ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର ସଂପୃକ୍ତି ନାହିଁ…

() ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର ସଂପୃକ୍ତି ନାହିଁ। ବିଭାଗ ନାଁ ରେ ଯେଉଁ ଅଭିଯୋଗ ଆସୁଛି ତାହା ଅବାସ୍ତବ ଓ ଅମୂଳକ। ସାହାରା ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ 5 ବର୍ଷ ଲାଗି ସ୍ପନସରର୍ସିପ ଦେଇଥିଲେ। ଅଲିମ୍ପିକ୍ ରେ ସଫଳତା ମିଳିଲା। ତାପରେ ୧୦ବର୍ଷ ଲାଗି ସ୍ପନସରର୍ସିପ ଯୋଗାଇ ଦିଆ ଯାଇଛି। ସାରା ବିଶ୍ବ ପ୍ରସଂଶା କରିଛି। ସ୍ପନସରର୍ସିପ ଚୁକ୍ତି ବାତିଲ ପ୍ରଶ୍ନ କୁ ଏଡାଇ ଗଲେ।

ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ

ATM ରୁ ବାହାରିବ ଖାଦ୍ୟ ଓ ଶଷ୍ୟ…

()ବିଧାନସଭାରେ ଗୃହୀତ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି । ଖାଦ୍ୟ ଯୋଗାଣ ବିଭାଗର 1205 କୋଟି 29 ଲକ୍ଷ 49 ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର 1941 କୋଟି 14 ଲକ୍ଷ 15 ହଜାର ଟଙ୍କା ବେୟ ବରାଦ କରାଯାଇଛି। ଖର୍ଚ୍ଚ ଦାବି ଆଲୋଚନା ବେଳେ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି। ଦିନକୁ ଦିନ ଏହି ବ୍ୟବସ୍ଥା କୁ ଅଧିକ ସରଲୀକାରଣ କରାଯାଉଛି। ଖାଦ୍ୟ ଓ ଶଷ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ କି ଗୁଣାତ୍ମକ ଯୁକ୍ତ ଶଷ୍ୟ ପହଞ୍ଚିବ ସରକାର ବ୍ୟବସ୍ଥା କରୁଛନ୍ତି। ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଶଷ୍ୟ ମିଳିବ। ସେଥିପାଇଁ ରାଜ୍ୟ ସରକାର ଅଲ ଟାଇ ମ ଗ୍ରେନ ବ୍ୟବସ୍ଥା କରାଯାଉଛି। 24 ଘଣ୍ଟା ମିଳିବ ରାସନ। ପାଇଲଟ ଭାବେ ଭୁବନେଶ୍ୱର ଆରମ୍ଭ ହେବ। ଏଟିଏମ ରୁ ବାହାରି ଚାଉଳ। ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ରାଜ୍ୟସରକାର।

ଜୁଲାଇ ୨୧ ଓ ୨୨ ଆନ୍ଦୋଳନରେ ସାମିଲ ହେବାକୁ ଶରତଙ୍କ ନିବେଦନ…

0

()ପ୍ରତିହିଂସା ପରାୟଣ ରାଜନିତୀ ପ୍ରତିବାଦରେ କଂଗ୍ରେସର ଜୁଲାଇ ୨୧ ଓ ୨୨ ତାରିଖ ଆନ୍ଦୋଳନରେ ସାମିଲ ହେବାକୁ ଶରତ ପଟ୍ଟନାୟକଙ୍କ ନିବେଦନ।

{}  ପି.ସି.ସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ,ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧିଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ଜନସ୍ୱାର୍ଥ ବିରୋଧିନିତୀ ଓ ନିଷ୍ପତିର ପ୍ରତିବାଦ କରିବା ଦାୟିତ୍ୱ ସଂପନ୍ନ ବିରୋଧିଦଳର ପ୍ରଧାନ କର୍ତବ୍ୟ । କିନ୍ତୁ ଦୁର୍ଭାଗ୍ୟକୁ କେନ୍ଦ୍ରର ମୋଦୀ ସରକାର ଏଥିପ୍ରତି ଚରମ ଉଦାସିନତା ପ୍ରଦର୍ଶନ କରୁଛନ୍ତି । ସହନଶୀଳ ହେବା ପରିବର୍ତେ ପ୍ରତିହିଂସା

ପରାୟଣ ହେଉଛନ୍ତି। ଫଳତଃ ଗଣତନ୍ତ୍ର ପ୍ରତି କେବଳ ଉପହାସ ନୁହେଁ, କୁଠାରଘାତ କରୁଛନ୍ତି ।  ବିରୋଧିଙ୍କ ସ୍ୱର ଚପାଇଦେବାକୁ ସେମାନଙ୍କ ବିରୋଧରେ ସି.ବି.ଆଇ.,ଇ.ଡ଼ି. ଓ ଆଇ.ଟି. ଭଳି ସଂସ୍ଥାମାନଙ୍କୁ ଲଗାଇ ଯାବତୀୟ ନିର୍ଯ୍ୟାତନା ଦେଉଛନ୍ତି । ଅନେକ କ୍ଷେତ୍ରରେ ରାତି ଅଧରେ ବିରୋଧି ପ୍ରମୁଖ ନେତାଙ୍କ ଘର ଉପରେ ଚଢ଼ଉ କରି ଗିରଫ କରୁଛନ୍ତି ।    କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇ.ଡ଼ିର ଡାକରା ଦମନ ରାଜନୀତିର ସଦ୍ୟତମ ଉଦାହରଣ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାଂଚ ପାଂଚ ଥର ଇ.ଡ଼ି. ଡାକିଥିଲେ ଓ ଦେଶବ୍ୟାପୀ କଂଗ୍ରେସ ଏହାର ପ୍ରତିବାଦ କରିଥିଲା । ପୁନଃର୍ବାର ଆସନ୍ତା ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସମନଜାରୀ କରାଯାଇଅଛି । ଶ୍ରୀମତୀ ଗାନ୍ଧୀ ସେହିଦିନ ହାଜର ହେବାକୁ ନିଷ୍ପତି ମଧ୍ୟ ନେଇଛନ୍ତି । ଏହା ଆକ୍ରୋଶ ରାଜନୀତି ନୁହେଁ ତ ଆଉ କ’ଣ ହୋଇପାରେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି? ସଂଖ୍ୟା ବଳରେ ଅନ୍ଧ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଜୁଲମ୍ କରିଚାଲିଛନ୍ତି । କଂଗ୍ରେସ ଏହି ହିଟଲରୀ ଶାସନକୁ ବରଦାସ୍ତ କରିବ ନାହିଁ । ସୋନିଆ ଗାନ୍ଧୀଙ୍କୁ ନିଶାନା କରିବା ହେଉଛି ଗଣତନ୍ତ୍ରରେ ବିରୋଧିର ସ୍ୱରକୁ ଦମନ କରିବା ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ସୁତରାଂ ଗଣତନ୍ତ୍ର ସୁରକ୍ଷା ଓ ବିରୋଧିଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଜୁଲାଇ ୨୧ ତାରିଖରେ କଂଗ୍ରେସ ଭବନରୁ ଇ.ଡ଼ି ଅଫିସ୍ ଅଭିଯାନ ଆନ୍ଦୋଳନ ପାଇଁ ନିଷ୍ପତି ନିଆଯାଇଛି । ସେହିପରି ଜୁଲାଇ ୨୨ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଜିଲ୍ଲା କଂଗ୍ରେସ ତରଫରୁ ଗଣବିକ୍ଷୋଭ ନିମନ୍ତେ ସିଦ୍ଧାନ୍ତ ହୋଇଅଛି । କଂଗ୍ରେସର ଏହି ଜୁଲାଇ ୨୧ ଓ ୨୨ ତାରିଖ ୨ ଦିନ ଧରି ଆନ୍ଦୋଳନରେ ରାଜ୍ୟର ସମସ୍ତ କୃଷକ, ଶ୍ରମିକ, ବୃଦ୍ଧିଜୀବି, ଛାତ୍ର, ଯୁବକ ଓ ମହିଳାମାନେ ବହୁ ସଂଖ୍ୟାରେ ସାମିଲ ହେବାକୁ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ନିବେଦନ କରିଛନ୍ତି ବୋଲି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଜଣାଇଛନ୍ତି ।

ଓଡିଶା ଆଇଟି ପଲିସି – ୨୦୨୨କୁ କ୍ୟାବିନେଟର ମଞ୍ଜୁରୀ…

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଓଡିଶା ଆଇଟି ପଲିସି – ୨୦୨୨କୁ କ୍ୟାବିନେଟର ମଞ୍ଜୁରୀ କରିଛି । ଓଡିଶାକୁ ଦେଶରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପାଇଁ ପୁଞ୍ଜିନିବେଶର ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଲାଗି ଏହି ପଲିସି ଉଦ୍ଧିଷ୍ଟ । ଏହା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଆଇ.ଟି. ଆଉଟସୋର୍ସିଙ୍ଗରେ ଓଡିଶାକୁ ବିଶ୍ଵ ମାନଚିତ୍ରରେ ସ୍ଥାନିତ କରିବା ହେଉଛି ଏହି ଆଇ.ଟି. ପଲିସିର ମୁଖ୍ୟ ଲକ୍ଷ୍ୟ । ଦେଶ ତଥା ବିଦେଶର ଆଇ.ଟି. କମ୍ପାନୀଗୁଡ଼ିକୁ ରାଜ୍ୟରେ ପୁଞ୍ଜି ନିବେଶ ନିମନ୍ତେ ଏହି ପଲିସି ମାଧ୍ୟମରେ ବିଭିନ୍ନ ପ୍ରୋଜନର ବ୍ୟବସ୍ଥା କରାଯାଇଛି ।

ପୂର୍ବ ଭାରତରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟଭାବେ ନିଜକୁ ପ୍ରତିପାଦିତ କରିପାରିଛି । ଜନସାଧାରଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଓ ପ୍ରଶାସନକୁ ଲୋକାଭିମୁଖୀ କରିବା ନିମନ୍ତେ ସୂଚନା ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିବାରେ ଓଡିଶା ସରକାର ଆଗରେ ରହିଛନ୍ତି । ଉତ୍ତମ ଶାସନର ୫ – ବି ମନ୍ତ୍ର ସହିତ ଏକ ଡିଜିଟାଲ ଗଣତନ୍ତ୍ର ହାସଲ କରିବାକୁ ରାଜ୍ୟ ପ୍ରସ୍ତୁତ ଅଛି । ଓଡିଶା ଆଇ.ଟି ପଲିସି – ୨୦୨୨ ଏହାର ଗେଜେଟ୍‌ ବିଜ୍ଞପ୍ତି ତାରିଖରୁ ୫ ବର୍ଷ ପର୍ଯ୍ୟନ୍ତ କିମ୍ବା ଅନ୍ୟ ସେହିଭଳି ଏକ ଯୋଜନା କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଓଡିଶା ଆଇ.ଟି. ପଲିସି – ୨୦୨୨ ରେ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରାଯାଇଛି-

( ୧ ) ଆଇ.ଟି ପାର୍କ ନିମନ୍ତେ ପ୍ରୋତ୍ସାହନ : ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶର ୨୫ % ( ସର୍ବାଧିକ ୨୦ କୋଟି ଟଙ୍କା ) ଯୋଗାଇ ଦିଆଯିବ । ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ % ( ସର୍ବାଧିକ ୨୫ ଲକ୍ଷ ଟଙ୍କା ) ପ୍ରତିପୁର୍ତ୍ତି ( rimbursement ) କରାଯିବ । Green Field IT Park ଗୁଡିକୁ କମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତନ ଦେୟ ଶତପ୍ରତିଶତ ଛାଡ଼ କରାଯିବ ।

( ୨ ) ସ୍ଥାୟୀ ପୁଞ୍ଜିନିବେଶ ସହାୟତା : ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦ % ( ସର୍ବାଧିକ ୩ କୋଟି ପର୍ଯ୍ୟନ୍ତ ) ଯୋଗ୍ୟ ଆଇ.ଟି. ସଂସ୍ଥା ମାନଙ୍କୁ ରିହାତି ଯୋଗାଇଦିଆଯିବ ।

( ୩ ) ଯେଉଁ ଆଇ.ଟି. ଶିଳ୍ପଦ୍ୟୋଗୀମାନେ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ( ଆର୍ଥିକ ସଂସ୍ଥାରୁ ଋଣକରି ଠିକ ସମୟରେ ପରିଶୋଧ କରୁଥିବେ ସେମାନଙ୍କ ଋଣ ଉପରେ ବାର୍ଷିକ ୫ % ସୁଧ ରିଛାଟି ୫ ବର୍ଷ ପର୍ଯ୍ୟନ୍ତ ( ସର୍ବାଧୂଳ ୧୦ କୋଟି ବାର୍ଷିକ ) କରାଯିବ ।

( ୪ ) ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ ( Electricity Duty ) ବୈଦ୍ୟୁତିକ ଯାଞ୍ଚଶୁଳ୍କ ( Inspection Fee ) ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍ ର ୩୪ % ( ସର୍ବାଧିକ ୩୫ ଲକ୍ଷ ) ରିହାତି ମିଳିବ ।

( ୫ ) ୪୦ ରୁ ଅଧିକ କର୍ମଚାରୀ ଥିବା ଆଇ.ଟି. ୟୁନିଟ ଗୁଡିକ Incubation Space କୁ ଆଧାର କରି ସର୍ବାଧିକ ୩ ବର୍ଷ ପାଇଁ Incubation Space ର ଭଡାରେ ରିହାତି ପାଇପାରିବେ । ସରକାରଙ୍କ ଦ୍ବାରା ଅନୁମୋଦିତ IT Park ଓ Incubation Centre ରେ Co – Working Space ରେ କାର୍ଯ୍ୟ କଲେ ପ୍ରତି ସିଟ୍ ପିଛା ମାସିକ ୧୪୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଜ୍ଞପ୍ତି ପ୍ରାପ୍ତ ଘରୋଇ ଆଇ.ଟି. ପାର୍କରେ ପ୍ରତି ସିଟ୍ ପିଛା ୧୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ପୁର୍ତ୍ତି କରାଯିବ ।

( ୬ ) ଯେଉଁ ଆଇ.ଟି. ସଂସ୍ଥାମାନେ ଭଡାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ । ଯାହା ତାଙ୍କ ପ୍ରକୃତ ଉଡାର ୭୫ % ରୁ ଅଧିକ ହେବନି । ମହିଳା ଅନୁସୂଚିତ ଜାତି / ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ଅତିରିକ୍ତ ୨୫ % ( ସର୍ବାଧିକ ବାର୍ଷିକ ୫ ଲକ୍ଷ ) ସହାୟତା ପ୍ରଦାନ କରାଯିବ ।

( ୭ ) ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦ % ଏବଂ ଦ୍ବିତୀୟ ଥର ପାଇଁ ୫୦ % ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦ % ପ୍ରତିଶତ ଯୋଗାଇ ଦିଆଯିବ ।

( ୮ ) ଭୁବନେଶ୍ବର ବିକାଶ ପ୍ରାଧିକରଣ ( ବି ଡି ଏ ) ଅଞ୍ଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇ.ଟି କମ୍ପାନୀମାନଙ୍କୁ ୫ ବର୍ଷ ପାଇଁ ଏତ ପ୍ରତିଶତ Net SGST ପ୍ରତିପୂର୍ତ୍ତି( Reimbursement ) କରାଯିବ ।

( ୯ ) ମାନବସମ୍ବଳ ବିକାଶ ନିମନ୍ତେ ପ୍ରୋତ୍ସାହନ ;
ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯୁକ୍ତି (କାର୍ଯ୍ୟନିର୍ବାହୀ ପଦରେ) ନିମନ୍ତେ ପ୍ରତି ବ୍ୟକ୍ତି ପାଇଁ ୧୦ ହଜାର ଟଙ୍କା (ସର୍ବାଧିକ ୧୦ ଲକ୍ଷ ଟଙ୍କା) ପ୍ରତି ୟୁନିଟକୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି ( ଜନଜାତି ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୧୦୦୦ ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଆ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ( EPF ) ଓ ରାଜ୍ୟକର୍ମଚାରୀ ବୀମା ( ESI ) ବାବଦକୁ ଶତପ୍ରତିଶତ ଅର୍ଥ ( ସର୍ବାଧିକ ୫ କୋଟି ) ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

( ୧୦ ) ଯୋଗ୍ୟ ଆଇ.ଟି କମ୍ପାନୀମାନଙ୍କୁ ସେମାନଙ୍କର Internet ସଂଯୋଗ / ଲିଜ୍ ଦେୟର ୫୦ % ସର୍ବାଧିକ ୫ ଲକ୍ଷ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ପ୍ରତିପୂର୍ତ୍ତି ( Reimbursement ) କରାଯିବ ।

( ୧୧ ) Biju Innovation Lab ର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇଦିଆଯିବ ।

( ୧୨ ) ଓଡ଼ିଶାର ଇଞ୍ଜିନିୟରିଂ କଲେଜ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର Centre of Excellence ( CoE )କୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଙ୍କ ସହାୟତା, ଗୁଣବତ୍ତା ପ୍ରମାଣପତ୍ର ସହାୟତା, ପେଟେଣ୍ଟ ପଞ୍ଜିକରଣ ସହାୟତା, ଇଣ୍ଟରନେଟ୍ ସହାୟତା, ସୁଧ ସବ୍‌ସିଡ଼ି ଆଦି ପ୍ରୋତ୍ସାହନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

( ୧୩ ) Artificial Intelligence , Cyber Security , Extended Reality , Automation , Block Chain , Big Data , Cloud Computing , Internet of Things , Machine Leaming କ୍ଷେତ୍ରରେ ବିନିଯୋଗ କରିଥିବା କମ୍ପାନୀ । ୟୁନିଟ୍ ମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଗୃହରେ ଉଠିଲା କାଶୀ ପୁର ଝାଡ଼ାବାନ୍ତି ପ୍ରସଙ୍ଗ

() ପୁଣି ଗୃହରେ ଉଠିଲା କାଶୀ ପୁର ଝାଡ଼ାବାନ୍ତି ପ୍ରସଙ୍ଗ। ଶୂନ୍ୟକାଳରେ ନରସିଂହ ମିଶ୍ର ଉଠାଇ ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କାଶୀ ପୁରରେ ଝଡାବାନ୍ତି ହୋଇଛି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି କିନ୍ତୁ ସେଠି ଜିଲ୍ଲା ପାଳ କହୁଛନ୍ତି କଲେରା ହେଇଛି। ଆମ୍ବ ଟାକୁଆ ଜାଉ ଖାଇ , ବିଷାକ୍ତ ପାଣି ପିଇ ,ମଦ ପିଇ ମୃତ୍ୟୁମୁଖରେ ପଡୁଛନ୍ତି। କିନ୍ତ ମନ୍ତ୍ରୀ କେଵଳ ଦୂଷିତ ପାଣି ପିଇ ଝାଡା ବାନ୍ତି ହୋଇଛ। ଏହା ଦୁର୍ଭାଗ୍ୟଜନକ।

ବ୍ଲକ୍ ଓ ପଞ୍ଚାୟତ ପୁନର୍ଗଠନ ନେଇ ପ୍ରଶ୍ନ କାଳ ସରଗରମ…

() ବ୍ଲକ୍ ଓ ପଞ୍ଚାୟତ ପୁନର୍ଗଠନ ନେଇ ପ୍ରଶ୍ନ କାଳରେ ସରଗରମ ଆଲୋଚନା। ଉଭୟ ବିରୋଧୀଦଳ ଓ ଶାସକ ଦଳ ସଦସ୍ୟ ବ୍ଲକ୍ ପୁନର୍ଗଠନ ନେଇ ଦାବି ଉଠାଇଲେ । ପଞ୍ଚାୟତ ରୁ ବ୍ଲକ୍ ଦୂରତା ଅଧିକ ରହୁଥିବାରୁ ପୁନର୍ଗଠନ ପାଇଁ ଦାବି ଜଣାଇଲେ ସଦସ୍ୟ । କୋରାପୁଟର ଦସମନ୍ତପୁର,ବୋରିଗୁମ୍ମା,ଜୟପୁର ,ଯାଜପୁର ର ଚଣ୍ଡିଖୋଲ,ବାଲେଶ୍ଵର ର ଭୋଗରାଇ ବ୍ଲକ ଉଦାହରଣ ରଖିଲେ ସଦସ୍ୟ। ଗୋଟେ ଗୋଟେ ବ୍ଲକ୍ ର ବହୁ ପଞ୍ଚାୟତ ରହୁଥିବାରୁ ବ୍ଲକ୍ ପୁନର୍ଗଠନ ଆବଶ୍ୟକତା ପାଇଁ ଦାବି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ୧୯୫୮ରେ ୧୨୪ ଟି ବ୍ଲକ୍ ହୋଇଥିଲା।ପରେ ୧୯୬୧ ମସିହାରେ ୨୧୪,୧୯୬୩ ରେ ୩୦୪ ,୧୯୮୪ରେ ୩୧୪ ବ୍ଲକ୍ ହୋଇଥିଲା।ବର୍ତ୍ତମାନ ବ୍ଲକ୍ ପୁନର୍ଗଠନ ନେଇ ପ୍ରସ୍ତାବ ନାହିଁ। ଯେଉଁ ପଞ୍ଚାୟତ ଠୁ ଗାଁ ର ଦୂରତା ଅଧିକ ରହୁଛି ସେ ଗାଁ ରେ ଫେସିଲିଟି କେନ୍ଦ୍ର କରିବାକୁ ନିଷ୍ପତି ନେଇଛନ୍ତି ସରକାର। ଚାଉଳ, ଭତା ପରି ସରକାର ସୁବିଧା ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ। ନୂଆ ଜନ ଗଣନା ଆଧାରରେ ବ୍ଲକ୍ ଗଠନ କରାଯିବ ବୋଲି ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉଭୟ ଶାସକ ଓ ବିରୋଧି ଦଳ ସଦସ୍ୟ ମାନଙ୍କୁ ନିଜ ଉତ୍ତରରେ କହିଛନ୍ତି l

ଆଜି ରାଜ୍ୟ କ୍ୟାବିନେଟ୍: ୧୨ରୁ ଅଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର

() ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ଏଜେଣ୍ଡା ଉପରେ କ୍ୟାବିନେଟ ମୋହର ବାଜିପାରେ । ଲୋକସେବା ଭବନରେ ସକାଳ ୧୦ଟାରେ ବୈଠକ ବସିବ । ବିଧାନସଭା ମୌସୁମୀ ଅଧିବେଶନ ଜାରି ରହିଥିବାରୁ କ୍ୟାବିନେଟ ନିଷ୍ପତ୍ତି ସାର୍ବଜନୀନ କରାଯିବ ନାହିଁ ।

ମୌସୁମୀ ଅଧିବେଶନର ଦଶମ ଦିନ….

() ଆଜି ବିଧାନସଭା ମୌସୁମୀ ଅଧିବେଶନର ଦଶମ ଦିନ । ପ୍ରଶ୍ନକାଳରେ ପଞ୍ଚାୟତିରାଜ ବିଭାଗ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ଏହା ପରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଅପରାହ୍ନ ଅଧିବେଶନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବଭାଗର ଖର୍ଚ୍ଚ ଦାବି ବିଷୟରେ ଆଲୋଚନା ହେବ । ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ସାରା ବିଶ୍ବକୁ ବାଟ ଦେଖାଇଛି । ଯେଉଁଥିପାଇଁ ନିକଟରେ କେନ୍ଦ୍ର ସରକାର ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ପୁରସ୍କୃତ କରିଛନ୍ତି । ଖର୍ଚ୍ଚ ଦାବି ଆଲୋଚନା ବେଳେ ଏଭଳି ଅନେକ ସଫଳତା କଥା ଉଠିପାରେ ।

ମୁହଁ ଖୋଲିଲେ ବିଜୟ ଶଙ୍କର….

() ମୁହଁ ଖୋଲିଲେ ବିଧାୟକ ବିଜୟ ଶଙ୍କର। କ୍ରାଇମବ୍ରାଞ୍ଚ ତଦନ୍ତକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ। ମୋ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। ଷଡ଼ଯନ୍ତ୍ର ହୋଇଛି ମୋ ବିରୋଧରେ। ତଦନ୍ତ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଏ ଯାଏଁ ମୋତେ ନୋଟିସ ଆସିନି କ୍ରାଇମବ୍ରାଞ୍ଚରୁ। ନୋଟିସ ଆସିଲେ ମୁଁ ତଦନ୍ତର ସାମ୍ନା କରିବି। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରତିକ୍ରିୟା।

ବିଜୟ ଶଙ୍କର ଦାସ,ତିର୍ତ୍ତୋଲ ବିଧାୟକ

ଗୃହରେ ଉତ୍ତର ରଖିଲେ : ମନ୍ତ୍ରୀ ନିରଞ୍ଜନ ପୂଜାରୀ

() କାଶିପୁର ଝାଡ଼ା ବାନ୍ତି ଘଟଣା ରେ ଗୃହରେ ଉତ୍ତର ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।ଦୂଷିତ ପାଣି ଏ ଭଳି ଘଟିଛି।ସ୍ଵତନ୍ତ୍ର ଟିମ କାଶିପୁର ରେ ମୁତୟନ ହୋଇଛନ୍ତି।ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଞ୍ଚଳରୁ ୯ଟି ପାଣି ନମୁନା ଆଣିଥିବା ବେଳେ ୩ଟି ନମୁନା ରେ ରୋଗ ବ୍ୟାପିଥିବା ଜଣାପଡିଛି।ଘରେ ଘରେ ସଚେତନ କରାଯାଉଛି। ଟିକିରି PHC,କାଶିପୁର ଓ ରାୟଗଡ଼ା DHC ଏବଂ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲ୍ ରେ ସମସ୍ତ ଙ୍କ ର ଚିକିତ୍ସା ଜାରି ରହିଛି। ୯୭%ଲୋକେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି।

Follow us

20,832FansLike
0FollowersFollow
14,700SubscribersSubscribe

Latest news