ଯାଜପୁର ଜିଲ୍ଲା ଲେଖିକା ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ।

- Advertisement -

ବ୍ୟାସନଗର: ସ୍ଥାନୀୟ ଉତ୍ସବ ପ୍ଯାଲେସ ଠାରେ ଯାଜପୁର ଜିଲ୍ଲା ଲେଖିକା ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ସଂସଦର ସଭାପତି ବିଦ୍ଯୁତଲତା ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପିପିଲି ମହାବିଦ୍ୟାଳୟର ମନସ୍ତତ୍ତ୍ବବିତ୍ ଡ଼.ପ୍ରତିଭା ମହାରଥୀ ମୂଖ୍ୟ ବକ୍ତା ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ବସନ୍ତ ମିଶ୍ର ଯୋଗଦେଇଥିଲେ । ସଂସଦର ସମ୍ପାଦିକା ବ୍ରଜେଶ୍ବରୀ ସିଂ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶକୁନ୍ତଳା ଦାଶଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ଉପସ୍ଥିତ ଥିବା ବହୁ ଲେଖିକା ଓ କବୟତ୍ରି ମାନେ କବିତା ପାଠ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles