ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର

() ନବି ମୁମ୍ବାଇ ମହାନଗର ନିଗମର 61 ଲକ୍ଷ ଟଙ୍କା ଛାଡ଼ କଲେ ଓଡିଶା ସରକାର।

କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶରେ ଛାଡ।

ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ ହୋଇଥିଲା। 25 ଜୁଲାଇ 2022 କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ 61 ଲକ୍ଷ 5 ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି।

2021 ଏପ୍ରିଲ୍ 12 ତାରିଖ ଠାରୁ 2021 ନଭେମ୍ବର 27 ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ 8 ଟି ରୁମ୍ ଓ ଗୋଟିଏ dormitory ରେ ମହାନଗର ନିଗମର ଡାକ୍ତର ଓ ନର୍ସଙ୍କ ମାନେ ଦୀର୍ଘ 7 ମାସରୁ ଅଧିକ ସମୟ ରହି Covid ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର 2 କୋଟି 16 ହଜାର ଟଙ୍କା ଛାଡ କରାଯାଇଥିଲା।

ରାଜ୍ୟରେ ଖାଲି ପଡ଼ିଛି ୧୯୭୫ଟି ଡାକ୍ତର ପଦବୀ…

() ରାଜ୍ୟରେ ବର୍ତ୍ତମାନ ୧୯୭୫ ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ୧୩୫୧ ବିଶେଷଜ୍ଞ ପଦବୀ ବି ଖାଲି ପଡ଼ିଛି।ଯେଉଁଥିରେ ସର୍ବାଧିକ ୩୬୧ ଶିଶୁ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିବା ବେଳେ ୨୭୦ ମେଡ଼ିସିନ ବିଭାଗ ବିଶେଷଜ୍ଞ ଏବଂ ୨୬୧ ଟି ଅସ୍ତ୍ରୋପଚାର ବିଭାଗର ପଦବୀ ଖାଲି ପଡ଼ିଛି
।ରାଜ୍ୟର ଓଡିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ସମ୍ବର୍ଗର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୮୭୫୦। ସେଥିମଧ୍ଯରୁ ବିଭିନ୍ନ ବର୍ଗର ୬୭୭୫ ଜଣ ନିୟମିତ ଡାକ୍ତର କାର୍ଯ୍ୟରତ ରହିଛନ୍ତି।ଏହି ଖାଲିଥ‌ିବା ପଦବୀ ଗୁଡିକରେ ୩୫ ଜଣ ଡାକ୍ତରଙ୍କୁ Ad-hoc ନିଯୁକ୍ତି ଦିଆଯାଇଥ‌ିବା ବେଳେ ୧୦୫୪ ଜଣ ଡାକ୍ତରଙ୍କୁ contractual ନିଯୁକ୍ତି ଏବଂ ୩ ଜଣ ଡାକ୍ତରଙ୍କୁ Corpus Fund, ୭୮ ଜଣ ଡାକ୍ତରଙ୍କୁ DME Fund ମାଧ୍ୟମରେ ଏବଂ ୧୦୨ ଜଣ ଡାକ୍ତରଙ୍କୁ Post PG Bond ନିଯୁକ୍ତି ଦିଆଯାଇଛି । ବିଧାନସଭାରେ ବିଜେଡ଼ି ବିଧାୟକ ମନୋହର ରନ୍ଧାରୀ ଙ୍କ ପ୍ରଶ୍ନ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଲିଖିତ ଉତ୍ତର

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ ଟି ନୂଆ ଇସ୍ପାତ କାରଖାନା…

() ପ୍ରତିଷ୍ଠା ହେବାକୁ ଯାଉଥିବା ଇସ୍ପାତ କାରଖାନା ମଧ୍ୟରେ ସୁନ୍ଦରଗଡରେ ସର୍ବାଧିକ ୩ ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ ଟି କାରଖାନା।ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା କୁ ଯାଉଛି।

ରାଜ୍ୟରେ ବର୍ତ୍ତମାନ ୫୧ ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଥିବା ସରକାରଙ୍କ ସୂଚନା। ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନ ରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଲିଖିତ ଉତ୍ତର….

ମଙ୍କିଫସ…

() ମଙ୍କିଫସ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ପ୍ରତିକ୍ରିୟା। ସ୍ବାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି l ସବୁ ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ l ମଙ୍କିଫସ ନେଇ ସରକାର ସଜାଗ ଅଛନ୍ତି l ବିମାନ ବନ୍ଦର, ରେଳ ଷ୍ଟେସନ ଉପରେ କଡା ନଜର ରଖା ଯାଇଛି l କେନ୍ଦ୍ର ସରକାର ଗାଇଡ ଲାଇନ୍ ପଠାଇଛନ୍ତି l ଏହା ବହୁତ ଗୁରୁତ୍ୱ ପୂର୍ଣ୍ଣ l ଏଯାଏ ଓଡ଼ିଶାରେ ମଙ୍କିଫସ ଚିହ୍ନଟ ହୋଇନାହିଁ l

ନବ କିଶୋର ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀ

ରାଜଧାନୀରେ ସରକାରୀ କ୍ୱାଟର…

() ଭୁବନେଶ୍ୱର ୟୁନିଟ-2 ରେ ଭଙ୍ଗାଯିବ ୪୧୦ ଟି ସରକାରୀ କ୍ୱାଟର ଏହି ସବୁ କ୍ୱାଟର କୁ ଭାଙ୍ଗି PPP mode ରେ ରି-ଡେଭଲ୍ପମେଣ୍ଟ କରିବା ଲାଗି ରାଜ୍ୟ ସରକାରଙ୍କ ଯୋଜନା ୟୁନିଟ-୬ ଅନ୍ତର୍ଗତ ୫୦ଗୋଟି କ୍ଲାର୍ଟର Post Graduate_Institute of Medical Education and Research at Capital Hospital, Bhubaneswar ନିର୍ମାଣ, ୟୁନିଟ-୪ ଅନ୍ତର୍ଗତ ଅନ୍ୟ ୫୦ଟି କ୍ୱାର୍ଟର MLA Colony ରେ ବହୁତଳ ଆବାସିକ କୋଠାନି ର୍ବାଚନ,୧୨ ଗୋଟି କ୍ୱାଟର ୟୁନିଟ-୩ରେ ଭୁବନେଶ୍ୱର ମହାନଗର ନିଗମ ର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଓ ୟୁନିଟ-୮ ଅନ୍ତର୍ଗତ ୩୬ ଗୋଟି କ୍ୱାର୍ଟର ନିରାପଦ ନ ଥ‌ିବା ଯୋଗୁ ଭଙ୍ଗାଯାଇଅଛି ।

ଏହା ବାଦ ୟୁନିଟ-୨ରେ ୧୨୪ଟି ଘର ଖାଲି ପଡ଼ିଛି । ଯାହାକି Redevelopment Plan ନିମନ୍ତେ ପ୍ରସ୍ତାଵ ଥିବାରୁ ଆବଣ୍ଟନ ହୋଇନଥିବା ସରକାରଙ୍କ ଉତ୍ତର।ବର୍ତ୍ତମାନ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୧୧,୩୭୪ ଟି କ୍ୱାଟର ରହିଛି ।

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ଉତ୍ତର…

ବିଧାନସଭାରେ ଏଲ ଆଣ୍ଡ ଟି ଝଡ଼: ମୁହାଁମୁହିଁ ଶାସକ ଓ ବିରୋଧୀ…

() ସରକାର ଗଣିବେ ୧୦୦ କୋଟିର ତଣ୍ଡ,କି ବିଚିତ୍ର କଥା କାନ ଶୁଣିଲା,ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ଜବତ କଲା” ଶୀର୍ଷକ ମୁଲତବୀ ପ୍ରସ୍ତାବ ଦେଇଥିଲା ବିଜେପି…ଯାହାକୁ ବାଚସ୍ପତି ଗ୍ରହଣ କରି ନାହାନ୍ତି।

ପ୍ରଶ୍ନକାଳରେ ହଟଗୋଳ ପରେ ଶୁନ୍ୟକାଳରେ ମୁଲତବୀ ନୋଟିସ ଗ୍ରହଣ ନ ହେବାକୁ ନେଇ ବିରୋଧୀ ଶାସକ ମୁହାଁମୁହିଁ । ସରକାରୀ ସମ୍ପତି ଏଲଆଣ୍ଡଟି କମ୍ପାନୀ ବ୍ୟାଜ୍ୟାପ୍ତି କରିବା ସହ ବକେୟା ଥିବା 20 କୋଟି ଟଙ୍କା 120 କୋଟି ରେ ପହଁଚିବା ପ୍ରସଙ୍ଗରେ ଉଭୟ ବିରୋଧୀ ସରକାରଙ୍କୁ ଘେରିଛନ୍ତି ।

ବାଚସ୍ପତି ରୁଲିଂ….

