ମୁଖ୍ୟମନ୍ତ୍ରୀଙ୍କ ସହ ଓୟୁଜେ ପ୍ରତିନିଧି ଦଳର ସାକ୍ଷାତ ଆଲୋଚନା : ସାମ୍ବାଦିକଙ୍କ ସାମାଜିକ ନିରାପତ୍ତା ନେଇ ୫ଦଫା ସ୍ମାରକପତ୍ର ପ୍ରଦାନ…..

() ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ସାମ୍ବାଦିକ ୟୁନିୟନ, ବୀମା ରାଶି ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ,l ସାମ୍ବାଦିକ ଆଇନ ପ୍ରଣୟନ ସହ ଅବସର, ପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ, ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ ସହ ସାମ୍ବାଦିକ ସୁରକ୍ଷା ଆଇନ ସମେତ 5 ଦାବି ସମ୍ବଳିତ ସ୍ମାରକ ପତ୍ର ନେଇ ଆଜି ନବୀନ ନିବାସରେ ଓଡ଼ିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରାଯାଇଛି l   

ଓଡ଼ିଶା ସାମ୍ବାଦିକ ୟୁନିୟନର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ଵରେ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ପ୍ରମୋଦ ସାମନ୍ତରାୟ, କ୍ଷେତ୍ରବାସୀ ମହାପାତ୍ର, ପ୍ରସନ୍ନ ପାଇକରlୟ, ଚିନ୍ମୟ ମହାପାତ୍ର 8 ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଅର୍ପଣ କରିଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ରହିଥିଲେ।ପୂର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ ସାମ୍ବାଦିକଙ୍କ ସମସ୍ୟା ନେଇ ଓୟୁଜେର ୮ଜଣିଆ ପ୍ରତିନିଧି ଦଳ ଆଲୋଚନା କରିଥିଲେ l ରାଜ୍ୟ ସରକାର ସାମ୍ବାଦିକଙ୍କ ସମସ୍ୟା ପ୍ରତି ସକାରାତ୍ମକ ମନଭାବ ଭାବରଖିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଓଡ଼ିଶା ସାମ୍ବାଦିକ ୟୁନିୟନ ସଭାପତି ପ୍ରସନ୍ନ ମହାନ୍ତି l

ବାଇଟ, ପ୍ରସନ୍ନ ମହାନ୍ତି, ସଭାପତି, ଓଡ଼ିଶା ସାମ୍ବାଦିକ ୟୁନିୟନ

ସମ ହସ୍ପି୍‌ଟାଲ୍‌ରେ ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍ ଉଦ୍‌ଘାଟିତ…

()  ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗରେ ବୁଧବାର ଏକ ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ହସ୍ପିଟାଲ୍‌ର ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଲ୍ୟାବ୍‌ର ଶୁଭାରମ୍ଭ କରିଥିଲେ । ଏହି ‘ନ୍ୟୁରୋମୋଡ୍ୟୁଲେସନ୍ ଲ୍ୟାବ୍‌’ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ “ରିପିଟିଟିଭ୍ ଟ୍ରାନ୍ସକ୍ରାନିଆଲ୍ ମ୍ୟାଗ୍ନେଟିକ୍ ଷ୍ଟିମୁଲେସନ୍‌” (ଆର୍‌ଟିଏମ୍‌ଏସ୍‌) ଓ “ଟ୍ରାନ୍ସକ୍‌୍ରାନିଆଲ୍ ଡିରେକ୍ଟ କରେଂଟ ଷ୍ଟିମୁଲେସନ୍‌” (ଟିଡିସିଏସ୍‌) ସେବା ଉପଲବ୍ଧ ।

ଏହି ଚିକିତ୍ସା ବ୍ୟବସ୍ଥା ବିଷାଦ, ଓସିଡି, ମାଇଗ୍ରେନ, ନ୍ୟୁରୋପାଥି ବ୍ୟଥା ତଥା ଅନେକ ମାନସିକ ବ୍ୟାଧିର ଉପଶମରେ ସାହଯ୍ୟ କରିପାରିବ । ଉଭୟ ଚିକିତ୍ସା ପଦ୍ଧତି ଅତ୍ୟଧିକ ସୁରକ୍ଷିତ ଓ ବିନା ନିଶ୍ଚେତକରେ ବହିଃ ସ୍ୱାସ୍ଥ୍ୟ ବିଭାଗରେ ହୋଇପାରିବ । ଏହି ବ୍ୟବସ୍ଥା ଭୁବନେଶ୍ୱରରେ କୌଣସି ମେଡିକାଲ୍ କଲେଜରେ ପ୍ରଥମ ଥର ପାଇଁ ଉପଲବ୍ଧ ହୋଇପାରିଛି ।ଏହି ଅବସରରେ ପ୍ରଫେସର ମହାପାତ୍ର କହିଥିଲେ ଯେ ଏହି ଲ୍ୟାବ୍ ଦ୍ୱାରା ମାନସିକ ରୋଗର ଚିକିତ୍ସା କ୍ଷେତ୍ରରେ ଅନେକ ଉନ୍ନତି ହୋଇପାରିବ ।

ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏହି ଅବସରରେ ହସ୍ପିଟାଲର ମାନସିକ ରୋଗ ବିଭାଗକୁ ଶୁଭେଚ୍ଛା ଜଣାଇବା ସହ ନ୍ୟୁରୋମୋଡ୍ୟୁଲୋସନ୍ ଲ୍ୟାବ୍ ମାନସିକ ଚିକିତ୍ସା କ୍ଷେତ୍ରରେ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି କହିଥିଲେ । ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଚିକିତ୍ସା ଜଗତରେ ପ୍ରଯୁକ୍ତିବିଦ୍ୟାର ବୈପ୍ଲବିକ ପରିବର୍ତନ କିପରି ମାନସିକ ରୋଗ ଜଡ଼ିତ ଚିନ୍ତାଧାରାକୁ ବ୍ୟାହତ କରିପାରିବ ସେ ନେଇ ଆଲୋକପାତ କରିଥିଲେ ।

ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ୍ ସାହୁ ଆର୍‌ଟିଏମ୍‌ଏସ୍ ଓ ଟିଡିସିଏସ୍ ଚିକିତ୍ସାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର ଏହି ମେସିନ୍‌ର ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ କିପରି ଉପଯୋଗ ହୋଇପାରିବ ସେ ବିଷୟରେ କହିଥିଲେ । ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ଓ ଡାକ୍ତର ରାକେଶ ମହାନ୍ତି ମେସିନ୍‌କୁ ଚଳାଇ ସମସ୍ତଙ୍କୁ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ସ୍ନେହାଂଶୁ ଦେ, ଡାକ୍ତର ସୌମ୍ୟ ରଂଜନ ଦାଶ, ଡାକ୍ତର ଅମିୟ କୃଷ୍ଣ ସାହୁ, ଡାକ୍ତର ଲଗ୍ନଜିତ୍ ଦାସ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର କିର୍ତୀ ଅନୁରାଗ , ଡାକ୍ତର ରୁପେଶ ସେନାପତି ତଥା ପିଜି ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

ସାମ୍ବାଦିକଙ୍କ ବୀମାରାଶୀ ବୃଦ୍ଧି : ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେର ଧନ୍ୟବାଦ..

() ସାମ୍ବାଦିକଙ୍କ ବୀମାରାଶି ସହାୟତା ପରିମାଣକୁ 2 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛି ।

ଏକ ବିବୃତିରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଜଣାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର 9 ହଜାର ପାଖାପାଖି ସାମ୍ବାଦିକ ଉପକୃତ ହେବେ । ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ଦୃଷ୍ଟିରୁ ଏହା ରାଜ୍ୟ ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଓଡ଼ିଶା ସାମ୍ବାଦିକ ୟୁନିଅନ ଲଗାତାର ଭାବେ ବିମାରାଶିର ପରିମାଣକୁ ବୃଦ୍ଧି କରିବା ସହ ବୀମା ଯୋଜନାରେ ସାମ୍ବାଦିକଙ୍କ ପିତାମାତାଙ୍କୁ ସାମିଲ କରିବା, ବୀମା ପଂଜୀକରଣ ପ୍ରକ୍ରିୟାର ସରଳୀକରଣ କରିବା,ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ଆର୍ଥିକ 20 ହଜାର ଟଙ୍କା ପେନସନ ଯୋଗାଇଦେବା, ସାମ୍ବାଦିକ ଅଧିସ୍ବୀକୃତି କମିଟିର ପୁନଃଗଠନ କରିବା , ମହାରାଷ୍ଟ୍ର ଓ ଛତିଶଗଡ଼ ଢ଼ାଞ୍ଚାରେ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଲଗାତାର ଭାବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି । ବୀମା ରାଶି ବୃଦ୍ଧି ନିଷ୍ପତ୍ତି ପାଇଁ ରାଜ୍ୟର ସାମ୍ବାଦିକ ମହଲ ସ୍ବାଗତ କରିଥିବା ବେଳେ ଅବଶିଷ୍ଟ ଦାବି ପୂରଣ କରିବା ଦିଗରେ ସରକାର ତପ୍ତରତା ପ୍ରକାଶ କରିବେ ବୋଲି ଓୟୁଜେ ପକ୍ଷରୁ ଆଶା କରାଯାଇଛି । ଓୟୁଜିର 30ଟି ଜିଲ୍ଲା ଶାଖା ପକ୍ଷରୁ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ…

() ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।  କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ।

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।

କୁଚକ୍ରୀ ଗୋଷ୍ଠୀ କବଳରେ କଂଗ୍ରେସ: ଚିରଞ୍ଜୀବ ବିଶ୍ଵାଳ..

() କଂଗ୍ରେସରୁ ନିଲମ୍ବିତ ହେବା ପରେ ଅସନ୍ତୋଷ ଝାଡିଲେ ଚିରଞ୍ଜୀବ ବିଶ୍ୱାଳ…ମୋ ଜେଜେ ବାପା ପିଲାବେଳେ କଂଗ୍ରେସ ସମ୍ପର୍କ ରେ ଶିକ୍ଷା ଦେଉଥିଲେ… ପିତା ବସନ୍ତ ବିଶ୍ୱାଳ କଂଗ୍ରେସ କୁ ସଂଗଠନ କରିବା ପାଇଁ ଯାହା ଉଦ୍ୟମ କରିଛନ୍ତି ସମସ୍ତ ଙ୍କୁ ଜଣା … ମୋ ରକ୍ତରେ ବେଈମାନ ନାହିଁ… ପଛରୁ ଛୁରା ଭୁସିବା କାମ କେବେ କରିନାହିଁ… ଜାନକୀ ଓ ବସନ୍ତ ଯୋଡି ସୁବର୍ଣ୍ଣ ଯୁଗ ଆଲୋଚନା ହୋଇଥିଲା… ସେ ସମୟ ଏବଂ ଏବର ସମୟ କୁ ନେଇ କିଛି ଟିପ୍ସନି ଦେଇଥିଲି … କଂଗ୍ରେସ କୁ ସୃଦୁଢ କରିବା ପାଇଁ ମନ୍ତବ୍ୟ ଦେଇଥିଲି…9ରୁ 90 ସ୍ଲୋଗାନ ପୂରଣ କରିବାକୁ ହେଲେ ତଳ ସ୍ତରକୁ କଂଗ୍ରେସ କୁ ଯିବାକୁ ପଡିବ… ଏହି ଉପଦେଶ ଜ୍ୟଦି ଦଳ ବିରୋଧୀ ମୋର କିଛି କହିବାର ନାହିଁ… ମୋର ବକ୍ତବ୍ୟ ପାଇଁ କଂଗ୍ରେସ ଝାରସୁଗୁଡା ରେ 4 ହଜାର ଭୋଟ ପାଇଲା… ଧାମନଗର ଓ ପଦ୍ମପୁର ରେ କାହିଁକି ଭୋଟ ହାର କମିଲା ସେଥିପାଇଁ ଦାୟୀ କିଏ …2014 ରେ କଂଗ୍ରେସ 16%ଭୋଟ ପାଇଥିଲା ସବୁ ଉପ ନିର୍ବାଚନ ରେ ଭୋଟ ହାର କମିଲା … ଜଗତସିଂହପୁର nac ରେ କଂଗ୍ରେସ ଜିତିଥିଲା… କଂଗ୍ରେସ ରେ ଜ୍ୟଦି ସୁଚିନ୍ତିତ ମତାମତ ଶୁଣିବାରେ ଧର୍ଯ୍ୟ ନାହିଁ… ଜାନକୀ ବସନ୍ତ ଯୋଡି ଙ୍କ କାର୍ଯ୍ୟକ୍ରମ କୁ ଇର୍ଷା କରୁଛନ୍ତି କିଛି ଲୋକ…ମୁଁ କଂଗ୍ରେସ ର ଶୃଙ୍ଖଳିତ କର୍ମୀ… ଦଳ ରୁ ନିଲମ୍ବନ କରିବା ମତେ ଗଭୀର ଆଧାର ଦେଇଛି… କିଛି କୁଚକ୍ରୀ ଗୋଷ୍ଠି ଦଳ ମତେ ଦୂରେଇବା ପାଇଁ ଚେଷ୍ଟା କରୁଛନ୍ତି… କଂଗ୍ରେସ ଯୋଡିବା ନା ତୋଡ଼ିବା ବିଚାର କରିବାର ସମୟ… ସତ କହିବା ଜ୍ୟଦି ପାପ ତାହେଲେ ମୁଁ ପାପ କରିଛି… ବିଲେଇ ବେକରେ କିଏ ତ ଘଣ୍ଟି ବାନ୍ଧିବ… ଯେଉଁ ମାନେ ମୋ ବିରୋଧ ରେ ଷଡଯନ୍ତ୍ର କରୁଛନ୍ତି କେବେ ଜିତିକି ଆସିନାହାନ୍ତି… ଏଁ ଚକ୍ରାନ୍ତ କାହିଁକି ହେଉଛି କାହା ଇଙ୍ଗିତ ରେ ହେଉଛି… ଏ ଚକ୍ରାନ୍ତ ଭଣ୍ଡ କରିବା ପାଇଁ ଆହ୍ୱାନ ଦେଲେ … ଯେଉଁଠି କଂଗ୍ରେସ ଭଲ କରୁଛି ସେଠି କଂଗ୍ରେସ କୁ ଭାଙ୍ଗିବାକୁ ଉଦ୍ୟମ ହେଉଛି… କଂଗ୍ରେସ କର୍ମୀ ଙ୍କୁ ଅନୁରୋଧ କୁଚକ୍ରୀ ଗୋଷ୍ଠି ଙ୍କୁ ଦୁରେଇ ରଖନ୍ତୁ…ଦୁର୍ବଳ ଲୋକ ଅଭିଯୋଗ କରେ ମୁଁ ଯିବିନି… ମୁଁ ଲଢ଼ିବି…ଯିଏ ନିଜ ଛାଇ କୁ ଦେଖିଲେ ଡରୁଥିବ ସେହି ଲୋକ ଏହି କାର୍ଯ୍ୟ କରିଛନ୍ତି..

ଦେଖାଣିଆ ଭଲ ପାଇବା…..

() ଭଲ ପାଇବା ବିଶ୍ଵାସ ଓ ଭରଷାର ବଡ ସେତୁ l ସବୁ ସମ୍ଫର୍କକୁ ଅଧିକ ଶକ୍ତିଶାଳୀ କରିଥାଏ ପରସ୍ପରର ପ୍ରତି ଥିବା ଭଲ ପାଇବା l ଭଲ ପାଇବାରେ ଆଶା, ବିଶ୍ଵାସ, ଭରଷା ସବୁ କିଛି ଥାଏ ସତ, ହେଲେ ପାଇବା ଓ ହରାଇବାର କେବେ ନଥାଏ ଅଭିଳାଷ l ଆଜିର ଦୁନିଆରେ ଭଲ ପାଇବା କେବଳ ପାଇବାର ଆଶା ବନ୍ଧନ ଭିତରେ ବାନ୍ଧି ହୋଇଯାଉଛନ୍ତି l ବର୍ଷ ବର୍ଷ ଭଲ ପାଇବା କେଈ ମିନିଟ୍ ରେ କିଛି ଅଭିଳାଷା ପାଇଁ ପାଣିଚିଆ ହୋଇ ଯାଉଛି l କାରଣ ଆଜିର ସ୍ବାର୍ଥ ପର ଦୁନିଆରେ ସବୁଠି ମଣିଷ ନିଜର ସ୍ବାର୍ଥ ହାସଲ କରିବାର ଆଶା ବଢ଼ିଯାଇଛି l ଆଉ ଯେଉଁଠି ଆଶା ରହିଲା, ଏଠି କିଏ ସଫଳତା ପାଇବ ତ କିଏ ନିରାଶ ହେବ l ବାପା ମା କି ଗୁରୁଜନ ଅବା ସାଙ୍ଗ ସାଥୀ କି ପ୍ରେମିକ ପ୍ରେମିକା ହୁଅନ୍ତୁ , ସଭିଙ୍କ ଭଲ ପାଇବା ଏବେ ଯେ ଲୋକ ଦେଖାଣୀଆ ହୋଇଗଲାଣି ତାହା ସମାଜର କେତେ ଗୁଡ଼ିଏ ଘଟଣାକୁ ଆଖି ସାମ୍ନାକୁ ନେଲେ ଆପଣ ଅନୁଭବ କରିପାରିବେ l ନିକଟରେ ଉତ୍ତର ପ୍ରଦେଶରେ ଜଣେ ସ୍ବାମୀ ସ୍ତ୍ରୀକୁ ପାଠ ପଢ଼ାଇ ଉଚ୍ଚଶିକ୍ଷିତା କଲା ପରେ ସ୍ତ୍ରୀ ସ୍ବାମୀକୁ ନପଚାରିବା ଓ ଅନ୍ୟ ଜଣକୁ ଭଲ ପାଇବା ପୁରା ଦେଶରେ ଚର୍ଚ୍ଚାର ବିଷୟ l ଏ ଘଟଣା କେବଳ ଦେଶର ଗୋଟିଏ ଘଟଣା ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଏହିପରି ଘଟଣା ସାମ୍ନାକୁ ଆସିଛି l ଠିକ୍ ସେହିପରି ପ୍ରତ୍ୟେକ ଦିନ ଖବର କାଗଜମାନଙ୍କରେ ଓ ଟିଭିରେ ପ୍ରେମ ପ୍ରତାରଣାର ଖବର କଥା ନକହିବା ଭଲ l ଆଉ ରହିଲା ପରିବାର କଥା, ଛାଡ଼ନ୍ତୁ, l ଚାରି ଚାରି ଟା ପୁଅର ମା ରାସ୍ତା କଢ଼ରେ ଖାଇବାକୁ ନପାଇ ଜୀବନ ସହ ସଂଗ୍ରାମ କରିବା ଓ ବହୁ ବାପା, ମା ଅନାଥ ଆଶ୍ରମରେ ଦୁଃଖ କଷ୍ଟରେ ଜୀବନ କଟାଇବା କିଏ ବା ନ ଜାଣିଛି l ଏସବୁ ତ ସମାଜର ଯେମିତି ଗୋଟେ ଅଙ୍ଗ ହୋଇ ଯାଇଛି l ହେଲେ ବିଡ଼ମ୍ବନାର ବିଷୟ ଟି ହେଲା ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ତମକୁ ଦେଖାଣିଆ ଭଲ ପାଆନ୍ତି l ସବୁଦିନ ସାଥିରେ ଥିବେ, ହେଲେ ଠିକ୍ ସମୟରେ ସାଥ ଦେଉନଥିବେ l ସେ ଚରିତ୍ର ଆଜି ଭଲ ପାଇବା ସୁନ୍ଦର ବଗିଚାରେ ବିଷାକ୍ତ ପୋକ ପରି ମାଡ଼ି ଚାଲିଛି l ଆଉ ଏହି ଲୋକ ଦେଖଣିଆ ଭଲ ପାଇବାର ଯେଉଁମାନେ ପ୍ରେମିକ ଓ ପ୍ରେମିକା ସାଜୁଛନ୍ତି ସେମାନେ ଏବେ ନା କିଛି କହିପାରୁଛନ୍ତି ନା କିଛି ସହି ପାରୁଛନ୍ତି l କେବଳ ସମୟକୁ ଦୋଷ ଦେଇ ସବୁ କିଛି ଭୁଲିଯିବାକୁ ଚେଷ୍ଟା କରୁଛନ୍ତି l ଜୀବନଟା ବହୁତ୍ ସୁନ୍ଦର, ତାକୁ ସୁନ୍ଦର ଭାବେ କଟାଇବା ଉଚିତ୍। ଚାଲ ଲୋକ ଦେଖାଣିଆ ନୁହେଁ,ପୁରା ଦିଲ ସେ ଭଲ ପାଇବା l ନା ସେଥିରେ ଥିବ କିଛି ପାଇବାର ଆଶା ନା କିଛି ହରାଇବାର…

ଆବଶ୍ୟକତାରୁ ଅସହାୟତାର ଯାତ୍ରା….

() ବିଜ୍ଞାନ ଯୁଗରେ ମଣିଷର ବେଶୀ ପରିମାଣରେ ବସ୍ତୁବାଦି ହୋଇପଡିଛି l ଆବଶ୍ୟକତା ଠାରୁ ଅଧିକ ବସ୍ତୁ ପ୍ରିୟ ହୋଇ ଏବେ ଏକ ରକମର ବସ୍ତୁ ପ୍ରେମୀ ହୋଇଯାଇଛି l ବସ୍ତୁ ପ୍ରେମୀ ହେବା କେତେ ଠିକ୍ କେତେ ଭୁଲ ତାହା ବି ମଣିଷ ବୁଝିପାରୁନାହିଁ l ହେଲେ ବ୍ୟବହାର ର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି l ଯେମିତି ୱାସିଂ ମେସିନ କପଡା ସଫା କରିବା ସହଜ କରିବା ପାଇଁ ଆବଶ୍ୟକ, ହେଲେ ସମୟ ଏମିତି ହେଲାଣି ନିଜ ପିନ୍ଧା ଗୋଟାଏ ଗାମୁଛା ବି ଆଜି ୱାସିଙ୍ଗ ମେସିନରେ ସଫା କରୁଛି ମଣିଷ l ଅନ୍ୟ ଗୋଟେ ଉଦାହରଣ ହେଲା ମୋବାଇଲ l ମୋବାଇଲ ବହୁଳ ବ୍ୟବହାର ଫଳରେ ମଣିଷ ଆଜି ଭଲରେ କିଛି ଚିନ୍ତା କରିପାରୁନି କି କାହା ସହ ମୋବାଇଲ ବିନା ଠିକ୍ ସେ ମିଶିପାରୁନି l ସମୟର ପରିବର୍ତ୍ତନ ସହ ଏସବୁର ଆବଶ୍ୟକତା ଅଛି ସତ, ହେଲେ ଆବଶ୍ୟକତା ଠାରୁ ଅଧିକ ବ୍ୟବହାର ଏବେ ଆମକୁ ଅସହାୟତାର ଯାତ୍ରା ଆଡ଼କୁ ଟାଣୀ ନେଉଛି l ଆମେ ବସ୍ତୁ ପ୍ରେମୀ ହେବା ଦ୍ଵାରା ନିଜେ ନିଜର ବେଶୀ କ୍ଷତି କରି ଚାଲିଛୁ l ଆଜି କାଲି ୩ ମାସର ଛୁଆ ବି ବିନା ମୋବାଇଲରେ ବଂଚି ପାରୁନି l ଛୋଟ ପିଲା ମାନେ ମୋବାଇଲ ନଦେଖିଲେ ଖାଉନାହାନ୍ତି l ଦିନଥିଲା ମା, ଜେଜେମାଙ୍କୁ ଦେଖି ଛୋଟ ପିଲାଟି ଖାଉଥିଲା, ଆଜି ସେ ସ୍ଥାନ ଗୋଟିଏ ବସ୍ତୁ ନେଇଛି l ଏହା ଆବଶ୍ୟକ ଥିଲା ନା ଆମର ଭୁଲ ପାଇଁ ଆଜି ଏ ଅସହାୟ ପରିସ୍ଥିତି,ଥରେ ଭାବନ୍ତୁ ! ସମୟ ଆଜି ଏମିତି ସ୍ଥିତିରେ ଆମକୁ ଛିଡ଼ା କରି ଦେଇଛି ଯେ ଆମେ ନିଜ ଇଚ୍ଛାରେ ନୁହେଁ,ନିଜ ପରିଶ୍ରମ ବଳରେ ନୁହେଁ, ବରଂ ବସ୍ତୁ ଜରିଆରେ ସବୁକିଛି ପରିବର୍ତ୍ତନ ଆଣିବାକୁ ଆଗେଇ ଯାଉଛୁ l ଏକଥା ସତ ଯେ ବିଜ୍ଞାନ ଯୁଗରେ ବସ୍ତୁର ଆବଶ୍ୟକତା ରହିଛି l ହେଲେ, ଏତେ ମାତ୍ରାରେ ନୁହେଁ, ଯେତେ ମାତ୍ରାରେ ବସ୍ତୁର ବ୍ୟବହାର ହେଉଛି l ତେଣୁ ବେଳ ଥାଉ ଥାଉ ସାବଧାନ ନହେଲେ ଆପଣଂକ ଆବଶ୍ୟକତା କେତେବେଳେ ଅସହାୟତାରେ ପରିଣତ ହୋଇଯିବ ଜାଣିପାରିବେ ନାହିଁ l ଯେମିତି ଛୋଟ ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ଯୁବପିଢୀ ଓ ବୁଢ଼ାବୁଢ଼ୀଙ୍କର ମୋବାଇଲ ନାମକ ବସ୍ତୁ ନିଦ ଚୋରାଇ ନେଇଛି l ମଣିଷ ଚାହିଁଲେ ବି ଟିକେ ଶାନ୍ତିରେ ଶୋଇପାରିନାହିଁ ଏହି ବସ୍ତୁ ଗୁଡ଼ିକ ବିନା l ତେଣୁ ଯେତିକି ଆବଶ୍ୟକ, ସେତିକି ବସ୍ତୁ ପ୍ରେମୀ ହେବା, ନା କଣ କହୁଛନ୍ତି….

ସେତୁ ଯୋଜନାରେ ଅନ୍ତର୍ଭୁକ୍ତ ହେବ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ…

() ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ।

ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି।

{} ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଚିତ୍ରକୋଣ୍ଡା ବ୍ଳକ୍‌ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ। ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ SETU ( Socio-Economic Transformation and Upliftment) ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ତା.୨୮.୦୩.୨୦୨୩ରିଖରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍‌ ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ।

ଏତଦ୍‌ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ପଶ୍ଚିମ ଓଡିଶାରେ ଆରମ୍ଭ ହେଲା‘ମୁଖ୍ୟମନ୍ତ୍ରୀ ସଭାଗୃହ’…

() ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୧୨୫ କୋଟି, ୨୦୦୦ ସଭାଗୃହ,

୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ,

ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି।

ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି – ମୁଖ୍ୟମନ୍ତ୍ରୀ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରି ଏହିସବୁ ଭିତ୍ତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶାପ୍ରକାଶ କରିଥିଲେ ।ଏହାସହିତ ମୁଖ୍ୟମନ୍ତ୍ରୀ ୩୩.୫୮ କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶାର ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିକାଶରେ ପଶ୍ଚିମ ଓଡିଶାର ଭୂମିକା ଗୁରୁତ୍ବପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡିଶା । ପର୍ଯ୍ୟଟନର ବିକାଶ ପାଇଁ ମା ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି । ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରୁଛି । ପଶ୍ଚିମ ଓଡିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ସେ କହିଥିଲେ।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଠାରେ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବରଗଡ ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଦେବଗଡ ଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ପ୍ରମୁଖ ଯୋଗ ଦେଇ ପଶ୍ଚିମ ଓଡିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ୫-ଟି ଉପକ୍ରମରେ ସବୁ କାର୍ଯ୍ୟକ୍ରମ ଠିକ୍‌ ସମୟରେ ଆରମ୍ଭ ହୋଇ ଶେଷ ହେବା ସହିତ ପଶ୍ଚିମ ଓଡିଶାର ବିକାଶ ତ୍ବରାନ୍ବିତ ହୋଇପାରୁଛି ବୋଲି ସେମାନେ ମତ ଦେଇଥିଲେ ।ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏବଂ ଏହାର CEO ଶ୍ରୀ ଅଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଗଡିଆଜୋର ସେତୁ, ଟିଟିଲାଗଡ ଟାଉନହଲ୍‌, ବରଗଡ ଇକୋ ଟୁରିଜିମ୍‌, ଭିତ୍ତିଭୂମି, ଦେବଗଡ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ ଜନ୍ଦୋଲ ଗାଁର କମ୍ୟୁନିଟି ହଲ୍‌, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲ୍‌ର ନିର୍ମାଣ କାମ ରହିଛି।

ଏତେ କଣ ଭାବିହେବ….

() ଜୀବନଟା ପାଣି ଫୁଟକା, କେତେବେଳେ ଫୁଟିଯିବ କିଏ ବା ଜାଣେ l ଥରେ ନିଶ୍ବାସ ନେଲେ ଆଉ ଫେରିବକି ନାହିଁ ତାହା ଉପରେ କାହାର ବିଶ୍ୱାସ ନାହିଁ l ସବୁ କିଛି ଭଗବାନଙ୍କ ଇଚ୍ଛାରେ ଚାଲିଛି l ମଣିଷ ଚାହିଁଲେ ମୂଲ୍ୟବାନ ଜୀବନକୁ ସାର୍ଥକ କରିପାରିବ ,ନିଜ କର୍ମର ତୂଳୀରେ ଜୀବନକୁ ରଙ୍ଗୀନ କରିହେବ ,ଆଉ ତାହାରି ଭିତରେ ଜୀବନର ରଙ୍ଗୀନ ଦୀପ ଦିନେ ଲିଭିଯିବ l କିନ୍ତୁ କାହିଁକି ଆଜିର ସାମାଜିକ ଜୀବନରେ ସତ୍ୟକୁ ସମସ୍ତେ ଜାଣି ମଧ୍ୟ ମାତ୍ର ୧୦ପ୍ରତିଶତ ଲୋକଙ୍କୁ ଛାଡିଦେଲେ ଅଧିକାଂଶ ଲୋକଙ୍କ ଜୀବନରେ ଅତ୍ୟଧିକ ଭାଵନା ଓ ଚିନ୍ତା ? କଣ ଠିକ୍ ଓ କଣ ଭୁଲ୍ ବିଚାର କରିବାର ଶକ୍ତି ଭଗବାନ କେବଳ ମଣିଷକୁ ଦେଇଛନ୍ତି l ହେଲେ ତାହା କାହିଁକି ଆଜି ଜୀବନପାଇଁ ଫିକା ପଡ଼ିଯାଇଛି l ଜନ୍ମ ଠାରୁ ମରଣ ଯାଏ କର୍ମ କରିବା ଅପେକ୍ଷା ଭାବିଭାବି ଅନେକ ମୂଲ୍ୟବାନ ଜୀବନ ଚାଲିଯାଇଛି l ଜୀବନମାନେ ଅନେକ ଘଟଣା ଓ ଦୁର୍ଘଟଣା ,ହେଲେ ତାକୁ ନେଇ ଏତେ ଭାବିବା କାହିଁକି ? ଯାହା ହେବାର ଥିବ ହେବ l ଚାଲ କିଛି ନଭାବି ଜୀବନକୁ ସୁଖରେ ଓ ଶାନ୍ତିରେ କଟାଇବା l ଦେଖିବେ ଜୀବନ ସବୁବେଳେ ସୁନ୍ଦର ଥିଲା , ଅଛି ଓ ରହିବ l ତେଣୁ ଏତେ କଣ ଭାବିବା ମ !

ଏମିତି ଅନେକ କଥା ୪ଜଣ ସାଙ୍ଗ ଗାଁ ବନ୍ଧ ଉପରେ ବସି ଆଲୋଚନା କରୁଥିଲେ l କଥାରେ ଏତେ ମାତ୍ରାରେ ମଜି ଯାଇଥିଲେ ଯେ କେତେବେଳେ ସଂଧ୍ୟା ହୋଇଗଲା ଜାଣିପାରିଲେ ନାହିଁ l ଆଉ କିଛି କଥା ଆରମ୍ଭ ପୁର୍ବରୁ ମୌସୁମୀ ବର୍ଷା କେଉଁଠି ଥିଲା ହଠାତ୍ ଅସରାୟ ହୋଇଗଲା l ସେହି ବର୍ଷା ପାଣିରେ ଧୋଇଗଲା ୪ ଜଣ ସାଙ୍ଗଙ୍କର ଭାବନା ଓ ଆଲୋଚନା l ଏଥିରୁ ଜାଣିବାକୁ ହେଲା ଯେଉଁ ଜିନିଷ ପ୍ରକୃତି ହାତରେ ଥାଏ ତାହା ମଣିଷ ଭାବନାରେ କେବେ ସମ୍ଭବ ନୁହେଁ l ତେଣୁ ମଣିଷ ସାମୟିକ କର୍ତ୍ତବ୍ୟ ମନର କଳ୍ପନା ଓ ଭାବନା ଅପେକ୍ଷା ଶ୍ରେଷ୍ଠ………

Follow us

20,832FansLike
0FollowersFollow
14,700SubscribersSubscribe

Latest news