- ଯାଜପୁର : ଆଜି ମଇ ମାସ ୧ ତାରିଖ ଶ୍ରମିକ ଦିବସ। କିନ୍ତୁ ଶ୍ରମିକ ମାନଙ୍କ ମଧ୍ୟରେ ଖୁସି ବଦଳରେ ମନରେ ଭରିଛି ଶଙ୍କା ।ଇସ୍ପାତ ହବ୍ ହେବାକୁ ଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶ୍ରମିକ ମାନେ ଭୋକ ଉପାସରେ କାଟୁଛନ୍ତି ଦିନ । କରୋନା ଲକଡାଉନ୍ ଓ ସଟଡାଉନ୍ ଉଜାଡି ଦେଲାଣି ସବୁ କିଛି ।କଞ୍ଚାମାଲ୍ ର ଅଭାବ ଦର୍ଶାଇ ନୀଳାଚଳ ଇସ୍ପାତ ନିଗମ ବନ୍ଦ ରଖିଥିବା ବେଳେ ପ୍ରାୟ ଦୁଇ ରୁ ଅଧିକ ମାସର ଦରମା ବକେୟା ରଖିଛି । ମେସ୍କୋ ଷ୍ଟିଲ୍ର ମଧ୍ୟ କୌଣସି ପାଉଣା ନ ଦେଇ ତାର ଅଧିକାଂଶ ଶ୍ରମିକଙ୍କୁ ଛଟେଇ କରିଦେଇଛି ।ସେହିପରି ମୈଥାନ ଇସ୍ପାତ କର୍ମଚାରୀ ମାନଙ୍କୁ ଚକମା ଦେଇ ଚାଲିଯାଇଛି ।ସେହିପରି ଏହି ଅଞ୍ଚଳରେ ଥିବା ଅନେକ କାରଖାନା କର୍ତ୍ତୃପକ୍ଷ କରୋନା ଆଳରେ ଶ୍ରମିକ ମାନଙ୍କ ପ୍ରତି ବୈମାତୃକ ହୋଇଛନ୍ତି ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ କୌଣସି କର୍ମଚାରୀଙ୍କୁ କୌଣସି ସଂସ୍ଥା ଛଟେଇ କରିପାରିବେ ନାହିଁ କିମ୍ବା କର୍ମଚାରୀଙ୍କ ଦରମା ବନ୍ଦ କରିପାରିବେ ନାହିଁ । କିନ୍ତୁ କୌଣସି ସଂସ୍ଥା ଏହି ନିୟମକୁ ପାଳନ କରିବାକୁ ଯେପରି ନାରାଜ୍ ।ଏଥିପ୍ରତି ସରକାର ଦୃଷ୍ଟି ନଦେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାମ କରୁଥିବା ହଜାର ହଜାର ସଂଖ୍ୟକ ଶ୍ରମିକଙ୍କ ପରିବାର ଦୁର୍ଦ୍ଦଶା ମଧ୍ୟରେ ଗତି କରିବେ । ସହ ସମ୍ପାଦକ bignewsodisha .