ବିଧାନସଭା ସଚିବଙ୍କ ସମେତ ଅନ୍ୟ ଦୁଇ ଜଣ ପିଜେଟିଭ ଚିହ୍ନଟ…

( )ବିଧାନସଭାରେ କୋଭିଡ ବାହାରିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା। ବିଧାନସଭା ସଚିବଙ୍କ ସମେତ ଅନ୍ୟ ଦୁଇ ଜଣ ପିଜେଟିଭ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେ ମାନେ ଆସିଥିବାରୁ ଆମର ଆଣ୍ଟିଜେନ ଟେଷ୍ଟ କରାଇଥିଲୁ । ମୋ ସମେତ 6 ଜଣଙ୍କର ଆନ୍ତିଯେନ ଟେଷ୍ଟ ନେଗେଟିଭ ଆସିଛି । ସଚିବଙ୍କ ସଂସ୍ପର୍ଶରେ ଅନ୍ୟ ଯେଉଁମାନେ ଆସିଛନ୍ତି ତାଙ୍କର ମଧ୍ୟ ଆଜି ଅଣ୍ଟିଜେନ ଟେଷ୍ଟ କରାଯିବ । ବିଧାନସଭା ପରେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକ ମାନଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ଆରଏମଆରସି ନିର୍ଦେଶୀକାଙ୍କ ଫୋନ ଯୋଗେ ଆଲୋଚନା କଲେ ବାଚସ୍ପତି ।

ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ବିୟୋଗରେ ବିଧାନସଭାରେ ହେଲା ଶୋକ ପ୍ରକାଶ…

{} ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ 11 ଜଣ ସେନା ଅଧିକାରୀଙ୍କ ବିୟୋଗରେ ବିଧାନସଭାରେ ଆଗତ ହେଲା ଶୋକ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଲେ ଶୋକ ପ୍ରସ୍ତାବ । ଏହାକୁ ବିରୋଧୀ ଦଳର ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ ଜଣାଇଛନ୍ତି ।

ଘରୁ ରାଗି ଚାଲିଆସିଥିବା ସଂଖ୍ୟା ଲଘୁ ନାବାଳିକା ଯାଜପୁର ରୋଡ୍ ରୁ ଉଦ୍ଧାର

0

ବ୍ଯାସନଗର  :  ଆଜିକାଲିର ସମାଜରେ ପିଲା ମାନଙ୍କ ମାନସିକତାକୁ ବୁଝିବା କଠିନ। କାରଣ ଛୋଟିଆ ପିଲାଙ୍କ ମନରେ କି ପ୍ରକାରର ଭାବନା ଉତ୍ପନ୍ନ ହୁଏ ତାହାକୁ ବୁଝିବା ଅସମ୍ଭବ। ଆଜି ସ୍ଥାନୀୟ ଅଞ୍ଚଳରେ ଏହିଭଳି କିଛି ଘଟିଛି।ମିଳିଥିବା ସୂଚନା ଅନୁଯାୟୀ କଟକ ଦରଘା ବଜାରରେ ରହୁଥିବା ଜଣେ ନାବାଳିକା ନାଚ ଶିଖବାକୁ ଚାହୁଁଥିବା ବେଳେ ଘରେ ଏହାକୁ ବିରୋଧ କରିଥିଲେ । ତେଣୁ  ସପ୍ତମ ଶ୍ରେଣୀରେ ପଢୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟର ନାବାଳିକା ଜଣକ ଘରୁ ରାଗି ଚାଲିଆସି ଯାଜପୁର ରୋଡ ରେଳଷ୍ଟେସନ ନିକଟରେ ଏଣେତେଣେ ବୁଲୁଥଲା। ନାବାଳିକାଟିର ହାବଭାବ ଲକ୍ଷ କରି ସ୍ଥାନୀୟ ସ୍ବେଚ୍ଛାସେବୀ ରାଜେଶ୍ ରାଉତ ପଚରାଉଚୁରା କରିବା ପରେ ଝିଅଟି ଘରୁ ରାଗି ଚାଲିଆସିଥିବା ଜଣାପଡିଥିଲା । ତେବେ ରାଜେଶ୍ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଅବଗତ କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ।ଖବର ପାଇ ଏସ୍କେ.ଲିଆକତ ହୁସେନ୍, ସୀମିତ କୁମାର ଜେନା, ଐଶୋରିୟା ନାୟକ ପ୍ରମୁଖ
ଆସି ପହଞ୍ଚିଥିଲେ। ରାଜେଶ୍ ସେମାନଙ୍କୁ ଛୁଆଟିକୁ ହସ୍ତାନ୍ତର କରିବା ସହିତ ଝିଅଟିକୁ ଯଥାଶୀଘ୍ର ନିିଜ ଘରକୁ ପଠାଇବାକୁ ଅନୁୁୁଅନୁରୋଧ କରିଥିଲେ। ସ୍ଥାନୀୟ ଆଇ ଆଇ ସି ଙ୍କ ନିର୍ଦ୍ଦେଶରେ ପଠାଇ ସମସ୍ତ ନିୟମ ଅନୁଯାୟୀ ଶିଶୁ ସୁୁସୁରକ୍ଷା କମିଟିକୁ ହସ୍ତାନ୍ତର କରିଥିଲେ । ରାଜେଶ୍ ଙ୍କ ସହିତ ସ୍ଥାନୀୟ ବାସିନ୍ଦା ତଥା ଯୁବ ନେତ୍ରୀ ମିଲି ମାହାଳିକ, ମତାଜୀ ମାହାଳିକ, ନିତ୍ୟାନନ୍ଦ ମହାଳିକ, ସମାଜସେବୀ ମନୋଜ ଦାସ ଉପସ୍ଥିତ ରହି ସହୋଯୋଗା କରିଥଲେ ।

ସାବଧାନ! ଓମିକ୍ରୋନ ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ…

{}ଯେମିତି କୋଭିଡ ପାଇଁ ସତର୍କତା ଅବଲମ୍ବନ କରାଯାଉଛି ସେମିତି ଓମିକ୍ରୋନ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । WHO କହିବା ଅନୁସାରେ, ଯେଉଁମାନେ ଭ୍ୟାକ୍ସିନ ନେଇ ନାହାନ୍ତି, କୋମୋର୍ବିଡ଼ ଲୋକ, ସେମାନଙ୍କ ପାଇଁ ଅଧିକ ରିସ୍କ । ଏହାସହ ଶିଶୁ ମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁ ମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି । ତେଣୁ ସ୍ବାସ୍ଥ୍ଯକର୍ମୀ ମାନଙ୍କୁ ତାଲିମ ଦିଆଯାଉଛି । WHO ଏବଂ ଅନ୍ୟ ଗବେଷକ ମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରୋନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ, ଗୁରୁତର ହେଉନାହାନ୍ତି, ମୃତ୍ୟୁ ନାହିଁ । ପଜିଟିଭ୍ ହୋଇଥିବା 4 ବିଦେଶ ଫେରନ୍ତା ଲକ୍ଷଣ ବିହୀନ ।

ବାଇଟ – ଡାକ୍ତର ବିଜୟ ମହାପାତ୍ର, ସ୍ବାସ୍ଥ୍ୟ ନିର୍ଦ୍ଦେଶକ

4 ବିଦେଶ ଫେରନ୍ତା ପଜିଟିଭ…

( )ଗତକାଲି ସୁଦ୍ଧା ରାଜ୍ୟକୁ ‘ ଆଟ ରିସ୍କ କଣ୍ଟ୍ରି’ ରୁ 982 ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ 4 ଜଣଙ୍କର କରୋନା ପୋଜିଟିଭ ଚିହ୍ନଟ । 4 ଜଣଙ୍କ ସାମ୍ପୁଲ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଛି । ବିଦେଶ ଫେରାନ୍ତଙ୍କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସେମାନେ ଫେରାର ନାହାନ୍ତି । କିଛି ଲୋକ ଫୋନ ଉଠାଉ ନାହାନ୍ତି । ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ଗାଁ ବୁଲି ସେମାନଙ୍କୁ ଟ୍ରେସ କରିବା କାମରେ ଲାଗିଛନ୍ତି । ଯଦି ତୃତୀୟ ଲହର ଆସେ, ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ପ୍ରଥମ ଓ ଦ୍ବିତୀୟ ଲହରରୁ ରାଜ୍ୟ ଅନେକ ଶିକ୍ଷା ପାଇଛି ।

ବାଇଟ – ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ବିଜେପି ବିଧାୟିକା ପଚାରିଥିବା ପ୍ରଶ୍ନର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ…

{}କୋଭିଡ ମୁକାବିଲା ଓ ସ୍ୱାସ୍ଥ୍ୟ ସେବା ନିମନ୍ତେ ରାଜ୍ୟରେ ବିଭିନ୍ନ ହସ୍ପିଟାଲ ଓ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରୋଗୀଙ୍କ ଚିକିତ୍ସା ବାବଦକୁ ଅକ୍ଟୋବର ସୁଦ୍ଧା ମୋଟ ୮୪୩ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା ଜିଲ୍ଲାରେ କୋଭିଡ ମେଡିକାଲ ଚିକିତ୍ସା ଅର୍ଥ ବାବଦକୁ ସର୍ବାଧିକ ଟଙ୍କା ବ୍ୟୟ କରାଯାଇଛି। ଖାସକରି ଭୁବନେଶ୍ୱରରେ ଥିବା ବିଭିନ୍ନ ହସ୍ପିଟାଲକୁ କୋଭିଡ କେୟାର ହସ୍ପିଟାଲରେ ପରିଣତ କରି ଏଠାରେ ରୋଗୀ ଚିକିତ୍ସା ଯୋଗାଇଦେବାକୁ ପାଖାପାଖି ୩୩୯ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି ବୋଲି ଆଜି ବିଧାନସଭାରେ ବିଜେପି ବିଧାୟିକା ପଚାରିଥିବା ଏକ ତାରକା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତଥ୍ୟ ଦେଇଛନ୍ତି। ସମ୍ ହସ୍ପିଟାଲକୁ କୋଭିଡ ଭିତ୍ତିଭୂମି ଓ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସର୍ବାଧିକ ୧୧୩ କୋଟି ଟଙ୍କା ଦେଇଛନ୍ତି ସରକାର । ଏହି କୋଭିଡ ହସ୍ପିଟାଲରେ ୩୯୦୧୦୩ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସ୍ୱାଭାବିକ ହୋଇପାରୁନି ବିଧାନସଭା…

()ଶୀତକାଳୀନ ଅଧିବେଶନ ର ଷଷ୍ଠ ଦିନରେ ଏକା ସାଙ୍ଗରେ ଶାସକ ବିରୋଧୀଙ୍କ ଅଭିନବ ଢଙ୍ଗରେ ପ୍ରତିବାଦ ଦେଖିବାକୁ ମିଳିଲା। ଗ୍ରୁହକାର୍ୟ୍ଯ ଆରମ୍ଭ ହେବା କ୍ଷଣି ବିରୋଧୀ କଂଗ୍ରେସ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ଯ ଭାଗରେ ହୋହାଲ୍ଲା ଓ ନାରାବାଜି କରି ପ୍ରତିବାଦ କରିଥିଲା ମମିତା ପ୍ରସଙ୍ଗ ନେଇ । ସେହିଭଳି ମୁଖ୍ଯ ବିରୋଧୀ ଦଳ ବିଜେପି ଘଣ୍ଟ, ଘଣ୍ଟି ବାଡେଇ ବିରୋଧ ପ୍ରଦର୍ଶନ କରିଥିଲେ। ସେହି ଏକା ସମୟରେ ଶାସକ ବିଜେଡିର ସଦସ୍ଯ ମାନେ ଗୃହର ମଧ୍ଯ ଭାଗକୁ ଆସି ବିରୋଧୀଙ୍କ ସଦବୁଦ୍ଧି ଉଦୟ ପାଇଁ ଗଙ୍ଗା ଜଳ ଛିଞ୍ଚିବା ସହ ସ୍ଲୋଗାନ ଦେଇଥିଲେ। ପରେ ପରେ ବାଚସ୍ପତି ଗୃହକୁ ୪ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ତାପରେ ଦେଖା ଯାଇଥିଲା ବିଧାନସଭା ପରିସରରେ ଭିନ୍ନ ଢଙ୍ଗରେ ପ୍ରତିବାଦ। ଏକା ସାଙ୍ଗରେ ବିଜେଡି, ବିଜେପି ଓ କଂଗ୍ରେସ ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ ଆରମ୍ଭ କରିଥିଲେ। ବିଜେଡିର ସଦସ୍ଯମାନେ ଗାନ୍ଧୀ ମୂର୍ତ୍ତି ତଳେ ହେ ପ୍ରଭୂ ବିରୋଧୀଙ୍କୁ ସଦବୁଦ୍ଧି ଦିଅ ଶୀର୍ଷକ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ। ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିରୋଧୀ ଲଗାତାର ଗ୍ରୁହକୁ ଅଚଳ କରୁଥିବାରୁ ଭଗବାନ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସ୍ଲୋଗାନ ଦେଇଥିଲା ବିଜେଡି। ସେପଟେ ବିଜେପି ବିଧାନସଭା ପରିସରରେ ଘଣ୍ଟ ବାଡେଇ ବା ସହ ଜଗନ୍ନାଥ ଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛି। ମୁଖ୍ଯମନ୍ତ୍ରୀ ଙ୍କ ସଦବୁଦ୍ଧି ଉଦୟ ପାଇଁ ପୂଜାର୍ଚ୍ଚନା ସହ ମହାପ୍ରସାଦ ମଧ୍ଯ ବଣ୍ଟନ କରିଛି ବିଜେପି। ସେହିପରି କଂଗ୍ରେସ ବିଧାନସଭା ଚାରିପଟ ପରିକ୍ରମା କରି ଶାସକ ବିରୋଧୀ ସ୍ଲୋଗାନ ଦେଇଛି। ଶାସକଦଳ ଙ୍କ ସବୁ ଚାଲବାଜି ଧରାପଡିଯିବା ପରେ ଏଭଳି ନାଟକୀୟ ପନ୍ଥା ଆପଣା ଇଛି ବିଜେଡି। ମୁଖ୍ୟମନ୍ତ୍ରୀ ଗ୍ରୁହ କୁ ଆସିବା ସହ ଯେ ପର୍ୟ୍ଯନ୍ତ ଦିବ୍ୟ ଶଙ୍କର ବହିଷ୍କୃତ ନହେଇଛନ୍ଚି ସେ ଯାଏଁ ଏଭଳି ପ୍ରତିବାଦ ଜାରି ରହିବ ବୋଲି ସ୍ପଷ୍ଟ ଭାଷାରେ ଜଣେଇ ଦେଇଛନ୍ତି ବିରୋଧୀ

ଓମିକ୍ରନ କୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ…

( ) ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା… ଗତକାଲି ସନ୍ଧ୍ୟା ଯାଏଁ କୌଣସି ବିଦେଶ ଫେରନ୍ତା ପଜିଟିଭ ବାହାରିନାହାନ୍ତି । 6 ବିଦେଶ ଫେରନ୍ତା ପଜିଟିଭ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହା ତର୍ଜମା କରାଯାଉଛି । ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ କରାଯିବ । ଆଟ ରିସ୍କ କଣ୍ଟ୍ରି ଫେରନ୍ତାଙ୍କୁ ଠାବ କରିବାକୁ ଜିଲ୍ଲା ସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ଆମେ ନିଶ୍ଚିତ ସମସ୍ତଙ୍କୁ ଖୋଜି ବାହାର କରିବୁ । ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ଏଯାଏଁ କାହାରି ମୃତ୍ୟୁ ହୋଇନି । ଟୀକା କାମ କରୁଛି ବୋଲି ସବୁ ବିଶେଷଜ୍ଞ ମତ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ଆସିଛି, ଓମିକ୍ରନକୁ ଡରିଲା ଭଳି ନୁହେଁ । 18 ବର୍ଷରୁ କମ ପିଲାଙ୍କ ଟୀକାକରଣ ଲାଗି କୌଣସି ନିର୍ଦେଶ ଆସିନି । ଯଦି ନିର୍ଦେଶ ଆସିବ, ଆମର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଟୀକା ବି ଅଛି । ଡିଏମଇଟି ରମା ରମଣ ମହାନ୍ତିଙ୍କ ପ୍ରତିକ୍ରିୟା… ରାଜ୍ୟରୁ 246 ନମୁନା ଜିନମ ସିକ୍ୱେନ୍ସିଂ ଲାଗି ଯାଇଛି । ଏସବୁ ନମୁନା ବୁର୍ଲା, ମୟୁରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ପଜିଟିଭ ନମୁନା । ଶୁକ୍ରବାର ଜଣା ପଡ଼ିବ କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ । ଏହାସତ୍ତ୍ୱେ ମୁଁ ଜନସାଧାରଣଙ୍କୁ ନିବେଦନ କରିବି, ଓମିକ୍ରନ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ। ଯେଉଁ ଜାଗାରେ ଓମିକ୍ରନ ଚିହ୍ନଟ ହେଲାଣି, ସ୍ୱଳ୍ପ ଲକ୍ଷଣ ଦେଖାଦେଉଛି । 18 ବର୍ଷରୁ କମ ବୟସ୍କଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ପର୍ଯ୍ୟାୟରେ ଅଛି । ଯଦି ସେମାନଙ୍କୁ ଟୀକା ଦିଆଯାଏ, ତେବେ ଆମେ 100 ପ୍ରତିଶତ ଜନସଂଖ୍ୟାକୁ ଟୀକାକରଣ କରାଯାଇ ପାରିବ ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବିଜେଡି ସାଂସଦଙ୍କ ଦାବି: କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଦେଲେ ଦାବି ପତ୍ର…

( ) ବିଜୁ ଜନତା ଦଳର ସାଂସଦମାନେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦେବାପାଇଁ ଆଜି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେଡି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୧୮୧୭ ମସିହାରେ ପାଇକ ବିଦ୍ରୋହ ଘଟିଥିଲା ଯାହାକି ବ୍ରିଟିଶ ରାଜ ବିରୁଦ୍ଧରେ ଭାରତର ପ୍ରଥମ ସଂଗଠିତ ସଶସ୍ତ୍ର ବିଦ୍ରୋହ ଥିଲା । ଏହା ଭାରତ ପାଇଁ ସ୍ଵାଧୀନତାର ପ୍ରଥମ ଯୁଦ୍ଧ ଥିଲା ଯାହାକି ୧୮୫୭ର ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିଲା , ଯାହାକୁ ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭାରତୀୟ ସ୍ଵାଧୀନତାର ପ୍ରଥମ ଯୁଦ୍ଧ କୁହାଯାଉଥିଲା । ଏହି ଯୁଦ୍ଧ ଓଡିଶାର ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ହୋଇଥ । ଗତ ଦୁଇ ଶତାବ୍ଦୀରୁ ବକ୍ସି ଜଗବନ୍ଧୁଙ୍କ ବୀରତ୍ଵର ଇତିହାସ ତଥା ଓଡିଶାର ସାହସୀ ପାଇକମାନେ ୪.୫ କୋଟି ଓଡ଼ିଆଙ୍କୁ ପ୍ରେରଣା ଯୋଗାଇ ଚାଲିଛନ୍ତି । ସମୟ ଆସିଛି , ଓଡିଆଙ୍କ ଏକ ପୀଢିର ଏହି ସଂଘର୍ଷ ଏବଂ ବଳିଦାନ ଇତିହାସରେ ଏହାର ଉପଯୁକ୍ତ ସ୍ଥାନ ପାଇବ । ପାଇକ ବିଦ୍ରୋହ ଭାରତର ଲୋକଙ୍କୁ ଶକ୍ତି ପ୍ରଦାନ ତଥା ସଂଗଠିତ କରିବାରେ ବାଟ କଢ଼ାଇଲା ଏବଂ ବ୍ରିଟିଶ ରାଜ୍ ବିରୁଦ୍ଧରେ ଦୃଢ ପ୍ରତିରୋଧ ସୃଷ୍ଟି କଲା , ଯାହା ଶେଷରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ବାଧକଲା ଏବଂ ଭାରତ ବିଦେଶୀ ଶାସନ କବଳରୁ ସ୍ଵାଧୀନତା ହାସଲ କଲା । ୧୮ ଜୁଲାଇ , ୨୦୧୭ରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶା ମନ୍ତ୍ରୀମଣ୍ଡଳ ପାଇକ ବିଦ୍ରୋହକୁ ସ୍ଵାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବା ପାଇଁ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପାରିତ କରିଥିଲେ । ୧୯ ଜୁଲାଇ , ୨୦୧୭ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ଏକ ଚିଠି ଲେଖୁ ପାଇକ ବିଦ୍ରୋହକୁ ସ୍ଵାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡିଶାର ଲୋକମାନେ ଏହି ପ୍ରସ୍ତାବକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଥିଲେ ଏବଂ ଆନନ୍ଦିତ ହୋଇଥିଲେ ଯେ ଶେଷରେ ପାଇକଙ୍କ ବୀର ମାଟିକୁ ଦେଶର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିରେ ସଠିକ୍ ଭାବରେ ସ୍ଵୀକୃତି ଦିଆଯିବ ଯାହା ଯୋଗ୍ୟ ଅଟେ । ୨୦ ଜୁଲାଇ , ୨୦୧୭ରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ଏକ ବିରାଟ ଦୁଇଶହ ବର୍ଷ ପୂର୍ତ୍ତି ସମାବେଶ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ । ଓଡିଶାର ବିଭିନ୍ନ ବର୍ଗର ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଏବଂ ଆଶା କରିଥିଲେ ଯେ ପାଇକ ବିଦ୍ରୋହକୁ ସ୍ଵାଧୀନତାର ପ୍ରଥମ ସଂଗ୍ରାମ ଭାବରେ ଘୋଷଣା କରାଯିବ ।୨୩ ଅକ୍ଟୋବର , ୨୦୧୭ରେ ତତ୍କାଳୀନ ମାନ୍ୟବର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଦକର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ପାଇକ ବିଦ୍ରୋହ ଇତିହାସ ପୁସ୍ତକରେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ଵାଧୀନତାର ପ୍ରଥମ ଯୁଦ୍ଧ ଭାବରେ ସ୍ଥାନ ପାଇବ । ଛାତ୍ରଛାତ୍ରୀମାନେ ୧୮୧୭ର ପ୍ରକୃତ ଇତିହାସ ଶିଖୁବେ । ଏହା ଓଡିଶାର ଲୋକଙ୍କ ପାଇଁ ବହୁତ ଖୁସି ଆଣିଦେଇଥିଲା ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ବର୍ଷର ସଂଘର୍ଷ ପରେ ଶେଷରେ ପାଇକ ବିଦ୍ରୋହକୁ ସ୍ଵାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବରେ କେନ୍ଦ୍ର ରାଜି ହୋଇଗଲା । ତେବେ ନିକଟରେ ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିବାକୁ କେନ୍ଦ୍ର ମନା କରିଦେବା ପରେ ଓଡିଶାର ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ସେମାନଙ୍କୁ କଷ୍ଟ ଦେଇଛି । ସଂସଦରେ ୨ ଡିସେମ୍ବର , ୨୦୨୧ରେ ଅଣତାରକା ପ୍ରଶ୍ନ ନଂ ୪୮୫ର ଉତ୍ତର ଦେଇ ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହକୁ ସ୍ଵାଧୀନତାର ପ୍ରଥମ ସଂଗ୍ରାମ କୁହାଯାଇପାରିବ ନାହିଁ । ଉତ୍ତରରେ ଆହୁରି ଅଧିକ ଯନ୍ତ୍ରଣାଦାୟକ ହେଉଛି , ଏହି ଐତିହାସିକ ପାଇକ ବିଦ୍ରୋହକୁ ଏନ୍‌ସିଇଆରଟିର ଅଷ୍ଟମ ଶ୍ରେଣୀର ଇତିହାସ ପାଠ୍ୟପୁସ୍ତକରେ କେବଳ ଏକ ’ କେସ୍ ଷ୍ଟଡି ’ ଭାବେ ସ୍ଥାନ ପାଇବ ଯାହାକି ୧୮୫୭ କାର୍ଯ୍ୟକ୍ରମ ସହିତ ଜଡିତ , ଯାହାଦ୍ଵାରା ଏହି ମହତ୍ଵପୂର୍ଣ୍ଣ ପାଇକ ବିଦ୍ରୋହକୁ କେବଳ ୧୮୫୭ର ଏକ ପାଦଚିହ୍ନ ଭାବରେ ଉପସ୍ଥାପନ କରାଯିବ । ଆମେ , ଓଡିଶାର ନିର୍ବାଚିତ ଲୋକ ପ୍ରତିନିଧୀମାନେ , ଭାରତ ଏବଂ ସମଗ୍ର ବିଶ୍ବରୁ ଓଡିଆଙ୍କ ଠାରୁ ଶହ ଶହ ଫୋନ୍‌କଲ୍‌ ଗ୍ରହଣ କରୁଛୁ , ଯେଉଁମାନେ ଏହି ଉତ୍ତରକୁ ଓଡିଶାର ସମୃଦ୍ଧ ଇତିହାସ ଏବଂ ସଂସ୍କୃତି ପ୍ରତି ଅପମାନ ବୋଲି ବିଚାରୁଛନ୍ତି । ଏହା ହେଉଛି ଓଡିଆ ଅସ୍ମିତା , ଓଡିଆ ଇତିହାସ , ଓଡିଆ ସଂସ୍କୃତି , ଓଡିଆ ସଭ୍ୟତା , ଓଡିଆ ଆତିଥ୍ୟ ଏବଂ ଓଡିଆ ପରମ୍ପରା ପାଇଁ ଏହା ଏକ ବଡ଼ କ୍ଷତି । ଓଡିଶାର ୪.୫ କୋଟି ଲୋକ ତଥା ସମଗ୍ର ବିଶ୍ଵରେ ଗର୍ବିତ ଓଡିଆମାନେ ସେମାନଙ୍କର ଓଡିଆ ପରିଚୟ ଏବଂ ଇତିହାସରେ ଏହି ଆଘାତ ପାଇଁ ଦୁଃଖ । ଓଡିଶାର ୪.୫ କୋଟି ଲୋକଙ୍କ ସହ ଆମେ ଦୃଢ ଭାବରେ ଦାବି କରୁଛୁ ଯେ ଭାରତ ସରକାର ତୁରନ୍ତ ପାଇକ ବିଦ୍ରୋହକୁ ସ୍ଵାଧୀନତାର ପ୍ରଥମ ସଂଗ୍ରାମ ଭାବରେ ଘୋଷଣା କରିବା ଉଚିତ ଏବଂ ମାନବ ସମ୍ବଳ ବିକାଶର ତତ୍କାଳୀନ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ମତକୁ ମଧ୍ୟ ବିଚାର କରିବା ଉଚିତ୍ । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ , ଓଡିଶାର ଗର୍ବ ଏବଂ ଗୌରବ ଏବଂ ୪.୫ କୋଟି ଓଡ଼ିଆ ଆମକୁ ବିଶ୍ରାମ ନେବାକୁ ଦେବେ ନାହିଁ । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେଡିର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପସ୍ଥିତ ଥିଲେ ।

ବିରୋଧିଙ୍କ ସଦବୃଦ୍ଧି ହେଉ: ପ୍ରମିଳା

() ଲୋକଙ୍କ ଆଶିର୍ବାଦ ରେ ପାଞ୍ଚ ପାଞ୍ଚଥର ଜିତିଥିବା ମୁଖ୍ୟମନ୍ତ୍ରୀ ଙ୍କୁ ବିଜେପିର କର୍ମକର୍ତ୍ତା ମାନେ ଓ ବିରୋଧୀ ଦଳର ନେତାମାନେ ଯୋଉ ଭଳି ବ୍ୟବହାର କରୁଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି।ଉପନିର୍ବାଚନରେ ଜୋତା ପକେଇବା ଠାରୁ ଆରମ୍ଭ କରି ପୁରୀ ରେ ମୁଖ୍ୟମନ୍ତ୍ରୀ ଙ୍କ ଗାଡିକୁ ଅଣ୍ଡା ପକେଇଲେ ସାରା ଓଡିଶାବାସୀ ତାହା ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ଦୋଷୀଙ୍କୁ କେବେ ବି ଛାଡି ନାହାଁନ୍ତି। ଏବେ ମଧ୍ଯ କଠୋର କାର୍ୟ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସେ ଯାଉଛନ୍ତି। ବିଜେପି ଦଳର ନେତାଙ୍କ ବୁଦ୍ଧି ପଶୁନି । ଗ୍ରୁହକୁ ନଆସି ମୁଖ୍ୟମନ୍ତ୍ରୀ ଙ୍କୁ ଗାଳିଗୁଲଜ କରିବା , ଅଶାଳୀନ ବ୍ୟବହାର କରିବା, ଚିଠି ଲେଖିବା, ବିଭିନ୍ନ ପ୍ରକାର କଥା କହିବା ଏସବୁ କାର୍ୟ୍ଯ ରେ ସେମାନେ ମାତିଛନ୍ତି। ସେମାନେ ଚାହୁଁ ନାହାଁନ୍ତି ଯେ ବିଧାନସଭା ନ ଚଲେଇଦେବା, ବିଧାନସଭା ଚାଲିବାରେ ସହଯୋଗ ନକରିବା, ଅଶାଳୀନ ବ୍ୟବହାର କରିବା ସବୁ ଓଡିଶାବାସୀ ଦେଖୁଛନ୍ତି। ଠିକ୍ ସମୟରେ ଏହାର ଜବାବ୍ ଦେବେ ଓଡିଶାବାସୀ।

Follow us

20,832FansLike
0FollowersFollow
14,700SubscribersSubscribe

Latest news