ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ…

() ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ। ଆଜି ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡ଼ିଥିବା ବେଳେ ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି। ମୂଳ ପ୍ରଶ୍ନାକର୍ତ୍ତା ଭାସ୍କର ମଡ଼େଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀଂକ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଗତ ୨୦୧୭ ମସିହା ଠାରୁ ସ୍କୁଲ ସ୍ତରରେ ଛାତ୍ର ଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଚନ୍ତି। ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୬୯ ଜାତି ତାଲିକା କୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ ଟି ବର୍ଗ କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦ ବର୍ଗର ପ୍ରସ୍ତାବକୁ କେନ୍ଦ୍ର ସରକାର ନାକଚ କରିଛନ୍ତି।ଏହି ପ୍ରସଙ୍ଗରେ ରାଜ୍ୟସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି। ତାଲିକାରୁ ବାଦ ପଡ଼ିଥିବା ବର୍ଗଙ୍କୁ ଅନୁସୂଚିତ ଜାତିର ସାମିଲ କରିବାକୁ ୨୦୨୧ ମସିହା ଫେବୃଆରି ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି। ତେବେ ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଓଡ଼ିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

ଆଜି ମୌସୁମୀ ଅଧିବେଶନର ଚତୁର୍ଦ୍ଦଶ ଦିନ

() ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଦ୍ଦଶ ଦିନ । ରହିଛି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ । ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି, ମହିଳା ଶିଶୁ ବିକାଶ, ଏସସିଏସଟି ଓ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଶୁନ୍ୟକାଳରେ ଉଠିବ ରାଜ୍ୟ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହାପରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଅପରାହ୍ନରେ ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ ।

ଓଡ଼ିଶା ପାଇଁ ଗର୍ବ ଓ ଗୌରବ :ଦ୍ରୌପଦୀ…

() ଗତକାଲି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ ଥିଲା। ମ୍ୟୁଖ୍ୟମନ୍ତ୍ରୀ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଲେ। ଯେଉଁମାନେ ଦ୍ରୌପଦୀଙ୍କୁ ମାଟି ପାଇଁ ସମର୍ଥନ ଦେଇ ଛନ୍ତି ଧନ୍ୟବାଦ। ଜଣେ ତଳ ସ୍ତରର ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ବସାଇ ଥିବାରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାକୁ ପ୍ରସ୍ତାବ ରଖିଲେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ।

ଅମର ଶତପଥୀ କହିଛନ୍ତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଆମେ ଖୁସି। ତାଙ୍କୁ ଯେପରି ସମର୍ଥନ ମିଳୁଥିଲା ପୂର୍ବରୁ ସ୍ପଷ୍ଟ ହୋଇ ସାରିଥିଲା ଦ୍ରୌପଦୀ ରାଷ୍ଟ୍ରପତି ହେବେ ବୋଲି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଓଡ଼ିଶା ଓ ଭାରତ ଗର୍ବିତ। ଆମେ ଭୋଟ ଦେଇନୁ କିନ୍ତୁ ଓଡ଼ିଶାର ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଥିବାରୁ ଆମେ ଗର୍ବିତ।

ନବ ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଙ୍କୁ ଧନ୍ୟବାଦ ପ୍ରସ୍ତାଵ ଦେବା ଲାଗି ଦାବି..

() ଶୁନ୍ୟକାଳ ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଙ୍କ ଲାଗି ବିଧାନସଭା ପକ୍ଷରୁ ସର୍ବସମ୍ମତ କ୍ରମେ ଧନ୍ୟବାଦ ପ୍ରସ୍ତାଵ ଦେବା ଲାଗି ଦାବି।

ଗତକାଲି ଗଣତନ୍ତ୍ରର ବିଜୟ ହୋଇଛି। ମୁଖ୍ୟମନ୍ତ୍ରୀ, ଓ ଯେଉଁ ଜଣେ ଭାଇ ମାଟିର ଝିଅକୁ ଭୋଟ ଦେଇଛନ୍ତି (ମହମ୍ମଦ ମୋକିମଙ୍କୁ) ତାଙ୍କୁ ଧନ୍ୟବାଦ୍ ଦେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠି। ସର୍ବସମ୍ମତି କ୍ରମେ ଧନ୍ୟବାଦ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳ ଉପନେତା ଙ୍କ ଦାବି। ଅମର ଶତପଥୀ ସମର୍ଥନ କଲେ।

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ କୁ ଅନୁମତି ଦାବି….

() ଶୁନ୍ୟ କାଳରେ ବି ଉଠିଲା ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ କୁ ଅନୁମତି ଦାବି। ବିଧାୟକ ଙ୍କୁ ବି ଗୃହ ଭିତରକୁ ଅନୁମତି ଦେବା ସହ ଗୃହ କାର୍ଯ ସ୍ଵାଭାବିକ ପାଇଁ ଦାବି ଉଠିଲା।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି।

ବିଧାୟକ ମାନେ ଏକାଠି ନ ବସିବା ଦ୍ବାରା ବିଭ୍ରାଟ ସୃଷ୍ଟି ହେଉଛି। ଅନ୍ୟତ୍ର ବସିବା ଦ୍ବାରା ଦ୍ୱିତୀୟ ଶ୍ରେଣୀ ବିଧାୟକ ଭଳି ଅନୁଭବ କରୁଛନ୍ତି ବିଧାୟକ। ଅନ୍ୟ ରାଜ୍ୟରେ ବିଧାନସଭା ସ୍ଵାଭାବିକ ହେଲା। ସାଂସଦ ବି ସ୍ଵାଭାବିକ ହେଲାଣି।ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରଥଯାତ୍ରା ବି ଶୃଙ୍ଖଳିତ ଭାବେ ହେଲା।।ସାମ୍ବାଦିକ ନ ଆସିବା ଦ୍ବାରା କେଉଁ ସଦସ୍ୟ କେଉଁ ପ୍ରସଙ୍ଗ ଉଠାଉଛନ୍ତି ଜନାପଡୁନି ,ଭୁଲ ନ୍ୟୁଜ ଯାଉଛି। ତେଣୁ ଗୃହରେ ସମସ୍ତଙ୍କୁ ଛାଡ଼ିବାକୁ ଅନୁରୋଧ କଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି । ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ମହାରାଷ୍ଟ୍ର ପରି ରାଜ୍ୟରେ ସଂକ୍ରମଣ ଅଧିକ ରହୁଥିଲେ ବି ସେଠାରେ ସ୍ଵାଭାବିକ ଚାଲୁଛି। ତେଣୁ ଓଡ଼ିଶାରେ ସ୍ଵାଭାବିକ କରାଯାଉ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ସାମ୍ବାଦିକ ପ୍ରେସ ଗ୍ୟାଲେରୀ କୁ ଛାଡ଼ିବାକୁ ଦାବି କରିଛନ୍ତି। ବିଧାୟକ ମାନେ ଅନ୍ୟତ୍ର ବସିବାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସାଲୁଜା।ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରଥଯାତ୍ରା ବି ଶୃଙ୍ଖଳିତ ଭାବେ ହେଲା। ତେଣୁ ଗୃହ କାର୍ଯ ସ୍ଵାଭାବିକ କରାଯାଉ।

ମହମ୍ମଦ ମୋକିମି ଙ୍କ ଉପରେ ପିସିସି ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ…

() ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ନେଇ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା। ଏହା ଦୁର୍ଭାଗ୍ୟ ଜନକ। ମାଟି ପାଇଁ ଭୋଟ ଦେଇଛନ୍ତି। ସେଥିଲାଗି ସ୍ବାଗତ କରୁଛି। ଯେଉଁମାନେ ନୋଟିସ କରିଛନ୍ତି ତାଙ୍କର ମାଟି ପାଇଁ ଦରଦ କେତେ ଏଥିରୁ ଜଣା ପଡ଼ୁଚି। ମହମ୍ମଦ ମୋକିଙ୍କ ଉପରେ ପିସିସି ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ । ଦଳୀୟ ଅନୁଶାସନ ଭଙ୍ଗ କରିଥିବା ନେଇ କାରଣ ଦର୍ଶଅ ନୋଟିସ । ନୋଟିସ ଜରିକଲେ ପିସିସି ସଭାପତି ଶରତ ପଟନାୟକ । ଏ ସମ୍ପର୍କରେ} ସୂଚନା ଦେଲେ ମିଡିଆ ସେଲ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ।

 

ସର୍ବ ଦଳୀୟ ବୈଠକର ନିଷ୍ପତ୍ତି…

() ବିଧାନ ସଭା ପୂର୍ବରୁ ବସିଥିବା ସର୍ବ ଦଳୀୟ ବୈଠକର ନିଷ୍ପତ୍ତି ହୋଇଥିଲା କୋଭିଡ୍ ନିୟମ ଅନୁସାରେ ପୂର୍ବବତ୍ ଗୃହ ଚାଲିବ। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେହେତୁ ବଜେଟ ଅଧିବେଶନ କୁ ଆଉ ମାତ୍ର କମ୍ ସମୟ ଅଛି ତେଣୁ ଆଗାମୀ ଅଧିବେସନରେ ସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଗୃହରେ ଘୋଷଣା କଲେ ବାଚସ୍ପତି।

ମହାମହିମ ହେଲେ ଓଡିଆ ଝିଅ…..

() ଦେଶର ୧୫ତମ ରାଷ୍ଟ୍ରପତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପାଇଲେ ଭୋଟ ମୂଲ୍ୟ- ୫,୭୭,୭୭୭ l ଆସନ୍ତା ୨୫ତାରିଖରେ ସେ ଶପଥ ନେବେ l

ମୋଦୀଙ୍କ ନାଲି ଆଖିକୁ କଂଗ୍ରେସର ଭୟ ନାହିଁ : ଶରତ ପଟ୍ଟନାୟକ…

() ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଇଡ଼ି ଡାକରା ପ୍ରତିବାଦରେ କଂଗ୍ରେସର ବିଶାଳ ଶକ୍ତି ପ୍ରଦର୍ଶନ।

ମୋଦୀଙ୍କ ନାଲି ଆଖିକୁ କଂଗ୍ରେସର ଭୟ ନାହିଁ : ଶରତ ପଟ୍ଟନାୟକ।

ଗଣତନ୍ତ୍ରରେ ପ୍ରତିହିଂସା ପରାୟଣ ରାଜନୀତିର ସ୍ଥାନ ନାହିଁ : ଶରତ ପଟ୍ଟନାୟକ।

() କେନ୍ଦ୍ର ସରକାରଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ ଆଜି ଅଖିଳ ଭାରତୀୟ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଯେଉଁ ନ୍ୟାସନାଲ ହେରାଲ୍ଡ ଖବର କାଗଜର (ମନି ଲଣ୍ଡରିଙ୍ଗ) ମାମଲାରେ ଜେରା କରିବା ପାଇଁ ଯେଉଁ ସମନ ଜାରୀ କରିଛି ତାହା ସଂପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପ୍ରତିହିଂସା ପରାୟଣ ରାଜନୀତିର ଏକ ସ୍ପଷ୍ଟ ଉଦାହାରଣ । ଦୀର୍ଘ ୮ ବର୍ଷ ଧରି ନରେନ୍ଦ୍ର ମୋଦୀ ସରକାର ଭାରତ ବର୍ଷର ସମ୍ବିଧାନ, ସାମ୍ବାଧାନିକ ଅନୁଷ୍ଠାନ ଏବଂ ସମସ୍ତ ନିରପକ୍ଷେ ତଦନ୍ତକାରୀ ସଂସ୍ଥାମାନଙ୍କୁ ନିଜ ଇଙ୍ଗିତରେ ପରିଚାଳିତ କରୁଛନ୍ତି । ଏପରିକି ଭାରତ ବର୍ଷର ବିଚାରଳୟ ମଧ୍ୟ ଏଥିରୁ ନିସ୍ତାର ପାଉନାହିଁ । ସଂପୂର୍ଣ୍ଣ ଏକ ମିଛ ମାମଲାରେ ଗାନ୍ଧୀ ନେହୁରୁ ପରିବାରକୁ ମଦନାମ କରିବା ଉଦ୍ଦେଶ୍ୟରେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରୁଛି ଜେରା କରିବା ପାଇଁ । ତଦ୍ୱାରା ନରେନ୍ଦ୍ର ମୋଦୀଙ୍କର ଏହା ଏକ ଅପଚେଷ୍ଟା । ଆଜି ଇଡ଼ିର ସୋନିଆ ଗାନ୍ଧୀଙ୍କୁ ଜେରା କରିବା ପାଇଁ ଡାକରାକୁ ପ୍ରତିବାଦ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବିଧାୟକ, ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ଯୁବ, ଛାତ୍ର ଓ ମହିଳା, ସେବାଦଳ ଏବଂ ସମସ୍ତ ପ୍ରକୋଷ୍ଠ ତଥା ଜିଲ୍ଲାସ୍ତରୀୟ ନେତୃବର୍ଗମାନେ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଇ.ଡ଼ି କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲାବେଳେ ରାଜମହଲ ଛକ ଠାରେ ପୋଲିସ୍ ଅଟକାଇବାରୁ ସେହି ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଏହି ସଭାରେ ପି.ସି.ସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉପସ୍ଥିତ ନେତୃବୃନ୍ଦଙ୍କୁ ସମ୍ବନ୍ଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦୀର ସରକାର କେବଳ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବଳ ଭୟ କରେ । ମିଛ ମାମଲାରେ ଇଡ଼ି ମାଧ୍ୟମରେ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପାଇଁ ଏକ ଅବଚେଷ୍ଟା କରୁଛନ୍ତି । କଂଗ୍ରେସ ଦଳ ମୋଦୀଙ୍କର ଏହି ଆଚରଣ ଓ ଉଚାରଣରେ ଭୟଭୀତ ନୁହେଁ । କଂଗ୍ରେସ ଦଳ ଏ ଦେଶକୁ ସ୍ୱାଧିନ କରିଛି । ଏ ଦେଶକୁ ଗଣତନ୍ତ୍ର ପ୍ରଦାନ କରିଛି ଏବଂ ଏ ଦେଶକୁ ଶାସନ କରିବା ପାଇଁ ମଧ୍ୟ ସମ୍ବିଧାନ ଦେଇଛି । ନରେନ୍ଦ୍ର ମୋଦୀ ୨୦୧୪ ମସିହା ପୂର୍ବରୁ ନରେନ୍ଦ୍ର ମୋଦୀ ଏବଂ ବିଜେପି ଦଳ ଭାରତ ବର୍ଷର ଜନଗଣଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ଏ ସବୁଥିରେ ସେ ଫେଲ୍ ହୋଇଛନ୍ତି । ପ୍ରତିବର୍ଷ ୨ କୋଟି ଯୁବକ / ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୮ ବର୍ଷରେ ୧୬ କୋଟି ନିଯୁକ୍ତି ଦେବା କଥା । କିନ୍ତୁ ୧ ଲକ୍ଷ ୬୦ ହଜାର ନିଯୁକ୍ତି ମଧ୍ୟ ମିଳି ନାହିଁ । ସମସ୍ତଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଆସିବା କଥା କିନ୍ତୁ ୧୫ ଟଂଙ୍କା ଆସିଲା ନାହିଁ । ଆଚ୍ଛେ ଦିନର ଡ଼ିମ୍ ଡ଼ିମ୍ ପିଟୁଥିବା ନରେନ୍ଦ୍ର ମୋଦୀ ସରକାର କହିବେ କି ପେଟ୍ରୋଲ ଦାମ୍ ୧୦୩ ଟଙ୍କା ଓ ଡିଜେଲ ଦାମ୍ ୧୦୦ ଟଙ୍କା ଅଧିକ, ଗ୍ୟାସର ଦାମ୍ – ୧୦୮୦ ଟଙ୍କା ହୋଇଗଲା, ଖାଦ୍ୟ ଦ୍ରବ୍ୟର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି, ମୁଦ୍ରାସ୍ପିତି ସରକାରଙ୍କ ନିୟନ୍ତ୍ରଣର ବାହାରେ, ବିଦେଶୀ ଗଚ୍ଛିତ ମୁଦ୍ରା ଭଣ୍ଡାର ବହୁ ମାତ୍ରାରେ କମି କମି ଚାଲିଛି, ଏ ସବୁ କ’ଣ ଆଚ୍ଛେ ଦିନ ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି । ଶେଷର ରାଜକୋଷକୁ ଭରିବାକୁ ରାଜ୍ୟର ନିତିଦିନିଆ ଖାଦ୍ୟ ଖଇ, ଉକୁଡ଼ା, ଚୁଡ଼ା, ମୁଢ଼ା, ଗୁଡ଼, ଅଟା, ଚୁନା ଇତ୍ୟାଦି ଉପରେ ୫ ପ୍ରତିଶତ ଜି.ଏସ୍‌.ଟି ଲାଗୁ କରିବା ଦ୍ୱାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ଗରୀବ ଆଦିବାସୀ, ଖଟିକିଆ, ସ୍ୱଳ୍ପ ଆୟକାରି ଓ ନିମ୍ନ ମଧ୍ୟମ ଆୟକକାରିବର୍ଗ ପେଟକୁ ଲାତ ମାରିଛନ୍ତି । ଏ ଉଭୟ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଏମାନେ ଦୁଇ ଭାଇ, ଏମାନଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ । ଏମାନେ ମିଳିମିଶି ଦେଶ ଓ ରାଜ୍ୟକୁ ଲୁଟିବାରେ ବ୍ୟସ୍ତ ଅଛନ୍ତି । ବିଜେଡ଼ି ଓଡ଼ିଶାର ଜନସାଧାରଣ ସ୍ୱାର୍ଥ ପାଇଁ କେବେ ହେଲେ ମୋଦୀ ସରକାରଙ୍କୁ ବିରୋଧ କରି ନାହିଁ । ବିଜେଡ଼ି ପ୍ରତ୍ୟେକ କ୍ଷେତ୍ରରେ ବିଜେପି ଦଳକୁ ଖୋଲା ସମର୍ଥନ କରିଆସୁଛି । ମାତ୍ର ଲୋକ ଦେଖାଣିଆ ଭାବରେ ଏଠାରେ ଉଭୟ ମିଛ ନାଟକ କରୁଛନ୍ତି । କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତିଙ୍କ ପରିଚାଳନାରେ ଏହି ପ୍ରତିବାଦ ସଭାରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ମିଡ଼ିଆ ସେଲ୍‌ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଓ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜ ମଧ୍ୟ ମୋଦୀ ସରକାରଙ୍କ ଆକ୍ରୋଶମୂଳକ ରାଜନୀତିକୁ ଦୃଢ ସମାଲୋଚନା କରିଥିଲେ । ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ନେତୃବୃନ୍ଦ ଇଡ଼ି କାର୍ଯ୍ୟାଳୟ ଅଭିମୁଖେ ଯିବା ସମୟରେ ରାଜମହଲ ଛକ ଠାରେ ପୁଲିସ୍ ଅଟକାଇବାରୁ ପୁଲିସ୍ ସହ ଧସ୍ତାଧସ୍ତି ହୋଇଥିଲା । ଏହାପରେ ଶରତ ପଟ୍ଟନାୟକଙ୍କ ସମେତ ହଜାର ହଜାର କଂଗ୍ରେସ ନେତୃବର୍ଗଙ୍କୁ ପୁଲିସ୍ ଗିରଫ କରିଥିଲା । ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନିପତି, ଦାସରଥି ଗମାଙ୍ଗ, ଅଧିରାଜ ପାଣିଗ୍ରାହି, ସି.ଏସ୍‌.ରାଜନ ଏକ୍କା, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମର ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ରବିନ୍ଦ୍ର କୁମାର ସେଠୀ, ଯୁଧିଷ୍ଠିର ଜେନା, ଶ୍ରମିକନେତା ବିଦ୍ୟାଧର ମହାନ୍ତି, ଲୋକନାଥ ମହାରଥି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଶିବାନନ୍ଦ ରାୟ, ରତ୍ନମଣୀ ଉଲ୍ଲାକା, ସୁରେଶଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ଦାସ, ନିମେଇ ସରକାର, ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ସୁଜିତ୍ ପାଢ଼ି, ପ୍ରଭାତ ମହାପାତ୍ର, ଦିଲ୍ଲୀପ ଶ୍ରୀଚନ୍ଦନ, ଅକ୍ଷୟ ଆଚାର୍ଯ୍ୟ, ଶସ୍ମିତା ବେହେରା, କୁମାର ଚିରଞ୍ଜିବ୍‌, ମନୋଜ ରାଉତ, ସୁବ୍ରତ ଦାସ, ସଂଧ୍ୟା ମହାପାତ୍ର, ମାନସ ରଂଜନ ଆଚାର୍ଯ୍ୟ, କିଶୋର ଜେନା, ବିଷ୍ଣୁ ବାରିକ, ରଜତ ଚୌଧୁରୀ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ବାଙ୍କନିଧି ବେହେରା, ହଳଧର ସେଠୀ, ଅଭିଶେକ ମହାନନ୍ଦ, ଅମିୟ ପଟ୍ଟନାୟକ, ବିଭୂତି ମିଶ୍ର, ମନୋଜା ମଞ୍ଜିରି ଦେବୀ, ଜିଆ ଉଲ୍‌କ୍‌, ନିଶିକାନ୍ତ ମିଶ୍ର, ମିହିର ରଞ୍ଜନ ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ଅଶୋକ କୁମାର ଦାସ, ବ୍ରହ୍ମନନ୍ଦ ସାହୁ, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଧି,ଶ୍ରୀଧର ବଳିଆର ସିଂ, ଅକ୍ଷୟ ଦାସ, ସତ୍ୟବ୍ରତ ନାୟକ, ଦିପକ ମହାପାତ୍ର, ସରୋଜ ପଟ୍ଟନାୟକ, ଦିପୁ ସାହୁ, ସରୋଜନ ପରିଡ଼ା, ବିକାଶ ଦାସ, ବିଭୁଜି ଭୂଷଣ ମିଶ୍ର, ସୁରେଶ ପାଣିଗ୍ରାହି, ରବିରାୟ, ଅମୀୟ ପାଣ୍ଡବ, ସ୍ୱାଧିନବାଳା ଦାସ, ଅମିତା ବିଶ୍ୱାଳ, ମଧୁସ୍ମିତା ଆଚାର୍ଯ୍ୟ, ମଧୁମିତା ପଣ୍ଡା, ଜାନକୀ ମଲ୍ଲିକ, ବିନୋଦିନୀ ମହାନ୍ତି, ସ୍ନେହଲତା ଚୌଧୁରୀ, ପ୍ରକାଶ ଜେନା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ମୋହନ ଜେନା, ଅଶୋକ ସ୍ୱାଇଁ, ତାରା ପଟ୍ଟନାୟକ, ନିତ୍ୟାନନ୍ଦ ମହାନ୍ତି, କନକଲତା ମଲ୍ଲିକ, ରସିକ ପଟ୍ଟନାୟକ, ପ୍ରଣତି ମିଶ୍ର, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ଜ୍ଞାନ ପଟ୍ଟନାୟକ, ନିରଞ୍ଜନ ନାୟକ, ଶ୍ରୀନିବାସ ରାଉତରାୟ, ଆଲୋକ ମହାନ୍ତି, ମନୋଜ ସାହୁ, ନିରୁପମା ପାତ୍ର, ସଂକୁନା କଅଁର, ଦୁର୍ଗା ପାଢ଼ୀ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଜୟନ୍ତ ଭୋଇ, ବେଣୁ ଭୋଇ, ଜୟନ୍ତ ମହାନ୍ତି, ବଟକୃଷ୍ଣ ରାଉତରାୟ, ପ୍ରଦିପ ସ୍ୱାଇଁ, ଏମ୍‌.ଡ଼ି. ସାହା ଦୁଲ୍ଲା, ଆଲୋକ ଲେଙ୍କା, କୈଳାସ ସାହୁ, ଅଜୟ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, କୁଶୁମ ପଣ୍ଡା, ଲଲାଟେନ୍ଦୁ ଦାସ, ସାରଦା ପ୍ରଦାନ, ସୁବାସ ପ୍ରଦାନ, ଚନ୍ଦ୍ର ପରିଡ଼ା, ମନୋଜ ଆଚାର୍ଯ୍ୟ, ଦେବେନ୍ଦ୍ର ମହାନ୍ତି, ନରୋତମ ନାୟକ, ରାଜ କିଶୋର ବାରିକ, ସତ୍ୟସ୍ମିତ ମହାନ୍ତି, ସଂଜୟ ତ୍ରିପାଠୀ, ଶ୍ରୀମାଂଚଳ ଉଲ୍ଲାକା, ଅରବିନ୍ଦ ଦାସ, ବିଦୁଭୂଷଣ ତ୍ରିପାଠୀ, ଚୈତାଳି ପଟ୍ଟନାୟକ, ସୈଳେନ୍ଦୁ ମଜୁମ୍‌ଦାର, ଜିତେନ୍ଦ୍ର ପଣ୍ଡା, ଆରତି ସ୍ୱାଇଁ, ସିଲି ସେଠୀ, ଶୋଭା ସିଂ, ନିର୍ମଳା ମଲ୍ଲିକ, ଜୟକୃଷ୍ଣ ମାଲିଆ ଓ ଆତ୍ମାରାମ ପତି ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି : ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

() ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ଯାଉଛନ୍ତି । ଏହି ଅବସରରେ ଦିଲ୍ଲୀରେ ବସବାସ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠୀ ହୋଇଛନ୍ତି । ସେଠାରେ ପାରମ୍ପରିକ ନୃତ୍ୟ ଗୀତ ସହ ଏକ ଉତ୍ସବର ବାତାବରଣ ତିଆରି ହୋଇଛି । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଉତ୍ସବରେ ସାମିଲ ହୋଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର 15ତମ ରାଷ୍ଟ୍ରପତି ହେବା ପାଇଁ ଯାଉଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି ।

ଏକ ସାଧାରଣ ପରିବାରରୁ ଆସି ଏକ ସାଧାରଣ କାର୍ଯ୍ୟକର୍ତ୍ତା ଦେଶର ରାଷ୍ଟ୍ରପତି ହେବା ଆମ ଗଣତନ୍ତ୍ରର ସବୁଠୁ ବଡ଼ ଉପଲବ୍ଧି ।

ଶ୍ରୀମତୀ ମୁର୍ମୁଙ୍କ ପାଇଁ ଓଡ଼ିଶାବାସୀ ଗୌରବାନ୍ୱିତ ଏବଂ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ତାଙ୍କ କାର୍ଯ୍ୟରୁ ଜନଜାତି ଓ ମହିଳାଙ୍କ ପ୍ରତି ଥିବା ତାଙ୍କର ସମ୍ବେଦନଶୀଳତା, କର୍ତ୍ତବ୍ୟବୋଧର ପ୍ରମାଣ ମିଳେ ।

ଦେଶରେ ପ୍ରାୟ 50 ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ମହିଳା ଥିବା ବେଳେ ଏହି ପୃଷ୍ଠଭୂମିର ନେତୃତ୍ୱଙ୍କୁ ରାଷ୍ଟ୍ରପତି କରି ଦେଶ ନୂଆ ଇତିହାସ ସୃଷ୍ଟି କରିଛି ।

ଜନଜାତି ସମାଜର ଭଗବାନ ବିର୍ସା ମୁଣ୍ଡା, ଲକ୍ଷ୍ମଣ ନାୟକ, ମାଧୋ ସିଂହ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ । ଆଜି ସେହି ସମାଜରୁ ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି, ଯାହା ଆନନ୍ଦର ବିଷୟ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news