ସୁପ୍ରିମକୋର୍ଟରେ ଏ ପ୍ରସଙ୍ଗରେ ରିଭ୍ୟୁ ପିଟିସନ ଦାଖଲ ହୋଇଥିବାରୁ ରୁଲ 60 ( vii ) ଅନୁସାରେ ଆଲୋଚନା ପରିସର ଭୁକ୍ତ ହେବ ନାହିଁ | ସେଥିପାଇଁ ଏହି ବିଷୟକୁ ଆଲୋଚନା ପାଇଁ ଅଣା ଯାଉନାହିଁ ବୋଲି ଗୃହରେ ସୂଚନା ଦେଲେ ବାଚସ୍ପତି…

ହେଲେ ବିଜେପି ତାକୁ ଗ୍ରହଣ କରି ନାହିଁ | ବିଜେପି କହୁଛି ସବଯୁଡ଼ିସ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ | ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ… l

ବାଚସ୍ପତିଙ୍କ ରୁଲିଂ କୁ ବିଜେପି ଗ୍ରହଣ କରି ନାହିଁ | ବିଜେପି କହୁଛି ସବଯୁଡ଼ିସ ନାହିଁ, ହାଇ କୋର୍ଟରେ ଗ୍ରହଣ ହୋଇ ନାହିଁ | ତେଣୁ ଏହାକୁ ଗ୍ରହଣ କରି ଆଲୋଚନା କରନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ… l ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି 2004 ରୁ 2022 ପର୍ଯ୍ୟନ୍ତ ସରକାର ଏହି ଘଟଣା କୁ ସରକାର ଗୁରୁତର ସହ ନେଲେନି । ସରକାର ଙ୍କ ସମ୍ପତି କେମିତି ଘରୋଇ କମ୍ପାନୀ ସିଜ କଲା । ସରକାରଙ୍କ ଗୁପ୍ତ ତଥ୍ୟ ରହିଥିବା କମ୍ପ୍ୟୁଟର ଉକ୍ତ କମ୍ପାନୀ ନେଇ ଯାଇଛି । ତେଣୁ ସେହି କମ୍ପାନୀ କୁ ବ୍ଲାକ ଲିଷ୍ଟ କରାଯାଉ । ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ସମ୍ପତି ବାଜ୍ୟାପ୍ତ କରଯାଉ ।

ଅନ୍ୟପଟେ ବିଜେଡିର ଜବାବ…

ଗୃହରେ ବାଚସ୍ପତିଙ୍କ ରୁଲିଂ ସୁପ୍ରିମ ହେବା ଦରକାର । ଅନ୍ୟ ଫୋରମ ରହିଛି ଏହି ଆଲୋଚନା କରିବା ପାଇଁ । ବର୍ତ୍ତମାନ ଏହି ପ୍ରସଙ୍ଗ ଆଲୋଚନା ହେଲେ କେସ ଉପରେ ପ୍ରଭଵ ପଡ଼ିବ।

ଶପଥ ନେଲେ ଓଡ଼ିଆ ଝିଅ: ଦୌପ୍ରଦୀ

() ଦୌପ୍ରଦୀଙ୍କ ପାଇଁ ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାଵ।ଓଡ଼ିଆ ଝିଅ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି । ଯାହା ଆମ ପାଇଁ ଗୌରବ ବିଷୟ। ଆଜି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ଦିନ । ତେଣୁ ଏଥି ପାଇଁ ବିଧାନସଭା ପକ୍ଷରୁ ସର୍ବ ସମ୍ମତି କ୍ରମେ ଅଣାଯିବ ସଂକଳ୍ପ ପ୍ରସ୍ତାଵ ।

ବିଧାନସଭା ର ଶୁନ୍ୟକାଳରେ ବାଚସ୍ପତିଙ୍କ ସୂଚନା

ଗୃହରେ ଉଠିଲା L&T ଝଡ…

ଗୃହରେ ଉଠିଲା ସରକାରୀ ସମ୍ପତିକୁ ଘରୋଇ କମ୍ପାନୀ ( L&T) ବଜ୍ୟାପ୍ତି ପ୍ରସଙ୍ଗ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ପ୍ରସଙ୍ଗ ଉଠାଇ ସରକାରଙ୍କୁ କରିଛନ୍ତି କଡ଼ା ସମାଲୋଚନା। L&T କମ୍ପାନୀ ପୂର୍ତ୍ତ ବିଭାଗ ଠାରୁ ୨୦ କୋଟି ଟଙ୍କା ପାଇବାର ଥିଲା। ଯାହାକୁ ପୈଠ କରିନଥିଲେ ସରକାର। ଏହାଦ୍ବାରା, ବିଶ୍ଵ ସ୍ତରୀୟ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲେ ସରକାର। ମନ୍ତ୍ରୀଙ୍କ ପାଖରେ ଖବର ନରହିବା ଦୁର୍ଭାଗ୍ୟଜନକ। କେଉଁ ମାନେ ଏଥିରେ ସଂପୃକ୍ତ ଅଛନ୍ତି ପର୍ଦ୍ଦାଫାଶ ହେଉ। ବିଜେପି ଚୁପ୍ ବସିବନି।

କାଶୀପୁର ରେ ଆଉ ଏକ ପିଲା ର ମୃତ୍ୟୁ ହୋଇଚି। ଏହା ଦୁଃଖ ଦାୟକ। ରାଜ୍ୟ ସରକାର ସାମୟିକ ଭାବେ ଚାପି ଦେବାକୁ ଚେଷ୍ଟା କରୁଛନ୍ତି, ଯାହାଫଳରେ ଲୋକଙ୍କୁ ମରଣ ମୁହଁ କୁ ଠେଲି ଦେଉଛନ୍ତି। ପୁଣି ଏକଥା ଗୃହରେ ଉଠାଇବ ବିଜେପି।

ଆମ ପ୍ରକୃତ ବିରୋଧୀ ହେଉଛି କଂଗ୍ରେସ। ସେମାନେ କାହିଁକି ed ଜେରା କୁ ନେଇ ଆନ୍ଦୋଳନ କରୁଛନ୍ତି। ତଦନ୍ତ ତଦନ୍ତ ବାଟରେ ହେଉ। ମୋଦି ମୁଖ୍ୟ ମନ୍ତ୍ରୀ ଥିବାବେଳେ ଗୋଧ୍ରା ଘଟଣାରେ ତା ଙ୍କୁ ବି ୨୦ ଥର ଜେରା କରିଛି ED । ଏବେ ସୋନିଆଙ୍କ ଜେରା କଥାକୁ ଅଧିକ ପ୍ରସାରିତ କରୁଛି କଂଗ୍ରେସ।

 

ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଏବଂ କଂଗ୍ରେସ ଦଳକୁ ନିନ୍ଦିତ ଓ ଅପମାନିତ କରିବା ବିରୋଧରେ ସତ୍ୟାଗ୍ରହ…

() କେନ୍ଦ୍ର ବିଜେପି ସରକାର ନିଜ ୮ ବର୍ଷ ଶାସନର ବିଫଳତାକୁ ଲୋକଲୋଚନରୁ ଦୁରେଇ ରଖିବା ପାଇଁ ଏବଂ କଂଗ୍ରେସ ଦଳ ଓ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଜନମାନସରେ ନିନ୍ଦିତ ଓ ଅପମାନିତ କରିବାପାଇଁ ନରେନ୍ଦ୍ର ମୋଦି, ଅମିତ ଶାହା ଯେଉଁ ଅପଚେଷ୍ଟା ଚଳାଇଛନ୍ତି ତାହାର ପ୍ରତିବାଦ କରିବାପାଇଁ ଆସନ୍ତା ୨୬ ତାରିଖ ମଙ୍ଗଳବାର ସକାଳ ୧୦ ଘଟିକା ସମୟରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସତ୍ୟାଗ୍ରହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସାଂସଦ / ବିଧାୟକ / ରାଜ୍ୟସ୍ତରୀୟ ନେତୃବୃନ୍ଦ/ ପୂର୍ବତନ ସାଂସଦ ଓ ବିଧାୟକ / ସାଂସଦ ପ୍ରାର୍ଥୀ / ବିଧାୟକ ପ୍ରାର୍ଥୀ/ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପଦାଧିକାରୀ ଅଂଶଗ୍ରହଣ କରିବାପାଇଁ ନିବେଦନ କରିଛନ୍ତି ।

ସ୍ମରଣଥାଉକି ନେସନାଲ ହେରାଲ୍ଡ ଖବର କାଗଜ ମାମଲାରେ ଭାରତ ସରକାରଙ୍କର ପ୍ରବର୍ତନ ନିର୍ଦ୍ଦେଶାଳୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କର ଇଙ୍ଗିତରେ ପରିଚାଳିତ ହୋଇ ଯେଉଁଭଳି ଭାବରେ ବିରୋଧି ଦଳର ନେତୃବର୍ଗଙ୍କୁ ଅଯଥାରେ ବ୍ୟକ୍ତିଗତ ଆକ୍ରୋଶ ଏବଂ ଉଦ୍ଦେଶ୍ୟକୁ ସାଧିତ କରିବାପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ବିରୋଧରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ…

() ଜାତିଗତ ପ୍ରମାଣପତ୍ର କୁ ନେଇ ଗୃହରେ ଉଦବେଗ। ଆଜି ପ୍ରଶ୍ନକାଳରେ ଜାତିଗତ ପ୍ରମାଣପତ୍ର ତାଲିକାରେ ବହୁ ଆଦିମ ଆଦିବାସୀ ବାଦ ପଡ଼ିଥିବା ବେଳେ ଅନେକ ଜନଜାତି ବର୍ଗକୁ ତାଲିକାରେ ସଂପୃକ୍ତି କରାଯାଇନଥିବା ଅଭିଯୋଗ ହୋଇଛି। ମୂଳ ପ୍ରଶ୍ନାକର୍ତ୍ତା ଭାସ୍କର ମଡ଼େଇ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଏ ସମ୍ପର୍କୀତ ପ୍ରଶ୍ନର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀଂକ ଅନୁପସ୍ଥିତିରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଗତ ୨୦୧୭ ମସିହା ଠାରୁ ସ୍କୁଲ ସ୍ତରରେ ଛାତ୍ର ଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ଦେବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଚନ୍ତି। ଅନେକ ସ୍ଥାନରେ ଆଦିମ ଆଦିବାସୀ ଓ ଆଦିବାସୀ ବର୍ଗର ଲୋକଙ୍କୁ ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି। ୧୬୯ ଜାତି ତାଲିକା କୁ ମଞ୍ଜୁରୀ ପାଇଁ କେନ୍ଦ୍ରକୁ ପଠାଯାଇଥିବା ବେଳେ କେନ୍ଦ୍ର ସରକାର ୧୧ ଟି ବର୍ଗ କୁ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିଥିବା ବେଳେ ୨୦ ବର୍ଗର ପ୍ରସ୍ତାବକୁ କେନ୍ଦ୍ର ସରକାର ନାକଚ କରିଛନ୍ତି।ଏହି ପ୍ରସଙ୍ଗରେ ରାଜ୍ୟସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ କେନ୍ଦ୍ରକୁ ଅନୁରୋଧ କରାଯାଉଛି। ତାଲିକାରୁ ବାଦ ପଡ଼ିଥିବା ବର୍ଗଙ୍କୁ ଅନୁସୂଚିତ ଜାତିର ସାମିଲ କରିବାକୁ ୨୦୨୧ ମସିହା ଫେବୃଆରି ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବର୍ତ୍ତମାନ ସୁଦ୍ଧା ଏହା କେନ୍ଦ୍ର ସରକାରଙ୍କ ନିକଟରେ ଗଡୁଛି। ତେବେ ବର୍ତ୍ତମାନ ନବ ନିର୍ବାଚିତ ରାଷ୍ଟ୍ରପତି ଓଡ଼ିଆ ଓ ଆଦିବାସୀ ବର୍ଗର ହୋଇଥିବାରୁ ଏ ଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।

Follow us

20,832FansLike
0FollowersFollow
14,700SubscribersSubscribe

Latest news