ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…

() ବିଧାନସଭାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ମନ୍ତବ୍ୟ ଝଡ଼ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କଂଗ୍ରେସ ସାଂସଦଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ମାନଙ୍କ ଜୋରଦାର ହଙ୍ଗାମା । ଗୃହର ମଧ୍ୟ ଭାଗରେ ପ୍ଲାଗ କାର୍ଡ ଧରି ପ୍ରତିବାଦ ।

ଆଜି ମୌସୁମୀ ଅଧିବେଶନର ୧୮ ତମ ଦିନ….

() ଆଜି ବିଧାନସଭା ମୌସୁମୀ ଅଧିବେଶନର ୧୮ ତମ ଦିନ । ଆଜି ବି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା,ଜଳ ସମ୍ପଦ,କ୍ରୀଡା ଓ ଯୁବକଲ୍ୟାଣ,ଯୋଜନା ଓ ସଂଯୋଜନ,ବାଣିଜ୍ୟ,ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତି,ପରିବହନ ବିକାଶ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁନ୍ୟ କାଳରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । ଏହା ପରେ ବିଜେପି ପକ୍ଷରୁ ଦିଆଯାଇ ଥିବା ମୁଲତବୀ ପ୍ରସ୍ତାଵ ଠିକା ନିଯୁକ୍ତି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ଅପରାହ୍ନ ଅଧିବେଶନରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ଖର୍ଚ୍ଚ ଦାବି ବିଷୟରେ ଗୃହରେ ଆଲୋଚନା ହେବ । ସେହିପରି ବିଭିନ୍ନ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ ।

ବିଧାନସଭା ର ଶୁନ୍ୟକାଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ…

() ବିଧାନସଭା ର ଶୁନ୍ୟକାଳରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । 650 କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନେଇ ଘୋଷଣା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ସୁର । ଶୁନ୍ୟକାଳରେ ସୁରେଶ ରାଉତରାୟ କହିଛନ୍ତି ହସ୍ପିଟାଲ ନିର୍ମାଣ ଭାରତ ସରକାର 400 କୋଟି ଏବଂ ଟାଟା ଟ୍ରଷ୍ଟ 250 କୋଟି ଦେବ । ଏହା ପଛରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବଡ଼ ଅବଦାନ ଓ ଉଦ୍ୟମ ରହିଛି । ତାଙ୍କୁ ଏଥିପାଇଁ ସ୍ୱାଗତ ଜଣାଉଛି । ଏପରି ନିଷ୍ପତ୍ତି ଜଟଣୀକୁ ଆହୁରି ବିକଶିତ କରିବ ।

କେବଳ ଏତିକି ନୁହେଁ ପାଇକ ପାଇଁ ଧର୍ମେନ୍ଦ୍ର ପ୍ରଧାନ 200 କୋଟି ଟଙ୍କା ଦେଇଥିଲେ ଏବେ ରାଜ୍ୟ ସରକାର ଜମି ଦେଇଛନ୍ତି ତେଣୁ ଉଭୟଙ୍କୁ ଧନ୍ୟବାଦ ।

ଫୁଟବଲ ମ୍ୟାଚ୍ ଦେଖିବେ ବିଧାୟକ…

() ଫୁଟବଲ ମ୍ୟାଚ୍ ଦେଖିବେ ସମସ୍ତ ବିଧାୟକ। ଭିତ୍ତିଭୂମି ବି ବୁଲି ଦେଖିବେ। କଳିଙ୍ଗ ଷ୍ଟାଡିୟମ୍ରେ ରେ ଭାରତ ଓ ବାଂଲାଦେଶ ମ୍ୟାଚ୍ ଦେଖିବାକୁ ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ କଲା କ୍ରୀଡା ବିଭାଗ। ସ୍ଵତନ୍ତ୍ର ବସ ଯୋଗେ ବିଧାନସଭାରୁ କଳିଙ୍ଗ ଷ୍ଟାଡିୟମ ଯିବେ।କ୍ରୀଡା ବିଭାଗ ନିମନ୍ତ୍ରଣ ନେଇ ଗୃହରେ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ l

ଖାଦ୍ୟ ସୁରକ୍ଷା ଯୋଜନା ର ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଗୃହରେ ଘମାଘୋଟ ଆଲୋଚନା…

() ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବା ନେଇ ଗୃହରେ ଘମାଘୋଟ ଆଲୋଚନା । ରାଜ୍ୟରେ ମୋଟ ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ସେଥି ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ରେ ୩ କୋଟି ୨୫ ଲକ୍ଷ ୧୮ ହଜାର ୪୫୫ ଜଣ ହିତାଧିକାରୀ ଅଛନ୍ତି । ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ ଲକ୍ଷ ୮ ହଜାର ୮୦୮ ହିତାଧିକାରୀ ଅଛନ୍ତି । ଚଳିତ ବର୍ଷ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ୧ ଲକ୍ଷ ୪୯ ହଜାର ୩୫୩ ଜଣଙ୍କୁ ସାମିଲ କରାଯାଇଛି । ଯୋଜନା ଆରମ୍ଭ ଦିନଠୁ ୧୨ ଲକ୍ଷ ୮୧ ହଜାର ୧୪୫ ହିତାଧିକାରୀଙ୍କ ଦେହାନ୍ତ ହୋଇଛି ଓ ସେମାନଙ୍କ ଜାଗାରେ ନୂଆ ହିତାଧିକରୀ ସାମିଲ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ୧ ଲକ୍ଷ ୪୦ ହଜାର ୫୪୭ ଜଣ ହିତାଧିକାରୀ ଆବେଦନ କରିଛନ୍ତି ।

ଅତନୁ ସବ୍ୟସାଚୀ ନାୟକ, ଯୋଗାଣ ମନ୍ତ୍ରୀ

ରାଜ୍ୟରେ ନିର୍ମାଣ ହେବ ଶୀତଳ ଭଣ୍ଡାର…

() ରାଜ୍ୟରେ ମୋଟ ୧୩୧ ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ ଟି ଅଚଳ ହୋଇ ପଡିଥିବା ବେଳେ ମାତ୍ର ୩୩ ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବ ଭଳି ରାଜ୍ୟରେ ଆଉ ବଡ଼ ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟ ଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି ।

ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନି ପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉତ୍ତର

ବଜାର ବ୍ୟବସ୍ଥାକୁ ନେଇ ଗୃହ ସରଗରମ…

( ) ରାଜ୍ୟର ବିଭିନ୍ନ ପନି ପରିବା ଏବଂ ଫଳମୂଳର ଉତ୍ପାଦନ, ସଂରକ୍ଷଣ ଏବଂ ବଜାର ବ୍ୟବସ୍ଥାକୁ ନେଇ ଗୃହରେ ସରଗରମ ଆଲୋଚନା । କନ୍ଦମୂଳ ଉତ୍ପାଦନ ଓଡିଶା ଏକ ନଂ ସ୍ଥାନ ଅଧିକାର କରିଛି ।ସେହିପରି ବାଇଗଣ ଓ ବନ୍ଧା କୋବିରେ ଦ୍ୱିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନ ରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି । ୩ କୋଟି ୬୪ ଲକ୍ଷ ଆମ୍ବ, କାଜୁ, କମଳା ଲେମ୍ବୁ, ଲିଚୁ, ନଡ଼ିଆ, ପିଜୁଳି, ଭଳି ଚାରା ଚାଷୀ ଏବଂ ବିଭିନ୍ନ ସଂଗଠନ ମାନଙ୍କୁ ବଣ୍ଟା ଯାଇଛି । ଓଡିଶା କୃଷି ନିଗମ ଶିଳ୍ପ ଦ୍ୱାରା ଖତ ସାର ଯୋଗାଈ ଦିଆ ଯାଉଛି । କୃଷକ ମାନେ ଫସଲ ର ସଠିକ ପରିଚାଳନା କଲେ ହେକ୍ଟର ପିଛା ଆଁଳା ହେକ୍ଟର ପିଛା ୧୫୬ କ୍ୱିଣ୍ଟାଲ ଏବଂ ପିଜୁଳି ୬୬ କ୍ୱିଣ୍ଟାଲ, ପଣସ ୩୧୨ କ୍ୱିଣ୍ଟାଲ ଓ ଆମ୍ବ ୧୨୦ କ୍ୱିଣ୍ଟାଲ ଉତ୍ପାଦନ ହୋଇ ପାରିବ । ଫଳର ଓ ପନି ପରିବା ର ମୂଲ୍ୟ ବିକ୍ରି ଓ ଦର ବଜାର ସ୍ଥିତି ଉପରେ ନିର୍ଭର କରେ ।ବିରୋଧୀ ଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପନି ପରିବା ଏବଂ ଫଳମୂଳ ବାହାର କୁ ଚାଲି ଯାଉଛି ।ବିରୋଧୀ ଙ୍କ ଅଭିଯୋଗ ବିକ୍ରି ପାଇଁ ରାଜ୍ୟରେ ବଜାର ବ୍ୟବସ୍ଥା ନାହିଁ । ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପନି ପରିବା ଏବଂ ଫଳମୂଳ ବାହାର କୁ ଚାଲି ଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି l

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ…

() ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ବିଭାଗୀୟ ମନ୍ତ୍ରୀଂକ ଦ୍ଵାରା ପ୍ରକାଶିତ ହେବ ପରୀକ୍ଷା ଫଳ। ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ 2022 ରେଜଲ୍ଟ। SCTE ଅଡିଟୋରୀୟମରେ ବିଭାଗୀୟ ମନ୍ତ୍ରୀଂକ ସମେତ ଓଜେଇଇ ଚେୟାରମ୍ୟନ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକାଶିତ ହେବ ପରୀକ୍ଷା ଫଳ।

ସୂଚନା ଅନୁଯାୟୀ, ଓଜେଇଇ ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ, ଏମ୍.ବି.ଏ ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ..

() ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ  ଆସନ୍ତାକାଲି(ବୁଧବାର) ପ୍ରକାଶ ପାଇବ ।ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା  ଦେଇଛନ୍ତି । ବୁଧବାର ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀ   www.orissaresults.nic.in ଓ SAMS e space ୱେବସାଇଟ ମାଧ୍ୟମରେ ରେଜଲ୍ଟ ପାଇ ପାରିବେ । ତେବେ ଆସନ୍ତାକାଲି କେବଳ ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ । ବିଜ୍ଞାନ ବିଭାଗର ୭୮ ହଜାର ଓ ବାଣିଜ୍ୟର ୨୪ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଥିଲେ । କଳାରେ ୨ଲକ୍ଷ ୧୩ହଜାର ୪୩୨ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୭୮ହଜାର ୭୭ଜଣ, ବାଣିଜ୍ୟରେ ୨୪ହଜାର ୧୩୬ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୬୩ଜଣ ରହିଛନ୍ତି । ଚଳିତବର୍ଷ ମୂଲ୍ୟାୟନ ନିମନ୍ତେ ଦୁଇପ୍ରକାରର ମୂଲ୍ୟାୟନ ପଦ୍ଧତି ଗ୍ରହଣ କରାଯାଇଛି । ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥରେ ପିଲାଙ୍କ ମାର୍କ ଅଧିକ ହେବ ତାହାକୁ ସମ୍ପୃକ୍ତ ବିଷୟର ଚୂଡ଼ାନ୍ତ ମାର୍କ ଭାବେ ବିଚାର କରାଯିବ ।

ରାଜ୍ୟରେ ହେବ ଆଉ ୫ଟି ମେଡିକାଲ କଲେଜ : ସ୍ବାସ୍ଥ୍ୟ ମନ୍ତ୍ରୀ…..

() ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୨୩୩୯ କୋଟି ୭୩ ଲକ୍ଷ ୩୩ ହଜାର ଟଙ୍କାର ଖର୍ଚ୍ଚ ଦାବିକୁ ମିଳିଲା ଗୃହର ଅନୁମୋଦନ । ଆଲୋଚନା ବେଳେ ବିରୋଧୀ କହିଛନ୍ତି ସରକାର ନୂଆ ମେଡ଼ିକାଲ କଲେଜ ଖୋଲିବା କୁ ନେଇ ବାହା ବାହା ନେଉଛନ୍ତି । ମାତ୍ର ଡାକ୍ତର କି ପ୍ରଫେସର ନାହାନ୍ତି । ଯେଉଁଥି ପାଇଁ ମେଡ଼ିକାଲ ପାଠ ପଢା ଆରମ୍ଭ ହୋଇ ପାରୁନି । ଏସିବି ମେଡ଼ିକାଲ କଲେଜ କୁ ଏମ୍ସ ପ୍ଲସ କରିବା ନେଇ ସରକାର ଯୋଜନା କରିଛନ୍ତି ଏବଂ କାର୍ଯ୍ୟ ବି ଆରମ୍ଭ କରିଛନ୍ତି । କିନ୍ତୁ ଗଛ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ । ବର୍ତ୍ତମାନ ବି ୬ ଟି ମୁଖ୍ୟ ବିଭାଗରେ ଡାକ୍ତର ନାହାନ୍ତି । ମେଡ଼ିସିନ ବିଭାଗ ରେ ୧୨୦୦ ବେଡ଼ ତୁଳନାରେ ୪୦୦ ବେଡ଼ ରହିଛି । ବେଡ଼ ମଧ୍ୟ ବଢା ଯାଇନି । ଏବେ ବି ସ୍ଵାସ୍ଥ୍ୟ ବିଭାଗରେ ୩୬ ହଜାର ୪୫ ପଦବୀ ଖାଲି ପଡିଛି ତାହା ପୂରଣ କରିବାକୁ ସରକାର ପଦକ୍ଷେପ ନେଉ ନାହାନ୍ତି । ଏସିବି ରେ ଦଲାଲ ରାଜ୍ ଚାଲିଛି । କିଡିନ ପ୍ରତ୍ୟାରୋପଣ କାର୍ଯ୍ୟ ଏବେ ଯାଏଁ ବି ଆରମ୍ଭ ହୋଇ ପାରିଲାନି । ମୁଖ୍ୟ ବିଲ୍ଡିଂ କାର୍ଯ୍ୟ ଏ ପର୍ଯ୍ୟନ୍ତ ବି ଆରମ୍ଭ ହୋଇ ପାରିଣୀ । ଏସିବି ମେଡ଼ିକାଲ ୧୯୮୨ ମସିହାରେ ଯେମିତି ଥିଲା ବର୍ତ୍ତମାନ ବି ସେମିତି ରହିଛି । ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ । ଶିଶୁ ହସ୍ପିଟାଲ କଥା କହିଲେ ନ ସରେ । 3 ଆମ୍ବୁଲାନ୍ସ ରୁ 2 ଖରାପ ହୋଇ ପଡିଛି । ଏହା ସହ ରାଜ୍ୟରେ କାହିଁକି ଆୟୁସ୍ମାନ ଯୋଜନା ଲାଗୁ କରାଯାଉନି ବୋଲି କହି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୫ ଟି ମେଡ଼ିକାଲ କଲେଜ ନିର୍ମାଣ ଧୀନ ଥିବା ବେଳେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡ଼ିକାଲ କଲେଜ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସମେତ ଟିବି ନିୟନ୍ତ୍ରଣ,ମେଲେରିଆ ଓ ସମ୍ପୂର୍ଣ୍ଣ ଟୀକା କରଣ କ୍ଷେତ୍ରରେ ରାଜ୍ୟ ଆଗୁଆ ରହିଛି । ସ୍ୱାସ୍ଥ୍ୟ ପ୍ରତିଷ୍ଠା ଦିଗରେ କେନ୍ଦ୍ର ଠାରୁ କାୟା କଳ୍ପ ପୁରସ୍କାର ପାଇଛି । ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୮୭୫୦ ରହିଥିବା ବେଳେ ସେଥି ମଧ୍ୟରୁ ୬୭୭୫ ଡାକ୍ତର ନିୟମିତ କାର୍ଯ୍ୟ ରତ ଅଛନ୍ତି । ଖାଲି ପଡିଥିବା ୧୯୭୫ ଟି ଡାକ୍ତର ପଦବୀ ମଧ୍ୟରୁ ୧୦୫୪ ଜଣ ଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଛି । ବାକି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି ।

Follow us

20,832FansLike
0FollowersFollow
14,700SubscribersSubscribe

Latest news