ପଦ୍ମପୁର ର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି କହିଲେ :ଦେବୀ ମିଶ୍ର…

() ପଦ୍ମପୁର ବିଜୟ ୨୦୨୪ ନିର୍ବାଚନ ଉପରେ ପ୍ରଭାବ ପକାଇବ। ଏବେବି ନବୀନଙ୍କ ଭାବମୂର୍ତ୍ତି ବଳବତ୍ତର ରହିଛି। ନବୀନଙ୍କ ଯୋଗୁଁ ଭୋଟ ପ୍ରତିଶତ ବଢୁଛି। ଲୋକଙ୍କ ଉପରେ ନବୀନଙ୍କ ପ୍ରଭାବ ରହିଛି। ସବୁ ନିର୍ବାଚନ ସମୟରେ ସ୍ଥାନୀୟ ନେତାଙ୍କୁ ଦଳ ଗୁରୁତ୍ବ ଦେଉଛି। ଗାଁ ଗହଳିରେ ବିଜେଡ଼ିର ପହଞ୍ଚ ରହିଛି। ମହିଳାଙ୍କ ସଦାବେଳେ ବିଜେଡି ଗୁରୁତ୍ବ ଦେଇଛି। ବର୍ଷାଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ଷେପ କୁ ନିନ୍ଦା କଲେ ଦେବୀ ମିଶ୍ର। ମୁଖ୍ୟମନ୍ତ୍ରୀ ଏଭଳି ଆକ୍ଷେପ କୁ ନିନ୍ଦା କରିଥିବା ବେଳେ ଏହା ଗ୍ରହଣୀୟ ନୁହେଁ। ସାମାଜିକ ଚଳନି ଓ ସଂସ୍କୃତିର ପରିପନ୍ଥୀ। ବିଜେଡି ଲୋକଙ୍କ ବିଶ୍ୱାସ ଭାଜନ ଥିବା ଦଳ। ପ୍ରଥମ ପସନ୍ଦ ଦଳ। ଯେଉଁ ଅଞ୍ଚଳର

ବିଜେଡି ଅର୍ଥବଳରେ ନିର୍ବାଚନ ଲଢ଼ୁଛି ଅଭିଯୋଗରେ ଦେବୀ ମିଶ୍ର କହିଛନ୍ତି ଗୁଜୁରାଟ କିପରି ଲଢ଼ୁଥିଲା ବିଜେପି। କେତେ ଟଙ୍କା ଖର୍ଚ୍ଚ କରିଛି ବୋଲି ପ୍ରଶ୍ନ କଲେ ଦେବୀ ମିଶ୍ର ।

କଂଗ୍ରେସ ଭୋଟ ବିଜେଡି ଆଡ଼କୁ ଗଲା ବୋଲି ପ୍ରଶ୍ନରେ କହିଛନ୍ତି ଏହା ଅବାନ୍ତର ଯୁକ୍ତି। ଗୁଜୁରାଟରେ ଭୋଟ କୁଆଡେ ଗଲାସାଧାରଣ ଭୋଟ ସ୍ଵିଂଗ ହୋଇଛି। ଅବନ୍ତର ଯୁକ୍ତି କଲେ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାତ୍ସଲ୍ୟ।

 

ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ…

() ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ,

କ୍ଷମତା ବିକେନ୍ଦ୍ରିକରଣ ପାଇଁ ପ୍ରସ୍ତାବ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ।

{}  କଟକ ଓ ଭୁବନେଶ୍ୱରରେ ଭୁସଂପତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ଭାବେ ସରକାରଙ୍କ ଠାରୁ ମିଳିଥିବା ଲିଜ୍-ହୋଲ୍ଡ୍ ଜମିର ଫ୍ରି-ହୋଲ୍ଡ୍ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

ଏଥିପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜମିର ମାଲିକାନା ହସ୍ତାନ୍ତର ସମ୍ବନ୍ଧିତ ବିଭିନ୍ନ ଦିଗ ଏବଂ ପ୍ରଚଳିତ ନିୟମାବଳୀକୁ ବିଚାର କରି ଏହି କ୍ଷମତା ଉନ୍ନୟନ କର୍ତ୍ତୁପକ୍ଷ ଏବଂ ରାଜ୍ୟ ହାଉସିଂ ବୋର୍ଡଙ୍କୁ ବିକେନ୍ଦ୍ରୀକରଣ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଏହା ହେଲେ ଅଣ-ବ୍ୟବସାୟିକ ଘରୋଇ ବାସଗୃହ ନିମନ୍ତେ ଜମି ଲିଜ୍ଧାରୀ ବ୍ୟକ୍ତିମାନେ ସହଜ ଓ ସୁବିଧାରେ ଫ୍ରି-ହୋଲଡ୍କୁ ପରିବର୍ତ୍ତନ ସେବା ପାଇ ପାରିବେ । ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ବିକେନ୍ଦ୍ରୀକରଣ ଓ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ଶ୍ରୀ ମହାପାତ୍ର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏକ ସପ୍ତାହ ମଧ୍ୟରେ ଏହି ପ୍ରସ୍ତାବ ସରକାରଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବା ପାଇଁ କୁହାଯାଇଥିଲା।

ବୈଠକରେ ଚନ୍ଦ୍ରମା ହାଇସିଂ କମ୍ପଲେକ୍ସରେ ଘର ପାଇଥିବା ଲୋକଙ୍କ ସହ ଚୁକ୍ତିପତ୍ର ବିଷୟ ସମ୍ବନ୍ଧିତ ସମସ୍ୟାର ସବିଶେଷ ଆଲୋଚନା ହୋଇଥିଲା । ସମସ୍ୟାର ବିଭିନ୍ନ ଦିଗକୁ ବିଚାରକରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସେସବୁର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରିଥିଲେ, ଏବଂ ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ବି.ଡ଼ି.ଏ.ଙ୍କୁ ୩୭ ଟି ହାଉସିଂ ସ୍କିମ୍ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡଙ୍କୁ ୪୪ ଟି ହାଉସିଂ ସ୍କିମ୍ ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୧୦୫ ଏକର ଜମି ଲିଜ୍ ଦିଆଯାଇଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ନଗର ଓ ଉନ୍ନୟନ ବିଭାଗ ମାଧ୍ୟମରେ ମଧ୍ୟ ସି.ଡ଼ି.ଏ.ଙ୍କୁ ହାଉସିଂ ସ୍କିମ୍ ନିମନ୍ତେ ସରକାରୀ ଜମି ଲିଜ୍ ଦିଆଯାଇଛି । ଉନ୍ନୟନ କର୍ତ୍ତୁପକ୍ଷଙ୍କୁ ଏହି କ୍ଷମତା ବିକେନ୍ଦ୍ରୀକରଣ ହେଲେ ବର୍ତ୍ତମାନ ପ୍ରାୟ ୫୦ ହଜାର ପରିବାର ଉପକୃତ ହେବେ ।

ଏହାଛଡା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରୁ ସିଧାସଳଖ ଅଣବ୍ୟବସାୟିକ ଘରୋଇ ବାସଗୃହ ପାଇଁ ଜମି ଲିଜ୍ ନେଇଥିବା ଲୋକମାନଙ୍କ ପାଇଁ ମଧ୍ୟ ଫ୍ରି-ହୋଲଡ୍ ବ୍ୟବସ୍ଥା ଚାଲୁ ରହିଛି । ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜଲବ୍ଧ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପଦମପୁରରେ ଐତିହାସିକ ବିଜୟ ହାସଲ କଲା ବିଜେଡି; ଧନ୍ୟବାଦ ଜଣାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀ …

() ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ 

ପଦମପୁରର ପ୍ରିୟ ଭାଇ ଓ ଭଉଣୀମାନେ,

{} ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦମପୁରବାସୀଙ୍କ ବିଜୟ । ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ systematically ଓ ନିଷ୍ଠାର ସହ କାମ କରିଛନ୍ତି। ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ।

କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍‌ସନରେ ଯାଇ ନ ଥିଲେ, ବିଭିନ୍ନ ବାଇ-ଇଲେକ୍‌ସନରେ ବି ଯାଇ ନ ଥିଲେ, ଏ ପଦମପୁର ଇଲେକ୍‌ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା ।ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡିଶାର ସବୁ ମହିଳା ମାନଙ୍କ ପାଇଁ ଦୁଃଖର କଥା ।

ରାଜନୀତିରେ ହାରିବା ଓ ଜିତିବା, ଇଲେକସ୍‌ନ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ।ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି । ବାପା ହରାଇଥିବା ବର୍ଷା ସାଙ୍କରେ ଠିଆ ହେବି ।

ମୁଁ ବିରୋଧୀ ଦଳକୁ – ରାଜ୍ୟର ବିଜେପି ନେତୃମଣ୍ଡଳୀ ଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ ।ଆଜି ନୁହେଁ……ସଦା ବେଳେ ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା – କେନ୍ଦ୍ର ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀମାନେ, ଓଡିଶାବାସୀଙ୍କୁ, ପଦମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ । ସେ ଆବାସ ଯୋଜନା ହେଉ, ବା କେନ୍ଦୁପତ୍ରର ଜିଏସଟି ହେଉ, ବା ଫସଲ ବୀମାର ବିଳମ୍ବ ହେଉ, ଏମଏସପି ପ୍ରସଙ୍ଗ ହେଉ, ବା ରେଲ କନେକ୍ଟଭିଟି ହେଉ, … This is extremely unfortunate. ଏହା ଠିକ୍‌ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଓଡିଶାର ଉନ୍ନତି ପାଇଁ କାମ କରିବା ।ଆଜି ମୁଁ ପଦମପୁରବାସୀଙ୍କ ପାଖରେ ଋଣୀ । ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ।ଆଉ ଥରେ ସମସ୍ତଙ୍କୁ ଜୁହାର। ମୁଁ ବହୁତ ଶୀଘ୍ର ପଦମପୁରକୁ ଆସିବି। ଆପଣମାନଙ୍କର ଆଶୀର୍ବାଦ ନେବି ।

 

 

ପୂର୍ବତନ ଛାତ୍ର ତଥା ଦମନ୍ ଚଳଚ୍ଚିତ୍ରର ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା….

() ବର୍ତମାନ ଚଳଚ୍ଚିତ୍ର ଜଗତରେ ଚହଳ ପକାଇଥିବା ଓଡ଼ିଆ ଚଳଚ୍ଚିତ୍ର “ଦମନ୍‌”ର ସହଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ର ଦୀପନ୍ୱିତ ଦାଶମହାପାତ୍ରଙ୍କୁ ସାମାଜିକ ବାର୍ତା ପ୍ରଦାନ କରୁଥିବା ଏହି ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିଯାଇଛି ।

ଓଡ଼ିଶାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ସହିତ ଅନ୍ଧବିଶ୍ୱାସକୁ ଦୂର କରିବା ଦିଗରେ ଜଣେ ଡାକ୍ତର ଏବଂ ତାଙ୍କର ସହଯୋଗୀ ଫାର୍ମାସିଷ୍ଟଙ୍କ ଆପ୍ରାଣ ଉଦ୍ୟମ ଓ ନିରବଚ୍ଛିନ୍ନ୍ ସଂଘର୍ଷର କାହାଣୀକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ଅଭିନେତା ବାବୁସାନ୍ ମହାନ୍ତି ଡାକ୍ତର ଭୂମିକାରେ ଅଭିନୟ କରିଥିବା ଏହି ଚଳଚ୍ଚିତ୍ରକୁ ରାଜ୍ୟ ସରକାର ଟିକସମୁକ୍ତ କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ଫାର୍ମାସିଷ୍ଟ ଭୂମିକାରେ ଅଭିନୟ କରିଥିବା ଦୀପନ୍ୱିତ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ଛାତ୍ର ଓ୨୦୧୭ ମସିହାରେ ସେ ପାସ କରିଛନ୍ତି । କଲେଜ ଦିନରୁ ହିଁ ସେ ଅଭିନୟ କ୍ଷେତ୍ରରେ ରୁଚି ରଖିଥିଲେ ଏବଂ ଆଇଟିଇଆର୍‌ର ଡ୍ରାମାଟିକ୍ କ୍ଲବ୍ ଟନେଲ୍‌ଷ୍ଟକ ଏବଂ ଉତର ପୁରୁଷ ଥିଏଟର ଗ୍ରୁପ୍ ସମେତ ବିଭିନ୍ନ ପ୍ରତିଷ୍ଠିତ ଥିଏଟର ଗ୍ରୁପ୍ ସହିତ ସେ ସମ୍ପୃକ୍ତ । ସେ ଭୁବନେଶ୍ୱରସ୍ଥିତ ଜୀବନରେଖା ଥିଏଟର ଗ୍ରୁପ୍‌ର ମଧ୍ୟ ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି ।

ଦମନ୍ ଚଳଚ୍ଚିତ୍ରରେ ବାବୁସାନ୍‌ଙ୍କ ସହ ଫାର୍ମାସିଷ୍ଟ ଭାବେ ତାଙ୍କର ଭୂମିକାକୁ ନେଇ ଦୀପନ୍ୱିତ ପ୍ରଶଂସିତ ହୋଇଛନ୍ତି । ତାଙ୍କର ଚଳଚ୍ଚିତ୍ର “ପ୍ରତୀକ୍ଷା” ଆଇଏଫ୍‌ଏଫ୍‌ଆଇ – ୨୦୨୨ ର ଇଣ୍ଡିଆନ୍ ପାନୋରାମା ସେକ୍ସନ୍‌ରେ ସ୍କ୍ରିନିଂ ନିମନ୍ତେ ମନୋନୀତ ହୋଇଥିବା ବେଳେ ୱାଶିଂଟନ ଡିସି ସ୍ଥିତ ସାଉଥ ଏସିଆ ଫିଲ୍ମ ଫେଷ୍ଟିଭାଲ୍ -୨୦୨୨ ରେ ବେଷ୍ଟ ଷ୍ଟୋରୀ ଫିଚର୍ ଫିଲ୍ମ ଆୱାର୍ଡ ପାଇଛି ।

ଏହି ଅବସରରେ ଦୀପନ୍ୱିତ ନିଜର ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାରୁ ଏହା ତାଙ୍କ ନିମନ୍ତେ ଏକ ବିଶେଷ ମୂହୁର୍ତ ବୋଲି କହିଥିଲେ ଏବଂ ତାଙ୍କର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ଉତ୍ସାହିତ କରିଥିବାରୁ କୃତଜ୍ଞତା ଜଣାଇଥିଲେ । “ଆଇଟିଇଆର୍‌ରେ ନାମ ଲେଖାଇବା ପୂର୍ବରୁ ମୋତେ ଅଭିନୟ ବିଷୟରେ କିଛି ଜଣା ନଥିଲା । ଟନିଲଷ୍ଟକରେ ଯୋଗ ଦେବା ପରେ ଅଭିନୟ ଶିଖି ପାରିଲି” ବୋଲି ସେ କହିଥିଲେ । ଦମନ ଚଳଚ୍ଚିତ୍ରରେ ତାଙ୍କର ନିଖୁଣ ଅଭିନୟ ନିମନ୍ତେ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଦୀପନ୍ୱିତଙ୍କୁ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ତାଙ୍କର ଉତୋରତର ଉନ୍ନତି କାମନା କରିଥିଲେ ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ, ଆସୋସିଏଟ୍ ଡିନ୍ ପ୍ରଫେସର ଧିରେନ୍ଦ୍ରନାଥ ଥାଟୋଇ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଆଇଟିଇଆର୍ ୱାର୍ଡେନ୍ ପ୍ରଫେସର ରଞ୍ଜନ କୁମାର ମଲ୍ଲିକ୍ ଏବଂ ଆସୋସିଏଟ୍ ପ୍ରଫେସର ଡଃ ସତୀଶ ସାମଲ୍ ଉପସ୍ଥିତ ଥିଲେ ।

ଉଦ୍ୟୋଗୀ ହେବେ ମହିଳା…

() ମେକ୍ ଇନ୍ ଓଡିଶା ମହିଳା ଉଦ୍ୟୋଗୀ ଅଧିବେଶନ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।

ମିଶନ ଶକ୍ତି ଜିଲ୍ଲା ଫେଡେରେସନ ପାଇଁ ଏକ କୋଟି ଟଙ୍କା ର ରିଭଲ୍ଭିଂ ପାଣ୍ଠି ବ୍ଲକ ଫେଡେରେସନକୁ ପଚାଶ ଲକ୍ଷ ପାଣ୍ଠି।

ପଞ୍ଚାୟତ ସ୍ତରରେ ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ଓ ଅଫିସ ଘର ସବୁ ଜିଲ୍ଲା ରେ  ହେବ  ଛୋଟ  ଶିଳ୍ପ  ପାର୍କ।

{} ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ କହିଥିଲେ ଯେ 2001 ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ ସଶକ୍ତ ମା ମାନଙ୍କର ଏକ ମହାଶକ୍ତି ହୋଇଛି ।

ମୋ ସରକାର ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ୍ ନୁହେଁ, .it is a non negotiable code. ଏହା ଏକ ପବିତ୍ର ଦାୟିତ୍ଵ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋର ଦୃଢ ବିଶ୍ବାସ, ମା ମାନଙ୍କୁ ସଶକ୍ତ ନ କରି, କୌଣସି ପରିବାର, କୌଣସି ସାମାଜ, କୌଣସି ରାଜ୍ୟ ବା କୌଣସି ଦେଶ ଆଗକୁ ବଢ଼ି ପାରିବ ନାହିଁ।

ଓଡ଼ିଶାରେ ଆମର ଛଅ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠି କାମ କରୁଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ SHG ମାନଙ୍କୁ SME ରେ ରୂପାନ୍ତର କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। We are prepared to run the extra mile to make this happen. ଏଥିପାଇଁ ଆମେ ସବୁ କିଛି କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ମିଶନ ଶକ୍ତି ମା ମାନଙ୍କୁ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦ୍ଵାରା ଓଡିଶାର ଲକ୍ଷ ଲକ୍ଷ ମା ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାର କାମ, ମା ମାନଙ୍କୁ ଦେବା ପାଇଁ ଓଡିଶା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ଓ ଏହାଦ୍ଵାରା ପ୍ରାୟ ଏକ ଲକ୍ଷ SHG ଉପକାର ପାଉଛନ୍ତି।

ମିଶନ ଶକ୍ତି ଫେଡେରେସନ ମାନଙ୍କୁ ଆହୁରି ମଜବୁତ କରିବା ଓ ସେମାନଙ୍କୁ ସକ୍ରିୟ ଆର୍ଥିକ କେନ୍ଦ୍ର (vibrant financial hub) ରେ ପରିଣତ କରିବା ଆମର ଲକ୍ଷ୍ୟ ବୋଲି ଉଲ୍ଲେଖ କରି ପ୍ରତି ଜିଲ୍ଲା ଫେଡେରେସନ କୁ ଏକ କୋଟି ଟଙ୍କାର ରିଭଲ୍ଭିଂ ପାଣ୍ଠି, ପ୍ରତି ବ୍ଲକ ସ୍ତରରେ ଫେଡେରେସନକୁ ପଚାଶ ଲକ୍ଷ ଟଙ୍କାର ରିଭଲ୍ଭିଂ ପାଣ୍ଠି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ସେହିପରି ପଞ୍ଚାୟତ ସ୍ତରରେ ଥିବା ଫେଡେରେସନ ପାଇଁ ମାର୍କେଟ କମପ୍ଲେକ୍ସ ସହ ସ୍ଵତନ୍ତ୍ର ଅଫିସ ଘର ମଧ୍ଯ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟ କୁ ସାକାର କରିବା ପାଇଁ ତିରିଶ ଯାକ ଜିଲ୍ଲାରେ ମାଇକ୍ରୋ, ମିନି ଶିଳ୍ପ ପାର୍କ କରାଯିବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡିଶାର ରୂପାନ୍ତରଣରେ ମା ମାନଙ୍କର ବଡ ଭୂମିକା ରହିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ମା ମାନଙ୍କର ସାମଗ୍ରିକ ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଏକ କଫି ଟେବୁଲ ବୁକ, Mission Shakti – Scaling Up ଉନ୍ମୋଚନ କରିଥିଲେ ଏବଂ କଟକ ମା ତାରେଣୀ ଏସଏଚଜିର କବିତା ସାହୁ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜିର ପ୍ରେମା ଦାସ ଓ ନୂଆପଡା ବନଦୁର୍ଗା ଏସଏଚଜିର ଗାୟତ୍ରୀ ସୁନାଇଙ୍କୁ ସମ୍ମାନିତ କରିଥିଲେ ।ସେହିପରି ଏସଏଚଜି ମାନଙ୍କୁ ରୁଣ ଦେବା ରେ ଭଲ କାମ କରିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କକୁ ସମ୍ବର୍ଦ୍ଧିତ କରିଥିଲେ ।କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ତାଙ୍କ ଉଦବୋଧନରେ ମା ମାନଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ମିଶନ ଶକ୍ତି ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ସ୍ଵାଗତ ଭାଷଣ ଦେଇଥିଲେ । ବିଭାଗୀୟ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

“ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’…

{} “ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ସମ୍ମିଳନୀରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ଉଦ୍‌ବୋଧନ।

() ଭାରତୀୟ ପରମ୍ପରାକୁ ଅସ୍ତ୍ର କରି ବାୟୁ ପ୍ରଦୁଷଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯୁବ ସମାଜକୁ ଆହ୍ୱାନ।ଭାରତରର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୁଷଣର ମୁକାବିଲା କରିବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର ଆହ୍ୱାନ ଦେଇଛନ୍ତି ।

“ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି” ଶୀର୍ଷକ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ୩ ଦିନିଆ ଜାତୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଶ୍ରୀ ଚୌବେ କହିଥିଲେ ଯେ ଏହି ସମସ୍ୟାର ମୁକାବିଲା ପାଇଁ ଜୀବନକୁ ବଜାୟ ରଖି ସମୃଦ୍ଧ କରିବାରେ ପଂଚମହାଭୂତ ବା ୫ଟି ମୌଳିକ ଉପାଦାନର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ଭାରତର ପ୍ରାଚୀନ ସଭ୍ୟତା ଜ୍ଞାନର ଶୀଖର ଛୁଇଁଥିଲା ଏବଂ ସେତେବେଳେ ମନୁଷ୍ୟ ପୃଥିବୀ ଓ ପରିବେଶ ସହିତ ଖାପ ଖୁଆଇ ଚଳିପାରୁଥିଲା । ଏବେ ସେହି ଜ୍ଞାନର ଗୁରୁତ୍ୱକୁ ପୁଣି ଥରେ ଆବିଷ୍କାର କରି ଏହାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଶ୍ରୀ ଚୌବେ ସମ୍ମିଳନୀର ବୈଷୟିକ ଅଧିବେଶନଗୁଡ଼ିକରେ ବାୟୁର ଗୁଣବତା ରକ୍ଷା କରିବା ନିମନ୍ତେ ଆଲୋଚିତ ପ୍ରସଙ୍ଗଗୁଡ଼ିକୁ ନେଇ ସନ୍ତୋଷ ପ୍ରକଟ କରିବା ସହ ଶିଳ୍ପ ଜନିତ ବାୟୁ ପ୍ରଦୁଷଣ ଓ ଜଳବାୟୁ ପରିବର୍ତନ ଫଳରେ କୃଷି ଉପରେ ଏହାର ନକାରାତ୍ମକ ପ୍ରଭାବ ବିଷୟରେ ମତ ରଖିଥିଲେ ।

ସେ କହିଥିଲେ ଯେ ବାୟୁ ପ୍ରଦୁଷଣକୁ ମୁକାବିଲା କରିବା ନିମନ୍ତେ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ମଧ୍ୟରେ ନ୍ୟାସ୍‌ନାଲ୍ କ୍ଲିନ୍ ଏୟାର ପ୍ରୋଗ୍ରାମ ଅନ୍ୟତମ । ଏହି ସମ୍ମିଳନୀ ଏହି ସମସ୍ତ ଉଦ୍ୟମକୁ ଅଧିକ ପ୍ରଭାବୀ କରିବା ନିମନ୍ତେ ଆଲୋଚନା ମାଧ୍ୟମରେ ପଦକ୍ଷେପ ନେଇଛି । ପରିବେଶକୁ ଗୁରତ୍ୱର ସହ ସୁରକ୍ଷା ପ୍ରଦାନ କରିବା ବ୍ୟତୀତ ଆମର ସଂସ୍କୃତିକୁ ମଧ୍ୟ ସମ୍ମାନ ଦେବା ଆବଶ୍ୟକ ।

ଶ୍ରୀ ଚୌବେ କହିଥିଲେ ଯେ ଦେଶର ଯୁବ ସମାଜ ନିମନ୍ତେ ଦେଶର ଭବିଷ୍ୟତକୁ ଗଢ଼ି ତୋଳିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପ୍ରକାର ସମ୍ମିଳନୀ ସରକାରଙ୍କ ଉଦ୍ୟମକୁ ବଳିଷ୍ଠ କରିବା ସହ ଯୁବ ସମାଜକୁ ଏହି ପ୍ରସଙ୍ଗରେ ନିଜର ମତ ରଖିବା ନିମନ୍ତେ ଏକ ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଥିଲେ ।

ନବୀନଙ୍କ ନିଶାନାରେ କେନ୍ଦ୍ର: କହିଲେ ମୁଁ କଥା ନୁହେଁ, ମୁଁ କାମରେ ବିଶ୍ଵାସ କରେ,, ଗରିବଙ୍କ ପାଇଁ ଲଢ଼ୁଛି ଆଉ ଲଢ଼ିବି….

() କେନ୍ଦ୍ର ସରକାରଙ୍କ ଟାର୍ଗେଟ କଲେ ନବୀନ। କଥା ନୁହେଁ, ମୁଁ କାମରେ ବିଶ୍ଵାସ କରେ l ଉଦାହରଣ ଦେଇ ନବୀନ କହିଛନ୍ତି ଯେ କେନ୍ଦୁପତ୍ରରେ ପ୍ରଥମ ପର୍ଯ୍ୟାୟରେ 1000 ଓ ଦ୍ୱିତୀୟ ପର୍ଯ୍ୟାୟରେ 1500 ଟଙ୍କା ବନସ ଦିଆଯିବ । କିନ୍ତୁ କେନ୍ଦ୍ର ସରକାର କେନ୍ଦୁପତ୍ରରେ 18 ପ୍ରତିଶତ ଜିଏସଟି ଲାଗେଇଛନ୍ତି। ଯେଉଁଠି ସୁନାରେ ମାତ୍ର 3 ପ୍ରତିଶତ ଜିଏସଟି ଲାଗୁଛି। ହେଲେ କେନ୍ଦୁପତ୍ରରେ କାହିଁକି 18 ପ୍ରତିଶତ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା । ମୁଁ ଆପଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼ିବି। ବିଜେପି ନେତାମାନେ ଏ ଅନ୍ୟାୟ ଉପରେ ମୁଁହ ଖୋଲିବେ ନାହିଁ। କେନ୍ଦ୍ର ସରକାର ଫସଲ ବୀମାରେ 50 ପ୍ରତିଶତ ଅର୍ଥାତ 630 କୋଟି ପ୍ରିମୀୟମ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଏହା 18 ମାସ ପଡିରହିଥିଲା । ବିଜେପି ପ୍ରାର୍ଥୀଙ୍କୁ ନୋମିନେସନ ବନ୍ଦ କରିବାର 48 ଘଂଟା ପରେ ନିଦ ଭାଙ୍ଗିଲା। ଏବେ ବି ବହୁତ ଲୋକଙ୍କ ବୀମା ରାଶି ପଡି ରହିଛି। ଏଥିପାଇଁ ମୁଁ କେନ୍ଦ୍ର ସରକାରଙ୍କ ସହ ଲଢେ଼ଇ କରିବି। msp ଦୁଇ ଗୁଣ କରିବାକୁ କହିଥିଲେ । ହେଲେ କଲେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି l ଏଫସିଆଇ ଧାନ କିଣା ଓ ସାରା ଦେବାରେ ଅବହେଳା କରିଚାଲିଛି । ଏମିତି କି ଋଣ ଦେବାରେ ମଧ୍ୟ ଅବହେଳା । ବିଜେପି ନେତା ମାନେ ରାଜନୈତିକ ଆକ୍ରୋଶ ରଖି ଲୋକଙ୍କୁ ଘର ପାଇବାରୁ ବଞ୍ଚିତ ରଖିଛନ୍ତି। ଏଯାଏଁ 10 ଲକ୍ଷ ଲୋକ ଘର ପାଇଁ ନାହାନ୍ତି। ସେମାନେ ଘର ଦେବା ବନ୍ଦ କଲେ ଆମେ ନିଜ ଆଡୁ ଘର ଦେବୁ। ଏସଟି ଲିଷ୍ଟରୁ ବି ମଧ୍ୟ ଅନେକ ନାଁକୁ ବାଦ ଦିଆଯାଇଛି। ବିଜେପି ନେତା ପଚାରୁଛନ୍ତି ବିଜେପୁର ପାଇଁ ମୁଁ କଣ କରିଛି । ବିଜେପୁର ପାଇ ବହୁତ କିଛି କରାଯାଇଛି । ପଦ୍ମପୁରବାସୀଙ୍କ ପାଇଁ ମଧ୍ୟ ସବୁ କିଛି କରାଯିବ। ପ୍ରତେକ ପଂଚାୟତ ପାଇଁ 1 କୋଟି ଦିଆଯିବ। ବିଜେପି ଲୋକ ବିଜେଡି ପ୍ରାଥୀଙ୍କୁ ସୋସିଆଲ ମିଡ଼ିଆରେ ଅପମାନ କରୁଛନ୍ତି। ତାକୁ ମୁଁ ନିନ୍ଦା କରିଛି। ବିଜେପିର ଟ୍ରେନ ପଦ୍ମପୁରରେ କେଉଁ କେଉଁ ଗାଁ ଦେଇ ଯିବ ତାର ଉତ୍ତର ଦିଅନ୍ତି। ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ କହିବେ କି କେଉଁ ଗାଁ ଦେଇ ଟ୍ରେନ ଯିବ ଓ କେଉଁଠି ଷ୍ଟେସନ ଓ ବ୍ରିଜ ହେବ। କେଉଁ ଗାଁରେ କେତେ ଜମି ଯିବ ସର୍ଭେ କରିଛନ୍ତି । ଡ଼ିପିଆର କରିଛନ୍ତି କି । ପଦ୍ମପୁର ବାସୀଙ୍କୁ କାହିଁକି ମିଛ କହୁଛି ବିଜେପି ବୋଲି ମୁଖ୍ୟମନ୍ତ୍ରୀ।

 

ଶୀତ କାଳୀନ ଅଧିବେଶନର ଷଷ୍ଠ ଦିନ: ସରଗରମ ହେବ ଗୃହ…

() ଶୀତ କାଳୀନ ଅଧିବେଶନରେ ଶୁକ୍ରବାର ଗୃହରେ ବ୍ୟୟ ମଞ୍ଜୁର ବିଲ ପାରିତ କରାଯିବ । ସେହିପରି ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ , ବୟନ ଶିଳ୍ପ , ହସ୍ତତନ୍ତ ଓ ହସ୍ତଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ଶୁକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ, ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନକାଳ ରହିଛି। ସେହିପରି ସିଏଜି ରିପୋର୍ଟ ସହ ବିଭିନ୍ନ ବିଭାଗର ପେପର ଗୃହରେ ଉପସ୍ଥାପନ କରାଯିବ । ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ଚାଷୀ ପ୍ରସଙ୍ଗ ମଧ୍ୟ ଗୃହରେ ଉଠିପାରେ।

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

() ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।

ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ କରାଯିବ।

{} ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା କରିଛନ୍ତି । ଆକାଶବାଣୀ ସହିତ ଉଭୟ ମଞ୍ଚ ଓ ଚଳଚ୍ଚିତ୍ର ରେ ବିଭିନ୍ନ ଭୂମିକାରେ ତାଙ୍କର ପ୍ରଭାବଶାଳୀ ଅଭିନୟ ତାଙ୍କୁ ବିପୁଳ ଲୋକପ୍ରିୟତା ଆଣି ଦେଇଥିଲା ।ଝରଣା ଦାସ ଙ୍କ ସ୍ଵର ଓ ଚମତ୍କାର ଅଭିନୟ ତାଙ୍କୁ ଳଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ଅଜସ୍ର ସୁନାମ ଦେଇଥିଲା ।ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ ,ଜଗତ ରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି ।ସ୍ଵର୍ଗତଃ ଝରଣା ଦାସ ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ବିଧାନସଭାରେ ଭିନ୍ନ ଭିନ୍ନ ପ୍ରଶ୍ନରେ ଉତ୍ତର ରଖିଲେ: ମନ୍ତ୍ରୀ ପ୍ରମିଳା ମଲ୍ଲିକ…

() 2020ରୁ 2022 ମଧ୍ୟରେ ଓଡିଶାରେ କୋଭିଡ -19ରେ 20 ହଜାର ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାସହ ବନ୍ୟା, ବାତ୍ୟା, ମରୁଡି ଓ ପ୍ରବଳ ବର୍ଷା ଯୋଗୁଁ ବିଗତ 10 ବର୍ଷ ଭିତରେ 227 ଜଣଙ୍କର ଜୀବନ ଯାଇଛି । 2018ରେ ହୋଇଥିବା ବାତ୍ୟା ତିତିଲିରେ ସର୍ବାଧିକ 72 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2019ରେ ହୋଇଥିବା ବାତ୍ୟା ଫନିରେ 64, 2013ରେ ଫାଇଲିନରେ 22 ଜଣ ଏବଂ 2020 ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ 38 ଜଣଙ୍କର ଜୀବନ ଯାଇଛି । ବାତ୍ୟା ଆମ୍ଫାନ, ବୁଲବୁଲ, ଗୁଲାବ, ଜୱାଦରେ କୌଣସି ଜୀବନ ହାନୀ ଘଟିନାହିଁ । 2012ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ 40 ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । 2012 ଓ 2016 ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ ।ଫାଇଲିନ ବାତ୍ୟରେ ସର୍ବାଧିକ 14 ହଜାର 373 କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ 9 ହଜାର 336 କୋଟିର କ୍ଷୟକ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ 6 ହଜାର 300 କୋଟି ଟଙ୍କାର ସହାୟତା ମିଳିଛି । ତେବେ ଗତ 5 ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି, ମାଟି ଅତଡା ଖସିବା ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି, ବନ୍ୟାରେ ଭାସିଯିବା ଯୋଗୁଁ 14 ହଜାର 407ଜଣଙ୍କ ଜୀବନ ଯାଇଛି । ବିଧାନସଭାରେ ଭିନ୍ନ ଭିନ୍ନ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news