ଆଜିଠାରୁ ଆରମ୍ଭ ଯୁକ୍ତ ଦୁଇ ପରୀକ୍ଷା…

() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆଜଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ  ୩ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ। ଯୁକ୍ତ ଦୁଇ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩, ୧୪୮ଜଣ ଓ ଧନ୍ଦାମୂଳକ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଯାଏ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନା ରେ ଯୋଗଦେବେ ୬୬୨ ବର୍ଗର ଅଧ୍ୟାପକ ଓ କର୍ମଚାରୀ। ତେଣୁ ପରୀକ୍ଷା ପରିଚାଳନା ସୁରୁଖୁରୁରେ ହେବ ବୋଲି ଆଶା କରାଯାଉଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେଉଥିବାରୁ ସକାଳ ୯ଟା ରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀ ମାନେ ନିଜ ନିଜ ଆଡମିଟ କାର୍ଡ, ବ୍ଲାକପେନ୍, ପାଣି ବୋଟୋଲ ଛଡ଼ା ଆଉ କୌଣସି ଜିନିଷ ପରୀକ୍ଷା କେନ୍ଦ୍ର ଭିତରକୁ ନେଇ ପାରିବେ ନାହିଁ। ଯୁକ୍ତ ଦୁଇ କଳା, ବିଜ୍ଞାନ, ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୧ ତାରିଖ ଠାରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସଫଳତା ଜ୍ଞାପନ କରିଛନ୍ତି। ଚାପରେ ନରହି ନିଜ ଅଧ୍ୟୟନ, ପରିଶ୍ରମ ଓ ଆତ୍ମବିଶ୍ବାସ କୁ ବଜାୟ ରଖି ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି। ଉକ୍ତ ପକ୍ରିୟାକୁ ସଫଳତାର ସହ ପରିଚାଳନା କରିବା ନିମନ୍ତେ ପଦାଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀ, ପୋଲିସ୍ ଓ ପ୍ରଶାସନଙ୍କ ସହଯୋଗ କାମନା କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ।

ପ୍ରଣବ ପିଠି ଥାପୁଡ଼େଇବା ପରେ ଏମିତି କହିଲେ ସୂର୍ଯ୍ୟବଂଶୀ….

() ସେ ଶାସକ ଦଳର ବିଧାୟକ l ଆମେ ବିରୋଧି ଦଳର ପ୍ରଥମ କରି ବିଧାୟକ ଭାବେ ବିଧାନ ସଭାକୁ ଆସିଛୁ l ରାଜନୀତିରେ ବିରୋଧୀ ଦଳ ଏବଂ ଶାସକ ଦଳ ମଧ୍ୟରେ ସୌଜନ୍ୟତା ଏବଂ ସମ୍ଭ୍ରମତା ନିହାତି ରହିବାର ଆବଶ୍ୟକତା ଅଛି । ଯୁବ ବିଧାୟକ ହିସାବରେ ଗୃହରେ ବରିଷ୍ଠ ଶାସକ ଦଳର ବିଧାୟକଙ୍କଠାରୁ ବି ଅନେକ କିଛି ଶିଖିବାର ଅଛି l ରାଜ୍ୟପାଳ ଅଭିଭାଷଣ ଉପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବିବୃତି ରଖିବା ପରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଥିଲେ l ଯାହାକୁ ତାଙ୍କୁ ଅନେକ କିଛି ଶିଖାଇଛି ବୋଲି ବିଜେପିର ଯୁବ ବିଧାୟକ କହିଛନ୍ତି l ବିଧାନସଭାରେ ବିରୋଧୀ ଓ ଶାସକ ସଦସ୍ୟମାନେ ଲୋକଂକ କଥାକୁ ଶାଣିତ କରିଥାନ୍ତି l ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସିଥିବାରୁ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ହୋଇଛି l ଆରୋପ ଓ ପ୍ରତି ଆରୋପ ରାଜନୀତି ବି ଜୋରଧରିଛିl ପରିସ୍ଥିତି ଏମିତି ହେଲାଣି ବିରୋଧି ଓ ଶାସକ ଦଳର ସଦସ୍ୟ ମାନେ ବ୍ୟକ୍ତିଗତ ସ୍ତରରେ ସମାଲୋଚନା କରିବାକୁ ପଛାଉ ନାହାନ୍ତି l ଯିଏ ଯାହା ପାଉଛି କହୁଛି l ଆଉ ଏପରି ସମୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିରୋଧି ଦଳର ଯୁବ ବିଧାୟକଙ୍କୁ ତାଙ୍କର ପ୍ରଥମ ବଜେଟ ଭାଷଣ ପାଇଁ ପିଠିବାଢେଇ ଅଭିନନ୍ଦନ ଦେବା ଶାସକ ଓ ବିରୋଧି ସଦସ୍ୟଙ୍କୁ କିଛି ନୂଆ ସନ୍ଦେଶ ଦେଇଛି ଆଗମୀ ଦିନର ରାଜନୀତି ପାଇଁ l କାରଣ ରାଜନୀତିରେ ପ୍ରତିବାଦ, ମତଭେଦ, ବିରୋଧ ରହିବା ସ୍ୱାଭାବିକ। କିନ୍ତୁ ପରସ୍ପର ପ୍ରତି ସମ୍ମାନ, ସୌଜନ୍ୟତା ରଖିଲେ, ଭଲ କାମକୁ ପ୍ରଶଂସା କଲେ ଏହା ଆଗାମୀ ପିଢ଼ି ପାଇଁ ଅନୁକରଣୀୟ ହେବ । ଖାସ୍ ସେଥିପାଇଁ ଯୁବ ବିଧାୟକଙ୍କ ମାନେ ବରିଷ୍ଠ ବିଧାୟକଙ୍କ ଠାରୁ ବହୁତ କିଛି ଶିକ୍ଷାଲାଭ କରନ୍ତି l

ପ୍ରଥମ ବଜେଟ ଭାଷଣ ପାଇଁ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଲେ ପ୍ରଣବ…..

() ଓଡ଼ିଶା ରାଜନୀତିରେ ଏକ ଭିନ୍ନ ଚିତ୍ର ଆସିଛି ବିଧାନସଭାର ବଜେଟ୍ ଅଧିବେଶନରେ l ବିରୋଧିଙ୍କ ପ୍ରତି ଶାସକ ଦଳର ଉଦାର ମନଭାବ ପୁଣି ଥରେ ଦେଖିବାକୁ ମିଳିଛି l ରାଜ୍ୟପାଳ ଅଭିଭାଷଣ ଉପରେ ପ୍ରଥମ ଥର ପାଇଁ ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀଙ୍କ ବିବୃତି ରଖିଥିଲେ l ସେ ତାଙ୍କ ବିବୃତରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ l ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ l ବିରୋଧି ଦଳର ବିଧାୟକ ହେଉଛନ୍ତି ସୂର୍ଯ୍ୟବଂଶୀ l ତାଙ୍କ ଆଭିମୁଖ୍ୟ ସେ ତାଙ୍କ ଭାଷଣ ଜରିଆରେ କହିଲେ l ତାଙ୍କ ଭାଷଣ ସରୁ ସରୁ ରାଜନୀତିର ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ବିଧାନ ସଭାରେ l ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିଜ ଆସନରୁ ଉଠିଆସି ସୂର୍ଯ୍ୟବଂଶୀଙ୍କ ପିଠି ଥାପୁଡ଼େଇଥିଲେ l ଶାସକ ଦଳର ବିଧାୟକ ପ୍ରଣବ ପ୍ରକାଶ ଦାସ ଏପରି ଆଶିର୍ବାଦ ବିରୋଧି ବିଧାୟକଙ୍କୁ ଦେବା ଏବେ ଚର୍ଚ୍ଚାର ବିଷୟ ।ଜାତୀୟସ୍ତରର ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ସ୍ଥାନ କେଉଁଠି ବୋଲି କହି ନମ୍ୱର୍ ଗଣାଇଲେ ଥିଲେ ସୁରଜ୍ ସୂର୍ଯ୍ୟବଂଶୀ। ହେଲେ ଅଭିଯୋଗ ଚିରାଚରିତ l ତଥାବି ରାଜନୀତିରୁ ଉର୍ଦ୍ଧରେ ରହି ପ୍ରଣବ ପ୍ରଥମଥର ଅଭିଭାଷଣ ଦେଇଥିବାରୁ ଧାମନଗର ବିଜେପି ବିଧାୟକଙ୍କ ପିଠି ଥାପୁଡେଇଥିଲେ l ଜଣେ ସିନିୟର୍ ବିଧାୟକ ନୂଆ ବିଧାୟକଙ୍କୁ ଗୃହରେ ଉତ୍ସାହିତ କରିବା ଏବେ ରାଜ୍ୟ ରାଜନୀତିକୁ ଦିଗ ଦେଖାଇଛି l ନୀତି ବ

ତ୍ୟାଗ ଓ ସେବା ହିଁ ମଣିଷ କୁ ମହାନ୍ କରେ…

() ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ,

୧୫ ଫୁଟ ଉଚ୍ଚ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ, ଶିବ ମନ୍ଦିର, ସଂଗ୍ରାହାଳୟ, ଶିଶୁ ପାର୍କ, ପରିକ୍ରମା ରାସ୍ତା, ସୂଚନା କେନ୍ଦ୍ର।

ସୁଆଣ୍ଡୋରୁ ଆରମ୍ଭ ହେଲା ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ, ୫-ଟି ଉପକ୍ରମରେ ରାଜ୍ୟର ସବୁ ବରପୁତ୍ରଙ୍କ ଜନ୍ମପୀଠର ରୂପାନ୍ତର କରାଯିବ।

ଗୋପବନ୍ଧୁ ଥିଲେ ଯୁଗପୁରୁଷ, ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି କମ୍‌ ହେବ – ମୁଖ୍ୟମନ୍ତ୍ରୀ।

ତ୍ୟାଗ ଓ ସେବା ହିଁ ମଣିଷ କୁ ମହାନ୍ କରେ।

ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ।

{} ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି କାୟାକଳ୍ପ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍‌ଘାଟନ କରିଛନ୍ତି । ଏହାସହିତ ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି।ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ୍‌ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫-ଟି ଉପକ୍ରମରେ ଓଡିଶାର ବରପୁତ୍ର ମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡିଶାର ଗୌରବ ବଢାଇଛି ବୋଲି ସେ କହିଥିଲେ ।

ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କାର୍ତ୍ତୀ ସ୍ଥାପନ କରିଯାଇଛନ୍ତି । ଓଡିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୂହେଁ, ତ୍ୟାଗ ହିଁ ମହାନ, ସେବା ହିଂ ଶ୍ରେଷ୍ଠ – ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଗୋପବନ୍ଧୁଙ୍କ ଜନ୍ମ ମାଟିର ବିକାଶ ରେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍କଳମଣିଙ୍କ ପରିବାର ଓ ସୁଆଣ୍ଡୋଙ୍କ ଜନସାଧାରଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହାସହିତ ରାଜ୍ୟ ସଂସ୍କୃତି ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।କାର୍ଯ୍ୟକ୍ରମରେ ଯୋଗ ଦେଇ ଗୋପବନ୍ଧୁଙ୍କ ନାତି ଶ୍ରୀ ଧିରେନ୍ଦ୍ର କୁମାର ଦାସ, ଉତ୍କଳମଣୀଙ୍କ ଜନ୍ମପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହାଦ୍ବାରା ରାଜ୍ୟରେ ମହାପୁରୁଷ ମାନଙ୍କ ମାର୍ଗରେ ଚାଲିବାକୁ ଜନସାଧାରଣ ପ୍ରେରିତ ହେବେ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର, କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶ ପ୍ରମୁଖ ଅଭିଭାଷଣ ରଖି ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସହିତ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ବିଭିନ୍ନ କ୍ଷେତ୍ରରେ ଓଡିଶାର ରୂପାନ୍ତର ଉପରେ ଆଲୋକପାତ କରିଥିଲେ । ଏହାସହିତ ସାଂସଦ ଶ୍ରୀ ପିନାକୀ ମିଶ୍ର, ବିଧାୟକ ଶ୍ରୀ ଉମାକାନ୍ତ ସାମସ୍ତରାୟ ସମାଜ ଖବରକାଗଜ ପକ୍ଷରୁ ଶ୍ରୀ ନିରଞ୍ଜନ ରଥ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।ବୈଠକରେ ଉତ୍କଳମଣିଙ୍କ ସଂପର୍କରେ ଏକ ବୃତଚିତ୍ର ପ୍ରଦାର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ୭ ଜଣ ନାତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।5T ଉପକ୍ରମ ରେ ଉତ୍କଳମଣି ଙ୍କ ଜନ୍ମସ୍ଥାନ ର ରୂପାନ୍ତର ରେ ପୁରୀ ର ଜିଲ୍ଲା ପାଳ ଶ୍ରୀ ସମର୍ଥ ବର୍ମା ଏବଂ ପୂର୍ବତନ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂହ ଙ୍କ ଉଦ୍ୟମ ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପୁରୀ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଜେପିସି ତଦନ୍ତ ଦାବି କଲା କଂଗ୍ରେସ…

ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ – କଂଗ୍ରେସ

ଜେପିସି ତଦନ୍ତ ଦାବି କଲା କଂଗ୍ରେସ

() ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶରତ ରାଉତ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି ଏବଂ ରଜନୀ ମହାନ୍ତିଙ୍କ ଉପସ୍ଥିତିରେ ପ୍ରଧାନ ମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି ତଦନ୍ତ ଦାବି କରାଯାଇଥିଲା । ବରିଷ୍ଠ ନେତା ଶ୍ରୀ ରାଉତ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ ନୀରବତା ଏହି ସମସ୍ତ ପ୍ରକରଣ ଉପରେ କୁହେଳିକା ସୃଷ୍ଟି କରିଛି ଏବଂ ଏହା ବିରୋଧରେ ଓଡ଼ିଶା ପ୍ରଦେଶର ୩୩ ଟି ଯାକ ସାଂଗଠନିକ ଜିଲ୍ଲାରେ ପ୍ରେସବାର୍ତା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ଏହି ମହା ଠକେଇର ପର୍ଦାଫାଶ କରାଯିବ । ମାର୍ଚ୍ଚ ୬ ରୁ ୧୦ ତାରିଖ ମଧ୍ୟରେ ପ୍ରତ୍ୟେକବ୍ଲକ/ଏନଏସି/ମ୍ୟୁନିସିପାଲ କର୍ପୋରେସନ ଇତ୍ୟାଦି ମାନଙ୍କରେ ଥିବା ସରକାରୀ ବ୍ୟାଙ୍କ କିମ୍ବା ଏଲଆଇସି ଅଫିସ ସାମନାରେ ପ୍ରତିବାଦ ସଭା ଆୟୋଜନ କରାଯିବ ଏବଂ ମାର୍ଚ୍ଚ ୧୩ ତାରିଖରେ ରାଜଭବନ ସମ୍ମୁଖରେ ଗଣଧାରଣା ମାଧ୍ୟମରେ ପ୍ରତିବାଦ କରାଯିବ ।
କଂଗ୍ରେସ ଦଳ ଭାରତବର୍ଷର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବାପାଇଁ ଏବଂ ଦେଶର ସଂପତିକୁ ରକ୍ଷା କରିବାପାଇଁ ଜନସାଧାରଣଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ସଂସଦ ଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଆଜି ଲଢ଼େଇ କରୁଛି । ଆଜି ଯେଉଁ ଭାରତବର୍ଷ ଆମେ ଦେଖୁଛୁ ତାହା ବିଗତ ଦିନର ସରକାର ଏବଂ ଦେଶର ଚିନ୍ତାନାୟକ ମାନଙ୍କର କଠିନ ପରିଶ୍ରମର ଫଳ । ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ଆର୍ଥିକ ବିଶୃଙ୍ଖଳା, ନିମ୍ନଗାମୀ ଅର୍ଥନୀତି ଏକ ସରକାର ଓ ତାଙ୍କ ଦଳ ଦ୍ୱାରା ଯେଉଁଭଳି ଭାବରେ ଭାରତବର୍ଷର ହିଂସା, ଘୃଣା ଓ ବିଦ୍ୱେଶ ସୃଷ୍ଟି କରିବାରେ ଲାଗିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏଥିପାଇଁ ଏକ ଦାୟୀତ୍ୱ ସଂପନ୍ନ ବିରୋଧି ଦଳ ହିସାବରେ କଂଗ୍ରେସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦାୟୀତ୍ୱକୁ କଂଗ୍ରେସ ଦଳ ନିର୍ବାହ କରିବାରେ ବଦ୍ଧପରିକର ।
ଠିକ୍ ଏହି ସମୟରେ ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ବନ୍ଧୁଙ୍କୁ ଦେଶର ସମସ୍ତ ସଂପତି ଏବଂ ଦେଶର କୋଟି କୋଟି ଜନସାଧାରଣଙ୍କ ବ୍ୟାଙ୍କରେ ଥିବା ସଂଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ ସୃଷ୍ଟିକରି ଆଦାନୀ ବ୍ୟବସାୟୀ ସାମ୍ରାଜ୍ୟକୁ ବୃଦ୍ଧି କରିବାପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି । ୨୦୧୪ ମସିହା ବେଳକୁ ଗୌତମ ଆଦାନୀଙ୍କର ସ୍ଥାନ ବିଶ୍ୱ ଧନୀ ତାଲିକାରେ ୬୦୯ ଥିଲା । ତାଙ୍କର କମ୍ପାନୀର ସମୁଦାୟ ବ୍ୟବସାୟୀକ ସଂପତି ୫୨ ହଜାର କୋଟି ଟଙ୍କା ଥିଲା କିନ୍ତୁ ଏହି ୯ବର୍ଷ ଭିତରେ ୨୦୨୨ ମସିହା ଶେଷ ସୁଦ୍ଧା ଗୌତମ ଆଦାନୀ ବିଶ୍ୱରେ ତୃତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ । ଏହି ୯ ବର୍ଷ ଭିତରେ ଆଦାନୀ ଗ୍ରୁପର ବ୍ୟବସାୟୀ ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଲମ୍ବି ଯାଇଛି । ଯଥା ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଂଟ, ରେଳ, କଂଟେନର, ବିଦ୍ୟୁତ ଆବଂଟନ, ତାପଜ ଶକ୍ତି ବିଦ୍ୟୁତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଏବଂ ଖାଦ୍ୟ ଦ୍ରବ୍ୟ ଇତ୍ୟାଦି ।
ଏହି ୯ ବର୍ଷ ଭିତରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରର ବିଜେପି ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତ ବର୍ଷର ସମସ୍ତ ଜାତୀୟ ସଂପତି ତାଙ୍କ ହାତକୁ ଟେକି ଦେଇଛନ୍ତି । ଯଦ୍ୱାରାକି ଭାରତ ବର୍ଷର ପୁଞ୍ଜିବାଦ ଅଭ୍ୟୁଦୟ ହୋଇଛି । ବିଶେଷ ଭାବରେ ନରେନ୍ଦ୍ର ମୋଦି ନିଜର ବ୍ୟକ୍ତିଗତ ସଂପର୍କ ଯୋଗୁଁ ଆଦାନୀ ଓ ଆମ୍ବାନୀଙ୍କୁ ବହୁ ଭାବରେ ଲାଭ ପଂହଚାଉଛନ୍ତି । ଆଦାନୀ ଗ୍ରୁପର ୨୦୧୭-୧୮ ଆର୍ଥିକ ବର୍ଷରେ ୬ଟି ସୂଚୀବଦ୍ଧ କମ୍ପାନୀ ଥିବା ବେଳେ ସମୁଦାୟ ବ୍ୟବସାୟୀକ ଟର୍ନଓଭର ୭୭ ହଜାର କୋଟି ଟଙ୍କା ଥିଲା । ଏଥିରୁ ଅପରେଟିଂ ପ୍ରଫିଟ ୨୦୧୪୧ କୋଟି ଥିବା ବେଳେ ନେଟ ଲାଭ ୩୪୫୫ କୋଟି ଥିଲା । ମାତ୍ର ୪ବର୍ଷ ଭିତରେ ୨୦୨୨ ଶେଷ ବେଳକୁ ଏହି କମ୍ପାନୀ ୧୮ଲକ୍ଷ କୋଟିର ସଂପତି ସୃଷ୍ଟି କରି ବିଶ୍ୱର ନମ୍ବର ୨ ଧନୀ ହୋଇଯିବା ମାତ୍ର ଏକ ସଂଯୋଗ ନା ପ୍ରୟୋଗ । ଆପଣମାନଙ୍କର ମନେଥିବ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ଦାୟୀତ୍ୱ ଗ୍ରହଣ କରିବାପରେ କହିଥିଲେ ହମ ଖାଉଁଗା ନା ଖାନେ ଦେଉଁଗା କିନ୍ତୁ ୯ ବର୍ଷ ଭିତରେ ଭାରତ ବର୍ଷର ଲକ୍ଷ ଲକ୍ଷ କୋଟି ଟଙ୍କାକୁ ଆଦାନୀ-ଆମ୍ବାନୀ ମାଧ୍ୟମରେ ଲୁଟ କରିଛନ୍ତି ଏବଂ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଇଲୋକ୍ଟ୍ରୋରାଲ ବଣ୍ଡ ।
ଆଦାନୀ ଇନଫାଷ୍ଟ୍ରଚର, ଆଦାନୀ ପାୱାର, ଆଦାନୀ ଗ୍ରୀନ ଏନରଜି, ଆଦାନୀ ଟ୍ରାନ୍ସମିସନ, ଆଦାନୀ ଟୋଟାଲ ଗ୍ୟାସ, ଆଦାନୀ ପୋଟସ୍‌, ଆଦାନୀ ଉଇଲମାର ଆଦି କମ୍ପାନୀ ସମୁହ ଷ୍ଟକ ହେରଫେର, ମନି ଲଣ୍ଡେରିଂ, ଫ୍ରଡ୍ ଆକାଉଣ୍ଟିଂ ଏବଂ ବିଦେଶୀ ଜାଲ କମ୍ପାନୀ ମାନଙ୍କ ଜରିଆରେ ବ୍ୟାପକ ମାତ୍ରାରେ ହେରଫେର କରି କମ୍ପାନୀ ସମୁହର ସେୟାର ପ୍ରାଇସ ଅହେତୁକ ବୃଦ୍ଧି କରିବାକୁ ସକ୍ଷମ ହୋଇଥିଲେ । ଅପ୍ରାକୃତିକ ଓ ଅସାଧୁ ଉପାୟରେ ସେୟାର ମୂଲ୍ୟ ବୃଦ୍ଧି କରି ଉକ୍ତ ସେୟାରକୁ ଷ୍ଟେଟବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଲଆଇସି ଭଳି ସଂସ୍ଥାମାନଙ୍କ ପାଖରେ ବନ୍ଧକ ରଖି ହଜାର ହଜାର କୋଟି ଟଙ୍କା ଋଣ ନେଇ ବ୍ୟବସାୟରେ ନିବେଶ କରିଛନ୍ତି ଯାହାକି ସଂପୂର୍ଣ୍ଣ ବେଆଇନ ଅଟେ ।  ଜାନୁଆରୀ ୨୪ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଭାରତବର୍ଷ ଏବଂ ସାରା ବିଶ୍ୱରେ ପୁଞ୍ଜି ବଜାର ଏବଂ ନିବେଶକ ମାନେ ବହୁ ଚିନ୍ତାରେ ପଡ଼ିଛନ୍ତି । ହିଣ୍ଡେନବର୍ଗ ରିପୋଟରେ ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାରକୁ ଜାଣିସୁଣି ବହୁ ମୂଲ୍ୟ ବଢ଼ାଯାଇଛି ଏବଂ ଆଦାନୀ ଗ୍ରୁପର ଋଣ ପରିଶୋଧ କରିବା ଏବଂ ଲିକୁଇଡିଟି ସ୍ଥିତି ଏବଂ ସାମଗ୍ରିକ ଏକାଉଟିକିଂ ନୀତିନିୟମକୁ ପାଳନ କରାଯାଇ ନାହିଁ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଏପରିକି ମରିର୍ସସ ଏବଂ ଅନ୍ୟବହୁ ଦେଶରେ ଟ୍ୟାକ୍ସ ହେଭେନ ଦେଶରେ ସେଲ କମ୍ପାନୀ (ମିଛ କମ୍ପାନୀ) ସୃଷ୍ଟି କରି ତାହାରି ମାଧ୍ୟମରେ ବିଦେଶରୁ କୋଟି କୋଟି ଟଙ୍କା ନିଜ କମ୍ପାନୀରେ ପୁଞ୍ଜି ବିନିଯୋଗ କରାଇ ବଜାରରେ ନିଜ ସେୟାର ଦାମ ବହୁ ପରିମାଣରେ ବୃଦ୍ଧି କରି ନିବେଶକ ମାନଙ୍କୁ ଲକ୍ଷ କୋଟି କୋଟି ଟଙ୍କା ଠକିଛନ୍ତି ବୋଲି ରିପୋର୍ଟରେ କହିଛନ୍ତି ।
ଏପରିକି ଭାରତବର୍ଷର ଜାତୀୟ ବ୍ୟାଙ୍କମାନେ ୮୦ ହଜାର କୋଟି ଟଙ୍କା ଆଦାନୀ ଗ୍ରୁଫ କମ୍ପାନୀରେ ପୁଞ୍ଜି ବିନିଯୋଗ କରିଛନ୍ତି । ଏଲଆଇସି ୩୬ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କରିଛି । ଏ ସମସ୍ତ ପୁଞ୍ଜି ବିନିଯୋଗ ସରକାରଙ୍କର ବିନା ଅନୁମତି ଓ ଚାପ ପ୍ରୟୋଗ ବିନା ଏହା ସମ୍ଭବ ହେବ ନାହିଁ । ଆଦାନୀ ଗ୍ରୁପର ସମସ୍ତ କମ୍ପାନୀର ନେଟ ଓର୍ଥ ତିନିବର୍ଷ ତଳେ ମାତ୍ର ୨୦ ବିଲିୟନ ଡଲାର ଥିବା ବେଳେ ଏହି ତିନିବର୍ଷ ଭିତରେ ଏହା ୧୦୦ ବିଲିୟନ ଡଲାର ବୃଦ୍ଧି ପାଇ ଆଜିର ଦିନରେ ୧୨୦ ବିଲିୟନ ଡଲାରେ ପଂହଚିଛି । ଏତେବଡ଼ ଅଭିଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡାଇରେକ୍ଟର ଅଫ ରେଭିନ୍ୟୁ ଇଂଟେଲିଜେନ୍ସ, ସେବି, ଆରବିଆଇ, ଇଡି, କମ୍ପିଟିସନ ଅଥରିଟି ଅଫ ଇଣ୍ଡିଆ ଏବଂ ଇନକମ ଟ୍ୟାକ୍ସ ଆଦି ବିଭାଗ ସମସ୍ତେ ଚୁପ ବସିଯାଇଛନ୍ତି ଏବଂ କୌଣସି ତଦନ୍ତ କରାଯାଉ ନାହିଁ କାହିଁକି । ଆଦାନୀ ଗ୍ରୁପ ସମୁହର ସମୁଦାୟ ଋଣର ପରିମାଣ ୨.୫ ଲକ୍ଷ କୋଟି ଟଙ୍କା ଯାହାକି ଭାରତୀୟ ବ୍ୟାଙ୍କ ସମୁହ ପ୍ରଦାନ କରିଛନ୍ତି । ଯଦି କମ୍ପାନୀ କ୍ଷତିଗ୍ରସ୍ତ ହେଉଛି ତାହାଲେ ସମସ୍ତ ଟଙ୍କା ଡୁବି ଯିବାର ସମ୍ଭାବନା ରହିଛି ଯାହାକି ଦେଶର ଅର୍ଥ ବ୍ୟବସ୍ଥାକୁ ଧ୍ୱସ୍ତ କରିବାକୁ ସକ୍ଷମ । ପିତଳ ଉପରେ ସୁନା ପାଣି ଦେଇ ୨୪ କ୍ୟାରେଟ ସୁନା କହି ଠକେଇ କରି ବିକ୍ରୀ କରିବା ଯାହା ୧୦୦ ଟଙ୍କା ମୂଲ୍ୟର ସେୟାରକୁ ଅସାଧୁ ଉପାୟରେ ୨୦୦୦ ଟଙ୍କାରେ ପଂହଚାଇବା ସେୟା ଏବଂ ଏହି ସେୟାରକୁ ବନ୍ଧକ ରଖି ବ୍ୟାଙ୍କ ଆଦାନୀ ଗ୍ରୁପକୁ ଋଣ ଦେବା ଏ ଶତାବ୍ଦିର ସବୁଠାରୁ ବଡ଼ ଆର୍ଥିକ ଠକେଇ ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନିରବ ।
ଆଜି ଆଦାନୀର ସେୟାର ମୂଲ୍ୟ ବହୁ ପରିମାଣରେ କମିଯିବା ଯୋଗୁଁ ଏଲଆଇସି ଏବଂ ଭାରତୀୟ ବ୍ୟାଙ୍କ ମାନଙ୍କର ପାଖାପାଖି ୪୫ ହଜାର କୋଟି ଟଙ୍କା ଉଡ଼ି ଯାଇଛି । ଯଦ୍ୱାରାକି କୋଟି କୋଟି ଭାରତୀୟଙ୍କ ଅର୍ଥ ରାଶିକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ବିଜେପି ସରକାର ଜାଣିସୁଣି ସୁରକ୍ଷିତ ରଖିଲେ ନାହିଁ । ଏପରିକି ମରିସସ୍‌ରୁ ଏକ ନିର୍ଦ୍ଦିଷ୍ଟ ସେଲ କମ୍ପାନୀ ମାଧ୍ୟମରେ ୪୮ ହଜାର କୋଟି ଆଦାନୀ ଗ୍ରୁପ ଅଫ କମ୍ପାନୀରେ ପୁଞ୍ଜି ବିନିଯୋଗ ହୋଇଥିଲା ବେଳେ ଏ କମ୍ପାନୀର ଠିକଣା ଓ କାରବାର ବିଷୟରେ କୌଣସି ସୂଚନା ନାହିଁ ଏବଂ ମିଳୁ ମଧ୍ୟ ନାହିଁ । ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି ଏହିସବୁ ସେଲ କମ୍ପାନୀ ମାଧ୍ୟମରେ ଲକ୍ଷ ଲକ୍ଷ କୋଟି ଟଙ୍କାର ମନିଲଣ୍ଡିରିଂ ହେଉଛି ଏବଂ ହେଉଥିଲା ।

ଆଦାନୀ ସଂପର୍କିତ ଲୁଟର ଅଭିଯୋଗ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ସଂସଦ ଏବଂ ସଂସଦ ବାହାରେ ବାରମ୍ବାର ସରକାରଙ୍କୁ ଚେତାଇଥିଲେ ଏବଂ ସେଥିରୁ ନିବୃତ ରହିବା ପାଇଁ ଚେତାଇଥିଲେ । କିନ୍ତୁ ଖୋଦ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳର ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଆପେକ୍ଷ କରିବା ସହିତ ଜନମାନସରେ ନିନ୍ଦିତ କରାଇବାରେ ଚେଷ୍ଟା କରିଥିଲେ । ଏପରିକି କଂଗ୍ରେସ ଦଳ ଦୁର୍ନୀତିର ଜନକ ବୋଲି କହିଥିଲେ ଏବଂ ତାଙ୍କ ସରକାର ଦେଶର ସ୍ୱାର୍ଥ ସହିତ ସାଲିସ୍ କରିବେ ନାହିଁ ବୋଲି କହିଥିଲେ । କଂଗ୍ରେସ ଦଳ ଆଦାନୀ ସହିତ ଏହି ଅର୍ଥନୈତିକ କାରବାର ଓ ମହା ଠକେଇର ସତ୍ୟତାକୁ ଜାଣିବାପାଇଁ ଏକ ଜଏଂଟ ପାଲ୍ୟାମେଂଟ କମିଟି ଦ୍ୱାରା ତଦନ୍ତ କରାଯାଉ ବା ମାନ୍ୟବର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ ହେଉ ବୋଲି ଦାବି କରୁଥିଲା ବେଳେ ସରକାର ଏହାକୁ ଗ୍ରହଣ କରୁନାହାନ୍ତି କାହିଁକି ଏପରିକି ବିଶ୍ୱରେ ବହୁ ନିବେଶକ ଏବଂ ନିବେଶକ ସଂସ୍ଥାମାନେ ନିଜର ନିବେଶକୁ ବହାର କରିନେଇ ସାରିଲେଣି ଏବଂ ଆଦାନୀ ଗ୍ରୁପ ଗୋଟିଏ କମ୍ପାନୀର ସେୟାରକୁ ବନ୍ଧକ ରଖି ସେହି ପଇସାରେ ଆଉ ଗୋଟିଏ କମ୍ପାନୀ କରିବା ବା ଅନ୍ୟ ଏକ ବ୍ୟବସାୟକୁ ଅଧିଗ୍ରହଣ କରିବା କାର୍ଯ୍ୟ କରିଛି । ଯଦ୍ୱାରାକି ମୂଳ ଋଣ ନେବାର ଉଦ୍ଦେଶ୍ୟ ଏବଂ ପ୍ରତିବଧତାକୁ ଖିଲାପ କରିଛି ।
ଏପରିକି ନରୱେର ଏକ ୟୁଏଲଏଫ ପେନସନ ଫଣ୍ଡ ସଂସ୍ଥା ଆଦାନୀର ଗ୍ରୀନ୍‌ଏନର୍ଜି କମ୍ପାନୀରେ ପୁଞ୍ଜି ବିଯୋଗ କରିଥିଲା ବେଳେ ଆଦନୀ ଗ୍ରୁପ ସେହି କମ୍ପାନୀର ସେୟାରକୁ ବନ୍ଧକ ରଖି ତାପଜ ବିଦ୍ୟୁତ ବ୍ୟବସାୟରେ ଲଗାଇଛି । ଯଦ୍ୱାରାକି ବିଶ୍ୱରେ ଯେଉଁ ଆର୍ଥିକ ସଂସ୍ଥାମାନେ ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ଏବଂ ବିଶ୍ୱ ତାପମାନକୁ ହ୍ରାସ କରିବାପାଇଁ ସଂକଳ୍ପ ନେଇଛନ୍ତି ଏବଂ ତାଙ୍କର ପୁଞ୍ଜିକୁ ପ୍ରଦ୍ୟୁଷଣକାରୀ ବ୍ୟବସାୟରେ ନଲଗାଇବାପାଇଁ ନିଷ୍ପତି ନେଇଥିଲେ ତାକୁ ମଧ୍ୟ ଖିଲାପ କରିଛନ୍ତି । ମୋଦି-ଆଦାନୀ ସଂପର୍କ କାହାକୁ ଆଉ ଅଛପା ନାହିଁ । ୨୦୧୪ ମସିହା ପ୍ରଥମ ଥର ପାଇଁ ପ୍ରଧାନ ମନ୍ତ୍ରୀ ଭାବରେ ନିର୍ବାଚିତ ହେବାପରେ ଶପଥଗ୍ରହଣ ଉତ୍ସବକୁ ଆଦାନୀଙ୍କ ବ୍ୟକ୍ତିଗତ ଉଡ଼ାଜାହାଜ ରେ ଆସିଥିଲେ । ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ଯେଉଁଠି ହୋଇଛି ସବୁବେଳେ ଆଦାନୀଙ୍କ ବ୍ୟକ୍ତିଗତ ବିମାନକୁ ନରେନ୍ଦ୍ର ମୋଦି ବ୍ୟବହାର କରନ୍ତି । ନରେନ୍ଦ୍ର ମୋଦି ଯେଉଁ ଯେଉଁ ଦେଶକୁ ବିଦେଶ ଗ୍ରସ୍ତରେ ଯାଇଛନ୍ତି ସେହିସବୁ ଦେଶକୁ ସାଥିରେ ଆଦାନୀକୁ ନେଇ ଯାଇଛନ୍ତି ବା ଆଦାନୀ ପୂର୍ବରୁ ସେଠାରେ ଯାଇ ପଂହଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସବୁ ଦେଶର ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ ଚାପ ପ୍ରୟୋଗ କରି ଆଦାନୀଙ୍କୁ ବ୍ୟବସାୟ କରାଇବାରେ ସାହାଯ୍ୟ କରିଛନ୍ତି ଏପରିକି ଶ୍ରୀଲଙ୍କା ଗ୍ରସ୍ତବେଳେ ଶ୍ରୀଲଙ୍କାର ଶକ୍ତି ବିତରଣ ବ୍ୟବସାୟ ଆଦାନୀଙ୍କୁ ଦେବେ ବୋଲି ଚାପ ପ୍ରୟୋଗ କରିଥିଲେ ବୋଲି ତାହା ତାଙ୍କ ପାଲ୍ୟମେଂଟରେ ଆଲୋଚନା ହେଲା । ବାଲାଂଦେଶ ଗ୍ରସ୍ତରେ ଯାଇ ବାଲାଂଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପ୍ରୟୋଗ କରି ତାପଜ ବିଦ୍ୟୁତ ସ୍ଥାପନ ଏବଂ କୋଇଲା ଟ୍ରାନସ୍‌ପ୍ରୋଟେସନ ଏବଂ ଏକ୍ସପୋଟ କାରବାର ପ୍ରଦାନ କରାଇଥିଲେ ।

