() ଆସନ୍ତା 21 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । 24 ତାରିଖରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 21 ରୁ 2 ମାର୍ଚ୍ଚ ଯାଏ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ରୁ ଏପ୍ରିଲ 6 ଯାଏଁ ଚାଲିବ । ମାର୍ଚ୍ଚ 31ରେ ବ୍ୟୟ ମଞ୍ଜୁରୀ ବିଲ ଉପସ୍ଥାପିତ ହେବ। ମୋଟ 27 ଦିନ ରହିଛି।
ବିଶ୍ବବିଦ୍ୟାଳୟ ରେ ପରିଣତ ହେଲା;ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ…
() ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ରେ ପରିଣତ ହେଲା ।
{} ଜୟପୁରର ପ୍ରସିଦ୍ଧ ଉଚ୍ଚଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ମାନଙ୍କର ବହୁ ଦିନର ଦାବୀ ଆଜି ପୂରଣ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।
ବିକ୍ରମ ଦେବ ମହାବିଦ୍ୟାଳୟ ଅବିଭକ୍ତ କୋରାପୁଟ ଜିଲ୍ଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଏହି ମହାବିଦ୍ୟାଳୟରେ ଏବେ ୧୬ଟି Post Graduate programme, 17ଟି Under Graduate programme, ସହିତ BBA, BCA, ଓ B.ED ପାଠ୍ୟକ୍ରମ ଜାରି ରହିଛି ।
ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି।ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ ,ରାୟଗଡା ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।ଦକ୍ଷିଣ ଓଡିଶା ରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ milestone ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି…
() ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ପରେ ପ୍ରତିକ୍ରିୟା ରଖି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ଶଶୀ ଭୂଷଣ ବେହେରା କେନ୍ଦ୍ରକୁ କରିଛନ୍ତି ସମାଲୋଚନା । କହିଛନ୍ତି ବଜେଟ କେବଳ କାନକୁ ଭଲ ଶୁଭୁଚି କିନ୍ତୁ ବାସ୍ତବରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଚଳିତ ବଜେଟର ବ୍ୟୟ ଅଟକଳ ରେ ବିଭିନ୍ନ ବିଭାଗକୁ ଗୁରୁତ୍ୱ ଦିଆଯାଇ ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୂର୍ବ ବର୍ଷ ତୁଳନାରେ କମିଛି । ଦେଶର ସାମଗ୍ରିକ ଓ ସମବିକାଶ କରିବା ପାଇଁ ବଜେଟ ରେ କିଛି ଯୋଜନା କରାଯାଇ ନାହିଁ । ଓଡିଶା କୁ ମିଳିଲା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତା ଠୁ ଅଧିକ ହେଉଛି ଓଡିଶା ସବୁବେଳେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସିଛି । ରେଳବାଇ କ୍ଷେତ୍ରରେ କିଛି ବର୍ଷ ହେବ ଅର୍ଥରଶୀ ବଢି ଥିଲେ ବି ଓଡିଶାରୁ କେନ୍ଦ୍ର ସରକାର ଯେତିକି ଆୟ କରୁଛନ୍ତି ସେହି ଅନୁଯାୟୀ ଟଙ୍କା ମିଳୁ ନାହିଁ । ସେହିପରି ଆୟୁଷ୍ମାନ ଯୋଜନା କୁ ନେଇ ଯେତିକି ପ୍ରଚାର କରାଯାଉଛି ସେହି ଅନୁଯାୟୀ ତାଙ୍କ ବ୍ୟୟ ବରାଦ ହୋଇ ନାହିଁ । ଆଉ ଯେତିକି ଟଙ୍କା ବ୍ୟୟ ବରାଦ ହୋଇଛି ଓଡିଶା ସେତିକି ଟଙ୍କା ବର୍ଷ କୁ bsky ରେ ଖର୍ଚ୍ଚ କରୁଥିବା କହିଛନ୍ତି ଶଶୀ ବେହେରା । ଏହା ସହ ନରେଗାରେ ବି ଟଙ୍କା କମିଛି । ଏଥିରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଭଙ୍ଗୀ ପ୍ରମାଣିତ ହେଉଛି ବୋଲି କହିଛନ୍ତି ଶଶୀ ବେହେରା।
ନବ ଦାସ ଙ୍କ ହତ୍ୟାକାଣ୍ଡ ଘଟଣା କୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା।
ନବ ଦାସ ଙ୍କ ପରିବାର ଆଖିରୁ ଲୁହ ଶୁଖି ନାହିଁ । ତାଙ୍କ ମୃତ୍ୟୁ କୁ ନେଇ ଅନୁସନ୍ଧାନ ଚାଲିଛି । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଦ୍ୱାରା ଅନୁସନ୍ଧାନ କରୁଛନ୍ତି । ଜୁଡିସ୍ୟାରି ତଦନ୍ତ ପାଇଁ ବ୍ୟବସ୍ଥା ବି ହୋଇଛି । ଏଇ ସମୟ ରେ ଘଟଣା କୁ ନେଇ ଏପରି ରାଜନୀତି କରଣ କରିବା ଉଚିତ ନୁହେଁ ।
ବିପଦର ବନ୍ଧୁ ପ୍ରଣବ …..
()ପ୍ରଣବ ପ୍ରକାଶ ଦାସ (ବବି ) । ଓଡ଼ିଶା ରାଜନୀତିର ଯେଉଁ କେତେଜଣ ଚର୍ଚ୍ଚିତ ରାଜନେତା ଅଛନ୍ତି ସେମାନଙ୍କ ଭିତରୁ ପ୍ରଣବ ଜଣେ ଚର୍ଚ୍ଚିତ ରାଜନେତା । ନିଜର ସାଂଗଠନିକ ଦକ୍ଷତା , ପରିଶ୍ରମ ଓ ଲୋକଙ୍କ ନେତାଭାବେ ସେ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ସଭିଁଙ୍କ ସୁଖରେ ନଥିଲେ ମଧ୍ୟ ଦୁଃଖର ସେ ହେଉଛନ୍ତି ବଡ଼ ସାଥି । କାରଣ ସେ ବିପଦର ବନ୍ଧୁ । ସେ ରାଜନେତା ହୁଅନ୍ତୁ ଅବା ସାଧାରଣ ଲୋକ , ଯିଏ ବିପଦରେ ପଡ଼ିଛି, ପ୍ରଣବ ସଙ୍ଗେସଙ୍ଗେ ସେଠାରେ ଉଭା ହୁଅନ୍ତି । ୨୦୦୯ ବିଧାୟକ ହେବା ବା ରାଜନୀତିକୁ ପ୍ରବେଶ ପୂର୍ବରୁ ସେ ତାଙ୍କ ପିତାଙ୍କୁ ହରାଇଥିଲେ । ଓଡ଼ିଶାର ସାଲିସ ବିହୀନ ସମ୍ରାଟ ଭାବେ ପରିଚିତ ସ୍ବର୍ଗତ ଅଶୋକ ଦାସଙ୍କ ବଡ଼ ପୁଅ ହେଉଛନ୍ତି ପ୍ରଣବ । ବାପା ଯିବା ପରେ ପରିବାରରେ କଣ ଘଟେ ତାହା ଭଲଭାବରେ ଅନ୍ତରର ସହ ବୁଝିଛନ୍ତି ପ୍ରଣବ । ସେହି ଅନୁସାରେ ନିକଟରେ ଘଟିଥିବା କେତେକ ଘଟଣା ଚକ୍ରକୁ ସମୀକ୍ଷା କଲେ ତାହା ସ୍ପଷ୍ଟ ବାରି ହୋଇପଡ଼େ ପ୍ରଣବ କିପରି ବିପଦର ବନ୍ଧୁ ।
କରୋନା ମହାମାରୀ ସମୟରେ ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥିଙ୍କ ଅକାଳରେ ଦେହାନ୍ତ ହୋଇଗଲା । ପ୍ରଦୀପ ମହାରଥିଙ୍କ ପରିବାରଙ୍କ ଏହି ଦୁଃଖ ସମୟରେ ପ୍ରଣବ ପହଞ୍ଚି ଶୋକସନ୍ତପ୍ତ କରି ପରିବାର ଲୋକଙ୍କ ମନବଳ ବୃଦ୍ଧି କରିଥିଲେ । ପ୍ରଦୀପ ମହାରଥିଙ୍କ ଦେହାନ୍ତ ପରେ ପରିବାର ଲୋକ ଯେମିତି କୌଣସି କ୍ଷେତ୍ରରେ ନିଜକୁ ଅସହାୟ ମନେ ନକରିବେ ସେନେଇ ପ୍ରଣବ ପରିବାର ଲୋକଙ୍କ ସାନ୍ତନା ଦେଇଥିଲେ । ସେତେବେଳେ ସମୟରେ ପ୍ରଣବ ପ୍ରଦୀପ ମହାରଥୀଙ୍କ ଝିଅ ମୁଣ୍ଡରେ ହାତ ଥାପୁଡ଼େଇଥିବାରୁ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଅନେକ ଏହି ଫୋଟୋକୁ ନେଇ ରାଜନୀତିର ରଙ୍ଗ ଦେଇଥିଲେ । କିଏ କିଏ କହିଥିଲେ ଯେ ପ୍ରଦୀପଙ୍କ ପରେ ତାଙ୍କ ଝିଅ ତାଙ୍କର ଉତ୍ତରାଧୀକାରୀ ହେବେ । ହେଲେ ପରବର୍ତ୍ତୀ ସମୟରେ ରାଜ୍ୟବାସୀ ସବୁ ବୁଝି ଯାଇଥିଲେ ଯେ ରାଜନୀତି ନୁହେଁ, ପରିବାର ର ସମସ୍ୟା ପରି ବିପଦ ସମୟରେ ପ୍ରଣବ ତାଙ୍କ ଦାୟିତ୍ବ ନେଇଥିଲେ ।
ଏବେ ପଶ୍ଚିମ ଓଡ଼ିଶା ରାଜନୀତିର ବଡ଼ ଚେହେରା ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅସ୍ବଭାବିକ ମୃତ୍ୟୁପରେ ପ୍ରଣବ କିପରି ବିପଦର ବନ୍ଧୁ ହୋଇ ଛିଡ଼ାହୋଇଛନ୍ତି ତାହା ପୁଣିଥରେ ସାମ୍ନାକୁ ଆସିଛି । ଆପୋଲ ହସ୍ପିଟାଲ ଠାରୁ ଆରମ୍ଭ କରି ନବ ଦାସ ପଞ୍ଚଭୂତରେ ଲୀନ ହେବା ଯାଏ ସବୁବେଳେ ନବଙ୍କ ପରିବାର ସହ ଛିଡ଼ାହୋଇଛନ୍ତି ପ୍ରଣବ । ଆଉ ନିଜର ସହଯୋଗୀ ଓ ଦଳର ବରିଷ୍ଠ ନେତାଙ୍କ ପରିବାର ପ୍ରତି ତାଙ୍କର କର୍ତ୍ତବ୍ୟ ମଧ୍ୟ ସେ ତୁଲାଇଛନ୍ତି । ଇତି ମଧ୍ୟରେ ନବ ଦାସଙ୍କ ମୃତ୍ୟୁକୁ ୩ ଦିନ ବିତିଯାଇଛି । ଝାରସୁଗୁଡ଼ାରୁ ରାଜଧାନୀ ଯାଏ ଖେଳିଯାଇଛି ଶୋକର ଛାୟା । ନବ ଦାସଙ୍କ ଅକାଳ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ । ନବଙ୍କ ପୁଅ ଓ ଝିଅଙ୍କ ଏହି ବିପଦ ସମୟରେ ମନବଳକୁ ଶକ୍ତିଶାଳୀ କରି ସାହସ ଦେଇଛନ୍ତି ପ୍ରଣବ । ବ୍ୟକ୍ତିଗତ ପରିବାର ଏହି ବଡ଼ ଦୁଃଖ ସମୟରେ ସାଥି ହୋଇ ଛିଡ଼ା ହୋଇଛନ୍ତି ସେ । ନବ ଦାସଙ୍କ ପୁଅ ଓ ଝିଅଙ୍କ ସହ ପ୍ରଣବ ଏହି ଫୋଟୋ ଅନେକ ବାର୍ତ୍ତା ଦେଉଛି ।
ସମ୍ବଲପୁର ର ଜିଏମ କଲେଜରେ ଛାତ୍ର ଜୀବନ ଆରମ୍ଭ କରିଥିଲେ ସ୍ବର୍ଗତ ଅଶୋକ ଦାସ । ଆଉ ସେହି ଜିଏମ କଲେଜରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନେତା ନବ ଦାସ । ଅବଶ୍ୟ ନବ ଦାସ ସମ୍ବଲପୁର ନୁହଁ , ଝାରସୁଗୁଡ଼ାରା ତାଙ୍କର ରାଜନୈତିକ କର୍ମକ୍ଷେତ୍ର କରିଥିଲେ । ହେଲ ସମ୍ବଲପୁର ରାଜନୀତିରେ ତାଙ୍କର ଦବଦବା କିଛି କମ ନୁହେଁ । ଛାଡ଼ନ୍ତୁ ସେ କଥା । କେବଳ ଶାସକ ଦଳ ନେତା ନୁହେଁ, ବିରୋଧି ଦଳର ସମସ୍ତଙ୍କ କ୍ଷେତ୍ରରେ ସମାନ ମନଭାବ ରହିଛି ପ୍ରଣବଙ୍କର । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ତଥା କଂଗ୍ରେସ ଯୁବନେତା ବାପି ଜେନାଙ୍କ ଅକଳା ବିୟୋଗରେ ସ୍କୃତି ସଭାରେ ପ୍ରଣବଙ୍କ ଉପସ୍ଥିତି ବି ଅନେକ ବାର୍ତ୍ତା ଦେଇଥିଲା ଆଜିର ଯୁବପୀଢୀଙ୍କୁ । ସମ୍ପର୍କ ଆଗରେ ରାଜନୀତି ଓ କ୍ଷମତା ତୁଚ୍ଛ ତାହା ବାରମ୍ବାର ପ୍ରଣବ ତାଙ୍କର କାର୍ଯ୍ୟରୁ ସ୍ପଷ୍ଟ ପ୍ରମାଣିତ କରିଛନ୍ତି । କାରଣ ରାଜନୀତି କ୍ଷମତା ଦଖଲ କି ପ୍ରଭାବଶାଳୀ ହେବା ପାଇଁ ନୁହେଁ, ରାଜନୀତି ଜନସେବା ପାଇଁ ଉଦ୍ଧିଷ୍ଟ ତାହା ସେ ଭଲଭାବେ ବୁଝିଛନ୍ତି । ଯେଉଁଥି ପାଇଁ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କ ଅତି ବିଶ୍ବସ୍ତ ହୋଇପାରିଛନ୍ତି ।
ଭାରତ ଯୋଡ଼ – ଓଡ଼ିଶା ପରିବର୍ତନ ଯାତ୍ରା ଆଜି ସମାପନ ହେଲା…
() ଅକ୍ଟୋବର ମାସ ୩୧ ତାରିଖ ୨୦୨୨ ମସିହାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ପରିବର୍ତନ ଯାତ୍ରା ସାରା ଓଡ଼ିଶାର ପାଖାପାଖି ୨୦୦୦ କି.ମି.ରୁ ଅଧିକ ଅତିକ୍ରାନ୍ତ କରି ଆଜି ଭୁବନେଶ୍ୱର ଶିଶୁ ଭବନ ଛକ ଠାରେ ସଂନ୍ଧ୍ୟା ୫.୩୦ ଘଟିକା ସମୟରେ ପହଂଚିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସ ଏବଂ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃବର୍ଗଙ୍କୁ ସ୍ୱାଗତ କରିବା ସହିତ ଭାରତ ଯୋଡ଼- ଓଡ଼ିଶା ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମର୍ଦ୍ଧନା କରିଥିଲେ । ସହ ସହ କଂଗ୍ରେସ କର୍ମୀ ଏବଂ ନେତୃବର୍ଗ ଭୁବନେଶ୍ୱର ଶିଶୁ ଭବନ ଛକ ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଭାରତ ଯୋଡ଼ – ଓଡ଼ିଶା ଯାତ୍ରୀଙ୍କ ସହିତ ଚାଲି ଚାଲି ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ଘଂଟ, ପାରମ୍ପାରିକ ନୃତ୍ୟ ଏବଂ ବାଜା ବଜାଇ ଭାରତ ଯୋଡ଼ ଯାତ୍ରୀଙ୍କୁ ସାରା ରାସ୍ତାରେ ଉତ୍ସାହିତ କରି ତାଙ୍କ ସହିତ ଚାଲିଥିଲେ । ନଫରତ ଛୋଡ଼, ଭାରତ ଯୋଡ଼, ଭେଦଭାବ ଛୋଡ଼, ଯାତ୍ପାତ୍କି ବନ୍ଦନ ତୋଡ଼- ଭାରତ ଯୋଡ଼ ନାରା ଦେଇ ପଦଯାତ୍ରୀଗଣ ଏବଂ ସମସ୍ତ କଂଗ୍ରେସ କର୍ମୀ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ, ପୃଥିବୀବଲ୍ଲଭ ପଟ୍ଟନାୟକ ଓ ଅନ୍ୟାନ୍ୟ ନେତୃବର୍ଗ ଖୋର୍ଦ୍ଧାଠାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଭାରତ ଯୋଡ଼ ଯାତ୍ରୀଙ୍କୁ ଉଚ୍ଚସିତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତିଙ୍କ ନେତୃତ୍ୱରେ ଏକ ସମାପନ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବା ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ରାଜନ ଏକ୍କା, ବିଧାୟକ ଅଧିରାଜ ପାଣିଗ୍ରାହି, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ପୂର୍ବତନ ସାଂସଦ ସୁଶିଲା ତିରିଆ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଠିର ଜେନା ଏବଂ ବରିଷ୍ଠ ନେତୃବର୍ଗ ଭାରତଯୋଡ଼ ଯାତ୍ରା ଆଜି ସଫଳ ହୋଇଛି । ଏ ଯାତ୍ରା ଓଡ଼ିଶାର ବେକାରୀ ସମସ୍ୟା, ଆଇନ ୍ଶୃଙ୍ଖଳା ପରିସ୍ଥିତି, ଚାଷୀର ସମସ୍ୟା, ଦରଦାମ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ, ହରିଜନ ପଛୁଆ ବର୍ଗ ଏବଂ ଛୋଟ ବ୍ୟବସାୟୀ, ମଧ୍ୟମ ବ୍ୟବସାୟୀମାନଙ୍କର ସ୍ୱାର୍ଥ ରକ୍ଷା କରିବା ଏବଂ ଓଡ଼ିଶାର ଜନବିରୋଧି ସରକାର ପରିବର୍ତନ କରିବା ପାଇଁ ଏ ପଦଯାତ୍ରା । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏହି ସମାପନ ଉତ୍ସବରେ କହିଥିଲେ ଯେ, ଓଡ଼ିଶା ଏବଂ ଭାରତ ବର୍ଷରେ ଜନବିରୋଧି ସରକାର ଆଜି ଶାସନଗାଦିରେ । ଦୀର୍ଘ ୨୨ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ବିଜୁ ଜନତା ଦଳ ଶାସନ ଥାଇ ମଧ୍ୟ ଓଡ଼ିଶାର ଯୁବକ ଆଜି ଦିଗହରା । ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୨୨ ବର୍ଷରେ ୪୪ ଲକ୍ଷ ଓଡ଼ିଶାର ଶିକ୍ଷିତ ଯୁବକ- ଯୁବତୀ ନିଯୁକ୍ତି ମିଳିବା କଥା କିନ୍ତୁ ଆଜି ୨୨ ବର୍ଷରେ ୨ ଲକ୍ଷ ଯୁବକ- ଯୁବତୀଙ୍କୁ ମଧ୍ୟ ଦିଆଗଲା ନାହିଁ । ପ୍ରତି ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନ ଯୋଗାଇ ଦେବେ ବୋଲି ୨୦୦୮ ମସିହାରେ କହିଥିଲେ । କିନ୍ତୁ ୨୦୨୩ ମସିହା ଜାନୁୟାରୀସୁଧା ୧୭ ପ୍ରତିଶତ ଜଳସେଚନ ଯୋଗାଇ ଦିଆଯାଇନାହିଁ । ଶିକ୍ଷା ବ୍ୟବସ୍ଥା ଆଦିବାସୀ ବହୁଳ ୮ ଜିଲ୍ଲାର ଅତ୍ୟନ୍ତ ନୈରାଶ୍ୟଜନକ । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ବହୁ ସ୍କୁଲମାନଙ୍କୁ ବନ୍ଦ କରାଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରର ସ୍ଥିତି ସାରା ରାଜ୍ୟରେ ଅତ୍ୟନ୍ତ ଉତ୍କଟ ଅତ୍ୟନ୍ତ ନିରାଶଜନକ । ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମସ୍ୟା ଅତ୍ୟନ୍ତ ନୈରାଶ୍ୟଜନକ । ଡାକ୍ତରଖାନାମାନଙ୍କରେ ବହୁ ବିଭାଗ ଜଣେ ହେଲେ ବି ଡାକ୍ତର ନାହାନ୍ତି । ନର୍ସ, ଟେକ୍ନିସିଆନ ଓ ପାର୍ମାସିସ୍ଟି ଘୋର ଅଭାବ । ରାଜ୍ୟରେ କୃଷକର ଆୟ ୨୨ ବର୍ଷ ପରେ ଦେଶରେ ସର୍ବନିମ୍ନ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସମସ୍ତ ଉତ୍ପାଦିକ ଦ୍ରବ୍ୟକୁ ଉଚିତ୍ ମୂଲ୍ୟ ଦେଇ କ୍ରୟ କରାଯିବ ବୋଲି କିନ୍ତୁ ଆଜି ପର୍ଯ୍ୟନ୍ତ କୃଷକ ତା’ର କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇଲାନାହିଁ । ଦୀର୍ଘ ୨୨ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବୋଲି ନଦୀବନ୍ଧ ଯୋଜନା ବା କୌଣସି କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯାଇନାହିଁ । ରାଜ୍ୟରେ ଆଦୌ ଶୀତଳ ଭଣ୍ଡା ନାହିଁ । ମିଲରମାନଙ୍କ ଦୟାରେ କୃଷକର ଭାଗ୍ୟ ଝୁଲି ପଡ଼ିଛି । ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ ଆଜି ଚରମ ସୀମାରେ । ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଉଦ୍ବେଗଜନକ । ମୋର ଆଶା ଏବଂ ବିଶ୍ୱାସ ଏ ଭାରତ ଯୋଡ଼ ପରିବର୍ତନ ଯାତ୍ରା ନିଶ୍ଚିତ ରୁପେ ଆସନ୍ତା ଦିନରେ ଓଡ଼ିଶାରେ ପରିବର୍ତନର ନୂତନ ସୂର୍ଯ୍ୟଦ୍ୱୟ ହେବ । ଶ୍ରୀ ପଟ୍ଟନାୟକ ବିଶେଷ ଭାବରେ ଭାରତ ଯୋଡ଼ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ସଂଯୋଜକ ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ନବଜ୍ୟୋତି ପଟ୍ଟନାୟକ, ସଂଜୀବ ଗିରି, ଜାନକୀବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ରଜତ ଚୌଧୁରୀ, ସଜୟ ତ୍ରିପାଠି ଏବଂ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ସୁରେଶ ମହାପାତ୍ର, କିଶୋର ଜେନା, ଆଦିବାସୀ ସେଲର ମୁଖ୍ୟ ଭୁଜବଳ ମାଝୀ, ଏସ୍.ସି.ସେଲର ମୁଖ୍ୟ ବାଙ୍କନିଧି ବେହେରା, ଲୋକନାଥ ମହାରଥୀ, ରଜନି ମହାନ୍ତି, ପ୍ରକାଶ ମିଶ୍ର, ରଞ୍ଜିତ ପାତ୍ର, ଦିପକ ମହାପାତ୍ର, ଜ୍ଞାନରଂଜନ ପଟ୍ଟନାୟକ, କୈଳାସ ସାହୁ, ସୁଶାନ୍ତ ତ୍ରିପାଠୀ, ମନୋଜ ଜେନା, ସୁବ୍ରତ ମହାପାତ୍ର, ମନୋଜ ସାହୁ, ମହମ୍ମଦ ସାହାଦୁଲ୍ଲ. ସଂକୁନା କଂଅର, ଇତ୍ୟାଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗଣଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଦୟା ନୁହେଁ ଦାୟିତ୍ବ, ଏହା ଆମର ସାମାଜିକ କର୍ତ୍ତବ୍ୟ….
( ) ବୟସ ଯେତେବଳେ ବାଧା ସୃଷ୍ଟି କଲା । ରୋଗ ଯେତେବେଳେ ରୋଜଗାରର ବାଟ ଓଗାଳିଲା । ସେତିକି ବେଳେ ସାହା ହେଲା ଯାଜପୁରର ଅଶୋକ ଦାସ ଫାଉଣ୍ଡେସନ । ଆଖିର ଲୁହକୁ ପଢି ଓଠରେ ହସ ଭରିବାକୁ ପଣ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଏ କାହାଣୀ ହେଉଛି ଯାଜପୁର ଉପରବରୁଆ ଅଞ୍ଚଳର ବୃଦ୍ଧା ନିଶାମଣି ମହାପାତ୍ରଙ୍କର । ପରିବାର କହିଲେ ସ୍ବାମୀ ସ୍ତ୍ରୀ । କେତେବେଳେ ଖାଇବାକୁ ପାଆନ୍ତି ତ ଆଉ କେତେବେଳେ ଉପାସ ରୁହନ୍ତି । ଏଣେ ତେଣେ ମାଗିଯାଚି ବଞ୍ଚିବାକୁ ସଂଘର୍ଷ କରୁଥିଲେ । ହେଲେ କେତେଦିନ ଏମିତି ଚଳିବେ । ଶେଷରେ ବିଧାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାହଯ୍ୟ ପାଇଁ ନିବେଦନ କରିଥିଲେ ସ୍ବାମୀ ସ୍ତ୍ରୀ । ଆଉ ଅଭିଯୋଗ ପାଇବା କ୍ଷଣି ତତକ୍ଷଣାତ ବିଧାୟକଙ୍କ ନିର୍ଦ୍ଦେଶରେ ପହଞ୍ଚିଥିଲେ ଅଶୋକ ଦାସ ଫାଉଣ୍ଡେସନର ସଦସ୍ୟ । ବୃଦ୍ଧ-ବୃଦ୍ଧାଙ୍କର ଦୁଃଖକୁ ଅତି ପାଖରୁ ଦେଖି ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ ୭୪ ବର୍ଷୀୟ ନିଶାମଣି ଓ ତାଙ୍କ ସ୍ବାମୀ ସୁଧୀର ମହାପାତ୍ରଙ୍କୁ ସହାୟତର ହାତ ବଢାଇଛନ୍ତି । ଯାଜପୁର ଉପରବରୁଆରେ ଏକ ମାର୍କେଟ ବିଲଡିଂରେ ଦୋକାନ ଘର ଦେବା ସହ ତାଙ୍କୁ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାର ବାଟ ଦେଖାଇଛନ୍ତି । ଏହାସହ ବର୍ଷେ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଶୋକ ଦାସ ଫାଉଣ୍ଡେସନ ଦୀର୍ଘ ବର୍ଷ ଧରି ଅସହାୟ ଲୋକଙ୍କୁ ସାହା ହୋଇଆସୁଛି ।
ରକ୍ତଦାନ ଶିବିର, ବୃକ୍ଷରୋପଣ, ଗରିବଙ୍କୁ ଆହାର ଖାଦ୍ୟ, ବାସସ୍ଥାନ ଓ ମେଧାବୀ ଛାତ୍ରଙ୍କୁ ପୁସ୍ତକ ଯୋଗାଇବା ସହ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ରାଜନୀତି କ୍ଷମତା ହାସଲ ପାଇଁ ନୁହେଁ, ବରଂ ଜନସେବା ପାଇଁ ଉଦ୍ଦିଷ୍ଟ ବୋଲି ଭାବି ଯାଜପୁର ବିଧାୟକଙ୍କ ଆଦେଶରେ କାମ କରୁ୍ଛି ଅଶୋକ ଦାସ ଫାଉଣ୍ଡେସନ ।…. ଆସନ୍ତୁ ଭଲ ପାଇବାର ଚାରା ବୁଣିବା ଆଉ ସମସ୍ତେ ଭଲରେ ବଞ୍ଚିବା…
ନବରଙ୍ଗପୁର ରେ ପିସିସି ସଭାପତି ଶରତ ପଟ୍ଟନାୟକ “ହାଥ ସେ ହାଥ ଯୋଡୋ” କାଯ୍ୟକ୍ରମର ଶୁଭାରମ୍ଭ କଲେ..
() ନବରଙ୍ଗପୁର ରେ ପିସିସି ସଭାପତି ଶରତ ପଟ୍ଟନାୟକ “ହାଥ ସେ ହାଥ ଯୋଡୋ” କାଯ୍ୟକ୍ରମର ଶୁଭାରମ୍ଭ କଲେ।
{} ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରତ୍ୟୁଷରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଦିବସ ର ମହତ୍ଵ ଓ ଗରିମା ଉଲ୍ଲେଖ କରିଥିଲେ।ଦେଶରେ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ହେଉଥିବା ଆକ୍ରମଣ କୁ ପ୍ରତିରୋଧ କରିବା କଂଗ୍ରେସ ଦଳର ପ୍ରଧାନ ଦାଇତ୍ୱ ବୋଲି କହିଥିଲେ।
ଏହାପରେ ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ହାଥ ସେ ହାଥ ଯୋଡ କାର୍ଯ୍ୟକ୍ରମକୁ ଫିତା କାଟି ଶୁଭାରମ୍ଭ କରିଥିଲେ।ଶ୍ରୀ ପଟ୍ଟନାୟକ ଏହି ଉପଲକ୍ଷେ କହିଥିଲେ ତୃଣମୂଳ ସ୍ତରରୁ ମୋଦି ଓ ନବୀନ ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଦୁର୍ବାର ଜନଆନ୍ଦୋଳନ ଓ ଜନସଚେତନତା କରିବା ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ।ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଦଳର ସଙ୍ଗଠନକୁ ମଜବୁତ କରିବା ସହ ସାଧାରଣ ଜନତାର ସମସ୍ୟା କୁ ଉତ୍ଥାଅପନ ଓ ସମାଧାନ ପାଇଁ ନିଷ୍ଠା ର ସହ କାର୍ଯ୍ୟକରିବାକୁ ଏହା ରାହୁଲ ଗାନ୍ଧୀଙ୍କର ଏକ ମାର୍ଗ ଦର୍ଶନ।ସାରା ଓଡ଼ିଶାରେ ମାଲକାନଗିରି ରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ଘରେ ଘରେ ଜାଗରଣ ର ନିଆଁ ସଂଯୋଗ କରିବ ଏହି ଯାତ୍ରା।ହାଥ ସେ ହାଥ ଯୋଡୋ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ଯୁବ,ଛାତ୍ର,ମହିଳା,ଚାଷୀ ଓ ସମସ୍ତ ବର୍ଗର ଲୋକଙ୍କୁ ଆହ୍ୱାନ ଦେଇଥିଲେ।
ଆଜି ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ବିଧାୟକ ତାରା ପ୍ରସାଦ ବାହିନୀପତି,କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ସଦନ ନାୟକ,ମନୀଷା ତ୍ରିପାଠୀ,ଲିପିକା ମାଝୀ,ସଞ୍ଜୟ ତ୍ରିପାଠୀ,ବାଙ୍କନିଧି ବେହେରା,ଏମଡି ସାହାଦୁଲ୍ଲା,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ଦ୍ଵାରିକା ମହାପାତ୍ର,ସନରାଜ ଗଣ୍ଡ,ଦିଲ୍ଲୀପ ପ୍ରଧାନୀ ଧରମ ସିଂ ,କ୍ଷମରାଜ ବାଗ,ଦିବାକର ପୂଜାରୀ,ହାରବତୀ ଗଣ୍ଡ,କୈଳାଶ ସାହୁ,କୁଳମଣି ସାହୁ,ସାଗର ପରିଡା ପ୍ରମୁଖ ସହସ୍ରାଧିକ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ
ଭାରତ ଯୋଡ଼-ଓଡିଶା ପରିବର୍ତ୍ତନ ଯାତ୍ରା କଳାହାଣ୍ଡି ପରିକ୍ରମା କରି ନବରଙ୍ଗପୁର ରେ ପହଞ୍ଚିଲା…
() ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ବଲାଙ୍ଗୀର ଜିଲ୍ଲାର ବେଲଗାଁ ଠାରୁ ଆଜି ଭାରତ ଯୋଡ ଯାତ୍ରା-ଓଡିଶା ର ପଦଯାତ୍ରା ଆରମ୍ଭ ହୋଇ କଳାହାଣ୍ଡି ଜିଲ୍ଲାର ଅମାଟ,କେଶିଙ୍ଗା,ଭବାନୀପାଟଣା,ଜୁନାଗଡ, ମୋଟେର, କୋକସରା,ଆମ୍ବପାଣି ଆଦି ଅଞ୍ଚଳ ପରିକ୍ରମା କରିଥିଲା।କେଶିଙ୍ଗା ରେ କଳାହାଣ୍ଡି ଜିଲ୍ଲାର ସଭାପତି ଭାରତ ଭୂଷଣ ବେମାଲ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାଶ,ଯୁବ ନେତା ସାଗର ଦାଶ ଙ୍କ ସହ ବହୁ ଯୁବ,ମହିଳା,ଛାତ୍ର ନେତାମାନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ସ୍ୱାଗତ କରି ସମ୍ବର୍ଦ୍ଧନା ଜଣାଇଥିବା ବେଳେ ସ୍ଥାନୀୟ ମହିଳା ମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱାଗତ କରିଥିଲେ।
ଏହି ପରିପେକ୍ଷିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ ଓ ଝରାଣିଆ କନ୍ଧଙ୍କର ଭିଟାମାଟି ନିୟମଗିରିକୁ ନବୀନ ସରକାର ବେଦାନ୍ତ କମ୍ପାନୀକୁ ସାଗମାଛ ଦରରେ ବିକୁଦେଉଥିବା ବେଳେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ପ୍ରଚେଷ୍ଟା ଫଳରେ ନବୀନ ସରକାରଙ୍କର ଏହି ଘୁର୍ନ୍ୟ କାର୍ଯ୍ୟ ବନ୍ଦ ହୋଇପାରିଥିଲା।ରାହୁଲ ଗାନ୍ଧୀ ନିୟମଗିରି ଆସି ଏଠିକାର ଜନଜାତି ଲୋକଙ୍କ ସହ ମିଶିଥିଲେ ଏବଂ ନିଜକୁ ଆଦିବାସୀଙ୍କ ସିପାହୀ ବୋଲି ଘୋଷଣା କରିଥିଲେ।ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ମଧ୍ୟ ଅଭିଭକ୍ତ କଳାହାଣ୍ଡି ଜିଲ୍ଲାକୁ ଆସି ସାଧାରଣ ଜନତାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ହୃଦୟଙ୍ଗମ କରିଥିଲେ।ମୋଦି ଓ ନବୀନ ଶାସନରେ କଳାହାଣ୍ଡିର ବିକାଶ ବାଧାପ୍ରାପ୍ତ ହୋଇଛି।ଏଠିକାର ଚାଷୀ ,ଯୁବକ,ମହିଳା,ଛାତ୍ର ଓ ଉପେକ୍ଷିତ ବର୍ଗଙ୍କ ଅସନ୍ତୋଷ ର ସ୍ୱର ଭାରତ ଯୋଡୋ ଯାତ୍ରା -ଓଡିଶା ରେ ପ୍ରକଟିତ ହୋଇଛି।କଳାହାଣ୍ଡି ବାସୀ ଚଳିତ ଦୂରବସ୍ଥା ର ପରିବର୍ତ୍ତନ ପାଇଁ ସଂକଳ୍ପ ନିଅନ୍ତୁ ଏବଂ ଏହି ଜନବିରୋଧୀ ଦୁଇ ସରକାରଙ୍କୁ ଆଗାମୀ ଦିନରେ ପ୍ରତ୍ୟାଖାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଆଜି ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କେସିଙ୍ଗାରେ ଅମ୍ବାଜି ମନ୍ଦିର ଓ ଆମ୍ବପାଣି ର ବୁଢ଼ାରାଜ ମନ୍ଦିର ମଦିର ଯାଇଁ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ପୂଜାଅର୍ଚନା କରିଥିଲେ। ଆଜିର ପଦଯାତ୍ରାରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ସମେତ ଭକ୍ତ ଦାଶ,ଭାରତ ଭୂଷଣ ବେମାଲ,ସାଗର ଦାଶ,ବିଧାୟକ ସନ୍ତୋଷ ସିଂହ ସାଲୁଜା,ଅଧିରାଜ ମୋହନ ପାଣିଗ୍ରାହୀ,ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ,ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ,ବାଙ୍କନିଧି ବେହେରା,ସଞ୍ଜୟ ତ୍ରିପାଠୀ,ବିସ୍ମୟ ମହାପାତ୍ର, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ,ନରୋତମ ନାୟକ,ସାଗର ପରିଡା,କୈଳାଶ ସାହୁ,କୁଳମଣି ସାହୁ ପରମାନନ୍ଦ ମାଝୀ,ତ୍ରିଲୋଚନ ପାଣିଗ୍ରାହୀ,ସରୋଜ ବାଗ, ମହେଦ୍ରୀ ସାହୁ,ରାମୁ ଜେନ,ବାସୁ ଜେନ,ତୁଲେଶ୍ୱର ନାୟକ,ରବୀନ୍ଦ୍ର କୁମାର ପାଟ୍ଟଯୋଶୀ,ତୁଷାର ରଞ୍ଜନ ପାଟ୍ଟଯୋଶୀ,ପୁରୁଷୋତ୍ତମ ଗୁପ୍ତା,ଦିଗମ୍ବର ଦୁରିଆ,ସମୀର ଚାନ୍ଦ ପ୍ରମୁଖ ବହୁ ଯୁବ,ମହିଳା,ଛାତ୍ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।
ଆଜି ନବରଙ୍ଗପୁର ର ମାଝୀପଡା ଠାରେ କଂଗ୍ରେସ ପଦଯାତ୍ରୀ ମାନେ ରାତ୍ରି ଯାପନ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ବାର୍ତ୍ତା….
() ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ବାର୍ତ୍ତା।
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି।
{} ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲାନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ମା ରମାଦେବୀ, ସହିଦ ବାଜି ରାଉତ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ । ଆମ ଗଣତନ୍ତ୍ରର ଆତ୍ମା । ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଚାଲିଛି ।
ବିଶ୍ବକପ୍ ହକିର ମାହୋଲ ଏବେ ସାରା ରାଜ୍ୟକୁ ଉତ୍ସବ ମୁଖର କରିଛି। ଏହାରି ଭିତରେ ଆମେ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ସାରା ବିଶ୍ବର ନଜର ଏବେ ଓଡିଶା ଉପରେ ରହିଛି। ଦୁଇ ଦୁଇ ଥର ଆମେ ବିଶ୍ବକପ୍ ହକି ସଫଳତାର ସହ ଆୟୋଜନ କରିଛୁ । ଏହା ସାରା ଦେଶ, ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର କଥା ।
କେବଳ କ୍ରୀଡା ନୁହେଁ, ଆମର ଶିଳ୍ପ ବିକାଶର ଯାତ୍ରା – ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓ ୧୦ ଲକ୍ଷ ନିଯୁକ୍ତି ସୁଯୋଗ । ଆମର ମା ମାନଙ୍କ ସଫଳତାର କାହାଣୀ – self help groupରୁ small & medium entrepreneur ହେବାର ସୁଯୋଗ।
ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମର ପ୍ରତିବଦ୍ଧତା- ୫ଟି ସ୍କୁଲ ଟ୍ରାନ୍ସଫରମେସନ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା।
ଚାଷୀଭାଇଙ୍କ କଲ୍ୟାଣ ଓ ସଶକ୍ତିକରଣ- କାଳିଆ, ବଳରାମ ଯୋଜନା ଓ ମିଲେଟ୍ ମିଶନ। ଏସବୁ ଆମ ପାଇଁ ନୂଆ ପରିଚୟ ସୃଷ୍ଟି କରିଛି । ଜନମାନସରେ ଏବେ ପରିବର୍ତ୍ତନ ଆସିଛି। ଓଡିଶାର ବିକାଶ ଧାରା ଦ୍ରୁତ ଭାବରେ ଆଗକୁ ବଢୁଛି । ରାଜନୀତି ନୁହେଁ, ବିକାଶର ବିଭିନ୍ନ ଦିଗ ଉପରେ ଏବେ ଲୋକମାନେ ଗୁରୁତ୍ବ ଦେଉଛନ୍ତି।
ସବୁ ବର୍ଗ ମଧ୍ୟରେ ନୂଆ ଉତ୍ସାହ ଆସିଛି । ନିଜ ପାଇଁ, ସମାଜ ପାଇଁ କିଛି କରିବାର ଇଛା ବୃଦ୍ଧି ପାଇଛି । ଆମର ସାମର୍ଥ୍ୟ ଉପରେ ଭରସା ବଢିଛି । ସବୁ କ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଓଡିଶା ଉଦ୍ୟମ ଜାରି ରଖିଛି, ଏହା ହିଁ ରୂପାନ୍ତର। ସାଢେ ଚାରି କୋଟି ଓଡିଶାବାସୀ, ସମସ୍ତେ ଜଣେ ଜଣେ ହେଉଛନ୍ତି ଏ ରୂପାନ୍ତରର ସାରଥୀ । ଏହି ଉତ୍ସାହ ନେଇ ଆମେ ଆଗକୁ ବଢିଲେ ୨୦୩୬ରେ ସ୍ବତନ୍ତ୍ର ଓଡିଶା ପ୍ରଦେଶର ଶହେ ବର୍ଷ ପୂର୍ତ୍ତି ବେଳକୁ ଏକ ସଶକ୍ତ ଓଡିଶାର ସ୍ବପ୍ନ ନିଶ୍ଚୟ ସାକାର ହେବ। ଜୟହିଂଦ
ଯାଜପୁର ସହରରେ ଅନୁପମ ଖେର : ବୁଲିଲେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି, କୁସୁମା କୂଳରେ କଟାଇଲେ ସମୟ…..
() ପୁରା ଓଡିଶା ଦେଖିବ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି l ରାଉରକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂତ୍ତି ରହିଥିବା ବେଳେ କୋରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂତ୍ତି ରହିଛି। କିନ୍ତୁ ଯାଜପୁରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ । ଯାହାକି ଏବେ ଠାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି l ବଲିଉଡର ସୁପର ଷ୍ଟାର ଅନୁପମ ଖେର୍ ଆଜି ନିର୍ମାଣ ଧୀନ ୧୨୩ଫୁଟର ଶିବ ମୃତ୍ତିବୁଲି ଦେଖିଛନ୍ତି l ଏହାସହ ଯାଜପୁରର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ମଧ୍ୟ ବୁଲିଦେଖିଛନ୍ତି l ସାରା ଦେଶରେ ଶକ୍ତିପୀଠ ଭାବେ ମା ବିରଜାଙ୍କ ମନ୍ଦିର ରହିଥିବା ବେଳେ ଦଶାଶ୍ବମେଧ ଘାଟର ବିକାଶ ବି ପର୍ଯ୍ୟଟକଙ୍କୁ ଯାଜପୁରକୁ ଆକୃଷ୍ଟ କରୁଛି। ଅଧିକ ଆକର୍ଷଣ ସାଜିଛି ବୈତରଣୀ ନଦୀ କୂଳରେ ଓଡିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତି । ଏହି ଶିବ ମୂତ୍ତିଟିର ଉଚ୍ଚତା ୧୨୩ ଫୁଟ ରହିଛି। ଭୂମିଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ବେଶ କିଛି ସମୟ ବଲିଉଡ ଷ୍ଟାର ଅନୁପମ ଖେର ଏଠି ସମୟ ବିତାଇଥିଲେ ଓ ଫୋଟ ମଧ୍ୟ ଉଠାଇଛନ୍ତି l କେବଳ ସେତିକି ନୁହେଁ ମୂର୍ତ୍ତି ଚାରିପଟେ ଅନେକ ମନୋରଂଜନ ମୂଳକ ପ୍ରକଳ୍ପ ନିର୍ମାଣ କରାଯାଉଛି। ଯାହାକୁ ଶିବ ଗ୍ୟାଲେରୀ ନାମରେ ନାମିତ କରାଯିବ। ଏହିସବୁ ପ୍ରକଳ୍ପ ମଧ୍ୟ ସେ ବୁଲି ଦେଖିଛନ୍ତି l
ଏହାପରେ ଯାଜପୁର କୁସୁମାରେ କିଛି ସମୟ କଟାଇଥିଲେ ସେ l ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରି ଫେରିଥିଲେ l ଯାଜପୁର ବିକାଶ ଦେଖି ଅନୁପମ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିବା ସହ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି l