ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର…

( ) ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା । ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍‌ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା । ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା । ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ
ପରୀକ୍ଷା ନିରୀକ୍ଷା କରିଥିଲେ । ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍‌ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା । ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା । ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା । “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟ୍ରିକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି । ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍‌ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ୍ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟ୍ରିକ୍‌ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍‌. ମହାପାତ୍ର ଏବଂ ଆନେସ୍‌ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍‌ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ । ଏହି ଟିମ୍‌କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସିଂ ଷ୍ଟାଫ୍ ବିଶ୍ୱରଞ୍ଜନ,
ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ ।

ସୁଦିପ୍ତ ରାୟ ଇଣ୍ଡିଆନ ଅଏଲ ର ପ୍ରଥମ ଓଡ଼ିଆ ନିର୍ଦେଶକ ଭାବେ ନିଯୁକ୍ତ…

{ }ଜସ୍ଵଶି ପ୍ରଧାମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶାକୁ ପ୍ରାଧ୍ୟାନ ଅବସର ରେ ଆଜି ଶ୍ରୀ ସୁଦୀପ୍ତ ରାୟଙ୍କୁ ଇଣ୍ଡିଆନ ଅଏଲ କମ୍ପାନୀର ନିର୍ଦେଶକ ରୂପେ ଦାୟୀତ୍ଵ ଦେଇଛନ୍ତି।ଶ୍ରୀ ରାୟ ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗ ଅଧିନରେ ଦୁଇ ଦୁଇ ଥର ଅଧକ୍ଷ ଭାବେ ସୁଚାୁରୂପେ କାର୍ଯ୍ୟ ଭାର ତୁଲାଇଥିଲେ।ତାଙ୍କ ଅଧକ୍ଷତା ସମୟରେ ଚାଷୀ ମାନଙ୍କ ଠୁ ଧାନ କିଣା ହେବା ଓ ରାଜ୍ୟରେ ଦୁଇ ଟଙ୍କିଆ ଚାଉଳ ଯୋଗାଣ କାରଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ସେ ବିଜେପି ର ରାଷ୍ଟ୍ରୀୟ ସମ୍ପାଦକ କାର୍ଯ ସହ ରାଜ୍ୟ ବିଜେପି ର ବିଭିନ୍ନ ପଦ ପଦବୀ ବିଭିନ୍ନ ସଂଗଠନ ଦାୟୀତ୍ଵ ରେ କାର୍ଯ କରିବା ସହ ବର୍ତ୍ତମାନ ରାଜ୍ୟ ବିଜେପି ର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି।ସେ ଜଟଣୀ ବିଧାନସଭା ବିଜେପି ର ପାର୍ଥି ଭାବେ ପ୍ରତି୍ବନ୍ଦ୍ବିତା କରିଥିଲେ।ଏହି ଅବସର ରେ ଶ୍ରୀଯୁକ୍ତ ସୁଦୀପ୍ତ ରାୟ ପ୍ରଧାନମନ୍ତ୍ରୀ ସମ୍ମାନୀୟ ଶ୍ରୀ ମୋଦି ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖରେ କୃତଜ୍ଞାତା ଜଣାଇଛନ୍ତି ।

କଥାରେ କଣ ନଥାଏ….

କଥାର ସବୁକିଛି ଭଳି ରହିଥାଏ । ପଦେ କଥାରେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ , ଆଉ ପଦେ କଥାରେ ଅଦୃଶ୍ୟ ସମ୍ପର୍କ ବି ଆପେଆପେ ଯୋଡ଼ି ହୋଇଯାଏ । ପୁରାଣରୁ ଆାଜି ଯାଏ ତାହା ପ୍ରମାଣିତ ହୋଇଛି । ଦ୍ରପଦୀ ଙ୍କ ପଦେ କଥାରେ ମହାଭାରତ ଯୁଦ୍ଧ ହୋଇଥିଲା , ଠିକ ସେହିପରି ପିତାଙ୍କ ପଦେ କଥାରେ ୧୪ ବର୍ଷ ବନବାସ ଯାଇଥିଲେ ରାମଚନ୍ଦ୍ର । ପଦେ କଥାରେ ରହିଥାଏ ବିଶ୍ବାସ, ଭରଷା, ଘୃଣା , ରାଗ ଓ ହସ । କଥା ପଦରେ ବି ଜଣେ ସାରା ବିଶ୍ବ ବିଜେତା ହେବାର ସକ୍ଷମ ହାସଲ କରିପାରେ । ହେଲେ ଆଜିର ସମୟରେ ଏକଥା ପଦେ କିନ୍ତୁ ଅନେକ ଘଟଣା ଓ ଦୁର୍ଘଟଣା ଘଟିବାର ମୁଖ୍ୟ କାରଣ ସାଜିଛି । ମା ର ପଦେ କଥାରେ ସନ୍ତାନ ଜୀବନ ବଦଳିଯାଉଛି ତ ଆଉ କେତେବେଳେ ଏହି ପଦେ କଥା ପାଇଁ ବି ଜୀବନ ଚାଲିଯାଉଛି ।

ପ୍ରତ୍ୟେକ ଦିନ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପଦେ ପଦେ କଥା ପାଇଁ ଝଗଡ଼ା ହୁଏ । ତାହା ପୁଣି ୨୪ ଘଣ୍ଟାରେ ୫ରୁ ୧୦ ଥର । ହେଲେ ଏହି ଝଗଡ଼ା କିନ୍ତୁ ଯେଉଁ କଥାକୁ ନେଇ ଆରମ୍ଭ ହୁଏ ତାହା ସମ୍ପର୍କ ଭାଙ୍ଗେନାହିଁ , ବଂର ସମ୍ପର୍କକୁ ଅଧିକ ମଜବୁତ କରେ ପରବର୍ତ୍ତୀ ସମୟରେ । ଆରେ ମନୋଜ ନନ୍ଷ୍ଟ୍ ଗପି ଚାଲିଥାଏ l  ସେ କଥାକୁ ନେଇ ସିନା ସେଦିନ ଚା ଖଟିରେ ରାଜୁ କଥା ଆରମ୍ଭ କରିବାରୁ ଏତେ କଥା l  ଆଜିକାଲି ପିଲା ଠାରୁ ବୁଢା ଯାଏ କଥା ବାର୍ତ୍ତାରେ କାହାର ବି ସଂଯମତା ନାହିଁ । କି କାଳ ପାତ୍ର , ସମୟ ଦେଖି କିଏ ବି କିଛି କହୁନାହାନ୍ତି । ଯାହାଫଳରେ ସମାଜରେ ଅନେକ ବିଭ୍ରାଟ ଓ ଅଶାନ୍ତି ଘଟୁଛି ଏହି କଥାବାର୍ତ୍ତା ଯୋଗୁଁ । ଟିକେ ଟିକେ କଥାରେ ମଣିଷ ମଣିଷକୁ ମାରିଦେଉଛି, ଆଉ କଥା ପାଇଁ ବର୍ଷବର୍ଷର ସମ୍ପର୍କରେ ତୁଟିଯାଉଛି । ଉଚ୍ଚଶିକ୍ଷିତ , ଜ୍ଞାନି,ଗୁଣି ଯାହା କରିପାରୁନାହାନ୍ତି ମଧୁର କଥା ବଳରେ ଜଣେ ମୂର୍ଖ ଅସମ୍ଭବକୁ ସମ୍ଭବ କରି ଦେଉଛି । ହେଲେ ମନୋଜ ତ ଉଚ୍ଚଶିକ୍ଷିତ , ଜ୍ଞାନି ବି । ତେବେ ସେ କାହିକିଁ ତାହା କରିପାରୁନାହିଁ । କେଉଁଠି ରହୁଛି ଭୂଲ, ସେ ଅଧିକ କଥା କହିବା ତାର ଭୂଲ ନା , କଣ କହୁଛି ଓ କାହାକୁ କହୁଛି ତାହା ସେ ଜାଣିପାରେ ନାହିଁ ମନୋଜ । ଫଳରେ ମନୋଜର ବହୁ ମହତ୍ତ୍ବ କଥା ସବୁବେଳେ ପାଣିଚିଆ ହୋଇଯାଏ । ହେଲେ ଏ କଥାକୁ କେବେ ବୁଝେନାହିଁ ମନୋଜ । ହଠାତ ଦିନେ ମନୋଜ କେଜାଣି କାହିଁକି ମୁନିର ପଦେ କଥାକୁ ନେଇ ଚିନ୍ତିତ ହୋଇପଡ଼ିଲା । ଯେମିତି ମୁନିର ପଦେ କଥା ତା ଜୀବନର ମୋଡ଼ ବଦଳାଇେଦଲା । ମୁନି ଅନେକ କଥା ମନୋକୁ କହିଥିଲା , ସେଦିନ ଅଫିସରେ । ହେଲେ ଶେଷରେ ଗୋଟିଏ କଥା କହିଥିଲା ମନୋଜ ତୋ କଥା କେତେ ମୂଲ୍ୟବାନ ଓ ତୋ କଥା କେତେ ମଧୁର ହୋଇପାରେ , ହୁଏତ ତୁ ତାହା ଜାଣିନାହୁଁ । ହେଲେ ଆଜି ରାଜୁ ଯାହା ବି ହୋଇଛି ତା ପଦେ କଥାରେ ହୋଇଛି । ତୋ କଥା ଆଜି ମୋ ମନରେ ପୁଅଙ୍କ ପ୍ରତି ଥିବା ଘୃଣାଭାବ ଦୂର କରି ଏକ ବିଶ୍ବାସ ଜିଣିଛି । କାରଣ ବିଶ୍ବାସ, ମନ ଧନ , ସମ୍ପତ୍ତି କି ଅନ୍ୟ କୌଣସି ବସ୍ତୁଦ୍ବାରା କିଣାଯାଇ ପାରେ ନାହିଁ, କେବଳ ମଧୁର କଥାରେ ସେ ବିଶ୍ବାସ ଆସିଯାଏ । ଠିକ ଏତିକି ବେଳେ ରାଜୁ ମୁନିକୁ କହିଲା ଆରେ ମନୋଜ କଥାର କଣ ନଥାଏ କହିଲୁ ..

ଜାତୀୟ ଦାନ୍ତ ଘଷା ଦିବସରେ ଶିଖାଗଲା ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ..

{}ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମପଦକ୍ଷେପ । ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍ ଭାବରେ କିଭଳି ଦାନ୍ତ ଘଷାଯାଏ ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶକରିଛନ୍ତି । ଜଣେ ବ୍ୟକ୍ତି ନିଜର ଟୁଥବ୍ରସ୍‌କୁ ମାଢ଼ି ଉପରେ ୪୫ ଡିଗ୍ରୀରେ ରଖିବା ସହ ଧୀରେ ଧୀରେ ଉପର ତଳକରି ଘଷିଲେ ଏହାର ପ୍ରଭାବ ଠିକ୍ ଭାବରେ ପଡ଼ିଥାଏ ବୋଲି ସୋଆର ଫ୍ୟାକଲ୍ଟି ଅଫ୍‌ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ର ବିଶେଷଜ୍ଞମାନେ କହିଛନ୍ତି । ଜାତୀୟ ଦାନ୍ତଘଷା ଦିବସ ପାଳନ ଅବସରରେ ଆଇଡିଏସ୍‌ରେ ଏହି ବିଭାଗରେ ଚିକିତ୍ସା ନିମନ୍ତେ ଆସିଥିବା ପ୍ରାୟ ୩୦୦ ରୋଗୀଙ୍କୁ ଏହା ବୁଝାଇଛନ୍ତି ବିଶେଷଜ୍ଞମାନେ । ଏହି କାର୍ଯ୍ୟକ୍ରମରେ ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ବିଶେଷଜ୍ଞମାନେ ରୋଗୀମାନଙ୍କୁ ଉପଦେଶ ଦେବା ସହ ଚିକିତ୍ସା କରିଥିଲେ । ବିଶେଷଜ୍ଞମାନେ କହିଛନ୍ତି ଯଦିଓ ମାର୍କେଟରେ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ଉପଲବ୍ଧ, ପ୍ରତ୍ୟେକ ବ୍ୟକ୍ତି ଦନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ଟୁଥ୍‌ପେଷ୍ଟ ବ୍ୟବହାର କରିବା ଉଚିତ୍ । ତେବେ ଆରମ୍ଭରେ ଫ୍ଲୋରାଇଡ୍ ଟୁଥ୍‌ପେଷ୍ଟ ସହ ନରମ ଟୁଥବ୍ରସ୍ବ୍ୟ ବହାର କରିବା ଉଚିତ୍ ବୋଲି ସେମାନେ କହିଛନ୍ତି । ମୁଖକୁ ସୁସ୍ଥ ରଖିବା ପାଇଁ ଦିନକୁ ଦୁଇ ଥର ଦୁଇ ମିନିଟ୍ ଲେଖାଏଁ ଓ ମାଢ଼ିର ପ୍ରତ୍ୟେକ ଅଂଶରେ ୩୦ ସେକେଣ୍ଡ ଲେଖାଏଁ ଦାନ୍ତ ଘଷିବା ସହ ଠିକ୍ ଭାବେ ଦାନ୍ତ ଘଷିବା ଶୈଳୀ ପ୍ରୟୋଗ କରିବା ଉଚିତ୍ । ସାଧାରଣ ଟୁଥ୍‌ବ୍ରସ୍ ବହୁଳ ଭାବେ ବ୍ୟବହାର କରାଯାଏ କିନ୍ତୁ ପାୱାର୍ଡ ଟୁଥବ୍ରସ୍‌ ଗୁଡ଼ିକ ଖୁବ୍ ବ୍ୟୟବହୁଳ ଓ ବିଭିନ୍ନ ମୂଲ୍ୟରେ ଉପଲବ୍ଧ । ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି କହିଛନ୍ତି ଯେ ଆଇଡିଏସ୍ କକ୍ରେନ୍‌ର ସହବନ୍ଧିତ ଭାବେ ଉପଦେଶ ଦିଏ ଯେ ଟୁଥ୍‌ବ୍ରସ୍ ଚୟନ କରିବା ଠାରୁ ଅଧିକ ଜରୁରୀ ହେଉଛି ଉପଯୁକ୍ତ ଭାବେ ଦାନ୍ତ ଘଷିବାର ଶୈଳୀ ଆପଣାଇବା । ଏହା କକ୍ରେନ୍ ଦ୍ୱାରା ସଂଗୃହୀତ ଗବେଷଣା ତଥ୍ୟ ।
ପ୍ରଫେସର ମହାନ୍ତି କହିଛନ୍ତି ଯେ କକ୍ରେନ୍ ସହବନ୍ଧିତ ଆଇଡିଏସ୍ ସାଧାରଣ ଲୋକଙ୍କ ମୁଖର ସୁସ୍ଥତା
ନିମନ୍ତେ ତଥ୍ୟଭିତିକ ସୂଚନା ଉପରେ ବିଶ୍ୱାସ ରଖେ । ଏହି ଅବସରରେ ଉପଯୁକ୍ତ ଭାବରେ ଦାନ୍ତ ଘଷିବାର ଶୈଳୀ, ଦାନ୍ତ ଘଷିବାର ସମୟ, ଟୁଥ୍‌ବ୍ରସ୍‌ ବଦଳାଇବାର ଉପଯୁକ୍ତ ସମୟ ଏବଂ କୋଭିଡ୍ ମହାମାରୀ ସମୟରେ ମୁଖ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ରୋଗୀମାନଙ୍କୁ ବୁଝାଯାଇଥିଲା ।

କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ, ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ।

( )କରୋନା ନେଇ ଆର୍‌ଏମ୍‌ଆର୍‌ସିର ସର୍ଭେ, ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ ସଂକ୍ରମିତ ହେଉଛନ୍ତି । ଏମିତି କିଛି ନାହିଁ ଯେ ଅନ୍ୟ ବର୍ଗ ଅପେକ୍ଷ କେବଳ ଶିଶୁ ବର୍ଗ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ଯେତେବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସେହି ସମୟରେ ଶିଶୁ ବର୍ଗଙ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଥିବା ଜଣଯାଇଛି ।

ଅରଏମ୍ଆରସି ଭୁବନେଶ୍ବର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା। ଯାହା ଜଣାପଡିଛି ଯେ ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ। ବୟସ୍କଙ୍କୁ ଟିକା କିଛିକାଂଶରେ ଶିଶୁଙ୍କୁ ଦେଇଛି ସୁରକ୍ଷା। ଅରଏମ୍ଆରସି ଭୁବନେଶ୍ବର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ 2020 ମର୍ଚ୍ଚ 7 ରୁ 2021 ଅଗଷ୍ଟ 17 ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା। ସେଥିରୁ 75 ହଜାର 190 ଜଣ ( 13 ପ୍ରତିସତ)ସଂକ୍ରମିତ ରହିଥିଲେ। ସେଥିରୁ 5 ହାଜର 988 ଜଣ 18 ବର୍ଷରୁ କମ ବୟସର ପିଲା ରହିଥିଲେ। ଏହା ସହ 69 ହଜାର 202 ଜଣ ବିଭିନ୍ନ ବର୍ଗର ରହିଥିଲେ। ସେହି ପରି ଶୂନ୍ୟର 17 ବର୍ଷ ମଧ୍ୟରେ 11.6ପ୍ରତିସତ , 6 ରୁ 9 ବର୍ଷ ମଧ୍ୟରେ 12.96, ଶୂନ୍ୟର 5 ବର୍ଷ ମଧ୍ୟରେ 9.07 ସଂକ୍ରମିତ ଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ଦୁଇଟି ଲହର ସମୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୟସ୍କଙ୍କ ତୁଳନାରେ କମ୍ ଥିଲା । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଓଡିଶାରେ 0 ରୁ 17 ବର୍ଷ ବୟସରେ ମୃତ୍ୟୁ ହାର ଯଥାକ୍ରମେ .05 ପ୍ରତିସତ ଏବଂ .03% ଥିଲା । ଯାହା ସମଗ୍ରିକ ମୃତ୍ୟୁବର .75ପ୍ରତିସତ ଠାରୁ ବହୁତ କମ୍ ଥିଲା ।
2021 ମସିହାରେ 0 ରୁ 6 ବର୍ଷ ବୟସରେ 4ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ 6 ରୁ 14 ବର୍ଷ ବୟସରେ11 ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବରେ 15 ରୁ 18 ବର୍ଷ ବୟସ ମଧ୍ୟରେ 8 ଜଣଙ୍କର ମୃତ୍ୟୁ ଘଟିଛି।
ତୃତୀୟ ଲହରର ଆକଳନ ଅନୁସାରେ ଅଧିକ ମାତ୍ରାରେ ଶିଶୁ ବର୍ଗ ସଂକ୍ରମିତ ହେବେ । ଫଳରେ ଶିଶୁ ବର୍ଗଙ୍କ ପ୍ରତି ବଡ଼ ବିପଦ ଘନେଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଏହି ଆକଳନକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଚିନ୍ତାରେ ରହିଥିଲେ । ହେଲେ ବାସ୍ତବରେ ସଂକ୍ରମଣ ଶିଶୁଙ୍କ ପତି କେତେ ମାତ୍ରାରେ ପ୍ରଭାବିତ କରୁଛି, ଆଉ ସଂକ୍ରମଣରେ ଶିଶୁ ବର୍ଗ କେତେ ମାତ୍ରାରେ ସୁରକ୍ଷିତ ଅଛନ୍ତି, ତାହାକୁ ନେଇ ଆରଏମ୍ଆରସି ଭୁବନେଶ୍ୱର ପକ୍ଷରୁ ଏକ ସର୍ଭେ କରାଯାଇଥିଲା। କରେନାରେ ଅନ୍ୟ ବର୍ଗ ଅପେକ୍ଷା ଶିଶୁ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଏହି ସର୍ଭେ ଜଣାପଡ଼ିଛି ଯେ କରୋନା ସଂକ୍ରମଣରେ ଅନ୍ୟ ବର୍ଗର ଲୋକମାନେ ସେତେ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ ସମାନ ଭାବରେ ଶିଶୁ ବର୍ଗ ମଧ୍ୟ ସଂକ୍ରମିତ ହେଉଛନ୍ତି।

BSKY ଯୋଜନାରେ ସାମିଲ ହେଲା ନୂଆପଡା..

{}ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ନୂଆପଡା ଜିଲ୍ଲା।

ନୂଆପଡାର ୧ ଲକ୍ଷ ୭୩ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା।

ନୂଆପଡା ଓ କୋମନାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ୮୦ ପ୍ରତିଶତଙ୍କ ପାଖରେ ପହଞ୍ଚିବ ଭଲ ପିଇବା ପାଣି।

ଖରିଆରର ଇଭାନ୍‌ଜେଲିକାଲ ହସ୍‌ପିଟାଲକୁ BSKYରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

ଜିଲ୍ଲାରେ ୪୮୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

( )ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧.୭୩ ଲକ୍ଷ ଲୋକ ଏହି ସୁବିଧା ପାଇବେ । ନୂଆପଡା ସହିତ ରାଜ୍ୟର ୧୦ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂଆପଡାରେ ପ୍ରାୟ ୪୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପିଇବା ପାଣି ହେଉଛି ନୂଆପଡାର ଗୋଟିଏ ବଡ ସମସ୍ୟା । ତାକୁ ଦୂର କରିବା ପାଇଁ ଜିଲ୍ଲାର ସବୁ ବ୍ଲକ୍‌, ସବୁ ଗାଁ ଓ ସବୁ ପଡାକୁ ପାଇପ ପାଣି ଯୋଗାଇ ଦେବା ପାଇଁ କାମ ଜାରି ରହିଛି ବୋଲି ସେ କହିଥିଲେ । ନୂଆପଡା ଓ କୋମନା ପାଇଁ ଦୁଇଟି ମେଗା ପାଇପ ପାଣି ଯୋଜନା ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହାଦ୍ବାରା ଜିଲ୍ଲାର ୮୦ ପ୍ରତିଶତ ଲୋକ ଭଲ ପିଇବା ପାଣି ପାଇପାରିବେ ବୋଲି ସେ କହିଥିଲେ ।କାର୍ଯ୍ୟକ୍ରମରେ ଖରିଆର ବିଧାୟକଙ୍କ ଅନୁରୋଧରେ ଖରିଆରର ଇଭାନ୍‌ଜେଲିକାଲ ହସ୍‌ପିଟାଲକୁ BSKY ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହାଦ୍ବାରା ଜିଲ୍ଲାର ଲୋକମାନେ ଏହି ହସ୍‌ପିଟାଲରେ ସ୍ମାର୍ଟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇପାରିବେ ।ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।ନୂଆପଡାର ଚାଷୀ ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ନୂଆପଡା ନୂଆ ପରିଚୟ ନେଇ ଆଗକୁ ବଢୁଛି । ନୂଆପଡାର ଚାଷୀମାନେ ଆଜି ବିଭିନ୍ନ ପ୍ରକାର ଫସଲ କରିବା ସହିତ ଫସଲର ବିବିଧକରଣ, ଜୈବସାର ଓ କୀଟନାଶକ ଉପରେ ଗୁରୁତ୍ବ ଦେଉଛନ୍ତି । ଚାଷୀ ମାନଙ୍କର ରୋଜଗାର ବଢିବା ସହିତ ଲାଭ ମଧ୍ୟ ହେଉଛି।

ନୂଆପଡା ବ୍ଲକ୍‌ର ସାଲିନା ଗାଁର ମୋହନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କର ଦେଢ ଏକର ଜମି ଆଜି ସାଢେ ଚାରି ଏକରରେ ପହଞ୍ଚିଲାଣି । ପରିବା ଚାଷରେ ତାଙ୍କର ରୋଜଗାର ମଧ୍ୟ ଭଲ ହେଉଛି । ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା । ତେଣୁ ମୋର ଅନୁରୋଧ, ଆପଣମାନେ ସରକାରଙ୍କ ବିଭିନ୍ନ ୟୋଜନାର ସୁଯୋଗ ନିଅନ୍ତୁ ଓ ନିଜର ଉନ୍ନତି କରନ୍ତୁ ।ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ନୂଆପଡାର ବିକାଶ ଉପରେ ଆଲୋକପାତ କରିଥିଲେ। ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ପଶ୍ଚିମ ଓଡ଼ିଶାବାସୀଙ୍କ ହୃଦୟରେ ନବୀନ : ବିରୋଧିଙ୍କ ପଲିଟିକାଲ ଷ୍ଟଣ୍ଟ ଫ୍ଲପ୍….

.()ଯିଏ ଦୁଇ ଦଶନ୍ଧିରୁ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି, ସେ ମହାନ ଜନମାନସଙ୍କୁ ସାମାଜିକ ବାସନ୍ଦ କରିବାକୁ ଧମକ ଦେଲା ବିଜେପି । ହେଲେ କଳାହାଣ୍ଡିବାସୀ ଗେରୁଆ ଦଳକୁ ଉଚିତ୍ ଜବାବ ଦେଲେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଶ୍ଚିମ ଓଡ଼ିଶା କଲା ଭବ୍ୟ ସ୍ବାଗତ । କେବଳ ଇଭିଏମ ନୁହେଁ, ବରଂ ହୃଦୟରେ ନବୀନ ଅଛନ୍ତି, ତାହା ପୁଣି ପ୍ରମାଣିତ ହୋଇଛି । ମମିତା ହତ୍ୟା ମାମଲାକୁ ପଲିଟିକାଲ ଷ୍ଟଣ୍ଟ କରୁଥିବା ବିଜେପି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ କରି ଆସୁଛି । ଏପରିକି ନବୀନଙ୍କ ସହ କଳାହାଣ୍ଡିରେ ମଞ୍ଚ ଉପରେ ନ ବସାଇ ଦେବାକୁ ଅନେକ ଯୋଜନା କଲେ ବିରୋଧୀ । ହେଲେ ନିଜ ସିପାହୀଙ୍କ ଉପରେ ଅତୁଟ ବିଶ୍ବାସ ରଖିଥିବା ନବୀନ କାହାକୁ ଖାତିର କଲେ ନାହିଁ । କ୍ୟାପଟେନ ପାଖରେ ବିସଲେ ଆଉ କାର୍ଡ ବାଣ୍ଟିଲେ ନବୀନ ।

ତେବେ ପରିଣତ ବୟସରେ ନବୀନ ରାଜ୍ୟବାସୀଙ୍କ ସେବା ପାଇଁ ଯେଉଁ ଶହ ଶହ କିଲୋମିଟର ଯାଉଛନ୍ତି, ତାହା ଓଡ଼ିଶାର ବିକାଶରେ ପ୍ରତିଫଳିତ ହେଉଛି । ତାଙ୍କ ବିକାଶଧାରାକୁ ଘରେ ଘରେ ପହଞ୍ଚାଇବାକୁ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବି ରାଜ୍ୟ ଭ୍ରମଣ କରୁଛନ୍ତି । କେଉଁଠି ବିରୋଧୀଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରାଇ ସଂଗଠନ ବୃଦ୍ଧି କରୁଛନ୍ତି ତ ପୁଣି କେଉଁଠି ରାଜ୍ୟବାସୀଙ୍କୁ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ବୁଝାଉଛନ୍ତି । ମମତାଙ୍କୁ ମୋହରା କରି ବିରୋଧୀ ଯେପରି କ୍ୟାପଟେନଙ୍କ କାନ୍ଧରେ ବନ୍ଧୁକ ରଖି ରାଜ୍ୟ ସରକାରଙ୍କ ଇମେଜ ନଷ୍ଟ କରିବାକୁ ଚାହୁଁଥିଲେ, ତାକୁ କେଉଁଠ ନା କେଉଁଠି ପ୍ରଣବ ପଣ୍ଡ କରିଦେଲେ । ଯେଉଁ ବିରୋଧୀ ଦିନେ ରାଜ୍ୟ ସରକାରଙ୍କୁ ଭତ୍ସନା କରୁଥିଲେ, ସେମାନେ ନବୀନଙ୍କ ନେତୃତ୍ବ ଓ ପ୍ରଣବଙ୍କ ସାଂଗଠନିକ ଦକ୍ଷତା ଯୋଗୁ ବିଜେଡିରେ ମିଶୁଛନ୍ତି । ଗତକାଲି ତ ଜୁନାଗଡ଼ରେ ପ୍ରଣବଙ୍କ ଉପସ୍ଥିତିରେ ହି ବିରୋଧୀ ଶଂଖ ଫୁଙ୍କିଛନ୍ତି ।

ଦଳ କିପରି ଆଗକୁ ଯିବ, ସେ ଦିଗରେ ଦିନ ରାତି ପରିଶ୍ରମ କରୁଛନ୍ତି ପ୍ରଣବ । ସେହିପରି ରାଜ୍ୟର ବିକାଶ ପାଇଁ ନବୀନ ଦେଉଥିବା ଶ୍ରମ କାହାକୁ ଅଛପା ନୁହେଁ । ଯଦି ନବୀନଙ୍କ ଲୋକପ୍ରିୟତା ଓ ପ୍ରଣବଙ୍କ ଦକ୍ଷତା ନଥାନ୍ତା, କଳାହାଣ୍ଡ ସମାବେଶକୁ ତିରସ୍କାର କରିଥାନ୍ତେ ସାଧାରଣ ଲୋକ । ହେଲେ ନବୀନଙ୍କ ଲୋକପ୍ରିୟତା ପୁଣି ଥରେ ପ୍ରମାଣିତ ହୋଇଛି । ବିରୋଧୀଙ୍କ ପଲିଟିକାଲ ଷ୍ଟଣ୍ଟକୁ ମିଳିଛି ନବୀନ ଓ ପ୍ରଣବଙ୍କ ଥାର୍ଡ ଡିଗ୍ରୀ । ବିରୋଧକୁ ଖାତିର ନ କରି ଜନକଲ୍ୟାଣ ଜାରି ରଖିବାର ନବୀନଙ୍କ କଳାକୁ ଅନୁକରଣ କରି ଦଳ ଓ ରାଜ୍ୟବାସୀଙ୍କ ସେବାରେ ଲାଗି ପଡ଼ିଛନ୍ତି ପ୍ରଣବ ।

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

ଜିଲ୍ଲାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ

କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ – ମୁଖ୍ୟମନ୍ତ୍ରୀ

ଗରିବ ଲୋକଙ୍କ ଚିକିତ୍ସା ବୋଝ ଲାଘବ କରିବ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ

୮୬୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

{ }ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ସାମିଲ ହେଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ପ୍ରାୟ ୮୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ବେଶ୍ ସଫଳତାର ସହିତ ଆଗେଇ ଚାଲିଛି । ଗତ ଜୁନ୍ ମାସରେ କଳାହାଣ୍ଡି ଆସି ସେ ଇନ୍ଦ୍ରାବତୀ ଲିଫ୍ଟ କେନାଲ ପ୍ରକଳ୍ପ ଉଦ୍ଘାଟନ କରିଥିଲେ ବୋଲି ମନେ ପକାଇ କହିଲେ ଯେ ଆଜି ଜିଲ୍ଲାର ୬୮ ପ୍ରତିଶତ ଜମିରେ ଜଳସେଚନର ସୁବିଧା ମିଳୁଛି । କଳାହାଣ୍ଡିର ଚାଷୀ ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଛି। ଜିଲ୍ଲାର ଧାନ ଉତ୍ପାଦନ ୭୪ ଲକ୍ଷ ଟନ୍ରେ ପହଞ୍ଚିବା ବେଳେ, ମାଛ ଉତ୍ପାଦନରେ ଜାତୀୟ ପୁରସ୍କାର ମଧ୍ୟ ପାଇପାରିଛି । କପା ଉତ୍ପାଦନରେ କଳାହାଣ୍ଡି ସାରା ରାଜ୍ୟରେ ପ୍ରଥମ ବୋଲି ପ୍ରକାଶ କରି କହିଥିଲେ ଯେ ଏବର୍ଷ କପା ପାଇଁ ବଜାରରେ ଭଲ ଦାମ ମିଳୁଥିବାରୁ ଚାଷୀର ରୋଜଗାର ବଢିଛି । ଏଥିପାଇଁ ସେ ଖୁସି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜିଲ୍ଲାରେ ଭିତ୍ତିଭୂମି କାମ ଖୁବ୍ ଦ୍ରୁତ ଗତିରେ ଜାରି ରହିଛି । ଜିଲ୍ଲାର ପ୍ରତି ଗାଁକୁ ପାଇପ ପାଣି ଯୋଗାଇ ଦେବାପାଇଁ ୨୫୦୦ କୋଟି ଟଙ୍କାର ପ୍ରକଳ୍ପ ଜାରି ରହିଛି ବୋଲି ସେ କହିଥିଲେ । ବିଜୁ ଏକ୍‌ସପ୍ରେସ ୱେ ହେଉ, ଭବାନୀପାଟଣା ବାଇପାସ୍‌, ଭବାନୀପାଟଣା-ରାୟଗଡା ରାସ୍ତା କାମ, ବିଭିନ୍ନ ଗ୍ରୀଡ ସବ୍‌ଷ୍ଟେସନ କାମ, କେସିଙ୍ଗାରେ ବସ୍ତି ଲୋକଙ୍କ ଥଇଥାନ କାମ – ଏମିତି ସବୁ କ୍ଷେତ୍ରରେ କଳାହାଣ୍ଡି ବେଶ୍ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ କହିଥିଲେ। କଳାହାଣ୍ଡିରେ ମିଶନ ଶକ୍ତିର ମା ମାନେ ମଧ୍ୟ ଧାନ ସଂଗ୍ରହ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ନୀତି ଆୟୋଗର ମାନ୍ୟତା ମଧ୍ୟ ପାଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କଳାହାଣ୍ଡି ଆଜି ଏକ ବିଶିଷ୍ଟ ଶିକ୍ଷାକେନ୍ଦ୍ର ହୋଇପାରିଛି । କଳାହାଣ୍ଡି ୟୁନିଭରସିଟି, କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ ଆଜି କଳାହାଣ୍ଡିର ପିଲାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ବୋଲି ମତ ଦେଇ ସେ କହିଥିଲେ ଯେ କଳାହାଣ୍ଡିରେ 100 ଆସନ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଖୁବ୍‌ ଶୀଘ୍ର ଶେଷ ହେବାକୁ ଯାଉଛି ।

କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଂକର ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ରୂପାନ୍ତର ଉପରେ ଆଲୋକପାତ କରିଥିଲେ। କୃଷି ଓ ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଆଜି ରାଜ୍ୟର ଏକ ଆଗୁଆ ଜିଲ୍ଲା ହୋଇପାରିଛି ବୋଲି ସେମାନେ ମତ ଦେଇଥିଲେ। କଳାହାଣ୍ଡିର ଏହି ରୂପାନ୍ତର ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତା ଓ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ ।

ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ…

{ }ପଞ୍ଚାୟତ ନିର୍ବାଚନ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ନିର୍ବାଚନ ଆୟୋଗ । ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଘୋଷଣା ହେଲା ତାରିଖ । ନଭେମ୍ବର 1, 2021 ସୁଦ୍ଧା ଯେଉଁ ମାନଙ୍କୁ 18 ବର୍ଷ ହୋଇଥିବ ସେମାନେ ଯୋଗ୍ୟ ଭୋଟର ଭାବେ ଆବେଦନ କରି ପାରିବେ । ବାଲେଶ୍ଵର ଜିଲ୍ଲା ବ୍ୟତୀତ ଅନ୍ୟ 29 ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ । 16 ନଭେମ୍ବରରେ ସମସ୍ତ ଗ୍ରାମ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଯିବ । କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ 23 ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସର ନିକଟରେ ଦାଖଲ କରି ପାରିବେ । 24 ରୁ 26 ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଫଇସଲା କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନେ ଅସନ୍ତୋଷ ପ୍ରକାଶ କରିବେ ସେମାନେ 29 ରୁ 30 ନଭେମ୍ବର ମଧ୍ୟରେ ବିଡ଼ିଓ ପାଖରେ ଦରଖାସ୍ତ ଆବେଦନ କରିବେ । 1 ଡିସେମ୍ବର ରୁ 2 ଭିତରେ ବିଡ଼ିଓ ଏହି ଅଭିଯୋଗର ଫଇସଲା କରିବେ । 4 ଡିସେମ୍ବରରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । 6 ଡିସେମ୍ବର ଚୂଡାନ୍ତ ଭୋଟର ତାଲିକା କମିଶନଙ୍କ ନିକଟରେ ଦାଖଲ ହେବ । 14 ତାରିଖ ସୁଦ୍ଧା ଚୂଡାନ୍ତ ଭୋଟର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବ ।

ବାଇଟ – ଆଦିତ୍ୟ ପ୍ରସାଦ ପାଢ଼ୀ,ରାଜ୍ୟ ନିର୍ବାଚନ ଆୟୋଗ

ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

( )ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି
{} ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏମଏନ୍‍ଆରଇଜିଏ ପ୍ରସଙ୍ଗରେ ବିଜେପି ନେତାଙ୍କ ବିବୃତ୍ତିର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଆଧାର କରି ଭାରତ ସରକାର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ ଏହି ଅର୍ଥ ମଞ୍ଜୁର କରିସାରିଛନ୍ତି । ତେଣୁ ଏହା ଭଲ ହୋଇଥାନ୍ତା ଯଦି ଓଡିଶା ବିଜେପି ନେତାମାନେ ଗଣମାଧ୍ୟମରେ ବିବୃତ୍ତି ଦେବା ପୂର୍ବରୁ ଏବଂ ନଜି କୁ ଲାଜ ଲାଗିବା ପୂର୍ବରୁ ହୋମୱାର୍କ କରିଥାନ୍ତେ ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news