{}ମମିତା ମେହେର ହତ୍ୟା ଘଟଣାକୁ ନେଇ ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ ର ସାମ୍ବାଦିକ ସମ୍ମିଳନୀ । ଏହି ମାମଲା ହେଉଛି ସ୍ପର୍ଶକାତର ପ୍ରସଙ୍ଗ । ଏଥିରେ ରାଜନୀତି ନକରି ସମସ୍ତେ ନ୍ୟାୟିକ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ଦରକାର । ମମିତା ପ୍ରସଙ୍ଗରେ ବିରୋଧୀଙ୍କ ବନ୍ଦ ଓ ହରତାଳ ରାଜନୀତିକୁ ସମାଲୋଚନା କରିବା ସହିତ ବିରୋଧ ନୁହେଁ ବିକାଶରେ ସାମିଲ ହେବାକୁ ଆହ୍ବାନ ଦେଇଛି ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ । ସାମ୍ବାଦିକ ସମ୍ମିଳନୀରେ ବିରୋଧୀଙ୍କ ହୀନ ରାଜନୀତି ଉପରେ ବର୍ଷିଛି ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ । ରାଜ୍ୟର ବିକାଶ ଲାଗି ସମସ୍ତେ ଏକାଠି କାମ କରିବାର ଆବଶ୍ୟକତା ରହିଛି ।
ମମିତା ପ୍ରସଙ୍ଗରେ ଅଯଥା ରାଜନୀତି କରି ମୁଖ୍ୟ ପ୍ରସଙ୍ଗଗୁଡିକରୁ ବିରୋଧୀମାନେ ଦୂରେଇ ଯାଉଛନ୍ତି । ରାଜ୍ୟର ସମସ୍ତ ଲୋକ ମମିତା ହତ୍ୟାକାଣ୍ଡର ସତ ଜାଣିଛନ୍ତି । ଅଭିଯୁକ୍ତ ଗିରଫ ହୋଇସାରି ସତ ମାନିଥିବା ବେଳେ ତଦନ୍ତ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍ କମ୍ ଦିନ ଭିତରେ ଏହାର ଚାର୍ଜସିଟ ଦାଖଲ ହେବ । ମାତ୍ର ମାମଲାକୁ ଅଧିକ ଜଟିଳ କରିବା ଲାଗି ଅଯଥା ରାଜନୀତି କରୁଛନ୍ତି ବିରୋଧୀ । ତଦନ୍ତକାରୀ ଅଧିକାରୀଙ୍କୁ ଲୋକ ନିଜ ମତ ଦେଇପାରିବେ । ସତ୍ୟପାଠ ଜରିଆରେ କୋର୍ଟରେ ମଧ୍ୟ ଦର୍ଶାଇପାରିବେ । ମାତ୍ର ତାହା ନକରି ସଭା, ଧାରଣା, ଶୋଭାଯାତ୍ରା କରି ଲୋକଙ୍କୁ ହଇରାଣ କରୁଛନ୍ତି ବିରୋଧୀ ଦଳ ।
କରୋନା ପାଇଁ ରୋଜଗାର ଉପରେ ଗୁରୁତର ପ୍ରଭାବ ପଡିଛି । ଏବେ ଜୀବନ ସ୍ବାଭାବିକ ହେଉଥିବାବେଳେ ବନ୍ଦ ଆନ୍ଦୋଳନ ଦ୍ବାରା ଲୋକମାନେ ପ୍ରଭାବିତ ହେଉଛନ୍ତି ।କଂଗ୍ରେସ ଦେଇଥିବା ବନ୍ଦ ଡାକରା ଅଯଥାର୍ଥ । ରାଜନୀତି ନକରି ଲୋକଙ୍କ ଜୀବନ ଯାତ୍ରା ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ନ୍ୟାୟିକ ପ୍ରକ୍ରିୟାରେ ସମସ୍ତେ ସାମିଲ ହେବା ଦରକାର । ରାଜନୈତିକ ଦଳମାନେ ନାଗରିକଙ୍କ ନିକଟରେ ଦାୟିତ୍ବସମ୍ପନ୍ନ ହୁଅନ୍ତୁ । ତଥ୍ୟଭିତ୍ତିକ ଭାବେ ପୋଲିସ ମାମଲାର ତଦନ୍ତ କରୁଛି । ଏବଂ ଆଇନ ତାହା ବାଟରେ ଯାଉଛି । ବନ୍ଦ ଜରିଆରେ ଲୋକଙ୍କୁ ହରକତ କରାନଯାଉ ବୋଲି ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ ତରଫରୁ କୁହାଯାଇଛି ।
ମମିତା ମେହେର ହତ୍ୟା ଘଟଣାକୁ ନେଇ ଓଡ଼ିଶା ଡେଭ୍ଲପମେଣ୍ଟ ଓ୍ବାଚ୍ ର ସାମ୍ବାଦିକ ସମ୍ମିଳନୀ…
ଆଜିଠାରୁ ଆରମ୍ଭ ହେଲା ସ୍କୁଲ ର ରୂପାନ୍ତର ପର୍ବ…
( )ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ୧ମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି।ରୂପାନ୍ତର ହୋଇଥିବା ୧୦୭୫ ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା। ୨୪ ନଭେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ପୂର୍ବରୁ ଗତ ଅଗଷ୍ଟରେ ହିଞିଳିର ପଚାଶଟି ରୂପାନ୍ତରିତ ସ୍କୁଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି।
ବିଜେପି ଇଶାରାରେ ନାଚୁଛି କଂଗ୍ରେସ…
( ) ବନ୍ଦ ଯୋଗୁଁ ରୋଜଗାର ହରାଇବା ଲୋକେ କଂଗ୍ରେସକୁ କ୍ଷମା କରିବେନି:ବିଜେଡି
ବିଜେପି ଇଶାରାରେ ନାଚୁଛି କଂଗ୍ରେସ।
ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ କଂଗ୍ରେସ ଏବେ ବିଜେପିର ବି-ଟିମ୍।
ପ୍ରମାଣ ଥିଲେ କୋର୍ଟକୁ ଯିବାକୁ ପରାମର୍ଶ
ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ବିଜେଡିର ଆହ୍ୱାନ।
{} ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସnହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ ଚାହୁଁଛନ୍ତି ଏବଂ କୋଭିଡ କାରଣରୁ ହରାଇଥିବା ଜୀବିକାର ପୁନରୁଦ୍ଧାର କରିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ବନ୍ଦ ଡାକରା ଯୋଗୁଁ ରୋଜଗାର ହରାଉଥିବା ଲୋକେ କଂଗ୍ରେସକୁ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପାତ୍ର କହିଛନ୍ତି ଯେ ଏହି ଗୁରୁôତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଓଡିଶା କଂଗ୍ରେସ ଏକ ବନ୍ଦ ଡାକରା ଦେଇଛି ଯାହା ଦ୍ୱାରା ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପଡିଛି । ପରିବାର ଏକ ରୋଜଗାରିଆ ବଢିଲା ଝିଅକୁ ହରାଇଛି ଏବଂ ଏହି ଘଟଣାରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ । ଏହି ମାମଲାକୁ ରାଜନୀତିକରଣ ନକରିବାକୁ ପରିବାର ଲୋକେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ତଦନ୍ତରେ ସେମାନେ ସନ୍ତୁଷ୍ଟ ଅଛନ୍ତି । ତଥାପି କଂଗ୍ରେସ ଏହି ମାମଲାରେ ହୀନ ରାଜନୀତି କରିବାକୁ ଓଡିଶା ବିଜେପି ସହ ହାତ ମିଳାଇଥିବା ଜଣାପଡିଛି । ଏହି ପ୍ରସଙ୍ଗରେ ଯଦି ଓଡିଶା କଂଗ୍ରେସ ନିକଟରେ କୌଣସି ପ୍ରମାଣ ଅଛି, ସେମାନେ କୋର୍ଟ ଯାଇ ନ୍ୟାୟ ଲୋଡିପାରିବେ, କିନ୍ତୁ ଏହା ବଦଳରେ ବନ୍ଦ ଡାକରା ଦେବା ଅତ୍ୟନ୍ତ ନିଷ୍ଠୁର ଆଚରଣ ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ଓଡିଶା କଂଗ୍ରେସ ବର୍ତ୍ତମାନ ଓଡିଶା ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି । ଏହାର
ଦୁର୍ବଳ ଆର୍ଥିକ ସ୍ଥିତି ହେତୁ ଓଡିଶା କଂଗ୍ରେସର କାର୍ଯ୍ୟକଳାପ ଓଡିଶା ବିଜେପିରୁ ଆର୍ଥିକ ସହାୟତା ପାଉଥିବା ଭଳି ଜଣାପଡୁଛି । ଯେକୌଣସି ପୃଷ୍ଠପୋଷକତା ବିନା ସର୍ତ୍ତରେ ଯେ ନୁହେଁ ତାହା ଆମେ ସମସ୍ତେ ଜାଣିଛେ । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା କଂଗ୍ରେସ ଓଡ଼ିଶା ବିଜେପିର ଇସାରାରେ ନାଚୁଛି । ଓଡ଼ିଶା କଂଗ୍ରେସ ଆଉ ଲୋକଙ୍କ ପ୍ରସଙ୍ଗ ଯେପରିକି ମୂଲ୍ୟ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ ଇତ୍ୟାଦି ଉଠାଇବାକୁ ଚାହୁଁନାହିଁ । ଓଡିଶା ବିଜେପି ଯାହା କରିବାକୁ କହୁଛି ତାହା ଏମାନେ କରୁଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ ପୀଡିତାଙ୍କ ପାଇଁ ନ୍ୟାୟ ନୁହେଁ ବରଂ ସେମାନଙ୍କ ଦଳ ପ୍ରାସଙ୍ଗିକ ରହିବା ସହିତ ଓଡିଶା ବିଜେପିର ଭଲ ନଜରରେ ରହିବ ଯାହା ଦ୍ୱାରା ଏହା ଓଡିଶା କଂଗ୍ରେସକୁ ସହାୟତା ମିଳିପାରିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।
ଓଡ଼ିଆ ନିର୍ଦ୍ଦେଶକଙ୍କ ଫିଲ୍ମ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ନିମନ୍ତେ ମନୋନୀତ…
( )ଓଡ଼ିଆ ସିନେମା ନିର୍ଦ୍ଦେଶକ ଶ୍ରୀ ସୁବାଷ ସାହୁଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ନନ-ଫିଚର ଚଳଚିତ୍ର \”ତିନ ଅଧ୍ୟାୟ\’ ଏ ବର୍ଷ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ (ଆଇଏଫଏଫଆଇ) ଦ୍ୱାରା ଗୋଆ ଠାରେ ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୫୨ ତମ ଆନ୍ତର୍ଜାତିକ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବା ନିମନ୍ତେ ମନୋନୀତ ହୋଇଛି । ଏହି ଚଳଚିତ୍ରଟି ଇଣ୍ଡିଆନ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବ । ଏହି ଚଳଚିତ୍ର ମହୋତ୍ସବ ପ୍ରତିବର୍ଷ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ନିୟନ୍ତ୍ରିତ ଡିରେକ୍ଟୋରେଟ୍ ଅପ ଫିଲ୍ମ ଫେଷ୍ଟିଭାଲ୍ସ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ହୋଇଥାଏ । ବଲିଉଡର ବିଶିଷ୍ଟ ସାଉଣ୍ଡ ଡିଜାଇନର ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚିତ୍ରଟି କୋଭିଡ-୧୯ ମହାମାରୀ ଯୋଗୁଁ ସାରା ଭାରତରେ ହୋଇଥିବା ଲକଡାଉନ ସମୟରେ ମୁମ୍ବାଇ ସହରରେ ନିର୍ମିତ ହୋଇଥିଲା । ଏହି ଚଳଚିତ୍ରରେ ଜୀବନର ୩ଟି ପର୍ଯ୍ୟାୟ ବିପତି, ଉତ୍ପତି ଓ ଚକ୍ରକୁ ବୁଝାଇବାକୁ ଉଦ୍ୟମ କରାଯାଇଛି । ଏହା ଭାରତୀୟ ଦର୍ଶନ ଉପରେ ପର୍ଯ୍ୟବେଶିତ ବୋଲି ଶ୍ରୀ ସାହୁ କହିଛନ୍ତି ।
ଶ୍ରୀ ସାହୁଙ୍କ ପତ୍ନୀ ଶ୍ରୀମତି ସୁପ୍ରଭା ସାହୁଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚିତ୍ର ୨୦୩ଟି ନନ-ଫିଚର ଫିଲ୍ମ
ମଧ୍ୟରୁ ଚୟନ କରାଯାଇଥିବା ୨୦ଟି ଚଳଚିତ୍ର ମଧ୍ୟରେ ସ୍ଥାନ ପାଇପାରିଛି । ତାଙ୍କ ବାସଗୃହ ନିକଟରେ ସାରା ଦେଶ ଲକଡାଉନ ଦ୍ୱାରା ସ୍ତବ୍ଧ ହୋଇଥିବା ସମୟରେ ଏକ କାଉ ନିଜର ବସା ନିର୍ମାଣ କରୁଥିବା ତାଙ୍କର ଧ୍ୟାନ ଆକର୍ଷଣ କରିଥିଲା । \”ଅବିରତ ଭାବେ କାଉଟିର ପ୍ରଚେଷ୍ଟାକୁ ମୁଁ ଲକ୍ଷ୍ୟ କରୁଥିଲି ଓ ଏହି ଚଳଚିତ୍ରଟି ଏହି ବିଷୟ ଉପରେ କେନ୍ଦ୍ରିତ\’ ବୋଲି ଶ୍ରୀ ସାହୁ କହିଛନ୍ତି । ଜାତୀୟ ସ୍ତରରେ ପୁରଷ୍କୃତ ଏହି ସାଉଣ୍ଡ ଡିଜାଇନର ପୂର୍ବରୁ \”ତୁମହାରି ସୁଲୁ\’, \”ନିର୍ଜା\’, \”ଏନଏଚ ୧୦\’ ଓ
\”କମ୍ମିନେ\’ ଭଳି ଚଳଚିତ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଶ୍ରୀ ସାହୁ ଜଣେ ଇଲେକଟ୍ରୋନିକ ଇଂଜିନିୟର ହୋଇଥିବା ବେଳେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଡିଗ୍ରୀ ହାସଲ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାଲୁରିଆ ପଂଚାୟତର ଆରଜି ଗ୍ରାମ ନିବାସୀ ଶ୍ରୀ ସାହୁ ବଲିଉଡରେ ଗତ ୨୪ ବର୍ଷ ଧରି କାର୍ଯ୍ୟ କରୁଛନ୍ତି ।
ଖଣ୍ଡରା ରେ ବିକାଶର ରଥ ଗଡାଇଲେ ‘ବବି’…
() ପ୍ରଣବ ଲୋକଂକ ନେତା l ଯାଜପୁରବାସୀଙ୍କ ସୁଖ ଦୁଃଖର ସାଥୀ l ନୂତନ ଯାଜପୁର ଗଠନ ର ସେ ବିଶ୍ଵକର୍ମା l ଯାଜପୁର ଏବେ ବିକାଶ ପଥରେ ଆଗେଇ ଚାଲିଛି l ଆଜି ଯାଜପୁର ନିର୍ବାଚନ ମଣ୍ଡଳୀରେ ଉଦଘାଟିତ ହୋଇଛି କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ । ଗ୍ରାମଞ୍ଚଳ ଉନ୍ନତି ସହ ମହିଳା ମାନଙ୍କ ପାଇଁ ଓଡିଶା ସରକାର ତରଫରୁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ କରାଯିବା ସହିତ ବିଭିନ୍ନ ପ୍ରକଳ୍ପ କରାଯାଉଅଛି । ଯାଜପୁର ଦଶରଥପୁର ବ୍ଲକ ଖଣ୍ଡରା ପଂଚାୟତରେ ମାନ୍ୟବର ବିଧାୟକ ଯାଜପୁର ତଥା ବିଜେଡ଼ି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ଉଦଘାଟନ ସହିତ ପଂଚାୟତରେ ମହିଳା ମାନଙ୍କ ପାଇଁକରାଯାଇଥିବା ଏକ ମିଶନ ଶକ୍ତି ଗୃହ ଉଦଘାଟନ କରାଯାଇଛି । ପଞ୍ଚାୟତ ର ହଜାର ହଜାର ଜନସାଧାରଣ ପ୍ରଥମେ ମାନ୍ୟବର ବିଧାୟକଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ, ଏହି ଉଦଘାଟନ ସଭାରେ ବିଜେଡି ଜିଲ୍ଲା ସଭାପତି ଙ୍କ ସହିତ ଦଶରଥପୁର ବ୍ଲକ ଚେୟାରମ୍ୟାନ ,ସ୍ଥାନୀୟ ସରପଞ୍ଚଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ନେତୃତ୍ୱ ବୃନ୍ଦ ଉପସ୍ଥିତ ରହିଥିଲେ ।
ସ୍ମାର୍ଟ ହେବ ବିଦ୍ୟାଳୟ…
( )1025 ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ
ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ
ସ୍କୁଲ ଏବେ ବହୁତ ଭଲ ଲାଗୁଛି – ଛାତ୍ରଛାତ୍ରୀ
{ } ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି। ପୂର୍ବରୁ ଗତ ଅଗଷ୍ଟ ରେ ହିଞିଳିର ପଚାଶଟି ରୂପାନ୍ତରିତ ସ୍କୁଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ (There is a saying that Children constitute one-third of our population, but all of our future.)। ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ। ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ technology ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ challengeକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”
ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformationକାର୍ଯ୍ୟକ୍ରମର first phaseରେ ରୂପାନ୍ତର ହୋଇଥିବା 1025 ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ୫-ଟି ନୀତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍ ୱାର୍କ ।
ତୃତୀୟ ନୀତି ହେଉଛି ଟାଇମ୍ ବା ସମୟ ।. ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍ ସମୟରେ ଶେଷ ହୋଇପାରିଛି । ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ।ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।
ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍ କୌସର୍, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି । ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଭିଡିଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍ଚୀ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ
କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ବା ଧର୍ମଘଟକୁ ସଫଳ କରିବାପାଇଁ ରାଜ୍ୟବାସୀଙ୍କୀ ସମର୍ଥନ ଲୋଡିଲେ ପିସିସି ସଭାପତି…
{}ଆପଣମାନେ ଜାଣିଥିବେ ରାଜ୍ୟରେ ବିଜେଡ଼ି ଶାସନ କାଳରେ ହିଂସା, ନାରୀ ଦୁଷ୍କର୍ମ ଓ ହତ୍ୟା ବଢ଼ିଚାଲିଛି ।ସାରା ଭାରତବର୍ଷରେ ଓଡ଼ିଶାରେ ହିଁ ସବୁଠାରୁ ବେଶୀ ନାରୀ ନିର୍ଯ୍ୟାତନା ଘଟୁଛି । ଯାହାକି ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଲଜ୍ଜ୍ୟାକର ବିଷୟ, ଖୁବ ନିକଟରେ ମମିତା ମେହେରଙ୍କୁ ଯେଭଳି ଭାବରେ ବର୍ବରୋଚିତ ହତ୍ୟା କରାଗଲା ତାହା ସମସ୍ତ ସୀମା ଟପିଯାଇଛି । ଯେତେ ସବୁ ଘଟଣା ଘଟୁଛି ସେଥିରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ସଂପୃକ୍ତ ଯୋଗୁଁ ନ୍ୟାୟ ମିଳିବା କଷ୍ଟକର ହୋଇପଡ଼ୁଛି । ଏପରିକି ମନ୍ତ୍ରୀ, ବିଧାୟକଙ୍କର ସଂପୃକ୍ତି ଥିବା ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଂଟ ଘୋଡ଼ାଇବା ମା’ ଭଉଣୀଙ୍କୁ କିଭଳି ସମ୍ମାନ ଦେଉଛନ୍ତି ତାହା ଜଣାପଡ଼ୁଛି ।
ମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳ ପକ୍ଷରୁ ଆଗାମୀ ୧୨ ତାରିଖ ଶୁକ୍ରବାର ଦିନ ୬ ଟା ଠାରୁ ଦିବା ୧୨ ଘଂଟା ପର୍ଯ୍ୟନ୍ତ ୬ ଘଂଟା ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳମାନେ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏହି ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ କଂଗ୍ରେସ ନିଷ୍ପତି ନେଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ବନ୍ଦ ସଂପର୍କରେ ଆଜି ମାନ୍ୟବର ହାଇକୋର୍ଟ ଏକ ନିଷ୍ପତି ନେଇଛନ୍ତି ତାହାକୁ କଂଗ୍ରେସ ଦଳ ସ୍ୱାଗତ କରିବା ସହ ସମ୍ମାନ ଜଣାଉଛୁ । କିନ୍ତୁ ମା’ ଭଉଣୀଙ୍କୁ ସମ୍ମାନ ଦେବାକୁ ଯାଇ ସ୍ୱତପ୍ରବୃତ ଭାବେ କିଏ ଯଦି ଯାଇଁ ଓଡ଼ିଶାବନ୍ଦରେ ସାମିଲ ହୁଏ ସେଥିପାଇଁ କଂଗ୍ରେସ ସ୍ୱାଗତ କରିବ । ଏହି ଅବସରରେ ଓଡ଼ିଶା ବନ୍ଦକୁ ସଫଳ କରିବାପାଇଁ ରାଜ୍ୟବାସୀଙ୍କ ସହାଯ୍ୟ ସହଯୋଗ ଲୋଡ଼ିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେ ଜଣାଇଛନ୍ତି ।
ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ…
{ }ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍ଘାଟିତ…
( )ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍ଘାଟିତ
ରାଜ୍ୟସ୍ତରରେ ଏଭଳି ତାଲିମ କାର୍ଯ୍ୟକ୍ରମ ପ୍ରଥମ
୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ପାଇବେ ତାଲିମ
ଦୁର୍ଘଟଣା ର ଶୀକାର ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇ ବା ଠାରୁ ପୁଣ୍ୟ ଆଉ କିଛି ନାହିଁ ।
{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି।ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ । ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି । ଅର୍ଥନୀତିର ମଧ୍ୟ ବଡ କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ । ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ।ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ । ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍ଘାଟନ କରିଥିଲେ । ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍ ଓ ଟି-ସାର୍ଟ ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।
କଟକ ଜିଲ୍ଲା ଅରିଲୋ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ଉଦଘାଟନ କରିଛନ୍ତି…
( )ଆଜି କଟକ ଜିଲ୍ଲା ଅରିଲୋ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ଉଦଘାଟନ କରିଛନ୍ତି। ଏହି ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯିବ ଏବଂ ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ। ଏହା ସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନୀର ଓ ସୁବାସିତ ଦୁଗ୍ଧ ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଓମ୍ଫେଡ୍ ହେଉଛି ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ମାନଙ୍କର ନିଜ ଅନୁଷ୍ଠାନ। ଏହାର ବିକାଶରେ ସବୁ ଚାଷୀ ଭାଇଭଉଣୀ ମାନଙ୍କର ଅବଦାନ ରହିଛି। ଓମ୍ଫେଡ୍ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି। ଆଜିର ଏହି ନୂଆ ପ୍ଲାଣ୍ଟ ଉଦଘାଟନ ଦ୍ବାରା ଚାଷୀମାନଙ୍କର ରୋଜଗାର ବଢିବ ଓ ପ୍ରାୟ ୬ ଲକ୍ଷ ଚାଷୀ ଉପକାର ପାଇବେ। ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରୋସେସିଙ୍ଗ ୟୁନିଟ୍ ପ୍ରତିଷ୍ଠା ପାଇଁ ଯେପରି ଯୁବ ସମାଜ ଆଗେଇ ଆସିବେ ସେଥିପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛନ୍ତି। ତେଣୁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମର ସୁଯୋଗ ନେଇ ରାଜ୍ୟର ବିକାଶରେ ଭାଗୀଦାର ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ।
ରାଜ୍ୟରେ ଓମ୍ଫେଡ୍ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍କୁ ବୃଦ୍ଧି ପାଇଛି।














