ରସଗୋଲା କୁ ନେଇ ବିବାଦ ସୃଷ୍ଟି….

() ରସଗୋଲା କୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜି ଠୁ ନେଇ ଇତିହାସ କୁ ଗଲେ ବି ଏ ପ୍ରଥା ଓ ପରମ୍ପରା ବହୁ ପୁରାତନ ଏବଂ ପ୍ରାଚୀନ । ଏହାର ମହତ୍ତ୍ଵ କୁ କେହି ଅଣଦେଖା କରି ପାରିବେ ନାହିଁ । ନୂଆ ଯୁଗରେ ଯଦି ୟାକୁ କିଏ କହିବ ଆମର ତେବେ ତାହାର କୌଣସି ଭିତ୍ତି ନାହିଁ । ସତ୍ୟ ସବୁବେଳେ ସତ୍ୟ । ସତ୍ୟ ହେଉଛି ରସଗୋଲା ଜଗନ୍ନାଥ ପାଖରେ ଭୋଗ ଲାଗେ । ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଯେତିକି ପୁରୁଣା ରସଗୋଲା ମଧ୍ୟ ସେତିକି ପୁରୁଣା । ତେଣୁ ଆଜିର ତାରିଖରେ ସେମିତି କୌଣସି ବିବାଦ ନାହିଁ । ତେଣୁ ଆଗାମୀ ଦିନ ମଧ୍ୟ ଠିକ ରେ ଚାଲିବ । ସେଥିପାଇଁ ଏହି ବିବାଦ ରୁ ବାହାରି ଆମେମାନେ ଆଗକୁ ବଢ଼ିବା ଉଚିତ ।

ରସଗୋଲା କ୍ଲଷ୍ଟର କରିବାକୁ ଘୋଷଣା କରାଯାଇଥିଲା ତାହା କେତେ ବାଟ ଗଲା ପ୍ରଶ୍ନରେ ମନ୍ତ୍ରୀ ଙ୍କ ଉତ୍ତର

ଆମେ ସେ ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ । ତାହା ଆଗକୁ ବଢୁଛି । ସେଇଟା ଯେତିକି ସରକାରଙ୍କ ଉପରେ ନୁହେଁ ସେତିକି ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛି । ତାକୁ ସେଇଟା ସେମାନେ କେତେ ପପୁଲାର କରାଇବେ । ସରକାରଙ୍କ କାମ ହେଉଛି ପ୍ରୋତ୍ସାହନ ଦେବା । ସରକାର ସେ କଥା ଆଗରୁ କରିବା ସହ ଘୋଷଣା କରି କାର୍ଯ୍ୟରତ ଅଛନ୍ତି ।

ପ୍ରତାପ ଦେବ, ମନ୍ତ୍ରୀ , ଏମଏସ୍ଇ ବିଭାଗ

ଭିନ୍ନ ଏକ ମଣିଷ ଗଣେଷୀ ଲାଲ୍ , ରାଜଭବନ କର୍ମଚାରୀଙ୍କ ହେଲେ ଅତିଥି…

() ରାଜ ଭବନର ପୂର୍ବତନ କର୍ମଚାରୀଙ୍କ ସହ କିଛି ସମୟ ବିତାଇଲେ ରାଜ୍ଯପାଳ। ପରିବାର ଲୋକଙ୍କ କଥା ବୁଝିଲେ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଖଇରାବାଦ ଗାଁରେ । ବାଲେଶ୍ୱର ଗସ୍ତରେ ଥିବା ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ , ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ ଖଇରାବାଦ ଗ୍ରାମରେ ପହଞ୍ଚି ପରିବାରର ଆତିଥ୍ୟି ଗ୍ରହଣ କରିଥିଲେ । ଏଥିସହ ପଇଡପାଣି ପିଇ ପରିବାର ର ଭଲମନ୍ଦ ବୁଝିଥିଲେ। ସାଗରିକାଙ୍କ ବାପା ଗୋପୀନାଥ ବେହେରା ,ମା ଆରତୀ ଓ ପରିବାର କିଛି ସଦସ୍ୟଙ୍କ ସହ ଫଟ ଉଠାଇବା ସହ ଫେରିବା ସମୟରେ ଗାଁର କିଛି ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଛାୟାଚିତ୍ର ଶିଳ୍ପୀ ବିଶ୍ୱନାଥ ମହାରଣା ରାଜ୍ୟପାଳଙ୍କୁ ନିଜ ହାତ ତିଆରି କାଠର କଠଉ ପିନ୍ଧାଇ ଉପହାର ଦେଇଥିଲେ । ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତପାଇଁ ସୁରକ୍ଷା କଡାକଡି କରାଯାଇଥିଲା ।

ଦେଶରେ ବଢୁଛି ସଂକ୍ରମଣ…

() ସମଗ୍ର ଦେଶରେ ସଂକ୍ରମଣ ବଢୁଛି । ଆମର ବି 500 ରୁ 600 ଭିତରେ ରହୁଛି । ପ୍ରଥମ ଲହର ଆଉ ବର୍ତ୍ତମାନ ଭିତରେ ବହୁତ ଫରକ ରହିଛି । ଫରକ ହେଉଛି ପ୍ରଥମ ଓ ଦ୍ୱିତୀୟ ଲହରରେ 15 ପ୍ରତିଶତ ଲୋକେ ମେଡ଼ିକାଲ ଯାଉଥିଲେ । ଏବେ 3360 ଆକ୍ଟିଭ କେସ ମଧ୍ୟରୁ 28 ଜଣ ହସ୍ପିଟାଲରେ ରହିଛନ୍ତି । ଯାହା କି ବହୁତ ନଗଣ୍ୟ । ଏହାର ଅର୍ଥ ଅଧିକାଂଶ ଲୋକେ ବିନା ଲକ୍ଷଣ ଯୁକ୍ତ ରହୁଛନ୍ତି । ଆଉ ଯଦି ଲକ୍ଷଣ ରହିଛି ସେମାନେ ଅଧିକ ସିଭିୟର ହେଉ ନାହାନ୍ତି କି ଡାକ୍ତର ଖାନା ଯାଉ ନାହାଁନ୍ତି। ଯେଉଁମାନେ ବହୁବିଧ ରୋଗରେ ଆକ୍ରାନ୍ତ ସେମାନେ ଟିକିଏ ମେଡ଼ିକାଲ ର ଆବଶ୍ୟକ କରୁଛନ୍ତି ।

ଆମର ସେହି ଓମିକ୍ରନ ଭ୍ୟାରିୟଣ୍ଟ ରହିଛି । ଗତ 4 ମାସ ହେବ ଡେଲଟା ର ଉପସ୍ଥିତି ଆଉ ନାହିଁ ଆମ ରାଜ୍ୟରେ। ବର୍ତ୍ତମାନ ସୁଦ୍ଧା ଡେଲଟା ପରି ଭୟଙ୍କର ହେବା ଭଳି କୌଣସି ଭ୍ୟାରିୟଣ୍ଟ ଚିହ୍ନଟ ହୋଇନାହିଁ । ଆମେ ଏବେ ବି ଅପିଲ କରୁଛୁ ଲକ୍ଷଣ ଯୁକ୍ତ ଲୋକେ ପରୀକ୍ଷା କରି ଆଇସୋଲେଟ ହୁଅନ୍ତୁ । ଆମ ରାଜ୍ୟର ଉପର ମୁହାଁ ହେଉଥିବା ଟ୍ରେଣ୍ଡ କିଛି ପରିମାଣରେ ବଢ଼ିବ ମାତ୍ର ସେପରି ଭୟଙ୍କର ହେବ ନାହିଁ । ଯାହା ଅନୁମାନ କରାଯାଉଛି ଏହା ବେଶୀ ଦିନ ରହିବ ନାହିଁ । ଖୁବଶୀଘ୍ର ତଳମୁହାଁ ହେବ । ପଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ଲାଗି ଅଧିକ ଟଙ୍କା ନିଆଯାଉ ଥିବା ନେଇ ପ୍ରତିକ୍ରିୟା ସରକାରୀ ବ୍ୟବସ୍ଥା ରେ ମାଗଣା ହେଉଛି । ଲୋକେ ଘରୋଇ ହସ୍ପିଟାଲକୁ କାହିଁକି ଯାଉଛନ୍ତି । ଆମେ ସରକାରୀ ବ୍ୟବସ୍ଥାରେ ମାଗଣାରେ ଲୋକ ଙ୍କୁ ଡାକୁଛୁ ଆସିକି ଟେଷ୍ଟିଂ କରିବା ପାଇଁ । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ମାଗଣା ଟେଷ୍ଟିଂ ଟ୍ରିଟମେଣ୍ଟ ମାଗଣା ନେବା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକେ ତାହାର ସୁବିଧା ନିଅନ୍ତୁ।

ନିରଞ୍ଜନ ମିଶ୍ର, ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା….

( ) ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା….। ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିଛି । ତେଣୁ ଯେଉଁମାନେ ପ୍ରିକସନ ଡୋଜ ନେଇନାହାନ୍ତି, ସେମାନେ କିଭଳି ଶୀଘ୍ର ପ୍ରିକସନ ଡୋଜ ନେବେ, ସେଥିପାଇଁ ଚେଷ୍ଟା ଜାରି ରହିଛି । ଏବେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର ଓ 60 ବର୍ଷରୁ ଉର୍ଦ୍ଧ୍ବ ବୟସ ବର୍ଗଙ୍କୁ ମାଗଣାରେ ଟୀକା ଦିଆଯାଉଛି । ପୂର୍ବରୁ ଦ୍ୱିତୀୟ ଡୋଜ ପରେ 9 ମାସ ବ୍ୟବଧାନରେ ପ୍ରିକସନ ଡୋଜ ଦିଆଯାଉଥିଲା । ଏବେ 6 ମାସରେ ପ୍ରିକସନ ଡୋଜ ଦେବାକୁ କୁହାଯାଇଛି । ତେଣୁ ଯେଉଁମାନେ ଯୋଗ୍ୟ ସେମାନେ ପ୍ରିକସନ ଡୋଜ ନେଇଯିବାକୁ ଅନୁରୋଧ କରାଯାଉଛି ।

ଟୀକାକରଣ କୁ ତ୍ୱରାନ୍ୱିତ କରିବା ଲାଗି ହର ଘର ଦସ୍ତକ କାର୍ଯ୍ୟକ୍ରମ ଚାଲୁ ରହିଛି । ଏଥିରେ ଫ୍ରଣ୍ଟଲାଇନ ୱାର୍କର ଘର ଘର ବୁଲି ଟୀକା ନେବାକୁ ଲୋକଙ୍କୁ ସଚେତନ କରାଉଛନ୍ତି । ଏହାସହ 12ରୁ 14 ବର୍ଷ ଏବଂ 15ରୁ 17 ବର୍ଷ ବୟସ ବର୍ଗଙ୍କ ପ୍ରଥମ ଓ ଦ୍ୱିତୀୟ ଡୋଜ ଟୀକାକରଣ ଲାଗି ସ୍କୁଲରେ କ୍ୟାମ୍ପ କରି ଟୀକାକରଣ କରାଯାଉଛି । 12ରୁ 14 ବର୍ଷ ବୟସ ବର୍ଗରେ ଏବେ 97% ପିଲା ପ୍ରଥମ ଡୋଜ ଓ 90% ପିଲା ଦ୍ୱିତୀୟ ଡୋଜ ଟୀକା ନେଇଗଲେଣି ।

18 ବର୍ଷରୁ ଅଧିକ ବୟସ ବର୍ଗରେ 18 ଲକ୍ଷ, 12ରୁ 14 ବର୍ଷ ବୟସ ବର୍ଗରେ 4 ଲକ୍ଷ ଓ 15ରୁ 17 ବର୍ଷ ବୟସ ବର୍ଗରେ 4 ଲକ୍ଷ, ମୋଟ ଉପରେ 26 ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ନେବାକୁ ବାକି ଅଛନ୍ତି ।

ମାଗଣା ପ୍ରିକସନ ଡୋଜ ବର୍ତ୍ତମାନ ସୁଦ୍ଧା ମାତ୍ର 27% ନେଇଛନ୍ତି । ଆହୁରି 70%ରୁ ଅଧିକ ମାଗଣା ଟୀକା ନେବାକୁ ବାକି ଅଛି । ଏହାଛଡ଼ା 18ରୁ 59 ବର୍ଷ ବୟସ ବର୍ଗରେ ରାଜ୍ୟରେ ମାତ୍ର 1 ଲକ୍ଷ 20 ହଜାର ଲୋକ ପେଡ ପ୍ରିକସନ ଡୋଜ ନେଇଛନ୍ତି । ତେବେ ରାଜ୍ୟରେ ଏବେ ବର୍ତ୍ତମାନ 99% ପ୍ରଥମ ଡୋଜ, 91% ଦ୍ୱିତୀୟ ଡୋଜ ନେଇସାରିଛନ୍ତି ।

ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଆସିଲା 22-23 ଶିକ୍ଷା ବର୍ଷ ର ନୂଆ ପାର୍ଟନ…

() କୋଭିଡ ଭୟାବହତା ସମ୍ପର୍କରେ ପିଲା ମାନଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ ଏହାକୁ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ଲାଗି । ବିଶେଷ କରି ଜଳ ବାୟୁ ପରିବର୍ତ୍ତନ ହେଉଥିବା ରୁ ସେ ବିଷୟରେ ପିଲାମାନଙ୍କୁ ପୂର୍ବରୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ଏପରି ନିଷ୍ପତ୍ତି ନେଇଛି । 22-23 ଶିକ୍ଷା ବର୍ଷ ପାଇଁ କୋର୍ସ ପାର୍ଟନ ଆମେ ଦେଇ ସାରିଛୁ । ତେଣୁ ଏଥର 100 ମାର୍କ ଉପରେ ପରୀକ୍ଷା ହେବ । ସେହିପରି ଯାହା ଯେମିତି ସମେଟିଭ 1 ଆଣ୍ଡ 2 ଥିଲା ସେହି ଅନୁସାରେ ପରୀକ୍ଷା କରାଯିବ।

ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁ କୁ ପ୍ରବେଶ କରୁଛନ୍ତି। ମୁଁ ମଧ୍ୟ ଦେଖିଛି କିଛି ସ୍ଥାନରେ ସେପରି ଘଟଣା ଘଟିବା ପରେ ବିଇଓ ମାନେ ସେ ଚିଠି ଜାରି କରିଛନ୍ତି । ମୁଁ ଆଶା କରିବି ଏବଂ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ । ଯାହା ଆବଶ୍ୟକତା ରହିଛି ଯାହା ସମସ୍ୟା ରହିଛି ତାକୁ ନଜର କୁ ଆଣିବା ପାଇଁ ଗଣମାଧ୍ୟମ ଅଧିକାର ରହିଛି । କିନ୍ତୁ କେତେ ଗୁଡିଏ ସ୍ଥାନରେ ଗଣମାଧ୍ୟମ ର ଭୂମିକା ମଧ୍ୟ ଅନାବଶ୍ୟକ ଠୁ ଅଧିକ ହେଉଛି। ତେଣୁ ସେହି କଥା କୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓ ମାନେ କରିଥିବା ମୋ ନଜରକୁ ଆସିଛି । ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ଅଙ୍କୁଶ କି ପ୍ରଶ୍ନ ରେ ମନ୍ତ୍ରୀ ଙ୍କ ଉତ୍ତର

କଥା କହିବାକୁ କାହାକୁ ପଇସା ପଡେନି । ଯାହା ଆମର ଦୋଷ ଦୁର୍ବଳତା ଆମେ ଆମର ଜାଣିଛୁ । କେବଳ ଗଣମାଧ୍ୟମ କହିଲେ ଯେ ଆମେ ଜାଣୁଛୁ ସେ କଥା ନୁହେଁ । ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ । ଯାହା ସମ୍ଭବ ଆମେ କରୁଛୁ । ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ବାଦ ମଧ୍ୟ ଅନେକ ୱେବ ଚ୍ୟାନେଲ ହୋଇ ଗଲେଣି। ସେମାନେ ମଧ୍ୟ ପ୍ରେସ ମାରିକି ବୁଲୁଛନ୍ତି । ଅନାବଶ୍ୟକ ଭାବେ ସ୍କୁଲ ରେ ପଶିକି ପାଠ ପଢ଼ାରେ ଇଣ୍ଟରଭିଙ୍ଗ କରୁଛନ୍ତି। ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକ ମାନଙ୍କୁ ଏପରି ହଇରାଣ କରିବା ଅନୁଚିତ । ତେଣୁ ଅନୁମତି ନେଇ କି ସ୍କୁଲ ରେ ପଶି ବାକୁ ଚିଠି କରାଯାଇଛି ।

ଥଣ୍ଡା ହୋଇଥିଲେ ପିଲାମାନେ ସ୍କୁଲ ଆସନ୍ତୁ ନାହିଁ । ସବୁ ଥଣ୍ଡା ଜ୍ଵର କୋଭିଡ ନୁହେଁ । ମାତ୍ର ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ଆମେ ଅଭିଭାବକ ମାନଙ୍କୁ କହୁଛୁ ସେମାନେ ପିଲାଙ୍କର ଥଣ୍ଡା ଜ୍ଵର ହେଉଥିଲେ ସ୍କୁଲ କୁ ଛାଡ଼ନ୍ତୁ ନାହିଁ ।

ସମୀର ଦାସ, ଗଣଶିକ୍ଷା ମନ୍ତ୍ରୀ

ଦେବଗଡ଼ ର ଅତ୍ୟନ୍ତ ନିଆରା ରଥଯାତ୍ରା …

() ଦେବଗଡ଼ ରଥଯାତ୍ରାର ଅନନ୍ୟ ପରମ୍ପରା ।ବାହୁଡା ଦିନ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଉଥିବା ବେଳେ ଦେବଗଡ଼ ଗୁଣ୍ଡିଚା ମନ୍ଦିର ର ଜନ୍ମ ବେଦୀ ରୁ ଠାକୁର ଆସି ଗରୁଡ଼ ସ୍ତମ୍ଭ ନିକଟରେ ତ୍ରିଭୁଜ ଆକାରରେ ବସିଥାନ୍ତି । ଗତକାଲି ମଧ୍ୟାହ୍ନ ରୁ ବିଭୀଷଣ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ। ମାତ୍ର ଏହାକୁ ସ୍ଥାନୀୟ ଲୋକ ଚକାଛାଡ଼ ବୋଲି କହିଥାନ୍ତି । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ପର୍ବ ମୁହାଁ ହୋଇ ବସୁଥିବା ବେଳେ ପ୍ରଭୁ ଜଗନ୍ନାଥ ଦକ୍ଷିଣ ମୁହାଁ ହୋଇ ବସିଥାନ୍ତି । ଗତକାଲି ସକାଳ ଓ ମଧ୍ୟାହ୍ନ ନୀତିକାନ୍ତି ସରିବା ପରେ ଠାକୁର ଙ୍କୁ ଜନ୍ମ ବେଦୀ ରୁ ଆଣି ଗରୁଡ଼ ସ୍ତମ୍ବ ନିକଟରେ ବସାଯାଇ ଥାଏ । ଆଜି ସନ୍ଧ୍ୟାରେ ଠାକୁରଙ୍କୁ ପହଣ୍ଡି କରି ରଥକୁ ଆଣିବା ପରେ ତା ପର ଦୁଇ ଦିନ ଧରି (ସମୋବାର ଓ ମଙ୍ଗଳବାର) ରଥ ଟଣା ଯାଇଥାଏ । ଆଜି ପହଣ୍ଡି ପୂର୍ବରୁ ତଥା ପିଠା ଭୋଗ ପରେ ଠାକୁର ଙ୍କୁ ଧାଡି ରେ ରଖାଯାଏ। ଠାକୁର ରଥ କୁ ଯିବାପାଇଁ ଧାଡିରେ ବସିବା ସମୟ ର ଦୃଶ୍ୟ ଅତ୍ୟନ୍ତ ମନୋରମ। କେଉଁ ଆବହମାନ କାଳରୁ ଏହି ପରମ୍ପରା ଲାଗିରହିଛି ।

ଦିଲ୍ଲୀରୁ ଦ୍ବିତୀୟ ଇଂନିସ …….

() ରାଜ୍ୟସଭା ସାଂସଦ ଭାବେ ଗଣତନ୍ତ୍ରର ପବିତ୍ର ମନ୍ଦିରରେ ଶପଥ ଗ୍ରହଣ କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ମାନସ ମଙ୍ଗରାଜ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡ଼ୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନିଜର ମାତୃଭାଷା ଓଡ଼ିଆରେ ଶପଥ ନେଇଥିଲେ ମାନସ ମଙ୍ଗରାଜ । ଦିଲ୍ଲୀରେ ନବୀନଙ୍କ ନୂଆ ଲଢୁଆ ସେନାପତି ଭାବରେ ସେ ଓଡ଼ିଶାର ସ୍ବାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି । ୨୦୦୨ ମସିହାରୁ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଥିବା ମାନସ ନିଜର ସାଂଗଠନିକ ଦକ୍ଷତା ଓ ସାଧୁତା ପ୍ରଦର୍ଶନ କରିବା ସହ ଜଣେ ଅତ୍ୟନ୍ତ ନମ୍ର, ଭଦ୍ର, କର୍ମଠ ଓ ମିଷ୍ଠଭାଷୀ ବ୍ୟକ୍ତିଭାବରେ ରାଜ୍ୟବାସୀଙ୍କ ପାଖରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ । ତାଙ୍କର ଦକ୍ଷତା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଭିନ୍ନ ସମୟରେ ଅନେକ ଗୁରୁ ଦାୟିତ୍ବ ଦେଇଛନ୍ତି । ଯାହାକୁ ନିଷ୍ଠାର ସହ ତୁଲାଇଛନ୍ତି ମାନସ ।

ସାମ୍ବାଦିକତାରୁ କ୍ୟାରିୟର ଆରମ୍ଭ କରିଥିବା ମାନସ ମଙ୍ଗରାଜ ନିଜର ଅନୁସନ୍ଧାନମୂଳକ ଷ୍ଟୋରୀ ପାଇଁ ଓଡ଼ିଶା ସାମ୍ବାଦିକ ଜଗତରେ ଖୁବ ଅଳ୍ପଦିନରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଧୀରେଧୀରେ ସେ ଗଣମାଧ୍ୟମରେ ଏକ ପରିଚିତ ଚେହେରା ବନିଯାଇଥିଲେ । ଗଣମାଧ୍ୟମର କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇଥିବା ମାନସ ମଙ୍ଗରାଜ ବିଜେଡ଼ିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଦକ୍ଷତାକୁ ଚିହ୍ନିବା ସହ ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା କରିଥିଲେ । ଯେଉଁ ଦାୟିତ୍ବକୁ ନିଷ୍ଠାର ସହ ତୁଲାଇଥିଲେ । ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସେ ରାଜ୍ୟ ବିକାଶ ଧାରର ଜଣେ ବିନ୍ଧାଣୀ ସାଜିଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଗଣମାଧ୍ୟମ ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇବା ସହ ସାମ୍ବାଦିକମାନଙ୍କ ଜୀବନ ଦାବିକୁ ସେ ପୁରଣ କରିଥିଲେ । ରାଜ୍ୟରେ ଥିବା ସମସ୍ତ ସାମ୍ବାଦିକ ସଂଘ ସହ ପରାମର୍ଶକରି ସାମ୍ବାଦିକମାନନଙ୍କର ବିଭିନ୍ନ ଦାବିପୂରଣ କରି ପୁରା ସାମ୍ବାଦିକ ଜଗତର ମନ କିଣିନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି କଥା କମ, କାମ ଅଧିକରେ ବିଶ୍ବାସ ରଖୁଥିବା ମାନସ , ସବୁବେଳେ ଦଳ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛି ତାହାକୁ ସେ ଗ୍ରହଣ କରି ନିଷ୍ପାର ସହ ତୁଲାଇଛନ୍ତି । କରୋନା ସମୟରେ ସାମ୍ବାଦିକମାନଙ୍କୁ ଆଗଧାଡ଼ିର ଯୋଦ୍ଧା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କରୋନା ସମୟରେ କିପରି ସତର୍କତାର ସହ ସମ୍ବାଦ ସଂଗ୍ରହ କରିହେବ ସେନେଇ ସେ ବାରମ୍ବାର ଗଣମାଧ୍ୟମ ପ୍ରତିନିଧଙ୍କୁ ସଚେତନ କରିଥିଲେ । ଏପରି ଓଡ଼ିଶା ପ୍ରଥମ ରାଜ୍ୟଭାବେ କରୋନାରେ ମୃତ୍ୟୁ ହୋଇଥିବା, ସାମ୍ବାଦିକମାନଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗଇଦେଇଥିଲେ । ଯେଉଁଥିରେ ପ୍ରମୁ୍ଖ ଭୂମିକା ଗ୍ରହଣ କରିଥିଲେ ମାନସ ମଙ୍ଗରାଜ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାର କିପରି ସପ୍ତାହକ ଭିତରେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ସହାୟତାରାଶି ପାଇପାରିବେ ସେଥିଲାଗି ସେ ଦିନରାତି ଏକକରି କାମ କରିଥିଲେ । ସେହିପରି ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ଼ ସାମିଲ କରିବା କାଯ୍ୟକୁ ମଧ୍ୟ ତ୍ବରାନ୍ବିତ କରି କାଯ୍ୟକାରୀ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସବୁବେଳେ ସାମ୍ବାଦିକମାନଙ୍କ ସୁଖ ଓ ଦୁଃଖର ସାଥି ହୋଇ ସେ ଭାଇଭାବେ ଛିଡ଼ା ହୋଇଥିଲେ । ଦିଲ୍ଲୀରେ ମଧ୍ୟ ସେ ସାମ୍ବାଦିକମାନଙ୍କ ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

ରାଜ୍ୟସଭା ସାଂସଦ ଭାବେ ଶପଥ ନେବା ପରେ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା କିପରି ତାର ହକ ସଠିକ ଭାବେ ପାଇପାରିବ ତାହାର ଗୁରୁ ଦାୟିତ୍ବ ମାନସ ମଙ୍ଗରାଜ ନିଭାଇେବ ଦିଲ୍ଲୀ ଦରବାରରେ । ମହାନଦୀ, ପୋଲାଭରମ , ଓଡ଼ିଶାକୁ ସ୍ବତନ୍ତ୍ର ଆର୍ଥିକ ସହାୟତା, କେନ୍ଦ୍ର ପାଖରେ ପଡ଼ିରହିଥିବା ବକେୟା ଅର୍ଥ , କେନ୍ଦ୍ରୀୟ ବଜେଟରୁ କିପରି ଅଧିକ ଅନୁଦାନ ମିଳିବ , ବିଭିନ୍ନ ପ୍ରୋଜେକ୍ଟ କାମ କିପରି ଯୁଦ୍ଧକାଳୀନ ଭିତ୍ତିରେ ସରିବ, ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା, ଚାଷୀଙ୍କ ପାଇଁ ଏମଏସପି ବୃଦ୍ଦି କରିବା ଭଳି ବଡ଼ ବଡ଼ ପ୍ରସଙ୍ଗକୁ ସଂସଦରେ ଉଠାଇ କିପରି ଓଡ଼ିଶା ତାର ହକ ପାଇବ ସେ ଦିଗରେ ପ୍ରଥମ ଦିନରୁ ଅଭିଯାନ ଆରମ୍ଭ କରିବେ ବୋଲି ମାନସ ଶପଥ ନେବା ପରେ ସଂକଳ୍ପ ନେଇଛନ୍ତି । ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ବିଶ୍ବାସ ଓ ଭରଷା କରି ରାଜ୍ୟସଭାକୁ ପଠାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ପାଇଁ ଦିଲ୍ଲୀରେ ସ୍ବର ଶାଣିତ କରିବେ ବୋଲି କହିଛନ୍ତି ।

ଦ୍ରୋପଦି ମୁର୍ମୁଙ୍କ ପାଇଁ ଅଣ୍ଟା ଭିଡିଲା ବିଜେଡି, ମଙ୍ଗ ଧରିଲେ ନବୀନ, ଟିମ୍ ସହ ସମର୍ଥନ ଯୋଗାଡ଼ରେ ଦାୟିତ୍ଵ ରେ ପ୍ରଣବ …

() ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଙ୍କ ସହ କଥା ହେଲେ। ବିଜେଡି ର ସଙ୍ଗଠନ ସମ୍ପାଦକ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ନରସିଂହ ଙ୍କୁ ଭେଟି ଆଲୋଚନା କରିଛନ୍ତି।ବିଜେଡିର ବରିଷ୍ଠ ଉପସଭାପତି ଏବଂ ମନ୍ତ୍ରୀଙ୍କୁ କଂଗ୍ରେସ ର ବିଧାୟକ ଏବଂ ପିସିସି ସଭାପତି ଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ମଧ୍ୟ ଦଳର ନେତା ଭେଟିବେ। ଦଳମତ। ନିର୍ବିଶେଷରେ ଦ୍ରୈପଦୀ ମୁର୍ମୁ ଙ୍କୁ ସମସ୍ତେ ଭୋଟ ଦେବେ ସେନେଇ ବିଜେଡି ଉଦ୍ୟମ କରିବ।
ପ୍ରଣବ ପ୍ରକାଶ ଦାସ, ବିଜେଡି ସଙ୍ଗଠନ ସମ୍ପାଦକ

ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କର୍ମେ ପିସିସି ସଭାପତିଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳ ରାଜ୍ଯ ସାଙ୍ଗଠନିକ ସମ୍ପାଦକ  ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ, ପ୍ରଣବ ବଳବନ୍ତ ରାୟ l ଭେଟିବା ପରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ପ୍ରତିକ୍ରିୟା

ପିସିସି ସଭାପତି ଙ୍କ ସହ ଆଲୋଚନା କଲୁ l ଓଡ଼ିଆ ଝିଅ କୁ ବିଜୟ କରିବା ପାଇଁ ସମର୍ଥନ  ମାଗିଲୁ l ପିସିସି ସଭାପତି କହିଛନ୍ତି ତାଙ୍କ ଦଳୀୟ ନେତାଙ୍କ ସହ ଆଲୋଚନା କରି ସେ ଯାହା ନିଷ୍ପତ୍ତି ନେବେ l

ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୋପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ନେଇ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ କଥା ହେବା ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା।ନବୀନ ଙ୍କ ଶହ ନିଜେ ଦ୍ରୋପଦି ମୁର୍ମୁ ଏଂବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋ ଶହ କଥା ହୋଇ ସମର୍ଥନ ମାଗିଛନ୍ତି l

ରାଷ୍ଟ୍ରପତି ନିର୍ବାଚନ ରେ ଦ୍ରୋପଦୀ ମୁର୍ମୁ ଙ୍କୁ ସମର୍ଥନ କରିବା ନେଇ ନବୀନ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଙ୍କ କଥା ହେବା ପରେ ନରସିଂହ ମିଶ୍ର ଙ୍କ ପ୍ରତିକ୍ରିୟା। ନବୀନ ଙ୍କ ଶହ ନିଜେ ଦ୍ରୋପଦି ମୁର୍ମୁ ଏଂବ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋ ଶହ କଥା ହୋଇ ସମର୍ଥନ ମାଗିଛନ୍ତି l

ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ପ୍ରତିକ୍ରିୟା ,

ବିଜେଡି ପ୍ରତିନିଧି ଦଳ ମତେ ଭେଟିଲେ l ତାଙ୍କର ପାର୍ଥି ଙ୍କୁ ଭୋଟ ଦେବା ପାଇଁ କହିଲେ l ଆମ ଦଳର ଗୋଟେ ଷ୍ଟାଣ୍ଡ ଅଛି l ଦଳୀୟ ନେତାଙ୍କ ସହ ଆଲୋଚନା କରିବି l ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାହା ମାନିବୁ l ମୁଁ ବିଧାୟକ ମାନଂକ ସହ ଆଲୋଚନା କରିବି l

ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନ କୁ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ…

() ରାଜ୍ୟରେ ଭାଗଚାଷୀ ଆଇନ ନଥିବା ସତେ କିପରି ରାୟଗଡ଼ାର ଚାଷୀ ଙ୍କୁ ସହାୟତା ଦିଆଗଲା ଏବଂ ସେହି ଜିଲ୍ଲାର ଚାଷୀଙ୍କ ଆୟ କେତେ ତାହାର ଉତ୍ତର ମନ୍ତ୍ରୀ ଗୃହରେ ରଖିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ଚାଷୀ ଙ୍କ ଆୟ 5 ହଜାର 112 ଟଙ୍କା ଥିବା ବେଳେ ରାୟଗଡା ଜିଲ୍ଲାର ଚାଷୀ ଆୟ କେତେ ବୋଲି ପ୍ରଶ୍ନ କରି ମନ୍ତ୍ରୀ ଙ୍କ ଠୁ ସ୍ପଷ୍ଟ ଉତ୍ତର ଲୋଡି ଥିଲେ ନରସିଂହ । ମନ୍ତ୍ରୀ ସିଧାସଳଖ ଉତ୍ତର ନ ରଖି କହିଥିଲେ ଧାନ ସଂଗ୍ରହ ରେ ରାୟଗଡ଼ାରେ ଚାଷୀଙ୍କ ସଂଖ୍ୟା 21.3 ପ୍ରତିଶତ ବଢିଛି । ଯାହାକି 18-19,20-21 ବର୍ଷ ତୁଳନାରେ 92 ପ୍ରତିଶତ ବଢିଛି । ମାତ୍ର ମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ନରସିଂହ । ଗୃହରେ କିଛି ସମୟ ପାଇଁ ନରସିଂହ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

କଂଗ୍ରେସ ବିଧାୟକ; ଭେଟିଲେ ବିଜେଡି ବିଧାୟକ ଟିମ୍…

() କଂଗ୍ରେସ ବିଧାୟକ C S Razeen Ekka ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଲେ ବିଜେଡି ବିଧାୟକ ଟିମ୍। ଟିମ୍ ରେ ଅଛନ୍ତି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ, ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ। ସେମାନେ ଦ୍ରୌପଦୀ ମିର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବାର୍ତ୍ତା ଦେଇଛନ୍ତି ବିଜେଡି ଟିମ୍। ବିପୁଳ ଭୋଟ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ଏକ୍କାଙ୍କୁ ନିବେଦନ କରିଛନ୍ତି। ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ ଦେବାକୁ ସେମାନେ ଅନୁରୋଧ କଲେ। ଏକ୍କା କହିଲେ, କଂଗ୍ରେସର ନୀତି ଆଦର୍ଶ ବିଜେପିଠାରୁ ଅଲଗା। କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି। Jaswant Sinha ଙ୍କୁ ଦଳ ବହୁ ଆଗରୁ ପ୍ରାର୍ଥୀ ଦିଆ ଯାଇଛି। ତେଣୁ ଦ୍ରୌପଦୀଙ୍କୁ ସମର୍ଥନର ପ୍ରଶ୍ନ ଉଠୁ ନାହିଁ ବୋଲି କହିଲେ ଏକ୍କା।

Follow us

20,832FansLike
0FollowersFollow
14,700SubscribersSubscribe

Latest news