5ଟି ପର୍ଯାୟରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ….

- Advertisement -

ଭୁବନେଶ୍ୱର : ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ 5 ଟି ପର୍ଯ୍ୟାୟରେ ହେବ l ଡିସେମ୍ବର 27ରୁ ଫେବ୍ରୁଆରୀ 26 ଯାଏଁ ଚାଲିବ ସାଙ୍ଗଠନିକ ନିର୍ବାଚନ l ସାଙ୍ଗଠନିକ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ ଦେବଙ୍କୁ ନିଯୁକ୍ତି ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ l ବର୍ତ୍ତମାନ ସୁଦ୍ଧା 33 ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ବ୍ଲକ ଓ ନଗରାଞ୍ଚଳ ସହାୟକ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି l ଡିସେମ୍ବର ୨୭ରୁ ଜାନୁଆରୀ ୧୩ ଯାଏଁ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ଗ୍ରାମପଞ୍ଚାୟତ ସଭାପତି ସହ କମିଟି ସଭ୍ୟ ଏବଂ ନଗରାଞ୍ଚଳ ୱାର୍ଡ ସଭାପତି ସହ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ଜାନୁଆରୀ ୧୪ ରୁ ୨୯ ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକ୍ ସଭାପତି ସହିତ ବ୍ଲକ୍ କମିଟି ସଭ୍ୟ, ଏନଏସି ସଭାପତି ସହ ଏନଏସି କମିଟି ସଭ୍ୟ, ମ୍ୟୁନିସିପାଲିଟି ସଭାପତି ସହ ମ୍ୟୁନିସିପାଲିଟି କମିଟି ସଭ୍ୟ, ମହାନଗର ନିଗମ ସଭାପତି ସହ ମହାନଗର ନିଗମ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜାନୁଆରୀ ୩୦ ରୁ ଫେବୃଆରୀ ୧୫ ତୃତୀୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ସହିତ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୧୬ରୁ ୧୮ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ । ୨୩ ଫେବୃଆରୀରୁ ୨୬ ପର୍ଯ୍ୟନ୍ତ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 7ଥର ସଭାପତି ଭାବେ ନିର୍ବାଚିତ ହେବେ l ତେବେ ଦଳର ଅନ୍ୟ ସାଙ୍ଗଠନିକ ପଦରେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯିବ l ପ୍ରଥମ ଥର ଲାଗି ଜଣକୁ କାର୍ଯ୍ୟକାରୀ ସଭାପତି କରାଯିବ ବୋଲି ଚର୍ଚ୍ଚା ହେଉଛି l ଏପ୍ରକ୍ରିୟା ଏବେ ଦଳରେ ଆରମ୍ଭ ହୋଇଯାଇଛି l ସେହିପରି ତୃଣମୂଳ ସ୍ଥଳରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ପୁରା ରଣନୀତି ପ୍ରସ୍ତୁତ କରିଛି ଦଳ l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles