{ } ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରଥି ମାନେ ନିଜ ନିଜର ସତ୍ୟ ପଠା ଦାଖଲ କରିବେ । ପ୍ରାଥି ମାନଙ୍କର ଅପରାଧୀକ ମାମଲା, ସମ୍ପତି ଓ ଶିକ୍ଷା ଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟ ପାଠ ରେ ରହିବ । ନାମାଙ୍କନ ଦଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ । ଯଦି କୌଣସି ପ୍ରାଥି ମିଥ୍ୟା ତଥ୍ୟ ପ୍ରଦାନ କରିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 6 ମାସ ଜେଲେ ଦଣ୍ଡ କିମ୍ବା ଫାଇନର ବ୍ୟବସ୍ଥା ରହିଛି । ପୂର୍ବରୁ ସତ୍ୟ ପାଠ ଦଖଲ ର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା । ନିଜର ସତ୍ୟ ପାଠ ଦାଖଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା । ଏଥିପାଇଁ ପଞ୍ଚାୟତିରାଜ ଆଇନରେ ସଂଶୋଧନ କରିବାକୁ ପଡିବ । ପଞ୍ଚାୟତି ରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗ୍ୟାଜେଟ ବିନଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି । ତେବେ ଏହି ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗ୍ୟାଜେଟ ବିନଜ୍ଞପ୍ତି ରହିଛି ।
ଜିରୋ ନାଇଟ୍ ସେଲିବ୍ରେସନ ମନା….
( ) କରୋନା ବଢିଲା କଟକଣା ଫେରିଲା । ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି କଲେ ଏସଆରସି । ନୂଆବର୍ଷରେ ବଣଭୋଜି ଉପରେ କଟକଣା ଲାଗୁ ହୋଇଥିବାବେଳେ ଜିରୋ ନାଇଟ୍ ସେଲିବ୍ରେସନ ମନା ହୋଇଛି । ରେଷ୍ଟୁରାଣ୍ଟ, ପାର୍କ ଓ କଲ୍ୟାଣ ମଣ୍ଡପରେ କାର୍ଯ୍ୟକ୍ରମ ଉପରେ ଲାଗିଛି କଟକଣା । ବଡ଼ଦିନରେ ଜନଗହଳି ନକରିବାକୁ ପରାମର୍ଶ ଦିଆଯାଇଛି । କେବଳ ଚର୍ଚ୍ଚରେ ବଡ଼ଦିନ ପାଳନକୁ ଅନୁମତି ମିଳିଥିବାବେଳେ 50 ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି । ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିବନି ଅନୁମତି । ସେହିଭଳି ସାମାଜିକ ଉତ୍ସବ ପାଳନ, ଶୋଭଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ କରାଯାଇଛି । କରୋନା କଟକଣାରେ ହେବ ଶୁଦ୍ଧିକ୍ରିୟା । ଆସନ୍ତାକାଲିଠୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ଜାରି କରାଯାଇଥିବା କଟକଣା ମାନିବା ପାଇଁ ରାଜଧାନୀବାସିଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ…
ସଂରକ୍ଷଣ ରାଜନୀତି : ଧର୍ମେନ୍ଦ୍ରଙ୍କୁ କଣ କହିଲେ ପ୍ରଣବ…
( ) Dharmendra Pradhan ଭାଇ,ଆପଣ ଜଣେ କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି | ଆପଣଙ୍କ ଦଳ ସେଠାରେ କେତେ ବର୍ଷ ଧରି କ୍ଷମତାରେ ଅଛି ? ସେଠାରେ କାହିଁକି ଓବିସି ସଂରକ୍ଷଣ ନିଶ୍ଚିତ କରିବାକୁ ଆପଣ ବିଫଳ ହେଲେ? ବର୍ତ୍ତମାନ ସୁପ୍ରିମକୋର୍ଟ ମତଦାନ ପାଇଁ ମଧ୍ୟପ୍ରଦେଶର ଓବିସି ସଂରକ୍ଷଣ ନୀତିକୁ ଅଗ୍ରାହ୍ୟ କରିଛନ୍ତି।
Dharmendra Pradhan ଭାଇ, ଆପଣଙ୍କ ଦଳ ଗତ ୭.୫ ବର୍ଷ ହେବ କେନ୍ଦ୍ରରେ କ୍ଷମତାରେ ଅଛି | ଓବିସି ସଂରକ୍ଷଣ କେବେବି ପ୍ରାଥମିକତା ପାଇଛି କି ? ଭାରତରେ ଓବିସି ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଆପଣ କାହିଁକି କେନ୍ଦ୍ରୀୟ ଆଇନ ଆଣି ଏଥିପାଇଁ ସୁପ୍ରିମକୋର୍ଟରେ ଆବେଦନ କରୁନାହାନ୍ତି? ଓବିସିଙ୍କ ପାଇଁ ଆପଣଙ୍କର ପ୍ରତିବଦ୍ଧତା କେଉଁଠାରେ ଅଛି ?
Dharmendra Pradhan ଭାଇ, ଓବିସିଙ୍କ ପ୍ରତି ଆପଣ ଓ ଅପଣଙ୍କ ସରକାରଙ୍କର (କେନ୍ଦ୍ର ଓ ମଧ୍ୟପ୍ରଦେଶ) ପ୍ରତିବଦ୍ଧତାର ଆତ୍ମ ସମୀକ୍ଷା କରନ୍ତୁ | ମୋର ଅନୁରୋଧ ଦୟାକରି ରାଜନୀତି କରିବା ବନ୍ଦ କରନ୍ତୁ। ଦେଶ ଜାଣିଛି ମଧ୍ୟପ୍ରଦେଶରେ ସରକାର କେମିତି ଗଠନ ହୋଇଛି; ଆମେ ଓଡ଼ିଶାରେ ଜନମତ ପାଇଛୁ। ଆପଣ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ଭୟଭୀତ ଅଛନ୍ତି କିନ୍ତୁ ଆମେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଚାହୁଁଛୁ ।
Dharmendra Pradhan ଭାଇ,ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦% ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶୃତିବଦ୍ଧ | ଆମେ ୫୦% ସଂରକ୍ଷଣ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛି। Dharmendra Pradhan ଭାଇ,ମୁଁ ଆପଣଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି, ରାଜନୀତି ନକରି ଓବିସିଙ୍କ ପାଇଁ ନିର୍ବାଚନରେ ସଂରକ୍ଷଣ ନୀତିକୁ ନିଶ୍ଚିତ କରିବା ପାଇଁ ଆସନ୍ତୁ ଏକାଠି ପ୍ରୟାସ କରିବା । ମୁଁ ନିଶ୍ଚିତ ଯେ ଆପଣ ଓବିସି ସଶକ୍ତିକରଣ ପାଇଁ ସହଯୋଗର ହାତ ବଢ଼ାଇବେ।
ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି:କଳାହାଣ୍ଡି…
( ) ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ।
{ }ମୁଖ୍ୟମନ୍ତ୍ର ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମା ମାଣିକେଶ୍ବରୀଙ୍କୁ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଓ ବିଶ୍ବାସର ପ୍ରତୀକ ଭାବରେ ବର୍ଣ୍ଣନା କରିବା ସହିତ ଏହି ଉଦ୍ୟମ ଦ୍ବାରା ମାଙ୍କ ପୀଠର ମହିମା ଆହୁରି ବୃଦ୍ଧି କରିବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ ୫-ଟି ଉପକ୍ରମ ଅଧୀନରେ ମାଙ୍କର ଏହି ପୀଠର ବିକାଶ କାମ ଆରମ୍ଭ କରାଯାଇଛି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାଣେକେଶ୍ବରୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି ଏବଂ ମାଙ୍କ ଆଶୀର୍ବାଦ ଓ କଳାହାଣ୍ଡିବାସୀଙ୍କର ଉଦ୍ୟମ ଆଜି କଳାହାଣ୍ଡିରେ ରୂପାନ୍ତର ଆଣିଛି । କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି । ଏହି ବିକାଶରେ କଳାହାଣ୍ଡିର ପ୍ରତି ପରିବାର ଓ ପ୍ରତି ଲୋକ ସିଏ ଚାଷୀ ହେଉ ବା ଶ୍ରମିକ, ଯୁବ ସମାଜ, ସାଧାରଣ ଜନତା ବା ମହିଳା – ସମସ୍ତଙ୍କର ଅବଦାନରେ କଳାହାଣ୍ଡି ଆଗେଇ ଚାଲିଛି । କଳାହାଣ୍ଡିର ଚାଷୀ ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି । କଳାହାଣ୍ଡି କପାର ଚାହିଦା ବଢିଛି । ଶିଳ୍ପ ନୂଆ ସୁଯୋଗ ଆଣିଛି । ଭିତ୍ତିଭୂମି ମଜବୁତ ହୋଇଛି । କଳାହାଣ୍ଡି ୟୁନିଭରସିଟି, ସରକାରୀ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଆଜ କଳାହାଣ୍ଡି ଯୁବସମାଜ ପାଇଁ ନୂଆ ପରିଚୟ ଆଣିଛି । ବିଜୁଳି ଯୋଗାଣରେ ମଧ୍ୟ ଉନ୍ନତି ଆସିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ସବୁବେଳେ ତାଙ୍କର ଲକ୍ଷ୍ୟ ହୋଇ ରହିଛି । କଳାହାଣ୍ଡିକୁ ସେ ସ୍ବତନ୍ତ୍ର ଗୁରୁତ୍ବ ଦେଇଆସିଛନ୍ତି ଏବଂ ଚଳିତ ବର୍ଷ ଦୁଇ ଦୁଇ ଥର କଳାହାଣ୍ଡି ଯାଇ ବିକାଶ ଓ କଲ୍ୟାଣ କାମ ଆରମ୍ଭ କରିଛନ୍ତି । ବିକାଶ ପ୍ରତି କଳାହାଣ୍ଡିବାସୀଙ୍କର ଅକୁଣ୍ଠ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇବା ସହ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ସାଥିରେ ଧରି ବିକାଶ ଧାରା ଆଗକୁ ବଢିବ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସ୍ବାସ୍ଥୟ ମନ୍ତ୍ରୀ ନବ ଦାସ, ଶିଳ୍ପ, ଶକ୍ତି ଓ ସ୍ବରଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ କଳାହାଣ୍ଡିର ବିଭିନ୍ନ କ୍ଷେତ୍ରରେ ଯେଉଁ ଉନ୍ନତି ସାଧିତ ହୋଇଛି, ତାହା ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଲାଞ୍ଜିଗଡ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ସୁଜିତ କୁମାରଙ୍କ ସମେତ ଜିଲ୍ଲାର ବିଧାୟକମାନେ ଉପସ୍ଥିତ ଥିଲେ ।
ରାଜ୍ୟରେ ଚାଲିଥିବା ଧାନ ସଂଗ୍ରହ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା….
( ) ଟୋକନ ବ୍ୟବସ୍ଥା ଓ ଟେକେନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି । ଚଳିତ ବର୍ଷ 7 ଲକ୍ଷ 80 ହଜାର 710 ମେଟ୍ରିକ ଟନର ଧାନ ସଂଗ୍ରହ ଆଜି ସୁଦ୍ଧା କରାଯାଇଛି । ଯେଉଁଥିରେ 1 ଲକ୍ଷ 50 ହଜାର 273 ଚାଷୀ ମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରହିଛନ୍ତି । ବର୍ଷା ଓ ପାଣିପାଗ ଲ4 ଅବ୍ୟବସ୍ଥା ଯୋଗୁ ଧାନ କଟା ରେ 15 ରୁ 20 ଦିନ ବିଳମ୍ବ ହୋଇଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୁଚାରୁ ରୁପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ । ସେଥିପାଇଁ ଆମ ବିଭାଗ ସଚେତନ ଅଛି ।
ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ।
ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ । ଯିଏ ସେଇ କାମ କରନ୍ତି ତାଙ୍କ ନଜର ମଧ୍ୟ ସେମିତି ରହିବ । ସିଷ୍ଟମ କୁ ନେଇ ଅନେକ କଥା କହୁଥିବା ଲୋକମାନେ ଜାଣି ରଖିବା ଦରକାର ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ସାଟେଲାଇଟ ସର୍ଭେ କରିଛୁ । ଯାହାଦ୍ୱାରା ଏଥିରେ 26 ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଲେ । ଏହା କରିବା ଦ୍ୱାରା ଆମେ 1600 କୋଟି ଟଙ୍କା ସେଭ କରିଛୁ । ମୋ ନିର୍ବାଚନ ମଣ୍ଡଳୀର ଗୋଟିଏ ମିଲର ଛଡା ଆଉ କିଏ ମିଲର ଅଛନ୍ତି ମୁଁ ଜାଣେ ନାହିଁ । ମିଲର ମାନେ ମୋ ଦୁଆର ମୁହଁକୁ ଆସନ୍ତି ନାହିଁ ବୋଲି କହି ବିରୋଧୀ ଅଭିଯୋଗର ଉତ୍ତର ରଖିଲେ ମନ୍ତ୍ରୀ । ଯେଉଁମାନେ ମିଲର ମାନଙ୍କ ସହ ନଟର ପଟର ହୁଅନ୍ତି । ସେମାନେ ଏହି ଅଭିଯୋଗ ଆଣିବେ । ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ଅଛି ଆଣନ୍ତୁ । ବିଭାଗ ସବୁ ଶୁଣିବ ।
ପଛୁଆବର୍ଗଙ୍କ ସଂରକ୍ଷଣ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା….
( ) ପଛୁଆ ବର୍ଗଙ୍କ ପାଇଁ ଲଢେଇ କରୁଛି ବିଜେଡି। ଦଳର ଆଭିମୂଖ୍ୟ କଣ ସମସ୍ତେ ଜାଣିଛନ୍ତି। ଆଇନ ବ୍ୟବସ୍ଥା,ସୁପ୍ରିମକୋର୍ଟ ଓ ହାଇକୋର୍ଟ କଟକଣା କରିଛନ୍ତି । ସେ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି। କିନ୍ତୁ ପଛୁଆବର୍ଗଙ୍କ ପାଇଁ ଆମ ଦଳର ରାଜନୈତିକ ପ୍ରତିବଦ୍ଧତା ରହିଛି। ଆମେ ଘୋଷଣା କରିଛୁ ଦଳୀୟ ଆଧାରରେ ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପାଇଁ। ଅଣ ସଂରକ୍ଷିତ ଆସନରେ ବି ପଛୁଆବର୍ଗ ଲଢ଼ି ପାରିବେ। ଯେହେତୁ ରାଜ୍ୟରେ ୯୪ ପ୍ରତିଶତ ଅନୁସୂଚିତ ଜାତି,ଅନୁସୂଚିତ ଜନଜାତି ଓ ପଛୁଆବର୍ଗ ରହିଛନ୍ତି। ସେଥିରୁ ପଛୁଆବର୍ଗଙ୍କ ସଂଖ୍ୟା ୫୪ ପ୍ରତିଶତ ରହୁଛି। ଯେମିତି ହେଲେ ପଛୁଆବର୍ଗଙ୍କ ପ୍ରତିନିଧିତ୍ୱ ରହିବ। ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ସାଂସଦ ପାର୍ଥିକଲା ବିଜେଡି। ତେଣୁ ଦଳର ପ୍ରତିବଦ୍ଧତା ରହିଛି। ବିଜେପି ତାଙ୍କ ଦଳର ଆଭିମୁଖ୍ୟ ସ୍ପଷ୍ଟ କରୁ। ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ନ କରିବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇ। ସଠିକ ସମୟରେ ନିସ୍ପତି ଠିକଣା ବାଟରେ ନିଜଯିବ। ଅଧା ପାନ୍ତରିଆ କାର୍ଯ୍ୟ କରିକି ହାରିବୁ କି ବୋଲି ପ୍ରଶ୍ନ କଲେ ରଣେନ୍ଦ୍ର।
