()ବଜେଟକୁ ବସ୍ତାନି ଭାରି କିନ୍ତୁ ପାଠ ଘର ଶୂନ କହି କଟାକ୍ଷ କଲେ ନବୀନ ପଟନାୟକ କହିଛନ୍ତି l ନୂଆ ବଜେଟ ପାଇଁ ବିଜେପି ସରକାରକୁ ଶୁଭେଚ୍ଛା ଜଣାଇଲେ ବିରୋଧି ଦଳ ନେତା । ଡବଲ ଇଞ୍ଜିନ ବିଜେପି ସରକାର, ଯାହା ଓଡିଶାକୁ ଆଗକୁ ନେବାର ଥିଲା, ତାହା ଏବେ ଓଲଟା ଦିଗରେ ଗତି କଲା ଭଳି ମାନେ ହେଉଛି । ପୂର୍ବରୁ ପରିବର୍ତ୍ତନ ପାଇଁ ଜଣା ଯାଉଥିବା ଓଡ଼ିଶା ଏବେ କେବଳ ନାମ ଏବଂ ରଙ୍ଗ ପରିବର୍ତ୍ତନ ପାଇଁ ଜଣାଶୁଣା । ବିଜେଡ଼ି ସରକାର ସମୟରେ, ଓଡ଼ିଶା ସବୁବେଳେ ଏକ ବିକାଶଶୀଳ ରାଜ୍ୟ ଭାବରେ ଜଣାଯାଉଥିଲା । ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବାରେ ସାହାଯ୍ୟ କରୁଥିଲା । ଏହା ଅନେକ କେନ୍ଦ୍ରୀୟ ପ୍ରତିଷ୍ଠାନ ଦ୍ୱାରା ଉଲ୍ଲେଖ କରାଯାଇଛି । କିନ୍ତୁ ଡବଲ ଇଞ୍ଜିନ ସରକାର ଏହି ବର୍ଷ ଅଭିବୃଦ୍ଧି ହାରକୁ 10 ପ୍ରତିଶତରୁ 8 ପ୍ରତିଶତକୁ ହ୍ରାସ କରିଛି । ପ୍ରକୃତରେ ବଜେଟ ଗତ ବର୍ଷ ତୁଳନାରେ ହ୍ରାସ ପାଇଛି । ମୁଦ୍ରାସ୍ଫୀତିକୁ ହିସାବ କଲେ, ଚଳିତ ବଜେଟ ଗତ ବଜେଟ ତୁଳନାରେ 2.77 ଲକ୍ଷ କୋଟିରୁ 2.90 ଲକ୍ଷ କୋଟି ବୃଦ୍ଧି ପାଇଛି । ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କୁ ବଜେଟ ବାବଦରେ କୌଣସି ଧାରଣା ନାହିଁ । ଡବଲ ଇଞ୍ଜିନ ସରକାର ଅଧୀନରେ, ଓଡ଼ିଶାର ଖୋଲା ବଜାର ଋଣ ଭାର 46 ହଜାର କୋଟିରୁ ଅଧିକ ବୃଦ୍ଧି ପାଇଛି । ପ୍ରତି ବର୍ଷ ମୁଣ୍ଡପିଛା ଋଣ ବୋଝ ବଢ଼ିବାରେ ଲାଗିଛି । ଡବଲ ଇଞ୍ଜିନ୍ ସରକାର ଡବଲ ଲାଭ ଆଣିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ବିଜେପି ସରକାର ଗଠନ କରିଥିଲା । କିନ୍ତୁ ଏହା ଡବଲ ଦୁଃଖରେ ପରିଣତ ହେଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତାରେ ଅନୁଦାନ ଆକାରରେ ପାଣ୍ଠି ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ କମିଛି । ବିଜେପି ସରକାର ବିଜେଡ଼ି ସରକାରଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ଦୃଢ଼ ଆର୍ଥିକ ସ୍ଥିତି ପାଇଁ ଧନ୍ୟବାଦ ଦେବା ଉଚିତ । ଏହା କେନ୍ଦ୍ର ସରକାରଙ୍କ ହାତ ଉପରେ ନିର୍ଭର ନକରି ଅତି କମରେ ବିକାଶ ପ୍ରକଳ୍ପ ପାଇଁ ପାଣ୍ଠି ସ୍ଥିର କରିପାରିବ । ଯାହା ସ୍ପଷ୍ଟ ଯେ ବଜେଟର ଅଧାରୁ ଅଧିକ ଓଡ଼ିଶାର ନିଜସ୍ୱ ଟିକସ ରାଜସ୍ୱ ଦ୍ୱାରା ସମର୍ଥିତ । ଯାହା ହେଉଛି ରାଜ୍ୟର ନିଜସ୍ୱ ଟିକସ, ରାଜ୍ୟର ନିଜସ୍ୱ ଅଣ-କର ଏବଂ ଅଂଶୀଦାର ଟିକସ । ଡବଲ ଇଞ୍ଜିନ୍ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟ କମାଇ ଦେଇଛନ୍ତି । “ସ୍କିଲ୍ଡ ଇନ୍ ଓଡିଶା”ର ନାମ ପରିବର୍ତ୍ତନ କରି “ସ୍କିଲ୍ଡ ଫର ଦି ୱାର୍ଲ୍ଡ” କରିବା ଦ୍ୱାରା ଓଡ଼ିଶାର ଯୁବକ ଯୁବତୀ କିପରି ସାହାଯ୍ୟ ପାଇବେ ? ବରଂ ଏହା ଏହି ସତ୍ୟକୁ ସ୍ୱୀକାର କରୁଛି ଯେ ସରକାର ଓଡ଼ିଶାରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରିବେ ନାହିଁ । ମିଶନ ଶକ୍ତି ମାଆ ମାନେ ସେମାନଙ୍କର ଦାବି ପାଇଁ ଆନ୍ଦୋଳନରେ ବସିଛନ୍ତି । ବିଜେପି ସରକାର 2027 ସୁଦ୍ଧା 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ବଜେଟ ଉପରେ ବକ୍ତବ୍ୟ ଦେବା ବେଳେ ଶେଷ ଥର ମୁଁ ଲକ୍ଷପତି ଦିଦିଙ୍କ ତାଲିକା ଦାଖଲ କରିବାକୁ ଦାବି କରିଥିଲି । ତାଲିକା ଗୃହରେ ଉପସ୍ଥାପନ କରିବା ପରିବର୍ତ୍ତେ ମିଶନ ଶକ୍ତି ପାଇଁ ବ୍ୟୟବରାଦ ହ୍ରାସ କରାଯାଇଛି । ଓଡିଶାର ଜନସାଧାରଣ ସାମ୍ନା କରୁଥିବା ପ୍ରକୃତ ପ୍ରସଙ୍ଗ ଉପରେ ସାଧାରଣ ଦୃଷ୍ଟି ଆକର୍ଷଣ ନକରିବା ପାଇଁ ବଜେଟରେ ଡଜନ ଡଜନ ସ୍ଲୋଗାନ ଏବଂ କ୍ୟାଚ୍ ବାକ୍ୟାଂଶ ଆଣୁଛି।ଶେଷରେ ବିଜେପି ସରକାରଙ୍କ ବଜେଟକୁ ନବୀନ ବସ୍ତାନି ଭାରି, କିନ୍ତୁ ପାଠ ଘର ଶୂନ କହି କଟାକ୍ଷ କରିଛନ୍ତି ।
ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ : ପ୍ରଫେସର ଗାୟତ୍ରୀବାଳା ପଣ୍ଡା…
() ୭୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ତନ୍ମଧ୍ୟରୁ ଅନେକ ଲୋପ ପାଇବାକୁ ବସିଲାଣି । ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଂଚାଇ ରଖିବା ପାଇଁ ନିଜ ଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ । କାରଣ ନିଜଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରାଚୀନ୍ର ମୁଖ୍ୟ ତଥା ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ।ସୋଆରେ ଶୁକ୍ରବାର ଦିନ ବିଶ୍ୱ ମାତୃଭାଷା ଦିବସର ରଜତ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଅଭିଭାଷଣ ଦେବା ପରିପ୍ରେକ୍ଷୀରେ ପ୍ରଫେସର ପଣ୍ଡା କହିଥିଲେ ଯେ ଓଡ଼ିଆ ଭାଷାକୁ ବଂଚାଇବା ସହ ପ୍ରତ୍ୟେକ ପରିବାର ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ପିଲାମାନଙ୍କୁ ନିଜ ମାତୃଭାଷା ପ୍ରତି ଆକୃଷ୍ଟ କରାଇବା ଜରୁରୀ ବୋଲି ପ୍ରଫେସର ପଣ୍ଡା କହିଛନ୍ତି ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ଡକ୍ଟର ନିବେଦିତା ମହାନ୍ତି ‘ଓଡ଼ିଆ ଜାତି ନିର୍ମାଣରେ ଭାଷାର ଭୂମିକା’ ପ୍ରସଙ୍ଗରେ ଆଲୋଚନା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପକୁ ଉଦ୍ଧୃତ କରି ଆଜି ବି ସମାଜରେ ଜଣେ ଜଣେ ରେବତୀ ବଂଚିଛନ୍ତି ବୋଲି କହିଥିଲେ । ଫକୀରମୋହନଙ୍କ ସମୟରେ ନାରୀମାନଙ୍କୁ ନେଇ ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ରହିଥିବା ବେଳେ ଏହାକୁ ଅନୁଭବ କରି ନିଜ ରଚନାରେ ସେ ଏହା ଉପରେ ମନ୍ତବ୍ୟ ରଖିଥିଲେ ।
ଏହି ଅବସରରେ ବିଶିଷ୍ଟ କବୟିତ୍ରୀ ଡକ୍ଟର ଅପର୍ଣ୍ଣା ମହାନ୍ତି ମାତୃଭାଷାକୁ ମା’ ସହ ଜଡ଼ିତ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂ୍ର୍ଣ୍ଣ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଦ୍ୟାଳୟର ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ମାନସ ବେହେରା ‘ଓଡ଼ିଆ ଭାଷାର ପ୍ରାୟୋଜିତ ସମ୍ଭାବନା: ଇତିହାସ ପୃଷ୍ଠଭୂମିରେ’ ପ୍ରସଙ୍ଗରେ ଆଲେଚନା କରିଥିଲେ । ଓଡ଼ିଆ ଭାଷାକୁ ସବୁସ୍ତରରେ ପ୍ରଚଳିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ହେବା ଜରୁରୀ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଶେଷରେ ସାରୋଳଦାସ ମହାଭାରଥର ସମ୍ପାଦକ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଚୀନ୍ର ଆନ୍ଥ୍ରୋପୋଲଜି ଓ ଟ୍ରାଇବାଲ୍ ଷ୍ଟଡିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ ଉପସ୍ଥିତ ଥିଲେ ।
ଟିଏଚ୍ଇ ୱାର୍ଲ୍ଡ ରିପୁଟେସନ୍ ର୍ୟାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ….
() ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରରେ ଏକ ଭିନ୍ନତା ସୃଷ୍ଟି କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ମଙ୍ଗଳବାର ପ୍ରକାଶିତ ଟାଇମ୍ସ ହାୟାର ଏଜୁକେସନ୍ (ଟିଏଚ୍ଇ) ୱାର୍ଲ୍ଡ ରିପୁଟେସନ୍ ର୍ୟାଙ୍କିଙ୍ଗସ୍ ୨୦୨୫ ତାଲିକାରେ ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ସ୍ଥାନିତ ହୋଇଛି। ଏହି ତାଲିକାରେ ସୋଆ ବ୍ୟତୀତ ସ୍ଥାନ ପାଇଥିବା ଦେଶର ଅନ୍ୟ ୩ଟି ଶିକ୍ଷାନୁଷ୍ଠାନ ହେଉଛି ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀ ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମାଡ୍ରାସ୍। ଦେଶର କେବଳ ଏହି ୪ଟି ଶିକ୍ଷାନୁଷ୍ଠାନ ଏହି ତାଲିକାରେ ସ୍ଥାନ ପାଇଥିବା ବେଳେ ସୋଆ ହେଉଛି ଏକମାତ୍ର ଘରୋଇ ଶିକ୍ଷାନୁଷ୍ଠାନ। ଏହି ୪ଟି ଶିକ୍ଷାନୁଷ୍ଠାନ ୨୦୧-୩୦୦ ର୍ୟାଙ୍କ ମଧ୍ୟରେ ସ୍ଥାନିତ ହୋଇଛନ୍ତି। ଏହି ବର୍ଷ ୩୮ଟି ଦେଶର ୩୦୦ ଶିକ୍ଷାନୁଷ୍ଠାନକୁ ନେଇ ଏହି ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି। ବିଶ୍ୱବ୍ୟାପୀ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଚଳିତ ବର୍ଷର ତାଲିକାରେ ହାରଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲଗାତାର ୧୪ ବର୍ଷ ଧରି ଏହି ସ୍ଥାନ ବଜାୟ ରଖିଛି। ସେହିପରି ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି) ଏବଂ ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ୨୦୨୪ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ ର୍ୟାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନଆଇଆରଏଫ୍) ର୍ୟାଙ୍କିଙ୍ଗରେ ସୋଆ ସାରା ଦେଶରେ ୧୪ ତମ ସ୍ଥାନରେ ରହିଥିବା ବେଳେ ନ୍ୟାସ୍ନାଲ୍ ଆସେସ୍ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ (ନାକ୍) ଦ୍ୱାରା ସର୍ବୋଚ୍ଚ ଗ୍ରେଡ ଏ++ ଦ୍ୱାରା ପୁନଃସ୍ୱୀକୃତି ପାଇଛି। ସେହିପରି ସୋଆ ୨୦୨୨ ରେ ୟୁନିଭର୍ସିଟି ଗ୍ରାନ୍ଟସ କମିସନ୍ (ୟୁଜିସି) ପକ୍ଷରୁ କ୍ୟାଟେଗୋରୀ ୧ ଗ୍ରେଡେଡ୍ ଅଟୋନୋମୀ ଷ୍ଟାଟସ୍ ମାନ୍ୟତା ପାଇଛି। ଏହି ବିଶ୍ୱବିଦ୍ୟାଳୟ ବିଶ୍ୱ ସ୍ତରରେ କ୍ୟୁଏସ୍ ଏବଂ ଟିଏଚ୍ଇ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ସରେ ମଧ୍ୟ ସ୍ଥାନ ପାଇଛି।
କରୋନା ମହାମାରୀ ସମୟରେ ନର୍ସମାନଙ୍କ ତ୍ୟାଗ ଅଭୂତପୂର୍ବ: ସୋଆ ଉପସଭାପତି
()ହସ୍ପିଟାଲ୍ରେ ରୋଗୀଟିଏ ନର୍ସମାନଙ୍କର ଚିକିତ୍ସା ଓ ସେବା ଦ୍ୱାରା ହିଁ ସୁସ୍ଥତା ପାଇଥାଏ । କରୋନା ମହାମାରୀ ସମୟରେ ସେମାନଙ୍କର ତ୍ୟାଗ ସମ୍ପୂର୍ଣ୍ଣ ସମାଜ ଉପଲବ୍ଧି କରିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ଚଳିତ ଶିକ୍ଷା ବର୍ଷର ପ୍ରଥମ ବର୍ଷ ବିଏସ୍ସି ନର୍ସିଂ ଏବଂ ଜିଏନ୍ଏମ୍ ଛାତ୍ରଛାତ୍ରୀମାନଙ୍କର ଶପଥ ଗ୍ରହଣ ଏବଂ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ନର୍ସିଂ ବୃତିରେ ଅଧ୍ୟୟନ ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଜୀବନରେ ଏକ ନୂଆ ଅନୁଭୂତି ଆଣିଦେବ । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜ ପକ୍ଷରୁ ଆୟୋଜିତ ପର୍ସନାଲିଟି ପ୍ରତିଯୋଗିତାର ମହିଳା ବିଭାଗରେ କଲେଜର ଦୁଇ ଜଣ ଆନ୍ତର୍ଜାତୀୟ ଛାତ୍ରୀ ବିଏସ୍ସି ନର୍ସିଂ ପ୍ରଥମରେ ଅଧ୍ୟୟନ କରୁଥିବା ଲିଲେ ଥାଣ୍ଡୋଲଉଥୁସିବୋଣ୍ଡଜା ‘ମିସ୍ ଏସ୍ଏନ୍ସି’ ଆଖ୍ୟା ହାସଲ କରିଥିବା ବେଳେ ବିଏସ୍ସି ନର୍ସିଂର ପ୍ରଥମ ବର୍ଷର ଆଉ ଜଣେ ବିଦେଶୀ ଛାତ୍ରୀ ଫେଥ ଲିକାନ୍ଡୋମୁନିଉ ଦ୍ୱିତୀୟ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି । ଥାଣ୍ଡୋଲଉଥୁସିବୋଣ୍ଡଜା ଆଫ୍ରିକାର ସ୍ୱାଜିଲ୍ୟାଣ୍ଡ ଦେଶରୁ ଆସିଥିବା ବେଳେ ଲିକାନ୍ଡୋମୁନିଉ ଜାମ୍ବିଆର ନାଗରିକ । ସେହିପରି ବିଏସ୍ସି ନର୍ସିଂ ଚତୁର୍ଥ ବର୍ଷର ଛାତ୍ରୀ ସୁଶ୍ରୀ ଦେବସ୍ମିତା ଦାସ ପ୍ରଥମ ରନର ଅପ୍ ଆଖ୍ୟା ହାସଲ କରିଛନ୍ତି । ସେମାନଙ୍କୁ ପୁରସ୍କୃତ କରିବା ଅବସରରେ ଶ୍ରୀମତି ଦାସ ନିଜର ଖୁସି ବ୍ୟକ୍ତ କରିଥିଲେ । ବିଦେଶରୁ ଆସି ସୋଆରେ ଅଧ୍ୟୟନ କରୁଥିବା ଛାତ୍ରୀ ନିଜ ପ୍ରତିଭାର ପରିପ୍ରକାଶ କରିବା ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଷ୍ଟେଟ୍ ଆଡପ୍ସନ୍ ରିସର୍ଚ୍ଚ ଏଜେନ୍ସି (ସାରା), ଓଡ଼ିଶାର ଗଭର୍ଣ୍ଣିଂ ବଡି ସଦସ୍ୟା ଶ୍ରୀମତି କାନ୍ତା ମହାନ୍ତି କହିଥିଲେ ଯେ ନର୍ସମାନେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କର ଜୀବନ ରକ୍ଷା କରିଥିଲେ । ତେଣୁ ନୂତନ ଭାବରେ ଏହି ପାଠ୍ୟକ୍ରମରେ ପ୍ରବେଶ କରି ଶପଥ ଗ୍ରହଣ କରିବା ପାଇଁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏହି ଶପଥ ଗୋଟିଏ ଦିନ ନୁହେଁ ବରଂ ସାରା ଜୀବନ ପାଇଁ ଏକ ସମର୍ପଣ ବୋଲି ସେ କହିଥିଲେ । ତେବେ ବର୍ତମାନର ଛାତ୍ରଛାତ୍ରୀମାନେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ରୁ ବାହାରି ଇମୋସ୍ନାଲ୍ ଇନ୍ଟେଲିଜେନ୍ସକୁ ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ଓଡ଼ିଶାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ବ୍ରଜକିଶୋର ଦାଶ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସନାଲ ଗେଷ୍ଟ ଭାବେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ରିତା ଲେଙ୍କା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଆଡିସ୍ନାଲ୍ ଡିନ୍ (ପ୍ଲେସ୍ମେଂଟ ଆଣ୍ଡ ଟ୍ରେନିଂ) ପ୍ରଫେସର ତପତୀ ଶାହା ବକ୍ତବ୍ୟ ରଖିଥିଲେ । ସମ୍ ନର୍ସିଂ କଲେଜର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଶପଥ ପାଠ କରାଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆସୋସିଏଟ୍ ପ୍ରଫେସର ମନୀଷା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ ।
ଭକ୍ତଙ୍କ ସଂକଳ୍ପ ପଦଯାତ୍ରା ଚନ୍ଦନପୁର ରୁ ଯିବ ପୁରୀ……
() ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏବଂ ନେତୃତ୍ୱରେ ୩ ଦିନ ଧରି ଚାଲିବାକୁ ଥିବା ସଂକଳ୍ପ ପଦଯାତ୍ରାର ଦ୍ୱିତୀୟ ଦିବସରେ ସକାଳ ୮.୩୦ ଘଟିକା ସମୟରେ ପିପିଲି ଠାରୁ ଆରମ୍ଭ ହୋଇ ମଙ୍ଗଳପୁର ଦେଇ ଦେଇଶପୁର ଠାରେ ପହଂଚିଥିଲା । କଟକ ନଗର, ଗଞ୍ଜାମ ପୂର୍ବ, ଗଞ୍ଜାମ ପଶ୍ଚିମ, ନବରଙ୍ଗପୁର, ସମ୍ବଲପୁର ଓ ପୁରୀର କଂଗ୍ରେସ କର୍ମୀ ଜିଲ୍ଲା ସଭାପତି, ବିଧାୟକ, ବିଧାୟକ ପ୍ରାର୍ଥୀ, ସାଂସଦ ପାର୍ଥୀ, ଯୁବ, ଛାତ୍ର, ମହିଳା କଂଗ୍ରେସ, ସେବାଦଳର ନେତୃବୃନ୍ଦ ଓ କର୍ମୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପିପିଲ ହାଟ ଛକ ଠାରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଅନ୍ତର୍ଯ୍ୟାମି ଦିକ୍ଷିତ, ବିଶ୍ୱଭୂଷଣ ହରିଚନ୍ଦନ ମହାପାତ୍ର, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ ଓ ନିରୁପମା ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କମୀ ଶ୍ରୀଯୁକ୍ତ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ବିୟୋଗରେ ତେଇଶପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିିତ ହୋଇଯାଇଥିଲା । ପିସିସି ସଭାପତି ଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ବିଧାୟକ ରମେଶ ଜେନା, ମନୋରଞ୍ଜନ ତ୍ରିପାଠୀ, ନକୁଳ ନାୟକ, ମନୋଜ ଜେନା, ପ୍ରକାଶ ମିଶ୍ର, ଅମୀୟ ପାଣ୍ଡବ, ଅଶିତ୍ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ଜାନକୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ଇମ୍ଦାଦ୍ ଖାନ୍, କୃଷ୍ଣ ସଗରିଆ,ସିଦ୍ଧାର୍ଥ ସ୍ୱରୂପ ଦାଶ,ସୁରେଶ ମହାପାତ୍ର, ସୁବ୍ରତ ମହାପାତ୍ର, ୟାସିର ନୱାଜ, ରଞ୍ଜତ ପାତ୍ର, ଉଦ୍ଦିତ ପ୍ରଧାନ, ସୁଦର୍ଶନ ଦାସ, ଦୈାପଦୀ ମାଝୀ, ଭୂବନ ବିହାରୀ ସାହୁ ଓ ଭାରତ ଭୂଷଣ ବେମାଲ, ଅମରେଶ ପରିଡ଼ା, ଅଭିଳାଷ ମାଣିଆ, ଜିଆ ଉଲ୍ହକ୍, ଜ୍ୟୋତି ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ପତି, ରାଜୀବ ମହାନ୍ତି, ମନୋଜ ରାଉତ, କୃଷ୍ଣ ମହାନ୍ତି, ମନୋଜ ବିଶ୍ୱାଳ, କିରଣ ସାହୁ, ଗୋପନ ମାର୍ଥା, ଶ୍ରୀୟାସ୍ମିତା ପଣ୍ଡା, ଲିପିକା ପାତ୍ର, ଅଶୋକ ଦାସ, ପ୍ରବୋଧ ଦାସ, ଏମ୍.ଡ଼ି ଆକବର, ନିହାର ବେହେରା, ପ୍ରଦିପ ମହାପାତ୍ର, ସିପ୍ରା ମଲ୍ଲିକ, ବିଜୟାନନ୍ଦ ଚାଉଳିଆ, ଅମିତା ବିଶ୍ୱାଳ, ସୁଦିପ ସାମଲ, ଆଶିଷ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସ୍ୱଗର୍ତ ମୃତ୍ୟୁଞ୍ଜୟ ନାୟକଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ପଦଯାତ୍ରା ପଟ୍ଟନାୟିକୀୟା ଛକ ଠାରେ ପହଂଚିବା ପରେ କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଏବଂ ମିଲନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ଛାତ୍ର, ଯୁବ ଓ ମହିଳା କର୍ମୀମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛତ୍ସିତ ସମ୍ବର୍ନ୍ଧନା ଜଣାଇଥିଲେ । ପଦଯାତ୍ରା ସନ୍ଧ୍ୟା ୭.୪୦ ମିନିଟ୍ରେ ଚନ୍ଦନପୁର ଠାରେ ପହଂଚିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉପାବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ନେତୃବର୍ଗ ବିଷ୍ଣୁ ପ୍ରସାଦ ମିଶ୍ର, ଜୟଶ୍ରୀ ପାତ୍ର, ସଶ୍ମିତା ବେହେରା, ଅବିନାଶ ମିଶ୍ର, ଦାମଦୋର ପ୍ରଧାନ, ଦାମଦୋର ମହାପାତ୍ର, ହରପ୍ରସାଦ ଜେନା, ଶିବ ପ୍ରସାଦ ବେହେରା, ରାଜେଶ ମିଶ୍ର, ବ୍ରଜରାଜ ବେହେରା, ଅରକ୍ଷିତ ବାରିକ, ମାଗୁଣି ଭୋଇ, ସରସ୍ୱତୀ ପାତ୍ର, କିଷାନ କୁମାର ମେକାପ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇ ଶ୍ରୀଯୁକ୍ତ ଦାସଙ୍କ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ । ସେହିପରି ତେଇଶପୁର ଠାରୁ ଚନ୍ଦନପୁର ଅଭିମୁଖେ ଯାତ୍ରା ସମୟରେ ସତ୍ୟବାଦୀ କଲେଜ ଛକଠାରେ ମନୋଜ ରଥ ଶତାଧିକ କଂଗ୍ରେସ କର୍ମୀ ଶ୍ରୀଯୁକ୍ତ ଦାସଙ୍କୁ ସମ୍ଭର୍ଦ୍ଧନା ଜଣାଇବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ବିଶାଳ ପଦଯାତ୍ରା ସଂକଳ୍ପ ପଦଯାତ୍ରା ପାଇଁ କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜିର ପଦଯାତ୍ରା ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ କଥା ହୋଇ ତାଙ୍କର ଦୁଃଖ ସୁଖରେ ଛିଡ଼ା ହେବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଶିଳ୍ପିଶ୍ରୀ ହରିଚନ୍ଦନ, ଶୁସ୍ରୀ ବେହେରା, ସଶ୍ମିତା ପଣ୍ଡା, ଦୀପକ ପଟ୍ଟନାୟକ, ପର୍ଶୁରାମ ପ୍ରଧାନ, ଭାଗ୍ୟବାନ ଜେନା, ବିଦୁଲତା ଆଚାର୍ଯ୍ୟ, ସ୍ୱାଧୀନ ପଣ୍ଡା, ଜଗତଜିବନ ଶତପଥି, ଅଭିଶେଷ ମହାନନ୍ଦ, ଆକାଶ ଭୂୟାଁ ପ୍ରମୁଖ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ଯୋଗଦେଇଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ସଂକଳ୍ପ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ବାହାରିବ । ଅପରାହ୍ନରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ବରିଷ୍ଠ ନେତୃବୃନ୍ଦ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିବା ପରେ ବଡଦାଣ୍ଡ ଠାରେ ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସ ନେତା ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ସତରେ ସେ ଏମିତି……
()ବେଳେବେଳେ ଜୀବନରେ ଏମିତି କିଛି ଘଟଣା ମଣିଷ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରି କହେ, ସତରେ ସେ କଣ ଏମିତି ? ସେଦିନ ବି ଏକଥା ଦୁମୀ ମନକୁ ଆସିଲା l ଭାବିଲା ସତରେ କଣ ସେ ଏମିତି ଭାବୁଛି ମତେ l ମୁଁ ତ ଅଦିନିଆ ବର୍ଷା, କେତେବେଳେ କେଉଁଠି ହେବି l କାହାକୁ ଆନନ୍ଦ ଦେବି, ତ୍ କାହାକୁ ଦୁଃଖ l ତଥାପି ମୁଁ ବର୍ଷିବି l ଆଉ ତାପରେ ଚାଲିଯିବି l ଠିକ୍ ସେମିତି ସମ୍ପର୍କ ଦୁମୀ ଓ ମୁନା ଭିତରେ l ଅଦିନିଆ ବର୍ଷା ପରି l ହେଲେ ପରସ୍ପର ନିଜ କଥାକୁ ଭାବିଲା ବେଳକୁ ସେମାନଙ୍କ ମନରେ ଗୋଟିଏ କଥା ଆସେ ସତରେ କଣ ସେ ଏମିତି l ଠିକ୍ ଏମିକି ବେଳେ ମୁନା ଫୋନ କରେ ଦୁମୀକୁ l ତମେ କେଉଁଠି l ଆଜି ଦେଖାହେବ କି? ଦୂମୀ କହେ ହେବନା (ହେବନି) l ତାପରେ କଣ ହୁଏ ଉଭୟଙ୍କ ଭିତରେ କେଜାଣେ, ଉଭୟ କହନ୍ତି ସତରେ କଣ ସେ ଏମିତି l ଯାହା ଆଜି ବି ଅସମାହିତ ପ୍ରଶ୍ନ ହୋଇ ଉଭୟଙ୍କ୍ ମନରେ ରହିଛି l ଯେମିତି କୁକୁଡ଼ା ଆଗେ ନା ଅଣ୍ଡା ଆଗେ l ଏମିତି ଅନେକ ତୁଳନା l ତାହା ବି ଆଜିର ଦିନରେ କେତେ ଗୁରୁତ୍ଵ ବହନ କରେ, ତାହା କାହାକୁ ବା ଜଣା l ଏମିତି ସେ, ସେମିତି ମୁଁ ଭାବିବା ଆଜି ଛାଡ଼ନ୍ତୁ l ସତରେ ତ ସମାଜ ଟା ବି ସତରେ ସେ ଏମିତି ଭିତରେ l ଏକଥା ହୁଏତ ଦୁମି ଓ ମୁନା କାହାଣୀ ନୁହେଁ। ହେଲେ ସମାଜର ସବୁ ସ୍ତରରେ ଅବିଶ୍ବାସ ଯେଉଁ ବାତ୍ତା ବରଣ ସୃଷ୍ଟି ହୋଇଛି ତାହାହିଁ ମୂଖ୍ୟ କାରଣ ସାଜିଛି l ସେ କ କଣ ଏମିତି l ମୋର ମନର ରାଜ ମୁଁ, ତା ମନର ରାଣୀ ସେ l ଇଛା ଅନୁସାରେ ମଣିଷ ଏମିତି ହୁଏ, ସେମିତି କୁହେ l ତାହା କାହା ପାଇଁ ଭଲ ତ୍ କାହା ପାଇଁ ମନ୍ଦ l ବିଚାର ଚିନ୍ତାଧାରା, ଭିନ୍ନ ହୋଇପାରେ ହେଲେ ଦୁମୀ ର ହଁ ଭିତରେ ମୁନାରସତରେ ସେ ଏମିତି ନା ରେ ଯେ ଏତେ ମିଠାପଣ ଅଛି ତାହା ଉଭୟ ଅନୁଭବ କରିଛନ୍ତି l ହେଲେ ଆମେ ଗପ ପଡ଼ିଲେ ତ୍ କହିବା ସତରେ ସେ ଏମିତି……
ଅଜଣା ବନ୍ଧୁ…
ଡରେନି ଡରାଏ, କୁହେ କି କହିବାକୁ ବାଧ୍ୟ କରେ, ଭାବିବନି ଅନ୍ୟକୁ ଭାବନା ରାଇଜରେ ଭସେଇ ଦିଏ ପୁଣି ଖୁସି ହେବାଠୁ ଅଧିକ ଖୁସି କରାଏ l ମନ ଯେମିତି, ଝିଅଟି ବି ସେମିତି l ଚଗଲି, ପାଗିଳି, ଫୁଲେଇ ଯାହା କହିଲେ ବି ସେ ଯେ ଚୁଲବୁଲି ତାହା ମାମୁନି ନିଜକୁ ନିଜେ ପଚାରି ବୁଝେ l
ହଠାତ୍ ମାମୁନି ସେଦିନ ମୁନା କହିଲା ସୋସିଆଲ ମିଡିଆରେ ଏ ଫୋଟୋ ଟି ମତେ ସେଣ୍ଟ କର l ମୁନା ବି କାଳ ବିଳମ୍ୱ ନକରି ଫୋଟୋ ଟି ଦେଇଦେଲା l ବାସ ଏତିକି କଥାରେ ମୁନା ଓ ମାମୁନି ର ସମ୍ପର୍କ ଆଗକୁ ବଢିଲା l ଅଜଣା ମାମୁନି କେତେବେଳେ ମୁନାର ସବୁ ଜଣା ବନ୍ଧୁ ଭିତରୁ ଅତି ଘନିଷ୍ଠ ହୋଇଗଲା ତାହା ମୁନା କହିପାରିବିନି l ହଁ କହିବ କେମିତି ଆଜି ବି ବେଳେବେଳେ ସେ ଅଜଣା ପଣ କଥା ମନେ ପଡେ l ମାମୁନି ଭାବେ ସତରେ କଣ ମୁନା ମୋର ଜଣା l କାହିଁକି, ଉତ୍ତର କିଛି ନାହିଁ l ହୁଏତ ଫୋଟୋ ପରି ଦୁଇ ଜଣଙ୍କ ହୃଦୟର ଫୋଟୋ ସେ ଫୋଟୋ ସହ ପରସ୍ପର କୁ ଆପେ ଆପେ ସେଣ୍ଟ ହୋଇଛି ଅଜଣା ବନ୍ଧୁ ପରୀ l ଯେମିତି ବିନ୍ଦୁ ଆଉ ସିନ୍ଦୁର ମିଳନ l ପୂର୍ଣ୍ଣିମା ରେ ଓ ଚନ୍ଦ୍ରର ମିଳନ l ଏସବୁ ଭିତରେ କିନ୍ତୁ ଅଜଣା ବନ୍ଧୁ ଏତେ ମାତ୍ରାରେ ଜଣା ହୋଇଗଲା ଯେ ସମୟ ଚକ୍ରରେ ଉଭୟ ଉଭୟକୁ ଚିହ୍ନିବାକୁ ଲାଗିଲେ l ସତରେ ମୁନା କଣ ମାମୁନି ପାଇଁ ଆଜି ବି ଅଜଣା l ନା ଜଣା ଭିତରେ ଅଜଣା l ଉତ୍ତର ଆଜିବି କ୍ରମଶଃ…….
କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ୍ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂ….
()କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କୁ ଗିରଫ୍ କରିବାକୁ ଦାବି କଲେ ବିଜେପି ବିଧାୟକ ବାବୁ ସିଂହ। କିଟ୍ ବହୁ ଜମି କୁ ଜବର ଦଖଲ କରିଛି। ଜଙ୍ଗଲ ଜମିରେ ବେଆଇନ୍ ନିର୍ମାଣ ହୋଇଛି। ଏପରିକି ମନ୍ଦିର ନିର୍ମାଣ ବି ହୋଇଛି। ଯେଉଁମାନେ କିଟ୍ ର କନଷ୍ଟ୍ରକସନ୍ କାମ କରୁଛନ୍ତି ସେମାନେ କେଉଁ ଦଳ ର ତାର ତଦନ୍ତ ହେବା ଦରକାର। ଶାଗ ମାଛ ଦରରେ ଜମି କିଣିଛି କିଟ୍। ଗୁଣ୍ଡା ଲଗାଇ ଜମି ମାଲିକ ଙ୍କ ଠାରୁ ଜମି ହାତେଇ ଚି କିଟ୍। ସେହିପରି ଶୂନ୍ୟକାଳ ରେ କଂଗ୍ରେସ ବିଧାୟକ ତାରା ବାହିନିପତି ଉଠାଇଲେ କିଟ୍ ପ୍ରସଙ୍ଗ। ସାରା ବିଶ୍ୱରେ ଓଡିଶା ନିନ୍ଦିତ ହେଲା। Nepal ସହ ଆମ ସମ୍ପର୍କ ଅତି ଘନିଷ୍ଠ। ଜଗନ୍ନାଥ ଙ୍କ ପାଇଁ କସ୍ତୁରୀ ସେଠାରୁ ଆସିଥାଏ। କିନ୍ତୁ ଯେଉଁଭଳି ଭାବେ ନେପାଳୀ ଛାତ୍ରଛାତ୍ରୀ ଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇ ଲେ ତାହା ନୀନ୍ଦନୀୟ। ଦିଲ୍ଲୀ ଆଜି ଏହି ଘଟଣାରେ ପଡୁଚି ଉଠୁଚି। ଯେଉଁ ଭିଡିଓ ସବୁ viral ହେଉଛି ତାକୁ ଦେଖିଲେ କାନ୍ଦ ଲାଗୁଛି।ଘଟଣାରେ ରେ judicial inquiry ହେବା ଦରକାର। ଜୁଡିସିଆଲ inquiry ନହେଲେ ମୁଁ ଧାରଣା ରେ ବସିବି ଗୃହରେ ବୋଲି ଚେତାବନୀ ଦେଲେ ତାରା।କିଟ୍ ରେ ଯେଉଁ ଘଟଣା ଘଟିଛି ତାହା ଦୁର୍ଭାଗ୍ୟ ଜନକ। କିନ୍ତୁ କିଟ୍ ର ମାଲିକ କେଉଁ ଦଳର ସାଂସଦ ଥିଲେ। କେଉଁ ଦଳ ତାଙ୍କୁ କୋଳ ରେ ବସାଇଥିଲା। ବିଜେଡ଼ି କୁ କଲେ ଟାର୍ଗେଟ। ପରି, ମମିତା, ମାହାଙ୍ଗା ଭଳି ଘଟଣା ଘଟିଥିଲା। ସେଥିରେ ବିଜେଡ଼ି ସରକାର ର ନେତା ବିଧାୟକ ସମ୍ପୃକ୍ତି ଥିଲା। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଯେଉଁଠି ପ୍ରତିବାଦ ହେଉଥିଲା ସେଠି କୋଳ ରେ ବସାଇ ସଭା କରିଥିଲେ ମୁଖ୍ୟମନ୍ତ୍ରୀ। ସେତେବେଳେ ଯେଉଁମାନେ ତୁଣ୍ଡି ମାରି ବସିଥିଲେ ଆଜି ସେମାନେ ଆଇନ୍ ଶୃଙ୍ଖଳା ପାଠ ପଢା ଉଛନ୍ତି। ଯାହାକି ହାସ୍ୟାସ୍ପଦ। ଶୂନ୍ୟକାଳ ରେ କିଟ୍ ପ୍ରସଙ୍ଗ ଉଠାଇ ବିରୋଧୀ ଙ୍କୁ ଜବାବ ଦେଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ।
କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି: ଉଚ୍ଚଶିକ୍ଷା ମନ୍ତ୍ରୀ
କିଟରେ ଦୁର୍ଭାଗ୍ୟ ଜନକ ସ୍ଥିତ ଘଟିଛି | ସେ ଆମର ଅତିଥି ଛାତ୍ର ଛାତ୍ରୀ | ଏଭଳି ଏକ ଘଟଣା କିଭଳି ବେସରକାରୀ ବିଶ୍ୱ ବିଦ୍ୟାଳୟ ରେ ଘଟିଲା | *ACS home ଙ୍କ ତତ୍ୱ ବଧାନ ରେ ନିରପେକ୍ଷ କମିଟି ଗଠନ* | ଜଣେ ମହିଳା ମଧ୍ୟ ଏହି କମିଟି ରେ ରହିଛନ୍ତି | *କେଉଁ କାରଣ ରୁ ସାଇନ ଡାଏ କରାଗଲା | କାହିଁକି କଟକ ରେଲୱେ ଷ୍ଟେସନ ରେ ଛାଡିଲେ | ସେ ସମୟ ରେ ରାଜ୍ୟ ସରକାର ଓ ଉଚ୍ଚ ଶିକ୍ଷା ବିଭାଗ ପାଖକୁ କାହିଁକି ଖବର ଆସିଲା ନାହିଁ | ଆମେ ସୁ ଚିନ୍ତିତ ମତାମତ ଦେଇଥାନ୍ତୁ*| ସମ୍ବେଦନଶୀଳ ଭାବେ ପୋଲିସ ନଜର ରଖିଛି | *100 ପାଖା ପାଖି ନେପାଳ ଛାତ୍ର ଛାତ୍ରୀ ଫେରି ଆସିଲେଣି* *ଆହୁରି 800 ଛାତ୍ରଛାତ୍ରୀ ବହୁ ଜାଗାରେ ଅଛନ୍ତି ସେମାନଙ୍କୁ ଫେରାଇ ଆଣିବାକୁ ବିଶ୍ୱ ବିଦ୍ୟାଳୟ କୁ ନିର୍ଦେଶ ଦିଆଯଇଛି* | *ଘଣ୍ଟା କୁ ଥରେ ରିପୋର୍ଟ ମଗା ଯାଉଛି* | କାଉଁନସେଲିଂ ପାଇଁ ଟିମ ଗଠନ ହୋଇଛି | ପୂର୍ବ ସ୍ଥିତି ଫେରାଇ ଆଣିବାରେ ସାହାଯ୍ୟ ହେବ | *ଉପ ଜିଲ୍ଲାପାଳ ଙ୍କୁ ମୃତ ଛାତ୍ରୀ ଙ୍କ ପରିବାର ସହ ଅଛନ୍ତି | ADM ଙ୍କୁ କିଟ ପରିସରରେ ରହିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି* |
ନବନିଯୁକ୍ତ ପିସିସି ସଭାପତିଙ୍କ ସଂକଳ୍ପ ପଦଯାତ୍ରାରେ ଅଦ୍ଭୁତପୂର୍ବ ଜନସମାବେଶ ଓ ଅବିସ୍ମରଣୀୟ ଜନସମର୍ଥନ…
() ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ମନୋଜ ଜେନା ଓ ଅନ୍ୟମାନେ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା କଂଗ୍ରେସ ସେବା ଦଳର ଶହ ଶହ କର୍ମୀ କଂଗ୍ରେସ ପତାକା ଧରି ଏହି ସଂକଳ୍ପ ପଦଯାତ୍ରାରେ ଚାଲିଥିଲେ । ହସ୍ପିଟାଲ ଛକରେ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।
ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍. ରାଜନ ଏକ୍କା, ସୋଫିଆ ଫିର୍ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ । ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ । ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।
ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ମାନନୀୟ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।
ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ୍ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।
ଏହି ସ୍ୱାଗତ ଓ ସଂକଳ୍ପ ପଦଯାତ୍ରାରେ ସର୍ବଶ୍ରୀ ପ୍ରାକ୍ତନ ସାଂସଦ ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବିଧାୟକ ବଳଭଦ୍ର ମାଝୀ, ଡ.ଲଲାଟେନ୍ଦୁ ମହାପତ୍ର, ଯୁଧିଷ୍ଟିର ଜେନା, ଚିନ୍ମୟ ପ୍ରସାଦ ବେଉରା, ବୀଜୟଲକ୍ଷ୍ମି ସାହୁ,କୃଷ୍ଣଚନ୍ଦ୍ର ସଗରିଆ, ଭାରତ ଭୂଷଣ ବେମାଲ, କୁମାର ଚିରଞ୍ଜିବ, ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ବିଶ୍ୱଭୂଷଣ ଦାସ, ବିଜୟାନନ୍ଦ ଚାଉଳିଆ, ସିଦ୍ଧାର୍ଥ ରାଉତରାୟ, ଶୁଭେନ୍ଦୁ ମହାନ୍ତି, ସତ୍ୟବ୍ରତ ନାୟକ, ପ୍ରକାଶ ମିଶ୍ର, ଦୀପକ କୁମାର ମହାପାତ୍ର, ନଳନୀ ମହାନ୍ତି, ଜିଆଉଲ୍ହକ୍, ଭୁବନ ବିହାରୀ ସାହୁ, ସନ୍ତୋଷ କୁମାର ନନ୍ଦ, ମନୋଜ କୁମାର ରାଉତ, ବିପ୍ରବର ସାହୁ, ପ୍ରଫୁଲ ଦାସ, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ନିହାର ରଞ୍ଜନ ବେହେରା, କିରଣ ସାହୁ, ସୁଦିପ ସାମଲ, ବିଶ୍ୱଭୂଷଣ ମହାପାତ୍ର, ସୁଦର୍ଶନ ଦାସ, ଚୁନୁ ସିଂ, ଅଖିଳେଷ ଯାଦବ, ପ୍ରତାପ ପ୍ରଧାନ, ଅନାମ ନାୟକ, ସତ୍ୟ ସମାଲ, ବିଜୟ ଦ୍ୱିବେଦୀ, ନିରୋଜ ଲୋଚନ ଦାସ, ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଜାନକୀ ମଲ୍ଲିକ, ସୋନାଲି ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଆରତୀ ସ୍ୱାଇଁ, ନିପନ ଦାସ, ସେମ୍ ହେମ୍ଭ୍ରମ, ଆଲୋକ ଦାସ, ଦେବପ୍ରସାଦ ମହାପାତ୍ର, ଅଜୟ ସାହୁ, ଅମରେଶ ପରିଡ଼ା, ଅପୂର୍ବ ରଞ୍ଜନ ସାମଲ, ଲିପିକା ପାତ୍ର, ମନ୍ଦାକିନି ବରୁଆ, ଲକ୍ଷ୍ମୀପ୍ର୍ରିୟ ନାୟକ, ଅମ୍ବିକା ଭଟ୍ଟ, ସରୋଜ ପ୍ରଧାନ, ଜ୍ୟୋତି ଆଚାର୍ଯ୍ୟ, ସନ୍ତୋଷ ପ୍ରଧାନ, ମହମ୍ମଦ ସାହାଦୁଲ୍ଲା, ଲୁଲୁ ଅହମ୍ମଦ, ମନୁ ରାଉତରାୟ, ସ୍ନେହଲତା ଚୌଧୁରୀ, ବିଷ୍ଣୁଚରଣ ବାରିକ, ଏସ୍.ଏନ୍. ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ପ୍ରକୋଷ୍ଠର କର୍ମକର୍ତାମାନେ ଓ ନେତୃମଣ୍ଡଳୀମାନେ ସଂକଳ୍ପ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ବୋଲି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।