୧୦ମ ବ୍ୟାସ ମିଡିଆ କପ୍ କ୍ରିକେଟ , ପ୍ରସ୍ତୁତି ବୈଠକ

- Advertisement -

ବ୍ୟାସନଗର: ଯାଜପୁର ଜିଲ୍ଲାର ଏକ ଅଗ୍ରଣୀ ସଂଗଠନ ଭାବରେ ପରିଚିତ ବ୍ୟାସନଗର ପ୍ରେସ୍ ଫୋରମ୍ ର ୧୦ମ ବାର୍ଷିକ କ୍ରିକେଟ୍ ଖେଳ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ମଧ୍ୟାହ୍ନରେ ଫୋରମ୍ ଅଫିସଠାରେ ଏହା ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷ ମାନଙ୍କରେ ଯେପରି ଧୂମଧାମରେ ଓ ସୌହାର୍ଦ୍ଦପୂର୍ଣ୍ଣ ଭାବରେ ପରିଚାଳିତ ହୋଇଯାଇଛି,ସେହିପରି ଭାବେ ଆଗାମୀ ଖେଳକୁ କିପରି ଆହୁରି ସୁନ୍ଦର ଭାବରେ ପରିଚାଳିତ କରିହେବ ତାହା ଆଲୋଚନା ହୋଇଥିଲା । ଆଗାମୀ ନଭେମ୍ବର ମାସ ୧୬ ଓ ୧୭ ତାରିଖରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେବେ ବୋଲି ସୂଚନା ଦିଆଯାଇଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହା ଏକ ଅଫିସିଆଲ୍ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ, ଏହି ଟୁର୍ଣ୍ଣାମେଣ୍ଟଟି କେବଳ କାରଖାନା, ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ,ଓକିଲ ସଂଘ ଓ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ଯରେ ଅନୁଷ୍ଠିତ ହୋଇଥାଏ । ଫୋରମ୍ ର ସଭାପତି ଅଭୟ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଉଦୟ ନାଥ ଖଣ୍ଡାଇ,ଉପଦେଷ୍ଟା ପିତବାସ ଭୁୟାଁ,କାର୍ଯ୍ୟକାରୀ ସଭାପତି ପ୍ରକାଶ ରାଉତ, ଉପ-ସଭାପତି ଆଷୁତୋଶ ମିଶ୍ର, ସହ-ସମ୍ପାଦକ ଦୟାନିଧି ନାୟକ,କୋଷାଧ୍ୟକ୍ଷ ଅଜୟ କୁମାର ସାହୁ,ଜ୍ଞାନରଞ୍ଜନ୍ ଓଝା, ମାନଶ ଆଏଚ, ଚିତ୍ତରଞ୍ଜନ ବୋଇତାଇ, ଦୀପକ କୁମାର ଦାସ,ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles