ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ କରାଯିବା ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସୋମବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ଏମ୍ସ ନୁଆଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇବା ସହ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ସୋଆର କୁଳପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି ।ପ୍ରଫେସର ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଫେସର ନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତାଙ୍କର ଦେଶ ପ୍ରତି ଅବଦାନ ଅତୁଳନନୀୟ ବୋଲି କହିଥିଲେ । ଏହି ସମ୍ମାନ ସୋଆ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନଜିତ ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।
୭୬ତମ ସାଧାରଣତନ୍ତ୍ର ଦିବସ, ଅସହାୟଙ୍କୁ ସାହା ହେଲେ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ…
() ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ ମଧ୍ୟ ପାଳନ କରିଛି ସାଧାରଣତନ୍ତ୍ର ଦିବସ। ସାଧାରଣତନ୍ତ୍ର ଦିବସରେ ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନ। ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନେ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ରହୁଥିବା ସମସ୍ତ ପିଲାମାନଙ୍କ ସହ ମିଶି ପ୍ରଥମେ ପତକା ଉତ୍ତୋଳନ କରିବା ପରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯୋଗଦେଇଥିଲେ। ଏହାପରେ ସେ ପିଲାମାନଙ୍କୁ ବିସ୍କୁଟ,ଫଳ,ଜଳଖିଆ ଆଦି ବଣ୍ଟନ କରିବା ସହିତ ସେମାନଙ୍କ ସହ କିଛି ସମୟ କଟାଇଥିଲେ। ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ରହୁଥିବା ସମସ୍ତ ପିଲାମାନଙ୍କୁ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନେ ସାଧାରଣତନ୍ତ୍ର ଦିବସର ପାଳନର ଉଦ୍ଦେଶ୍ୟ, ଭାରତର ସମ୍ବିଧାନର ମହତ୍ୱ ସଂପର୍କରେ ପିଲାଙ୍କୁ ଅବଗତ କରାଇଥିଲେ। ଶେଷରେ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାରର ମୂଖ୍ୟ ପବିତ୍ର ମୋହନ ସାହୁ ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ମିଟ୍ ଆଣ୍ଡ ଗ୍ରିଟ୍ ସଂଗଠନର ସଦସ୍ୟ ଅରୁପ ନାୟକ, ଶ୍ରୀତମ ବାରିକ ମନୋରଞ୍ଜନ ସାରଙ୍ଗୀ, ସୀତମ ବାରିକ୍ , ଦିବ୍ୟଜ୍ୟୋତି ଭୂଇଆ, ଅମ୍ରିତ କୁମାର ସାହୁ, ଶମ୍ଭୁନାଥ ବିଶ୍ବାଳ, ଦେବାଶିଷ ପୃଷ୍ଟି, ସୁରଜ୍ ଦାସ, ଜଗଦୀଶ ଜେନା ରାଜ ପରିଡା ,ଆଶିଷ ଜେନା ବିକାଶ ସାମଲଙ୍କ ସହ ଅନେକ ସଦସ୍ୟ ସାମିଲ୍ ହୋଇଥିଲେ l
ପଦ୍ମ ସମ୍ମାନ ତାଲିକାରେ ସୋଆର ପୂର୍ବତନ କୁଳପତି…
ଭୁବନେଶ୍ୱର, ଜାନୁଆରୀ ୨୫: ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ଏବଂ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି । ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରହିଥିବା ପ୍ରଫେସର ମହାପାତ୍ର ଷ୍ଟାନଫୋର୍ଡ଼ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ଵର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକ ଙ୍କ ତାଲିକାରେ ୨୦୨୪ରେ ସ୍ଥାନିତ ହୋଇଥିଲେ।
ଏହି ଘୋଷଣା ପରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ ) ମନୋଜରଞ୍ଜନ ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ବିଶ୍ଵବିଦ୍ୟାଳୟ ନିମନ୍ତେ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।
ଆଇଟିଇଆର ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ
() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି ।ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ସୋଆର ଆଇଟିଇଆରକୁ ‘ର୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ୍’ ଭାବେ ପ୍ରତିପାଦିତ କରାଯାଇଥିଲା । ଆଇଟିଇଆର୍ରେ ର୍ୟାଗିଙ୍ଗ୍କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ କିମ୍ବା ସେଭଳି ପରିବେଶ ଏଠାରେ ନାହିଁ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଥିଲା ।ସୋଆ ପକ୍ଷରୁ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍ସଲ୍ଟାନି୍ସ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଶ୍ରୀ ଉତ୍କର୍ଷ କୁମାର, ବରିଷ୍ଠ ସାମ୍ବାଦିକ ଶ୍ରୀ ବଲବିର ଦତ, ବିଶିଷ୍ଠ ପରିବେଶବିତ୍ ଶ୍ରୀ କୌଶଳ କିଶୋର ଜୟସ୍ୱାଲ୍, ରାଡିସନ୍ ବ୍ଲୁର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ନନ୍ଦିନୀ ଗୁପ୍ତା ଓ ଜେନେରାଲ ମ୍ୟାନେଜର ଶ୍ରୀ ହେମନ୍ତ ମେହେଟା ଅତିଥି ଭାବେ ଯୋଗ ଦେଇଥିଲେ ।
ଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନର ୩ୟ ବାର୍ଷିକ ଉତ୍ସବ : ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା
ଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନ କଟକ ଓ ଭୁବନେଶ୍ଵର ର ସଭ୍ୟ ,ସଭ୍ୟା, ଅଗ୍ରଣୀ ଇଲେକ୍ଟ୍ରିକାଲ୍ କମ୍ପାନୀ ମାନଙ୍କ ବରିଷ୍ଟ ଅଧିକାରୀ ଙ୍କୁ ନେଇ ବିଗତ ୩ ବର୍ଷ ହେବ ଭୁବନେଶ୍ଵର ଓ କଟକ ଠାରେ ଅନୁଷ୍ଠିତ ହୋଇ ଆସୁଅଛି। ଚଳିତ ବର୍ଷ ଅକେଜନ ବନକ୍ୟୁଟ ଠାରେ ଏହି ବାର୍ଷିକ ଉତ୍ସବ ପରିପାଳନ କରାଯାଇଛି,, ଟୁଇନ ସିଟି ଇଲେକ୍ଟ୍ରିକାଲ୍ ଆସୋସିଏସନ ବ୍ୟବସାୟ ସହ ମାନବିକତା ଏବଂ ଗ୍ରାହକ ସନ୍ତୁଷ୍ଟି କୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟତଃ ଗଠନ କରାଯାଇଛି ।ଏହି ସଂଗଠନର ଲକ୍ଷ୍ୟ ହେଉଛି କଟକ ଏବଂ ଭୁବନେଶ୍ୱର ସହରର ଇଲେକ୍ଟ୍ରିକାଲ୍ ବ୍ୟବସାୟୀମାନଙ୍କୁ ଏହାର ସମ୍ପୃକ୍ତ ଲୋକଙ୍କ ସହିତ ବୈଦ୍ୟୁତିକ ବ୍ୟବସାୟ ସମ୍ପ୍ରଦାୟ ବିକାଶ ପାଇଁ ଏକତ୍ରିତ କରିବା ଯେପରି ବ୍ୟବସାୟ ରେ ସାଧୁତା କୁ ଆୟୁଧ କରି ଗରାଖ ଓ ବ୍ୟବସାୟି ଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଠନ କରିବା ତତସହିତ ସାମାଜିକ ସେବା, ଯେପରିକି ରକ୍ତଦାନ ଶିବିର, ଅଭାବୀ ଲୋକଙ୍କୁ ଦୈନନ୍ଦିନ ଆବଶ୍ୟକତା ବଣ୍ଟନ ଏବଂ ଗ୍ରୀଷ୍ମ ଦିନରେ ପାନୀୟ ଜଳ ଶିବିର ସେବା, ବାସହୀନ ଲୋକଙ୍କୁ କମ୍ବଳ ଓ ନିତ୍ୟ ବ୍ୟବହୃତ ସମାଗ୍ରୀ ବଣ୍ଟନ ଇତ୍ୟାଦି ସାମାଜିକ କାର୍ଯ୍ୟ କରାଯାଉଛି।
ବିଗତ ଦିନରେ ବିଦ୍ୟୁତିକ କର୍ମ ନିପୁଣ ମାନଙ୍କୁ ଜ୍ଞାନକୌଶଳ ଓ ନୂତନ କାରିଗରୀ ବିଦ୍ୟାରେ କିପରି ନେଇ ଆହୁରି କୁଶଳି କୌଶଳୀ ହେବେ ସେଥିପାଇଁ ଅନେକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି ଯାହାର ପ୍ରତୀକ ସ୍ଵରୂପ ଆମ ଓଡିଶା ର କୁଶଳୀ ବୈଦ୍ୟୁତିକ ଶ୍ରମଜୀବୀ ଆଜି ନିଜକୁ ସାରା ଓଡିଶାରେ କାହିଁକି ଭାରତ ରେ ମଧ୍ୟ ପ୍ରତିଷ୍ଠା ଲାଭ କରିପାରିଛନ୍ତି…ଚଳିତ ବର୍ଷ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ର ମୁଖ୍ୟ ସହଭାଗୀତା ପ୍ରତିଷ୍ଟିତ ଇଲେକ୍ଟ୍ରିକାଲ୍ କମ୍ପାନୀ ପଲିକାବ ଇଣ୍ଡିଆ ଦ୍ୱାରା କରାଯାଇଛି,,ତତ୍ସତ ଉପ ସହଭାଗୀତା ଭାବେ ପ୍ରଭାତ କେବୁଲ, କୋନା ଇଣ୍ଡିଆ, ହାବେଲ୍ସ କମ୍ପାନୀ ଓଆରଏସ କେବୁଲ ଏଲହାର୍ଡ ମାର୍କେଟିଂ, ଷ୍ଟର୍ ଲାଇଟ୍ ବାହନ ,ସିଆ,କିରନ କାବ, ଭି ଗାର୍ଡ, ପ୍ରିସିସନ,,ନିଉ ହ୍ଵାଇଟ୍, କୋଲରସ, ଏକିଜେ, ଉଇପ୍ରୋ, ଙ୍କ ଦ୍ଵାରା,,, ଏହି ଅବସରରେ ଆସୋସିଏସନ ର ସଭାପତି ଶ୍ରୀ ଅଶୋକ କୁମାର ଦାସ ସଭାପତିତ୍ଵ କରିବା ସହ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିବା ସହ ସମସ୍ତ ସଭ୍ଯ ମାନଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ..ସମ୍ପାଦକ ପବନ ପାରୀକ୍ଷ୍ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ, ପ୍ରତିଷ୍ଠାତା ଅନିଲ ଗୋଏଙ୍କା ମୁଖ୍ୟାଂଶ ରେ ବକ୍ତବ୍ୟ ରଖିଥିଲେ ,ଉପସଭାପତି ଅମିତ୍ ଅଗ୍ରୱାଲ ଙ୍କ ସହ ଧୀରଜ ପଟୋଡିଆ, ମନୋଜ ଜେନା, ନିଗମାନନ୍ଦ ସାହୁ, ବିଶ୍ଵଜିତ ମହାନ୍ତି ଙ୍କ ସହ ସମସ୍ତ ଅନୁଷ୍ଠାନ ର କର୍ମକର୍ତ୍ତା ଓ ବିଭିନ୍ନ ଅଗ୍ରଣୀ ଇଲେକ୍ଟ୍ରିକାଲ୍ କମ୍ପାନୀ ମାନଙ୍କର ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ ଓ ସେମାନଙ୍କ ମୂଲ୍ୟବାନ ମତ ପ୍ରକାଶ କରିଥିଲେ ପରିଶେଷରେ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା…
ବିଜେଡିର ଦରଦାମ ଗର୍ଜନ, ଜନସମୁଦ୍ର ରାଜଧାନୀ, ମୋହନ ସରକାର, ମହଙ୍ଗା ସରକାର: ନବୀନ
()ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁ ନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ସଉଦାଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ଜିନିଷର ଦର ଏବେ ଆକାଶ ଛୁଆଁ। ଅଦିନିଆ ବର୍ଷା ଫସଲହାନୀରେ ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ। ଦରଦାମ ବୃଦ୍ଧି ନେଇ ଓଡିଶାବାସୀ ହନ୍ତସନ୍ତ ହେବା ପରେ ମୋହନ ସରକାରଙ୍କୁ ଏମିତି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟନାୟକ l ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରି ମୋହନ ସରକାର କିପରି ଜନ ବିରୋଧୀ କାର୍ଯକ୍ରମ କରୁଛନ୍ତି ତାହାକୁ ବଖାଣିଛନ୍ତି ନବୀନ ପଟ୍ଟନାୟକ l ସମସ୍ତଙ୍କୁ ନମସ୍କାର ଓ ଜୁହାର. ବନ୍ଧୁଗଣ, ଦର ବୃଦ୍ଧି ବିରୋଧରେ ବିଜେଡିର ଡାକରାରେ ଆପଣ ମାନେ ସାରା ଓଡ଼ିଶାରୁ ଏତେ ଶୀତରେ ଭୁବନେଶ୍ୱର ଆସିଥିବାରୁ ଧନ୍ୟବାଦ. ଜୁନ ମାସରେ ବିଜେପି ସରକାର ଗଠନ ହେଲା. ସାତ ମାସ ହୋଇଗଲା, କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ. ହେଲେ ଦରଦାମ ବଢ଼ି ବଢ଼ି ଚାଲିଛି. ହେଲେ କିଛି ଆକ୍ସନ ନାହିଁ. ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି. ହେଲେ ଲୋକଙ୍କ ସୁଖ ଦୁଃଖରେ ଏମାନଙ୍କ ସମ୍ପର୍କ ନଥିବା
ଜଣା ପଡୁନି. ଅତ୍ୟାବଶକୀୟ ଜିନିଷ ଦାମ ଆକାଶ ଚୁଆଁ. ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ. ଆଇ ମାଆ ଗପ କହି ସରକାର ଖୁସି. ଲୋକଙ୍କ ବଂଚିବା କଷ୍ଟ ହେଲାଣି. ଅଦିନିଆ ବର୍ଷା ପାଇଁ ସରକାର ପ୍ରତିଦିନ ଆତ୍ମହତ୍ୟା କରୁଛି. ବୋଝ ଉପରେ ନଳିତା ବିଡା. ମାଆ ଚାଷୀ କାନ୍ଦୁଛନ୍ତି. ହେଲେ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି. ମିଛ କଥା ଓ ମିଛ ପ୍ରତିଶୃତି ଦେଇ ଏହି ସରକାର କ୍ଷମତାକୁ ଆସିଛି. ବିଜେଡି ଠାରୁ କମ ଭୋଟ ପାଇଛି. ଡବଲ ଇଂଜିନ ଡବଲ ମାଡ଼. ଦଶର ବୃଦ୍ଧି ମାଡ଼, GST ମାଡ଼. ସବୁଥିରେ ଗରିବ GST ଦେଉଛନ୍ତି. ବିଜେପି ସରକାର ଦିନରେ ଗୋଲାପୀ ସ୍ବପ୍ନ ଦେଖାଇଲେ.
ହେଲେ ଏହା ମାହାଙ୍ଗା ମାଡ଼ ସରକାର. ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏମାନଙ୍କ ଅସଲ ଚେହେରା ଖୋଲି ଦେବ. ନବୀନଙ୍କ ଏହି କେହିପଦ କଥା ପୁରା ଓଡିଶାରୁ ଆସୁଥିବା ବିଜେଡି ନେତା ଓ କର୍ମୀଙ୍କ ମନରେ ଜୋସ ଭରିଦେଇଛି l
ଦରଦାମ ଆକାଶ ଛୁଆଁ: କାଲି ବିଜେଡିର ରାଜଧାନୀରେ ଗର୍ଜନ…
()ଦରଦାମ ସମସ୍ତ ଙ୍କୁ ଅତିଷ୍ଠ କଲାଣି। ଗାଆଁ ଗହଳିର ଲୋକଙ୍କୁ ଅଧିକ ବାଧୁଛି। ଗରୀବ ଶ୍ରେଣି କଥା ଆହୁରି ଶୋଚନୀୟ। ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ମାର୍କେଟ ରେ ଖସିଥିଲେ ସୁଦ୍ଧା ଦରଦାମ କିନ୍ତୁ କମୁନି। ଏନେଇ ବିଜେଡ଼ି ଆସନ୍ତା 6 ତାରିଖରେ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ କହିଛନ୍ତି ଦେବୀ ମିଶ୍ର, ଅଧ୍ୟକ୍ଷ, ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର l ସେହିପରି ନବୀନ ବାବୁଙ୍କ ସମୟରେ ଏଭଳି ସ୍ଥିତି ଉପୁଜି ନଥିଲା। ଗ୍ୟାସ୍, ପେଟ୍ରୋଲ, ଡିଜେଲ, ଡାଲି, ତେଲ, ଅଣ୍ଡା ଓ ପନିପରିବା ଦର ଅହେତୁକ ଭାବେ ବଢିଛି। ଦରଦାମ ନିୟନ୍ତ୍ରଣ ଦାବିରେ ଆସନ୍ତା 6 ତାରିଖରେ ସକାଳ ସାଢ଼େ 10 ରୁ 11 ଭିତରେ ଲୋୟର ପିଏମଜି ରେ ବିକ୍ଷୋଭ କରାଯିବ। ବରିଷ୍ଠ ବିଜେଡ଼ି ନେତା ପ୍ରତାପ ଜେନା କହିଛନ୍ତି l ଯେତେବେଳେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଓଡ଼ିଶାରେ ଆସିଲା ସେତେବେଳେ ଦରଦାମ ହୁ ହୁ ହୋଇ ବଢି ଚାଲିଛି। ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବଢିଛି। ଲୋକେ ହନ୍ତ ସନ୍ତ। ଓଡିଶା ବାସୀ ଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଆମେ ଲଢେଇ ଜାରି ରଖିବୁ। ଆଳୁ, ପିଆଜ, ରସୁଣ, ଡାଲି ଜାତୀୟ ସମାଗ୍ରୀ ଦର ଆକାଶ ଛୁଆଁ। ଆମର ଦାବି ରହିବ ଦରଦାମ୍ ନିୟନ୍ତ୍ରଣ କରନ୍ତୁ। ନଚେତ୍ 6 ତାରିଖରେ ପରେ ଓଡିଶା ର 30 ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି l ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ରୋଷେଇ ଘରେ ମହଙ୍ଗା ମାଡ଼। ମହିଳା ଟିଏ ହନ୍ତ ସନ୍ତ ହେଉଛି। ଡବଲ ଇଞ୍ଜିନ୍ ସରକାର ଦରଦାମ ନିୟନ୍ତ୍ରଣ ରେ ବିଫଳ। ଡବଲ ଇଞ୍ଜିନ୍ ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାଁନ୍ତି। ଯେଉଁଥିଲାଗି ଆମେ ଲୋକ ସେବା ଭବନ ଆଗରେ ବିକ୍ଷୋଭ କରିବୁ। ବିଜେଡି ଯୁବ ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ 2014 ରେ ଯେତେବେଳେ nda ସରକାର ଆସିଲା ସେତେବେଳେ ଅଛେ ଦିନ କଥା କହିଥିଲେ। ଆମ ସରକାର ଥିବା ସମୟରେ ବିଜେପି ଆନ୍ଦୋଳନ କରିଥିଲେ ରାଜ୍ୟ vat ହ୍ରାସ କରନ୍ତୁ। ଏବେ ତାଙ୍କ ସରକାର ଆସିଛି ସେମାନେ ଏବେ vat ହ୍ରାସ କରନ୍ତୁ। ଦରଦାମ୍ ନିୟନ୍ତ୍ରଣ ନହେଲେ ଆନ୍ଦୋଳନ ଜୋରଦାର୍ ହେବ। ଏହା ବିଜେଡ଼ି ର ସ୍ଵର ନୁହଁ ଲୋକଙ୍କ ସ୍ଵର।
ଅତ୍ୟାବଶକୀୟ ଜିନିଷର ଅହେତୁକ ଦରବୃଦ୍ଧି ଏବେ ରାଜ୍ୟବାସୀଙ୍କ ମୁଣ୍ଡବିନ୍ଧାର କାରଣ: ବିଜେଡି
ଭୁବନେଶ୍ୱର : ଅତ୍ୟାବଶକୀୟ ଜିନିଷର ଅହେତୁକ ଦର ବୃଦ୍ଧି ପ୍ରସଙ୍ଗରେ ବିଜୁ ଜନତା ଦଳ ତରଫରୁ ଜାନୁଆରୀ ୬ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଏକ ଗଣ ବିକ୍ଷୋଭ ହେବାକୁ ଥିବା ବେଳେ, ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଯୁବ ସଭାପତି ଶ୍ରୀ ବ୍ୟୋମକେଶ ରାୟ ଓ ଛାତ୍ର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।ଶ୍ରୀମତୀ ଛୁରିଆ କହିଥିଲେ, ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ଜନ ସାଧାରଣଙ୍କୁ ଅତିଷ୍ଟ କଲାଣି। ଲୋକେ ତ୍ରାହି ତ୍ରାହି ଡାକିଲେଣି। ଡବଲ ଇଂଜିନ ଡବଲ ବିକାଶର ନାରା ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିଥିବା ବିଜେପି ସରକାର ଦରଦାମ ନିୟନ୍ତ୍ରଣ ଓ ଅର୍ଥନୀତିର ସୁପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ମୁଦ୍ରାସ୍ପିତି ବୃଦ୍ଧିରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଖୁଚୁରା ମୁଦ୍ରାସ୍ପିତି ନଭେମ୍ବର ମାସରେ ୫.୪୮ ପ୍ରତିଶତକୁ ଛୁଇଁଛି, ଯାହା ଗତ ନଅ ମାସରେ ସବୁଠାରୁ ଅଧିକ। ଖାଦ୍ୟ ସାମଗ୍ରୀ ଗୁଡିକର ମୁଦ୍ରାସ୍ପିତି ନଭେମ୍ବର ମାସରେ ୯.୪ ପ୍ରତିଶତ ରହିଛି, ଯାହା ମଧ୍ୟ ସର୍ବାଧିକ। ପନି ପରିବା ଦର ଗତ ଅଗଷ୍ଟ ମାସରେ ୩୫. ୯୯ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ପିତି ମଧ୍ୟ ୬. ୬୮ ପ୍ରତିଶତକୁ ଛୁଇଁଛି। ଦେଶରେ ବିଜେପି ସରକାରଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଉଜ୍ବଳା ଯୋଜନା ମହିଳା ମାନଙ୍କୁ ଧୂଆଁରୁ ମୁକ୍ତି ମିଳିବ ବୋଲି କୁହା ଯାଇଥିଲା ହେଲେ ପରବର୍ତ୍ତୀ ସମୟରେ ଏହା ଏକ ନିବାଚନୀ ଧୂଆଁବାଣ ଥିଲା ବୋଲି ଜଣା ପଡ଼ିଥିଲା। ଶ୍ରୀ ବ୍ୟୋମକେଶ ରାୟ କହିଥିଲେ, ଓଡ଼ିଶାର ମୁଦ୍ରାସ୍ପିତି ମଧ୍ୟ ଚିନ୍ତା ଜନକ ଭାବେ ବୃଦ୍ଧି ପାଇଛି। ଓଡିଶାର ମୁଦ୍ରାସ୍ପିତି ୬. ୭୮ ପ୍ରତିଶତ ରହିଥିବା ବେଳେ, ଏହା ଦେଶର ସମସ୍ତ ରାଜ୍ୟ ମାନଙ୍କ ତୁଳନାରେ ତୃତୀୟ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଦେଶର ରାଜ୍ୟ ମାନଙ୍କ ଭିତରେ ମୁଦ୍ରାସ୍ପିତି ବୃଦ୍ଧି ତାଲିକାରେ ପ୍ରଥମ ଆଠଟି ରାଜ୍ୟ ମଧ୍ୟରେ ସାତଟି ବିଜେପି ଶାସିତ ରାଜ୍ୟ ରହିଛନ୍ତି। ଛତିଶଗଡ଼, ବିହାର, ଓଡିଶା ଓ ୟୁପି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ପଞ୍ଚମ ସ୍ଥାନରେ ଅଣ ବିଜେପି ଶାସିତ ରାଜ୍ୟ ଭାବେ କେରଳ ରହିଛି। ମଧ୍ୟ ପ୍ରଦେଶ, ଗୁଜରାଟ ଓ ହରିଆନା ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି।ମୁଦ୍ରାସ୍ପିତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ମାନେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି ଯୋଗୁ ଜନ ସାଧାରଣ ହନ୍ତ ସନ୍ତ ହେଉଥିବା ବେଳେ ସରକାରଙ୍କ ତରଫରୁ ଏହାକୁ ରୋକିବା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ବରଂ ବିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ରାଜ୍ୟ ସରକାର ଜନ ସାଧାରଣଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ, ସେହିପରି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହିସାବରେ ଦେଶର ପେଟ୍ରୋଲ ଓ ଡିଜେଲ ଦର ସ୍ଥିର କରାଯିବ ବୋଲି ସରକାରଙ୍କ ତରଫରୁ କୁହା ଯାଇଥିଲା। ହେଲେ ଆତର୍ଜାତୀୟ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ମଧ୍ୟ ଦେଶରେ ପେଟ୍ରୋଲ ଡିଜେଲ ଦର ବଢ଼ୁଛି ବା ଅପରିଵର୍ତ୍ତିତ ରହୁଛି। ସରକାର ଯେ ଦରଦାମ ନିୟନ୍ତ୍ରଣ ପାଇଁ ଆଦୌ ଚିନ୍ତିତ ବା ଚେଷ୍ଟିତ ନୁହଁନ୍ତି, ଏଥିରୁ ସ୍ପଷ୍ଟ ହେଉଛି। ତେଣୁ ଏହି ଅହେତୁକ ଦରବୃଦ୍ଧିର ପ୍ରତିବାଦରେ, ଆସନ୍ତା କାଲି ଏକ ଗଣ ବିକ୍ଷୋଭ କରାଯିବ। ଦରବୃଦ୍ଧି ନିୟନ୍ତ୍ରଣକୁ ଆଣିବାରେ ସରକାର ବିଫଳ ହେଲେ ଆଗାମୀ ଦିନରେ ରାଜ୍ୟର ପ୍ରତି ବ୍ଲକ ଓ ପ୍ରତି ପଞ୍ଚାୟତ ସ୍ତରରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯିବ।
ମୁକୁଟ ବିହିନ ସମ୍ରାଟଙ୍କୁ ଝୁରୁଛି ଓଡିଶା……
() ସ୍ବର୍ଗତ ନୀଳମଣି ରାଉତରାୟ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରି ଓଡିଶା ରାଜନୀତିରେ ଯେଉଁ କେତେଜଣ ହାତ ଗଣତି ରାଜନେତା ଲୋକଙ୍କ ହୃଦୟରେ ସବୁବେଳେ ଅମର ହୋଇ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅଶୋକ ଦାସ ଜଣେ l ନିଜର ସାହସୀ ମନୋଭାବ ଯୋଗୁଁ ସେ ସଭିଙ୍କ ପ୍ରିୟପାତ୍ର l କେବଳ ଯାଜପୁର ନୁହେଁ ପୁରା ଓଡ଼ିଶାରେ ସ୍ୱର୍ଗତ ଅଶୋକ ଦାସ ନିଜର ସ୍ଵତନ୍ତ୍ର ପରିଚୟ ରହିଛି l ବିଜୁଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା ଅଶୋକ ଜନତା ଦଳର ଆଗ ଧାଡିର ନେତାଭାବେ କାମ କରିଛନ୍ତି l ଆଜି ହେଉଛି ତାଙ୍କର ୧୬ତମ ଶ୍ରାଦ୍ଧଦିବସ l ଏହି ଅବସରରେ ସ୍ୱର୍ଗତ ଅଶୋକ ଦାସ ଉପରେ କିଛି ଜଣା ଓ ଅଜଣା କଥା ପଢନ୍ତୁ…
ସ୍ୱର୍ଗତ ଅଶୋକ ଦାସ ।ଦକ୍ଷ ବିଧାୟକ, ଦୂରଦର୍ଶୀ ରାଜନେତା, କ୍ଷମତା ଓ ସାଲିସ ବିହୀନ ରାଜନୀତି ର ବଡ ପ୍ରତୀକ l ପୁଣି ସେ ସେବାର ପୂଜାରୀ l ଓଡ଼ିଶାର ସ୍ୱାଭିମାନ , ମୁକୁଟ ବିହିନ ସମ୍ରାଟ, ସାଲିସ ବିହିନ ନେତା, ଯାଜପୁର ମଉଡ଼ମଣୀ, ମୁରବି, ଓଡ଼ିଶାର ବିଚକ୍ଷଣ ରାଜନେତା ଏମିତି କେତେ କଣ ଶଦ୍ଦ ତାଙ୍କ ନାଁ ଲେଖିବା ପୂର୍ବରୁ ଆପେ ଆପେ ମନକୁ ଚାଲିଆସେ । ପୁଣି ମନରେ ଉଙ୍କି ମାରେ ଆରେ ସତରେ କଣ ଅଶୋକ ଦାସ ଅପେରା ରାଇଜକୁ ଚକ୍ ଚିହ୍ନ ନେଇ ପଳେଇ ଯାଇଛନ୍ତି l ନା ସବୁବେଳେ ସେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି l ଆଉ ସବୁବେଳେ କହିଛନ୍ତି ରାଜନୀତି କ୍ଷମତା କି ସାଲିସ ପାଇଁ ନୁହେଁ ବରଂ ଜନସେବା କରିବାର ସଂକଳ୍ପ l ହ ଆଜି ଅଶୋକ ଦାସଙ୍କ ପାର୍ଥିବ ଶରୀର ନାହିଁ ସତ କିନ୍ତୁ ତାଙ୍କ ଆଦର୍ଶ ଓ ନୀତି କିନ୍ତୁ ବଂଚି ରହିଛି l ଯାହା ତାଙ୍କର ୧୬ତମ ଶ୍ରାଦ୍ଧ ଦିବସରେ ପୁରା ଓଡ଼ିଶା ରାଜନୀତିରେ ତାଙ୍କର ଚର୍ଚ୍ଚା l
ଜଣେ , ଡ଼ାକ୍ତର ଓ ସମାଜସେବକ ଭାବେ ଜୀବନ ଆରମ୍ଭ କରି ଅଶୋକ ସାଜିଥିଲେ ଓଡ଼ିଶା ରାଜନୀତି ମୁକୁଟ ବିହୀନ ସମ୍ରାଟ । ରାଜନୀତି ତାଙ୍କର ପେଶା ହୋଇଥିଲେ ମଧ୍ୟ ନିଶା କିନ୍ତୁ ସମାଜସେବା କରିବା । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅତି ଘନିଷ୍ଠ । ଲଗାତର ୬ଥର ସେ କୋରେଇ ନିର୍ବାଚନ ମଣ୍ଡଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାରା ଓଡ଼ିଶାରେ କୋରେଇକୁ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ସେ । ସବୁବେଳେ ଲୋକଙ୍କ ସହ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ । ଯେଉଁଥି ପାଇଁ ସେ କ୍ଷମତା ରାଜନୀତି ଠାରୁ ଦୂରେଇ ରହିଥିଲେ l କ୍ଷମତା ରାଜନୀତି ଠାରୁ ଦୂରେଇ ରହି କିପରି ଜନସେବା କରି ହୁଏ ତାହା ସେ ଓଡ଼ିଶା ରାଜନୀତି ରେ ଆରମ୍ଭ କରିଥିଲେ l ୧୯୭୭,୧୯୯୦ ମସିହାରେ ଦୁଇ ଦୁଇ ଥର ତାଙ୍କୁ ମନ୍ତ୍ରୀ ହେବା ପାଇଁ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତାହାକୁ ଗ୍ରହଣ କରିନଥିଲେ l ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମୁକୁଟ ବିହୀନ ସମ୍ରାଟର ପରିଚୟ ଦେଇଥିଲା l ସବୁବେଳେ ରାଜ୍ୟର ସ୍ୱାର୍ଥପାଇଁ ସେ ଲଢ଼ୁଥିଲେ l ସେ ବିଧାନସଭା ହେଉ ଅବା ଜିଲ୍ଳାପାଳ କର୍ଯ୍ୟାଳୟ । ସବୁଠି ଲୋକଙ୍କ ହକ ମାଗୁଥିଲେ । ରାଜନୀତିର ପରିଭାଷା ତାଙ୍କ ପାଇଁ ଟିକେ ଭିନ୍ନ ଥିଲା । ପଦ ପଦବୀ ନୁହେଁ, ନେତୃତ୍ୱ ନେଇ କିପରି ଦଳ ଓ ଲୋକଙ୍କ ସମସ୍ୟା ସମାଧାନ କରିହେବ ଓ ଓଡ଼ିଶାର ସ୍ୱାର୍ଥ ହାସଲ ହୋଇପାରିବ ସେ କାମରେ ସେ ସବୁବେଳେ ଲାଗିପଡ଼ୁଥିଲେ । ସେବାକୁ ମୂଲମନ୍ତ୍ର କରି ସେ ତାଙ୍କ ଜୀବନ କଟାଉଥିଲେ । ପୁରା ଯାଜପୁରର ସେ ଥିଲେ ମୁରବୀ । କାରଣ ସେ ଥିଲେ ଧର୍ମନିରପକ୍ଷର ସବୁଠାରୁ ବଡ଼ ପ୍ରତୀକ । ସବୁଠାରୁ ବଡ଼ କଥା ହେଲା ସେ ଭାରି ସ୍ୱାଭିମାନୀ ଥିଲେ । କାହା ଆଗରେ ମୁଣ୍ଡ ନୁଆଉନଥିଲେ କି କାହା ସହ ସାଲିସ ବି କରୁନଥିଲେ । ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା ପୁରା ଓଡ଼ିଶାରେ । ଯେଉଁଥି ପାଇଁ ଆଜି ପୁରା ଓଡ଼ିଶା ତାଙ୍କୁ ଝୁରୁଛି । ଲୋକଙ୍କ ସେବା କରିବା ପାଇଁ ଯେଉଁସବୁ ମାର୍ଗ ରହିଛି ତାହାକୁ ସେ ଗ୍ରହଣ କରୁଥିଲେ । କେବଳ ରାଜନୀତି ନୁହେଁ, ଜଣେ ଆୟୁରବୈଦିକ ଡ଼ାକ୍ତର ଭାବେ ସେ ଲୋକଙ୍କ ସେବା କରୁଥିଲେ ।
ଯାଜପୁର ମୂରବୀ ଭାବେ ଅଶୋକ ଦାସ ସବୁବେଳେ ଥିଲେ ଓ ଆଜି ବି ଅଛନ୍ତି ବୋଲି ୧୬ ତମ ଶ୍ରାଦ୍ଧ ଦିବସରେ ଯାଜପୁରବାସୀ ତାଙ୍କୁ ମନେ ପକାଇ ଝୁରିଛନ୍ତି l
ଜିଲ୍ଲା ଗସ୍ତରେ ଯିବେ ନବୀନ, ୩୦ରେ ଗଞ୍ଜାମ…..
() ଜିଲ୍ଲା ଗସ୍ତରେ ଯିବେ ନବୀନ ପଟନାୟକ l ଗଂଜାମ ଜିଲ୍ଲାରୁ ଜିଲ୍ଲା ଗସ୍ତ ଆରମ୍ଭ କରିବେ ନବୀନ l 30 ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ର ବିରୋଧିଦଳ ର ନେତା ନବୀନ ପଟ୍ଟନାୟକଙ୍କ ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ । ପ୍ରଥମେ କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ପରିଦର୍ଶନ ର କାର୍ଯ୍ୟକ୍ରମ ରହିଛି । ଜମିକୁ ଯାଇ ଚାଷୀଙ୍କୁ ଭେଟିବେ ନବୀନ ପଟ୍ଟନାୟକ ।