ବଲାଙ୍ଗୀରର ବିକାଶରେ ନୂଆ ଇତିହାସ :ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀରର ବିକାଶରେ ନୂଆ ଇତିହାସ

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶାର ନବମ ସର୍ବବୃହତ ବନ୍ଧ

୨୦୧୯ରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି

ବଲାଙ୍ଗୀର, ସୋନପୁରର ୨୦୩ଟି ଗାଁର ଏକ ଲକ୍ଷ ଏକର ଚାଷ ଜମି ଜଳସେଚିତ ହେବ, ୮୦ ହଜାର ଚାଷୀ ଉପକୃତ ହେବେ, ପାନୀୟ ଜଳର ସୁବିଧା ମଧ୍ୟ ମିଳିବ

ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ କରାଯିବ, ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ

ବିସ୍ଥାପିତ ୨୯ଟି ଗାଁର ଲୋକଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି, ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ

୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

୨୨୨୦ କୋଟି ଟଙ୍କା – ୧୧୨ଟି ପ୍ରକଳ୍ପ – ଭିତ୍ତିପ୍ରସ୍ତର ସ୍ଥାପିତ

୩୦୫ କୋଟି ଟଙ୍କା – ୬୯ଟି ପ୍ରକଳ୍ପ – ଉଦ୍‌ଘାଟିତ

5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଅଗଷ୍ଟ ମାସରେ ବଲାଙ୍ଗୀର ଆସି ବିକାଶ କାମ ତ୍ବରାନ୍ବିତ କରିବା ପାଇଁ ଲୋକଙ୍କ ସହିତ ଆଲୋଚନା କରିଥିଲେ

ବଲାଙ୍ଗୀରର ଜଳସେଚନ, କୃଷି କ୍ଷେତ୍ରରେ ଆସିବ ରୂପାନ୍ତର, ଜିଲ୍ଲାର ବିକାଶରେ ନୂଆ ଯୁଗ ଆସିବ – ମୁଖ୍ୟମନ୍ତ୍ରୀ

() ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀରରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣମାନେ ଖୁସି ତ?…… ଲୋକଙ୍କ ଉତ୍ସସିତ ଧ୍ବନି, କରତାଳି ଓ ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଲାଙ୍ଗୀରରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀରର ଚାଷୀଭାଇ ମାନଙ୍କର ଜଳ କଷ୍ଟ ଦୂର ହେଲା । ସୁକତେଲ ପ୍ରକଳ୍ପ ବଲାଙ୍ଗୀରର ଜଳସେଚନ କ୍ଷେତ୍ରରେ, କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ ବୋଲି ସେ ମତ ଦେବା ସହିତ କହିଥିଲେ ଯେ ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏହି ପ୍ରକଳ୍ପ ନୂଆ ଯୁଗ ଆଣିବ।ସଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ରାଜ୍ୟର ନବମ ସର୍ବବୃହତ ବନ୍ଧ । ଏହାର ଉଚ୍ଚତା ୩୧ ମିଟର। ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଦୁଇ ଜିଲ୍ଲାର ୨୦୩ଟି ଗାଁ ର ଏକ ଲକ୍ଷ ଏକର ଜମିକୁ ପାଣି ମିଳିବ। 80ହଜାର ରୁ ଅଧିକ ଚାଷୀ ଉପକାର ପାଇବେ । ଜିଲ୍ଲାର 70ହଜାର ରୁ ଅଧିକ ଲୋକ ପିଇବା ପାଣି ସୁବିଧା ମଧ୍ୟ ପାଇବେ |  ୨୦୧୯ ମସିହାରୁ 5T ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛି । Technologyର ବ୍ୟବହାର କରାଯାଇ Pressurised Underground Pipeline ଜରିଆରେ ଜଳସେଚନର ବ୍ୟବସ୍ଥା କରାଯାଉଛି। ଏହାଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ହେବ ନାହିଁ ।ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି । ଚାଷୀ ଭାଇ ମାନଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ । ମୁଁ ସବୁବେଳେ ଚାଷୀ ଭାଇମାନଙ୍କ ସାଥିରେ ଅଛି । ସେମାନଙ୍କ ପାଇଁ କାଳିଆ, ଏକ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା ଚାଷୀ ଘର ପିଲାଙ୍କ ପାଇଁ scholarship ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।ବିସ୍ଥାପିତ ଗାଁର ଲୋକମାନଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ଟି ଗାଁର ଲୋକମାନେ ବହୁତ ବଡ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ।  ଆଜି ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହେଲା । ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି, tourismର ଉନ୍ନତି, communicationର ଉନ୍ନତି, କ୍ରୀଡାର ଉନ୍ନତି ସହିତ heritageର ବିକାଶ ଓ ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହେଲା ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା ।ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ 5T ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ଆସିଥିଲେ। ଆପଣମାନଙ୍କୁ ଭେଟିଥିଲେ। ଆପଣମାନଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣମାନଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ।ବଲାଙ୍ଗୀରର ବିକାଶ ଉପରେ ଆଲୋକପାତ କରି ସେ କହିଲେ ଯେ, ଏବେ ବଲାଙ୍ଗୀର ଜିଲ୍ଲା ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି କରୁଛି । ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ, ଆପଣମାନଙ୍କ ସହଯୋଗରେ, ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ସେ କହିଥିଲେ। ଏହି ଅବସରରେ ଜଳସଂପଦ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି । ଲୋୟର ସୁକତେଲ ଆଜି ବଲାଙ୍ଗୀରବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା କ୍ଷେତ୍ରରେ 5T ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ସରୋଜ ମେହେର, ଲୋଇସିଂଘା ବିଧାୟକ ଶ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ ।ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ….

ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ

5T ଉପକ୍ରମରେ ଏହା ଏକ ଫ୍ଲାଗସିପ୍ ପ୍ରକଳ୍ପ,

ନୂଆ ପର୍ଯ୍ୟାୟକୁ ଯିବ ଓଡିଶାର ରୂପାନ୍ତର

କଥା ଦେଇଥିଲି ପାଳନ କଲି- ମୁଖ୍ୟମନ୍ତ୍ରୀ

2023 ଉତ୍କଳ ଦିବସ ଅବସରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ,

ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ, ବିଭିନ୍ନ ଛକରେ ବିପୁଳ ସମ୍ବର୍ଦ୍ଧନା

ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ

ରାଜ୍ୟର ବିକାଶ ଇତିହାସରେ ଆଜି ଦିନଟି ସବୁବେଳେ ସ୍ୱତନ୍ତ୍ର ହୋଇ ରହିବପୁ

ରୁଣା ରାଜଧାନୀ ସହିତ ନୂଆ ରାଜଧାନୀର ସମ୍ପର୍କକୁ ଆହୁରି ମଜବୁତ କରିବ

ନୂଆ ବର୍ଷର ଏ ଖୁସି, ଏ ଆନନ୍ଦ, ସବୁ ଦିନ ଜାରି ରହୁ,

ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା

29th OCT23 ରେ 5T ଅଧ୍ୟକ୍ଷ ପ୍ରସ୍ତାବିତ metro ଅଞ୍ଚଳ ବୁଲି ଦେଖିଥିଲେ l

 

 

 

ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ .focus କମ୍ ସମୟ କମ୍ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଲ୍‌ର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି।ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ ରୂପାନ୍ତର। ସେ କହିଥିଲେ ଯେ ମେଟ୍ରୋ ରେଲ୍‌ପାଇଁ ମୁଁ ଯେଉଁ ପ୍ରତିଶୃତି ଦେଇଥିଲି, ତାହା ଆଜି ପାଳନ କରୁଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଯୋଜନା ଗାଁରେ ରୂପାନ୍ତର ଆଣିଛି, ମେଟ୍ରୋ ରେଲ୍‌ ଯୋଜନା ଏ ରୂପାନ୍ତରକୁ ଆହୁରି ଆଗକୁ ନେବ। ପୁରୁଣା ରାଜଧାନୀ କଟକ ସହିତ ନୂଆ ରାଜଧାନୀ ଭୁବନେଶ୍ୱରର ସମ୍ପର୍କକୁ ଆହୁରି ମଜବୁତ କରିବ।ବାଟରେ ଆସିବା ବେଳେ ସ୍ଥାନେସ୍ଥାନେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନା ସମ୍ପର୍କରେ ପ୍ରକାଶକରି ମୁଖ୍ୟମନ୍ତ୍ରୀ କହିଲେ ଯେ “ଏଠାକୁ ଆସିବା ବେଳେ ରାସ୍ତାରେ ହଜାର ହଜାର ଲୋକଙ୍କ ଶୁଭେଚ୍ଛା ପାଇଲି। ସେମାନଙ୍କ ଆନନ୍ଦ ମୋତେ ମଧ୍ୟ ବହୁତ ଖୁସି ଦେଇଛି । ନୂଆ ବର୍ଷର ଏ ଖୁସି, ଏ ଆନନ୍ଦ, ସବୁ ଦିନ ଜାରି ରହୁ, ମହାପ୍ରଭୁଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା । ବିକାଶର ପର୍ବ ଆପଣମାନଙ୍କ ସହଯୋଗରେ ଆହୁରି ଆଗକୁ ବଢୁ ।”ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଲ୍‌ର ଏହି ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ୨୬ କି.ମି. ଏହି ପ୍ରକଳ୍ପରେ ୨୦ଟି ଷ୍ଟେସନ ରହିବ ଓ ଏଥିପାଇଁ ୬୨୫୫.୯୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। 5T ଉପକ୍ରମରେ ଏହା ରାଜ୍ୟର ଏକ ଫ୍ଲାଗସିପ୍ ପ୍ରକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ପ୍ରକାଶକରି ସେ କହିଲେ ଯେ ଓଡିଶା ଇତିହାସରେ ଭିତ୍ତିଭୂମି କ୍ଷେତ୍ରରେ ଏହା ସବୁଠାରୁ ବଡ ନିବେଶ।ଶେଷରେ ସେ କହିଥିଲେ ଯେ ମେଟ୍ରୋ ରେଲ୍‌କୁ ଖୋର୍ଦ୍ଧା, ପୁରୀ ଓ କଟକ ସହରକୁ ସଂପ୍ରସାରଣ କରିବା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏକ ନୂଆ ଓଡିଶା ସଶକ୍ତ ଓଡିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପ୍ରଥମେ ଭୁବନେଶ୍ୱର ଏୟାରପୋର୍ଟ ଛକରୁ ବାରଙ୍ଗ ରତାଗଡ ପର୍ଯ୍ୟନ୍ତ ରୋଡ୍ ସୋ ରେ ଆସି ସେଠାରେ ମେଟ୍ରୋ ପ୍ରକଳ୍ପ ପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ଏୟାରପୋର୍ଟ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସେ ରୋଡ୍‌-ସୋରେ ଯାଇ କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବ୍ୟାଟାଲିୟାନ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଇଣ୍ଡିଆନ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଓ ରଘୁନାଥପୁରଠାରେ ଉପସ୍ଥିତ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନନ୍ଦନକାନନ ଛକରେ ବିଜୁ ପଟ୍ଟନାୟକଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ସେଠାରୁ ସେ ବାରଙ୍ଗ ଛକ ଓ ଫୁଲପୋଖରୀ ଛକରେ ଲୋକଙ୍କୁ ଶୁଭେଚ୍ଛା ଜଣାଇ ବାରଙ୍ଗ ରତାଗଡଠାରେ ପହଞ୍ଚି ମେଟ୍ରୋ ରେଲ୍‌ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଇଥିଲେ ଏବଂ ଶେଷରେ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅପ୍ରେଲ ପହିଲାରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ମେଟ୍ରୋ ରେଲ୍‌ ପ୍ରକଳ୍ପ ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଥିଲେ। ଅକ୍ଟୋବର ୨୯ ରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ତ୍ରିଶୂଳିଆ ଯାଇ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ୨୦୨୩ ନଭେମ୍ବର ୧୪ ତାରିଖରେ ଏହି ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଥିଲେ। ଅନୁମୋଦନ ମିଳିବାର ମାତ୍ର ୪ ମାସ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ଆଜି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା। ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ ଓ ଭୁବନେଶ୍ୱର ମେଟ୍ରୋ ରେଲ୍‌ କର୍ପୋରେସନର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।  କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ଯୋଗଦେଇ କହିଲେ ଯେ ଟେମ୍ପଲ ସିଟି ଭୁବନେଶ୍ୱରରୁ ପୁରୁଣା ରାଜଧାନୀ କଟକକୁ ମେଟ୍ରୋ ରେଳ ଚଳାଚଳ ପାଇଁ ରାଜ୍ୟବାସୀଙ୍କର ବହୁ ପ୍ରତୀକ୍ଷିତ ସ୍ୱପ୍ନ ଥିଲା। ଆଜି ଏହି ପ୍ରକଳ୍ପ ମାଧ୍ୟମରେ ତାହା ପୂରଣ ହେଲା। ସହରୀକରଣ, ଗମନାଗମନ ସହିତ ଲୋକମାନଙ୍କୁ ଏହା ସବୁ କ୍ଷେତ୍ରରେ ସାହାଯ୍ୟ କରିବ। ଅନ୍ୟତମ ଅତିଥିଭାବେ ଯୋଗଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି। ଏହି ପ୍ରକଳ୍ପ କଟକ ଭୁବନେଶ୍ୱର ସହିତ ସମଗ୍ର ଓଡିଶାପାଇଁ ଗର୍ବ ଗୌରବର ପ୍ରତୀକ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଏହି ପ୍ରକଳ୍ପ ମାଧ୍ୟମରେ ଆମର ଟ୍ରାଫିକ୍ ସମସ୍ୟା ଦୂରହୋଇ ଗମନାଗମନ କ୍ଷେତ୍ରରେ ଉନ୍ନତି ଆସିବା ସହିତ ରୋଜଗାର ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଆମକୁ ଏକ ମଡର୍ଣ୍ଣ ଲୁକ୍ ଦେବ।5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ସ୍ୱାଗତ ଭାଷଣ ଦେଇଥିଲେ, ବିଧାୟକ ବାଙ୍କୀ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ଚୌଦ୍ୱାର-କଟକ ଶ୍ରୀ ସୌଭିକ ବିଶ୍ୱାଳ, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, କଟକ ସଦର ବିଧାୟକ ଶ୍ରୀ ଚନ୍ଦ୍ରଶେଖର ସାରଥି ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଉଥିବା ଏହି ମେଟ୍ରୋ ପ୍ରକଳ୍ପ ପାଇଁ ଆଜିର ଦିନଟି ଏବଂ ମୁଖ୍ୟମନ୍ତ୍ରୀଙ୍କ ନାଁ ଓଡିଶା ଇତିହାସରେ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି କହିଥିଲେ। ଦିଲ୍ଲୀ, ମୁମ୍ବାଇ ଚେନ୍ନାଇ ପରି ଆମର ମଧ୍ୟ ସ୍ୱପ୍ନ ଥିଲା ଓଡିଶାରେ ମେଟ୍ରୋ ପାଇଁ। ଆମର ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗୁ ଆଜି ଓଡିଶାର କୌଣସି କ୍ଷେତ୍ରରେ ଅବହେଳିତ ହୋଇରହିନାହିଁ ବୋଲି ସେମାନେ କହିଥିଲେ। କଟକ ମେୟର ଶ୍ରୀ ସୁବାସ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

କ୍ଷମତା ନୁହେଁ, ସେବା ପାଇଁ ଅଶୋକଙ୍କ ଜନ୍ମ : ପ୍ରଫୁଲ୍ଲ ସାମଲ…..

ଯାଜପୁର: ପୂର୍ବତନ ବିରୋଧୀ ଦଳ ନେତା ତଥା ଜନତା ଦଳର ଟାଣୁଆ ନେତା ଦିବଙ୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛି । ଯାଜପୁର ବିରଜା ପାନ୍ଥଶାଳା ପରିସରରେ ବରିଷ୍ଠ ବିଜେଡି ନେତା ବିଷ୍ଣୁବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟବକ୍ତା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ସମ୍ମାନିତ ଅତିଥି ସମାଜବାଦୀ ପାର୍ଟି ନେତା ରବି ବେହେରା, କୋରେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ବ୍ୟାସନଗର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ଯାଜପୁର ପୌରାଧ୍ୟକ୍ଷ ରଞ୍ଜୁଲତା ହୋତା, ଶିକ୍ଷାବିତ୍ ବଟ୍ଟକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବଙ୍ଗତ ନେତା ଅଶୋକ ଦାସଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଅଶୋକ ଦାସ ଜଣେ ସାଲିସବିହୀନ ରାଜନେତା ଥିଲେ ବୋଲି ଅତିଥିଗଣ ମତବ୍ୟକ୍ତ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ସୁସମ୍ପର୍କ ଥିଲା ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ । ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସକାଳେ ମା’ ବିରଜା ମନ୍ଦିର ନିକଟରେ ସମୂହ ଦୀପ ଦାନ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଶ୍ରାଦ୍ଧ ଦିବସ ଅବସରରେ କୁଆଁସ ମଙ୍ଗଳାପୀଠରେ ରକ୍ତଦାନ ଶିବିର ଓ ସୁଜନପୁର କଲେଜରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ପାଟପାରୀ ଠାରେ ଅଶୋକ ଦାସ ଶ୍ରଦ୍ଧାଳୁ ସମିତି ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଅନ୍ୟ ପକ୍ଷରେ ବରୁଆଁ ଛକରେ ସ୍ୱର୍ଗତ ଅଶୋକ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି ।

BSKY ନବୀନ କାର୍ଡର ଶୁଭାରମ୍ଭ …..

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ନବୀନ କାର୍ଡର ଶୁଭାରମ୍ଭ

ରାଜ୍ୟର 90% ଲୋକ ଉପକାର ପାଇବେ.

ପଇସା ଅଭାବ ରୁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହେବେ ନାହିଁ . ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି . ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତ ର ଭିତ୍ତି.

()ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ମହତ୍ବାକାଂକ୍ଷୀ ଲକ୍ଷ୍ୟ । ମୋର ସ୍ବପ୍ନ ହେଉଛି ଓଡିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଗାଇଦେବା। ମୁଁ ଏମିତି ଏକ ଓଡିଶା ଚାହେଁ, ଯେଉଁଠାରେ ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର ଏବଂ ଏହା ସବୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍‌ଧ ହେଉଥିବ। ପଇସା ପାଇଁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେଉ। ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଆମେ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲୁ । ଏବଂ ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି।

 

ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି ।

 

ଦ୍ବିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି।

 

BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍‌ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି।ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଏକ ଅନନ୍ୟ ଉଦାହରଣ। ଏକ ଉତ୍ତମ ମଡେଲ। ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି।

ଏବେ ଆମେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ। ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ସୁବିଧା ଯୋଗାଇ ଦିଆଯିବ। ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତା ମାନଙ୍କୁ ବାଦ୍‌ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ। ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ। ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍‌ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ।ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର, ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ। ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ – ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ ।  ମୋର ବିଶ୍ବାସ, BSKY-Naveen card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୋଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ।

ସ୍ମୃତିରେ ମୁକୁଟ ବିହୀନ ସମ୍ରାଟ…..

0

() ଯାଜପୁର ଜିଲ୍ଲାର ମଉଡମଣି  ତଥା ମହାନ୍ ଜନନେତା ଅଶୋକ ଦାସ । l ସାଲିସ ବିହୀନ ରାଜନୀତିର ବଡ ପ୍ରତୀକ l ପୁଣି ସେ ସେବାର ପୂଜାରୀ l ଓଡ଼ିଶାର ସ୍ୱାଭିମାନ , ମୁକୁଟ ବିହିନ ସମ୍ରାଟ, ସାଲିସ ବିହିନ ନେତା, ଯାଜପୁର ମଉଡ଼ମଣୀ, ଓଡ଼ିଶାର ବିଚକ୍ଷଣ ରାଜନେତା, ଏମିତି କେତେ କଣ ଶଦ୍ଦ ତାଙ୍କ ନାଁ ଲେଖିବା ପୂର୍ବରୁ ଆପେ ଆପେ ମନକୁ ଚାଲିଆସେ । ପୁଣି ମନରେ ଉଙ୍କି ମାରେ ଆରେ ସତରେ କଣ ଅଶୋକ ଦାସ ଅପେରା ରାଇଜକୁ ଚକ୍ ଚିହ୍ନ ନେଇ ପଳେଇ ଯାଇଛନ୍ତି l ନା ସବୁବେଳେ ସେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି l ଆଉ ସବୁବେଳେ କହୁଛନ୍ତି ରାଜନୀତି କ୍ଷମତା କି ସାଲିସ ପାଇଁ ନୁହେଁ ବରଂ ଜନସେବାର ସଂକଳ୍ପ l ଆଜି ଅଶୋକ ଦାସଙ୍କ ପାର୍ଥିବ ଶରୀର ନାହିଁ ସତ କିନ୍ତୁ ତାଙ୍କ ଆଦର୍ଶ ଓ ନୀତି କିନ୍ତୁ ବଂଚି ରହିଛି l ଯାହା ତାଙ୍କର ୧୫ତମ ଶ୍ରାଦ୍ଧ ଦିବସରେ ମନେ ପକାଇ ଝୁରୁଛନ୍ତି ଓଡିଶାବାସୀ l

 

ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅତି ଘନିଷ୍ଠ । ଜନତା ଦଳର ସଭାପତି l ଓଡ଼ିଶା ବିଧାନସଭାକୁ ଲଗାତର ୬ଥର ସେ କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି l ସବୁବେଳେ ବିଧାନସଭାରେ ଶାଣିତ ସ୍ୱର ଉଠାଇ ସେ ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ସେ । ଛାତ୍ର ଜୀବନରୁ ଜନସେବାକୁ ମୂଳମନ୍ତ୍ର କରିଥିଲେ ସେ l

 

ଜଣେ ଜନ୍ ପ୍ରତିନିଧି ସହ ଡ଼ାକ୍ତର ଓ ସମାଜସେବକ ଭାବେ ପୁରା ଓଡିଆରେ ଥିଲା ତାଙ୍କର ସ୍ଵତନ୍ତ୍ର ପରିଚୟ l ରାଜନୀତି ତାଙ୍କର ପେଶା ହୋଇଥିଲେ ମଧ୍ୟ ନିଶା କିନ୍ତୁ ଥିଲା ସମାଜସେବା । ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ । ଯେଉଁଥି ପାଇଁ ସେ କ୍ଷମତା ରାଜନୀତି ଠାରୁ ଦୂରେଇ ରହିଥିଲେ l କ୍ଷମତା ରାଜନୀତି ଠାରୁ ଦୂରେଇ ରହି କିପରି ଜନସେବା କରି ହୁଏ ତାହା ସେ ଓଡ଼ିଶା ରାଜନୀତି ରେ ଆରମ୍ଭ କରିଥିଲେ l ୧୯୭୭,୧୯୯୦ ମସିହାରେ ଦୁଇ ଦୁଇ ଥର ତାଙ୍କୁ ମନ୍ତ୍ରୀ ହେବା ପାଇଁ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତାହାକୁ ଗ୍ରହଣ କରିନଥିଲେ l ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମୁକୁଟ ବିହୀନ ସମ୍ରାଟର ପରିଚୟ ଦେଇଥିଲା l ସବୁବେଳେ ରାଜ୍ୟର ସ୍ୱାର୍ଥପାଇଁ ସେ ଲଢ଼ୁଥିଲେ l ସେ ବିଧାନସଭା ହେଉ ଅବା ଜିଲ୍ଳାପାଳ କର୍ଯ୍ୟାଳୟ । ସବୁଠି ଲୋକଙ୍କ ହକ ମାଗୁଥିଲେ । ରାଜନୀତିର ପରିଭାଷା ତାଙ୍କ ପାଇଁ ଟିକେ ଭିନ୍ନ ଥିଲା । ପଦ ପଦବୀ ନୁହେଁ, ନେତୃତ୍ୱ ନେଇ କିପରି ଦଳ ଓ ଲୋକଙ୍କ ସମସ୍ୟା ସମାଧାନ କରିହେବ ଓ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ସେ କାମରେ ସେ ସବୁବେଳେ ଲାଗିପଡ଼ୁଥିଲେ । ସେବାକୁ ମୂଲମନ୍ତ୍ର କରି ସେ ତାଙ୍କ ଜୀବନ କଟାଉଥିଲେ । ପୁରା ଯାଜପୁରର ସେ ଥିଲେ ମୁରବୀ । କାରଣ ସେ ଥିଲେ ଧର୍ମନିରପକ୍ଷର ସବୁଠାରୁ ବଡ଼ ପ୍ରତୀକ । ସବୁଠାରୁ ବଡ଼ କଥା ହେଲା ସେ ଭାରି ସ୍ୱାଭିମାନୀ ଥିଲେ । କାହା ଆଗରେ ମୁଣ୍ଡ ନୁଆଉନଥିଲେ କି କାହା ସହ ସାଲିସ ବି କରୁନଥିଲେ । ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ପୁରା ଓଡ଼ିଶାରେ । ଯେଉଁଥି ପାଇଁ ଆଜି ପୁରା ଓଡ଼ିଶା ତାଙ୍କୁ ଝୁରୁଛି । ଲୋକଙ୍କ ସେବା କରିବା ପାଇଁ ଯେଉଁସବୁ ମାର୍ଗ ରହିଛି ତାହାକୁ ସେ ଗ୍ରହଣ କରୁଥିଲେ । କେବଳ ରାଜନୀତି ନୁହେଁ, ଜଣେ ଆୟୁରବୈଦିକ ଡ଼ାକ୍ତର ଭାବେ ସେ ଲୋକଙ୍କ ସେବା କରୁଥିଲେ ।

ଯୁବପିଢୀଙ୍କ ପାଇଁ ଆଦର୍ଶ ସାଜିଥିବା ଅଶୋକ ବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କର ଆଦର୍ଶ ଓ ମାର୍ଗଦର୍ଶନ ଆଜି ବି ଜୀବିତ ଅଛି । ଏଭଳି ଯୋଗଜନମା ପୁରୁଷ କୋଚିତ ଧରାପୃଷ୍ଠରେ ଜନ୍ମଗ୍ରହଣ କରନ୍ତି । ତାଙ୍କ ଆଦର୍ଶରେ ପୁଅ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେବାକୁ ନିଜ ଜୀବନର ଏଜେଣ୍ଡା କରିଛନ୍ତି। ବିଜେଡିର ସମସ୍ତ କାର୍ଯ୍ୟକ୍ରମରେ ସେ ସେବା ଓ ପରିଶ୍ରମକୁ ଗୁରୁତ୍ୱ ଦେଇଛନ୍ତି। ପ୍ରତି କର୍ମୀଙ୍କୁ ଦୈନିକ 2ରୁ 3 ଘଣ୍ଟା ଦଳ ପାଇଁ ଦେବାକୁ ସେ ଆହ୍ୱାନ ଦେଇ ବିଜେଡିକୁ ଆଜି ଦେଶର ସବୁଠାରୁ 7ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଗଢି ତୋଳିଛନ୍ତି l ଠିକ ସେହିପରି ଯେପରି ବିଜୁ ବାବୁଙ୍କ ସହ ମିଶି ଜନତା ଦଳକୁ ଶେଷ ନିଶ୍ୱାସ ଯାଏ ଆଗେଇ ନେଇଥିଲେ ଅଶୋକ ଦାସ। ଦଳକୁ ଭଲ ପାଇବା, ଦଳୀୟ ସୁପ୍ରିମୋଙ୍କ ପ୍ରତି ସମର୍ପିତ ହେବାର ମହାନ ପରମ୍ପରା ଅଶୋକ ଦାସଙ୍କ ପରିବାରରୁ ଆସିଛି, ଯାହାକୁ ଆଗେଇ ନେଇ ଚାଲିଛନ୍ତି ପୁଅ ପ୍ରଣବ। ଅଶୋକ ଦାସଙ୍କ ୧୫ ତମ ଶ୍ରlଦ୍ଧ ଦିବସରରେ ବିଗ ନ୍ୟୁଜ ଓଡ଼ିଶା ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ l ଶ୍ରlଦ୍ଧ ଦିବସରରେ ମୁକୁଟ ବିହୀନ ରାଜନେତା ଜୀବନ କାହାଣୀ ମନେ ପକାଇ ଝୁରୁଛନ୍ତି ଅଶୋକ ପ୍ରେମୀ l

ଓଡ଼ିଶାର ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ୬ ତାରିଖରେ ଓଡ଼ିଶାକୁ ଆସିବେ  

() ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନାଗପୁର ଠାରେ ଅନୁଷ୍ଠିତ ହେଉଥ‌ିବା ୧୩୯ ତମ କଂଗ୍ରେସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅତ୍କଳ ଭାରତ କଂଗ୍ରେସ କମିଟିର ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କୁ ସାକ୍ଷାତ କରି ତାଙ୍କର ଓଡ଼ିଶା ଗସ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ ନୂତନ ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ଜାନୁଆରୀ ୬ ତାରିଖ ଦିନ ଓଡ଼ିଶାଗସ୍ତରେ ଆସିବେ । ପ୍ରଦେଶ କଂଗ୍ରେସ ପକ୍ଷରୁ ଅଜୟ କୁମାରଙ୍କୁ ସମ୍ବଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।

ପ୍ରଧାନଙ୍କୁ ପାଣ୍ଡିଆନଙ୍କ ବାଣ :ଜନସେବାର ମୂଳମନ୍ତ୍ର ନୁହେଁ, ନିର୍ବାଚନ ଜିତିବା 

() ନିର୍ବାଚନ ସମୟରେ ସପ୍ତାହକୁ ୫ଥର ଆସି ଘରେ ଘରେ ବୁଲି ଲୋକଙ୍କୁ ଭେଟିବା ଓ ଅନେକ ପ୍ରତିଶ୍ରୁତି ଦେଇଥିଲେ l ନିର୍ବାଚନ ଜିତିଲେ, ଆଉ ଯେଉଁ ଦଳ ଜିତିଲା ଆପଣମାନେ ଜାଣିଛନ୍ତି l ଯିଏ ପ୍ରଚାରର ମଙ୍ଗ ଧରିଥିବା ତାଙ୍କର ଆଉ ଦେଖାନାହିଁ l ଧାମନଗର ନିର୍ବାଚନମଣ୍ଡଳୀରେ ଜନତାଙ୍କୁ ଉଦବୋଧନ ଦେଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଶାନା କରି ଏପରି କହିଛନ୍ତି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିୟାନ୍ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ନିର୍ବାଚନ ସରିଗଲେ ଭୋଟରଙ୍କ ସୁଖ ଦୁଃଖ ବୁଝିବେ କଣ, ଏମିତିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଧାମନଗର ଆସିନାହାଁନ୍ତି । ନିର୍ବାଚନ ପ୍ରଚାର ବେଳେ ବିଜେପିର ଏହି ତୁଙ୍ଗ ନେତା କହିଥିଲେ ଯେ, ତାଙ୍କ ପ୍ରାର୍ଥୀ ଜିତିଲେ ସେ ଧାମନଗରର ରୂପରେଖ ବଦଳାଇଦେବେ । ଧାମନଗର ଭିନ୍ନ ଏକ ନିର୍ବାଚନମଣ୍ଡଳୀପାଲଟିଯିବ ।ହେଲେ କୁଆଡେ ଗଲା ସେ ପ୍ରତିଶ୍ରୁତି ପାଣ୍ଡିୟାନ ପ୍ରଶ୍ନ କରିଛନ୍ତି? ଏଥିରୁ ଭୋଟ ରାଜନୀତି କରୁଥିବା ଏହି ନେତାଙ୍କ ପ୍ରକୃତ ଚେହେରା ସ୍ପଷ୍ଟହୋଇଯାଇଛି । ଆହୁରି ମଧ୍ୟ କହିଛନ୍ତି ଯେ ଗତ ୧୦ ମାସ ଭିତରେ ସେଦିଲ୍ଲୀରୁ ଓଡ଼ିଶାକୁ ୧୦୦ଥର ଆସିଥିବେ । କିନ୍ତୁ ଧାମନଗରକୁ ଥରୁଟିଏ ବି ମନେ ପକାଇଲେ ନାହିଁ କେମିତି? ଏହି ନେତାମାନଙ୍କ ଚରିତ୍ର ହେଲା ଭୋଟ ସରିଲା ପରେ ଭୁଲିଯିବା । ଉପନିର୍ବାଚନରେ ତାଙ୍କ ପ୍ରାର୍ଥୀ ଜିତିଲା ସତ, କିନ୍ତୁ ବର୍ଷେ ଭିତରେ ଧାମନଗରବାସୀ ତାଙ୍କ ଉପରୁ ବିଶ୍ୱାସ ହରାଇଲେ । ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ ଏକସାଧାରଣ ସଭାକୁ ଉଦବୋଧନ ଦେଇ ୫-ଟିଅଧ୍ୟକ୍ଷ ଏଭଳି ତୀର ମାରିଛନ୍ତି ବିଜେପି ର ପୋଷ୍ଟର ବୟଙ୍କୁ l ଅନ୍ୟପଟେ ଧାମନଗରବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବାକୁ ବାଖାଣୀଥିଲେ ପାଣ୍ଡିଆନ l ଧାମନଗରର ଉନ୍ନତି ଲାଗି ଯାହା ଆବଶ୍ୟକ ତାହା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ନିର୍ଦ୍ଦେଶଦେଇଛନ୍ତି ବୋଲି ସେ କହିଛନ୍ତି । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି । ସାଢ଼େ ୪କୋଟି ଓଡ଼ିଆ ହେଉଛନ୍ତି ତାଙ୍କ ପରିବାର । ଗରିବ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କ ଲକ୍ଷ୍ୟ ବୋଲି ଧାମନଗରବାସୀଙ୍କୁ କହିଥିଲେ ପାଣ୍ଡିଆନ l କେବଳ ସେତିକି ନୁହେଁ, ବିରୋଧୀଙ୍କୁ ମଧ୍ୟ ସିଧା ଟାର୍ଗେଟ୍ କରିଛନ୍ତି ୫-ଟିଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ । ।ମାନ୍ୟବରମୁଖ୍ୟମନ୍ତ୍ରୀଙ୍କନିର୍ଦ୍ଦେଶରେଯେଉଁଭଳିଭାବେଶ୍ରୀମନ୍ଦିରଠୁନେଇଲିଙ୍ଗରାଜମନ୍ଦିର, ଭଦ୍ରକାଳୀମନ୍ଦିରଠୁ ନେଇବିଭିନ୍ନମଠ, ମନ୍ଦିର, ମସଜିଦ୍‌ଓ ଚର୍ଚ୍ଚରଉନ୍ନତିକରଣଓରୂପାନ୍ତରୀକରଣଚାଲିଛି,ତାହାଦେଖିବିରୋଧୀମାନଙ୍କନିଦଭାଙ୍ଗିଯାଇଛି ।ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର । ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଦେହରେ ଯାଉନୁ ବୋଲି ପାଣ୍ଡିୟାନ୍ କହିଥିଲେ l ବିକଶିତ ଓଡିଶା ଗଠନ କରିବା ବିଜେଡିର ମୂଳ ଲକ୍ଷ ବୋଲି ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିୟାନ୍ ଜିଲ୍ଲା ଗସ୍ତରେ ଲୋକାଙ୍କୁ ଅବଗତ କରିଛନ୍ତି l

ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରେ ବିଜେଡି ସାଂଗଠନିକ ସଂପାଦକ ପ୍ରବଣ ପ୍ରକାଶ ଦାସ, ଜିଲ୍ଲାର ବିଧାୟକ , ସାଂସଦ, ପର୍ଯ୍ୟବେକ୍ଷକ ଓ ଛାମୁଆ ସଙ୍ଗଠନର ନେତାମାନେ ସାମିଲ ହୋଇ ଲୋକଙ୍କ ସୁଖ ଦୁଃଖର ସାଥି ହୋଇଛନ୍ତି l

5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ : ୪୮ କୋଟିର ରୂପାନ୍ତର କାର୍ଯ୍ୟର ସମୀକ୍ଷା

5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ଭଦ୍ରକ ଗସ୍ତ

ଆରଡି ବାବା ଆଖଣ୍ଡଳମଣୀ ମନ୍ଦିର ପରିଦର୍ଶନ,

୪୮ କୋଟି ଟଙ୍କା ବ୍ୟୟରେ ଜାରି ରହିଥିବା ରୂପାନ୍ତର କାର୍ଯ୍ୟର ସମୀକ୍ଷାଜି

ଜିଲ୍ଲାର ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା-

୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ,

୧୦୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ,

୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାଠାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ,

୧୬୪ କୋଟି ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ Super Speciality Hospital,

୪୭ କୋଟି ଟଙ୍କା ବ୍ୟୟରେ ଚୂଡାମଣି ବନ୍ଦର,

୪୧ କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାର- ଗୁଜିଡହରା ଭାୟା ମା’ଭଦ୍ରକାଳୀ ମନ୍ଦିର ରାସ୍ତା,

୨୭ କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ

ଆରଡି, ଅସୁରାଳି ଓ ଭଦ୍ରକରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା,ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି

() ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଶ୍ରୀ ପାଣ୍ଡିଆନ ପ୍ରଥମେ ଓଡିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କୁ ପୂଜାର୍ଚ୍ଚନା ସହ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ମନ୍ଦିର ପ୍ରକଳ୍ପ ପାଇଁ ୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପ୍ରକଳ୍ପ କାମ ଯଥା ଶୀଘ୍ର ଶେଷକରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏଥି ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପ ଯଥା- ୮୯୩ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ, ୧୦୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ରିଂ ରୋଡ ନିର୍ମାଣ ପ୍ରକଳ୍ପ, ୪୮୦ କୋଟି ଟଙ୍କା ବ୍ୟୟରେ ଆଖୁଆପଦାଠାରେ ସମନ୍ୱିତ ନଦୀଗର୍ଭ ଜଳାଶୟ ପ୍ରକଳ୍ପ, ୧୬୪ କୋଟି ଟଙ୍କା ବ୍ୟୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜର ୧୦୦ ଶଯ୍ୟା ବିଶିଷ୍ଟ Super Speciality Hospital ନିର୍ମାଣ, ୪୭ କୋଟି ଟଙ୍କା ବ୍ୟୟରେ ବାସୁଦେବପୁରର ଚୂଡାମଣୀଠାରେ ବନ୍ଦର ନିର୍ମାଣ, ୪୧ କୋଟି ଟଙ୍କା ବ୍ୟୟରେ ପୁରୁଣା ବଜାରଠାରୁ ଗୁଜିଡହରା ଭାୟା ମା’ଭଦ୍ରକାଳୀ ମନ୍ଦିର ରାସ୍ତା ନିର୍ମାଣ ଏବଂ ୨୭ କୋଟି ଟଙ୍କା ବ୍ୟୟରେ ଧାମରା ଜେଟି ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପଗୁଡିକ ମଧ୍ୟ ଯଥା ଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଶ୍ରୀ ପାଣ୍ଡିଆନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ୨ଟି ଗୁରୁତ୍ୱପୂର୍ଣ୍ଣ ସେତୁ ଓ ଗୋଟିଏ ରେଳ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଗୁଡିକ ହେଲା – ଚାନ୍ଦବାଲିର ଧାନକଣିଆଠାରେ ୮୦ କୋଟି ଟଙ୍କା ବ୍ୟୟରେ ସାଳନ୍ଦି ନଦୀ ସେତୁ, ଭଣ୍ଡାରିପୋଖରୀସ୍ଥିତ କେନ୍ଦୁଆପଦାଠାରେ ରେଳ ଓଭରବ୍ରିଜ ନିର୍ମାଣ ଏବଂ ଚାନ୍ଦବାଲି ପଞ୍ଚୁଟିକିରିଠାରେ ମନ୍ତେଇ ନଦୀ ଉପରେ ୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣଧିନ ସେତୁ। ଏହିସବୁ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଶେଷକରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୧୨ ତାରିଖରେ ଶ୍ରୀ ପାଣ୍ଡିଆନଙ୍କ ଭଦ୍ରକଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଏହି ୩ଟି ପ୍ରକଳ୍ପପାଇଁ ଦାବୀ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପଗୁଡିକୁ ମଞ୍ଜୁର ଦେବା ପରେ ଜନଶୁଣାଣି ଭିତ୍ତିରେ ଏହି ୩ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି।ଉପରୋକ୍ତ ପ୍ରକଳ୍ପଗୁଡିକ ମଧ୍ୟରୁ ଅନେକ ପ୍ରକଳ୍ପ 5T ଅଧ୍ୟକ୍ଷଙ୍କ ଭଦ୍ରକଗସ୍ତ ସମୟରେ ଜନଶୁଣାଣିରେ ମିଳିଥିବା ପ୍ରସ୍ତାବ ଓ ମତାମତ ଭିତ୍ତିରେ ଆସିଥିଲା ଏବଂ ଏସବୁ କାର୍ଯ୍ୟକାରୀ କରାଯାଉଛି।

ଶ୍ରୀ ପାଣ୍ଡିଆନ ଆରଡି, ଅସୁରାଳି ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କ ସହ ମିଶି ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପତ୍ର ଗ୍ରହଣ କରି ସେସବୁର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର ପହଞ୍ଚିଲା ବିଭିନ୍ନ ମନ୍ଦିରରେ….

() ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିର ମାନଙ୍କ ରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି।ଏହି ବଣ୍ଟନ କାର୍ଯ୍ୟ ଗତକାଲି ଠାରୁ ୩୦ ଗୋଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି।ଦ୍ୱିତୀୟ ଦିନ ରେ ଆଜି ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ ମନ୍ଦିର, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଅହମଦାବାଦର ଜଗନ୍ନାଥ ମନ୍ଦିର, କାଳୀଘାଟର କାଳୀ ମନ୍ଦିର ଓ ଖିଦିରପୁର ଜଗନ୍ନାଥ ମନ୍ଦିର, ରାମେଶ୍ଵରମ୍ ଶ୍ରୀ ରାମନାଥସ୍ଵାମୀ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର, ମହୀଶୁର ଚାମୁଣ୍ଡେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମି ସ୍ଥଳ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିର, ତିରୁମାଳା ତିରୁପତି, ମଧ୍ୟପ୍ରଦେଶର ଓଁକାରେଶ୍ୱର ଜ୍ୟେର୍ତିଲିଙ୍ଗ, ବିଜୟୱାଡା କନକଦୁର୍ଗା ମନ୍ଦିର, ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର ମୁଖ୍ୟ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।ସେହିପରି ରାଜ୍ୟ ମଧ୍ୟରେ କନ୍ଧମାଳ ଫୁଲବାଣୀର ଶ୍ରୀ ଜଗନ୍ନାଥ ମନ୍ଦିର,ଦଧିବାମନଜୀଉ ମନ୍ଦିର,ଯାଜପୁର ର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ସାଲେପୁର ର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀ ମନ୍ଦିର, କଳାହାଣ୍ଡି ର ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦା ର ଦାରୁକ୍ଷେତ୍ର,ସାକ୍ଷୀ ଗୋପାଳ ସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା ସମଲେଶ୍ବରୀ ମନ୍ଦିର, ରେଢାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର, ବୌଦ୍ଧ ର ଚନ୍ଦ୍ରଚୁଡ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର,ଆଠଗଡ ଶରଣ କ୍ଷେତ୍ର,ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୋଳ ର ଜଗନ୍ନାଥ ମନ୍ଦିର ଓ ମା ହୀଙ୍ଗୁଳା ମନ୍ଦିର,ଜଗତସିଂହପୁର ଅଡଙ୍ଗଗଡ ଦାରୁ କ୍ଷେତ୍ର,ଖଡିପଡିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା ତାରାତାରିଣୀ ମନ୍ଦିର, ନବରଙ୍ଗପୁର ର ମା ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକ ର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିର ରେ ନିମନ୍ତ୍ରଣ ଦେବା ପାଇଁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।ସମ୍ପୃକ୍ତ ମନ୍ଦିର ର ମୁଖ୍ୟ ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁଙ୍କ ଏହି ଅନନ୍ୟ କାର୍ଯ୍ୟ ରେ ସାମିଲ ହେବା ଏକ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ।ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମ କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ଓ ହରିବୋଲ,ହୁଳହୁଳି ପକାଇ ସମସ୍ତେ ସ୍ୱାଗତ କରିଥିଲେ।

ଡାକ୍ତର ଅସଲି ସାର୍ଟିଫିକେଟ୍ ନକଲି …

() ନକଲି ସାର୍ଟିଫିକେଟ ଦେଇ ଅସଲି ଡାକ୍ତର ବନିଥିବା ଜଣେ ବ୍ୟକ୍ତିକୁ ଆଜି ଗିରଫ କରିଛି ସେମିଳିଗୁଡା ପୋଲିସ୍। ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ସେମିଳିଗୁଡା ସମବାୟ କଲୋନୀରେ ରହୁଥିବା ଅମ୍ବିକା ଶାସନିଙ୍କ ଅଭିଯୋଗ ଆଧାରରେ ଦୁର୍ଗାଦତ୍ତ ଶାସନି ଓରଫ୍ ଯାନୀ (୪୫)କୁ ଗିରଫ କରିଛି ପୋଲିସ୍। ଗତ ଜୁଲାଇ ମାସ ୨୦ ତାରିଖରେ ଡାକ୍ତରଙ୍କ ଭାଇ ଅମ୍ବିକା ଏହି ଅଭିଯୋଗ ନେଇ ସେମିଳିଗୁଡା ଥାନାର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ମୁତାବକ ଦୂର୍ଗାଦତ୍ତ ଜାତିରେ ବ୍ରାହ୍ମଣ ହୋଇଥିବା ସତ୍ତ୍ବେ ଆଦିବାସୀ ସମ୍ପ୍ରଦାୟର ଜାତିଗତ ପ୍ରମାଣ ପତ୍ର ମାଧ୍ୟମରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜରେ ସହକାରୀ ନିଶ୍ଚେତକ ପ୍ରଫେସର ଭାବେ କାର୍ଯ୍ୟ କରି ଆସୁଛନ୍ତି । ଯାହାକୁ ନେଇ ଥାନା କେସ୍ ନଂ ୯୯/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ସେମିଳିଗୁଡା ପୋଲିସ୍। ମଙ୍ଗଳବାର ସଂମ୍ପୃକ୍ତ ଡାକ୍ତରଙ୍କ ବିରୋଦ୍ଧରେ ପ୍ରମାଣ ପାଇବା ପରେ ବୁଧବାର ତାଙ୍କୁ ଗିରଫ କରିଛି ପୋଲିସ୍। ସେମିଳିଗୁଡା ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ନିଜେ ତଦନ୍ତ କରି ସମସ୍ତ ତଥ୍ୟର ସତ୍ୟାସତ୍ୟ ଜାଣିବା ପରେ ଭାରତୀୟ ଆଇନ ଧାରା ୪୬୮,୪୭୧,୪୨୦ ଓ ୫୦୬ ଆଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଯାହା ସୂଚନା ଦେଇଛନ୍ତି ଥାନା ଅଧିକାରୀ ।ଏଠାରେ ଉଲ୍ଲେଖ ଥାଉକି ୨୦୧୭ ମସିହାରେ ଦୂର୍ଗାଦତ୍ତ ଏମ୍.କେ.ସି.ଜି ମେଡିକାଲ କଲେଜରେ ନିଶ୍ଚେତକ ଡାକ୍ତର ଭାବରେ ନିଯୁକ୍ତି ପାଇଥିବା ବେଳେ ୨୦୨୦ ରେ ପଦୋନ୍ନତି ପାଇ ସହକାରୀ ପ୍ରଫେସର ଭାବେ ଅବସ୍ଥାପିତ ହୋଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯଦି ସେ ବ୍ରାହ୍ମଣ ପରିବାରର ତେବେ ତାଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର ଦେଲା କିଏ । ଏହାସହ ଡାକ୍ତରୀ ପାଠ ପଢିବା ସମୟରେ କାହିଁକି ତାଙ୍କ ସାର୍ଟିଫିକେଟ୍ ସଠିକ୍ ଭାବରେ ଯାଞ୍ଚ ହୋଇ ନଥିଲା । ଯାହା ଏବେ ତଦନ୍ତ ସାପେକ୍ଷ । ସୂଚନା ଥାଉକି ଦୂର୍ଗାଦତ୍ତଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର । କୌତୁହଳର ବିଷୟ ଗତ ଜୁଲାଇ ମାସରୁ ଅଭିଯୋଗ ହୋଇଥିଲେ ବି ସେତେବେଳର ଥାନା ଅଧିକାରୀ କାହିଁକି ଏହାର ତଦନ୍ତ କରି ନଥିଲେ। ତା ଛଡା ଦୀର୍ଘ ବର୍ଷ ପରେ ନିଜ ଭାଇ କାହିଁକି ଭାଇ ବିରୁଦ୍ଧରେ ଏତଲା ଦେଇଥିଲେ। ଏତଦ୍ ବ୍ୟତୀତ ଜାତିଗତ ପ୍ରମାଣ ପତ୍ର ପ୍ରଦାନ ପୂର୍ବରୁ ସଠିକ୍ ଭାବରେ ଯାଞ୍ଚ ହୋଇଥିଲା କି ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂପୃକ୍ତ ଡାକ୍ତରଙ୍କୁ କୋରାପୁଟ ଜିଲ୍ଲା ଦୌରା ଜର୍ଜଙ୍କ ନିକଟରେ ହାଜର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗଗୀୟ ହାଜତକୁ ପଠାଇ ଦିଆଯାଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news