ବିଧାନ ସଭାରେ ଲୋକାୟୁକ୍ତ ବିଲ୍..

() ବିଧାନସଭାରେ ପାରିତ ହେଲା ଓଡିଶା ଲୋକାୟୁକ୍ତ ସଂଶୋଧନ ବିଲ 2022। ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭଳି ଲୋକାୟୁକ୍ତ ବି ଅଦାଲତ ଅବମାନନା ନୋଟିସ ଜାରି କରିପାରିବେ। ଅନ୍ୟପଟେ ଯେଉଁ ଅଫିସର ମାନେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ compliance report ପ୍ରସ୍ତୁତ କରୁନାହାନ୍ତି ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ। ସଂଶୋଧନ billରେ ଏସବୁ ବ୍ୟବସ୍ଥା ରହିଛି। ସରକାର ପକ୍ଷରୁ ଅଣା ଯାଇଥିବା ବିଲରେ ମୁଖଶାସନ ମାନେ ମୁଖମନ୍ତ୍ରୀ ବୋଲି ଉଲେଖ ଥିଲା . ଯାହାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ. ତାସ୍ୱତେ ବି ବିଲ ପାସ ହୋଇଥିଲା

ଦେଓ ମାଳି କୁ ନେଇ ପୁଣି ମୁଁହ ଖୋଲିଲେ ପର୍ଯ୍ୟଟନ ମନ୍ତ୍ରୀ ଅସ୍ଵନି ପାତ୍ର…

() ଦେଓ ମାଳି କୁ ନେଇ ପୁଣି ମୁଁହ ଖୋଲିଲେ ପର୍ଯ୍ୟଟନ ମନ୍ତ୍ରୀ ଅସ୍ଵନି ପାତ୍ର । କହିଲେ ମୁଁ କିଛି ଭୁଲ କହିନି ଯାହା ରେକଡ୍ ରେ ଥିଲା ତାହା ମୁ ଗୃହରେ ଉପସ୍ଥାପନ କରିଥିଲି ।ସମଗ୍ର ସମ୍ପତି ଓଡ଼ିଶାର । ପର୍ବତ ମାଳ ପରେ ଥିବା ଗା ଗୁଡ଼ିକ ଓଡ଼ିଶାରେ ଅଛି।ବାଚସ୍ପତି ଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ। ଦେଓ ମାଳି ଓଡ଼ିଶାର କୌଣସି ସୀମା ବିବାଦ ନାହିଁ।ରେକଡ୍ କହୁଛି ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ଖାତାରେ ତଥ୍ୟ ନାହିଁ। କିଭଳୀ ଦେଓ ମାଳି ରେକଡ୍ କୁ ଅଣାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବ।ଖୁବ୍ ଶୀଘ୍ର ବୈଠକ ଅନୁଷ୍ଠିତ ହୋଇ ସମସ୍ୟା ସମାଧାନ କରାଯିବ।

ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ…

() ବିଧାୟକ ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ବାଚସ୍ପତି ଗଠନ କଲେ କମିଟି। ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି। ଏଥିରେ କଂଗ୍ରେସ ଓ ବିଜେପିର ସଦସ୍ୟ ଅଛନ୍ତି। ଦରମା ଓ ଭତ୍ତା ବୃଦ୍ଧି ନେଇ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ।

ଦେଓ ମାଳି କାହାର ?…

() ଦେଓମାଳି ଓଡ଼ିଶାର ରେଭିନିୟୁ ଓ ଜଙ୍ଗଲ ବିଭାଗ ଖାତାରେ ନଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି ପାତ୍ର ଗୃହରେ ଦେଇଥିବା ମନ୍ତବ୍ୟ କୁନେଇ କଂଗ୍ରେସ ର କ୍ଷୋଭ।କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,ଗୋଟେ ପଟେ ଆନ୍ଦ୍ର କୋଟିଆ କୁ ନେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି। ଦେଓ ମାଳି ରେ ଆନ୍ଧ୍ର ଆଧିକରି ମାନେ ବୁଲୁଛନ୍ତି। ଦେଓ ମାଳି ହେଉଛି ସମୁଦ୍ର ପତନ ଠୁ 5000 କିଲୋ ମିଟର ଉର୍ଦ୍ଧରେ ରହିଛି।ପର୍ଯ୍ୟଟନ ମନ୍ତ୍ରୀ କେଭଳି ଜାଣିପାରିଲେନି। ବାଚସ୍ପତି ଙ୍କୁ ରୋଲିଂ ପାଇଁ ଦାବି କଲେ ବିଧାୟକ।

ସେପଟେ ମନ୍ତ୍ରୀ ଙ୍କ ଉତ୍ତର କୁ ନେଇ ବାଚସ୍ପତି ମଧ୍ୟ ଆଚମ୍ବିତ ହୋଇଥିବା ଗୃହରେ ପ୍ରକାଶ କରିଛନ୍ତି।ତେଣୁ ଜଙ୍ଗଲ ,ରଯୋସ୍ଵ ଓ ପର୍ଯ୍ୟଟନ ମଳିତ ସମୁନୟ ବୈଠକ କରି ପଦକ୍ଷେପ ନେବାକୁ ନେଇ ମନ୍ତ୍ରୀ ଅଶ୍ୱନୀ ପାତ୍ର ଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ।ସେହି ପ୍ରସଙ୍ଗକୁ ଗୃହରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଏହା ଗୃହରେ ରେକଡ୍ ରହି ରାଜ୍ୟ ବାସୀ ଙ୍କ ମନରେ ଏକ ପ୍ରଶ୍ନ ସୃଷ୍ଟି କରିଛି ଦେଓ ମାଳି କାହାର ?

ତେଣୁ ଆଜି ଗୃହ କାର୍ଯ୍ୟ ଶେଷ ହେବା ପୂର୍ବରୁ ମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ବାଚସ୍ପତି ଙ୍କ ନିକଟରେ ଦାବି କରିଛନ୍ତି।

ବିରୋଧୀ ଦଳ ଆସନରେ :ଜୟ ନାରାୟଣ ମିଶ୍ର

() ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ। ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ଜଣାଇଲେ ଶୁଭେଚ୍ଛା । କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି ।

ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ ବିଧାୟକ…

() ବାଚସ୍ପତିଙ୍କ ନେତୃତ୍ବ ରେ ଏକ କମିଟି ଓଡ଼ିଶାର ଗର୍ବ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ। ଏହି କମିଟିରେ 26ବିଧାୟକଙ୍କ ସମେତ ମନ୍ତ୍ରୀ , କଂଗ୍ରେସ, ବିଜେପି ଓ ବିଜେଡି ର ସଦସ୍ୟ ଅଛନ୍ତି । ସମସ୍ତ ସଦସ୍ୟ ମାନଙ୍କର କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଆସିଥିବା ସଦସ୍ୟ ମାନେ ଆସନ୍ତାକାଲି ଅପରାହ୍ନ 12ଟା ରେ ବିମାନ ଯୋଗେ ଦିଲ୍ଲୀ ଯିବେ। ରାଜକିଶୋର ଦାସ, ବିଜେଡି ବିଧାୟକ

ବିରୋଧୀଙ୍କ ହୋ ହଲା…

() ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋ ହଲା । ଏକାଠି ପ୍ରତିବାଦ କଲେ ବିରୋଧୀ ବିଜେପି ଓ କଂଗ୍ରେସ। ଚିଟଫଣ୍ଡ ପ୍ରସଙ୍ଗରେ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାଵ” ଚିଟଫଣ୍ଡ ରେ କୋଟି କୋଟି ଟଙ୍କା ଖାଇଲା କିଏ, କାହିଁକି ଆଖି କାନ ନାକ ବନ୍ଦ କରି ଚୁପ ବସିଛନ୍ତି ସରକାର ପ୍ରସଙ୍ଗ ଗ୍ରହଣ ନ ହେବାରୁ ଦଳ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ଚାଷୀ ଓ ମରୁଡି ସମସ୍ୟା ଆଲୋଚନା ନେଇ ପ୍ରତିବାଦ କରିଥିଲା କଂଗ୍ରେସ।

ଗୃହରେ ଉପସ୍ଥାପନ ହେଲା 2020 ଆର୍ଥିକ ବର୍ଷର ସିଏଜି ରିପୋର୍ଟ..

() ସରକାରଙ୍କ 7 ଟି କମ୍ପାନୀ କ୍ଷତିରେ ଚାଲୁଛି, 19-20 ରେ 300 କୋଟି ଟଙ୍କାର କ୍ଷତି କରିଛନ୍ତି ଏହି 7 କମ୍ପାନୀ ।

ଗୃହରେ ଉପସ୍ଥାପନ ହେଲା 2020 ଆର୍ଥିକ ବର୍ଷର ସିଏଜି ରିପୋର୍ଟ । ରିପୋର୍ଟ ଅନୁଯାୟୀ 2019-20 ରେ 24 ଟି ସରକାରୀ କମ୍ପାନୀ ଓ ନିଗମ ଲାଭ ହେଉଛି 1686.08 କୋଟି ଟଙ୍କା । ପୂର୍ବ ବର୍ଷ 18-19 ରେ 22 ଟି ସରକାରୀ କମ୍ପାନୀ ଓ ନିଗମ ରେ 1174.30 କୋଟି ଟଙ୍କା ଥିଲା । 18-19 ତୁଳନାରେ 19-20 ରେ 12.51 ପ୍ରତିଶତ ଅଧିକ ହୋଇଛି । ସେହିପରି 2019-20 ରେ 7 ଟି ସରକାରୀ କମ୍ପାନୀ ଓ ନିଗମ ମାନଙ୍କର କ୍ଷତି ହେଉଛି 304.52 କୋଟି ଟଙ୍କା । 13 ଟି ସରକାରଙ୍କ ନିୟନ୍ତ୍ରିତ କମ୍ପାନୀ ମାନଙ୍କ।ମଧ୍ୟରୁ 8 ଟି କମ୍ପାନୀ 4.65 କୋଟି ଟଙ୍କା ଲାଭ କରିଥିଲେ । ଏବଂ 3 ଟି କମ୍ପାନୀ 24.41 କୋଟି ଟଙ୍କାର କ୍ଷତି ସହିଥିଲେ । 31 ମାର୍ଚ୍ଚ 2020 ସୁଦ୍ଧା 33 ଟି ସରକାରୀ କମ୍ପାନୀ ଏବଂ ନିଗମ ମାନଙ୍କ ମଧ୍ୟରୁ 11 ଟି କମ୍ପାନୀ 5787.34 କୋଟି ଟଙ୍କାର କ୍ଷତି ସହିଥିଲେ । 63 ଟି ସରକାରୀ କମ୍ପାନୀ ଓ 3 ଟି ନିଗମ ଏବଂ 16 ଟି ସରକାରୀ ନିୟନ୍ତ୍ରିତ ଅନ୍ୟ କମ୍ପାନୀ ସିଏଜି ସମୀକ୍ଷା କରିଥିଲେ । ଓଏମସି ବକ୍ସାଇଟ ଉତ୍ପାଦନ ର ଖର୍ଚ୍ଚ ଆକଳନ କମ କରିଥିବା ରୁ 61.07 କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର ।

ଓଡିଶା ନିର୍ମାଣ ନିଗମର ଚଞ୍ଚକତା କୁ ଧରିଛନ୍ତି ସିଏଜି । ସିମେଣ୍ଟ ର କାଳ୍ପନିକ ଯୋଗାଣ ବାବଦରେ 2.45 କୋଟି ଟଙ୍କା ପରିଶୋଧ କରି ଠିକା ଦାର ଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ…

() ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ। 3 ଦିନ ପୂର୍ବରୁ ଅଧିବେଶନ ଶେଷ। ଜୁଲାଇ 2ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। 21ଟି କାର୍ଯ୍ୟ ଦିବସ ବସିଥିଲା। 11ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା। 8ଟି bill ଏ ଅଧିବେଶନରେ ଉପସ୍ଥାପନ ହୋଇଥିଲା। 7ଟି bill ପାରିତ ହୋଇଥିଲା। 21ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।

ଶିକ୍ଷା ରୂପାନ୍ତରଣରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ; ନବ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କଲେ ନବୀନ…

() ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ।

ଗତ ୩ ବର୍ଷରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।

ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରେ।

ଶିକ୍ଷକତାକୁ ଚାକିରୀ ନୁହେଁ, ଏକ ସଂକଳ୍ପ ଭାବେ ଗ୍ରହଣ କରି କାମ କରନ୍ତୁ – ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

{} ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦ୍ବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ୬୮୯୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏହି ନବନିଯୁକ୍ତ ଶିକ୍ଷକ ମାନଙ୍କ ପାଇଁ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ । ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ। ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ବ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ।

ସରକାରଙ୍କ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ । ସ୍ବଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍‌ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର ବୋଲି ସେ କହିଥିଲେ ।ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ ।

ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣଙ୍କ ଗାଁ, ଆପଣଙ୍କ ବ୍ଲକ୍‌ରେ ମଧ୍ୟ ଆପଣମାନେ ସ୍କୁଲର ନୂଆ ରୂପ ନିଶ୍ଚୟ ଦେଖିଥିବେ। ସ୍କୁଲ ରୂପାନ୍ତର ପିଲାଙ୍କ ଭିତରେ ନୂଆ ଉତ୍ସାହ ଆଣିଛି। ସେ ଉତ୍ସାହକୁ ଜୀବନର ସଫଳତାରେ ରୂପାନ୍ତର କରିବା ଦାୟିତ୍ବ ଆପଣମାନଙ୍କର।’ ଆମ ଶିକ୍ଷକମାନଙ୍କର ଜ୍ଞାନ, ତ୍ୟାଗ ଓ ନିଷ୍ଠା ହିଁ ଶିକ୍ଷା କ୍ଷେତ୍ରରେ ପ୍ରକୃତ ରୂପାନ୍ତର ଆଣିପାରିବ ବୋଲି ସେ କହିଥିଲେ।’ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଏବଂ ଜଳସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରମୁଖ ଶିକ୍ଷା କ୍ଷେତ୍ରରେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ରୂପାନ୍ତର ପାଇଁ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇ ଏ ଗୁରୁଦାୟିତ୍ବକୁ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁଲାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ୩ ଜଣ ଶିକ୍ଷକ –ପବିତ୍ର କର, ପ୍ରମିତା ପଟ୍ଟନାୟକ ଓ ଜୟଶ୍ରୀ ପାଢୀ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାରା ଦୁନିଆକୁ ଏହି ବାର୍ତ୍ତା ଦେଉଛି ଯେ ଓଡିଶାରେ ଶିକ୍ଷକ ମାନଙ୍କୁ କିଭଳି ଭାବରେ ସ୍ବାଗତ କରାଯାଏ ଓ ସମ୍ମାନ ଦିଆଯାଏ। ନିଯୁକ୍ତି ପ୍ରକ୍ରିୟା ଉପରେ ଆଲୋକପାତ କରି ସେମାନେ କହିଲେ ଯେ ଆମେ ସମସ୍ତେ ଖୁବ କମ୍‌ ସମୟରେ ଏକ ସ୍ବଚ୍ଛ ପ୍ରକ୍ରିୟା ମଧ୍ୟରେ ନିଯୁକ୍ତି ପାଇଛୁ ଏବଂ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଓ ସାମଗ୍ରୀକ ବିକାଶ ପାଇଁ କାମ କରିବୁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସ୍ବାଗତ ଭାଷଣ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରାଯାଇଛି ବୋଲି କହିଥିଲେ । ପିଲାମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ସ୍କୁଲ ରୂପାନ୍ତର ଯୋଗୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଶ୍ବସ୍ତରୀୟ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ମୁଖ୍ୟମନ୍ତ୍ରୀ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Follow us

20,832FansLike
0FollowersFollow
14,700SubscribersSubscribe

Latest news