର ଜଣେ ରାଜନୈତିକ ବିଶ୍ଲେଷକ ଭାବେ ଗଣମାଧ୍ୟମରେ ବିଭିନ୍ନ ତର୍କ ବିତର୍କରେ ଭାଗ ନେବା ସହ ଖବରକାଗଜରେ ସ୍ତମ୍ଭ ଲେଖିବାରେ ରୁଚି ରଖିଛନ୍ତି।

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଡଃ ଚେଲ୍କାକୁମାର ତାଙ୍କୁ ପୁଷ୍ପଗୁଛ ଓ ଉତରିୟ ଦେଇ କଂଗ୍ରେସ କୁ ସ୍ୱାଗତ କରିବା ସହ କଂଗ୍ରେସ ରେ ଗ୍ରହଣ କରିଛନ୍ତି।ଡ଼ଃ ଚେଲ୍ଲାକୁମାର,ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ,ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା,ପିସିସି ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖ ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଡଃ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଡଃ ମିଶ୍ର କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ,ଶ୍ରୀମତୀ ସୋନିଆ ଗାନ୍ଧି ଓ ଶ୍ରୀ ରାହୁଲ ଗାନ୍ଧି ଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସରେ ସାମିଲ ହୋଇଛନ୍ତି ଓ ସର୍ତ୍ତହୀନ ଭାବେ କଂଗ୍ରେସ ପାଇଁ ସାଧ୍ୟମତେ ଦାଇତ୍ଵନିର୍ବାହ କରିବେ ବୋଲି ପ୍ରତିକ୍ରିୟାରେ ଜଣାଇଛନ୍ତି।

ଧାମନଗର ଉପନିର୍ବାଚନ; ନିୟୋଜିତ ହେଲେ 2 କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ…

() ଧାମନଗର ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ନଭେମ୍ବର 1 ତାରିଖରେ ପ୍ରଚାର ଶେଷ ହେବା ସହ 3 ରେ ନିର୍ବାଚନ ଓ 6 ରେ ଫଳାଫଳ ଘୋଷଣା ହେବ । ଏହା ସହ ନିର୍ବାଚନକୁ ନିରପେକ୍ଷ ଭାବେ ଶେଷ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନି । ଏହା ସହ 2 ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିବା ସିଇଓ ସୂଚନା ଦେଇଛନ୍ତି ।

ସିଇଓଙ୍କ ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ 1108 ପୋଲିଂ ପର୍ସନ ନିୟୋଜିତ ହେବେ । ସେମାନଙ୍କର 2 ରାଉଣ୍ଡ ଟ୍ରେନିଂ ଶେଷ ହୋଇଛି । ନିୟୋଜିତ ପୋଲିଂ ପର୍ସନ ଚୟନରେ 2 ଟି ଦିଗ ଉପରେ ଧ୍ୟାନ ଦିଆଯାଇଛି । ସେମାନେ ଧାମନଗରର ଭୋଟର ହୋଇନଥିବେ କିମ୍ବା ତାଙ୍କର ପୈତୃକ ଘର ସେଠାରେ ହୋଇନଥିବ । ଅନ୍ୟଟି ହେଲା ଉକ୍ତ ଅଞ୍ଚଳରେ ତାଙ୍କର ପୋଷ୍ଟିଂ ହୋଇଥିବ । ଫଳରେ ନିରପେକ୍ଷ ନିର୍ବାଚନ ହୋଇପାରିବ । ସେହିପରି ନିୟୋଜିତ ପୋଲିସ ଅଧିକାରୀଙ୍କ କ୍ଷେତ୍ରରେ ସମାନ ନିୟମ ଲାଗୁ ହୋଇଛି ବୋଲି ସିଇଓ ସୂଚନା ଦେଇଛନ୍ତି ।

ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ, 2 ଜଣ ସେଣ୍ଟ୍ରାଲ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ଜଣେ ସାଧାରଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ଜଣେ ଖର୍ଚ୍ଚ ପର୍ଯ୍ୟବେକ୍ଷକ । ଉଭୟ ପର୍ଯ୍ୟବେକ୍ଷକଙ୍କ ଫୋନ ନମ୍ବର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସର୍ବ ସାଧାରଣ କରାଯାଇଛି । ଯେକୌଣସି ଅଭିଯୋଗ ନେଇ ସେମାନଙ୍କ ସହ ସିଧାସଳଖ ଦୃଷ୍ଟି ଆକର୍ଷଣ କରାଯାଇପାରିବ । ସାଧାରଣ ପର୍ଯ୍ୟବେକ୍ଷକ ହେଉଛନ୍ତି ନିରଞ୍ଜନ କୁମାର । ସେ ପଶ୍ଚିମବଙ୍ଗ କ୍ୟାଡ଼ର ଆଇଏଏସ ଅଫିସର । ତାଙ୍କ ଫୋନ ନମ୍ବର ହେଉଛି 7854826509 । ଖର୍ଚ୍ଚ ପର୍ଯ୍ୟବେକ୍ଷକ ହେଉଛନ୍ତି ପ୍ରଣେସ ଗୁପ୍ତା । ସେ ହେଉଛନ୍ତି ଜଣେ ଆଇଆରଏସ ଅଧିକାରୀ । ତାଙ୍କ ଫୋନ ନମ୍ବର ହେଉଛି 8260745626 । ଉଭୟ ନିର୍ବାଚନ ପ୍ରକ୍ରିୟାର ସମୀକ୍ଷା କରୁଛନ୍ତି । ନିର୍ବାଚନ ପ୍ରକ୍ରିୟା, ସରକାରୀ ଅଧିକାରୀଙ୍କ ବ୍ୟବହାର, ଆଦର୍ଶ ଆଚରଣ ବିଧି ଉଲଂଘନ ବାବଦରେ ଯାହାର କୌଣସି ଅଭିଯୋଗ ଥିବ ସିଧାସଳଖ ସେମାନଙ୍କ ସହ ଯୋଗାଯୋଗ କରିବାକୁ ସିଇଓ ପରାମର୍ଶ ଦେଇଛନ୍ତି ।

ଧାମନଗରରେ ଥିବା 106 ସମ୍ବେଦନଶୀଳ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏଠାରେ ୱେବ କାଷ୍ଟଙ୍ଗ ଛଡା ମାଇକ୍ରୋ ଅବଜର୍ଭର ନିୟୋଜିତ ହେବେ । ଏମାନଙ୍କୁ ସାଧାରଣ ପର୍ଯ୍ୟବେକ୍ଷକ ନିଜେ ନିୟୋଜିତ କରିବେ । ଶୃଙ୍ଖଳିତ ନିର୍ବାଚନକୁ ଦୃଷ୍ଟିରେ ରଖି 641 ଟି ଅନୁମତି ପ୍ରାପ୍ତ ମାରଣାସ୍ତ୍ର ବିଭିନ୍ନ ପୋଲିସ ଷ୍ଟେସନରେ ଡିପୋଜିଟ ହୋଇଛି । 1909 ଜଣ ଲୋକଙ୍କୁ 107 ଓ 116 ଧାରାରେ ଗିରଫ ହୋଇଛନ୍ତି । 172 ନନ୍ ବେଲେବୁଲ ୱାରେଣ୍ଟଙ୍କୁ ଗିରଫ କରାଯାଇଛି । 15 ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଛି ।

ସୁଶୀଲ କୁମାର ଲୋହାନି, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

3ଦିନିଆ ଓଡିଶା ଗସ୍ତରେ ଆସିଲେ ଆସିଆନା ପ୍ରତିନିଧି ଦଳ….

() ଆସୋସିଏସନ ଅଫ ସାଉଥ ଇଷ୍ଟ ଏସିଆନ ନେସନ ବା ଆସିଆନା ଏକ ପ୍ରତିନିଧି ଦଳ 3ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏଥିରେ ଆସିଆନର 10 ଦେଶର ରାଷ୍ଟ୍ରଦୂତ ସାମିଲ ଅଛନ୍ତି। 2 ଦିନ ଓଡ଼ିଶାରେ ରହିବେ। ସରକାରୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ଦେଖିବେ। ଡେରାସରେ ସି ଫୁଡ଼ ପ୍ରୋସେସିଙ୍ଗ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବୁଲି ଦେଖିବେ। କୋଣାର୍କ,ପୁରୀ,ରାଜାରାଣୀ ଭଳି ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନେକ ରାଷ୍ଟ୍ରର ରାଷ୍ଟ୍ରଦୂତ ଆଲୋଚନା କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ଏବେ ସେମାନେ ଓଡିଶା ଗସ୍ତରେ ଆସିଛନ୍ତି।ଏହି ପ୍ରତିନିଧି ଦଳରେମି ଆଁମାର,ସିଙ୍ଗାପୁର,ଥାଇଲାଣ୍ଡ,ଫିଲିଫାଇନ୍ସ,ଇଣ୍ଡୋନେସିଆ,ମାଲେସିୟା ଆଦିର ଦେଶର ରାଷ୍ଟ୍ରଦୂତ ଅଛନ୍ତି।

 

Follow us

20,832FansLike
0FollowersFollow
14,700SubscribersSubscribe

Latest news