ହୋଲି ପୂର୍ବରୁ ରଙ୍ଗୀନ ମନ 

- Advertisement -

ନୂଆ ବର୍ଷର 2ମାସ ପରେ ପଡେ ହୋଲି l ଫେବୁଆରୀ ଅଧାରୁ ହୋଲିକୁ ନେଇ ଉତ୍ସାହ ନକହିଲେ ଭଲ l ମାର୍ଚ୍ଚ ମାସର କେଉଁ ତାରିଖରେ ହୋଲି ପଡୁଛି ଓ ସେଦିନ ବାର କଣ ସେ ସବୁ 15ଦିନ ଆଗରୁ ଆଲୋଚନା ହୁଏ l ଏଥର ହୋଲି କେମିତି ପାଳିବା ସେ ଏନେଇ ତ ଘରୁ ସାଙ୍ଗ ସାଥି ଯାଏ ଘନଘନ ଆଲୋଚନା ହୋଇ ପ୍ଲାନ ପ୍ରସ୍ତୁତ ହୁଏ ହୋଲି ପାଇଁ l

ରଙ୍ଗର ପର୍ବ ହୋଲି l ପ୍ରେମ ଓ ଆନନ୍ଦର ପର୍ବ ବି l ଫଗୁର ରଙ୍ଗରେ ପ୍ରଭୁ ଓ ମଣିଷ ସମସ୍ତେ ଆନନ୍ଦ ପାଆନ୍ତି lଶୀତ ଛାଡିଛାଡି ଯାଉଥିବା ବେଳେ ଖରା ଧୀରେ ଧୀରେ ଟାଣ ହୋଇଆସୁଛି l ବସନ୍ତ ଆଗମନରେ ପ୍ରକୃତି, ପୁରୁଷ ଓ ପ୍ରେମର ପ୍ରତୀକ ସାଜେ ହୋଲି l ଫଗୁର ରଙ୍ଗ ଲାଗିଲା ପୂର୍ବରୁ ମନ ରଙ୍ଗିନ ହୋଇଯାଏ l

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ଯାଏ ସଭିଏଁ ହୋଲିରେ ମତୁଆଲା ହୁଅନ୍ତି l ହୋଲିର ସାତ ରଙ୍ଗ ଭିତରେ ଲୁଚି ରହିଥାଏ ଭଲ ପାଇବା, ଶ୍ରେହ୍ନ, ଶ୍ରଦ୍ଧାର ରଙ୍ଗ l ବୟସ କି ସ୍ଥାନ ନୁହେଁ ହୋଲି ସବୁଠି ସବୁ ସମୟରେ ସବୁ ବୟସରେ ଆନନ୍ଦ ଦିଏ l ହେଲେ ଆଜିକାଲି ରଙ୍ଗ ଖେଳ ପ୍ରତି ସେମିତି କାହାରି ମନରେ ଆଗ୍ରହ ରହୁନାହୁଁ l ପିଲାଙ୍କୁ ବାପା ମା ମାନେ ଡରାଉଥିବା ବେଳେ ଦେହ ଭଲ ନାହିଁ ବାହାନରେ ଅନେକ ବୟସ ରଙ୍ଗ ଖେଳ ଠାରୁ ଦୁରେଇ ଯାଉଛନ୍ତି l ଏତେ ପରେ ବି ହୋଲି ରଙ୍ଗମୟ ହେଉଛି l

ହୋଲି ସପ୍ତାହ ପୂର୍ଵରୁ ଯୁବପିଢ଼ି ମଧ୍ୟରେ ରଙ୍ଗ ଖେଳ ଆରମ୍ଭ ହୋଇଯାଏ l ଭଲ ପାଇବାର ପ୍ରଥମ ସୋପାନ ରଙ୍ଗ ଲଗାଇ ରଙ୍ଗୀନ ହୁଅନ୍ତି l ଚାଲ ସବୁ ଭୁଲିଯିବା, ଦେହରେ ଫଗୁର ରଙ୍ଗ ଲଗାଇ ପ୍ରେମ ରହିବା ଓ ପ୍ରେମ ବାଣ୍ଟିବା l ଦେହ ଓ ମନରେ ଥିବା ଘୃଣା, ରାଗ, ଅହଂକାରର ମଳିକୁ ଫଗୁର ରଙ୍ଗ ଲଗାଇ ଛଡାଇ ଦେବା l ତେବେ ଯାଇ ସିନା ଫଗୁର ରଙ୍ଗ ଦେହରେ କେହି ଲଗାଇବା ପୂର୍ବରୁ ରଙ୍ଗିନ ହେବା l ରଙ୍ଗ ଯେମିତି ଜୀବନକୁ ରଙ୍ଗୀନ କରେ ଠିକ ସେମିତି ରଙ୍ଗ ଲଗାଇ ପୁରା ଦୁନିଆରେ ଶ୍ରେହ୍ନ, ପ୍ରେମ ଓ ଭଲ ପାଇବାର ନିସ୍ଵାର୍ଥପର ନୂଆ ଜୀବନ ଆରମ୍ଭ କରିବା l

- Advertisement -

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles