ରାଷ୍ଟ୍ରନାୟକ ହେବେ ସମ୍ବର୍ଦ୍ଧିତ : ଦିଲ୍ଲୀ କମ୍ପିଲା ଜୟ ନବୀନ, ଜୟ ବିଜେଡି

ରାଷ୍ଟ୍ରନାୟକ ହେବେ ସମ୍ବର୍ଦ୍ଧିତ : ଦିଲ୍ଲୀ କମ୍ପିଲା ଜୟ ନବୀନ, ଜୟ ବିଜେଡି

() ଭାରତ ରାଜନୀତି ଇତିହାସରେ ପୃଷ୍ଠାରେ ନବୀନ ଏବେ ମୁଖଶାଳା। ପ୍ରତ୍ୟେକ ଦିନ ତାଙ୍କ ନାଁରେ ଯୋଡି ହେଉଛି ସଫଳତାର ନୂଆ ପୃଷ୍ଠା । ସୁଶାସନ, ଲୋକାଭିମୁଖୀ ଯୋଜନା, ସଂଘୀୟ ବ୍ୟବସ୍ଥାର ପିତାମହ ଭୀଷ୍ମ ଭୂମିକା ନେବା କ୍ଷେତ୍ରରେ ନବୀନଙ୍କ ସାଧନା ଆଜି ଦେଶର ରାଜନେତାଙ୍କ ପାଇଁ ପ୍ରେରଣା ସାଜିଛି । ତେଣୁ ସେ ଜାତୀୟ ସ୍ତରରେ ପୁଣିଥରେ ସମ୍ବର୍ଦ୍ଧିତ ହେବାକୁ ଯାଉଛନ୍ତି । ଆଉ ଏ ଖୁସିର ମୁହୂର୍ତ୍ତରେ ଦିଲ୍ଲୀରେ ଦଳୀୟ ନେତାଙ୍କ ମଧ୍ୟରେ ଜୋସ ଭରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)।

ରାଜନୀତିରୁ ଉର୍ଦ୍ଧ୍ବରେ ରହି ଜନସେବା କରି କିପରି ଲୋକଙ୍କ ହୃଦୟରେ ସ୍ଥାନ ଆପେଆପେ ମିଳିଥାଏ ତାହା କରିଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ଜାତୀୟ ରାଜନୀତିରେ ନବୀନ ସାଜିଛନ୍ତି ରୋଲ ମଡ଼େଲ । ଦୁଇ ଦଶନ୍ଧୀ ଧରି ନବୀନ ସାରା ବିଶ୍ବକୁ ରାଜନୀତିର ନୂଆ ପାଠ ପଢାଇଛନ୍ତି । କଥା କମ କାମରେ ଅଧିକ ବିଶ୍ୱାସ ନୀତିକୁ ଆପଣାଇଥିବା ନବୀନଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ଭଲ ପାଆନ୍ତି ଓ ଅନୁକରଣ ମଧ୍ୟ କରନ୍ତି । ଖାସ ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଓ ଆନ୍ତଜାତୀୟସ୍ତରରେ ବହୁ ପ୍ରତିଷ୍ଠିତ ସଂସ୍ଥା ଦ୍ବାରା ସମ୍ମାନୀତ ହୋଇଆସୁଛନ୍ତି । ୧୯୯୯ ମସିହାରେ ମହାବାତ୍ୟା ମୁକାବିଲାରେ ବିଫଳ ହୋଇଥିବା ଓଡ଼ିଶା ଏବେ ପୁରା ବିଶ୍ବକୁ ପ୍ରାକୃତିକ ଦୁର୍ବିପାକ ମୁକାବିଲା ପାଇଁ ବାଟ ଦେଖାଇଛି । ଜାତିସଂଘ ବି ନବୀନ ପ୍ରାକୃତିକ ମୁକାବିଲାର ସଫଳ ପରିଚାଳନା ଓ ଜିରୋ କାଜୁଆଲିଟି ମିଶନକୁ ପ୍ରଶଂସା କରିବା ସହ ଓଡ଼ିଶାକୁ ପୁରସ୍କୃତ କରିଛି ।

ଓଡ଼ିଶାବାସୀ ଲଗାତର ପଂଚମ ଥର ଲାଗି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପ୍ରମାଣିତ କରିଛନ୍ତି ଯେ ଓଡ଼ିଶାରେ କେବଳ ନବୀନ ଆଉ ନବୀନ । କାରଣ ୨୨ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳ ଓଡ଼ିଶା ଦଖଲ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ନବୀନ କିପରି ଓଡ଼ିଶା ଗଠନ ହେବ ସେ ଦିଗରେ କାମ କରୁଛନ୍ତି । ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ କରିବା ଗଠନ ଦିଗରେ ନବୀନ ଓ ପୁରା ଟିମ ଲାଗିପଡ଼ିଛନ୍ତି । ଦିନେ ଭୋକର ଭୁଗୋଳ କୁହାଯାଉଥିବା କଳାହାଣ୍ଡି ଆଜି ସାରା ବିଶ୍ବକୁ ଖାଦ୍ୟ ଯୋଗାଇବା ସହ ବିକାଶର ପ୍ରୟୋଗଶାଳା ସାଜିଛି । ଦିନେ ରାୟଗଡ଼ାର କାଷିପୁର ଆମ୍ବ ଟାକୁଆ ଖାଇ ଲୋକେ ବଂଚୁଥିବା ବେଳେ ଆଜି ଦେଶର ବୃହତ ଶିଳ୍ପ କାଷୀପୁରରେ ହେବ । ଏସବୁ ସମ୍ଭବ ହୋଇ ପାରିଛି କେବଳ ଓଡ଼ିଶାର ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ଏପରି ଅନେକ କଥା ଉଦାହରଣ ନବୀନଙ୍କ ୨୨ ବର୍ଷ ଶାସନରେ ଆପେଆପେ ଯୋଡ଼ି ହୋଇଯାଇଛି ।

ତେଣୁ ସେ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ , ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ଦୁଇ ଦଶନ୍ଦି ଧରି ଲଗାତର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୨୨ରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ । ଯାହା ପାଇଁ ପ୍ରତ୍ୟେକ ଓଡ଼ିଆ ଆଜି ଗର୍ବିତ । ନବୀନଙ୍କ ଦୃଢ ନେତୃତ୍ବ ଯୋଗୁଁ ଖାଦ୍ୟ ସୁରକ୍ଷା ଆଇନ, କ୍ରୀଡ଼ର ବିକାଶ, ମହିଳା ସଶକ୍ତିକରଣ , ଶିଳ୍ପାୟନ, ୨୨ ବର୍ଷ ଧରି ସ୍ଥିର ସରକାର , ଚାଷୀଙ୍କ ପାଇଁ କାଳିଆ, ବଳରାମ ଯୋଜନା, ଜନ୍ମରୁ ମୃତ୍ୟୁ ଯାଏ ଯୋଜନାର ସଫଳ ରୂପାୟନ ହୋଇପାରିଛି । ଏସବୁ ପାଇଁ ନବୀନ ସାରା ଦେଶ ପାଇଁ ରୋଲ ମଡ଼େଲ ସାଜିଛନ୍ତି ।

ଖାସ ଏଥିଲାଗି ଦିଲ୍ଲୀରେ ଏବେ ଶୁଭୁଛି ଜୟ ନବୀନ, ଜୟ ବିଜେଡି

ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ନୁହଁ…

() ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ – ପଂଚାନନ କାନୁନଗୋ।

“ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ହିସାବରେ ଦୁଇରେ ଦୁଇ ମିଶିଲେ ୨୨”।

ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ।

{} ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି ଜାତୀୟ ଅଭିବୃଦ୍ଧି ହାର ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ମୋଦି ସରକାରଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ ଦେଶର ଆର୍ଥିକ ସ୍ଥିତି ସଂଗୀନ ଥିବାବେଳେ ଏବଂ ସରକାରଙ୍କ ଆର୍ଥିକ ପରିଚାଳନା ନେଇ ଦେଶ ବିଦେଶରେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ମିଥ୍ୟା ଓ ଆଧାରହୀନ ବିବୃତି ଦେଇ ଦେଶବାସୀଙ୍କ ବିଭ୍ରାନ୍ତ କରିବାର ଅପେଚେଷ୍ଟା କରୁଛନ୍ତି ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ଶ୍ରୀ କାନୁନଗୋ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଶାସନର ୮ବର୍ଷ ଭିତରେ ଦେଶର ଅର୍ଥନୀତି ତଳକୁ ତଳକୁ ଚାଲି ଯାଉଛି । ତଥାପି ବାହାଦୁରିଆଙ୍କ ବାହାଦୁରି ଛାଡ଼ୁ ନାହିଁ । ଏବେ କିଛିଦିନ ତଳେ କେନ୍ଦ୍ର ସରକାର ତାଙ୍କ ମିଛ ହିସାବ ଖାତା ଧରି ଏପ୍ରିଲ-ଜୁନର ଅଭିବୃଦ୍ଧି ହାର ୧୩.୫ ପ୍ରତିଶତ ହୋଇଥିବା କଥା ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଢ଼ଙ୍ଗରେ ଏହାର ପ୍ରଚାର କଲେ ଯେ ସତେଯେପରି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ । ବାସ୍ତବରେ ସମସ୍ତ ହିସାବ ଦେଖିଲେ ଚଳିତ ବର୍ଷର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ପାଖାପାଖି ହିଁ ରହିବ । ଯଦିଓ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସ୍ଥାକୁ ଦେଖି ଆନ୍ତର୍ଜାତିୟ ସଂସ୍ଥା ମୁଡିସ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରିଛନ୍ତି । ଦେଶର ଅର୍ଥନୀତି ତଳିତଳାନ୍ତ ହେଉଛି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ଏବେ ପ୍ରାୟ ୮୦ଟଙ୍କାରେ ପଂହଚିଲାଣି । କିନ୍ତୁ କେନ୍ଦ୍ର ସରକାର ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖାଇବାରେ ବ୍ୟସ୍ତ । ବର୍ତମାନ ହାରରେ ଯଦି ଅର୍ଥନୀତି ଗତିକରେ ତେବେ ପ୍ରଧାନମନ୍ତ୍ରୀଙ୍କୁ ଶହେ ବର୍ଷ ହେଲାବେଳକୁ ମଧ୍ୟ ୫ ଟ୍ରିଲୟନ ଅର୍ଥନୀତିରେ ପଂହଚିବା ବି ଅସମ୍ଭବ । କାରଣ ସେତେବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଁ ୧୦୦ ଟଙ୍କା ପାଖାପାଖି ପଂହଚିଯାଇଥିବ । ଭାରତ ଅର୍ଥମନ୍ତ୍ରୀଙ୍କର ବୟାନ ଓ ବିଜେପି ନେତାମାନଙ୍କର ଭାଷଣ ଶୁଣିଲେ ଯେ କୌଣସି ଅର୍ଥଶାସ୍ତ୍ରୀ ହସିବା ସ୍ୱାଭାବିକ । ୨୦୧୧-୧୨ ମୂଲ୍ୟ ଅନୁସାରେ ଦେଶର ମୋଟ୍ ଜିଡିପି ପରିମାଣ ୩୬.୮୫ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷ ଏହି ସମୟରେ ଏହାର ପରିମାଣ ୩୨.୪୬ ଲକ୍ଷ କୋଟି ଥିଲା । ଯାହାକୁ ହିସାବ କରି ୧୩.୫ ପ୍ରତିଶତ ଅବିବୃଦ୍ଧି ହୋଇଛି ବୋଲି କୁହାଯାଉଛି । ତେବେ ଦେଖିବାର କଥା ୨୦୧୨ ମସିହା ଠାରୁ ଅଦ୍ୟାବଧି ଡଲାର ଅନୁସାରେ ଟଙ୍କାର ମୂଲ୍ୟ ଯଥେଷ୍ଟ କମିବାରେ ଲାଗିଛି । ଡଲାର ହିସାବକୁ ନେଲେ ଗତ ବର୍ଷ ତୁଳନାରେ ଏ ବର୍ଷର ଅଭିବୃଦ୍ଧି ୭ ପ୍ରତିଶତ ମଧ୍ୟ ଟପିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ୧୩ ପ୍ରତିଶତ ହୋଇବ ବୋଲି ରେଟିଂ ଏଜେନ୍ସି ଇକ୍ରା କହିଥିଲା । ଷ୍ଟେଟବ୍ୟାଙ୍କର ଆକଳନ ଅନୁସାରେ ୧୫.୭ ପ୍ରତିଶତ, ରଏଟର ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ ୧୫.୨ ପ୍ରତିଶତ, ବ୍ଲୁମବର୍ଗ ସର୍ବେକ୍ଷଣରେ ୧୫.୩ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା । ତେବେ ମୋଟାମୋଟି ଭାବେ ଡଲାର ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସକୁ ଦେଖିଲେ ଓ ମୁଦ୍ରାସ୍ପିତ ଅଭିବୃଦ୍ଧି ହାର ବୃଦ୍ଧିକୁ ଦେଖିଲେ ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ ଶ୍ରୀ କାନୁନଗୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗୋଟିଏ କଥା ସ୍ପଷ୍ଟ ଯେ ଦେଶରେ ଦରଦାମ ବୃଦ୍ଧି ହୁ ହୁ ବଢ଼ୁଥିବାରୁ ଉତ୍ପାଦ ଗୁଡ଼ିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଘଟୁଛି । ବାସ୍ତବକ୍ଷେତ୍ରରେ ଅଭିବୃଦ୍ଧି ଏବେବି ନକରାତ୍ମକ ରହିଛି । ତ୍ରୈମାସିକ ହିସାବ ଅନୁସାରେ ଘରୋଇ ଉପଯୋଗିତାରେ ୨୫.୯ ପ୍ରତିଶତ, ପ୍ରତିରକ୍ଷା କ୍ଷେତ୍ରରେ ୨୬.୩ ପ୍ରତିଶତ, ଘରୋଇ ନିବେସ କ୍ଷେତ୍ରରେ ୨୦.୧ ପ୍ରତିଶତ, ଦେଶର ନିଜସ୍ୱ କ୍ଷେତ୍ର କୃଷି ଜଙ୍ଗଲରେ ୪.୫ ପ୍ରତିଶତ, ଖଣି କ୍ଷେତ୍ରରେ ୬.୫ ପ୍ରତିଶତ, ବିଦ୍ୟୁତ, ଗ୍ୟାସ ଓ ଜଳ ଆଦି କ୍ଷେତ୍ରରେ ୧୪.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଦେଖାଯାଇଛି । ଜିଏସ୍‌ଟି ଆୟ ମାସିକ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଯାହା କୁହାଯାଉଛି ତାହା କ୍ରୟ ବିକ୍ରୟ ପରିମାଣ ବୃଦ୍ଧି ପାଇଁ ନୁହେଁ ବରଂ ଉତ୍ପାଦ ଗୁଡ଼ିକର ମଲ୍ୟ ବୃଦ୍ଧି ହେତୁ ହୋଇଥାଏ ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ଗତ କିଛି ବର୍ଷ ହେବ ମାସିକ ହାରାହାରି ୫ ପ୍ରତିଶତ ଫାଷ୍ଟମୁଭିଂ କାର୍ଗୋ ଆୟ ବୃଦ୍ଧି ପାଉଥିବା ଦେଖାଯାଉଛି । ଏହା ମଧ୍ୟ ଦରବୃଦ୍ଧି ହାର ତୁଳନାରେ କମ । ସେହିପରି ଦେଖାଯାଉଛି କୋର ସେକ୍ଟର ମାନୁଫ୍ୟାକଚରିଂ ମୂଲ୍ୟଯୁକ୍ତ କ୍ରୟ ମୂଲ୍ୟରେ ବେଶି କିଛି ତଫାତ ନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ଏତେସବୁ ଆସ୍ଫାଳନ କେମିତି ସତ୍ୟ ହେବ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି । ଗତ ୨୦୧୬ ମସିହାର ବିମୁଦ୍ରାୟନ ଓ ୨୦୧୭ ମସିହାର ସେବା ଓ ଦ୍ରବ୍ୟ କର (ଜିଏସଟି) ଲାଗୁ କରି କେନ୍ଦ୍ର ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପଙ୍ଗୁ କରିଦେଇଛନ୍ତି । ଗତ ତିନିମାସ ତଳେ ଆରବିଆଇର ପ୍ରଚାର ଅନୁସାରେ ଏପ୍ରିଲ- ଜୁନରେ ଅଭିବୃଦ୍ଧି ହାର ୧୬.୨ ପ୍ରତିଶତ ହେବ ବୋଲି ଯାହା କହିଥିଲେ ତାହା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଲା । ଗୋଟିଏ ପକ୍ଷରେ ଅଭିବୃଦ୍ଧିର ସ୍ୱପ୍ନ ଅନ୍ୟପକ୍ଷରେ ଦରଦାମ ବା ମୁଦ୍ରାସ୍ପତିକୁ ନିୟନ୍ତ୍ରଣକୁ ଆଣିବାର ବଜାରକୁ ଅର୍ଥ ଛାଡ଼ିବା ଉପରେ ରୋକ ଲଗାଇବାର କାର୍ଯ୍ୟ ଦେଖିବାକୁ ମିଳୁଛି ଯାହାର ପରିଣାମ ସ୍ୱରୂପ ବେକାରୀ ବଢ଼ୁଛି ଲୋକଙ୍କ ରୋଜଗାର ଓ କ୍ରୟଶକ୍ତି ହ୍ରାସ ପାଉଛି । ସର୍ବୋପରି ବଜାର କାରବାର ମଧ୍ୟ ମାନ୍ଦା ହେଉଛି । ଏପରି ଏକ ଅଭାବନୀୟ ସ୍ଥିତି ଉପୁଜିବା ପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଅଜ୍ଞତା ଦାୟୀ । ସମସ୍ତ ବ୍ୟବସ୍ଥାରୁ ନିଜକୁ ନ ମୁକାଳାଇ ପ୍ରତିଦିନ ଅଣ ଆୟକାରୀ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହାତକୁ ନେଇ ଚାଲିଛନ୍ତି । ସେଥିପାଇଁ ବେକାରୀ ବଢ଼ୁଛି, ରୋଜଗାର କମୁଛି ଓ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । କେବଳ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆମ ରାଜ୍ୟ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱର ଭାବରେ କ୍ଷତିଗ୍ରସ୍ତ ହେଉଛି ଓ ଓଡ଼ିଶାର ଜନସାଧାରଣ ଏହାର କୁ ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦୁଇରେ ଦୁଇ ମିଶିଲେ ୨୨ ବୋଲି ମିଛି ହିସାବ ଦେଉଛନ୍ତି । ଲୋକଙ୍କୁ ମିଛ କହି ପ୍ରଧାନମନ୍ତ୍ରୀ କ୍ଷମତାରେ ରୁହନ୍ତୁ ହେଲେ, ମିଛ ହିସାବ ଓ ଭେଳିକି ପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧିର ବିଭ୍ରାନ୍ତିକର ତଥ୍ୟ ଦେଇ ଦେଶର ଅର୍ଥନୀତିକୁ ଏପରି ଦୁର୍ଗତି ଆଡ଼କୁ ଟାଣି ନ ନିଅନ୍ତୁ ବୋଲି ଶ୍ରୀ କାନୁନଗୋ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ମୁଖପାତ୍ର ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

ଓଡ଼ିଶାରେ ଆସିଆନାର ଟିମ୍….

() ମେକ ଇନ ଓଡିଶା conclaveର ତୃତୀୟ ସଂସ୍କରଣ ପୂର୍ଵରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ।ମିଆଁମାର,indonesia,ଫିଲିଫାଇନ୍ସ,ଥାଇଲାଣ୍ଡ,ମାଲେୟେସିଆ,ସିଙ୍ଗାପୁର,ଭିଏତନାମ ଆଦି ଦେଶର ପ୍ରତିନିଧି ଓଡିଶା ଗସ୍ତରେ ଆସିବେ। ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କଣ ସୁଯୋଗ ରହିଛି ତାହା ବୁଲି ଦେଖିବେ। ପର୍ଯ୍ୟଟନ,ଖାଦ୍ୟ ପ୍ରକ୍ରିୟାକରଣ,ଖଣି,ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ତାହା ଅନୁଧ୍ୟାନ କରିବେ। ଦିଲ୍ଲୀ ସମ୍ମିଳନୀରେ 27 ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ ଉତ୍ସାହଜନକ ରହିଛି। ମେକ ଇନ ଓଡିଶା conclaveର ତୃତୀୟ ସଂସ୍କରଣକୁ ଏକ ବିରାଟ ସଫଳତା ମିଳିବ। ଦିଲ୍ଲୀ ପରେ ମୁମ୍ବାଇରେ ଖୁବଶୀଘ୍ର ଓଡିଶା investor ମିଟ ହେବାକୁ ଯାଉଛି। ପରବର୍ତ୍ତୀ ସମୟରେ ବାଙ୍ଗାଲୋର,ଚେନ୍ନାଇ,କୋଲକତା ଆଦି ସ୍ଥାନରେ ଓଡିଶା investor meet ହେବ। ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ସୂଚନା।

ପ୍ରତାପ ଦେବ,ଶିଳ୍ପମନ୍ତ୍ରୀ

ଶାଶୁ ବୋହୁ ସମ୍ମିଳନୀ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…

() ଶାଶୁ ବୋହୁ ସମ୍ମିଳନୀ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପରିବାର ନିୟୋଜନ ନେଇ ଶାଶୁ ବୋହୁ ସମ୍ମିଳନୀ ଜରିଆରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯିବ । ରାଜ୍ୟର ସମସ୍ତ ହେଲ୍ଥ ଏବଂ ୱଲନେସ ସେଣ୍ଟରରେ ଏହି ସମ୍ମିଳନୀ କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପରିବାର ନିୟୋଜନ ବିଷୟରେ ଏକ ପ୍ରତିଯୋଗିତା ହେବ। ଯେଉଁ ମାନେ ପରିବାର ନିୟୋଜନ ବିଷୟରେ ସଠିକ ଉତ୍ତର ଦେବେ ସେମାନଙ୍କୁ ସରକାରଙ୍କ ତରଫରୁ ଉପହାର ଦିଆଯିବ। ପୁର୍ବରୁ ନବ ଦମ୍ଫତ୍ତି କିଟ ନବ ବିବାହିତ ଙ୍କୁ ଉପହାର ଦେବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଶାଶୁ ବହୁ ସମ୍ମିଳନୀ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଟୀକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି…

() ଟୀକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି । ସେପ୍ଟେମ୍ବର 30ରେ ସରୁଛି ମାଗଣା ଟୀକା ର ଅବଧି। ତୁରନ୍ତ ଟୀକା ନେବାକୁ ସମସ୍ତଙ୍କୁ ଅପିଲ କଲା ସ୍ୱାସ୍ଥ୍ୟ ବିଭାଗର । ମାଗଣା ଟୀକା ର ଅବଧି ଆଉ ମାତ୍ର 27 ଦିନ ଥିବାରୁ ତୁରନ୍ତ ଟୀକା ନେଇଯିବା ଲାଗି ସମସ୍ତ ଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର 75 ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ଅର୍ଥାତ 2 କୋଟି 40 ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ରାଜ୍ୟରେ 80 ଲକ୍ଷ 90 ହଜାର 386 ଜଣ ନେଇଛନ୍ତି ପ୍ରିକସନ ଡୋଜ । ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି 23 ଲକ୍ଷ 32 ହଜାର ଲୋକ । ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟୀକା ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି ଲୋକେ ।

ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦେଶକ

ଓଡ଼ିଶା ରାଜନୀତି : ଅପେକ୍ଷା, ମେଣ୍ଟ ନା ବିକଳ୍ପ…

() ୨୦୨୪ ସାଧାରଣ ନିର୍ବାଚନ ଆଉ ଦେଢବର୍ଷରୁ ଅଧିକ ସମୟ ରହିଛି । ଯାହାକୁ ଲକ୍ଷ୍ୟ କରି ଧୀରେଧୀରେ ଓଡ଼ିଶା ରାଜନୀତିରେ ନିର୍ବାଚନୀ ହାଓ୍ବା ବହିଲାଣୀ । ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ୨୪ ପାଇଁ ସିବିର ସଜ କରିବା ସହ ଦଳୀୟ ସଂଗଠନକୁ ଚଳଚଞ୍ଚଳ କଲେଣୀ । ଆଉ ଏସବୁ ପ୍ରସ୍ତୁତିରେ ଏବେ ଢେର ଆଗରେ ରହିଛି ଶାସକ ବିଜେଡ଼ି ଦଳ । ୨୨ରୁ ୨୪ ଅଙ୍କ କଷିବା ରଣନୀତିରେ ଦଳ ,ଦୁଇ ଜାତୀୟ ଦଳକୁ ବେଶ ପଛରେ ପକାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ବିଜେଡ଼ି ସଂଗଠନରେ ବଡ଼ଧରଣ ପରିବର୍ତ୍ତନ କରିଛନ୍ତି । ଦଳର ୯ ଜଣ ବରିଷ୍ଠ ନେତାଙ୍କୁ ଦଳ ୩୦ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି । ସେହିପରି ଯୁବ, ଛାତ୍ର ଓ ମହିଳାରେ ଜୁମ୍ବୋ ଟିମ କରି ଦଳ ସଂଗଠନକୁ ତୃଣମୂଳସ୍ତରରେ ଚଳଚଞ୍ଚଳ କରିଛି । ଏହାସହ ନିର୍ବାଚନରେ ଦଳର ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ଭୁମିକା କଣ ରହିବ ତାହା ବି ଅଧିକାଂସ ସମୟ ପ୍ରଶିକ୍ଷଣ ଶିବିର କରି ନେତା ଓ କର୍ମୀଙ୍କୁ ବୁଝାଇଛନ୍ତି । ସେହିପରି ମୁଖ୍ୟ ବିରୋଧି ବିଜେପି ଦଳ ନେତା, ପ୍ରଭାରୀ, ପରିବର୍ତ୍ତନ କରି ଦଳୀୟ ସଂଗଠନକୁ ସକ୍ରୀୟ କରିଛି । ଆଗକୁ କେନ୍ଦ୍ରୀୟ ନେତାଙ୍କକୁ ଆଣି ଲୋକଙ୍କ ବିଶ୍ବାସ ଜିଣିବାକୁ ପ୍ରୟାସ କରିବ ଦଳ । ହେଲେ ଏସବୁ ପ୍ରସ୍ତୁତିରେ କିନ୍ତୁ କଂଗ୍ରେସ ଟିକେ ପଛରେ ପଡ଼ିଯାଇଛି । ନୂଆ ପିସିସି ସଭାପତି ଦାୟିତ୍ବ ନେବାରୁ ୩ ମାସରୁ ଅଧିକ ସମୟ ହୋଇଥିଲେ ମଧ୍ୟ ଏଯାଏ କଂଗ୍ରେସ ନୂଆ ଟିମ ଗଠନ କରିପାରିନାହିଁ । ୨୦୨୨ରେ ଓଡ଼ିଶା ରାଜନୀତିରେ ଏପରି ସ୍ଥିତି ଦେଇ ଗତି କରୁଥିବା ବେଳେ ଓଡ଼ିଶାରେ କିଛି ନେତା ବିକଳ୍ପ ରାଜନୀତି କଥା ଚିନ୍ତା କରୁଛନ୍ତି । ଏହାରି ଭିତରେ ଆପ ତାହା ଶକ୍ତି ପ୍ରଦର୍ଶନ ରାଜ୍ୟ ରାଜଧାନୀରେ କରିବା ସହ ଏନସିପି ୨୦୨୪ରେ ଓଡ଼ିଶାରେ ପ୍ରାର୍ଥୀ ଦେବ ବୋଲି ସ୍ଥିର କରିଛି ।

ତେବେ କଣ ହେବ ୨୦୨୪ରେ ଓଡ଼ିଶା ରାଜନୀତିର ସମୀକରଣ । ବିଜେଡି-ବିଜେପି ୯ ବର୍ଷର ପୁରୁଣା ପ୍ରେମ ଫେରିବକି ? କଣ ପୁଣି ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ହେବ କି ? ନା ଭିତିରିଆ ବୁଝାମଣା ହେବ । ୨୦୦୦ ମସିହା ୨୦୦୯ ମସିହା ଯାଏ ବିଜେପି ଓ ବିଜେଡ଼ି ମଧ୍ୟରେ ଯେଉଁ ବୁଝାମଣା ଥିଲା ତାହା ହେବ କି ? ଏମିତି ଅନେକ ବର୍ଷ ରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ଏହାରି ଭିତରେ ରାଜ୍ୟରେ ପାହଡ଼ଭଳି ଛିଡ଼ା ହୋଇଥିବା ବିଜେଡ଼ି କିନ୍ତୁ ମେଣ୍ଟ ସପକ୍ଷରେ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ନେତାଏ କିନ୍ତୁ ଦ୍ବନ୍ଦରେ ଅଛନ୍ତି କଣ ଓଡ଼ିଶାକୁ ନେଇ ରହିବ କେନ୍ଦ୍ର ବିଜେପିର ଆଭିମୁଖ୍ୟ । ୨୦୧୯ରେ କେନ୍ଦ୍ରୀୟ ବିଜେପି ରାଜ୍ୟକୁ ପୁରା ଫୋକସ କରି ଫେଲ ମାରିବା ପରେ ଆଉ ଓଡ଼ିଶାକୁ ଫୋକସ କରିବାକୁ ଚାହୁନାହିଁ । ବଂର ଓଡ଼ିଶାରୁ କିପରି ଅଧିକ ଏମପି ସିଟି ଜିତିହେବ ତାହା ଉପରେ ଦଳ ଗୁରୁତ୍ବ ଦେଇଛି । ୨୦୧୯ରେ ଦଳ ୮ଟି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ । ତେଣୁ ୨୦୨୪ରେ ଏହି ସଂଖ୍ୟା କିପରି ୧୨ରୁ ୧୫ ହେବ ସେ ଲକ୍ଷ୍ୟ ରଖି ଦଳ କାମ କରୁଛି । ସଫାସଫା କହିବାକୁ ଗଲେ ବିଧାୟକ ନୁହେଁ, ସାଂସଦ ସିଟ ଜିତିବା ଉପରେ ଦଳ ଗୁରୁତ୍ବ ଦେଇଛି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ଯେହେତୁ ବିଜେଡ଼ି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପିକୁ ସବୁ କ୍ଷତ୍ରରେ ସମର୍ଥନ କରୁଛି ତେଣୁ ବିଜେଡ଼ିକୁ କୌଣସି ଅସୁବିଧାରେ ପକାଇବାକୁ ଚାହୁନାହିଁ କେନ୍ଦ୍ରୀୟ ବିଜେପି । ବିଜେଡ଼ି ବିଜେପି ସହ ୨୦୦୦ ମସିହାରେ ମେଣ୍ଟ କରିବାକୁ ବହୁ ଆଂଚଳିକ ବିଜେପି ସହ ମେଣ୍ଟ କରିଥିଲେ । ଏସବୁ ବିଚାର କରି ବିଜେପି ବିଜେଡିକୁ ସାଙ୍ଗରେ ନେବାକୁ ଚାହୁଁଛି । ତାହା ମେଣ୍ଟ ହେଉ ଅବା ନହେଉ ।

ସେହିପରି ରାଜ୍ୟରେ ୧ ପ୍ରତିଶତ ଭୋଟ ନଥିବା ଆପ ଓଡ଼ିଶାରେ ବିକଳ୍ପ ହେବାକୁ ସଜବାଜ ଆରମ୍ଭ କରିଛି । କିନ୍ତୁ କିଏ ରାଜ୍ୟରେ ଆପ ସଂଗଠନକୁ ଆଗେଇ ନେବ ସେ ଚିନ୍ତାରେ ଦଳର ନେତାମାନେ ମୋଟାମୋଟି ଭାବେ କହିଲେ ୩ ପ୍ରମୁଖ ଦଳର ଅସନ୍ତୋଷ ଓ ଅଲୋଡ଼ା ନେତାଙ୍କୁ ନେଇ ଆପ ବଳବାନ ହେବାକୁ ଚାହୁଁଛି । ଯାହା ଆକାଶ କଇଁଆ ଚିଲିକା ମାଛ ପରି ।

ଠିକ ସେହିପରି ରାଜ୍ୟର ୨ ନମ୍ବର ବିରୋଧି ଦଳ କଂଗ୍ରେସ ରାଜ୍ୟରେ ତାହାର ଅସ୍ତିତ୍ବ ଖୋଜୁଛି । ଦେଶରେ କଂଗ୍ରେସର ହେବିଓ୍ବାଟ ନେତା ଦଳ ଛାଡ଼ିବା ଓ ରାଜ୍ୟରେ କଂଗ୍ରେସରେ ଗୋଷ୍ଠୀ ବିବାଦ ଥମିବାର ନାଁ ନେଉନଥିବାରୁ ୨୪ ପାଇଁ କଂଗ୍ରେସ ୯ରୁ ୯୦ ନାରା କଣ ସ୍ବପ୍ନ ହୋଇ ରହିବ ତାହା ଜଳଜଳ କରି ଦିଶୁଛି । ସବୁବେଳେ ସ୍ରୋତରେ କ୍ଷମତାକୁ ଆସିବାକୁ ଚାହୁଥିବା କଂଗ୍ରେସ ୨୦୨୪ରେ କିପରି ଘର ସଜାଡ଼ିବ ସେ ଚିନ୍ତାରେ ପଡ଼ିଛି । କାରଣ ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି , କିଛି ବିଧାୟକ ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ବୋଲି ନିର୍ବାଚନ ପୂର୍ବରୁ କହିଲେଣୀ ।

ଏସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ରାଜ୍ୟବାସୀଙ୍କ ଆଗରେ ୨୦୨୪ରେ ପୁଣିଥରେ ରାଜ୍ୟରେ ନବୀନ ଶାସନ ଜାରୀ ରହିବ ? କାରଣ ଏଯାଏ ନବୀନଙ୍କ ବିକଳ୍ପ ରାଜ୍ୟରେ କେହି ନାହାନ୍ତି । ତେଣୁ ମେଣ୍ଟ ଓ ବିକଳ୍ପ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ରାଜନୈତିକ ସମୀକରଣ ବଦଳାଇବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ….

ଆସିଲା ବନ୍ୟା କ୍ଷୟକ୍ଷତି ର ରିପୋର୍ଟ..

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ..

() ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ।ଚଳିତ ବନ୍ୟାରେ 1 ଲକ୍ଷ ହେକ୍ଟର ଚାଷ ଜମି ବନ୍ୟାରେ ହୋଇଛି ନଷ୍ଟ।ବନ୍ୟା ଓ ବର୍ଷାରେ 24ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି

10ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି।ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି।ଜଗତସିଂହପୁରରେ ସର୍ବାଧିକ 2 ହଜାର 420 ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି

ଗତକାଲି କୃଷି ମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।

ସୋଆରେ ଜାତୀୟ କ୍ରୀଡା ଦିବସ ପାଳିତ..

() ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋଆରେ ସୋମବାର ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା । ସୋଆ କ୍ୟାମ୍ପସ୍ ୨ ର ଟେନିସ୍ କୋର୍ଟ ରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ୍‌କୁ ବିଶ୍ୱ ବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍‌-ଅଫ୍ କରିଥିଲେ । ସୋଆର ବିଭିନ୍ନ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ମିନି ମାରାଥନ୍‌ରେ ସାମିଲ ହୋଇଥିଲେ । ସୋଆରେ ଶିକ୍ଷା ଗ୍ରହଣ କରୁଥିôବା ବିଦେଶୀ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମାରାଥନ୍‌ରେ ଯୋଗ ଦେଇଥିଲେ ।

ଏହି ମାରାଥନ୍ କ୍ୟାମ୍ପସ୍ ୨ ରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ପୁଣି ଥରେ କ୍ୟାମ୍ପସ୍ ୨ କୁ ଫେରିଥିଲା । ମାରାଥନ୍ ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲ କୋର୍ଟରେ ଯୋଗାଭ୍ୟାସ କରିବା ସହ ଭଲିବଲ୍‌, ଟେନିସ୍‌, ବାସ୍କେଟବଲ୍ ଇତ୍ୟାଦି ଖେଳରେ ଯୋଗ ଦେଇଥିଲେ ।

ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଲୋକଙ୍କ ସ୍ୱାର୍ଥପାଇଁ ସଂସଦରୁ ସଡ଼କ ଯାଏଁ ଲଢ଼େଇ ଜାରି ରଖିଛି କଂଗ୍ରେସ..

() ମୋଦି ସରକାରଙ୍କର ଭୁଲ ଅର୍ଥନୀତି ଭାରତରେ ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ଉତ୍କଟ ବେକାରୀର କାରଣ – ନିରୋଜ ଡାଙ୍ଗି, ସାଂସଦ, ରାଜ୍ୟସଭା।

ଲୋକଙ୍କ ସ୍ୱାର୍ଥପାଇଁ ସଂସଦରୁ ସଡ଼କ ଯାଏଁ ଲଢ଼େଇ ଜାରି ରଖିଛି କଂଗ୍ରେସ।

ସେପ୍ଟେମ୍ବର-୪ରେ ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ପ୍ରତିବାଦରେ “ମହଙ୍ଗାଇ ପର ହଲ୍ଲାବୋଲ”।

{} ମୋଦି ସରକାରଙ୍କ ଭୁଲ ଅର୍ଥନୀତି ଭାରତରେ ଆକାଶଛୁଆଁ ଦରଦାମ ବୃଦ୍ଧି ଏବଂ ଉତ୍କଟ ବେକାରୀର କାରଣ । ମହଙ୍ଗା ଏବଂ ବେକାରମୁକ୍ତ ଭାରତ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖାଇଥିଲେ ଆଜି ତାହା ପ୍ରତାରଣାରେ ପରିଣତ ହୋଇଛି । ମୋଦିଙ୍କ ସମୟରେ ଉତ୍କଟ ଦରଦାମ ବୃଦ୍ଧି ଅତୀତର ସମସ୍ତ ରେକର୍ଡ ଭାଙ୍ଗିବା ସହ ବେକାରୀ ସମସ୍ୟା ମଧ୍ୟ ଗତ ୪୫ ବର୍ଷର ରେକର୍ଡକୁ ଭାଙ୍ଗିଛି । ମୋଦି ସରକାରଙ୍କର ଏହି ଜନ ବିରୋଧି ଓ ଯୁବ ବିରୋଧରେ କଂଗ୍ରେସ ଲଗାତାର ସଂଗ୍ରାମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ଏହାକୁ ତୀବ୍ରତର କରାଯିବ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କେନ୍ଦ୍ରୀୟ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ନିରୋଜ ଡାଙ୍ଗି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀ ଡାଙ୍ଗି କହିଛନ୍ତି ଯେ ୨୦୧୪ ମସିହାରେ ଯେତେବେଳେ ମୋଦି ସରକାର ପ୍ରଥମକରି ଆରମ୍ଭ ହେଲା ସେତେବେଳେ ସିଲିଣ୍ଡର ପିଛା ଏଲପିଜି ଗ୍ୟାସ ୪୧୦ ଟଙ୍କା ଥିବା ବେଳେ ଏବେ ସିଲିଣ୍ଡର ପିଛା ୧୫୬ ପ୍ରତିଶତ ବୃଦ୍ଧିପାଇ ୧୦୫୩ ରୁ ୧୨୪୦ ଟଙ୍କାରେ ପଂହଚିଛି । ସେହିପରି ପେଟ୍ରୋଲ ଦର ୭୧ ଟଙ୍କା ଥିବାବେଳେ ଏବେ ତାହା ୪୦ ପ୍ରତିଶତ ବୃଦ୍ଧି ପାଇ ୯୫ ରୁ ୧୧୨ ଟଙ୍କାରେ ପହଂଚିଲାଣି । ଅନୁରପ ଭାବେ ଡିଜେଲ ଲିଟର ପିଛା ୨୦୧୪ ରେ ୫୫ ଟଙ୍କାଥିବା ବେଳେ ଏବେ ତାହା ୭୫ ପ୍ରତିଶତ ବୃଦ୍ଧି ପାଇ ୯୦ ରୁ ୧୦୦ ଟଙ୍କା ଛୁଇଁଲାଣି । ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ସୋରିଷ ତେଲ ଲିଟର ପ୍ରତି ୯୦ ଟଙ୍କାରୁ ୧୨୨ ପ୍ରତିଶତ ବୃଦ୍ଧି ପାଇଁ ୨୦୦ ଟଙ୍କା ହେଲାଣି । ସେହିପରି ଅଟା ୮୧ ପ୍ରତିଶତ ବୃଦ୍ଧି ପାଇ ୨୨ ଟଙ୍କାରୁ ୪୦ ଟଙ୍କାରେ ପହଂଚିଲାଣି । କ୍ଷୀର ମଧ୍ୟ ୭୧ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ୩୫ ଟଙ୍କାରୁ ୬୦ ଟଙ୍କାରେ ପହଂଚିଲାଣି । ୨୦୧୪ ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି କେବଳ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇ ନାହାନ୍ତି, ତାଙ୍କ ସରକାରର ତ୍ରୁଟିପୂର୍ଣ୍ଣ ନୀତି ଓ ପ୍ରତାରଣା ଲୋକମାନଙ୍କ ଉପରେ ଜନ୍ତ୍ରଣାର ବୋଝ ଲଦିଦେଇଛି । ପ୍ରଧାନମନ୍ତ୍ରୀ ୨୦୧୯ ରେ ଦାମ୍ଭିକତାର ସହ ଘୋଷଣା କରିଥିଲେ ଯେ ଖାଦ୍ୟଶସ୍ୟ, ଦହି, ଲସି, ଲହୁଣି ଇତ୍ୟାଦିରେ ଅତ୍ୟାବଶକୀୟ ବସ୍ତୁ ଜିଏସଟି ପରିସର ବାହାରେ ରହିବ ହେଲେ ମାତ୍ର ତିନିବର୍ଷ ପରେ ୨୦୨୨ ମସିହାରେ ତାଙ୍କର ସମସ୍ତ ପ୍ରତିଶ୍ରୁତି ପ୍ରତାରଣା ପାଲଟିଲା । ଉପରୋକ୍ତ ଅତ୍ୟାବଶକୀୟ ସାମଗ୍ରୀ ଉପରେ ମୋଦି ସରକାର ଅତ୍ୟନ୍ତ ଅମାନବୀୟ ଭାବେ ଜିଏସଟି ଲାଗୁ କଲେ । ୨୦୧୯ ନିର୍ବାଚନ ପ୍ରଚାର ବେଳେ ମଧ୍ୟ ଭୋଟ ହାତେଇବା ପାଇଁ ଉଜ୍ଜଳା ଯୋଜନାର ଖୁବ ପ୍ରଚାର କରିଥିଲେ । ହେଲେ ନିର୍ବାଚନ ସରିବା ପରେ ଅତ୍ୟନ୍ତ ସମ୍ବେଦନହୀନ ଭାବେ ରନ୍ଧନ ଗ୍ୟାସ ଉପରୁ ସବସିଡ୍ ପ୍ରତ୍ୟାହାର କରିନେଲେ । ମୋଦି ସରକାରଙ୍କ ଏହି ଜନବିରୋଧି ନିଷ୍ପତି ଫଳରେ ରନ୍ଧନ ଗ୍ୟାସ ଦର ଦୁଇଗୁଣରୁ ଅଧିକ ହେଲା । ଫଳରେ କୋଟି କୋଟି ଉପଭୋକ୍ତା ଆଜି ନିଜ ଖାଲି ସିଲିଣ୍ଡର ଭର୍ତି କରିବାକୁ ସମର୍ଥ ନୁହଁନ୍ତି । ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ହାତେଇ କ୍ଷମତାକୁ ଆସିଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଜନସାଧାରଣଙ୍କୁ ଲଗାତାର କରିଚାଲିଥିବା ବିଶ୍ୱାସଘାତ ମଧ୍ୟରୁ ଅତ୍ୟାବଶକୀୟ ସାମଗ୍ରୀ ଓ ଗ୍ୟାସର ଦରବୃଦ୍ଧି ଦୁଇଟି ଉଦାହରଣ ମାତ୍ର । ଏପରି କରି ମୋଦି ଜନସାଧାରଣଙ୍କୁ “ ଡୁବ ମରୋ” ନୀତିର ପ୍ରମାଣ ଦେବା ସହ ଲୋକଙ୍କ ପିଠିରେ ଛୁରି ମାରିଛନ୍ତି ବୋଲି ଶ୍ରୀ ଡାଙ୍ଗି ଅଭିଯୋଗ କରିଛନ୍ତି ।

ଉପା ଓ ଏନଡିଏ ସରକାର ସମୟରେ ତୈଳଦର ବୃଦ୍ଧିର ଏକ ତୁଳନାତ୍ମକ ଚିତ୍ର ଦେଇ ଶ୍ରୀ ଡାଙ୍ଗି କହିଲେ ଯେ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୧୩-୨୦୧୪ ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳଦର ବହୁତ ଅଧିକ ଥିଲା । ଏହା ସତ୍ୱେ ସେତେବେଳେ ପେଟ୍ରୋଲ ଲିଟର ପିଛା ୭୧ ଟଙ୍କା ଏବଂ ଡିଜେଲ ୫୫ ଟଙ୍କାରେ ବିକ୍ରି ହୋଇପାରୁଥିଲା ବେଳେ ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୪୦ ପ୍ରତିଶତ ଓ ୭୫ ପ୍ରତିଶତ ବୃଦ୍ଧିପାଇଛି । ଗତ କିଛିମାସ ଧରି ଆର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବା ବେଳେ ଏହାର ସୁଫଳ କୋଟି କୋଟି ଉପଭୋକ୍ତାଙ୍କ ନିକଟରେ ପହଂଚି ପାରୁ ନାହିଁ ।

ମୋଦି ସରକାରଙ୍କ ଦିଗହରା ନୀତି କାରଣରୁ ଦେଶରେ ବେକାରୀ ସମସ୍ୟା ଉତ୍କଟରୂପ ଧାରଣ କରିଛି । ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସଟି ବ୍ୟବସ୍ଥା ଭାରତର ଅର୍ଥ ବ୍ୟବସ୍ଥାକୁ ଶୋଚନୀୟ କରିଦେଇଛି । ଏବେ ବୋଝ ଉପରେ ଲଳିତାବିଡ଼ା ସଦୃଶ ଏବେ ମୋଦି ସମସ୍ତ ରାଷ୍ଟ୍ରୀୟ ସଂପତି ଯଥା ରେଳ, ବିମାନସେବା, ବନ୍ଦର, ଏଲଆଇସି, ଖଣି, ରାଷ୍ଟ୍ରାୟତ ଉଦ୍ୟୋଗ ଆଦିର ଘରୋଇକରଣ କରୁଛି ଅବା ତାଙ୍କର ବନ୍ଧୁ ଶିଳ୍ପପତିମାନଙ୍କ ହାତକୁ ଟେକି ଦେଉଛନ୍ତି । ମୋଦି ସରକାରଙ୍କ ଯୁବବିରୋଧି ଆଭିମୁଖ୍ୟ ଯୋଗୁ କେନ୍ଦ୍ର ସରକାରଙ୍କ ଅଧିନରେ ୧୦ଲକ୍ଷ ରୁ ପଦବୀ ଖାଲି ପଡ଼ିଛି ସମୁଦାୟ ମଞ୍ଜୁରିପ୍ରାପ୍ତ ପଦବୀର ୨୪ ପ୍ରତିଶତ । ଦେଶର ଯୁବ ସମାଜକୁ ଭୁଆଁ ବୁଲାଇବା ପାଇଁ ଅଗ୍ନିପଥ ଯୋଜନା ପ୍ରଣୟନ କରି ଯୁବକମାନଙ୍କର ରୋଜଗାର ସମ୍ଭାବନାକୁ ସଂକଟକୁ ଠେଲି ଦେଇଥିବା ବେଳେ ଦେଶର ସୁରକ୍ଷା ପ୍ରତି ନୂଆ ବିପଦକୁ ଡାକି ଆଣିଛନ୍ତି । ସେନାବାହିନୀରେ ଯୋଗଦେଇ ଦେଶର ସେବା କରିବାକୁ ଆଶା ରଖିଥିବା ଯୁବକ ଯୁବତୀମାନଙ୍କ ସ୍ୱପ୍ନ ଧୂଳିସାତ ହୋଇଛି । ନିରାପତା ବା ପେନସନର ଗ୍ୟାରେଂଟି ନଥିବା ୪ବର୍ଷିୟା ଠିକା ନିଯୁକ୍ତି ଏ ଦେଶର ଅଗଣିତ ଯୁବ ସମାଜ ପ୍ରତି ଚରମ ପ୍ରତାରଣା ।

ବେକାରୀ ସମସ୍ୟା ଏଭଳି ଉତ୍କଟରୁପ ଧାରଣ କରିଛି ଯେ ଏ ଦେଶରେ ୨୦ ରୁ ୨୪ ବର୍ଷ ଭିତରେ ୪୨ ପ୍ରତିଶତ ଯୁବକ ଯୁବତୀ ଏବେ ନିଯୁକ୍ତି ସଂଧାନରେ ହତାଶା ଭିତରେ କାଳତିପାତ କରୁଛନ୍ତି । ଏହାର ପରିଣାମ ସ୍ୱରୂପ ପିଏଚଡି, ସ୍ନାତୋକତର ତଥା ଅନ୍ୟାନ୍ୟ ଉଚ୍ଚ ଡିଗ୍ରୀ ହାସଲ କରିଥିବା ଯୁବକଯୁବତୀ ମାନେ ନିମ୍ନ ପଦବୀ ପାଇଁ ଆବେଦନ କରିବାକୁ କୁଣ୍ଠାବୋଧ କରୁଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଏଭଳି କଠିନି ପରିସ୍ଥିତିରେ ଲୋକଙ୍କ ସହିତ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଛିଆହୋଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ବିଫଳତା, ତ୍ରୁଟିପୂର୍ଣ୍ଣ ନୀତି, ଦରବୃଦ୍ଧି, ବେକାରୀ, ମୁଦ୍ରାସ୍ପିତି ଆଦି ବିରୋଧରେ ଲଢ଼େଇ କରି ଆସୁଛି । ଜୁନ ୨୦୨୧ ରୁ ଅଦ୍ୟାବଧି କଂଗ୍ରେସ ଦେଶବ୍ୟାପି ବରୋଧ ପ୍ରଦର୍ଶନ ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ୫ ଅଗଷ୍ଟରେ ଦରବୃଦ୍ଧି ବିରୋଧରେ ରାଷ୍ଟ୍ରପତି ଅଭିମୁଖେ ମାନନୀୟ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ଓ ନେତୃବୃନ୍ଦ ଆସୁଥିବା ବେଳେ ମୋଦି ସରକାର ପୋଲିସ ବଳ ପ୍ରୟୋଗ କରି ସେମାନଙ୍କୁ ଅନ୍ୟାୟ ଭାବରେ ଅଟକ ରଖିଥିଲା । ଦରବୃଦ୍ଧି ବିରୋଧରେ ଏହି ଦେଶବ୍ୟାପି ପ୍ରଦର୍ଶନ ପରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ଦିନ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ “ମହଙ୍ଗାଇ ପର ହାଲାବୋଲ” ର‌୍ୟାଲି ଆୟୋଜିତ ହେବାକୁ ଯାଉଛି ।

ଏହି ପ୍ରରୀପେକ୍ଷୀରେ ଦରବୃଦ୍ଧି ଉପରେ ତୁରନ୍ତ ଅଂକୁଶ ଲଗାଇବା ସହ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ପୂର୍ବ ପ୍ରତିଶ୍ରୁତିକୁ ସରକାର ପୂରଣ କରିବାପାଇଁ କଂଗ୍ରେସ ଦାବି କରୁଛି । ସେହିପରି ଓଡ଼ିଶାର ବେକାରୀ ସମସ୍ୟା ସଂପର୍କରେ ଆଲୋକପାତ କରି ଶ୍ରୀ ଡାଙ୍ଗି କହିଲେ ଯେ ଓଡ଼ିଶାରେ ମଧ୍ୟ ୧ଲକ୍ଷ ୬୨ ହଜାରୁ ଉର୍ଦ୍ଧ୍ୱ ପଦବୀ ଖାଲିଥିବା ବେଳେ ସେଥିମଧ୍ୟରୁ ୮୦ ପ୍ରତିଶତ ପଦବୀ ଏଣ୍ଟ୍ରି ଲେବୁଲର । ଉଭୟ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୋଧରେ କଂଗ୍ରେସ ସଂଗ୍ରାମ କରିବ । ଏ ଲଢ଼େଇ କେବଳ କଂଗ୍ରେସର ନୁହେଁ ଓଡ଼ିଶା ତଥା ଦେଶର ସମସ୍ତ ଜନସାଧାରଣଙ୍କ ଲଢ଼େଇ । ଏହା ସହିତ ସରକାରଙ୍କ ଜନବିରୋଧି ଓ ଯୁବ ବିରୋଧି ଆଭିମୁଖ୍ୟ ବିରୋଧରେ ସ୍ୱରଉତୋଳନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାପାଇଁ କଂଗ୍ରେସ ଅନୁରୋଧ କରୁଛି ବୋଲି ଶ୍ରୀ ଡାଙ୍ଗି ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ, ପୂର୍ବତନ ବିଧାୟକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଭୁତି ମିଶ୍ର ଉପସ୍ଥିତ ଥିଲେ ।

ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ…

() ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ (Striking Fire Force)  

ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ।

କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ ସୃଷ୍ଟି ହେବ ୧୪୪ଟି ପଦବୀ ।

 

{} ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ ଭାବରେ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ Striking Fire Force ଗଠନ କରାଯିବ। ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯିବା ପରେ ପ୍ରସ୍ତବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି।

ନିଷ୍ପତ୍ତି ଅନୁଯାୟୀ ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି Striking Fire Forceର ୩ଟି Range Headquarter ରହିବ। ପ୍ରତ୍ୟେକ Range Headquarter ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର ଓ ଫାୟାରମ୍ୟାନ ଆଦି ପଦବୀ ରହିବ ।

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ବା ଦୁର୍ଘଟଣା ସମୟରେ ଓଡିଶା ଅଗ୍ନିଶମ ସେବା First Responder ଭାବରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଠିକ୍‌ ସମୟରେ ସେବା ଯୋଗାଇ ଦେଉଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏପରିକି ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଅଗ୍ନଶମ ବାହିନୀ ପକ୍ଷରୁ ଉଲ୍ଲେଖନୀୟ ସେବା ଯୋଗାଇ ଦିଆଯାଉଛି । ତେଣୁ ଅଗ୍ନିଶମ ବାହିନୀକୁ ତୁରନ୍ତ କୌଣସି ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଆବଶ୍ୟକ ଆଧୁନିକ ଦକ୍ଷତା ଥିବା ଏକ ସ୍ବତନ୍ତ୍ର ଫୋର୍ସର ଆବଶ୍ୟକତା ରହିଛି ବୋଲି ଉପସ୍ଥାପନାରେ କୁହାଯାଇଥିଲା ।

 

ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା (Modern Gadgets) ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ Striking Force ଭାବରେ ବିକଶିତ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଥିଲା।ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ ସଂଚଳନା କରିଥିଲେ ।ଅଗ୍ନିଶମ ବିଭାଗର ଡିଜି ଶ୍ରୀ ସନ୍ତୋଷ ଉପାଧ୍ୟୟ ପ୍ରସ୍ତାବ ସମ୍ପର୍କ ରେ ଉପସ୍ଥାପନା କରିଥିଲେ।

ଆଲୋଚନା ରେ ମୁଖ୍ୟ ଶାସନ ସଚିବ ,ଶ୍ରୀ ସୁରେଶ ମହାପାତ୍ର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଅତିରିକ୍ତ ଡିଜି ଶ୍ରୀମତୀ ସୌମ୍ୟା ମିଶ୍ର ପ୍ରମୁଖ ଭାଗ ନେଇଥିଲେ।

Follow us

20,832FansLike
0FollowersFollow
14,700SubscribersSubscribe

Latest news