() ମାଲକାନଗିରି ଚିତ୍ରକୁଣ୍ଡା ପ୍ରସଙ୍ଗରେ ଆଜିର କାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ପୁଣି ଅସନ୍ତୋଷ ଜାହିର କଲେ ବିରୋଧୀ । ଗୃହ 15 ମିନିଟ ପାଇଁ ଗୃହ ମୁଲତବୀ ।
ନିଗମ ଦେଲେ ଲାଭାଂଶ…
() ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ।
{} ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି ନିଗମ ଲିଃ, ଓଡିଶା କାଜୁ ଉନ୍ନୟନ ନିଗମ ଲିଃ ଏବଂ ଓଡିଶା ବିହନ ନିଗମ ଲିଃ ତଥା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଭିଡିଓ କନ୍ଫରେନ୍ସିଂ ଯୋଗ ଦେଇଥିଲେ । ସଚିବାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଲାଭାଂଶ ଚେକ୍ ଗ୍ରହଣ କରିଥିଲେ।
ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୨ ଲକ୍ଷ ୧୭ ହଜାର ୨୧୮ ଟଙ୍କା ଏବଂ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ୩ କୋଟି ୧୦ ଲକ୍ଷ ୩୬ ହଜାର ୫୭୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ୧୯୬୨ ମସିହାରୁ ପ୍ରତିଷ୍ଠିତ କୃଷି ଶିଳ୍ପ ନିଗମ ପୁନଃପୌନିକ ଲାଭ ୨୦୨୦-୨୧ ସୁଦ୍ଧା ୯୪.୩୩ କୋଟି ଟଙ୍କା ରହିଅଛି । ଏହା ଏକ ଋଣମୁକ୍ତ ଲାଭକାରୀ ସରକାରୀ ନିଗମ। ସେହିପରି ଓଡିଶା କାଜୁ ଉନ୍ନୟନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ଲାଭ ବାବଦକୁ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଅଛି । ୧୯୭୮ରେ ପ୍ରତିଷ୍ଠିତ ଓଡିଶା ରାଜ୍ୟ ବିହନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ବାବଦକୁ ୨୩ ଲକ୍ଷ ୨୦ ହଜାର ୫୬୭ ଟଙ୍କା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଅଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଂଶଧନ ଉପରେ ୨.୧୬ ପ୍ରତିଶତ ଲାଭାଂଶ ଘୋଷଣା କରିଛି । ଏହି ବ୍ୟାଙ୍କରେ ରାଜ୍ୟ ସରକାରଙ୍କର ୨୨.୫ ପ୍ରତିଶତ ଅଂଶଧନ ରହିଛି । ଆଜି ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ଲାଭାଂଶ ବାବଦକୁ ୨ କୋଟି ୬୮ ଲକ୍ଷ ୪୯ ହଜାର ୪୨୫ ଟଙ୍କା ପ୍ରଦାନ କରାଯାଇଛି ।
ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ…
() ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଆଜି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ ଗଣଶିକ୍ଷା,ଉଚ୍ଚ ଶିକ୍ଷା,ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା,ସମବାୟ,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ରୁଚିକା ଆତ୍ମହତ୍ୟା ଓ ତା ମା ଙ୍କୁ ପୋଲିସ ଅମାନୁଷିକ ବ୍ୟବହାର, ଚାଷୀ ମୃତ୍ୟୁ,ହାତୀ ମୃତ୍ୟୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ ଓ ଜଳ ବିବାଦ ଭଳି ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାଵ ଆଲୋଚନା ହେବ । ଅପରାହ୍ନ ଅଧିବେଶନରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ ହେବ ।
ୱାନ ନେସନ ୱାନ ରାସନ କାର୍ଡ ଯୋଜନା…
() ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 93 ଲକ୍ଷ 13 ହଜାର 448 ପରିବାରର 3 କୋଟି 25 ଲକ୍ଷ 18 ହଜାର 455 ଜଣ ଯୋଡି ହୋଇଛନ୍ତି । ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 2 ଲକ୍ଷ 61 ହଜାର 227 ପରିବାର 8 ଲକ୍ଷ 8 ହାଜର ହିତାଧିକାରୀ ସାମିଲ ହୋଇଛନ୍ତି । ୱାନ ନେସନ ୱାନ ରାସନ କାର୍ଡ ଯୋଜନାରେ 10 ହଜାର 578 ଦୋକାନ ଜରିଆରେ 1 ଲକ୍ଷ 10 ହଜାର ପରିବାର ଉପକୃତ ହେଉଛନ୍ତି।
ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ
ରାଜ୍ୟରେ ସାର ର ଯୋଗାଣ ଓ କଳାବଜାରୀ କୁ ନେଇ ବିଧାନସଭାରେ ଉଦବେଗ…
() କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଲୋଚନା ବେଳେ ଦୁଇ ବିଧାୟକ ଅଭିଯୋଗ କରିଛନ୍ତି ଯେ ଅଫିସର ଯାହା ଲେଖି ଦେଉଛନ୍ତି ମନ୍ତ୍ରୀ ତାହା ଗୃହରେ କହୁଛନ୍ତି । ଏହା ହେଉଛି ଅମଲାତନ୍ତ୍ର ସରକାର । ସାର ର ବ୍ୟାପକ କଳାବଜାରୀ ହେଉଛି । ଡିଲର ମାନେ ମନ ମାନି କରୁଛନ୍ତି । ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗୃହରେ କହିଛନ୍ତି ସାଲୁଜା । ସେହିପରି ସୁରେଶ ରାଉତରାୟ କହିଛନ୍ତି ସାର ଯେଉଁ ପରିମାଣରେ ଚାଷୀଙ୍କୁ ଆବଶ୍ୟକ ସେହି ପରିମାଣରେ ଯୋଗାଇ ଦିଆ ଯାଉ ନାହିଁ । ଅଧିରାଜ ପାଣିଗ୍ରାହୀ ବି କହିଛନ୍ତି ଚାଷୀଙ୍କୁ ବାଧ୍ୟ କରାଯାଉଛି ଅଧିକ ଟଙ୍କା ରେ ସାର କିଣିବାକୁ । କଳା ବଜାରୀ ହେଉଥିଲେ ବି ସରକାର ଗୁରୁତ୍ୱ ଦେଉ ନାହାନ୍ତି।
ସେପଟେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଉତ୍ତର
କେନ୍ଦ୍ର ସରକାର ଯାହା ଦେଉଛନ୍ତି ସେଥି।ମଧ୍ୟରୁ ରାଜ୍ୟବାସୀଙ୍କୁ 85 ପ୍ରତିଶତ ସାର ଯୋଗାଇ ଦିଆଯାଇଛି । 2 ଲକ୍ଷ 5 ହଜାର 200 ମେଟ୍ରିକ ଟନ ୟୁରିଆ । 77 ହଜାର 671 ମେଟ୍ରିକ ଟନ ଡ଼ିଏପି , 26 ହଜାର 698 ମେଟ୍ରିକ ଟନ ପଟାସ୍ , 95 ହଜାର 638 ମେଟ୍ରିକ ଟନ ଗ୍ରୁମର ଯୋଗାଇ ଦିଆଯାଇଛି । ମାତ୍ର ଗତ 5 ବର୍ଷ ହେବ ଚୁକ୍ତି ଅନୁଯାୟୀ କେନ୍ଦ୍ର ସରକାର ସାର ଯୋଗାଇ ଦେଉ ନାହାନ୍ତି । 1.4.2022 ରୁ 30.6.2022 3 ଲକ୍ଷ 90 ହଜାର ମେଟ୍ରିକ ଟନ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସାର ଯୋଗାଇ ଦେବା ପାଇଁ ଦାବି ହୋଇଥିଲା । କେନ୍ଦ୍ର ସରକାର 3 ଲକ୍ଷ 64 ହଜାର 232 ମେଟ୍ରିକ ଟନ । ଚୁକ୍ତି ଅନୁଯାୟୀ ସମୁଦାୟ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 36 ହଜାର 760 ମେଟ୍ରିକ ଟନ ସାର ଯୋଗାଇ ଦେଇ ନାହାନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା ଯାଇଛି । ସାର କୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ନେଇ ଏହାର ପରିଚାଳନା କରାଯାଉଛି। ତେବେ ଯଦି ରାଜ୍ୟର କୌଣସି ଜାଗାରେ କଳାବଜାରୀ କରାଯାଉଥିବାର ଅଭିଯୋଗ ଅଛି ତେବେ ବିଭାଗକୁ ଜଣାଇଲେ ପଦକ୍ଷେପ ନିଆଯିବ ।
ଏକ ନମ୍ବର ଖଣିଜ ରାଷ୍ଟ୍ରୀୟ :ଓଡିଶା…
() ଖୁବଶୀଘ୍ର ଓଡ଼ିଶାର 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ ।
21-22 ରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି।
{} ଓଡିଶା ଏକ ନଂ ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଙ୍କ ସାମ୍ବାଦିକ ସମ୍ମିଳନୀ।କେନ୍ଦ୍ର ସରକାର 2015 ରେ ଖଣି ନୀତି ରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁଦ୍ଧା 22 ଟି ଅବଧି ଶେଷ ହୋଇଥିବା ଖଣିଜ ଲିଜ ସମେତ 37 ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି। 5-T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥ ର ଉତ୍ପାଦନ 107.546 ମିଲିୟନ ଟନ ହୋଇଛି । ପରିବହନ ହୋଇଛି 100.612 ମିଲିୟନ ଟନ । ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର 50 ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । 2020-21 ରେ 13791 କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ 21-22 ରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 11887 କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ବିଗତ ବର୍ଷ ତୁଳନାରେ 21.78 ପ୍ରତିଶତ ଅଧିକ ।
ପ୍ରଶ୍ନ କାଳ ସ୍ୱାଭାବିକ…
() ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ପ୍ରସ୍ତାବ ଉପସ୍ଥାପିତ ହେବ । 14 ତାରିଖରୁ 28 ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିନଥିବ ତାହା 29 ତାରିଖରେ ଗିଲୋଟିନ ଜରିଆରେ ପାରିତ କରାଯିବ । 30 ତାରିଖରେ 2022-23 ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ ପରିତ ହେବ । ପ୍ରଶ୍ନ କାଳ ସ୍ୱାଭାବିକ କରିବା ପାଇଁ ସବୁ ବିଧାୟକଙ୍କ ସହଯୋଗ ମୁଁ ଲୋଡିଛି ।
ବିକ୍ରମ ଆରୁଖ, ବାଚସ୍ପତି
ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ…
() ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା ପରିମାଣ।
କର୍ମଚାରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ।
{} ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମଚାରୀ ମାନଙ୍କୁ ଦିଆଯିବ।
ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି ଏବଂ ଏଥିରେ ସର୍ବାଧିକ ସୁଧ ହାର ୧୧.୫ ପ୍ରତିଶତ ଥିଲା ।
ବର୍ତ୍ତମାନ ଗୃହ ନିର୍ମାଣ ସହାୟତା ପରିମାଣ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ସହିତ ସୁଧ ପରିମାଣ ୮ ପ୍ରତିଶତକୁ ହ୍ରାସ କରାଯାଇଛି । ଜାତୀୟ ପେନ୍ସନ ସ୍କିମ୍ ଅଧୀନସ୍ଥ କର୍ମଚାରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମଚାରୀ ଏହି ସହାୟତା ପାଇପାରିବେ।
ପୁଣି ନିଜର କାୟ ବିସ୍ତାର କରୁଛି କରୋନ….
( ) କୋଭିଡ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ବର୍ତ୍ତମାନ ଯେଉଁ ସଂକ୍ରମଣ ବଢ଼ୁଛି, ସେଥିରେ ଡାକ୍ତରଖାନା ଯିବା ରୋଗୀଙ୍କ ସଂଖ୍ୟା କମ । ମାତ୍ର 1 ପ୍ରତିଶତ ରୋଗୀ ଡାକ୍ତରଖାନା ଯାଉଛନ୍ତି । ଗତକାଲି ସୁଦ୍ଧା 3 ହଜାରରୁ ଅଧିକ ସକ୍ରିୟ ରୋଗୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର 31 ଜଣ ଡାକ୍ତରଖାନାରେ ଅଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ 25 ଜଣ ICU ରେ ଅଛନ୍ତି । ଅଧିକାଂଶ ରୋଗୀ ଲକ୍ଷଣଯୁକ୍ତ ନୁହନ୍ତି । ବୟସ୍କ ଲୋକ, କୋମରବିଡ଼ିଟି ଥିବା କିଛି ରୋଗୀ ଡାକ୍ତରଖାନାରେ ଅଛନ୍ତି ।
ସର୍ବଭାରତୀୟ କୋଭିଡ ସ୍ଥିତି ଦେଖିଲେ, ସବୁ ରାଜ୍ୟରେ କୋଭିଡ ବଢୁନି । ଯେଉଁ ରାଜ୍ୟରେ ବଢ଼ୁଛି, କେବଳ ସହରାଞ୍ଚଳରେ ହିଁ ସଂକ୍ରମଣ ବଢ଼ୁଛି, ଗ୍ରାମାଞ୍ଚଳରେ ନାହିଁ । ଯେହେତୁ ବର୍ତ୍ତମାନ ଅନ୍ତଃରାଜ୍ୟ କଟକଣା ନାହିଁ, ବାଣିଜ୍ୟ ବ୍ୟବସାୟ ଉପରେ କଟକଣା ନାହିଁ, ଲୋକମାନଙ୍କ ଯାତାୟାତ ହେଉଛି, ଲୋକ ଏକାଠି ହେଉଛନ୍ତି, ସେସବୁ ସ୍ଥାନରେ ସଂକ୍ରମଣ ଅଧିକ ରହୁଛି । ଆମ ରାଜ୍ୟରେ TPR ଅନୁସାରେ କଟକ, ପୁରୀ, ଖୋର୍ଦ୍ଧାର ସହରାଞ୍ଚଳରେ ସଂକ୍ରମଣ ଅଧିକ ରହିଛି ।
ରଥଯାତ୍ରା ଯୋଗୁଁ ବଢ଼ିବ କି ସଂକ୍ରମଣ ?
କୋଭିଡ ସଂକ୍ରମଣ ରୋକିବାରେ ଲୋକଙ୍କ ସହଭାଗିତା ଦରକାର । ଲୋକଙ୍କ ଭାବାବେଗକୁ ତ ଅଟକାଇ ହେବନାହିଁ । ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଥିଲେ, ଆଗକୁ କଣ ହେଉଛି ଜଣାପଡ଼ିବ । ତେବେ ଯେହେତୁ ଅଧିକାଂଶ ଲୋକ ଟୀକା ନେଇଛନ୍ତି, ସଂକ୍ରମଣ ହୋଇପାରେ, କିନ୍ତୁ ଗୁରୁତର ହେବା କ୍ଷମତା କମ ରହିପାରେ । ରାଜ୍ୟରେ ସଂକ୍ରମଣ କେବେ ପିକ ହେବ, ଏବେଠୁ ଆକଳନ କରିବା କଷ୍ଟକର ।
ଡାକ୍ତର ନିରଞ୍ଜନ ମିଶ୍ର, ଜନସ୍ୱାସ୍ଥ୍ୟ ନିର୍ଦେଶକ
ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ୩ଜଣ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ..
() ସଡ଼କ ଦୁର୍ଘଟଣା ରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ,
ମୃତକମାନଙ୍କ ପାଇଁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା।
{} ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି ।