ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ…

( )ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ। କୋଭିଡ ପାଇଁ ରାତି 10 ରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗିଥିବା କଟକଣା ହଟିଛି। ଏଣିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଗାଡି ଚାଳଚଳ ପୂର୍ବନିର୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ।ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ। କୋଭିଡ ପାଇଁ ରାତି 10 ରୁ ସକାଳ 5 ଟା ପର୍ଯ୍ୟନ୍ତ ଲାଗିଥିବା କଟକଣା ହଟିଛି। ଏଣିକି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଗାଡି ଚାଳଚଳ ପୂର୍ବନିର୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି। କୋଭିଡ ସଂକ୍ରମଣ କମିଥିବା ରୁ ସରକାର ଏଭଳି ନିସ୍ପତି ନେଇଛନ୍ତି। ଗତ ଜାନୁଆରୀ ମାସ ରେ କୋଭିଡ ସଂକ୍ରମଣା କୁ ଆଖି ଆଗରେ ରଖି ରାତି 9 ଟା ରୁ ସକାଳ 5 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କଟକଣା ଲାଗୁ କରିଥିଲେ। ସଂକ୍ରମଣ ରେ କିଛି ପରିମାଣ ହ୍ରାସ ଘଟିବାରୁ ନାଇଟ କର୍ଫ୍ୟୁ କୋହଳ କରି ରାତି9 ପରିବର୍ତ୍ତ ରାତି 10ରୁକାର୍ଫ୍ୟୁ କଟକଣା ଲାଗୁ କରିଥିଲେ।ଏବେ ସମ୍ପୂର୍ଣ୍ଣ କଟକଣା ହଟିଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ଲାଗୁ କରିବା ପାଇଁ ଏସ ଆର ସି ବିଂଜ୍ଞପ୍ତି ରେ ସ୍ପସ୍ଟ କରିଛନ୍ତି।

ପାରୁଛନ୍ତି ପ୍ରଣବ, ପ୍ରତିଶୋଧ ପରାୟଣ ବିରୋଧି….

() ଚଳିତ ପଞ୍ଚାୟତ ନିର୍ବାଚନ ହେଉଛି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପାଇଁ ଅଗ୍ନିପରୀକ୍ଷା । କାରଣ ଦଳର ସଂଗଠନ ଦାୟିତ୍ୱ ପାଇବା ପରେ ଗାଁ ଭୋଟ ତାଙ୍କ ପାଇଁ ପ୍ରଥମ । ବିଗତ ତିନୋଟି ଉପନିର୍ବାଚନରେ ତାଙ୍କ ଗୋଟି ଚାଳନା ସଫଳ ହୋଇଥିବାରୁ ବିଜେଡିର ବିଜୟ ହୋଇଛି । ଏବେ ଗାଁର ପାଳି । ଯାହା ସବୁଠାରୁ ସମ୍ବେଦନଶୀଳ ନିର୍ବାଚନ । 2017 ପଞ୍ଚାୟତ ନିର୍ବାଚନରେ ବିଜେଡି 20ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିବାବେଳେ ବିଜେପି ଖାତାକୁ ୨ଟି ଆସନ ଯାଇଥିଲା । ହେଲେ ଏଥର ଚିତ୍ର ଭିନ୍ନ ।

 

ବିଜେପି ବିଜୟର ସବୁଠାରୁ ବଡ଼ ଗଡ଼ ଥିଲା ମୟୂରଭଞ୍ଜ । ପଞ୍ଚାୟତ ଜିତିବା ପରେ 2019 ନିର୍ବାଚନରେ ମୟୂରଭଞ୍ଜରେ ବିଜେପିର ବିଜୟ ବାନା ବୁଲିଥିଲା । ହେଲେ ଏବେ ବିଜେଡି ପକ୍ଷରୁ ମୟୂରଭଞ୍ଜ ଦାୟିତ୍ବ ନେଇଛନ୍ତି ବବି । ସେଠାରେ ରହି ସାରା ରାଜ୍ୟର ସଂଗଠନକୁ କଣ୍ଟ୍ରାଲ ବି କରୁଛନ୍ତି । ଯେଉଁଥି ପାଇଁ 30ଟି ଯାକ ଜିଲ୍ଲା ଦଖଲର ଦମ୍ଭୋକ୍ତି ଦେଖାଇଛି ବିଜେଡି । ହେଲେ ବିଜେପିକୁ ଏହା ହଜମ ହେଉ ନାହିଁ । ଗେରୁଆ ଦଳ ରକ୍ତମୁଖା ହୋଇଛି । ଗାଁ ଗାଁରେ ରକ୍ତ ସଂଘର୍ଷ କରୁଥିବା ଅଭିଯୋଗରେ ଛନ୍ଦି ହେଲାଣି ବିଜେପି ।

 

ଅନ୍ୟପଟେ ବ୍ୟକ୍ତିଗତ ସ୍ତରରେ ବିରୋଧି ଭଲ ଭାବେ ଜାଣିଛି ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମାତ୍ ଦେବା କାଠିକର ପାଠ । ସେମାନଙ୍କ ନେତା ବି ମାନୁଛନ୍ତି ଯେ ବବି ଯେପରି ମ୍ୟାନେଜ କରୁଛନ୍ତି, ସେପରି ବିଜେପି ଓ କଂଗ୍ରେସ କରିବା ଅସମ୍ଭବ । ଏହି କାରଣରୁ ବିଜେପି ପ୍ରତିହିଂସା ପରାୟଣ ହୋଇ ପଡ଼ିଛି । ଅନ୍ୟପଟେ ପୁରୁଣା ପ୍ରସଙ୍ଗ ଧରି କଂଗ୍ରେସ ଅପପ୍ରଚାରରେ ମାତିଛି l ପଂଚାୟତ ନିର୍ବାଚନରେ ବବି କିଛି ଏପରି ଗୋଟି ଚଳାଇଲେ ଯେ ଯାଜପୁର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହର କରିଦେଲେ । ସେହିପରି ଡେଲାଙ୍ଗ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡିରେ ମିଶିଲେ ।

 

ବବିଙ୍କ ଅଙ୍କ କୋଷା ଯୋଗୁ ଯେପରି ବିରୋଧୀ ଶିବିର ଖାଲି ହେଉଛି, ସେହି ରୋଷର ଶିକାର ହେଉଛନ୍ତି ରାଜ୍ୟବାସୀ । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ହିଂସାକାଣ୍ଡ କରୁଛି । ଯାହାକୁ ପରୋକ୍ଷ ଓ ପ୍ରତ୍ୟକ୍ଷରେ ସମର୍ଥନ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ହେଭିକ୍ରେଜ ନେତା । ତେବେ ଧର୍ମେନ୍ଦ୍ରଙ୍କୁ ଚୁପଚାପ୍ ଶୁଣୁନି ବିଜେଡି । ଦଳ ପକ୍ଷରୁ ବବି ଦେଉଛନ୍ତି ଜବାବ ଆଉ ମନେ ପକାଇ ଦେଉଛନ୍ତି ଗେରୁଆ ଦଳ କରୁଥିବା ଦେଶ ସାରା ଗୁଣ୍ଡାଗିରି । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ସେନାପତି ବବିଙ୍କ ସଂଗଠନ ଦକ୍ଷତା ଉପରେ ଆହୁରି ମୋହର ମାରୁଛି । ସବୁଠାରୁ ବଡ ମନ୍ତ୍ର ହେଉଛି ପ୍ରଣବ ଯୁବ, ଛାତ୍ର, ମହିଳା, ବରିଷ୍ଠ ସଭିଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ସବୁ କାମକୁ ସୁପରିଚାଳନା କରୁଛନ୍ତି l ଟିମ୍ ସ୍ପ୍ରିରିଟ ବବିଙ୍କୁ ସବୁ ସଫଳତା ଦେଉଛି l

ସ୍ବପ୍ନକୁ କଣ ମାପିହୁଏ….

() ସବୁଦିନ ପରି ସେଦିନ ବି ସାଇରାମ ଦୋକାନରେ ସଂନ୍ଧ୍ୟାରେ ପହଞ୍ଚି  ଚିକୁ କହିଲା ପ୍ରଭୃ ଚା କପେ ଦିଅନ୍ତୁ  । ତାହାରି ଭିତରେ ଚିକୁ ମନରେ ଉଙ୍କି ମାରୁଥାଏ ଅନେକ କଥା  ।  ଠିକ ସେହି ସମୟରେ ଚା କପଟିଏ ବଢାଇେଦଲା ଦୋକାନି  । ଚା ପି ରିଲାକ୍ସ ହେବା ପରେ  ସାଇରାମକୁ ଚିକୁ ମନରେ ଥିବା କଥା ଗୁଡ଼ିକ କହିଚାଲିଲା  । କଣ ଥିଲା ତାହାର ସ୍ବପ୍ନ  ।  ଚିକୁର ସ୍ବପ୍ନ ଏତେ ଲମ୍ବା ଥିଲା ଯେ ସାଇରାମ ବି କହୁଥାଏ ଭାଇ କଣ ଏତେ କଥା ଥିଲା ତମ ମନରେ  । କାହିଁଜଣା ପଡ଼ୁନାହିଁ ତମକୁ ଦେଖିଲେ  । ସତରେ ଭାଇ ତମେ ଭାରୀ ଭାଗ୍ୟବାନ , ସ୍ବପ୍ନ ପୂରଣ ହୋଇନି , କି ସେ ସ୍ବପ୍ନ ଗୁଡ଼ିକର ଏେତେ ଲମ୍ବା ଅଛି ଯେ ଦୁନିଆରେ ତାକୁ କେହି  ମାପି ପାରିବେନି  । ତେବେ କଣ ଏମିତି ସ୍ବପ୍ନ ଦେଖିଛି ଚିକୁ  । ତାହାକୁ ନେଇ ଦୋକାନରେ ଚା ପିଉଥିବା ଜଣେ ୬୦ ବର୍ଷର ବୃଦ୍ଧ କହିଲେ ଆରେ ବାପା ସୁବ ସ୍ବପ୍ନ କଣ ପୂରଣ ହୁଏ  , ହେଲେ ବାସ୍ତବ ହେଲା ସ୍ବପ୍ନକୁ ନେଇ ଯଦି କର୍ମ କରାଯାଏ ତେବେ ସ୍ବପ୍ନ ପୂରଣ ହେଉ କି ନହେଉ ମନରେ କିଛି ଅବଶୋଷ ରହେ ନାହିଁ  ।  ଏମିତି ବେଳେ ଚା  ଦୋକାନୀ କହିଲା ମଉସା ସେ ଚିକୁ ଭାଇର ଏ ରାତିର ସ୍ବପ୍ନ ନୁହେଁ ମ   , ଯାହା କେବଳ ଆଖି ବୁଝିଲେ ଆସେ । ଭାଇ ପା ଏଠି ବସି ବି ସ୍ବପ୍ନ ଦେଖୁଛନ୍ତି  । ହଁ ଏକଥା ସତ  ମୋତେ ଲାଗୁଛି ଭାଇଙକର ସବୁ ସ୍ବପ୍ନ ଯେମିତି ପୂରଣ କରିଦେଉଛନ୍ତି ଭଗବାନ  । ନହେଲେ କିଏ କଣ ଏେତ ସ୍ବପ୍ନ ଦେଖିପାରିବ  । ସ୍ବପ୍ନକୁ ନେଇ ପା କେତେ ଗପ , କେତେ ସିନେମା , କେତେ କବିତା ଓ କେତେ ନାଟକ  ।  ଶୋଇଲେ ଜଣେ ସ୍ବପ୍ନ ଦେଖଲେ , କିନ୍ତୁ ଶୋଇ ସ୍ବପ୍ନ ଦେଖି ତାହାକୁ ପୂରଣ କରିବାକୁ ଆଜି ଅନେକ ଯୁବଗୋଷ୍ଠୀ ଦିନରାତି ଏକ କରିଦେଇଛନ୍ତି  । କର୍ମ ଠିକ ରହିଲେ , ଭାଗ୍ୟ ସାତ ଦେଲେ  ସ୍ବପ୍ନ ବୋଲି ଶଦ୍ଧ କିଛି ରହିବ  ନାହିଁ  । ଚା ଦୋକାନୀ ଓ ମଉସାଙ୍କ  କଥା ଶୁଣିଶୁଣି ନିଜର ନିରବତା ଭାଙ୍ଗିଲା ଚିକୁ  । କହିଲା  ସାଇରାମ, ମଉସା ଯାହା କହିଲେ ସତ ସବୁ ସ୍ବପ୍ନ ପୂରଣ ହୁଏନି  । କିନ୍ତୁ ସ୍ବପ୍ନକୁ ନେଇ ଖୁସିରେ ଜୀବନ କାଟାଇବ ହେଉଛି ସମୟର ଆହ୍ବାନ  । ମନେକର ଏଇ ଯେମିତି ମୁଁ ଜଣେ ରାଜନେତା ହେବି ବୋଳି ଛାତ୍ର ଜୀବନରୁ ପ୍ରଚେଷ୍ଟା ଜାରୀ କରି ସଂଘର୍ଷ କଲି , ଛାତ୍ର ନେତା ହେଲି  । ହେଲେ ସମୟ ଆହ୍ବାନ ଏମିତି ଆସିଲା ଆଜି ଜଣେ ସାମ୍ବାଦିକ  ବୃତ୍ତିକୁ ଆପଣାଇଛି  । ଯାହାକୁ କେବେ ସ୍ବପ୍ନ ଦେଖିନଥିଲି  । ହେଲେ ଏବେ ପଂଚାୟତ ନିର୍ବାଚନ କିଏ କେତେ ପ୍ରାର୍ଥୀ ହେଉଛନ୍ତି  । କାଳେ ଏଥର ବହୁ ଶିକ୍ଷିତ ଯୁବକ ଯୁବତୀ ରାଜନୀତିକୁ ଓହ୍ଲାଇଛନ୍ତି  । କାହିଁ ଆମେ ତ କଲେଜରୁ ଛାତ୍ର ନେତା, ରାଜନୀତି କରିବାକୁ କେତେ କଣ ଇଚ୍ଛା ଥିଲା  । ସାଙ୍ଗମାନେ ତ କହୁଥିଲେ ମୁଁ କାଳେ ବିଧାୟକ ହେବି  ଓ ସେମାନେ କିଏ କଣ ଦାୟିତ୍ବ ନେବେ  । ଏମିତି କେତେ କଣ  । କିଏ କିଏ ତ ଟିକେ ଅଧିକ କହି କହୁଥାଏ , ଭାଇ ତମେ ଭାଗ୍ୟରେ ମନ୍ତ୍ରୀ ଯୋଗ ଅଛି ପରା  । ବାସ ଏମିତି ବେଳେ ଚିକୁର ମୋବାଇଲ ରିଙ୍ଗ ହେଲା  । ହଠାତ ଚିକୁ ଚା ଦୋକାନୁରୁ ବାହାରି ଆସି କହିଲା ଭାଇ ଚେଞ୍ଜ ପଇସା ନାହିଁ   । କାଲି ଦେବି  । ଗାଡ଼ି ଷ୍ଟାଟ କରିବା ବେଳେ ମଉସା ପଚାରିଲେ କିରେ ବାବୁ କଣ ସ୍ବପ୍ନ ପୂରଣ ହୋଇଗଲା କି ଆଜି ,,,,,, ଏତିକି ଶୁଣି ଚିକୁ କହିଲା ମଉସା ଏଯାଏ ଆପଣ ସ୍ବପ୍ନକୁ ମାପିପାରିଲେନି  ।ସ୍ବପ୍ନକୁ କଣ ମାପିହୁଏ….

 

ବିଜେପିର ପ୍ରେସମିଟକୁ କଡା ଜବାବ ଦେଇଛି ବିଜେଡି…

( )ବିଜେପିର ପ୍ରେସମିଟକୁ କରି ଜବାବ ଦେଇଛି ବିଜେଡି । ବିଜେପିର ନିର୍ବାଚନୀ ହିଂସା ଅଭିଯୋଗକୁ କଡ଼ା ଜବାବ ଦେଲା ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ବିଜେଡି ଏକ ଶାନ୍ତିପ୍ରିୟ ଦଳ । ନିର୍ବାଚନରେ ହିଂସାର ନାହିଁ ସ୍ଥାନ । ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ରକ୍ତମୁଖା ହୋଇପଡ଼େ । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । ବିଜେପି ହିଂସାକୁ ପ୍ରଶୟ ଦେଉଛି । ବିଜେପିର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଗୁଣ୍ଡାଗିରି କରି ବେଲରେ ଅଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଙ୍କ ସାମ୍ବାଦିକ ସମ୍ମିଳନୀ…

( ) ନିର୍ବାଚନ କମିଶନ ଙ୍କ କଟକଣା ସରକାର ମାନୁ ନାହାଁନ୍ତି । ଗତକାଲି କଣାସ, କୃଷ୍ଣପ୍ରସାଦ ବାଲେଶ୍ୱର ସବୁଠି ନିର୍ବାଚନ ହିଂଶା ହୋଇଛି । 2 ଜଣ ସମ୍ବାଦିକ ଙ୍କୁ ମାଡ ହୋଇଛି । ଘଟଣା କୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗଲେ ଗାଁ କୁ ଗଲେ ବି ମାଡ ଖାଇବେ । ଗାନ୍ଧୀ ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ଦୂର କଥା ନୋମିନେସନ କରିପାରି ନ ଥାନ୍ତେ । ନିର୍ବାଚିତ ପ୍ରତିନିଧି ଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନ ରେ ମଦ ଓ ମାଂଶ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି ବିଜେଡି ଦାୟୀ । ମତ ଦାନ ବେଳେ କୃଷ୍ଣ ପ୍ରସାଦ ବ୍ରହ୍ମଗିରି ରେ ଭୋଟ ଅପହରଣ ଵୋମା ମାଡ ଘଟଣା ରୁ ସ୍ପଷ୍ଟ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର କୁ ହତ୍ୟା କରିଛନ୍ତି ।ଆଜି ନବୀନ ବାବୁ ଙ୍କ ଘର ପଛ ପଟେ ବିରାଟ ହୋଟେଲ ନିର୍ମାଣ ପାଇଁ ଯୋଜନା ହେଉଛି । ଲିଙ୍ଗରାଜ ଜମି ହଡପ ପାଇଁ ଯୋଜନା ଚାଲିଛି । ମାମଲା ସୁପ୍ରିମକୋର୍ଟ ରେ ଥିବା ବେଳେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପୁନର୍ବିଚର ପାଇଁ ଆମେ ରିଭ୍ୟୁ ପିଟିସନ କରିବୁ ।

ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ…

( )ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ। 30 ଜିଲ୍ଲା ର 68 ବ୍ଲକରେ 186 ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ। 20466 ବୁଥ ରେ ନିର୍ବାଚନ ହେବ। ଏଥିରୁ 3065ଟି ସମ୍ବେଦନ ବୁଥ ରହିଛି। ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମୋଟ 37245 ପୋଲିସ ନିୟୋଜିତ ରହିବେ।225 ପ୍ଲାଟୁନ ପୋଲିସ ଫୋର୍ସ
1514 ପଂଚାୟତରେ ହେବ ନିର୍ବାଚନ।

କଟକଣା କୋହଳ ଲାଗି କେନ୍ଦ୍ର ନିର୍ଦେଶ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା…

( ) ରାଜ୍ୟରେ କୋଭିଡ ସ୍ଥିତି ଓ କଟକଣା କୋହଳ ଲାଗି କେନ୍ଦ୍ର ନିର୍ଦେଶ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା… । ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ । ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା ଉପରେ ନଜର ରହିଛି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି । ପୁନଶ୍ଚ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବା । ଯଦି ଆଜିର ଷ୍ଟାଟସ ଦେଖିବା, 2ରୁ 3ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହିଛି । ଏବେକାର ସ୍ଥିତିରେ ଆମେ ଭଲ ଆଡ଼କୁ ଯାଉଛେ । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ ।

ତୃତୀୟ ଲହର ସରିଲାଣି କି ବୋଲି ପ୍ରଶ୍ନରେ କହିଛନ୍ତି, ଲହର କେବେ ସରେ ନାହିଁ । ମହାମାରୀ ହେଲେ, କିଛିଦିନ ବଢ଼େ, କିଛିଦିନ କମେ । ତାପରେ ଧୀରେ ଧୀରେ କମେ । ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛନ୍ତି ।ରାଜ୍ୟରେ କୋମରବିଡ଼ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ 60 ଭାଗ ରହିଛି ।ନିର୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦେଶ ଦେଇଛନ୍ତି । ଯଦି ତାହାକୁ ନ ମାନିବା, ତାହେଲେ ସଂକ୍ରମଣ ପୁଣି ବଢ଼ିପାରେ । ତାହା ଆଗକୁ ଜଣାପଡ଼ିବ ।

ବାଇଟ- ଡାକ୍ତର ବିଜୟ ମହାପାତ୍ର, ସ୍ୱାସ୍ଥ୍ୟ ନିର୍ଦେଶକ

କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ମନ୍ତବ୍ୟ ଡାହା ମିଛ: ବିଜେଡି

( )ଆକ୍ରମଣ କରିନଥିଲେ ତ ହାଇକୋର୍ଟରୁ ଜାମିନ କ’ଣ ପାଇଁ ?।
 କେନ୍ଦ୍ରମନ୍ତ୍ରୀଙ୍କ ଆରୋପ ରାଜନୈତିକ ଓ ନୈତିକତା ଦୃଷ୍ଟିରୁ ନିମ୍ନ ସ୍ତରର।
{ } କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଜି ତାଙ୍କର ବିବୃତ୍ତି ଜରିଆରେ ଯେଭଳି ମିଥ୍ୟା ତଥ୍ୟ ରଖିଛନ୍ତି ତାହା ଡାହା ମିଛ ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ମାରାଣ୍ଡି ।
ଶ୍ରୀ ମାରାଣ୍ଡି ଆଜି ଏକ ବିବୃତ୍ତି ଜରିଆରେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଯଦି ଉକ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିନଥିଲେ ତେବେ ସେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ କରିଥିବା କାର୍ଯ୍ୟ ପାଇଁ ଜାମିନ କାହିଁକି ପାଇଛନ୍ତି?
କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ସରକାରୀ କର୍ମଚାରୀ ନିଜ ହାତକୁ ନିଜେ ଭାଙ୍ଗିଛନ୍ତି ଯାହା ରାଜନୈତିକ ଏବଂ ନୈତିକତା ଦୃଷ୍ଟିରୁ ଅତ୍ୟନ୍ତ ନିମ୍ନ ସ୍ତରର କଥା ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।

ପୂର୍ବତନ ବିଧାୟକ କାଙ୍ଗାଳି ପଣ୍ଡାଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ…

( )ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ କାଙ୍ଗାଳି ବାବୁ ଦୀର୍ଘଦିନ ଧରି କଂଗ୍ରେସ ଦଳରେ ରହି ସଂଗଠନକୁ ସୁଦୃଢ଼ କରିବାପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କାଙ୍ଗାଳି ବାବୁ ଜଣେ ସ୍ନେହୀ, ପରୋପକାରୀ, ସ୍ପଷ୍ଟବାଦୀ, ଗାନ୍ଧୀବାଦୀ ନେତାଭାବେ ପରିଚିତ ଥିଲେ । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବହୁ ଜନମଙ୍ଗଳ କାର୍ଯ୍ୟ କରିଯାଇଛନ୍ତି ଯାହାକି କାଙ୍ଗାଳି ବାବୁଙ୍କୁ ସବୁଦିନ ପାଇଁ ଲୋକେ ମନେ ରଖିବେ । କାଙ୍ଗାଳି ବାବୁଙ୍କ ବିୟୋଗ ରାଜ୍ୟ ରାଜନୀତିରେ ବିଶେଷ କରି କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି । ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ସମବେଦନା ଜଣାଇଛନ୍ତି ।

୨୮ରୁ ଆସିବେ ବିଦ୍ୟାର୍ଥୀ…

( )ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ସମ୍ବନ୍ଧୀତ ପ୍ରେସ୍ ବିବୃତି: ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ୧୪ ବଦଳରେ ୨୮ ଫେବୃଆରୀ ୨୦୨୨ରୁ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ଯ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏଥି ସହିତ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ସ୍କୁଲ ଗୃହ ବ୍ୟବହାର ହେବ। କୋଭିଡ୍ ପରିପ୍ରେକ୍ଷୀରେ ଏହା ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବା ସମ୍ଭାବନା ରହିଛି ତେଣୁ ସ୍କୁଲ୍ ପରିସରକୁ ସାନିଟାଇଜ୍ କରି ପାଠପଢା ନିମନ୍ତେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news