ସନ୍ଧ୍ୟା ୫ଟାରୁ ବିଭିନ୍ନ ଧ୍ବନୀରେ ପ୍ରକମ୍ପିତ ହେଲା ସାରା ଅଞ୍ଚଳ ।

- Advertisement -

ବ୍ୟାସନଗର : ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କରୋନା (କୋଭିଡ୍ – ୧୯) । ଏହାର ମୁକାବିଲା ପାଇଁ ଆଜି ସଖାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଆହ୍ୱାନ ଦିଆଯାଇଥିଲା ଜନତା କର୍ଫ୍ଯୁ । ଏହାକୁ ସମଗ୍ର ଯାଜପୁର ଜିଲ୍ଲା ବାସୀ ପାଳନ କରିଛନ୍ତି । ସାଧାରଣତଃ କୌଣସି ଦଳୀୟ କିମ୍ବା ରାଜନୈତିକ ଅବରୋଧ ସମୟରେ ପ୍ରାୟ ସ୍ବାଭାବିକ ଭାବେ ଜନ ଜୀବନ ଚାଲୁଥିବା ସ୍ଥଳେ ଆଜି କିନ୍ତୁ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଜି ରବିବାର ଛୁଟି ଦିନ ଥିବା ସତ୍ତ୍ବେ ଲୋକମାନେ ନିଜ ନିଜ ଘରେ ରହିଥିଲେ । ଏପରିକି ସରକାରୀ ଘୋଷଣା ମୁତାବକ ଅତ୍ଯାବଶ୍ଯକ ଜିନିଷ ଯେପରି ସଉଦା, ପରିବା, କ୍ଷୀର  ଦୋକାନ ମଧ୍ୟ ବନ୍ଦ ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସାଧାରଣ ଜନତା ସ୍ବତ୍ତପ୍ରବୃତ ଭାବେ ପାଳନ କରିବା ସହ ସନ୍ଧ୍ୟା ୫ଟା ଠାରୁ ବହୁ ସମୟ ଧରି ବିଭିନ୍ନ ପ୍ରକାରର ଧ୍ବନୀରେ ସ୍ଥାନୀୟ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ଲୋକମାନେ ନିଜ ଘର ବାହାରକୁ ଆସି ଶଂଖ , ଘଣ୍ଟି , ଘଣ୍ଟ ବଜାଇବା ସହ ତାଳି ମାରିଥିଲେ । ଆଗାମୀ ଦିନ ମାନଙ୍କରେ ମଧ୍ୟ ମହାମାରୀକୁ ପ୍ରତିହତ କରିବା ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରତିଶତିବଦ୍ଧ ବୋଲି ବୁଦ୍ଧିଜୀବି ମହଲରୁ ପ୍ରକାଶ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles