କେନ୍ଦ୍ରରେ ବିଜେପି ସରକାର ୯ବର୍ଷ ଶାସନ କୁ କଂଗ୍ରେସର ୯ ଟି ପ୍ରଶ୍ନ : ଜିତେନ୍ଦ୍ର ସିଂ

() ନରେନ୍ଦ୍ର ମୋଦୀ ନେତୃତ୍ୱାଧିନ କେନ୍ଦ୍ର ବିଜେପି ସରକାରକୁ ଆଜି ୯ ବର୍ଷ ପୁରିଲା । ଏହି ୯ ବର୍ଷ ଭିତରେ ବିଜେପି ଦଳ ତଥା ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା କେନ୍ଦ୍ରରେ ଶାସନକୁ ଆସିବା ପୂର୍ବରୁ ଭାରତ ବର୍ଷର ସରଳ ଜନସାଧାରଣଙ୍କୁ ବହୁଗୁଡ଼ିଏ ମିଛ ପ୍ରତିଶ୍ରୁୀତି ବାଂଟିଥିଲେ । ଗୋଟିଏ ମିଛକୁ ବାରମ୍ବାର କହି ଭାରତ ବର୍ଷର ଜନସାଧାରଣଙ୍କ ମନରେ ଏକ ମିଛି ବିଶ୍ୱାସର ପାହାଡ଼ ସୃଷ୍ଟି କରିଥିଲେ । ଯାହାକୁ ଭାରତ ବର୍ଷର ଜନସାଧାରଣ ବିଶ୍ୱାସକୁ ପ୍ରତିଶ୍ରୁତି ବୋଲି ଭରଷା କରିଥିଲେ । ତାହା ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହୋଇ ଆଜି ୯ ବର୍ଷ ପରେ ସେ ସବୁ ବିଶ୍ୱାସ ସଂପୂର୍ଣ୍ଣ ମିଛ ଥିଲା ବୋଲି ଆଜି ତାହା ଜଳ ଜଳ ହୋଇ ଦେଖାଯାଉଛି । ୨୦୧୨ ଓ ୨୦୧୩ ମସିହା ନରେନ୍ଦ୍ର ମୋଦୀ ବିଭିନ୍ନ ସଭା ସମିତିରେ କହିଥିଲେ ଯେ, କାହିଁକି ପେଟ୍ରୋଲ ଓ ଡିଜେଲ ଦାମ୍ ଏତେ ବୃଦ୍ଧି ଘଟୁଛି? କାହିଁକି ଡଲାରର ମୂଲ୍ୟ ବଦ୍ଧି ଘଟୁଛି ଓ ଟଙ୍କାର ମୂଲ୍ୟ ହ୍ରାସ ପାଉଛି । ରନ୍ଧନ ଗ୍ୟାସ, ଡାଲି,ତେଲ, ଲୁଣ , ଦୁଗ୍‌ଧ ଓ ଅଟାର ଦାମ କାହିଁକି ହୁ ହୁ ହୋଇ ବଢ଼ିଚାଲୁଛି । ଠିକ୍ ୯ ବର୍ଷ ପରେ କଂଗ୍ରେସ ନରେନ୍ଦ୍ର ମୋଦୀ ସରକାରଙ୍କୁ ଆଜି ପ୍ରଥମ ପ୍ରଶ୍ନ କରିଛି ଯେ, କାହିଁକି ମୁଦ୍ରା ସ୍ଫିତି ଓ ବେରୋଜଗାରୀ ଆକାଶ ଛୁଆଁ ହୋଇଛି । କାହିଁକି ଧନୀ ଅଧିକ ଧନୀ ହେଉଛି ଓ ଗରୀବ କାହିଁକି ଅଧିକ ଗରୀବ ହୋଇଯାଉଛି । କାହିଁକି ଜାତୀୟ ସମ୍ପତିକୁ ନିଜର କିଛି ବ୍ୟକ୍ତିଗତ ବନ୍ଧୁଙ୍କୁ ବିକ୍ରି କରାଯାଉଛି ।

ଏହାଦ୍ୱାରା କାହାର ହିତସାଧନ କରାଯାଉଛି । ଆଜି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଥିଲେ ଯେ, ଆସନ୍ତାକାଲି ସଂସଦ ଭବନ ଉଦ୍‌ଘାଟନ ହେବ କିନ୍ତୁ ମହାମହୀମ ରାଷ୍ଟ୍ରପତିଙ୍କର ଗାରିବା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ ସଂପୂର୍ଣ୍ଣ ରୂପେ ଭୃକ୍ଷେପ ନ କରି ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଦେଇଛି । ଆପଣ ସମଦୂରତା କଥା କହିଥିଲେ? ସମଦୂରତା ଗଲା କୁଆଡ଼େ? ଆପଣଙ୍କ ଦଳ କହୁଛି ରାଷ୍ଟ୍ରପତିଙ୍କ ପଦ ମର୍ଯ୍ୟଦା ହାନି ହେବା କଥା ନୁହେଁ । ରାଷ୍ଟ୍ରପତି ଯିଏ କି ଆପଣଙ୍କ ଭଉଣୀ ତଥା ଓଡ଼ିଶାର ଝିଅ ଏବଂ ଆଦିବାସୀ ମହିଳା ତାଙ୍କୁ ଖୋଦ୍ ପ୍ରଧାନମନ୍ତ୍ରୀ ଅପମାନିତ କରୁଥିଲାବେଳେ ଆପଣ ଏହାକୁ ସମର୍ଥନ କରୁଛନ୍ତି । ଏହା କ’ଣ ଆପଣଙ୍କର ଓଡ଼ିଶା ପ୍ରୀତି କି? ଆପଣଙ୍କ ଆଦିବାସୀ ପ୍ରିତୀ ଗଲା କୁଆଡ଼େ? ଏହା କେବଳ ନିର୍ବାଚନୀ ଚାଲ? ଆପଣଙ୍କୁ ଆଜି ଜାତୀୟ ପ୍ରସଙ୍ଗ ଓ ମୋଦୀ ସରକାରଙ୍କ ବିଫଳତା ଉପରେ ସମ୍ମାନୀୟ ଜିତେନ୍ଦ୍ର ସିଂ ସମ୍ବୋଦିତ କରିବେ? ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ନରେନ୍ଦ୍ର ମୋଦୀ ସରକାର ୯ ବର୍ଷର ୯ ଟି ମୁଖ୍ୟ ଅପାରଗତାକୁ ପ୍ରଶ୍ନ ଆକାରରେ ପଚାରିଛନ୍ତି । ସେ କହିଛନ୍ତି ଯେ, ୨୦୧୪ ମସିହାରେ ଏକ ଏଲପିଜି ସିଲିଣ୍ଡର ଦାମ ୪୧୦ ଟଙ୍କା ଥିଲା ବେଳେ ୨୦୨୩ ମସିହା ବେଳକୁ ତାହା ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି । ପାଖାପାଖି କେବଳ ଏଲପିଜି ସିଲିଣ୍ଡରର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି । ଠିକ୍ ସେହିଭଳି ଭାବରେ ଆଜି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୦୧୪ ମସିହା ଠାରୁ ୫୭ ପ୍ରତିଶତ, ଡିଜେଲ ୭୮ ପ୍ରତିଶତ ବୃଦ୍ଧି ଘଟିଛି । ସବୁଠାରୁ ଦୁଃଖର କଥା ଏହାର ପ୍ରଭାବ ଭାରତ ବର୍ଷର ବହୁ ଗରୀବ ଜନସାଧାରଣଙ୍କ ଉପରେଏକ ବଡ଼ ବୋଝ ସଦୃଶ । ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ତେଲ, ଅଟା ଓ କ୍ଷୀରର ମୂଲ୍ୟ ୨୦୧୪ ମସିହା ତୁଳନାରେ ଆଜି ଶତକଡ଼ା ୫୮ ପ୍ରତିଶତ ବୃଦ୍ଧି ଘଟିଛି । ଦ୍ୱିତୀୟ ପ୍ରଶ୍ନ ଯେ କାହିଁକି କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟର ନ୍ୟୁନତମ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରାଯାଉନାହିଁ? କାହିଁକି କଳା କୃଷି ଆଇନ୍ ଫେରାଇ ନେଲାବେଳେ କୃଷକ ମାନଙ୍କ ସହିତ ଯେଉଁ ଚୁକ୍ତି ହୋଇଥିଲା ତାହା କାହିଁକି କାର୍ଯ୍ୟକାରୀ ହେଉନାହିଁ । ଭାରତ ବର୍ଷର କୃଷକର ପରିବାର ଆୟ ଦିନକୁ ଆଜି ମାତ୍ର ୨୭ ଟଙ୍କା କାହିଁକି । କୃଷକଙ୍କର ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି କେବେ ପାଳନ ହେବ? ଦୁର୍ନିତୀ ଏବଂ ଅସାଧୁ ମେଂଟ ଆଜି ଭାରତ ବର୍ଷର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିସାରିଲାଣି ବୋଲି ସେ ତୃତୀୟ ପ୍ରଶ୍ନ କରିଥିଲେ । ସେ ପଚାରିଛନ୍ତି କାହିଁକି ଭାରତ ବର୍ଷର ଲକ୍ଷ ଲକ୍ଷ ନିମ୍ନ ମଧ୍ୟବିତ ଏଲଆଇସିର ବୀମାଧାରୀ ଏବଂ ଏସ୍‌.ବି.ଆଇର ଜମାକାରୀଙ୍କ ଟଙ୍କା କାହିଁକି ଓ କାହା ସ୍ୱାର୍ଥରେ ଆପଣଙ୍କ ବନ୍ଧୁ ଆଦାନୀ ଗ୍ରୁପ ଅଫ କମ୍ପାନୀରେ ବିନିଯୋଗ କରାଯାଇଛି । ଆପଣ କାହିଁକି ବିଜେପି ଶାସନାଧିନ ରାଜ୍ୟମାନଙ୍କର ପ୍ରଚୁର ଦୁର୍ନିତକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଏହା କଣ ଡବଲ ଇଞ୍ଜିନ ସରକାରର ମୂଳଲକ୍ଷ କି? କିଭଳି ଭାବରେ ଯେଉଁମାନେ ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଠକୁଛନ୍ତି, ସେମାନଙ୍କ ସମ୍ପତି ଜବ୍‌ଦ ହେବା ପରିବର୍ତେ ସେମାନେ କିଭଳି ବିଦେଶକୁ ପଳେଇଯାଉଛନ୍ତି ଏବଂ କେହି ବିଦେଶରୁ ଫେରୁନାହାନ୍ତି । ଆପଣତ ୫୬ ଇଂଚିର ଛାତି କଥା କହିଥିଲେ, ଏହା କ’ଣ ୫୬ ଇଂଚି ଛାତିର କାମ? ବହୁ ସଭାସମିତିରେ ୨୦୧୩ ମସିହାରେ ଚାଇନା ଘଟଣାକୁ ନେଇ କହିଥିଲେ ଯେ, ଯଦି କେହି ଭାରତର ସୀମାକୁ ଅତିକ୍ରମ କରିବ ତାହାଲେ ମୋ ସରକାର ଆସିଲେ ତାଙ୍କୁ ଦୃଢ଼ ଯବାବ ଦିଆଯିବ । କାହିଁକି ଆଜି ଚାଇନା ଭାରତ ବର୍ଷର ୧୫ ଶହ ସ୍କୋୟାର କିଲୋମିଟର ସୀମାକୁ ଅକ୍ତିଆର କରିନେଇଛି । ଏହା ଜାଣି ସୁଧା କାହିଁକି ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଚୁପ୍ ରହିଛନ୍ତି? ଏହି ୯ ବର୍ଷ ମଧ୍ୟରେ ଭାରତ ବର୍ଷର କୌଣସି ଜାତୀୟ ନିରାପତା ନିୟମ ନାହିଁ । ଅଗ୍ନପଥ ଭଳି ଆମ ମିଲିଟାରିର ସ୍ୱଳ୍ପ ମିଆଦି ନିଯୁକ୍ତି ଅତ୍ୟନ୍ତ ଚିନ୍ତାଜନକ ବିଷୟ ।

ଏହା ଆମ ସାମରିକ ଶକ୍ତିକୁ ଦୃର୍ବଳ କରିଦେବା ସହିତ ମାନବ ସମ୍ବଳର ଦକ୍ଷତା ବିକାଶ ପରିବର୍ତେ ତାଙ୍କୁ ବିନାଶ ଆଡ଼କୁ ଟାଣିନେବ । ଏହା କ’ଣ ଆପଣଙ୍କ ସ୍ୱପ୍ନ ଥିଲା କି? ସେ ତାଙ୍କ ପଂଚମ ପ୍ରଶ୍ନରେ ପଚାରିଛନ୍ତି ଯେ, କାହିଁକି ଆପଣଙ୍କ ସରକାର ଏବଂ ଆପଣଙ୍କ ଦଳ ଜାଣିଶୁଣି ଭାରତ ବର୍ଷରେ ଘୃଣା, ବିଦ୍ୱେଶ ଓ ହିଂସା ସୃଷ୍ଟି କରୁଛନ୍ତି? ଏହାଦ୍ୱାରା ଆପଣଙ୍କ ରାଜନୈତିକର ଉଦ୍ୟେଶ ସାଧିତ ହୋଇଥାଇପାରେ କିନ୍ତୁ ଭାରତ ବର୍ଷରେ ଖଣ୍ଡ ବିଖଣ୍ଡିତ ହୋଇଯାଉଛି । ଭାରତବର୍ଷର ଭାଇଚାରା, ସଂହତି ପରସ୍ପରକୁ ଭଲ ପାଇବାକୁ ନଷ୍ଠଭ୍ରଷ୍ଟ କରି ଆପଣ ଜାଣିଶୁଣି ଘୃଣାର ବଜାର ସୃଷ୍ଟି କରୁଛନ୍ତି । ଆପଣଙ୍କ ସରକାରଙ୍କ ସମୟରେ ଏହି ଘୃଣା ଓ ହିଂସା ଯୋଗୁଁ ଦିଲ୍ଲୀ, ମଣିପୁର ଏବଂ ଅନ୍ୟାନ୍ୟ ଜାଗାରେ ଯେଉଁ ଦଙ୍ଗା ସୃଷ୍ଟି ହେଲା ତାହା ଆପଣଙ୍କ ଦଳର ସାମାଜିକ ଧୃବିକରଣର ଏକ ଅଂଶ ବିଶେଷରେ ହୋଇଥାଇପାରେ, କିନ୍ତୁ ଭାରତ ବର୍ଷ ଯେ ଦୃର୍ବଳ ହୋଇଯାଉଛି । ଆପଣ ଭାରତ ବର୍ଷକୁ ଦୃର୍ବଳ କରିବା ପାଇଁ କାହିଁକି ଅଂଟା ଭିଡୁଛନ୍ତି । କାହିଁକି ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପାଖରୁ ଦଳୀତ, ସଂଖ୍ୟାଲଘୁ, ମହିଳା ଓ ଆଦିବାସୀ ବର୍ଗଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି? ୨୦୧୪ ମସିହା ଠାରୁ ପାଖାପାଖି ଏହି ବର୍ଗଙ୍କ ଉପରେ ଶତକଡ଼ା ୨୩ ପ୍ରତିଶତ ଅତ୍ୟାଚାର ବୃଦ୍ଧି ଘଟିଛି । ଆପଣ ଦୟାକରି କହିବେ କି ବେଟି ପଢ଼ାଅ ଓ ବେଟି ବଚାଅ ଅଭିଯାନ କେବଳ ସ୍ଲୋଗାନ କି? ଆପଣଙ୍କ ସରକାର ସମୟରେ ୨୦୨୧ ମସିହାରେ ୪.୨ ଲକ୍ଷ ମହିଳା ଉତ୍ପିଡ଼ନ, ଶାରିରୀକ ନିର୍ଯ୍ୟାତନା ଇତ୍ୟାଦି ଭୋଗ କରୁଥିବାର ମାମଲା ଦାୟର କରିଛନ୍ତି । ଆପଣଙ୍କ ଦଳର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ କାର୍ଯ୍ୟକର୍ତା କାହିଁକି ମହିଳାଙ୍କୁ ଶାରିରୀକ ନିର୍ଯ୍ୟାତନା ଓ ପାଶବିକ ଅତ୍ୟାଚାର ଘଟଣାରେ ସଂପୃକ୍ତ ଅଛନ୍ତି? ଏମାନଙ୍କ ବିରୋଧରେ କେସ୍ ମଧ୍ୟ ଦାୟର କରିବା ପାଇଁ ସୁପ୍ରିମ୍‌କୋର୍ଟ ଯିବାକୁ ପଡ଼ୁଛି । ନିଭୟା ହତ୍ୟାକାଣ୍ଡ ଘଟଣା ପରେ ନିର୍ଭୟା ଯୋଜନାରେ ଯେଉଁ ବଜେଟ ରାଶି ଦିଆଯାଇଛି ସେଥିରୁ ୮୦ ପ୍ରତିଶତ କେବଳ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମକୁ ବିଜ୍ଞାପନ ଆକାରରେ ଦିଆଯାଇଛି । ଏଥିରେ ଦେଶର ମହିଳାମାନଙ୍କର କଣ ସୁରକ୍ଷା ହେଲା । ନା କେବଳ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଛାପି ପ୍ରଚାର କରାଗଲା । ଆପଣଙ୍କ ସରକାର ଗଣତନ୍ତ୍ର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି? ୨୦୧୪ ମସିହା ଆପଣଙ୍କ ସରକାର ଆସିଲା ପରେ ୯୫ ଶତପ୍ରତିଶତ ସି.ବି.ଆଇ.,ଇଡ଼ି କେସ କେବଳ ପ୍ରତିପକ୍ଷ ରାଜନୈତିକ ନେତୃବର୍ଗଙ୍କ ପ୍ରତି କରାଯାଇଛି । ଏପରିକି ଗଣତନ୍ତ୍ରକୁ ସଂପୂର୍ଣ୍ଣ ବିଧୋସ୍ତ କରିବାକୁ ଯାଇ ଆପଣ ଗୋଆ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର ଓ ଅରୁଣାଚଳ ପ୍ରଦେଶର ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଅର୍ଥବଳ ଓ ପ୍ରଶାସନିକ ବଳ ଯୋଗୁ ଭାଙ୍ଗିଦେଇଛନ୍ତି ।

ତଦ୍ୱାରା ଗଣତନ୍ତ୍ରକୁ ଆପଣ ଭଲ ପାଆନ୍ତି କି? ଗଣତାନ୍ତ୍ରୀକ ବ୍ୟବସ୍ଥା ପ୍ରତି ଆପଣଙ୍କର ଓ ଆପଣଙ୍କ ସରକାରଙ୍କର ସମ୍ମାନ ଅଛି କି? ଶ୍ରୀ ସିଂ ତାଙ୍କ ଅଷ୍ଟମ ପ୍ରଶ୍ନରେ କେନ୍ଦ୍ର ସରକାରଙ୍କୁ ତାଚ୍ଛଲ୍ୟ କରି କହିଥିଲେ ଯେ ବହୁଳ ପ୍ରଚାର ଉଜ୍ଜଳା ଯୋଜନା ଆଜି ସଂପୂର୍ଣ୍ଣ ରୁପେ ଫେଲ ମାରିଛି କିନ୍ତୁ ଉପାସରକାର ସମୟରେ ଯେଉଁ ଖାଦ୍ୟ ସୁରକ୍ଷା ଆଇନ କରାଯାଇଥିଲା ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌.ଜି.ଏନ୍‌.ଆର.ଇ.ଜି.ଏ) ଯୋଗୁଁ ଭାରତ ବର୍ଷର କୋଟି କୋଟି କରି ଲୋକଙ୍କୁ କର୍ମନିଯୁକ୍ତି ସହିତ ଖାଦ୍ୟ ସୁରକ୍ଷା ମିଳିଥିଲା । କିନ୍ତୁ ଆପଣଙ୍କର ବୈାଧିକ ଶୂନ୍ୟତା ହେତୁ ସଂସଦ ଭିତରେ ଓ ସଂସଦ ବାହାରେ ଆପଣ ଏମ୍‌.ଜି. ନରେଗା କାର୍ଯ୍ୟକ୍ରମକୁ ଘୋର ବିରୋଧ କରିବା ସହିତ କଂଗ୍ରେସର ବିଫଳତା ବୋଲି କହିଥିଲେ କିନ୍ତୁ ସେହି ଯୋଜନା କୋଭିଡ଼-୧୯ ମହାମାରି ସମୟରେ ଭାରତ ବର୍ଷର କୋଟି କୋଟି ଶ୍ରମିକଙ୍କୁ ନିଜ ଅଂଚଳରେ କର୍ମନିଯୁକ୍ତିର ସୁଯୋଗ ଦେଇଥିଲା । କାହିଁକି ଆପଣଙ୍କ ସରକାର ଗରୀବ ଓ ନିସ୍ୱ ଆଦିବାସୀବର୍ଗଙ୍କ ଯୋଜନା ରାଶିକୁ ବର୍ଷ ପରେ ବର୍ଷ କମାଇ ଚାଲିଛନ୍ତି? ଠିକ୍ ସେହିଭଳି ଭାବରେ ଆପଣଙ୍କ ସରକାର କୋଭିଡ଼-୧୯ ମହାମାରି ପରିଚାଳନା କରିବାର ବିଫଳତା ଯୋଗୁଁ ଆଜି ଦେଶ ବହୁ କିଛି ଦୃର୍ଦ୍ଦଶ ଭୋଗିବାକୁ ପଡ଼ୁଛି । କୋଭିଡ଼ ମହାମାରିର ବହୁ ଦିନ ପୂର୍ବରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଥିଲେ ଯେ, କୋଭିଡ଼ ମହାମାରି ଦେଶରେ ବହୁ ବିପତି ସୃଷ୍ଟି କରିବ ? ଏଥିପାଇଁ ସରକାର ସତର୍କ ରହିବାକୁ ପଡ଼ିବ । ଆପଣ ଓ ଆପଣଙ୍କ ସରକାର ଏକଥା ପ୍ରତି କର୍ଣ୍ଣପାତ କରିବା ପରିବର୍ତେ ତାଙ୍କୁ ତାଚ୍ଛଲ୍ୟ କରିଥିଲେ ଏବଂ ଏହାର କିଛିଦିନ ପରେ ଅତି ନର୍ମମ ଭାବରେ ଆପଣ କୋଠର ତାଲାବନ୍ଦ ଘୋଷଣା କରିଥିଲେ । ଭାରତବର୍ଷର ୪ କୋଟି ଶ୍ରମିକ ଭାଇ ଓ ଭଉଣୀମାନେ ରାଜରାସ୍ତାରେ ଶହଶହ କିଲୋମିଟର ଚାଲିଥିଲେ । ବହୁ ଲୋକ ପ୍ରାଣ ହରାଇଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ଼୍ ମହାମାରି ଯୋଗୁଁ ଭାରତ ବର୍ଷର ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ବୋଲି ଏକ ରିପୋର୍ଟରେ କହିଛନ୍ତି । କିନ୍ତୁ ଏ ସରକାର ଭାରତ ବର୍ଷରେ କେହି ଜଣେ ବ୍ୟକ୍ତି ଅକ୍ସିଜେନ ଅଭାବ, ଡାକ୍ତରଖାନାରେ ଶଯ୍ୟା ଅଭାବରୁ ମରିନାହାନ୍ତି ବୋଲି କହିଛନ୍ତି । ଏହା କଣ ଆପଣଙ୍କର ଭାରତ ବର୍ଷର ସାଧାରଣ ଲୋକଙ୍କୁ ଭଲ ପାଇବାର ନିର୍ଦ୍ଦଶନ କି? କୋଭିଡ଼୍ ମହାମାରି ଯୋଗୁ ଭାରତ ବର୍ଷର ୪ କୋଟି ଲୋକ ନିଜର ରୋଜଗାର ହରାଇଛନ୍ତି । ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଯୋଗୁଁ ଭାରତର ଅର୍ଥନୀତିକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛନ୍ତି ।

ଏ ସରକାର ପ୍ରତିଦିନ ଜିଏସ୍‌ଟିର ନିୟମାବଳୀର ପରିବର୍ତନ କରୁଛନ୍ତି । ଜିଏସ୍‌ଟି ଆୟର ଶତକଡ଼ା ୫୦ ରୁ ୬୦ ଭାଗ ଆୟ କେବଳ ଗରୀବ, ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଠାରୁ ଆଦାୟ କରାଯାଉଛି । କିନ୍ତୁ ଭାରତ ବର୍ଷର ସବୁଠାରୁ ଧନୀବ୍ୟକ୍ତିମାନେ ଶତକଡ଼ା ୪ ପ୍ରତିଶତ ଜିଏସ୍‌ଟି ଆୟର ଯୋଗଦାନ କରୁଛନ୍ତି । ତେଣୁ ଏହି ଜିଏସ୍‌ଟି ଗରୀବ ଲୋକମାନଙ୍କୁ ଅଧିକ ଗରୀବ କରିବା ପାଇଁ ଉଦ୍ଧିଷ୍ଟ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ସିଂ ସମ୍ବାଦିକ ମାନଙ୍କୁ ଆହୁରି କହିଥିଲେ ଯେ, ଓଡ଼ିଶା ସରକାରଙ୍କର ରିମୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମୀତ ଶାହାଙ୍କ ହାତରେ । ତେଣୁ ବିଜେଡ଼ି ଦଳ ସବୁ କଥାରେ ବିଜେପି ସହିତ ଏକ ହୋଇରହିଛି । ଏମାନେ ଓଡ଼ିଶାରେ ମିଛରେ ନାଟକ କରୁଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ମୁଁ ଓଡ଼ିଶା ସହିତ ମାନସିକ ଓ ଶାରିରୀକ ସ୍ତରରେ ଓତପ୍ରୋତ ଭାବରେ ଜଡ଼ିତ । କିନ୍ତୁ ମୋତେ ବହୁ କଷ୍ଟ ଲାଗୁଛି ଓଡ଼ିଶା ଏକ ଗଣତାନ୍ତ୍ରୀକ ସରକାର ଚାଲିନାହିଁ । ଏଠାରେ ଅମଲାତନ୍ତ୍ରୀକ ସରକାର ଚାଲିଛି । ଏ ସରକାରକୁ ତୃତୀୟ ମହଲାରୁ ପରିଚାଳନା କରାଯାଉଛି । ଏ ସରକାରଙ୍କର ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନଙ୍କ ପାଖରେ ସାମାନ୍ୟତମ କିଛି କ୍ଷମତା ନାହିଁ ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ । ଜନସାଧାରଣ ଆଜି ଘୋର ଦ୍ୱନ୍ଦରେ ସେମାନେ କାହାକୁ ତାଙ୍କ ଦୁଃଖ ଜଣାଇବେ । ଏ ୨୩ ବର୍ଷର ସରକାର କୃଷକ, ଛାତ୍ର, ମହିଳା, ଆଦିବାସୀ ଓ ଅନୁସୂଚିତ ଜାତି ମାନଙ୍କ ବିରୋଧି । ରାଜ୍ୟରେ ୨୩ ବର୍ଷ ଭିତରେ ଗୋଟିଏ ବୋଲି କୃଷିଭିତିକ ପ୍ରତିଷ୍ଠା ହୋଇନାହିଁ । କଂଗ୍ରେସ ସରକାର ସମୟରେ ଯେଉଁ କିଛି ଶିଳ୍ପ ପ୍ରତିଷ୍ଠା ହୋଇଥିଲା ତାହା ଆଜି ସଂପୂର୍ଣ୍ଣରୁପେ ବନ୍ଦ ହୋଇଯାଇଛି । ଏ ସରକାର ଏପର୍ଯ୍ୟନ୍ତ ଗୋଟେ ଶୀତଳ ଭଣ୍ଡାର କରିନାହିଁ । କୃଷକ ଅଭାବ ବିକ୍ରିରେ ହନ୍ତସନ୍ତ । ରାଜ୍ୟରେ କୃଷକର ଆୟ ୧୩ ବର୍ଷ ପରେ ମଧ୍ୟ ୧୦ ଟଙ୍କା ବୃଦ୍ଧି ଘଟିନାହିଁ । ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଉଚ୍ଚଶିକ୍ଷା କଥା କହିଲେ ନ ସରେ । ରାଜ୍ୟରେ ୬୨ ହଜାର ଶିକ୍ଷକ ପଦବୀ ପୂରଣ ହେଉନାହିଁ । ଠିକ୍ ସେହିଭଳି ଭାବରେ ୩୮ ହଜାରରୁ ଅଧିକ ଡାକ୍ତର ପଦବୀ ପୂରଣ ହେଉନାହିଁ । ୪୫ ହଜାରରୁ ଅଧିକ ନର୍ସସେସ୍‌, ପାରାମେଡ଼ିକ୍‌ସ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଖଣି ଦୃର୍ନିତି, ଚିଟ୍ ଫଣ୍ଡ ଦୁର୍ନିତରେ ଭାରତ ବର୍ଷ ଏକ ନମ୍ବର ରାଜ୍ୟ । ମହିଳା ହିଂସା, ଅତ୍ୟାଚାର ଓ ଉତ୍ପିଡ଼ନ କ୍ଷେତ୍ରରେ ଭାରତ ବର୍ଷରେ ବହୁ ଆଗରେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ମିଶନ ଶକ୍ତି ମହିଳାଙ୍କ ପାଇଁ ସ୍ଵତନ୍ତ୍ର ପାଣ୍ଠି…….

( ) ମିଶନ ଶକ୍ତି ବିଭାଗ ସମୀକ୍ଷା ପରେ ୪ ବଡ଼ ସଫଳତା ବଖାଣିଲେ ସଚିବ। ଆର୍ଥିକ ପରିଚାଳନା 8 ବର୍ଷରେ 19 ଗୁଣା ବୃଦ୍ଧି ପାଇଛି।ଓଡିଶା ଉପରେ ମାତ୍ର 6ଟି ରାଜ୍ୟ ରହିଛି ।ବିନା ସୁଧରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ମହିଳା ମାନଙ୍କ କାର୍ଯ୍ୟକ୍ରମ ବ୍ଲକ ରେ ମିଶନ ଶକ୍ତି କାଫେ, ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା, ମାଛ ଚାଷ, ହର୍ଟି କଲଚର । ମହିଳା ସଂଗଠନ ଗୁଡିକୁ ଶସକ୍ତ କରାଯାଉଛି।ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି। କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖଯୋଗ୍ୟ କାମ ଯୋଗୁ ପ୍ରଶଂସା କରାଯାଇଛି।2 କୋଟି ମିଲ ପ୍ରସ୍ତୁତ କରିଥିଲେ,75 ଲକ୍ଷ ମାସ୍କ ଦେଇଥିଲେ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ…

() ୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ।

ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ,

କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ।

ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ।

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀ ମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏହି ପାଠାଗାରଟି ପୂରୁଣା ହୋଇଯାଇଥିବାରୁ, ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ । ତା ସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ। ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ ବ୍ୟବସ୍ଥା କରାଯାଇ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ।ଲାଇବ୍ରେରୀ ପ୍ରାଙ୍ଗଣର ଲ୍ୟାଣ୍ଡ ସ୍କେପିଂ କରାଯିବ। ତା ସହିତ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଫୁଡକୋର୍ଟ ଖୋଲାଯିବ ଓ ମିଶନ ଶକ୍ତି ପକ୍ଷରୁ କାଫେଟେରିଆ ମଧ୍ୟ କରାଯିବ । ଏତ୍‌ଦବ୍ୟତୀତ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ।

ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ମାନେ, ମୁଖ୍ୟତଃ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ଲାଇବ୍ରେରୀରେ ପର୍ଯ୍ୟାପ୍ତ competitive magazine ରଖାଯିବ ଏବଂ ସଂପୂର୍ଣ୍ଣ ଲାଇବ୍ରେରୀକୁ IT Enabled Smart Management ଦ୍ବାରା ପରିଚାଳିତ କରାଯିବ। ଏତ୍‌ଦବ୍ୟତୀତ Career Counseling ପାଇଁ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ବ ମାନଙ୍କ ଦ୍ବାରା Motivational Talkର ଆୟୋଜନ ମଧ୍ୟ ନିୟମିତ ଭାବରେ କରାଯିବ। ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିଶେଷ ସହାୟକ ହେବ।

ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲ୍‌ବଧ କରାଯିବ। ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ। ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ। ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ। ଏହି କାର୍ଯ୍ୟକ୍ରମଟି ୫-ଟି ଉପକ୍ରମରେ Odisha Mining Corporation ଦ୍ବାରା କାର୍ଯ୍ୟକାରୀ କରାଯିବ। ୫-ଟି ସଚିବଙ୍କ ଗସ୍ତ ସମୟରେ OMCର ପରିଚାଳନା ନିର୍ଦ୍ଦେଶକ, Culture Departmentର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସଂସଦ ଭବନ ଉଦଘାଟନ ଉତ୍ସବରେ ସାମିଲ ହେବ ବିଜେଡି…

()ଦିଲ୍ଲୀରେ ନୂଆ ପାର୍ଲିଆମେଣ୍ଟ ( ସଂସଦ ଭବନ) କୁ ଚଳିତ ମାସ ୨୮ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ୧୯ଟି ବିରୋଧୀ ଦଳ ଏହାକୁ ଘୋର ବିରୋଧ କରୁଛନ୍ତି । ବିରୋଧୀଙ୍କ ଯୁକ୍ତି ଏହି ନୂଆ ପାର୍ଲିଆମେଣ୍ଟ କୁ ଦେଶର ରାଷ୍ଟ୍ରପତି ଏହାକୁ ଉଦଘାଟନ କରନ୍ତୁ । ଏହି ଉଦଘାଟନ ଉତ୍ସବ କୁ ଦେଶର ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ଘୋଷଣା କରିସାରିଛନ୍ତି । ସାରା ଦେଶର ନଜର ଥିଲା ବିଜେଡି କଣ ନିଷ୍ପତ୍ତି ନେବ l ଶେଷରେ ବିଜୁ ଜନତା ଦଳ ଏହି ନୁଆ ପାର୍ଲିଆମେଣ୍ଟ ଉଦଘାଟନ ଉତ୍ସବ ରେ ଯୋଗ ଦେବବୋଲି ଆଜି ଘୋଷଣା କରିଛି । ପ୍ରେସ ନୋଟ ଜରିଆରେ ଦଳ ଏହି ଉତ୍ସବରେ ସାମିଲ ହେବ ବୋଲି ସ୍ପଷ୍ଟ ମତ ଦେଇଛି ପୁରା ଦେଶକୁ l

ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ….

() ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ବାଲିଫାଇିଂ ମ୍ୟାଚରେ ଗୁଜରାଟକୁ ମାତ ଦେଲା ଚେନ୍ନାଇ । ୧୫ ରନରେ ଜିତିଲା ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଜବାବରେ ୧୫୭ରନରେ ଅଲଆଉଟ ହୋଇଗଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇ ତରଫରୁ ଓପନର ଋତୁରାଜ ଗାଏକ୍ବାଡ ୬୦ ରନ କରିଥିବାବେଳେ ଡେଭନ କନଓ୍ବେ ୪୦ରନ କରିଥିଲେ । ରବିନ୍ଦ୍ର ଜାଡେଜା ୨୨ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ତରଫରୁ ଶୁଭମନ ଗିଲ ୪୨ ରନ କରିଥିବବେଳେ। ମାତ୍ର ୮ରନ କରି ପାଭିଲିୟନ ଫେରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ଆସନ୍ତାକାଲି ଏଲଏସଜି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଅଛି । ଏମାନଙ୍କ ମଧ୍ୟରୁ ଯିଏ ଜିତିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ଭେଟିବ ।

ଶପଥ ନେଲେ ବିକ୍ରମ, ସୁଦାମ, ଶାରଦା…

() ବିଜେଡିର ୩ଜଣ ବରିଷ୍ଠ ବିଧାୟକ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି l ଶପଥ ପାଠ ପରେ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦିଆଯାଇଥିଲା ବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ଅନ୍ୟ କୌଣସି ମନ୍ତ୍ରୀଙ୍କ ବିଭାଗ ବଦଳି ନାହିଁ ।

ଷ୍ଟ୍ରାଟେଜି ମେକର ନବୀନ: ଶେଷ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଖେଳିଲେ ମାଷ୍ଟରଷ୍ଟ୍ରୋକ କାର୍ଡ…..

() ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ l ସରକାର ଓ ସଙ୍ଗଠନ ଏକ କରି ବିକଶିତ ଓଡ଼ିଶାକୁ ଆଗେଇ ନେବାର ସଂକଳ୍ପ l ୨୦୧୯ ସାଧାରଣ ନିର୍ବାଚନରେ ଦିଆ ଯାଇଥିବା ପ୍ରତିଶୃତିକୁ ଶତ ପ୍ରତିଶତ ପୂରଣ କରିବା ପାଇଁ ଅଭିଜ୍ଞ ନେତାଙ୍କୁ ଭରଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ସଙ୍ଗଠକ୍, ୬ଥର ବିଧାୟକ ଓ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଥିବା ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ଵ କରିଆସୁଥିବା ବିକ୍ରମ କେଶରୀ ଆରୁଖ ଙ୍କୁ ନବୀନ ତାଙ୍କ କ୍ୟାବିନେଟ୍ ରେ ନେଇଛନ୍ତି l ସେହିପରି ପୁର୍ବରୁ ନଗର ଉନ୍ନୟନ, ଯୋଗାଣ, କ୍ରୀଡା ଯୁବ ବ୍ୟାପାର, ଓ ଶ୍ରମ ମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିବା ପୂର୍ବତନ ମନ୍ତ୍ରୀ ତଥା ରାଉଲକେଲା ବିଧାୟକ ସାରଦା ନାୟକଙ୍କୁ ନବୀନ ପଟ୍ଟନାୟକ ତାଂକ କ୍ୟାବିନେଟ୍ ରେ ସାମିଲ କରିଛନ୍ତି l ଦୃଢ ସଂଗଠକ ସହ ପଶ୍ଚିମ ଓଡ଼ିଶା ର ବଡ ଚେହେରା ହେଉଛନ୍ତି ସାରଦା ପ୍ରସାଦ ନାୟକ l ସେହିପରି ମନ୍ତ୍ରି ମଣ୍ଡଳ ସାମିଲ ହୋଇଛନ୍ତି ପୁର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବିଧାୟକ ସୁଦାମ ମାରାଣ୍ଡି l ଦଳର ଆଦିବାସୀ ଚେହେରା ଓ ସଂଗଠକ ଭାବେ ଜଣାଶୁଣା ସୁଦାମ ଙ୍କୁ ନବୀନ ପୁଣି ଥରେ ତାଂକ ଟିମ୍ ରେ ସାମିଲ କରିଛନ୍ତି l ପଞ୍ଚମପାଳିର ଶେଷ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ରେ ନବୀନ ଙ୍କ ଏହି ମାଷ୍ଟରଷ୍ଟ୍ରୋକ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି l ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ l ସକାଳ ୯ଟା ୫୦ ମିନିଟରେ ରାଜ୍ୟପାଳ ୩ଜଣ ମନ୍ତ୍ରୀଂକୁ ଶପଥ ପାଠ କରାଇବେ l

ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଲେ ୩ଜଣ ପୁରୁଣା ସାଥି: ବିକ୍ରମ, ସାରଦା, ସୁଦାମ

() ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ମୁଖ୍ୟମନ୍ତ୍ରୀଙ୍କ ୩ଜଣ ପୁରୁଣା ସାଥି ନବୀନ ପୁଣି ଭରଷା କରିଛନ୍ତି l ସେମାନେ ହେଲେ ବିକ୍ରମ ଆରୁଖ, ସାରଦା ନାୟକ, ସୁଦାମ ମାରାଣ୍ଡି l ପୁର୍ବରୁ ଏହି ୩ଜଣ ବିଧାୟକ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି l ତେଣୁ ନିର୍ବାଚନ ବର୍ଷରେ ୩ଜଣ ଅଭିଜ୍ଞ ବିଧାୟକ ଙ୍କୁ ନବୀନ ନିଜ ଟିମ୍ ରେ ସାମିଲ କରିଛନ୍ତି l ୩ ଜଣଙ୍କୁ ମିଳିବ କ୍ୟାବିନେଟ୍ ପାହ୍ୟା । ଆସନ୍ତା କାଲି ସକାଳ ୯ଟା ୫୦ ମିନିଟରେ ରାଜ୍ୟପାଳ ୩ଜଣ ମନ୍ତ୍ରୀଂକୁ ଶପଥ ପାଠ କରାଇବେ l

ନୂଆପଡ଼ା ଜିଲ୍ଲା ଗସ୍ତରେ 5t ସଚିବ…

() 5Tସଚିବଙ୍କ ନୂଆପଡ଼ା ଗସ୍ତ,

ପଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ହେବ ରୁପାନ୍ତର, ପର୍ଯ୍ୟଟନ ଓ ଜଳକ୍ରୀଡା ସୁବିଧାର ବିକାଶ କରାଯିବ, ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ।

ପାତାଳ ଗଙ୍ଗା ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ଓ ସୁନାଦେଇ ମନ୍ଦିରର ମଧ୍ୟ ସୋନ୍ଦର୍ଯ୍ୟ କରଣ ହେବ।

ଗଡରମାଳ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ର ସମ୍ପ୍ରସାରଣ କରାଯିବ।

ଉଦନ୍ତୀ ନଦୀ ରେ ଅଧିକ ଉଠା ଜଳସେଚନ ସୁବିଧା ବିକାଶ କରାଯିବ।

ଚାଷୀ କରିବେ ଅର୍ଥକାରୀ ଫସଲ,

ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ସୁନାବେଡ଼ା ପାର୍ବତ୍ୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ଯୋଜନା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଳାହାଣ୍ଡି ଓ ନୂଆପଡାକୁ ତିନି ଦିନିଆ ଗସ୍ତରେ ଯାଇଥିବା 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ତୃତୀୟ ଦିନରେ ନୂଆପଡ଼ା, ସିନାପାଲି, ଖରୀଆର, ବୋଡ଼େନ, କୋମନା ଆଦି ବ୍ଲକ ଅଞ୍ଚଳ ପରିଦର୍ଶନ କରି ବିକାଶ କାମର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ଶ୍ରୀ ପଣ୍ଡିଆନ ପ୍ରଥମେ ଗଡରମାଲ ଠାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପରେ ୮୧୯ ହେକ୍ଟର ଜମି କୁ ପାଣି ଦିଆ ଯାଉଥିବା ବେଳେ ୧୬୩୦ ଚାଷୀ ପରିବାର ଏହାଦ୍ବାରା ଉପକୃତ ହେଉଛନ୍ତି। ପାରମ୍ପରିକ ଚାଷକୁ ଛାଡି ମକା, ବାଦାମ, କାଜୁ, ଓ ପନିପରିବା ଚାଷ ପାଇଁ ଚାଷୀଙ୍କୁ ଉତ୍ସାହିତ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏହି ପ୍ରକଳ୍ପକୁ ଆହୁରି ସମ୍ପ୍ରସାରଣ କରାଯାଇ ଚାଷୀ ମାନଂକୁ କିପରି ଅଧିକ ଜଳ ସେଚନ ସୁବିଧା ଦିଆ ଯାଇ ପାରିବ, ଶ୍ରୀ ପାଣ୍ଡିଆନ ସେ ସଂପର୍କରେ ଜଳ ସେଚନ ବିଭାଗ ଯନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋନବିରା ରେ ଜଳ ସେଚନ ସମ୍ଭାବନାକୁ ଦୃଷ୍ଟିରେ ରଖି ସେ ସ୍ଥାନୀୟ ଲୋକ ଓ ଜଳ ସେଚନ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ Mega Lift ପ୍ରକଳ୍ପ ପାଇଁ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆପଡ଼ାର କେତକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ର ବିକାଶ ପାଇଁ ମଧ୍ୟ ଶ୍ରୀ ପାଣ୍ଡିଆନ ନିଷ୍ପତ୍ତି ନେଇଛନ୍ତି। ପାଟୋରା ସ୍ଥିତ ଯୋଗେଶ୍ଵର ମହାଦେବ ମନ୍ଦିରର ରୂପାନ୍ତର ସଂପର୍କରେ ସେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର ରୁପାନ୍ତର ଓ ସୌନ୍ଦର୍ଯ୍ୟ କରଣ ସହିତ ସେଠାରେ ପର୍ଯ୍ୟଟନ ଓ ଜଳ କ୍ରୀଡା ସୁବିଧାର ବିକାଶ ନିମନ୍ତେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ପାତାଲଗଙ୍ଗା ଠାରେ ସେ ଜଗନ୍ନାଥ ମନ୍ଦିର ଓ ରାଧକୃଷ୍ଣ ମନ୍ଦିର ପରିଦର୍ଶନ କରି ସେଠାରେ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଏହାର ଉନ୍ନତି ସଂପର୍କରେ ସବିଶେଷ ତଥ୍ୟ ନେଇଥିଲେ। ଏହାର ରୁପାନ୍ତର ପାଇଁ ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସୁନାବେଡ଼ା ର ସୁନଦେଇ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ ପାଇଁ ସେବାୟତ ଓ ସ୍ଥାନୀୟ ଲୋକ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ମନ୍ଦିର ସହିତ ସ୍ଥାନୀୟ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ତେଣୁ ସୁନାବେଡ଼ା ପାର୍ବତ୍ୟଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ।

ବୋଡ଼େନ ଠାରେ ମିଶନ ଶକ୍ତି କେଫ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରି ସେମାନଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଲିତିସର୍ଗୀ ଠାରେ ସେ ରୂପାନ୍ତରିତ ଗୋପୀନାଥ ହାଇ ସ୍କୁଲ୍ ପରିଦର୍ଶ କରି ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ପୁରାତନ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ। ପିଲା ମାନଙ୍କ ପାଇଁ ଆଧୁନିକ ଶିକ୍ଷାର ସୁବିଧା ହୋଇ ଥିବାରୁ ସେମାନେ ଖୁସି ପ୍ରକାଶ କରିଥିଲେ। ପିଲା ମାନେ ଭଲ ପାଠ ପଢି ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମର ସମୀକ୍ଷା କରି ବ୍ୟବସ୍ଥାର ବିଭିନ୍ନ ମାପଦଣ୍ଡ ସଂପର୍କରେ ଅନୁଧ୍ୟାନ କରିଥିଲେ। ରୋଗୀ ମାନଙ୍କ ସହ ଆଲୋଚନା କରି ସେମାନେ ଏହି ବ୍ୟବସ୍ଥା ଦ୍ବାରା କେତେ ସୁବିଧା ପାଉଛନ୍ତି, ସେମାନେ ଖୁସି ଅଛନ୍ତି ନା ନାହିଁ, ସେ ସଂପର୍କରେ ପଚାରି ବୁଝିଥିଲେ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ଖଡିଆଳ sub-divisional ହସ୍ପିଟାଲ ରେ ସେ ଆମ ହସ୍ପିଟାଲ୍ କାର୍ଯ୍ୟକ୍ରମ ସମୀକ୍ଷା କରି ରୋଗୀ ମାନଙ୍କୁ ସେମାନଙ୍କୁ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝି ଥିଲେ। ବ୍ୟବସ୍ଥାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ସିଲଦା ଠାରେ ସେ ମିଶନ ଶକ୍ତି ସଦସ୍ୟା, ଗ୍ରାମ ପଞ୍ଚାୟତ ଫେଡେରସନ, ବ୍ଲକ୍ ସ୍ତରୀୟ ଫେଡେରସନ ଓ ଜିଲ୍ଲା ସ୍ତରୀୟ ଫେଡେରସନ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପରେ ମହିଳା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ନୂଆପଡ଼ା ଠାରେ ନିର୍ମାଣାଧୀନ ମଡେଲ ବସ ଷ୍ଟାଣ୍ଡ ପରିଦର୍ଶନ କରି ଏହାକୁ ନିର୍ଦ୍ଧାରତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଶେଷରେ ସେ ନୂଆପଡ଼ା National College ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଅସୁବିଧା ଓ ଅଭିଯୋଗ ଶୁଣିଥିଲେ। ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଯେଉଁ ସବୁ କାର୍ଯ୍ୟ ପାଇଁ ସରକାରଂକ ଅନୁମତି ଆବଶ୍ୟକ ସେସବୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ସ୍ବାସ୍ଥ୍ୟ ବିଭାଗ ସଚିବ ଶ୍ରୀମତୀ ଶାଲୀନି ପଣ୍ତିତ, କ୍ରୀଡା ବିଭାଗ ସଚିବ ଶ୍ରୀ ଆର. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

କାହିଁକି ପାଳନ କରାଯାଏ ସାବିତ୍ରୀ ଅମାବାସ୍ୟା…

() ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଜ୍ୟେଷ୍ଠ ମାସର ଅମାବାସ୍ୟା କୁ ସାବିତ୍ରୀ ଅମାବାସ୍ୟା ରୂପରେ ପ୍ରତ୍ୟେକ ସାଧବ ନାରୀ ମାନେ ପାଳନ କରନ୍ତି। ଏହି ବ୍ରତ ପାଳନ କରିବା ଦ୍ୱାରା ପ୍ରତ୍ୟେକ ସାଧବ ନାରୀ ତା ସ୍ବାମୀ ର ଦୀର୍ଘ ଆୟୁଷ କାମନା କରିବା ସହ ନିଜର ଶଙ୍ଖା ଓ ସିନ୍ଦୂର ର ସୁରକ୍ଷା ପାଇଁ ଏହି ପୂଜା କରିଥାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମଦ୍ରଦେଶ ରାଜା ଅଶ୍ୱପତିଙ୍କ ଏକ ମାତ୍ର କନ୍ୟା ସାବିତ୍ରୀ। ରାଜା ଅଶ୍ୱପତି ଦେବୀ ସାବିତ୍ରୀ ଙ୍କୁ ପୂଜାଆରାଧନା କରି ତାଙ୍କ ପ୍ରସାଦ ରୁ ହିଁ ସେ ଏହି କନ୍ୟା ସନ୍ତାନ କୁ ପାଇଥିଲେ। ସେଥିପାଇଁ ତାଙ୍କ ନାମ ସେ ସାବିତ୍ରୀ ରଖିଥିଲେ। ସାବିତ୍ରୀ ଯେତେବେଳେ ଯୌବନ ଅବସ୍ଥା ରେ ପଦାର୍ପଣ କଲେ ସେତେବେଳେ ତଙ୍କ ପିତା ଅଶ୍ଵପତି ତାଙ୍କ ପାଇଁ ଉପଯୁକ୍ତ ପାତ୍ରର ସନ୍ଧାନରେ ଲାଗିଲେ। କିନ୍ତୁ ସେ ସାବିତ୍ରୀଙ୍କ ପାଇଁ ଉପଯୁକ୍ତ ପାତ୍ରର ଖୋଜିବାରେ ଅସଫଳ ହେଲେ। ତେଣୁ ପିତାଙ୍କ ଅନୁମତି ନେଇ ସାବିତ୍ରୀ ନିଜେ ପତି ଅନ୍ୱେଷଣ ରେ ବାହାରିଲେ। ବହୁତ ଅନୁସନ୍ଧାନ କରିବା ପରେ ସାବିତ୍ରୀ ଶାଲ୍ୱ ଦେଶର ରାଜା ଦ୍ଵିମତସେନ ଙ୍କ ପୁତ୍ର ସତ୍ୟବାନ ଙ୍କୁ ଜଙ୍ଗଲରେ ଭେଟିଲେ। ସତ୍ୟବାନଙ୍କ ଗୁଣ ଓ ରୂପ ରେ ଆକର୍ଷିତ ହୋଇ ତାଙ୍କୁ ପତି ରୂପରେ ବରଣ କଲେ। ଜଙ୍ଗଲରୁ ଫେରି ସାବିତ୍ରୀ ପିତା ଅଶ୍ୱପତିଙ୍କୁ ସବୁ କଥା କହୁଥିଲେ। ସାବିତ୍ରୀଙ୍କ କଥା ଶୁଣି ପିତା ଅଶ୍ୱପତି ସତ୍ୟବାନଙ୍କ ସହିତ ବିବାହ କରିବାକୁ ପ୍ରସ୍ତୁତି ଆରମ୍ଭ କଲେ। କିନ୍ତୁ ଦେବର୍ଷି ନାରଦ ମୁନି ଆସି ତାଙ୍କୁ ଜଣାଇଲେ ଯେ ସତ୍ୟବାନ ଙ୍କ ଆୟୁଦ୍ଧ ମାତ୍ର ଗୋଟିଏ ବର୍ଷ ତେଣୁ ତାଙ୍କ ସହ ବିବାହ କରନ୍ତୁ ନାହିଁ। ଏହା ଶୁଣି ସାବିତ୍ରୀ କହିଲେ, ମୁଁ ସତ୍ୟବାନଙ୍କୁ ମୋର ପତି ରୂପେ ବରଣ କରିସାରିଛି ତେଣୁ ତାଙ୍କ ବିନା ମୁଁ ଆଉ କାହାକୁ ବି ବିବାହ କରିବି ନାହିଁ। କିଛି ଦିନ ପରେ ସାବିତ୍ରୀ ଙ୍କ କଥା ଅନୁସାରେ ଠିକ୍ ତାହା ହିଁ ହେଲା। ସାବିତ୍ରୀ ସବୁକିଛି ତ୍ୟାଗ କରି ସତ୍ୟବାନଙ୍କ ସହିତ ଜଙ୍ଗଲରେ ବସବାସ କରିବାକୁ ଲାଗିଲେ। ସ୍ବାମୀ, ଶାଶୁ ଓ ଶ୍ୱଶୁର ଙ୍କ ସେବା କରି ଦିନ ବିତାଇବାରେ ଲାଗିଲେ। ଚାହୁଁ ଚାହୁଁ ଗୋଟିଏ ବର୍ଷ ବିତିବା କୁ ଲାଗିଲା। ବର୍ଷ ପୂରିବା ପାଇଁ ଆଉ ମାତ୍ର ତିନି ଦିନ ବାକି ଥାଏ, ସାବିତ୍ରୀ “ତ୍ରିରାତ୍ର ବ୍ରତ”ଆରମ୍ଭ କଲେ। ଯେଉଁ ଦିନ ଗୋଟିଏ ବର୍ଷ ପୂରିଲା ସେହି ଦିନ ସାବିତ୍ରୀ ଓ ତାଙ୍କ ସ୍ଵାମୀ ସତ୍ୟବାନ ଜଙ୍ଗଲ କୁ ଫଳମୂଳ ଓ ସମଧୀ ପାଇଁ ଯାଇଥିଲେ, ହେଲେ ହଠାଥ୍ ସ୍ବାମୀଙ୍କ ମୁଣ୍ଡ ରେ ଅସହ୍ୟ ଯନ୍ତ୍ରଣା ହେବ କାରଣ ରୁ ସତ୍ୟବାନ ଅଚେତ୍ ହୋଇଗଲେ। ଏହା ଦେଖି ସାବିତ୍ରୀ ଜାଣିପାରିଲେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ସମୟ ପାଖେଇ ଆସିଲା। ସାବିତ୍ରୀଙ୍କ କୋଲରେ ମୁଣ୍ଡ ରଖି ସତ୍ୟବାନ ଅଚେତ୍ ହୋଇ ପଡିଗଲେ। ସ୍ଵାମୀଙ୍କ ଶରୀରରୁ ପ୍ରାଣ ନେବା ପାଇଁ ଯମଦୂତ ମାନେ ଆସି ପହଞ୍ଚିଗଲେ ହେଲେ କିନ୍ତୁ ସାବିତ୍ରୀଙ୍କ ତେଜକୁ ଦେଖି ଯମଦୂତ ମାନେ ସତ୍ୟବାନଙ୍କୁ ନେବାରେ ବିଫଳ ହେଲେ। ଶେଷରେ ଯମରାଜ ନିଜେ ଆସିଥିଲେ। ତାଙ୍କୁ ଦେଖି ସାବିତ୍ରୀ ଭୟଭୀତ ନହୋଇ ତାଙ୍କର ସ୍ତୁତି କରିବାକୁ ଲାଗିଲେ। ଯେତେବେଳେ ଯମରାଜ କାଲଫାଶ ରେ ସତ୍ୟବାନଙ୍କ ଶରୀର କୁ ବାନ୍ଧି ନେଇ ଯିବାକୁ ବାହାରିଲେ ସେତେବେଳେ ସାବିତ୍ରୀ ତାଙ୍କ ପଛେ ପଛେ ଯାଇଥିଲେ। ସାବିତ୍ରୀଙ୍କ ସତୀତ୍ୱ, ନିଷ୍ଟା ଓ ସ୍ତୁତି ରେ ପ୍ରସନ୍ନ ହୋଇ ଯମରାଜା ତାଙ୍କୁ ଗୋଟେ ପରେ ଗୋଟେ ବର ପ୍ରଦାନ କଲେ ଓ ଶେଷ ବର ରେ ଯମରାଜା ସତ୍ୟବାନ ଙ୍କୁ ପ୍ରାଣଦାନ ଦେବାକୁ ବାଧ୍ୟ ହୋଇଥିଲେ। ମୃତ୍ୟୁ ମୁଖରେ ଥିବା ମଣିଷ ଯେ ନିଜ ନିଷ୍ଠା ବଳରେ ମୃତ୍ୟୁକୁ ଜିତିପାରେ ତାହା ସାବିତ୍ରୀ ପ୍ରମାଣ କରି ଦେଖାଇଛନ୍ତି। ତେଣୁ ପ୍ରତ୍ୟେକ ସଧବା ନାରୀମାନେ ତାଙ୍କ ସ୍ଵାମୀ କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏହି ବ୍ରତ କୁ ପାଳନ କରିଥାନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news