ଓଡ଼ିଶାରୁ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ…
( )ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନ ପରେ ଆଲର୍ଟ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାକ୍ସ ନ ପିନ୍ଧି ତିନି ଲେୟାର ମାକ୍ସ କିମ୍ବା ଏନ 95 ମାକ୍ସ ପିନ୍ଧିବା ପାଇଁ ପାଇଁ ପରାମର୍ଶ ଦେଲେ ଡ଼ିଏମଇଟି । ଓମିକ୍ରନ ୫ ଗୁଣ ଅଧିକ ଜୋରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ଲାଗିଲା ରୋକ । ଜିଲ୍ଲା ପ୍ରଶାସନକୁ ଲୋକଙ୍କ ଗହଳି ଓ ବଣଭୋଜି ଉପରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ବାହାଘର ଓ ଶେଷକୃତ୍ୟ ସମୟରେ ରିଲାକ୍ସ ଦିଆଯିବ । ବାକି ସବୁଠି କଟକଣା ଲାଗିବ । ଆଉ ୪ ଟି ସାମ୍ପୁଲ ଜିନମ ସିକ୍ୟୁଏନିସଂ ପାଇଁ ଯାଇଛି । ଆଇସିୟୁ ଓ ବେଡ଼,ଭେଣ୍ଟିଲେଟର ସବୁ କୁ କାର୍ଯ୍ୟକ୍ଷମ ମୋଡ଼ରେ ରଖାଯାଇଛି । ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ନାଇଟ କର୍ଫ୍ୟୁ ପାଇଁ ।
ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ…
( ) ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ସାହାଯ୍ୟର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ।
୧ ଲକ୍ଷ ୧ ହଜାର ବିକ୍ରେତା ପାଇଲେ ୩୦୦୦ ଟଙ୍କା ସ୍ବତନ୍ତ୍ର କୋଭିଡ ସହାୟତା, ସମୁଦାୟ ୩୦ କୋଟି ୩୦ ଲକ୍ଷ।
ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୬୦୦୦ ଟଙ୍କା ଲେଖାଏ ପାଇଥିଲେ।
୮୭ଟି ଭେଣ୍ଡିଂ ଜୋନ୍ ନିର୍ମାଣ କରାଯିବ, ଖର୍ଚ୍ଚ ହେବ ୬୦ କୋଟି।
ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି, ସରକାର ସବୁବେଳେ ଆପଣମାନଙ୍କ ସହିତ ଅଛନ୍ତି – ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଗରିବଙ୍କ ଦୁଃଖ ବୁଝନ୍ତି,
ତାଙ୍କୁ ହଜାର ହଜାର ଧନ୍ୟବାଦ – ହିତାଧିକାରୀ।
{ } ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ୍ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତି ଦିଆଯାଇଥିଲା । ଏହାସହିତ ସେମାନଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ପଥପାର୍ଶ୍ବ ବିକ୍ରେତା ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି । ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି।’
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ। ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ବ ବିକ୍ରେତା ହେଉଛନ୍ତି ଗୁରୁତ୍ବପୂର୍ଣ୍ଣ ଅଂଶ । ବଡ ବଡ ମଲ୍ ଓ ଦୋକାନ ଥିବା ସତ୍ତ୍ବେ, ପଥପାର୍ଶ୍ବ ବିକ୍ରେତା ମାନଙ୍କର ଗୁରୁତ୍ବ ରହିଛି ଓ ରହିବ ବୋଲି ସେ କହିଥିଲେ। କୋଭିଡ ସଂପର୍କରେ ସେମାନଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୋଭିଡ ଭୟ ଏବେ ବି ଯାଇନାହିଁ। ତେଣୁ ସେମାନେ ସତର୍କ ରହିବା ସହ କୋଭିଡର ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଗରିବଙ୍କ ମନର କଥା ବୁଝୁଥିବା ଜଣେ ଜନନେତା । ଅଭିନବ ଉପାୟରେ ସେ ସମସ୍ତଙ୍କୁ ସବୁ ସମୟରେ ସାହାଯ୍ୟ କରିଆସିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଘର ମରାମତି ସହାୟତା ସହିତ ରାଜ୍ୟର ଅନେକ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉପସ୍ଥିତ ପଥପାର୍ଶ୍ବ ବିକ୍ରେତାମାନେ ସେମାନଙ୍କ ମନ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଭୁବନେଶ୍ବରରୁ ଅକ୍ଷୟ ମହାନ୍ତି, ରାଉରକେଲାରୁ କୃଷ୍ଣଚନ୍ଦ୍ର ମୁଖାର୍ଜୀ, ସମ୍ବଲପୁରରୁ ରବିନାରାୟଣ ପ୍ରଧାନ, କଟକର ଶ୍ରୀଧର ରାୟ ଓ ବ୍ରହ୍ମପୁରରୁ ଟୁନି ବେହେରା ସେମାନଙ୍କର ମତବ୍ୟକ୍ତ କରି କହିଲେ ଯେ ଲକ୍ଡାଉନ ହେବା ପରେ ସେମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଠିକ୍ ସମୟରେ ସେମାନଙ୍କୁ ସାହାଯ୍ୟ କରିଛନ୍ତି । ଦୁଇ ଥର ସାହାଯ୍ୟ ପାଇବା ପରେ ଆଜି ତୃତୀୟ ଥର ସହଯୋଗର ହାତ ବଢାଇଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ହଜାର ହଜାର ଧନ୍ୟବାଦ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ, ମ୍ୟୁନିସ୍ପାଲ ଆଡମିନିଷ୍ଟ୍ରେସନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଭିନ୍ନ ଜିଲ୍ଲାର ଆୟୋଜିତ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନରମାନେ ଏବଂ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ପୌରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…
( ) ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।
{ } ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ରାଜ୍ୟରେ ଜାରି ରହିଛି ଘରକୁ ଘର ଟୀକାକରଣ…
( ) ଆଜି ସୁଦ୍ଧା 4 କୋଟି 82 ଲକ୍ଷ୍ୟ ଟୀକା ଦେଇ ସାରିଲୁଣି।2 କୋଟି 88 ଲକ୍ଷ୍ୟ ପ୍ରଥମ ଡୋଜ ଦେଇଛୁ
37 ଲକ୍ଷ୍ୟ ଲୋକ ପ୍ରଥମ ଡୋଜ ଟୀକା ଏବେ ବି ନେଇ ନାହାଁନ୍ତି। 31 ଲକ୍ଷ୍ୟ ଲୋକଙ୍କର ଦ୍ଵିତୀୟ ଡୋଜ ମଧ୍ୟ ବର୍ତ୍ତମାନ ସୁଦ୍ଧା ବାକି ରହିଛି। ଆମର ଲକ୍ଷ୍ୟ ରହିଛି ଜାନୁଆରୀ 15 ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଓମିକ୍ରନକୁ ଦୃଷ୍ଟିରେ ରଖିକି ସର୍ଭିଲାନସ ଜୋରଦାର କରାଯାଉଛି
ପଜେଟିଭ ଆସିଲେ ଜିନୋମ ଅନୁଶୀଳନ ପାଇଁ ପଠାଯାଉଛି।
ବିଜୟ ପାଣିଗ୍ରାହୀ,ପରିବାର କଲ୍ୟାଣ ନିର୍ଦେଶକ














