ପାଣିକୋଇଲି : ଆଜି ସନ୍ଧ୍ୟା ସମୟରେ ପାଣିକୋଇଲି ନିକଟସ୍ଥ ପଥରପଦା ପୋଲ ନିକଟରେ ଭାରସାମ୍ୟ ହରାଇ ଯୁବକ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ OD 04 A 0937 ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ରେ ଯାଉଥିବା ସମୟରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ କିଛି ଲୋକ ଓ ଆମେ ବିପଦର ସାଥୀ ର କିଛି ସଦସ୍ୟଙ୍କ ସହାୟତାରେ ଆମ୍ବ୍ଯୁଲାନ୍ସ ଯୋଗେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ସଜ୍ଞାହୀନ ଥିବା କାରଣରୁ ପରିଚୟ ମିଳିପାରି ନାହିଁ । ଗାଡି ନମ୍ବରରୁ ଗାଡି ମାଲିକଙ୍କ ନାମ ରାଜ୍ କିଶୋର ବେହେରା ବୋଲି ଜଣାପଡିଛି ।
ଚଳିତ ବର୍ଷରୁ ଛାତ୍ର ସଂସଦ ନିର୍ବାଚନ ନୁହେଁ ମନୋନୟନ
ବ୍ୟାସନଗର : ଆଜି ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ବିଜ୍ଞପ୍ତି ଅନୁସାରେ ଚଳିତ ବର୍ଷ ଠାରୁ ବିଭିନ୍ନ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ମାନଙ୍କରେ ବିଗତ ଦିନ ମାନଙ୍କରେ ହେଉଥିବା ଛାତ୍ର ସଂସଦ ନିର୍ବାଚନ ବାତିଲ । ସରକାରଙ୍କ ନୁଆ ନିୟମ ଅନୁଯାୟୀ ଚଳିତ ବର୍ଷ ଠାରୁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ମନୋନୟନ ପ୍ରକ୍ରିୟା ଆରମ୍ଭ ହେବ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପାଇଁ ସଜବାଜ ହେଉଥିବା ଛାତ୍ରଛାତ୍ରୀ ମାନଙ୍କ ମନ ମଉଳିବା ନିଶ୍ଚିତ ।
ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ : ଆସିବେ ନୂଆ ସଭାପତି \
ବଦଳିବ ରାଜ୍ୟ କଂଗ୍ରେସର ରୂପରେଖ । ଓଡ଼ିଶା କଂଗ୍ରେସର ମଙ୍ଗ ଧରିବେ ନୂଆ ଯୁବନେତା । ଯାହାକୁ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଆରମ୍ଭ କରିଛନ୍ତି ପ୍ରୟାସ । ୨୦ ବର୍ଷ ଧରି ଓଡ଼ିଶାରେ କଂଗ୍ରେସ କ୍ଷମତାରୁ ବାହାରେ ଅଛି । ଏପରିକି ପ୍ରତ୍ୟେକ ନିର୍ଚାଚନରେ କଂଗ୍ରେସର ଭୋଟହାର କମୁଛି । ଗୋଟ ଟଣା ନୀତି ପାଇଁ ଓଡ଼ିଶା କଂଗ୍ରସ ରସାତଳକୁ ଚାଲିଯାଉଛି । ଏଥିରୁ କଂଗ୍ରେସକୁ ଉଦ୍ଧା କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ପୁଣିଥରେ ନେଇଥିବା ସୋନିଆ ଗାନଧୀ ଆରମ୍ଭ କରିଛନ୍ତି ପ୍ରୟାସ । କାହାକୁ ସଭାପତି କଲେ କୋମା ସ୍ଥିତିରେ ଥିବା କଂଗ୍ରେସ ଉଠିବ । ମିଳିତ ନେତୃତ୍ୱ ନାଁ ଏକକ ନେତୃତ୍ୱ । କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । ଏସବୁ ଏନେଇ ଆଜି ଦିଲ୍ଳୀରେ ବସିବାକୁ ଯାଉଛି କଂଗ୍ରେସ ନେତାଙ୍କ ବୈଠକ । ଅପରାହ୍ନରେ ଦିଲ୍ଲୀରେ ବସିବ ମିନି ଏଆଇସିସି ବୈଠକ । ଏହି ବୈଠକରେ ଯୋଗଦେବା ପାଇଁ ରାଜ୍ୟର ବିଧାୟକ,ସାଂସଦ, ଓ ବରିଷ୍ଠ କଂଗ୍ରେସ ନେତାମାନେ ଏବେ ଦିଲ୍ଲୀରେ । ଏହି ବୈକଠରେ କଂଗ୍ରେସ ଭବିଷ୍ୟତ ଉପରେ ଆଲୋଚନା ହେବ ।
୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା କଂଗ୍ରେସ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବିଧାୟକଙ୍କ ସଂଖ୍ୟା ୨ ଅଙ୍କ ଛୁଇପାରିନାହିଁ । ଭୋଟହାର ବି ବହୁତ କମିଛି । କଂଗ୍ରେସର ଏପରି ବଡ଼ ବିପଦି କାହିକିଁ ଘଟିଲା । ଏସବୁ କାରଣ ବି ଖୋଜିଛି କଂଗ୍ରେସ । ଏପରି କିଛି ଉର୍ଦ୍ଦେଶ୍ୟ ପାଇଁ କଂଗ୍ରେସ ନେତାଙ୍କୁ ସୋନିଆ ଦିଲ୍ଲୀ ଡ଼ାକିଛନ୍ତି । ଦିଲ୍ଳୀ ବୈଠକରେ ପୁଣି କଂଗ୍ରେସକୁ କିପରି ଲୋକେ ଭଲ ପାଇବେ ତାକୁ ନେଇ ନେତାଙ୍କୁ ଗୁରୁମନ୍ତ୍ର ଦେବେ ସୋନିଆ । ୧୫୦ରୁ ଅଧିକ କଂଗ୍ରେସ ନେତା ଏହିବୈଠକରେ ଯୋଗ ଦେବା ପାଇଁ ଦିଲ୍ଳୀ ଦରବାରରେ ଡ଼େରା ପକାଇଛନ୍ତି । ତେବେ ବୈଠକରେ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରାଯିବା ସହ ମିଳିତ ନେତୃତ୍ୱରେ ରାଜ୍ୟ କଂଗ୍ରେସକୁ ମଜବୁତ କରିବା ନେଇ ଆଲୋଚନା ହେବ । କଂଗ୍ରେସ ଆମୁଳଚୁଳ ପରିବର୍ତ୍ତନ କରି ଦଳକୁ କିପରି ମଜବୁତ କରାଯିବ ତାହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି । ୨୦୨୪ ନିର୍ବାଚନ ଲାଗି ଏବେଠାରୁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଆଜିର ବୈଠକରେ ବହୁ ନେତା ପିସିସି ସଭାପତି ପରିବର୍ତ୍ତନ କରିବାକୁ ଦାବି କରିବେ ବୋଲି ଆଲୋଚନା ହେଉଛି । କାରଣ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଂଜନ । ତେଣୁ ତାଙ୍କ ବଦଳରେ ନୂଆ ସଭାପତି ନିଯୁକ୍ତି କରିବା ନେଇ ସବୁ ପକାର ପ୍ରସ୍ତୁତି ସରିଛି ବୋଲି ମଧ୍ୟ କହିଛନ୍ତି ବହୁ କଂଗ୍ରେସ ନେତା ଓ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା । ତେବେ ପିସିସି ସଭାପତି ଦୌଡ଼୍ୟରେ ପ୍ରଦୀପ ମାଝୀ,ରାମଚନ୍ଦ୍ର ଖୁଣ୍ଟିଆ, ବିଶ୍ୱରଂଜନ, ଚିରଞ୍ଜୀବ ବିଶ୍ୱାଳଙ୍କ ନାଁ ଚର୍ଚ୍ଚାରେ ରହିଛି ।
ମିିଶିଗଲା ନିର୍ଦ୍ଦେଶାଳୟ ଓ ବିଭାଗ
ପଂଚମ ଥର ମୁ୍ଖ୍ୟମନ୍ତ୍ରୀ ହେବା ପରେ ନବୀନ ଶାସନରେ ବହୁ ପରିବର୍ତ୍ତନ ଆଣିଛନ୍ତି । ୫ଟିକୁ କାର୍ଯ୍ୟକାରୀ କରିବା ପାଇଁ ବିଶେଷ ଦୃଷ୍ଟି ଦେଇଛନ୍ତି । ଯେଉଁଥି ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ନବୀନ । ଏବେ ନିର୍ଦ୍ଦେଶାଳୟ ଓ ବିଭାଗର ଏକୀକରଣକୁ ସରକାରୀ ମଂଜୁରୀ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ଏକୀକରଣ ପ୍ରକ୍ରିୟାକୁ ଯଥାସମ୍ଭବ ତ୍ବରାନ୍ବିତ କରିବାକୁ କୁହାଯାଇଛି ।
ଏକୀକରଣ ପରେ ଏଣିକି ଉଭୟ ନିର୍ଦ୍ଦେଶାଳୟ ଓ ମୂଳ ବିଭାଗ ବା ପ୍ରଶାସନିକ ବିଭାଗ ପାଇଁ ଭିନ୍ନ ଭିନ୍ନ ଫାଇଲ ଯିବନି ।ନିର୍ଦ୍ଦେଶାଳୟ ଓ ମୂଳ ବିଭାଗର ଏକୀକରଣ ପରେ ଏହା ମୂଳ ବା ପ୍ରଶାସନିକ ବିଭାଗରେ କିମ୍ବା ନିର୍ଦ୍ଦେଶାଳୟରେ କାର୍ୟ୍ୟ କରିବ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟରେ ଉପଲବ୍ଧ ସ୍ଥାନ ଆଧାରରେ ସେନେଇ ନିଷ୍ପତ୍ତି ନିଆଯିବ । ଏକୀକରଣ ପରେ ଓସୱାସରେ ଗୋଟିଏ ଫାଇଲ ପ୍ରକ୍ରିୟା ହେବ । ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯିବା ପ୍ରସ୍ତାବକୁ ଆଉ ପ୍ରଶାସନିକ ବିଭାଗରେ ପୁନଃଯାଞ୍ଚ କିମ୍ବା ପ୍ରଶାସନିକ ବିଭାଗ ଦ୍ବାରା ଆଉ ଥରେ ପ୍ରକ୍ରିୟା କରାଯିବାର ଆବଶ୍ୟକତା ନାହିଁ ।
ଏକୀକରଣ ପରେ ଉଭୟ କାର୍ୟ୍ୟାଳୟରେ ଥିବା ଅଫିସ ଏଷ୍ଟାବ୍ଲିସମେଣ୍ଟ, ଇସୁ ଓ ଆକାଉଣ୍ଟସ ଭଳି ବିଭାଗର ବ୍ୟବସ୍ଥିତ ଭାବେ ବଣ୍ଟନ କରାଯାଇବା ଆବଶ୍ୟକ । ଏକୀକୃତ ବିଭାଗରେ ଡିଡିଓ ଓ ଏଷ୍ଟାବ୍ଲିସମେଣ୍ଟ ଅଫିସରମାନଙ୍କର ଯୁକ୍ତିସଙ୍ଗତ ଭାବେ ଥଇଥାନ କରାଯିବା ଆବଶ୍ୟକ, ଯାହାଦ୍ବାରା ସରକାରୀ କାର୍ୟ୍ୟରେ ଦୋହରୀକରଣ ହେବନି ଏବଂ କାର୍ୟ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହୋଇପାରିବ । ଏକୀକରଣ ପରେ ବଳକା କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇଦିଆଯିବ, ଯାହାଦ୍ବାରା ସେମାନଙ୍କୁ ଅନ୍ୟ ଖାଲି ସ୍ଥାନରେ ପୁନଃ ନିଯୁକ୍ତି ଦିଆଯିବ ।
ଏଥିସହିତ ଅର୍ଥ ବିଭାଗର ନିୟମାବଳୀ ଅନୁଯାୟୀ ତଳ ସ୍ତରର ଖାଲି ପଦବୀକୁ ଉଚ୍ଛେଦ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।