ମଙ୍କିପକ୍ସ କୁ ନେଇ ସଜାଗ ହୋଇଛି ଓଡିଶା…

() ଦେଶର କିଛି ରାଜ୍ୟରେ ମଙ୍କିପକ୍ସ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡିଶା l ମଙ୍କିପକ୍ସ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ପକ୍ଷରୁ ସ୍ଵତନ୍ତ୍ର ମାର୍ଗ ଦର୍ସିକା ଜାରୀ କରାଯାଇଛି l ଆଗକୁ ଏହି ସଂକ୍ରମଣକୁ ରୋକିବା ପାଇଁ କଣ କଣ ଅଧିକ ପଦକ୍ଷେପ ନିଆଯିବ ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଅଧ୍ୟକ୍ଷତାରେ

ଅପରାହ୍ନ ୪.୩୦ ବସିବ ଉଚ୍ଚସ୍ତରୀୟ ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡ଼ିଏମଇଟି ଉପସ୍ଥିତ ରହିବେ। ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସର ସନ୍ଦିଗ୍ଧ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି l

ଗୃହରେ ଉତ୍ତର ରଖି କହିଲେ :ନିରଞ୍ଜନ…

() ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜରୀ ଗୃହରେ ଉତ୍ତର ରଖି କହିଛନ୍ତି। 2 ଲକ୍ଷ ପଦବୀ ଖାଲି ପଡିନାହିଁ ମାତ୍ର 73451 ମୂଳ ପଦବୀ ଖାଲିପିଡ଼ିଛି। ବାକି ପଦବୀ ପଦୋନ୍ନତି ଦ୍ୱାରା ପୁରାଣ କରାଯିବ। ଏଥିପାଇଁ ମିଶନ ମୋଡ଼ରେ ପଦୋନ୍ନତି ଦେବା ପାଇଁ ସବୁ ବିଭାଗକୁ ନିର୍ଦେଶ ଦିଆଯାଉଛି। ଇତି ମଧ୍ୟରେ 48,870 ଇନିସିଆଲ ନିଯୁକ୍ତି ଦିଆଯାଇଛି। 32,945 ନୂଆ ପଦବୀ ସୃଷ୍ଟି କରାଯାଇଚି। ଚଳିତ ବର୍ଷ ଓପିଏସ ସି ଜରିଆରେ 6839 ଓ ଓଏସ ଏସ ସି ଜରିଆରେ 2678 ଏବଂ ଓଏସ ସିସି ଜରିଆରେ 7902 ମୂଳ ପଦବୀ ପୂରଣ ପାଇଁ ଲକ୍ଷ ରଖାଯାଇଛି। ରାଜ୍ୟରେ ସରକାରୀ ନିଯୁକ୍ତିର ପ୍ରତିବନ୍ଧକ ନାହିଁ। ନିଯୁକ୍ତି ପକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।

ଗିଲୋଟିନ ଜରିଆ ରେ ପାରିତ ହେଲା ୨୦ ଟି ବିଭାଗ…

() ଗିଲୋଟିନ ଜରିଆ ରେ ପାରିତ ହେଲା ୨୦ ଟି ବିଭାଗ ର ଖର୍ଚ୍ଚ ଦାବି । ବିରୋଧୀ ଙ୍କ ଅନୁପସ୍ଥିତି ରେ ବାଚନିକ ଭୋଟ ମଧ୍ୟମ ରେ ସବୁ ବିଭାଗର ଖର୍ଚ୍ଚ ଦାବି କୁ ବିଧାନ ସଭା ରେ ଗୃହୀତ କରାଇଛନ୍ତି ବାଚସ୍ପତି । ପୂର୍ବ ରୁ ୨୪ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବିଚାର ପରେ ପାରିତ ହୋଇଥିଲା

ବିଧାନସଭା ରେ ଗୃହୀତ ହେଲା ଶିଳ୍ପ ବିଭାଗ ର ଦାବି…

() ବିଧାନସଭା ରେ ଗୃହୀତ ହେଲା ଶିଳ୍ପ ବିଭାଗ ର ଖର୍ଚ୍ଚ ଦାବି । ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବିଭାଗ ପକ୍ଷରୁ ୬୭୧ କୋଟି ୪୦ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ଏହାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଗୃହ ରେ ଆଗତ କରାଇଥିଲେ। ଖର୍ଚ୍ଚ ଦାବି ଉପରେ ଆଲୋଚନା, ବିଚାର ପରେ ବିଧାନ ସଭାରେ ଗୃହିତ କରାଇଛନ୍ତି ବାଚସ୍ପତି । ଆଲୋଚନା ବେଳେ ମନ୍ତ୍ରୀ ଙ୍କ ଉତ୍ତର ରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କକ୍ଷତ୍ୟାଗ କରିଥିଲେ ବିରୋଧୀ।

ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ…

() ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ -ବସ ଓ ୫୦ ଟି ଇ -ରିକ୍ସା ଗଡିଲା।

{} ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର airport ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି।

ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ CRUT ପକ୍ଷରୁ guide ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି।

ସୂଚନା ଯୋଗ୍ୟ ଯେ CRUT ପକ୍ଷରୁ ବର୍ତ୍ତମାନ ୨୫୫ ଟି Diesel ବସ ଚଳାଚଳ କରୁଛି।

ପ୍ରାଥମିକ ନିଯୁକ୍ତି ପ୍ରକ୍ରିୟା ଜାରି…

()ଏଗାର ହଜାର ଆଠସହ ଶିକ୍ଷକନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଥମିକ ନିଯୁକ୍ତି ପ୍ରକ୍ରିୟା ଜାରିରହିଛି। କଳିଙ୍ଗ ଷ୍ଟାଡିୟମ୍ ଠାରେ ଅଗଷ୍ଟ 1 ତାରିଖ ଦିନ ଓରିଏଣ୍ଟେସନ କାର୍ଯକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। 6891 ଶିକ୍ଷକ ଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିବେ। ସେଥିମଧ୍ୟରୁ ଆର୍ଟ୍ସ୍, ସାଇନ୍ସ ,ପିଟି ଓ ଅନ୍ୟାନ୍ୟ ଶିକ୍ଷକ ଅଛନ୍ତି।

ଠିକା ନିଯୁକ୍ତି ନେଇ ଗୃହ ସରଗରମ….

() ଠିକା ନିଯୁକ୍ତିରେ ଚାଲିଛି ଓଡିଶା ସରକାର ଶିର୍ଷକ ମୁଲତବୀ ପ୍ରସ୍ତାଵ ଗୃହରେ ବିଜେପି ପକ୍ଷରୁ ଆଗତ କରଯାଇଥିଲା। ଆଲୋକଚନାରେ ଅଂଶ ଗ୍ରହଣ କରି ଆଉଟ ସୋରସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟସରକାର ଙ୍କ 43 ଟି ବିଭାଗରେ 2 ଲକ୍ଷ 26 ହାଜର 5ଶହ 59 ସରକାରୀ ପଦବୀ ଖାଲି ପଡ଼ିଛି। ଗୃହ ବିଭଗରେ 26798, ରାଜସ୍ୱ ରେ 12761, ବିଦ୍ୟାଳୟ ଓ ଗଣଶିକ୍ଷା ରେ ସର୍ବାଧିକ 61,836, ସ୍ୱାସ୍ଥ୍ୟ ବିଭାରେ 36,045, ଜଳ ସମ୍ପଦ ବିଭଗରେ 8,753, କୃଷି ବିଭଗରେ 9,686, ଉଚ୍ଚ ଶିକ୍ଷା ବିଭଗ 11,522, ଜଙ୍ଗଲ ଓ ପରିବେଶ ବିଭଗରେ 5814, ଅର୍ଥ ବିଭଗରେ 3440 ପଦବୀ ଖାଲି ପଡିଛି। ହେଲେ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ନ ଦେଇ ଜିଏସ ଟି ଆଦାୟ ଯୋଜନାରେ ଠିକା ନିଯୁକ୍ତି ବ୍ୟବସ୍ଥା କରିଛନ୍ତି। ଯାହା ଯୁବକ ଯୁବତୀ ଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଏପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି କେବଳ ଗୃହ , ଶିକ୍ଷା, ଓ ସ୍ୱାସ୍ଥ୍ୟ ଭଳି ତିନୋଟି ବିଭାଗରେ 1 ଲକ୍ଷରୁ ଅଧିକ ପଦଵୀ ଖାଲି ପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ରାଜ୍ୟର 70 ଟି ବ୍ଲଡ଼ ବ୍ୟାଙ୍କରେ 180 ଜଣ ଠିକା କର୍ମଚାରି ଅଛନ୍ତି । ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ ମାନଙ୍କୁ ଠିକା ନିଯୁକ୍ତି ଦେଇ ବାହାବା ସାଉଟୁଛନ୍ତି। ଠିକା ଦୁର୍ନୀତି ଓ ଅପରାଧ ବଢ଼ିବାରେ ଲାଗିଛୁ ବୋଲି ଅଭିଯୋଗ କରିଛନ୍ତି ତାରାପ୍ରସାଦ ବାହିନୀପତି।

ଶୁନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ…

() ବିଧାନସଭାର ଶୁନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନ ଭଣ୍ଡାର ପ୍ରସଙ୍ଗ କୁ ନେଇ ଗୃହରେ ଉଦବେଗ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇ ଥିବା କମିଶନଙ୍କ ରିପୋର୍ଟ ରେ କଣ ତାକୁ ଗୃହରେ ଉପସ୍ଥାପନ କରଯାଉନି । ତେଣୁ ଜସିଷ୍ଟ ରଘୁବିର ଦାସ କମିଶନଙ୍କ ରିପୋର୍ଟ ହାଉସରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହା ସହିତ ସେ ଆହୁରି କହିଛନ୍ତି ଗତ 21 ବର୍ଷ ଧରି ରାଜ୍ୟ ସରକାର 24 ଟି କମିଶନ ବସାଇ ଛନ୍ତି । ଏ ବାବଦ କୁ ରାଜ୍ୟ ରାଜକୋଷ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ 8 ଟି କମିଶନଙ୍କ ରିପୋର୍ଟ ଦାଖଲ ହୋଇ ପାରିନି । କମିଶନଙ୍କ କାର୍ଯ୍ୟକାଳ ଶେଷ ହେଇ ଯାଉଛି ତଦନ୍ତ ଆଳରେ ଅବଧି ବଢିବାରେ ଲାଗିଛି । ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ…

() ବ୍ୟାଘ୍ର ଦିବସ ଅବସରରେ ରାଜ୍ୟରେ କମୁଥିବା ବାଘ ସଂଖ୍ୟାକୁ ନେଇ ଗୃହରେ ଉଦବେଗ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ରାଜ୍ୟରେ 2006 ମସିହାରେ 111 ବାଘ ଥିଲେ । ଆଉ 2008 ରେ ଏହି ସଂଖ୍ୟା 28 ରେ ପହଞ୍ଚିଛି । ସେହିପରି ନନ୍ଦନ କାନନ ରେ ପଶୁପକ୍ଷୀ ଙ୍କ ସଂଖ୍ୟା କମିବା ଲାଗିଛି । ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶୂନ୍ୟକାଳରେ ଦାବି ଉଠାଇଲେ ସୁରେଶ କୁମାର ରାଉତରାୟ ।

ମୋହନ-ନିରଞ୍ଜନ ମୁହାଁମୁହିଁ….

() ଶୁନ୍ୟକାଳରେ ମୋହନ-ନିରଞ୍ଜନ ମୁହାଁମୁହିଁ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଡକ୍ୟୁମେଣ୍ଟ ଦେଖି କହିବା କୁ ନେଇ ଆପତ୍ତି ଉଠାଇଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । କହିଲେ ବାଚସ୍ପତିଙ୍କ ବିନା ଅନୁମତି ରେ ଗୃହରେ କୌଣସି ଡକ୍ୟୁମେଣ୍ଟ ପଢି ପାରିବେ ନାହିଁ । ମାତ୍ର ମୁଁ ଦେଖୁଛି ବିରୋଧୀ ଦଳ ମୁଖ୍ୟ ସଚେତକ ଅନେକ ସମୟରେ ଡକ୍ୟୁମେଣ୍ଟ ଦେଖି କହୁଛନ୍ତି । ସେପଟେ ମୋହନଙ୍କ ଜବାବ ଆପଣ କାଗଜ ନ ଦେଖିକି କେବେ କିଛି କହୁଛନ୍ତି କି । ଆପଣ ସବୁବେଳେ କାଗଜ ଦେଖି କି କହୁଛନ୍ତି । ମୋତେ ଆପଣ କୁହନ୍ତୁ ନାହିଁ । ପଏଣ୍ଟ ନ ଦେଖିଲେ କିପରି କହିବୁ ବୋଲି ପ୍ରଶ୍ନ କରିଛନ୍ତି ମୋହନ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news