ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି….

( ) ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ପାଇଁ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ – ମୁଖ୍ୟମନ୍ତ୍ରୀ।

କମିଶନରେଟ୍‌ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ।

{ }ଭୁବନେଶ୍ବର-କଟକ କମିଶନରେଟ୍‌ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିନିମନ୍ତେ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଶାଖା ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସଂଧାନ କରି ପଦକ୍ଷେପ ନେବେ। ଜଣେ ଡିସିପିଙ୍କ ଅଧୀନରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟ କରିବ । ଏଥିରେ ଜଣେ ଅତିରିକ୍ତ ଡିସିପି, ୩ ଜଣ ଏସିପି, ୯ଜଣ ଇନ୍‌ସପେକ୍ଟର, ୧୨ଜଣ ସବ୍‌ଇନିସ୍‌ପେକ୍ଟର, ୩ ଜଣ ଏଏସ୍‌ଆଇ (ଯୋଗାଯୋଗ), ୩ ଜଣ କନେଷ୍ଟବଳ (ଯୋଗାଯୋଗ) ଓ ୨୭ ଜଣ କନେଷ୍ଟବଳ, ଏହିପରି ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା କାର୍ଯ୍ୟ କରିବ।ସେହିପରି କମିଶନରେଟ୍‌ ପୋଲିସ ଅଞ୍ଚଳରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଏହି ଅଞ୍ଚଳରେ ୩ ଗୋଟି ନୂତନ ଥାନାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହି ନୂଆ ଥାନା ଗୁଡିକ ହେଲା – ପାହାଳ, ଇନ୍‌ଫୋଭାଲି ଓ ବୟାଳିଶମୌଜା/ବେଣ୍ଟକାର । ବାଲିଅନ୍ତା ଥାନା ଅଧୀନରେ କାମ କରୁଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ କାମ କରୁଥିବା ଇନ୍‌ଫୋଭାଲି ଫାଣ୍ଡି ଓ କଟକ ସଦର ଥାନା ଅଧୀନରେ କାମ କରୁଥିବା ବେଣ୍ଟକାର ଫାଣ୍ଡିକୁ ଉନ୍ନୀତ କରାଯାଇ ଏହି ୩ଟି ନୂତନ ଥାନା ସୃଷ୍ଟି କରାଯାଇଛି ।

ଓମିକ୍ରନର ଭୟାବହତା କୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି…

( ) ଓମିକ୍ରନର ଭୟାବହତା କୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି । ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନ କୁ ଆମେ ଗୁରୁତ୍ୱ ଦେଉଛୁ । ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି । ଜିନମ ସିକ୍ୟୁଏନସିଂ କରାଯାଉଛି ଟୀକା କୁ ଆମେ ଗୁରୁତ୍ୱ ଦେଉଛୁ । ଶୀଘ୍ର ଟୀକା କରଣ ପାଇଁ ଆମର କାର୍ଯ୍ୟ ଜାରି ରହିଛି । ଆର୍ଟ ରିକ୍ସ ଦେଶ ରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା ଚଳାଇଛି । ଏହି ଭ୍ୟାରିୟାଣ୍ଟ ଅଧିକ ଘାତକ ହେଉ କି ନ ହେଉ ଆମକୁ ସତର୍କ ରହିବାକୁ ପଡ଼ିବ ।
ବାଇଟ – ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନୀତି ଆୟୋଗଙ୍କ ସହ ବସିଥିବା ରାଜ୍ୟ ସରକାରଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ….

{ }ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ବହୁତ ଉନ୍ନତି କରିଛି । ସମାଜିକ ଓ ଅର୍ଥନୈତିକ କ୍ଷତ୍ରରେ ଓଡିଶା ସୂଚକାଙ୍କ ପାଲଟିଛି କହିଲେ ମୁଖ୍ୟମନ୍ତ୍ରୀ । ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ଲୋଡିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ କରିବ ନୀତି ଆୟୋଗ ବୋଲି କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ପାଇଁ ନୀତି ଆୟୋଗର ସହାୟତା ଦରକାର ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ରାଜ୍ୟର ମୁଣ୍ଡ ପିଛା ଆୟ ବଢିବା, କୃଷି କ୍ଷେତ୍ରରେ ଉନ୍ନତି ଓ ଖଣି ଖାଦାନରେ ଉନ୍ନତି ପାଇଁ ଫିଜିକାଲ ଡେଫସିଟ 5 ପ୍ରତିଶତ ତଳେ ରହିଛି ବୋଲି କହିଛନ୍ତି ରାଜୀବ କୁମାର । ଏହା ସହ ରାଜ୍ୟକୁ ସେ ପରାମର୍ଶ ଦେଇ କହିଛନ୍ତି ରାଜ୍ୟର ଖଣିଜ ଉତ୍ପାଦନକୁ 2 ପ୍ରତିଶତରୁ ଅଧିକ କରିବା ପାଇଁ କହିଛନ୍ତି । ରାଜ୍ୟର ନିରନ୍ତର ବିକାଶ ଧାରାକୁ ଆଗକୁ ନେବା ପାଇଁ ଏକ ଏସଡ଼ିଜି ମନୀଟରିଙ୍ଗ ୟୁନିଟ କରିବା ପାଇଁ ସସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜୀବ କୁମାର । ପୋଷଣ, ସ୍ୱାସ୍ଥ୍ୟ, ମୁଣ୍ଡ ପିଛା ଆୟ, ଜିଡ଼ିପି ର ଗ୍ରୋଥ ହୋଇଛି । ମାତ୍ର ଏହାକୁ ମିନିଟରିଙ୍ଗ କରିବା ପାଇଁ ଏକ ଏସଡ଼ିଜି ୟୁନିଟ ଗଠନ ପାଇଁ ମଧ ଦେଇଛନ୍ତି ପରାମର୍ଶ ।

ବିକାଶ ର ପଥରେ ନୟାଗଡ ଓ ଜଗତସିଂହପୁର…

( )ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା
ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା।

ସାରା ରାଜ୍ୟର ୨୮ଟି ଜିଲ୍ଲା ସାମିଲ।

ନୟାଗଡର ୭.୭୦ ଲକ୍ଷ ଓ ଜଗତସିଂହପୁରର ୯ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ – ମୁଖ୍ୟମନ୍ତ୍ରୀ।

ନୟାଗଡରେ ୧୦୦୦ କୋଟି ଓ ଜଗତସିଂହପୁରରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ।

ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ୧୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ନୟାଗଡ ମାଟିର ଗୌରବ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତ ତଥା ସଂଗ୍ରାମୀ, ଶହୀଦ ରଘୁ ଦିବାକରଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସାରା ରାଜ୍ୟରେ ପିଇବା ପାଣି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ଏହାଦ୍ବାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ । ନୟାଗଡର ମିଶନ ଶକ୍ତିର ମା ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସ୍‌ରେ ସୁବିଧା ପାଇଁ ୧୬୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଜିଲ୍ଲାରେ ଭଲ କାମ ହେଉଛି ବୋଲି କହିଥିଲେ ।
ସେହିପରି ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଂଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ । ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦର୍ଶୀ କାର୍ଯ୍ୟକ୍ରମ ଯୋଗୁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ । ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ…

( ) କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ର ଦକ୍ଷିଣବଡ଼ ପଞ୍ଚାୟତର ବିଶିଷ୍ଟ ବିଜେପି ନେତା ଶ୍ରୀ ସନ୍ତୋଷ କୁମାର ସାହୁ ଓ ବୁୟାଁ ବନାପୁର ପଞ୍ଚାୟତର ନିରୋଜ ଦ୍ୱିବେଦୀ ବିଜେପି ଦଳ ଛାଡ଼ି ସେମାନଙ୍କର ସମର୍ଥକମାନଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ଶ୍ରୀ ସାହୁ ଓ ଶ୍ରୀ ଦ୍ୱିବେଦୀ ପିସିିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଯୋଗଦାନ ଭଣ୍ଡାରୀପୋଖରୀରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା…

( )ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।

ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪।

୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ।

{ } ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଅଛି ।ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ । ତେଣୁ ସାଇବର ଅପରାଧ ତଥା ତଦ୍ ଜନିତ ଆର୍ଥିକ ଅପରାଧକୁ ରୋକିବା ତଥା ଏଭଳି ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ବର୍ତ୍ତମାନ ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ର ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ । ଏହା ଦ୍ଵାରା ଏହି ଥାନର ସଖ୍ୟା ୧୪ରେ ପହଞ୍ଚିଲା ।

ଏହି ୧୪ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ନିମ୍ନଲିଖିତ ୧୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ। ସେଗୁଡିକ ହେଲା – କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଂଜ,ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳ। ଏହି ଥାନା ମାନଙ୍କରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ଟି ପଦବୀ ସୃଷ୍ଟି କରାଯାଇଛି । ସେମାନଙ୍କ ମଧ୍ୟରେ ୧୪ଟି ଇନ୍ସପେକ୍ଟର, ୨୮ଟି ସବ୍ଇନ୍ସପେକ୍ଟର, ୨୮ଟି ଏ.ଏସ୍.ଆଇ (ଯୋଗାଯୋଗ), ୨୮ଟି କନେଷ୍ଟବଳ (ଯୋଗାଯୋଗ) ଓ ୫୬ଟି କନେଷ୍ଟବଳ ପଦବୀ ଅନ୍ତର୍ଭୁକ୍ତ । ଏମାନଙ୍କ ବ୍ୟତୀତ Finance ଓ Accounts Analyst, IT Expert, ଓ Cyber forensic expert ପରି ୯୦ ଜଣ ବିଶେଷଜ୍ଞଙ୍କୁ ମଧ୍ୟ ଏହି ଥାନା ମାନଙ୍କରେ ନିୟୋଜିତ କରାଯିବ ବୋଲି ଜଣାଯାଇଛି । ରାଜ୍ୟ ସଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ଦେବା ଦିଗରେ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

ଶିଲାଇ ଶିକ୍ଷା ଓ ମେସିନ୍ ଦେବା ଆଳରେ ଠକେଇ, ଠକ ଫେରାର୍।

0

ସେମିଳିଗୁଡା (ବିି.ନି.ଓ) ୧୪/୧୨ : କୋରାପୁଟ ଜିଲ୍ଲାର  ସେମିଳିଗୁଡା ବ୍ଳକ୍ ଅଧୀନରେ ଥିବା ଦୁଧାରୀ ପଞ୍ଚାୟତ ଅନ୍ତର୍ଗତ ବହୁ ଗାଁ ର ମହିଳା ଓ ଝିଅ ମାନେ ଠକାମି ର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗାଁ ର କିଛି ମହିଳାଙ୍କ ଅଭିଯୋଗ ଅନୁସାରେ ଦୁଧାରୀ, ଘାଟଗୁଡା, ସୁଣ୍ଡିପୁଟ୍, ପୁଟସିଲ୍, ଚିକଲ୍ ମାରି,ବାରକୋଟଣି ଆଦି ଗାଁ ର ପ୍ରାୟ ତିନି ଶହ ମହିଳା ଓ ଯୁବତୀଙ୍କୁ ସିଲାଇ ଟ୍ରେନିଂ ଓ ମେସିନ୍ ଦେବାର ପ୍ରଲୋଭନ ଦେଖାଇ ଏକ ଠକ ଲକ୍ଷାଧିକ ଟଙ୍କା ଧରି ଫେରାର୍ ହୋଇଯାଇଛି। ଖବର ମତେ ସରକାରଙ୍କ ପକ୍ଷରୁ ଆଦିବାସୀ ମାନଙ୍କର ବିକାଶ ଲାଗି ସରକାର ନୂତନ ଯୋଜନା ଆରମ୍ଭ କରିଛନ୍ତି କହି ଫର୍ମ ପୂରଣ କରି ପ୍ରତ୍ୟେକ ବ୍ୟକ୍ତି ପିଛା ଦୁଇ ରୁ ତିନି ଶହ ଟଙ୍କା ଆଦାୟ କରିଥିଲେ। ଏଥିସହ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆଧାର କାର୍ଡ ନକଲ ଓ ଫଟୋ ମଧ୍ୟ ଆଦାୟ କରିଥିଲେ । ସରଳ ଆଦିବାସୀ ମହିଳାଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାଲାଗି ଏକ ଫୋନ୍ ନଂ ମଧ୍ୟ ଦେଇଥିଲା ଠକ ଜଣକ। ତେବେ ଦୁଧାରୀ ଗାଁ ର ଗୀତା କୁଲଦୀପ୍ , ଅବନ୍ତି ବାଗ୍, ସାଲମି ଟାକିରି, ମିନି ଟାକିରି ଓ ଜୁଲାନ୍ତି ବାଗ୍ ଙ୍କର ସନ୍ଦେହ ସୃଷ୍ଟି ହେବାରୁ ଠକର ଫୋନ୍ ନମ୍ବରକୁ କଲ୍ କରିବାରୁ ଅପରପକ୍ଷରେ କେହି ଫୋନ୍ ଉଠାଇ ନଥିଲା ଓ ପରେ ଫୋନ୍ ଟିକୁ ବନ୍ଦ କରିଦେଇଥିଲା । ଫଳରେ ମହିଳା ମାନେ ଠକାମିର ଶୀକାର ହୋଇଥିବା ସ୍ପଷ୍ଟ ହୋଇଥିଲା ।ତେବେ ସରକାରଙ୍କ ଯୋଜନା ଆଳରେ ସରଳ ଆଦିବାସୀ ମାନଙ୍କୁ ଠକୁଥିବା ଏପରି ବ୍ଯକ୍ତି ବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

ନିଆଁ ଆଁ ରେ ଇଲେକ୍ଟ୍ରୋନିକସ୍ ଦୋକାନ, ଲକ୍ଷାଧିକର ସାମଗ୍ରୀ ପାଉଁଶ।

0

କୋରାପୁଟ  ବି.ନି.ଓ. ୧୪/୧୨  : ଘଟଣା ଟି ଘଟିଛି ୨୬ନଂ ଜାତୀୟ ରାଜପଥ ସେମିଳିଗୁଡାର ସୀତାରାମ ନଗର ରାମ ମନ୍ଦିର ସମ୍ମୁଖରେ ଥିବା କିଶୋରୀନନ୍ଦନ ଏଣ୍ଟରପ୍ରାଇଜର୍ସ ଇଲେକ୍ଟ୍ରୋନିକ୍ ଦୋକାନରେ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଦୋକାନ ମାଲିକ ଆଦିତ୍ଯ ପରିଚ୍ଛା ପ୍ରତିଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୧୧ଟା ସମୟରେ ଦୋକାନରୁ ଧୂଆଁ ବାହାରୁଥିବା ଦେଖି କିଛି ସ୍ଥାନୀୟ ବାସିନ୍ଦା ଶ୍ରୀ ପରିଚ୍ଛାଙ୍କୁ ଖବର ଦେବା ସହ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଦୋକାନ ମାଲିକ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଦୋକାନ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ । ତେବେ ନିଆଁର ମାତ୍ରା ଏଭଳି ଥିଲା ଯେ, ଗୋଟିଏ ଦମକଳ ଯଥେଷ୍ଟ ନଥିଲା। ତେଣୁ ତୁରନ୍ତ HAL ର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ମିଗ୍ କାରଖାନାର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଦୀର୍ଘ ଚାରି ରୁ ପାଞ୍ଚ ଘଣ୍ଟାର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ନିଆଁ ଲିଭାଇବାକୁ ଚେଷ୍ଟା ସମୟରେ ଆଉ ଏକ ଅଘଟଣ ଘଟିଥିବା କହିଛନ୍ତି କିଛି ପ୍ରତ୍ଯକ୍ଷଦର୍ଶୀ । ସେମାନଙ୍କ କହିବା ଅନୁଯାୟୀ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗ ପ୍ରଥମେ ବିଦ୍ଯୁତ ବିଭାଗକୁ ବିଦ୍ଯୁତ ସରବରାହ ବିଚ୍ଛିନ୍ନ କରିବାକୁ କହିଥିଲେ । ତେବେ ଏହାକୁ ବିଭାଗ କାର୍ଯ୍ୟକାରୀ ମଧ୍ୟ କରିଥିଲେ। କିନ୍ତୁ ନିଆଁ ଲିଭାଇବା ସମୟରେ ହଠାତ୍ ବିଦ୍ଯୁତ ସରବରାହ ପୁନଃ ଚାଲୁ ହୋଇଯାଇଥିଲା। ଫଳରେ ନିଆଁ ଲିଭା କାର୍ଯ୍ୟରେ ଲିପ୍ତ ଥିବା  ୩ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ଦୋକାନ ମାଲିକ ଆଦିତ୍ଯ ପରିଚ୍ଛା ଓ ସ୍ଥାନୀୟ ଅଞ୍ଚଳର ୨ ଜଣ ବିଦ୍ଯୁତ ଆଘାତରେ ଛିଟିକି ପଡିଥିଲେ। ଯାହାକି ନିଶ୍ଚିତ ମୃତ୍ୟୁ ମୂଖରୁ ବଞ୍ଚିଯାଇଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁଯାୟୀ ବିଦ୍ଯୁତ୍ ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ  ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ହାବିଲଦାର ଶ୍ରୀ ବାରିକଙ୍କ କହିବା ଅନୁଯାୟୀ ପ୍ରାୟ କୋଡିଏ ରୁ ପଚିଶି ଲକ୍ଷ ଟଙ୍କାର ଟିଭି,ଫ୍ରିଜ୍,ୱାସିଙ୍ଗ୍ ମେସିନ୍ ତଥା ବହୁ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉଦ୍ଧାର କରାଯାଇ ପାରିଥିବା ବେଳେ ଆନୁମାନିକ ପ୍ରାୟ କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।ସେମିଳିଗୁଡା ଅଗ୍ନିଶମ କେନ୍ଦ୍ର ଅଧିକାରୀ ଦେବୀପ୍ରସାଦ ଦାସଙ୍କ ନେତୃତ୍ୱରେ ହାବିଲଦାର ରଶ୍ମି ରଞ୍ଜନ ବାରିକ୍ ଓ ଅନ୍ୟ କର୍ମଚାରୀ ଏସ୍.ବୀରା, ପି.ପ୍ରଧାନ,ପି.ସୁରେଶ୍ ,ଏନ.ସି.ନାହାକ, ଜେ.ଏନ୍.ସ୍ବାଇଁ ଙ୍କ ସହ HAL ଅଗ୍ନିଶମ ମ୍ଯାନେଜର ବସନ୍ତ ପାତ୍ର, ଅଶୋକ ସ୍ବାଇଁ, ସାନ୍ତନୁ ରାୟ, ବିଶ୍ବର୍ ଖୋସଲା, ଶରତ ଚନ୍ଦ୍ର ପରିଡା, ରାଜେଶ ଖରା, ଅନିଲ୍ ଖିଲ, ଡମ୍ବରୁ କୁଲଦୀପ୍ ଓ କିଛି ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ୍ତ କରିବାରେ ସହାୟତା କରିଥିଲେ ।

ଓମିକ୍ରୋନରୁ ସୁରକ୍ଷା ଦେବ ଟୀକା…

{ } ଓମିକ୍ରୋନରୁ ସୁରକ୍ଷା ଦେବ ଟୀକା । ସମସ୍ତେ ଯଥାଶୀଘ୍ର ଟୀକା ନେବାକୁ ଅନୁରୋଧ କଲା ସ୍ବାସ୍ଥ୍ୟ ବିଭାଗ । 100 ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟୀକା । ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ । ଲୋକଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ଜନ ପ୍ରତିନିଧି ଓ ସାମାଜିକ କର୍ମୀଙ୍କୁ ଅନୁରୋଧ କଲା ସ୍ବାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟୀକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟୀକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟୀକା ନେଇ ନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ । 4 କୋଟି 62 ଲକ୍ଷ ଡୋଜ୍ ଦିଆ ସାରିଲାଣି । 87.4 ପ୍ରଥମ ଡୋଜ୍ ସରିଛି । ପ୍ରାୟ 40 ଲକ୍ଷ ଲୋକ ନେଇନାହାନ୍ତି ।

ବାଇଟ – ଡାକ୍ତର ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ

କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା….

( ) କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା।
କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ ଧରି ଜଓ୍ୱାଦ୍ ବାତ୍ୟା ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ । ଆଜି ସଂଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗଙ୍କ ପୁର୍ବାନୁମାନ ଅନୁସାରେ କୃଷକମାନଙ୍କୁ ପାଚିଲା ଶସ୍ୟ ଓ ଉଦ୍ୟାନଜାତ ଦ୍ରବ୍ୟ କ୍ଷେତରୁ ଆଣି ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା । କୃଷକମାନେ ମଧ୍ୟ ବହୁ ଚେଷ୍ଟା କରିଥିଲେ । ଏତେ କମ୍ ସମୟ ମଧ୍ୟରେ ସମସ୍ତ ଧାନ, ପନିପରିବା ଓ ଅନ୍ୟାନ୍ୟ ଖରିଫ୍ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ସମ୍ଭବ ହୋଇନଥିଲା ।ଆଲୋଚନାରୁ ଜଣାପଡ଼ିଥିଲା ଯେ ପ୍ରାଥମିକ ଆଖି ଦେଖା ଆକଳନ ଅନୁସାରେ ୧୨ ଟି ଜିଲ୍ଲା ଅନ୍ତର୍ଗତ ୧୩୧ ଟି ବ୍ଲକ୍ରେ ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଜମିର ଖରିଫ୍ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ । ପ୍ରକୃତ କ୍ଷୟକ୍ଷତି ଆକଳନ ପ୍ରାୟ ୭ ଦିନ ମଧ୍ୟରେ ସରିଯିବ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ।ଖରିଫ ଫସଲ ପାଚିବା ସମୟରେ ଏହି ସାମୁଦ୍ରିକ ବାତ୍ୟା ଜନିତ ବର୍ଷା ଚାଷୀମାନଙ୍କର ପ୍ରଭୁତ କ୍ଷତି କରିଛି ବୋଲି କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ କହିଥିଲେ । ଜମିରେ ପାଣି ଜମି ରହିବାରୁ ଚାଷୀ ମଧ୍ୟ ରବି ଫସଲ ନିମନ୍ତେ ମଞ୍ଜି ବୁଣିବାରୁ ବଂଚିତ ହୋଇଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ଜେନା କହିଥିଲେ । ୬ ଜଣ ବିଶିଷ୍ଟ ଏହି ଟିମ୍ ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସି ଗଂଜାମ, ପୁରୀ, ଜଗତସିଂପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବାସହ ଚାଷୀମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ । ବି.ଦ୍ର.- ସବିଶେଷ ସୂଚନା ପାଇଁ ଦୟାକରି ଇଂରାଜୀ ପ୍ରେସ୍ ରିଲିଜ୍ ଦେଖନ୍ତୁ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news