ଏକୀକରଣ ପରେ ଉଭୟ ବିଭାଗର କର୍ମଚାରୀଙ୍କ ଗ୍ରେଡ, ପଦୋନ୍ନତି ଓ ଦରମାରେ କୌଣସି ପରିବର୍ତ୍ତନ ହେବନାହିଁ । ପଦୋନ୍ନତି, ମୃତ୍ୟୁ କିମ୍ବା ଇସ୍ତଫା ପରେ ନିର୍ଦ୍ଦେଶାଳୟରେ ଖାଲି ହେଉଥିବା ପଦବୀ ଉଚ୍ଛେଦ ହୋଇଯିବ । ତେବେ ଆବଶ୍ୟକ ସ୍ଥଳେ ଅର୍ଥ ବିଭାଗର ଅନୁମୋଦନରେ ସଚିବାଳୟ କମନ କ୍ୟାଡରରୁ ଏହିସବୁ ପଦବୀ ପୂରଣ ହେବ । ନିର୍ଦ୍ଦେଶାଳୟରେ ପରବର୍ତ୍ତି ନିର୍ଦ୍ଦେଶ ପର୍ୟ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ କୌଣସି ନିଯୁକ୍ତି ହେବନି । ଏଥିସହିତ ଏଣିକି ନିର୍ଦ୍ଦେଶାଳୟ ପାଇଁ ସ୍ବତନ୍ତ୍ର ବଜେଟ ହେନି । ପ୍ରଶାସନିକ ବିଭାଗ ଦ୍ବାରା ଏକୀକରଣ ବିଭାଗ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ ହେବ । ଏହା ଆସନ୍ତା ଆର୍ଥିକ ବର୍ଷରୁ ଲାଗି ହେବ ।
ପାକିସ୍ତାନ ପାଇଁ ମୋଦିଙ୍କ ନୂଆ ପ୍ଲାନ …
nକାଳେବଳେ କୌଶଳେ ପାକିସ୍ତାନକୁ ପାନେ ଦେବା ପାଇଁ ମୋଦି ସରକାର ସବୁ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତ ସହ ଅର୍ଥନୈତିକ ସମ୍ପର୍କ ତୁଟାଇ ପାକିସ୍ତାନ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି । ବିଲାତି ,ପିଆଜ ଓ ଓøଷଧ ପାଇଁ ପାକିସ୍ତାନ ଆହାକାର ହେଉଥିବା ବେଳେ ଏବେ ପାକିସ୍ତାନର ଅର୍ଥନୈତିକ ପରିସ୍ଥିତି ଭୁଶୁଡ଼ିବାରେ ଲାଗିଛି । ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ୟ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ପାକିସ୍ତାନକୁ ଯାଉଥିବା ପାଣିକୁ ଅଟକାଇବା ପାଇଁ ଏବେ ଆମେ କାର୍ୟ୍ୟ ଆରମ୍ଭ କରିଛୁ। ଆମେ କେବଳ ପାଣି ଅଟକାଇବୁ। କିନ୍ତୁ ସିନ୍ଧୁ ନଦୀ ଚୁକ୍ତିକୁ ଭାଙ୍ଗିବୁ ନାହିଁ।ବର୍ତ୍ତମାନ ସମସ୍ତ ଜଳଭଣ୍ଡାର ପୂର୍ଣ୍ଣ ହୋଇ ରହିଛି। ଅତିରିକ୍ତ ପାଣି ପାକିସ୍ତାନକୁ ଯାଉଛି। ହେଲେ ଖରାଦିନ ଏହି ଅତିରିକ୍ତ ଜଳକୁ ଆମେ ଆମ ଦେଶର ଲୋକଙ୍କ ପାଇଁ ବ୍ୟବହାର କରିପାରିବା। ତେଣୁ ଏହାକୁ ଅଟକାଇବାର ସମୟ ଆସିଛି। ଏହି ନଦୀର ଜଳକୁ ଖରାଦିନେ ହାଇଡ୍ରୋ ଇଲେକ୍ଟ୍ରିସିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବହାର କରିପାରିବୁ। ବଳକା ପାଣି ଚାଷ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହୋଇପାରିବ।nଭାରତରୁ ଯାଉଥିବା ପାଣିକୁ ପାକିସ୍ତାନ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରୁଥିଲା। ଏବେ ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନ ପାଣି ବିନା କ’ଣ କରିବ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ପି.ଚିଦାମ୍ବରମ ଗିରଫ ନାଟକ ..
ଶେଷରେ ଗିରଫ ହୋଇଛନ୍ତି ପୂର୍ବତନ ଗୃହ, ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଚି.ଦାମ୍ବରକଙ୍କ ଗିରଫକୁ ନେଇ ଯେଉର୍ ରାଜନୈତିକ ନାଟକ ଦେଖିବାକୁ ମିଳିଲା ଏଥିରେ ଘାଇଳା ହୋଇଛି ସିବିଆଇ । ବୁଧବାର ସକାଳେ ପି.ଚିଦାମ୍ବରଙ୍କୁ ୨ ଘଣ୍ଟା ଭିତରେ ହାଜାର ହେବା ପାଇଁ ସିବିଆଇ ତାଙ୍କ ବାସଭବନରେ ନୋଟିସ ଲଗାଇଲା । ଏହାପରେ ଦୀର୍ଘ ୨୭ ଘଣ୍ଚା ପରେ ହଠାତ୍ କଂଗ୍ରେସ କାର୍ୟ୍ୟାଳୟରେ ଆଜି ଉଭା ହୋଇଥିଲେ ଚିଦାମ୍ୱରମ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି ପ୍ରେସ କନଫରେନସରେ ଦର୍ଶାଇଥିଲେ ଚିଦାମ୍ୱରମ୍।ଏହାପରେ ଚିଦାମ୍ୱରମ ତାଙ୍କ ଘରକୁ ଆସିଥିଲେ। ଯେଉଁଠାରେ ସିବିଆଇ ନୋଟିସ୍ ଜାରି କରିଥିଲା। ଏହାପରେ ସିବିଆଇ ତାଙ୍କ ଘରେ ପଶିବା ପାଇଁ ଚେଷ୍ଟା କରିଥିଲା। ହେଲେ ଗେଟ୍ ଖୋଲିନଥିଲେ କେହି। ଏହାପରେ ଗେଟ୍ ଡେଉଁ ସିବିଆଇ ଅଧିକାରୀ ଚିଦାମ୍ୱରମଙ୍କ ଘର ଭିଚରେ ପଶି ଗିରଫ କରିଥିଲେ।ଖାଲି ଆଇଏନଏକ୍ସ ନୁହେଁ, ଏୟାରସେଲ୍-ମାକ୍ସିସ ଡିଲରେ ଚିଦାମ୍ୱରମଙ୍କ ନାଁ ରହିଛି। ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ମଧ୍ୟ ଆଇଏନଏକ୍ସ ମିଡିଆ କେସରେ ମଧ୍ୟ ସାମିଲ୍ ରହିଛନ୍ତି। ତେଣୁ ଆଗାମୀ ଦିନରେ ତାଙ୍କ ପୁଅ ମଧ୍ୟ ଗିରଫ ହୋଇ ପାରନ୍ତି।ସୂଚନାଯୋଗ୍ୟ, ବରିଷ୍ଠ ସାମ୍ୱାଦିକ ଦୀପକ ଚୌରାସିଆଙ୍କ ସୂଚନା ଅନୁଯାୟୀ ଦୀର୍ଘ ୨୭ ବର୍ଷ ଭିତରେ ଚିଦାମ୍ୱରମ କେବେ କାର ପଛ ସିଟରେ ବସିନଥିଲେ।
୧୦ବର୍ଷର ବଦଲା ନେଲେ ଶାହା : ଗରିଫ ହେଲେ ଚିଦାମ୍ବରମ
ଯେ ଶାକୁ ତେସା । ଯିଏ ଯାହା କରେ ସେ ତାହାର ଫଳପାଏ । ଏହି ଲୋକକଥା ଏବେ ଭାରତ ରାଜନୀତିରେ ଦେଖିବାକୁ ମିଳିଛି । ୧୦ର୍ବ ରାଜନୈତିକ ଇତିହାସ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । କ୍ଷମତା ଯେ ଚିରସ୍ଥାୟୀ ନୁହେଁ, ତେଣୁ ଏହାକୁ ବ୍ୟବହାର କରିବା ବେଳେ ସବୁ କିଛି ବୁଝି ବିଚାର କରି କରିବା ଉଚିତ , ନହେଲେ ତାହା ପରବର୍ତ୍ତୀ ସମୟରେ କ୍ଷମତା ଚାଲିଗଲା ପରେ ନିଜ ଉପରେ ପଡ଼େ ତାହା ଆଜି ଭାରତ ରାଜନୀତିରେ ଦେଖିବାକୁ ମିଳୁଛି । କଥାରେ ଅଛି ଦୁନିଆରେ କିଛି ବି ସ୍ଥାୟୀ ନୁହେଁ। ଆଜି ଯିଏ ଗରିବ ଖାଲି ସେ କୋଟିପତି। ତେବେ ଆଜିର ରାଜନୀତିରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ଯାହାକି ୧୦ ବର୍ଷ ତଳେ ଠିକ୍ ଓଲଟାଥିଲା। ଅର୍ଥାତ୍ ଏବେ ସିବିଆଇ କୌଣସି ମୁହୂର୍ତ୍ତରେ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଦୂର୍ନିତି ମାମଲାରେ ଗିରଫ କରିପାରେ। ଆଉ ଦେଶର ଏବେ ଗୃହମନ୍ତ୍ରୀ ଅଛନ୍ତି ଅମିତ ଶାହ। ଠିକ୍ ୧୦ ବର୍ଷ ତଳେ ସ୍ଥିତି ଏହାର ଓଲଟା ଥିଲା। ସେତେବେଳେ ଏକ ଫେକ୍ ଏନକାଉଣ୍ଟର ମାମଲାରେ ଅମିତ ଶାହଙ୍କୁ ସିବିଆଇ ଗିରଫ କରିଥିଲା। ଆଉ ସେତେବେଳେ ଗୃହମନ୍ତ୍ରୀ ଥିଲେ ପି ଚିଦାମ୍ୱରମ୍। ସମୟ ଚକ୍ରରେ ବଦଳିଯାଇଛି ଆଜିର ସ୍ଥିତି।ପି ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ଦୂର୍ନିତିରେ ସାମିଲ ରହିଛନ୍ତି ବୋଲି ଜଣାପଡ଼ିଛି। ଏ ନେଇ ସିବିଆଇ ଏବେ ତାଙ୍କୁ ଗିରଫ କରିବା ପାଇଁ ଖୋଜୁଛି। ଜେଲରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଶରଣରେ ଏବେ ଚିଦାମ୍ୱରମ୍। ଯଦି ପ୍ରଧାନ ବିଚାରପତି ଜାମିନ ଦେଇ ଦେବେ ତାହେଲେ ଗିରଫ ଦାରୀରୁ ବଞ୍ଚିଯିବେ।
ତେବେ ନଜର ପକାନ୍ତୁ କଣ ଥିଲା ଅମିତ ଶାହା ଓ ପି.ଚିଦାମ୍ବରଙ୍କ ୧୦ବର୍ଷର କାହାଣୀ ..
ଠିକ୍ ୧୦ ବର୍ଷ ତଳେ ଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ କ୍ଷେତ୍ରରେ। ଶହରାବୁଦ୍ଦିନ ଏନକାଉଣ୍ଟର ମାମଲାରେ ଅମିତ ଶାହ ଗିରଫ ହୋଇଥିଲେ। ୨୫ ଜୁଲାଇରେ ସିବିଆଇ ଅମିତ ଶାହଙ୍କୁ ଗିରଫ କରିଥିଲା। ତିନି ମାସ ପାଇଁ ଅମିତ ଶାହ ଜେଲରେ ରହିବା ପରେ ୨ ବର୍ଷ ପାଇଁ ଗୁଜରାଟ ବାହାରେ ରହିବା ପାଇଁ ଗୁଜରାଟ ହାଇକୋର୍ଟ ସେତେବେଳେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୧୫ରେ ସ୍ପେଶାଲ ସିବିଆଇ କୋର୍ଟ ଅମିତ ଶାହଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଥିଲେ। ସେତେବେଳେ ଅମିତ ଶାହଙ୍କୁ କଂଗ୍ରେସ ଜାଣିଶୁଣି ମାମଲାରେ ଛନ୍ଦିଛି ବୋଲି ବିଜେପି ଅଭିଯୋଗ କରୁଥିଲା। ଏବେ କଂଗ୍ରେସ ମଧ୍ୟ ଚିଦାମ୍ୱରମଙ୍କ ଗିରଫ ଦାରୀ ପାଇଁ ବିଜେପିକୁ ଦାୟୀ କରିଛି।\nନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଗିରଫ ହେଲେ ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ପି. ଚିଦାମ୍ୱରମ୍। ଉପା ସରକାରରେ ସେ ମନ୍ତ୍ରୀ ଥିବା ବେଳେ ତାଙ୍କ ପଦର ଅପବ୍ୟବହାର କରି ଆଇଏନଏକ୍ସ ମିଡିଆକୁ ସହଯୋଗ କରିଥିବା ମାମଲାରେ ଆଜି ସିବିଆଇ ବାନ୍ଧିଛି।\nଗତକାଲି ଦିଲ୍ଲୀ ହାଇକୋର୍ଟ ଚିଦାମ୍ୱରମଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ସିବିଆଇ ଚିଦାମ୍ୱରମଙ୍କ ଦିଲ୍ଲୀ ବାସଭବନକୁ ଆସିଥିଲା ଗିରଫ କରିବା ପାଇଁ। ହେଲେ ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ଏମିତିକି ଆଜି ସୁପ୍ରିମକୋର୍ଟରେ ଅଗ୍ରୀମ ଜାମିନ୍ ପାଇଁ ଚିଦାମ୍ୱରମ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ତତ୍କାଳ ଜାମିନ୍ ପାଇଁ ମନା କରିଦେଇଥିଲେ ବିଚାରପତି।\n
ସୁବାସିନୀ ଶର୍ମା ଅଧ୍ୟକ୍ଷା ନିର୍ବାଚିତ
ଯାଜପୁର : ବରି ନିର୍ବାଚନ ମଣ୍ଡଳୀର ବହୁ ପ୍ରତୀକ୍ଷିତ ଅଧ୍ଯକ୍ଷ ପଦର ଆଜି ଜବନିକା ପଡିଛି । ବିଜେପି ସମର୍ଥିତ ପ୍ରାର୍ଥୀନି ସୁବାସିନୀ ଶର୍ମା ବିନା ପ୍ରତିଦ୍ବନ୍ଦିତାରେ ଅଧ୍ଯକ୍ଷା ନିର୍ବାଚିତ ହୋଇଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ କି ଶାସକ ଦଳ କିମ୍ବା କଂଗ୍ରେସ ନିଜ ଦଳରୁ କୌଣସି ପ୍ରାର୍ଥୀ ଦେଇ ନଥିଲେ ।ସେହି କାରଣରୁ ବିଜେପି ସମର୍ଥିତ ପ୍ରାର୍ଥୀନି ହିସାବରେ ଶ୍ରୀମତୀ ଶର୍ମା ଏକାକୀ ନିର୍ବାଚନୀ ନାମାଙ୍କନ ଦାଖଲ କରିଥିଲେ ।
ଭିଜିଲାନ୍ସ ଜାଲରେ ମୁନିସିପାଲଟି ମୂଖ୍ୟ ଯନ୍ତ୍ରୀ
ବ୍ୟାସନଗର: ବ୍ୟାସନଗର ମୁନସିପାଲଟିର ମୂଖ୍ୟ ଯନ୍ତ୍ରୀଙ୍କ ଅଫିସ୍ ରେ ଆଜି ସଖାଳୁ ଭିଜିଲାନ୍ସ୍ ଚଢଉ କରି ପ୍ରହଲ୍ଲାଦ ମହାପାତ୍ରଙ୍କ ନିକଟରୁ ୩୮୦୦୦ଟଙ୍କା ଜବତ କରିଛି । ସୂଚନା ଅନୁଯାୟୀ ସ୍ଥାନୀୟ କୋପଣ୍ଡ ଅଞ୍ଚଳର ଠିକାଦାର ସନ୍ତୋଷ କୁମାର ରାଉତ ଙ୍କ ଏକ ବିଲ୍ ପାସ୍ କରାଇଦେବା ପାଇଁ ସେ ଏହି ଅର୍ଥ ରାଶି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜବତ୍ କରିଥିଲା । ଏଠାରେ ପ୍ରକାଶ ଥାଉକି ସେ ଦୀର୍ଘ ଦିନ ଧରି ଏଠାରେ ଅବସ୍ଥାପିତ ଥିଲେ । ନିୟମ ଅନୁସାରେ ତିନି ଚାରି ବର୍ଷରେ ଏହା ପରିବର୍ତ୍ତନ ହେବା ଉଚିତ ,କିନ୍ତୁ ଦୀର୍ଘ ଦିନ ଧରି ଏଠାରୁ ସନ୍ତୋଷ ମହାପାତ୍ରଙ୍କର ସ୍ଥାନାନ୍ତର ନ ହେବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ପାଇବା ପରେ ଯାଜପୁର ଭିଜିଲାନ୍ସ ଟିମ୍ ମହାପାତ୍ର ବାବୁଙ୍କ ଅଫିସ୍ ଉପରେ ଚଢାଉ କରି ତାଙ୍କୁ ଗିରଫ କରିଛି ।
ଶ୍ରୀ ରାମଦାସ୍ ସ୍ମୃତିରେ ଡାଏଲିସିସ୍ କେନ୍ଦ୍ର ଉଦଘାଟିତ
ଭଦ୍ରକ : ରୋଟାରୀ କ୍ଲବ୍ ଭଦ୍ରକ ଓ ରୋଟାରୀ କ୍ଲବ୍ ମିଡଟାଉନ୍ ଭଦ୍ରକ ର ମିଳିତ ସହଯୋଗରେ ଶ୍ରୀ ରାମଦାସ୍ ମେମୋରିଆଲ୍ ରୋଟାରୀ ଡାଏଲିସିସ୍ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଶାଳନ୍ଦୀ ହସପିଟାଲ୍ ଠାରେ ମହାମହିମ ରାଜ୍ଯପାଳ ପ୍ରଫେସର ଗଣେଷୀ ଲାଲ୍ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି ।ସମାଜରେ ଥିବା ଆର୍ଥିକ ଅନଗ୍ରସର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି କେନ୍ଦ୍ର ଉତ୍ସର୍ଗୀକୃତ ବୋଲି ଏହାର ଟ୍ରଷ୍ଟି ଚେୟାରମ୍ୟାନ୍ ମତ ପ୍ରକାଶ କରିଥିଲେ । ହସ୍ପିଟାଲର ପରିସରରେ ଅନୁଷ୍ଠିତ ଏହି ଉଦଘାଟନ ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶୀଯୁକ୍ତ ଜ୍ଯୋତିପ୍ରକାଶ ପାଣିଗ୍ରାହୀ , ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଲ୍ , ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉକ୍ତ ଉତ୍ସବକୁ ରୋଟାରୀ କ୍ଲବ୍ ମିଡଟାଉନ୍ ଭଦ୍ରକ ର ସଭାପତି ରୋଟାରୀଆନ୍ ଅତିିିଶ କୁମାର ବେହେରା ପରିଚାଳନା କରିଥିବା ବେଳେ ରୋଟାରୀ କ୍ଲବ୍ ଭଦ୍ରକ ର ସଭାପତି ରୋଟାରୀଆନ ସୁଧୀରଞ୍ଜନ୍ ନାୟକ ତଥା ରୋଟାରୀଆନ୍ ଯୋଗଦାନ କରିଥିଲେ ।