ଅଷ୍ଟ୍ରେଲିଆ ସରକାରଙ୍କୁ ଚାପ ପ୍ରୟୋଗ କରି ଆଦାନୀଙ୍କୁ ସେଠାରେ କୋଇଲା ଖଣି ଦିଆ କରାଇଥିଲେ । ଇଜରାୟଲ ଗ୍ରସ୍ତକରି ପ୍ରଧାନମନ୍ତ୍ରୀ ଇଜରାୟଲ ସରକାରଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ବ୍ୟବସାୟ ଏବଂ ଡ୍ରୋନ ବ୍ୟବସାୟର ଟେଣ୍ଡର ଦିଆ କରାଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ନରେନ୍ଦ୍ର ମୋଦି-ଆଦାନୀ ମେଂଟ ଭାରତବର୍ଷର ଅର୍ଥନୀତିକୁ ଦୁର୍ବଳ କରିବା ଏବଂ ଏହି ଲୁଟ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଖୋଦ ଦେଶର ପ୍ରଧାନମନ୍ତ୍ରୀ ବୋଲି ।ଭାରତବର୍ଷର ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଏପରିକି ସେବି ଏ ସମସ୍ତ ଘଟଣାର ତଦନ୍ତ କରୁ ନାହିଁ । ତାହାଲେ ଏସବୁ ଏଜେନ୍ସି ସସସ୍ତ କଥାରେ ତଦନ୍ତ କରୁଥିଲା ବେଳେ ଏ ଘଟଣାରେ ତଦନ୍ତ କାହିଁକି କରୁ ନାହାନ୍ତି । ଏହାଦ୍ୱାରା ବିଶ୍ୱ ପୁଞ୍ଜି ବଜାରରେ ଭାରତ ପ୍ରତି ଏକ ନକରାତ୍ମକ ଭାବନ ସୃଷ୍ଟି କରିବକି ନାହିଁ ।ଭାରତ ବର୍ଷର ସଂପତିକୁ ଲୁଟ କରିବା, ଗରିବ ଲୋକଙ୍କ ଅର୍ଥକୁ ଲୁଟ କରିବା ଦେଶର ଅମୃତ କାଳ କହିବା କେତେ ଯୁକ୍ତିଯୁକ୍ତ । ଏହା କେବଳ ଅମୃତ କାଳ ନୁହେଁ ମିତ୍ର କାଳ ।

କୃଷି ବିକାଶ ପାଇଁ ସୁଧବିହୀନ ଋଣ ସୁବିଧା…

() ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳାର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ସମବାୟ ବିଭାଗ ବିଭିନ୍ନ ସ୍ତରରେ ଚାଷୀ ପରିବାରଗୁଡ଼ିକୁ ସେବା ଯୋଗାଇ ଦେଉଛି । ସୁବିଧା ଅସୁବିଧାରେ ସେମାନଙ୍କ ସହିତ ରହିଛି । ଆମ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ସମବାୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସମବାୟ ବିଭାଗ ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟର ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡ଼ିକ ହିଁ ଦେଇଥାନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନାସୁଧରେ ଯୋଗାଇ ଦେଉଛନ୍ତି । ରାଜ୍ୟର ଚାଷୀଭାଇମାନେ ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ସମବାୟ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓୟୁଏଟିର ଡ. ସ୍ୱାମୀନାଥନ୍‌ ହଲ୍‌ରେ ଅନୁଷ୍ଠିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ କୃଷି ଋଣ ସମବାୟ ସମିତିମାନେ ପ୍ରଦାନ କରୁଥିବା ସେବା ବିଷୟରେ ଅବଗତ କରିବା ଓ ଉପଲବ୍ଧ ସେବା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ସଚେତନତା ସୃଷ୍ଟି ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କର୍ମଶାଳା ଓ ଗ୍ରାମାଞ୍ଚଳରେ ଜନସଂପର୍କ ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ୨ ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ପ୍ରତ୍ୟେକ ଚାଷୀ ପରିବାର ଏହାର ସୁଯୋଗ ନିଅନ୍ତୁ ଓ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୁଅନ୍ତୁ । ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।

ମନ୍ତ୍ରୀ ଶ୍ରୀ ନାୟକ ପୁଣି କହିଲେ ଯେ କୃଷି ଉତ୍ପାଦନରେ ଆମେ ରେକର୍ଡ କରିଛୁ । ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କାର ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଯୋଜନା ଓ ‘ବଳରାମ’ ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ୍‌ ସଫଳତା ପାଇଛି । ୫-‘ଟି’ର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ । ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭଲ କାମ କରୁଛନ୍ତି । ସମବାୟ ବିଭାଗ ସମାଜର ତଳସ୍ତରର ଲୋକଙ୍କ ଆର୍ଥିକ ଉତ୍‌ଥାନ ଦିଗରେ ମିଶନ ମୋଡ୍‌ରେ କାର୍ଯ୍ୟ କରୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଉନ୍ନୟନ କମିଶନର ଓ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ କୃଷି ଓ ସମବାୟ ରାଜ୍ୟ ବିକାଶର ଏକ ପ୍ରମୁଖ କ୍ଷେତ୍ର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ କୃଷି କ୍ଷେତ୍ରରେ ରାଜ୍ୟକୁ ଅନେକ ସଫଳତା ମିଳିପାରିଛି । ଧାନ ଉତ୍ପାଦନ, ପନିପରିବା ଚାଷ, ମାଛଚାଷ, ଗୋପାଳନ ଆଦି କ୍ଷେତ୍ରରେ ଆମେ ଆଶାନୁରୂପ ସଫଳତା ପାଇପାରିଛୁ ।

ସମବାୟ ବ୍ୟାଙ୍କଗୁଡ଼ିକର ଅବଦାନ ଯୋଗୁଁ ଏ ସମସ୍ତ ସଫଳତା ମିଳିପାରିଛି । କୃଷି ଋଣର ୭୫ ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି । ଓଡ଼ିଶାକୁ ଅଗ୍ରଣୀ କୃଷିଭିତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡ଼ିକ ଯନିବାନ ହେବା ଜରୁରୀ । ଅଧିକରୁ ଅଧିକ ଚାଷୀମାନଙ୍କୁ ଋଣ ଦେବା, ସୁଧବିହୀନ ଋଣ ନେବା ପାଇଁ ପ୍ରବର୍ତ୍ତାଇବା ଓ ଋଣ ମାଧ୍ୟମରେ ସେମାନଙ୍କୁ ଆଗକୁ ବଢ଼ାଇବା ସମବାୟ ବ୍ୟାଙ୍କଗୁଡ଼ିକର କର୍ତ୍ତବ୍ୟ ଓ ଦାୟିତ୍ୱ ହେଉ ବୋଲି ଶ୍ରୀ ଜେନା କହିଥିଲେ ।

ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚଢ଼ା କହିଲେ ଯେ ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡ଼ିଛି । ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡ଼ିବ । ସେଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଋଣର ସୁଯୋଗ ଚାଷୀମାନଙ୍କୁ ନେବାକୁ ପଡ଼ିବ।ସାହୁକାରମାନଙ୍କଠାରୁ ଋଣ ନନେଇ ଚାଷୀମାନେ ସମବାୟ ଋଣ ନେଟ୍‌ୱାର୍କକୁ ଆସିବାକୁ ପଡ଼ିବ । ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମ୍‌କୁ କାର୍ଯ୍ୟକ୍ଷମ କରିବୁ । ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ । ପ୍ୟାକ୍ସର କମ୍ପୁ୍ୟଟରୀକରଣକୁ ଅଧିକ ଜୋରଦାର କରିବୁ ଓ ରାଜ୍ୟରେ ୧୨୦୦ ନୂଆ ପ୍ୟାକ୍ସ ଗଠନ କରାଯିବ ବୋଲି ଶ୍ରୀ ଚଢ଼ା କହିଥିଲେ । ନାବାର୍ଡ ସାଧାରଣ ପରିଚାଳକ ଶ୍ରୀ ସତ୍ୟରଞ୍ଜନ ପଣ୍ଡା କହିଲେ ଯେ ରାଜ୍ୟରେ ୧୮୯୮ରେ ସମବାୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ।

ଆଜି ୫୭ ଲକ୍ଷ ଚାଷୀଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସମବାୟର ଅବଦାନ ଅନବଦ୍ୟ । ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ବଳରେ ସମବାୟ ବ୍ୟାଙ୍କଗୁଡ଼ିକ ଆଜି ବେଶ୍‌ ଉନ୍ନତ ହୋଇପାରିଛନ୍ତି । ନାବାର୍ଡ ବ୍ୟାଙ୍କ ସମବାୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହି ରାଜ୍ୟର ଚାଷୀମାନଙ୍କୁ କୃଷି ଋଣ ଦେବାରେ ମୁଖ୍ୟ ଭୂମିକା ନେଇପାରିଛି ବୋଲି ସେ କହିଥିଲେ । ଓୟୁଏଟିର ସଂପ୍ରସାରଣ ବିଭାଗ ଡିନ୍‌ ଶ୍ରୀ ପ୍ରସନଜିତ୍‌ ମିଶ୍ର କହିଲେ ଯେ ଓୟୁଏଟି ପ୍ରତିଷ୍ଠା ହେବା ପରଠାରୁ କୃଷିର ଉନ୍ନତି ପାଇଁ ପ୍ରୟାସରତ ରହିଛି । ଚାଷୀମାନଙ୍କ ପାଖରେ ଉନ୍ନତ ଜ୍ଞାନକୌଶଳ ପହଞ୍ଚାଇଛି । କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ବିନା ଖର୍ଚ୍ଚରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ଯୋଗାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି । ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଚାଷୀଙ୍କୁ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ଉତ୍ପାଦନ, ବିପଣନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ସମବାୟ ସମିତି ନିବନ୍ଧକ ଶ୍ରୀ ଉଦ୍ଧବ ମାଝୀ ଧନ୍ୟବାଦ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଆଗାମୀ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଜିଲ୍ଲାସ୍ତରୀୟ ଉତ୍ସବ/କର୍ମଶାଳା ଅନୁଷ୍ଠିତ ହେବ ଓ ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାମପଞ୍ଚାୟତ ସ୍ତରରେ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପ୍ୟାକ୍ସ)ମାନେ ଜନସଂପର୍କ ଅଭିଯାନ ଓ କର୍ମଶାଳାର ଆୟୋଜନ କରିବେ ।

ତାରାଙ୍କ ବିସ୍ପୋରକ ବୟାନ…

() ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳୀ ନେତା ନବ ହତ୍ୟା କାଣ୍ଡ ରେ ସମ୍ପୃକ୍ତ ଅଛନ୍ତି… ତାଙ୍କୁ ତଦନ୍ତ ପରିସରର ଭୁକ୍ତ କରାଯାଉ…ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ନବ ଦାସ ହତ୍ୟା ର ତଥ୍ୟ ପଦାକୁ ଦେଇନାହାନ୍ତି କାହିଁକି କଣ ପାଇଁ ହତ୍ୟା ହେଲା… ପାଗଳ କରିଫେବାକୁ ଚେଷ୍ଟା କି ସେ ପାଗଳ ସ୍ପଷ୍ଟ କରନ୍ତୁ ଆମେ sit ତଦନ୍ତ ଦାବି କରୁଛୁ… ରାଜ୍ୟସରକାର ସଂନ୍ଦେହେ ଘେରରେ ବାସ୍ତବରେ ହତ୍ୟା କଣ ପାଇଁ ପ୍ରଶ୍ନ ଉଠିଛି ଖବର ଆସୁଛି ସେ ଜାଗର ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳୀ ନେତା ସହ ତାଙ୍କର ପଡୁନଥିଲା ସେ ବାହୁବହିଲି ନେତା ତାଙ୍କୁ ମାରିଦେଇନାହାନ୍ତି ତ.. ସେ ବିଷୟ ରେ ପ୍ରଶଂକାଳ ରେ ଆଲୋଚନା ହେଉ… ସରକାର ନିରପେକ୍ଷ ତଦନ୍ତ ଆମେ ଆସ କରୁନୁ ବିଜେଡି ର ଜଣେ ନେତା ମାରିଲା ଭଳି ଲାଗୁଛି… Sit ତଦନ୍ତ କାହିଁକି ହବନି… ଅବସରରେ ପ୍ରାପ୍ତ ଜର୍ଜ କୁ ପ୍ରଭାବିତ କରିବାର ସମ୍ଭାବନା ଅଛି… ସିଟିଙ୍ଗ ଜର୍ଜ କୁ ପ୍ରଭାବିତ କରିପାରିବେ ନାହିଁ… ଲୋକଙ୍କ ସୁରକ୍ଷା ଦରକାର… କିଏ ସେ ବାହୁବଳୀ ନେତା… ଯାହାର ସମ୍ପୃକ୍ତି ଅଛି ଥାଉ ଆମର କଂଗ୍ରେସ ର ସମ୍ପୃକ୍ତି ନାହିଁ ବିଜେଡି କହୁଛି ବିଜେପି ମାରିଲା ବିଜେପି କହୁଛି ବିଜେଡି ମାରିଲା… କଂଗ୍ରେସ ରାଜନୀତି କରୁନି ନ୍ୟାର୍ଯ୍ୟ ଦାବି କରୁଛି ଯିଏ ପ୍ରକୃତ ହତ୍ୟାକାରୀ ତାକୁ ଧରାଯାଉ… ସିଏ ଆମର ବନ୍ଧୁ ସେ ସମୟ ରେ ଆମେ ଆଲୋଚନା କରିଛୁ ସେ କହୁଥିଲେ ପଶ୍ଚିମ ଓଡ଼ିଶାର ବିଜେଡି ବାହୁବଳୀ ନେତା ସହ ତାଙ୍କର ପଡୁନଥିଲା ସେ ଆମକୁ କହିଥିଲେ..

ତରାପ୍ରସାଦ ବାହିନୀପତି, କଂଗ୍ରେସ

ବିଧାନସଭାରେ ଆଜି କିଏ କଣ କହିଲେ ଜାଣନ୍ତୁ…

() ପଦମପୁର ଉପନିର୍ବାଚନ ସମୟରେ ମୁଁ ଦାୟିତ୍ୱରେ ଥିଲି। ସେତେବେଳେ ନବ ଦାସ ମତେ କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ର ନିର୍ବାଚନ ରୁ ଦୂରେଇ ରହିବା ପାଇଁ ଧମକ ଦେଉଛନ୍ତି। ଆମର ସମସ୍ତଙ୍କ ସନ୍ଦେହ ହେଉଛି ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ଅଛି ବୋଲି। ତାର ତଦନ୍ତ ହେବା ଦରକାର।

ରୁଦ୍ର ପ୍ରତାପ ମହାରଥୀ…

() ବାଚସ୍ପତି ଙ୍କୁ ଭେଟିଲା ବିଜେଡ଼ି l ମହିଳା ବିଧାୟିକା ମାନେ ଜୟନାରାୟଣ ମିଶ୍ରଙ୍କ ଠାରୁ ଅସୁରକ୍ଷିତ। ସେ ଜଣେ ଅପରାଧୀ। ମାନସିକ ସ୍ଥିତି ଭଲ ନାହିଁ। ତାଙ୍କୁ derecongnise କରାଯାଉ ବିରୋଧୀ ଦଳ ନେତା ପଦରୁ ବୋଲି ଦାବି କଲା ବିଜେଡ଼ି। ସୂଚନା ଦେଲେ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ।

 

 

 

 

 

ନବ ଦାସ ହତ୍ୟା ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି: ତଦନ୍ତର କୌଣସି ଦିଗକୁ ଛଡା ଯିବ ନାହିଁ, ବିରୋଧିଙ୍କୁ ପରାମର୍ଶ, କରନାହିଁ ରାଜନୀତିକରଣ….

()ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଏହି ଗୃହର ମାନ୍ୟବର ସଦସ୍ୟ ନବକିଶୋର ଦାସଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ବେଦନାଦାୟକ । ଯେତେବେଳେ ଆମେ ଏ ଗୃହରେ ଏକାଠି ହେଲେ, ସେତେବେଳେ ଆମେ ସ୍ବର୍ଗତ ଦାସଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଲେ । ତାଙ୍କ ବିୟୋଗରେ, ଓଡିଶା ବିଶେଷ କରି ପଶ୍ଚିମ ଓଡିଶାର ବିକାଶ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରୁଥିବା ଜଣେ ପ୍ରଗତିଶୀଳ ନେତା ଓ ଆମର ଜଣେ ପ୍ରିୟ ସହଯୋଗୀଙ୍କୁ ଆମେ ହରାଇଲୁ ।

ଗତ ଜାନୁଆରୀ ୨୯, ୨୦୨୩ ଅପରାହ୍ନ ୧୨.୩୫ ବେଳେ ଗୋପାଳ ଦାସ ନାମକ ଜଣେ ସହକାରୀ ପୋଲିସ ସବ୍‌ଇନ୍‌ସପେକ୍ଟର ଓଡିଶାର ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଶ୍ରୀ ଗୋପାଳ ଦାସ ତାଙ୍କ ସର୍ଭିଲ ପିସ୍ତଲରୁ ଗୁଳି ଚଳାଇଥିଲେ । ଆମର ସମସ୍ତ ଉଦ୍ୟମ ସତ୍ତ୍ବେ ନବକିଶୋର ଦାସଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ ।

ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା । ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ । ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି ।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈ‌ଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି । ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି ।

ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି।

ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି ।

ଅଭିଯୁକ୍ତ ଠାରୁ ସତ୍ୟ ଉଦ୍‌ଘାଟନ ତଥା ଅଧିକ ତଥ୍ୟ ବାହାର କରିବାପାଇଁ ଗୁଜୁରାଟ State Forensic Science Laboratoryରେ ବିଶେଷଜ୍ଞଙ୍କ ଦ୍ବାରା Narco Analysis କରାଯାଇଅଛି । ତେଣୁ ସତ୍ୟର ଉଦ୍‌ଘାଟନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି ।

ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ Federal Bureau of Investigationର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଉଦ୍ୟମ କରୁଛି । ଆମେରିକାର FBI ସଂସ୍ଥାର Behavioral Support Unit ଦ୍ବାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବାପାଇଁ ଓଡିଶା ସରକାର ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସହାୟତା କାମନା କରିଛନ୍ତି ।

ମୁଁ ଏହି ଗୃହକୁ ପୁନଃ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ, ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ Forensic ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ଦିଗରେ ଆମେ ସମସ୍ତ ପଦକ୍ଷେପ ନେବୁ ।

ତେବେ ସେ ଯାହା ହେଉ ନା କାହିଁକି, ଏହି ମର୍ମନ୍ତୁଦ ଘଟଣା ପରେ ଏଭଳି ଏକ ସମ୍ବେଦନଶୀଳ କେସ୍‌ର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି । ଯେଭଳି ଭାବରେ ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରାଯାଉଛି, ତାହା ଅତ୍ୟନ୍ତ ପରିତାପର ବିଷୟ।

ସ୍ବାଧୀନ ବିଚାର ବ୍ୟବସ୍ଥା ଆମ ଗଣତନ୍ତ୍ରର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ। ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବାପାଇଁ ମାନ୍ୟବର ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜଜଙ୍କୁ ନିଯୁକ୍ତି ଦେବା ପରେ ପରେ ପୋଲିସର ତଦନ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବିଚାର ବିଭାଗର ତତ୍ତ୍ବାବଧାନରେ କରାଯାଉଛି । ତେଣୁ ଏହି କେସ୍‌କୁ ନେଇ ରାଜନୀତି କରିବାର କଣ ଆବଶ୍ୟକତା ଅଛି ? ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିବାର କଣ ଆବଶ୍ୟକତା ଅଛି ? ଆମେ ସମସ୍ତେ ଆମର ସ୍ବାଧୀନ ବିଚାର ବ୍ୟବସ୍ଥାକୁ ସମ୍ମାନ ଦେବା ସହ ତା ଉପରେ ଭରସା ରଖିବା ଉଚିତ ।

ଭାରତ ୭୫ ବର୍ଷର ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର । ଓଡିଶାରେ ଅତ୍ୟନ୍ତ ପରିପକ୍ବ ତଥା ଉଚ୍ଚମାନର ରାଜନୈତିକ ବିଚାର ଆଲୋଚନାର ବଳିଷ୍ଠ ପରମ୍ପରା ରହିଛି । ଏହି କେସ୍‌ର ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ । ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

ମୁଁ ଗଭୀର ଭାବରେ ବ୍ୟଥିତ ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ହେଉଛି ଜଣେ ପୋଲିସ କର୍ମଚାରୀ । ଏହି ଅଭିଯୁକ୍ତକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯିବା ସହିତ ତାକୁ ଆଇନର କାଠଗଡା ଭିତରକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।

ତେବେ ସେ ଯାହା ହେଉ ନା କାହିଁକି, ଆମର ବିରୋଧୀ ଦଳର କେତେକ ନେତା, ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳର ନେତା ମାନେ ରାଜ୍ୟ ପୋଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ହେଉଛନ୍ତି, ତାହା ଚିନ୍ତାଜନକ ଅଟେ। ମୋତେ ଦୁଃଖ ଲାଗୁଛି ଯେ ବିରୋଧୀ ଦଳ ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳ ଏହି ଜଘନ୍ୟ ଘଟଣାର ରାଜନୀତିକରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ । ଓଡିଶା ପୋଲିସ, ଯେ କି ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି, ଏହା ତାର ମନୋବଳକୁ ଦୁର୍ବଳ କରୁଛି ।

ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହୀନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି । କିନ୍ତୁ, କେବେ ବି ଏଥିପାଇଁ ପୁରା ସାମରିକ ବା ପୋଲିସ ବାହୀନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ । ଆମ ଦେଶ ସବୁବେଳେ ଆମର ସାହସୀ ଜବାନ ମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି । ଦୁର୍ଭାଗ୍ୟର କଥା ଯେ ରାଜ୍ୟ ବିଜେପି ଏ ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରୁଛି । ରାଜ୍ୟ ବିଜେପି ଓଡିଶାର ଯୁବଶକ୍ତିର ଅପମାନ କରିଛି । ଓଡିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେ ନାହିଁ । ଜଣେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁଁ ସମଗ୍ର ପୋଲିସ ବାହୀନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି ।

ଏହା ହେଉଛି ରାଜ୍ୟ ପୋଲିସ ଓ ଗୃହରକ୍ଷୀ ବାହିନୀରେ କାର୍ଯ୍ୟରତ ୯୦ ହଜାର ଓଡିଆ ଯୁବକଯୁବତୀ ଓ ସେମାନଙ୍କ ପରିବାର ପାଇଁ ଅପମାନ । ଓଡିଶାର ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ତଥା ଗତ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦୀମାନଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ଶହ ଶହ ପୋଲିସ କର୍ମଚାରୀ ମାନଙ୍କ ପ୍ରତି ଏହା ହେଉଛି ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନତା ଓ ରାଜନୈତିକ ସୁବିଧାବାଦର ପରିଚାୟକ।

ଓଡିଶା ପୋଲିସର ଓଡ୍ରାଫ ଜବାନ ଓ ଅଗ୍ନିଶମସେବାର କର୍ମଚାରୀମାନେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ଜୀବନକୁ ବାଜି ଲଗାଇ ସେମାନଙ୍କ ଉତ୍ସର୍ଗୀକୃତ ସେବା ଦ୍ବାରା ଧନଜୀବନର ସୁରକ୍ଷା କରିଛନ୍ତି ।

ଆମ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଆମ ପୋଲିସ ବାହିନୀ ଯେଭଳି ପ୍ରଶଂସନୀୟ କାର୍ଯ୍ୟ କରିଛି, ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି । ଏକ ପରିପକ୍ବ ଗଣତନ୍ତ୍ର ଭାବରେ ଆମେ ଅନାବଶ୍ୟକ ଭାବରେ ରାଜ୍ୟ ଶାସନ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅଂଗ ଗୁଡିକ ନିନ୍ଦିତ କରିବା ଓ ଭୟଙ୍କର ଭାବରେ ଚିତ୍ରଣ କରିବାରୁ ବିରତ ରହିବା ଉଚିତ ।
ଉଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିବା ଜଣେ ବ୍ୟକ୍ତି ଦାୟିତ୍ବରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ । ଓଡିଶା ସବୁବେଳେ ମହିଳା ମାନଙ୍କୁ ସମ୍ମାନ ଜଣାଇଆସିଛି ଏବଂ ଏଭଳି ଲଜ୍ଜାଜନକ ଆଚରଣକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ।

ଆମର ଅନେକ ଏପରି ବିଷୟ ଅଛି ଯେଉଁଥିରେ କି ଆମେ ଭିନ୍ନମତ ହେବା, ଯୁକ୍ତି କରିବା ବା ବିତର୍କ ମଧ୍ୟ କରିପାରିବା; କିନ୍ତୁ ଆମେ କେବେ ବି ଏକ ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରିବା ଉଚିତ ନୁହେଁ । ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା ।

ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି । ମୁଁ ପୁଣି ଥରେ ନବକିଶୋର ଦାସଙ୍କ ଶୋକାକୁଳ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁଚାଷ ପ୍ରଶିକ୍ଷଣ ଶିବିର ଆୟୋଜିତ….

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଚନ୍ଦକା ପଂଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତ୍‌ୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଦଶ ଜଣ ଚାଷୀ ଓ ଏନଏସ୍‌ଏସ୍‌ର ସ୍ୱେଚ୍ଛା ସେବୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଛତୁଚାଷ ବିଶାରଦ ଶ୍ରୀ ରାକେଶ ରୋଶନ ଶତପଥି ଓ ତାଙ୍କ ସହକାରୀ ଶ୍ରୀ ଦିବ୍ୟ ଜ୍ୟୋତି ସ୍ୱାଇଁ ଯୋଗ ଦେଇ ଛତୁଚାଷ କୁ କିପରି ବ୍ୟବସାୟ ଭିତିକ କରିହେବ ସେହି ବିଷୟରେ ଚାଷୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିବାବେଳେ ଛତୁଚାଷ ଜନିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ ।

ଏହି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଚାଷୀମାନଙ୍କୁ ଛତୁ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ବଟଂନ କରାଯାଇଥିଲା ।ଏନ୍‌ଏସ୍‌ଏସ୍‌ର କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଏବଂ ପ୍ରୋଗ୍ରାମ ଅଫିସର ଶ୍ରୀ ରାଜୀବ କୁମାର ବେହେରାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Follow us

20,832FansLike
0FollowersFollow
14,700SubscribersSubscribe

Latest news