ବିଧାନସଭାରେ ଇଡି ତାତି: ମୁହଁ ମୁଁହି କଂଗ୍ରେସ ଓ ବିଜେପି

( ) ସଂସଦ ଚାଲୁଥିବା ସମୟରେ ନିୟମ ଅଛି ଜେରା ପାଇଁ ଡାକି ପାରିବେ ନାହିଁ l ବିରୋଧିଙ୍କ ସ୍ୱର୍ ଚାପିଦେବା ପାଇଁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଛି l କେନ୍ଦ୍ର ସରକାର ଚାହୁ ନାହାଁନ୍ତି ଦେଶରେ ବିରୋଧି ରୁହନ୍ତୁ l ବିଜେପି ଅସହିଷ୍ଣୁ ହୋଇ ପଡ଼ୁଛି l କ୍ଷମତାକୁ ଆସିବା ପରେ ଆଉ ସହନଶୀଳତା ନାହିଁ ବିଜେପିର l ସେଥିପାଇଁ ଗୃହକୁ ଚଳାଇ ଦେଉନାହାନ୍ତି l

ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତି ଗୃହର ସଦସ୍ୟ ନୁହଁନ୍ତି ତାଙ୍କ ପ୍ରସଙ୍ଗ ଉଠିବ ନାହିଁ। କଂଗ୍ରେସ ମଧ୍ୟ ପୂର୍ବରୁ ଏ ପ୍ରସଙ୍ଗ ଉଠାଇବାକୁ ବିରୋଧ କରିଥିଲା। ଆ ଉ ଆଜି ତାଙ୍କ ନେତାଙ୍କ ସୁରକ୍ଷ ପାଇଁ ସେମାନେ ବହୁରୁଛନ୍ତି। ଗୃହକୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ଯେହେତୁ ବିରୋଧୀ ମୁଲତବୀ ପ୍ରସ୍ତାବ ଆଣୁ ଛନ୍ତି  ସେ ବିଷୟରେ ଆଲୋଚନା କରିବା କଥା। କିନ୍ତୁ ଅଯଥା ପ୍ରସଙ୍ଗ ଉଠାଇ ଗୃହକୁ ଅଚଳ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର

ଟେଲି ଫୋନ ଟାୱାରକୁ ନେଇ ଗୃହରେ ଉଦବେଗ…

() ଗାଁ ରେ ଟେଲି ଫୋନ ଟାୱାର ନଥିବା ରୁ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀଙ୍କ ଦାବି ବର୍ତ୍ତମାନ ଟେକ୍ନୋଲୋଜି ର ସମୟ ହୋଇଥିବା ରୁ ଅଧିକ ରୁ ଅଧିକ ଟେଲି ଫୋନ ଟାୱାର ନିର୍ମାଣ କରଯାଉ ।

ଏ ନେଇ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତର 3093 ଗାଁ ରେ 493 ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏ ନେଇ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି । ସେଥିରୁ 158 ଟି ଟେଲି ଫୋନ ଟାୱାର ନିର୍ମାଣ ସରିଛି । ଆଉ 325 ଟି ଟେଲି ଫୋନ ଟାୱାର ନିର୍ମାଣ ହେବ । ଏହା ବାଦ ଆଉ 100 ଟି ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟ ଉପରେ ଟେଲି ଫୋନ ଟାୱାର ନିର୍ମାଣ କରିବା ପାଇଁ ଯୋଜନା କରଯାଉଛି ।

ଚେକଡ୍ୟାମ ନିର୍ମାଣ ଲାଗି ପ୍ରସ୍ତାଵ ରଖିଲେ ସରକାର…

() ଆଡ଼ିବନ୍ଧ ଯୋଜନାରେ ରାଜ୍ୟରେ 15 ହଜାର 876 ଚେକଡ୍ୟାମ ନିର୍ମାଣ ଲାଗି ସରକାର ପ୍ରସ୍ତାଵ ରଖିଛନ୍ତି । ସେଥି ମଧ୍ୟରୁ 3 ବର୍ଷ ମଧ୍ୟରେ ଅର୍ଥାତ 2025 ସୁଦ୍ଧା 1280 ନୂଆ ଚେକଡ୍ୟାମ ନିର୍ମାଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ 8 ସହ 11 କୋଟି 45 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା

ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ…

() ବିଧାୟକ ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟଙ୍କ ଦାବି ବିଧାୟକ ପାଣ୍ଠି ର ବୃଦ୍ଧି କରଯାଉ । ବର୍ତ୍ତମାନ ବିଧାୟକ ମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ 2 କୋଟି ସାଧାରଣ ରେ ଏବଂ ଉଚ୍ଚଶିକ୍ଷା ପାଇଁ 50 ଲକ୍ଷ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ 50 ଲକ୍ଷ ଦିଆଯାଉଛି । ଆଲୋଚନା ରେ ଭାଗ ନେଇ ବିଜେଡି ବିଧାୟକ ତଥା ମୂଳ ପ୍ରଶ୍ନ କର୍ତ୍ତା ସଞ୍ଜୀବ ମଲିକ କହିଛନ୍ତି ଯେ ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁ ରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ 2 କୋଟି ବଦଳରେ 3 କୋଟି କରଯାଉ । ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେହେତୁ ପଡୋଶୀ ରାଜ୍ୟ ମାନଙ୍କରେ ବିଧାୟକ ପାଣ୍ଠି 5 କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ 3 କୋଟି ରୁ 10 କୋଟି କୁ ବୃଦ୍ଧି କରଯାଉ । ସରସ୍ୱତୀ ଶିଶୁ ମନ୍ଦିର କୁ ବିଧାୟକ ପାଣ୍ଠି ରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତା ଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଥିବା ଧାର୍ଯ୍ୟ ଅର୍ଥ ସୀମା କୁ ଉଠାଯାଇ ସାଧାରଣ ଖର୍ଚ୍ଚ କୁ 3 କୋଟି କରଯାଉ।

ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି । ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ । ସମୟ ଆସିଲେ ବିଚାର କରାଯିବ । 2020-21 ରେ ବିଧାୟକ ପାଣ୍ଠି 1 କୋଟି ରୁ 3 କୋଟି କୁ ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ 2 କୋଟି ଥିବା ବେଳେ ତେଲେଙ୍ଗାନା ରେ 5 କୋଟି, ଛତିଶଗଡ଼ ରେ 4 କୋଟି, ପଶ୍ଚିମବଙ୍ଗ ରେ 60 ଲକ୍ଷ, ଝାଡ଼ଖଣ୍ଡ ରେ 4 କୋଟି, ମହାରାଷ୍ଟ୍ର ରେ 5 କୋଟି ଏବଂ ଉତ୍ତର ପ୍ରଦେଶରେ ମଧ୍ୟ 5 କୋଟି ରହିଛି ।

ବାଚସ୍ପତି ନିର୍ଦ୍ଦେଶ….

ବିଧାୟକ ମାନେ ଯେଉଁ ପ୍ରସ୍ତାଵ ତାହା କିପରି କାର୍ଯ୍ୟକାରୀ ହେବ ସେ ନେଇ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତାପ ଜେନାଙ୍କୁ ବିରୋଧ କଲେ ମୋହନ…

() ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ବିଜେପି ବିଧାୟକ ମୋହନ ମାଝୀଙ୍କ ବିରୋଧ। ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିବା ବେଳେ ଶାସକ ଦଳ ତରଫରୁ ପ୍ରତାପ ଜେନା କହିବା ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ପ୍ରତାପ ଜେନାଙ୍କ ନାମରେ ମାହାଙ୍ଗା ଡ଼ବଲ ମର୍ଡର ଘଟଣାର ଅଭିଯୋଗ ରହିଛି। ତେଣୁ ସେ କିଭଳି ଗୃହ ବିଭାଗ ଖର୍ଚ୍ଚଦାବି ରେ ଭାଗ ନେବେ ବୋଲି ପ୍ରଶ୍ନ କରିଥିଲେ। ସେପଟେ ଗୃହର ସଦସ୍ୟ ହିସାବରେ ସେ ଭାଗ ନେଇପାରିବେ ବୋଲି ଉପ ବାଚସ୍ପତି କହିଥିଲେ। ପ୍ରତାପ ଜେନା କହିଥିଲେ କାହା ନାଁରେ ଅଭିଯୋଗ ହେଲେ ସେ ଦୋଷୀ ହୋଇ ଯାଏନାହିଁ।

ବିହନ ଆଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ….

() ବିହନ ଆଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଗୃହରେ ଉଦବେଗ। 1009 ଧାନ ବିହନ ପୁରଣା ବିହନ ନ ମିଳିବା ନେଲ ପ୍ରଶ୍ନ ଉଠାଇ ଥିଲେ କଂଗ୍ରେସ ବିଧାୟକ ସୁତ ରାଉତରାୟ। ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ଅଭିଯୋଗ ଆଣିଥିଲେ ବିରୋଧୀ। କୃଷି ମନ୍ତ୍ରୀ କହିଛନ୍ତି 2022-23ରେ 33ଲକ୍ଷ19 ହଜାର 390 ହେକ୍ଟର ଜମିରେ ଧନ ଚାଷ କରିବାକୁ ଲକ୍ଷ ରଖିଛନ୍ତି। ସେଥିପାଇଁ 13,ଲକ୍ଷ27 ହାଜର 760 କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି। ସେଥିରୁ 4ଲକ୍ଷ75 ହଜାର244 କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇ ଛନ୍ତି। ରାଜ୍ୟରେ ବିହନ ଉତ୍ପାଦନ ପାଇଁ 5200 ଚାଷୀ ନିୟୋଜିତ କରିଛନ୍ତି।

ଭାରତ ସରକାରଙ୍କ ସିଡ ନିୟମ ଅନୁସାରର 10 ବର୍ଷରେ ଥରେ ବିହନ ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ପୁରୁଣା ବିହନ ସରକାରଙ୍କ ପାଖରେ ନାହିଁ। ଵର୍ତମାନ ସୁଦ୍ଧା 75 ଟି ନୂଆ ବିହନ ସରକାର ଯୋଗାଉଛନ୍ତି । ବର୍ତ୍ତମାନ 22 ଟି ବେସରକାରୀ ସଂସ୍ଥା ବିହନ ଯୋଗାଉଥିବାବେଳେ 90 ଟି ବେସରକାରୀ ସଂସ୍ଥା ରାଜ୍ୟ ବିହନ ନିଗମ ଚୁକ୍ତି କରିଛନ୍ତି। ଯେଉଁଠି ଗଜା ମରୁଡି ହୋଇଛି । ଅଭଯୋଗ ଆସିଲେ ସରକାର ତୁରନ୍ତ ଫିଲଡ଼ ଭିଜିଟ କରି ପଦକ୍ଷପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

ଏନଏଚ ୫୫ ଜାତୀୟ ରାଜପଥ ସମସ୍ୟା….

() ଶୂନ୍ୟକାଳରେ ଉଠିଲା ଏନଏଚ ୫୫ ଜାତୀୟ ରାଜପଥ ସମସ୍ୟ l ବିଜେଡ଼ି ବିଧାୟକ ବ୍ରଜ କିଶୋର ପ୍ରଧାନ ଉଠାଇଲେ ପ୍ରଶ୍ନ l ରାସ୍ତା କାମ କରାଯାଉ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି l ୨ବର୍ଷରେ ମଲେଣି ୬୩୯ଜଣ ଲୋକ l ତୁରନ୍ତ ରାସ୍ତା କାମ ସାରିବାକୁ ବାଚସ୍ପତିଙ୍କ ରୁଲିଙ୍ଗ ଦାବି କଲେ ବିଧାୟକ l

ମୋହନ ମାଂଝୀଙ୍କୁ ତାରା ଙ୍କ ତେରେଛା ବାଣ…

() ମୋହନ ମାଂଝୀଙ୍କୁ ତାରା ଙ୍କ ତେରେଛା ବାଣ l ଆମର ଯିଏ ଦ୍ରୌପଦୀ ଙ୍କୁ ଦେଲେ ସେ ମର୍ଦ୍ଦପିଲା ଭଳି ଦେଇକି ଆସି କହିଲେ। କିନ୍ତୁ ଗଣତନ୍ତ୍ର ସୁରକ୍ଷା ପାଇଁ ବିଜେପିର ଦୁଇ ରୁ ତିନି ଜଣ ବିଧାୟକ ମିଳିତ ବିରୋଧି ପ୍ରାର୍ଥୀ ସିହ୍ନାଙ୍କୁ ଭୋଟ ଦେଇଛନ୍ତି l ଆମର ଯିଏ ଭୋଟ ଦେଇଛନ୍ତି ସେ ଖୋଲା ଖୋଲି କହିଛନ୍ତି l ତାଙ୍କ ପରି ଲୁଚା ଛପାରେ ଭୋଟ ଦେଇନାହାନ୍ତି l କାଲି ସବୁ ସ୍ପଷ୍ଟ ହେବ l ଆମକୁ ଭୋଟ ଦେବାକୁ ଡିଲ କରିଛନ୍ତି l ଗଣତି ପରେ ଆମେ ସବୁ କହିବୁ, ବିଜେପିର କିଏ ସେ ଦୁଇ ଜଣ ?

ତାରା ପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକ

ସୁର ରାଉତରାୟ ଙ୍କ ପ୍ରତିକ୍ରିୟା ୯ରୁ ୮ ବିଧାୟକ ଭୋଟ ଦେଇଛନ୍ତି ସିହ୍ନାଂକୁ। ମୋ ଭୋଟ ସୂର୍ଯ୍ୟ ଚନ୍ଦ୍ର ବି ବଦଳେଇ ପାରିବେନି। ସିହ୍ନାଂକ ନାଁ ଦୁଇ ନମ୍ବର ରେ ଥିଲା ମୁଁ ସେଇଠି ଦେଇଛି। ମୋହନ ମାଝିଙ୍କୁ କିଏ କହିଛି ସେ କୁହନ୍ତୁ।

ସୁରେଶ ରାଉତରାୟ, କଂଗ୍ରେସ ବିଧାୟକ

ରାଷ୍ଟ୍ରପତି ନିର୍ବାଚନ ନେଇ କଣ କହିଲେ :ମୋହନ…

() ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଙ୍କ ବଡ ମନ୍ତବ୍ୟ। ମାଟିର ଝିଅକୁ ସମସ୍ତେ ସମର୍ଥନ କଲେ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବି କଲେ। ତାଙ୍କ ଦଳର ଆଉ ଜଣେ ବିଧାୟକ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି। କାଲି ତାହା ସ୍ପଷ୍ଟ ହୋଇଯିବ।

ମୋହନ ମାଝି, ବିରୋଧୀ ଦଳ ମୁଖ୍ୟ ସଚେତକ

ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

 () ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ।

ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ନିଷ୍ପତ୍ତି।

() ଜୀବ ବିଜ୍ଞାନ ପ୍ରତିଷ୍ଠାନ (Institute of Life Science) ର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ । ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କରୋନା ସମୟରେ ଡଃ ପରିଡା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି ।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news