ହାତୀ ଆକ୍ରମଣରେ ୨ ମୃତ ଦୁଇ ଆହତ

- Advertisement -

ବ୍ୟାସନଗର  : ଆଜି ସନ୍ଧ୍ୟାରେ ସ୍ଥାନୀୟ ଶଂଖଚିଲା କୁ ଏକ ବଣୁଆ ହାତୀ  ପଶିଆସିବା ସହ ବହୁ ଧନ ଜୀବନ ନଷ୍ଟ କରିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ବନ ଅଞ୍ଚଳରୁ ପଶିଆସିଥିବା ଏକ ବଣୁଆ ହାତୀ ଦିନ ତମାମ ବ୍ରାହ୍ମଣୀ ନଦୀ ଅଞ୍ଚଳରେ ବୁଲି ବୁଲି ସନ୍ଧ୍ୟା ସମୟରେ ଶଂଖଚିଲା ଗାଁ ଭିତରକୁ ପଶିଆସିଥିଲା । ଗାଁ ଲୋକେ ହାତୀଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଲୋକଙ୍କ କୋଳାହଳରେ ହାତୀଟି ଉତକ୍ଷିପ୍ତ ହୋଇ ଗାଁ ଭିତରକୁ ପଶିଆସିଥିଲା । ଫଳରେ ହାତୀ ସମ୍ପର୍କରେ ଅଜ୍ଞ ଥିବା ଗୋଡିପାଟଣା ର ଈଶ୍ବର ଚନ୍ଦ୍ର ଦାଶ(୫୫)ଓ ଚିନ୍ତାମଣି ରାମ୍ (୬୦) ଙ୍କୁ ଦଳିଆ ଦେଇଥିଲା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉଜଣଙ୍କୁ ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଛି । ଏଥିସହ ହାତୀ ଆକ୍ରମଣରେ ରାଧାପାଟଣା ଗାଁର ମନୋରଞ୍ଜନ ପରମାଣିକ (୩୧) ଓ ଗୁରୁସାହିର ପବନା ଗୁରୁ (୫୫) ଗୁରୁତର ଆହତ ହୋଇଛନ୍ତି । ହାତୀକୁ ଘଉଡାଇବାକୁ ବନବିଭାଗ ତରଫରୁ ପ୍ରୟାସ ଜାରି ରହିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles