ରେଳବାଇ ସାଇଡିଂରେ ପଡିରହିଛି ଲକ୍ଷାଧିକ ଟଙ୍କାର ସିମେଣ୍ଟ ।

- Advertisement -

ବ୍ୟାସନଗର : କରୋନା ପାଇଁ ଦୀର୍ଘ ଦିନ ହେବ ସାରା ରାଜ୍ୟରେ ଚାଲିଛି ଲକଡାଉନ୍ ।ଏହି ପରିସ୍ଥିତିରେ ସରକାରଙ୍କ ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଛି ।ତେଣୁ ରେଳବାଇ ସାଇଡିଂରେ କାମ କରୁଥିବା ସହସ୍ରାଧିକ ଖଲାସି ବର୍ତ୍ତମାନ କାମକୁ ଆସୁନାହାନ୍ତି । ଫଳରେ ଦୀର୍ଘ ଦିନ ହେବ ଲକ୍ଷାଧିକ ଟଙ୍କାର ସିମେଣ୍ଟ ଖୋଲା ଆକାଶ ତଳେ ପାଲ ବନ୍ଧା ହୋଇ ପଡିରହିଛି ।ସରକାର ଇତିମଧ୍ୟରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଇଥିଲେ ମଧ୍ୟ ଲୋଡିଂ ଶ୍ରମିକ ଓ ପରିବହନ ଲାଗି  ଆବଶ୍ୟକ ହେଉଥିବା ଟ୍ରକ୍ ଅଭାବ କାରଣରୁ ଏସବୁ ପଡିରହିଛି । ଦୀର୍ଘ ଦିନ ଧରି ପଡି ରହିବା କାରଣରୁ କିଛି ଦୁର୍ବୃତ୍ତ ମଧ୍ୟ ଏହାର ଫାଇଦା ନେବାରେ ଲାଗିଛନ୍ତି । ଢଙ୍କା ଯାଇଥିବା ପାଲକୁ କାଟି ସେଥି ମଧ୍ୟରୁ ନେଇଯାଉଥିବା ନଜରକୁ ଆସୁଛି ।ଏହା ଫଳରେ ସିମେଣ୍ଟ ଆମଦାନୀ କରୁଥିବା ବିଭିନ୍ନ ସଂସ୍ଥା କ୍ଷତିର ଶିକାର ହେଉଛନ୍ତି ।ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହେଉଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles