ଖବର କାଗଜ ହକର ମାନଙ୍କୁ ହକ୍‌ ଦେଲେ ମୁଖ୍ୟମନ୍ତ୍ରୀ…

( ) ଖବର କାଗଜ ହକର ମାନଙ୍କୁ ହକ୍‌ ଦେଲେ ମୁଖ୍ୟମନ୍ତ୍ର।

୭୩୦୦ ପଞ୍ଜୀକୃତ ହକର ପାଇଲେ ୬୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଗଲା ୪.୩୮ କୋଟି ଟଙ୍କା।

ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେ, ସାରା ଭାରତରେ ଏହା ପ୍ରଥମ।

ହକର ମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ – ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ କୃତଜ୍ଞ – ହକର।

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସେମାନଙ୍କର ହକ୍‌ ପ୍ରଦାନ କରିଛନ୍ତି। ସେମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି ।

ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍‌ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି। ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଛି।

ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହକର ମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୁଲି ପାଠକ ମାନଙ୍କୁ ଖବର କାଗଜ ଯୋଗାଇଛନ୍ତି । ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସହାୟତା ସହିତ ହକର ମାନଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ। ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୨ ଲକ୍ଷ ଟଙ୍କା, ସ୍ବଭାବିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର ମାନଙ୍କ ପାଇଁ ମଧ୍ୟ ସହାୟତା ବ୍ୟବସ୍ଥା କରାଯାଇଛି । ହକର ମାନେ ସୁବିଧାରେ କାମ କରିବା ପାଇଁ ଜିଲ୍ଲାସ୍ତରରେ ୱାର୍କସେଡ୍‌ ନିର୍ମାଣ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହା ନିର୍ମାଣ କରାଯିବ।ସୂଚନାଯୋଗ୍ୟ ଯେ ଦୁର୍ଘଟଣାଜନିତ ସଂପର୍ଣ୍ଣ ଅକ୍ଷମତା ଯୋଗୁ ହକର ମାନଙ୍କୁ ଦେଢ ଲକ୍ଷ ଟଙ୍କା, ଉଭୟ ଅଙ୍ଗ ହରାଇଥିବା ହକର ମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକର ମାନଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଲୋକସେବା ଭବନ କନ୍‌ଭେନସନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଓଡିଶାରେ ପ୍ରଗତୀର ନୂଆ ଇତିହାସ ଲେଖିଛନ୍ତି । ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେଉଥିବା ହକର ମାନେ ଏହାଦ୍ବାରା ଉପକୃତ ହେବେ ବୋଲି ସେ କହିଥିଲେ ।
ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମାନସ ମଙ୍ଗରାଜ ଏଥିରେ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ ।କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଶ୍ରୀ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ଶ୍ରୀ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରି କହିଥିଲେ ଯେ ଆମେ ହକର ଭାଇମାନେ ଅନେକ ଅର୍ଥାଭାବର ସମ୍ମୁଖୀନ ହୋଇଛୁ । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଛୁ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ, ବିଧାୟକଗଣ, ଜିଲ୍ଲାପାଳ, ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ହକର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ…

( ) ମିଶନ ଶକ୍ତି ଆନ୍ଦୋଳନ ହେଲା ଆହୁରି ଶକ୍ତିଶାଳୀ

ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ଭୁବନେଶ୍ବରରେ ମିଶନ ଶକ୍ତି ବଜାର, ବିଶ୍ବବ୍ୟାପୀ ବିକ୍ରୟ ପାଇଁ ଅନ୍ଲାଇନ ମାର୍କେଟ ପୋର୍ଟାଲ

ମିଶନ ଶକ୍ତି ପାଇଁ ଋଣ ୬୦୦୦ କୋଟି ଟଙ୍କାରେ ପହଞ୍ଚିଲା

ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା

ପଞ୍ଚାୟତ ସ୍ତରର କମ୍ୟୁନିଟି ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା

ପ୍ରତି ଜିଲ୍ଲାରେ ହେବ ମିଶନ ଶକ୍ତି ଭବନ, ଏଥିପାଇଁ ପ୍ରତି ଜିଲ୍ଲାକୁ ଏକ କୋଟି ଟଙ୍କା

ମିଶନ ଶକ୍ତି ଫେଡେରେସନ୍ର ସଦସ୍ୟ ମାନଙ୍କ ବୈଠକ ଓ ଗସ୍ତ ଭତ୍ତା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁରୀ

ମା ମାନଙ୍କ ସଶକ୍ତିକରଣ ଦିଗରେ ଓଡିଶା ମିଶନ ଶକ୍ତି
ସବୁବେଳେ ବାଟ ଦେଖାଇ ଚାଲିବ – ମୁଖ୍ୟମନ୍ତ୍ରୀ

{ } ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍‌ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମା ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡିଶା ମିଶନ ଶକ୍ତି ମା ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ।

୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଅଛି ।

ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି ।

ମିଶନ ଶକ୍ତିର ମା ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ନେଲେଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଗଲା । ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଅନ୍ୟ ବ୍ୟାଙ୍କଗୁଡିକ ମାନେ ଏହିଭଳି ଭାବରେ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ମିଶନ ଶକ୍ତିର ମା ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିଥିଲେ । ଏହାସହିତ ମିଶନ ଶକ୍ତିର ଅନ୍‌ଲାଇନ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ବାରା ସାରା ବିଶ୍ବରେ ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ ଏବଂ ଆମେରିକା ଓ ଲଣ୍ଡନର ଲୋକମାନେ ମୟୁରଭଂଜ ଓ ମାଲକାନଗିରିର ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ମା ମାନଙ୍କ ରୋଜଗାର ବୃଦ୍ଧି ହେବ ବୋଲି ସେ କହିଥିଲେ । ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ସେ ଘୋଷଣା କରିଥିଲେ ।

ଆର୍ଥିକ ଦୃଷ୍ଟିରୁ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀ ମାନଙ୍କୁ ଦାୟିତ୍ବ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍‌ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତି ଜିଲ୍ଲାରେ ଜିଲ୍ଲା ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମିଶନ ଶକ୍ତି ମା ମାନଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର EC ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ସେ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ।

ସେହିପରି ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ (Uniform) ପାଇଁ ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କୋଭିଡ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା ମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡିଶା ଋଣୀ । ମିଶନ ଶକ୍ତିର ମା ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥା ନୁହେଁ, କାମରେ ବିଶ୍ବାସ କରନ୍ତି । ତାଙ୍କର ଦୃଢ ନେତୃତ୍ବ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି । ଏଥିରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ ଏବଂ ମା ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜବୁତ କରିଛନ୍ତି ବୋଲି କହିଥିଲେ । ବିଭାଗୀୟ ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍‌ସିପାତ୍ର, ବରଗଡ, ନୂଆପଡା, ଗଞ୍ଜାମ ଓ ମୟୁରଭଂଜର ମିଶନ ଶକ୍ତି ବ୍ଲକ୍‌ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଭୁବନେଶ୍ବର SIRD campusରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖିଥିଲେ। ଏହାସହିତ ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚ୍ୟୁଆଲ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍‌ର ବ୍ଲକ୍‌ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ ।

ବଢ଼ିବ ବୀମା, ସାମ୍ବାଦିକଙ୍କୁ ମିଳିବ ପେନ୍‌ସନ୍‌: ମାନସ ମଙ୍ଗରାଜ…

( )ଓୟୁଜେ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହ।

{ } ରାଜ୍ୟରେ ସାମ୍ବାଦିକମାନଙ୍କ ସାମାଜିକ ନିରାପତ୍ତା ସମ୍ପର୍କିତ ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଇ କାର୍ଯ୍ୟକାରୀ କରାଯିବ । ଏହି ପରିପ୍ରେକ୍ଷୀରେ କାର୍ଯ୍ୟକାରୀ ହେଉଥିବା ସ୍ୱାସ୍ଥ୍ୟ ବୀମାରାଶିର ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷକୁ ବୃଦ୍ଧି କରାଯିବା ସହ ପେନ୍‌ସନ୍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ରାଜ୍ୟର ପୁରାତନ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବୁଧବାର ଦିନ ସ୍ଥାନୀୟ ଜୟଦେବ ଭବନରେ ଏକ ରାଜ୍ୟସ୍ତରୀୟ ସମାବେଶର ଆୟୋଜନ କରାଯାଇଥିଲା । ୩୦ଟି ଯାକ ଜିଲ୍ଲାରୁ ସାମ୍ବାଦିକମାନେ ଏହି ସମ୍ମିଳନୀରେ ଯୋଗଦେଇ ଗଣମାଧ୍ୟମିକ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମଙ୍ଗରାଜ କହିଥିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓୟୁଜେ ପକ୍ଷରୁ ଉଠାଯାଇଥିବା ଦାବି ଉପରେ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ବୀମା ରାଶିର ପରିମାଣକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ପେନ୍‌ସନ୍ ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ଯେଉଁ ଦାବି ହେଉଛି ସେହି ବାବଦରେ ବିଭିନ୍ନ ରାଜ୍ୟ ଗସ୍ତକରି ସେଠାରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ତିନୋଟି ପ୍ରତିନିଧି ଦଳଙ୍କୁ ପଠାଯିବ । ରିପୋର୍ଟ ମିଳିବା ପରେ ଏ ବାବଦରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଡିଜିଟାଲ ମିଡ଼ିଆ ବାବଦରେ ଖୁବ୍‌ଶୀଘ୍ର ଏକ ନୀତି ପ୍ରଣୟନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ମାଲକାନଗିରି ଜିଲ୍ଲାରେ ସାମ୍ବାଦିକମାନଙ୍କ ଗିରଫଦାରୀ ପ୍ରସଙ୍ଗରେ ସୂଚନା ଦେଇ ସେ କହିଥିଲେ ଯେ ରାଜ୍ୟ ସରକାର ଏ ବାବଦରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯାଉଛନ୍ତି । ରିପୋର୍ଟ ମିଳିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ବରିଷ୍ଠ ସାମ୍ବାଦିକ ରବି ଦାସ ରାଜ୍ୟରେ ସାମ୍ବାଦିକତା ଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ସରକାର ନିର୍ମାଣ ଶ୍ରମିକ ପାଣ୍ଠି ଢାଂଚାରେ ବିଜ୍ଞାପନ ଓ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି, ପ୍ରେସ୍ କାଉନସିଲ୍ ସଦସ୍ୟ ପ୍ରସନ୍ନ ମହାନ୍ତି ବୀମା ରାଶି ବୃଦ୍ଧି ସହ ପେନ୍‌ସନ୍ ଯୋଜନା ଲାଗୁକରିବା ଓ ଅଧିସ୍ୱୀକୃତି କମିଟି ଗଠନ କରି ନିୟମରେ ପରିବର୍ତ୍ତନ କରିବାକୁ ଦାବି କରିବା ସହ ମାଲକାନଗିରି ଘଟଣାର ତୀବ୍ର ନିନ୍ଦା କରି ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଓୟୁଜେର ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି କିଶାନ ରାଉତ ଓୟୁଜେର ଦାବି ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଅନ୍ୟତମ ଉପସଭାପତି ଉପନ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଓୟୁଜେର ଆଗାମୀ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଶିଶିର ଦାସ ଓ ପ୍ରମୋଦ ସାମନ୍ତରାୟ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟର ୧୦ଜଣ ପ୍ରତିଭାବାନ୍ ସାମ୍ବାଦିକଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ବି.ଦ୍ର.: ଏହି ନ୍ୟୁଜ୍‌ର ଫଟୋ ମଧ୍ୟ ମେଲ୍‌ରେ ଯାଇଛି

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ…

( ) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ର।

୯୬ ଲକ୍ଷ ପରିବାର ଉପକାର ପାଇବେ।

ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ – ମୁଖ୍ୟମନ୍ତ୍ରୀ।

ଓମିକ୍ରନ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ।

{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ ସ୍ବାସ୍ଥ କଲ୍ୟାଣ କାର୍ଡ ନ ଥିବା କ୍ଷେତ୍ରରେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ । ସାରା ରାଜ୍ୟର ୯୬ ଲକ୍ଷ ପରିବାର ଏହି ସହାୟତା ପାଇବେ । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୯୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସାତ ଦିନ ମଧ୍ୟରେ ଏହି ସହାୟତା ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀ ଆମ ପାଇଁ ଆହ୍ବାନ ସୃଷ୍ଟି କରିଥିଲା । ଏହା ସେମାନଙ୍କ ଅର୍ଥିକ ଓ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଛନ୍ତି । କୋଭିଡର ପ୍ରଭାବ ଏପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ। ତେଣୁ ସେମାନଙ୍କର କଷ୍ଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ସହାୟତା ଯୋଗାଇ ଦେଉଛନ୍ତି।ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀକୁ ଓଡିଶା ସଫଳ ଭାବରେ ମୁକାବିଲା କରିପାରିଛି । ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। BSKY ଯୋଜନାର ଉଦାହରଣ ଦେଇ ସେ କହିଲେ ଯେ ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ବାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ । ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରୁଛି ବୋଲି ମତ ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଓ ବିଧାୟକଗଣ, ୩୧୪ ବ୍ଲକ୍‌ର ହିତାଧିକାରୀ ମାନଙ୍କ ସହ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଖାଦ୍ୟ ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ଆଇନ୍ ବିଭାଗରେ ଜାତୀୟସ୍ତରରେ କର୍ମଶାଳା…

( )ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଆଇନ୍ ବିଭାଗ ତରଫରୁ ଜୁମ୍ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ (ୠକ୍ଟକ୍ସମର ଗବସରଙ୍କକ୍ସର ଠସଗ୍ଦ-ବ-ଙ୍ଖସଗ୍ଦ ଉକ୍ଟଙ୍ଖସୟ ୧୯) ବିଷୟକ ନେଇ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ମୁଖ୍ୟବକ୍ତା ଭାବରେ ଜାଭିୟର୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ଜାମ୍‌ସେଦପୁରର, ଆଇନ୍ ବିଭାଗର ବରିଷ୍ଠ ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ି ବିଶେଷ ବକ୍ତାଭାବେ ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ସ୍ନାତକୋତର ଆଇନ୍ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାଡୁଆଳ, ଆସିଷ୍ଟାଂଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାଏ, ଅଭିପ୍ସା ମହାନ୍ତି, ତନ୍ମୟ ପଟ୍ଟନାୟକ ଅନ୍‌ଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ ।
କର୍ମଶାଳା ଆରମ୍ଭରେ ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସ୍ନାତକୋତର ଆଇନ୍ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡୁଆଳ କର୍ମଶାଳା ବିଷୟରେ ସୂଚନା ଦେବା ସହ ସ୍ୱାଗତ ଅଭିଭାଷଣ ଓ କର୍ମଶାଳାର ଏକମାତ୍ର ଓ ବିଶେଷ ଅତିଥି ପ୍ରଫେସର ଡ. ପ୍ରମୋଦ କୁମାର ପାଢ଼ିଙ୍କ ବିଷୟରେ ପରିଚୟ ପ୍ରଦାନ କରିଥିଲେ । ସେହିପରି ପ୍ରଫେସର ପାଢ଼ି ନିଜର ସ୍ୱତନ୍ତ୍ର ଢ଼ଙ୍ଗରେ ପି.ପି.ଟି ମାଧ୍ୟମରେ ଖୁବ୍ ଆକର୍ଷଣର ସହିତ କର୍ମଶାଳାରେ ଆଇନ୍ ଛାତ୍ରଛାତ୍ରୀ, ଆଇନ୍ ଶିକ୍ଷକ, ଗବେଷକ, ସମାଜସେବୀ ଓ ବିଭିନ୍ନ ବିଭାଗରୁ କର୍ମଶାଳାରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କୁ ଦୀର୍ଘ ଏକ ଘଂଟା ଧରି ବାନ୍ଧି ରଖିଥିଲେ । ସେ ଅନେକ ସୁନ୍ଦର ଓ ଚିତାକର୍ଷକ ଉଦାହରଣ ମାଧ୍ୟମରେ କଂଟ୍ରାକ ଆଇନ୍‌, ଫୋର୍ସ ମେଜର, କୋଭିଡ-୧୯ ପ୍ରଭାବ, ସମ୍ପର୍କ ଓ ଏହାର ଆଇନ୍‌ଗତ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ପ୍ରଶ୍ନପତ୍ର ଆଲୋଚନା ଓ ଅନୁଷ୍ଠାନର ଆସିଷ୍ଟାଂଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ଉତ୍କଳ ବିଶ୍ୱବିଦ୍ୟାଳୟ ବ୍ୟତିତ ଓଡ଼ିଶାର ଅନ୍ୟ ଆଇନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଗବେଷକ, ବିଶେଷ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ କାର୍ଯ୍ୟକ୍ରମକୁ ପରିଚାଳନା ଓ ତଦାରଖ କରିଥିଲେ ।

2 ଜଣ ଓମିକ୍ରନ ପଜିଟିଭ…

0

( ) ଗତ ନଭେମ୍ବର 21 ପରଠାରୁ ସର୍ଭେଲାନ୍ସ ରଖାଯାଇଥିଲା । 8800ରୁ ଅଧିକ ଯାତ୍ରୀ ବିଦେଶରୁ ଆସିଥିଲେ । 1600 ପାଖାପାଖି ଆଟ ରିସ୍କ କଣ୍ଟ୍ରିରୁ ଆସିଥିଲେ । ସେମାନଙ୍କ ଭିତରୁ 12 ଜଣ RTPCR ପଜିଟିଭ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ 4 ପଜିଟିଭ ନମୁନର ଜିନାମ ସିକ୍ୱେନ୍ସିଂ ରୁ ଓମିକ୍ରନ ବାହାରି ନଥିଲା । ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ୱେନ୍ସିଂରୁ 2 ଜଣ ଓମିକ୍ରନ ପଜିଟିଭ ବୋଲି ଜଣାପଡିଛି । ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତ୍ତରରୁ ଆସିଛନ୍ତି । ଉଭୟ ଭଲ ଅଛନ୍ତି । କଣ୍ଟାକ୍ତ ଟ୍ରେସିଂରୁ ଜଣେ 11 ଜଣ, 10 ଜଣଙ୍କ ସଂସ୍ପର୍ଶରେ ଆସିଥିବା ଚିହ୍ନଟ କରାଯାଇଛି । ସେମାନଙ୍କ ଉପରେ ନଜର ରଖାଯାଇଛି । ଜଣକର ଲକ୍ଷଣ ନାହିଁ । ଜଣକର ସ୍ୱଳ୍ପ ଲକ୍ଷଣ ରହିଛି ।
ବାଇଟ- ନିରଞ୍ଜନ ମିଶ୍ର, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବା ନେଇ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ…

( ) ମାଲକାନଗିରିର ଗିରଫ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରିବା ଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଡିଜିଙ୍କ ଉଦେଶ୍ୟରେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କଲେ ।

ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଆଲୋଚନା….

{ } ମାଲକାନଗିରି ସାମ୍ବାଦିକଙ୍କ ଦାବି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ମାଲକାନଗିରି ସାମ୍ବାଦିକଙ୍କ ସହ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଆଜି ସନ୍ଧ୍ୟାରେ ଆଲୋଚନା କରିଛନ୍ତି। ଗତ ୧୭ତାରିଖରେ ୫ସାମ୍ବାଦିକଙ୍କ ଗିରଫକୁ ନେଇ ମାଲକାନଗିରି ଜିଲା ସଦର ମହକୁମାରେ ସାମ୍ବାଦିକଙ୍କ ଦ୍ବାରା ଚାଲୁ ରହିଥିବା ଆନ୍ଦୋଳନ ସକାଶେ ଗଠିତ ସମନ୍ବୟ କମିଟିର କୋର ଗ୍ରୁପର ସଦସ୍ୟଙ୍କ ସହ ଟେଲିଫୋନ ଯୋଗେ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜ ଆଲୋଚନା କରିଥିଲେ। ମୁଖ୍ୟତଃ ଗିରଫ ସାମ୍ବାଦିକଙ୍କ ପ୍ରତି ଅବିଚାର ହୋଇଥିବା, ସାମ୍ବାଦିକଙ୍କ ସମର୍ଥନରେ ସେ ସର୍ବଦା ରହିଥିବା ଏବଂ ସେମାନଙ୍କ ଦାବି ଓ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମଙ୍ଗରାଜ ସାମ୍ବାଦିକଙ୍କୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସମନ୍ବୟ କମିଟି କୋର ଗ୍ରୁପର ସଦସ୍ୟ ତଥା ଇଣ୍ଡିଆନ ଏକ୍ସପ୍ରେସର ଦେବ ପ୍ରସାଦ ଦାସ, କନକ ନ୍ୟୁଜର ଦେବବ୍ରତ ସାନା, ଓଟିଭିର ଜିତେନ୍ଦ୍ର ବେଉରିଆ, ସମ୍ବାଦର ପ୍ରେମେନ୍ଦ୍ର ପରିଚ୍ଛା, ‘ସକାଳ’ର ଅଶୋକ ମିଶ୍ର, ନନ୍ଦିଘୋଷର ଇଶ୍ବର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କୋର ଗ୍ରୁପର ସଦସ୍ୟମାନେ ପୁଲିସର ଅମାନୁଷିକ ଅତ୍ୟାଚାର, ସାମ୍ବାଦିକଙ୍କ ଦାବି ଏବଂ ସମସ୍ୟା ବିଷୟରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମଙ୍ଗରାଜଙ୍କୁ ପ୍ରାଞ୍ଜଳ ବିବରଣୀ ପ୍ରଦାନ କରିଥିବା ଜଣାପଡ଼ିଛି।

କ୍ୟାବିନେଟ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା….

( )କ୍ୟାବିନେଟ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଆଜି କ୍ୟାବିନେଟ୍ ବୈଠକରେ ମୁଖ୍ୟାଂଶ –

ବିଜୁ ପକ୍‌କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା

ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା

ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ୩୦ ଲକ୍ଷ ପରିବାର ଉପକାର ପାଇବେ

ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ

କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ। ଯଦି କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବୀକୁ ଗ୍ରହଣ ନ କରନ୍ତି, ତେବେ କେନ୍ଦ୍ର ଯୋଜନା ରୁ ବଞ୍ଚିତ ଲୋକଙ୍କୁ ରାଜ୍ୟ ସରକାର ଘର ଦେବାପାଇଁ ପଦକ୍ଷେପ ନେବେ

୨୦୧୪ରୁ ରାଜ୍ୟରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି

ଆଜିଠୁ ଆରମ୍ଭ ହେଲା ବାୟୁ ସ୍ବାସ୍ଥ୍ୟ ସେଵା…

( ) ଆଜିଠୁ ମୁଖ୍ୟମନ୍ତ୍ରୀ ଙ୍କ ବାୟୁ ସ୍ବାସ୍ଥ୍ୟ ସେଵା ଆରମ୍ଭ ହେଲା। ଏସ ସି ବି ର ପାଞ୍ଚ ଜଣିଆ ଡାକ୍ତରିଦଳ ମାଲକାନଗିରି ଯାଇଛନ୍ତି।ସୁପରସ୍ପେଶାଲିଟି ବିଭାଗର ଡାକ୍ତର ସବୁ ଯାଇଛନ୍ତି।ଘର ପାଖରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାଏହି କାର୍ଯ୍ୟକ୍ରମ ର ଲକ୍ଷ ରହିଛି।ଭିତ୍ତିଭୂମି ସଜାଡି ବା ପାଇଁ ପୁର୍ବରୁ ଟିମ ଯାଇଛନ୍ତି। ପୁର୍ବରୁ ରୋଗୀ ଚିହ୍ନଟ ସରିଛି। ଚେକ ଅପ ସରିଛି।ଏଠାରୁ ବିଶେଷଜ୍ଞ ଗଲେ ଅପରେସନ କରିବେ। ଗୋଟିଏ ଦିନ ଅବଜରଭେସନରେ ରଖିବେ ତା ପରେ ପୁର୍ବରୁ ଯାଇଥିବା ଟିମ ନିରିକ୍ଷଣରେ ରୋଗୀ ଭଲହେବା ପର୍ଯ୍ୟନ୍ତ ରହିବେ। ବର୍ତ୍ତମାନ ଚାରୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କୁ ଏହି ସୁବିଧା ମିଳିବ। ଏହା ହେଉଛି ସୁପରସ୍ପେଶାଲିଟି ସେବା। କେଶ ଦେଖିକି ଡାକ୍ତରି ଦଳକୁ ପଠାଯିବ। ସିଡିଏମ ଓ ମାନେ ଜଣାଇବା ପରେ ଡାକ୍ତରି ଟିମ ପଠାଯିବ। ଓମିକ୍ରିନ ନେଇ ଡିଏମ ଇଟି ଙ୍କ ପ୍ରତିକ୍ରିୟା। ବିଦେଶରେ ଏହା ବହୁ ଜୋରରେ ବ୍ୟାପିଲାଣି।ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବାବେଳେ ଏବେ ଶହେ ପାଖାପାଖି ଛୁଇଁଲା ଣି।ଓମିକ୍ରିନ କ୍ଷିପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହେଵାକୁ ପଡ଼ିବ।ଭ୍ୟାକ୍ସିନ ନେବା, କୋଭିଡ ନିୟମ ମାନିବା,ଅଯଥା ଭିଡ଼କୁ ଯିବାନାହି ଏତିକି କଲେ କେଶ ଲୋର୍ଡ଼ କମ ରହିବ ,ଆମେ ନିରାପଦ ରହିବା। ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ। ତିନି ଜଣଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି ରିପୋର୍ଟ ଆସିନାହିଁ।ସ୍ବାସ୍ଥ୍ୟ ବସ୍ଥା ତାଙ୍କ ର ଭଲ ଅଛି। ଆମେ ନିୟମ ମାନି ଚଳିଲେ ତୄତୀୟ ଲହର ଆଶଙ୍କା କୁ ଏଡ଼ାଇ ଯାଇପାରିବା। ରମାରମଣ ମହାନ୍ତି, ଡିଏମ ଇଟି ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ଣଦୄଷ୍ଟି ରଖିଛି।।ବ୍ୟସ୍ତ ହେବାର ନାହିଁ। ଯେତେବେଳେ ଯାହା ଦରକାର ନିଆ ଯାଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news