ଯାଜପୁରରେ ନକଲି ଟଙ୍କା ରାକେଟ ସକ୍ରିୟ , ପୁଲିସ୍ ଜାଲରେ ୬

- Advertisement -

ବ୍ୟାସନଗର : ବହୁ ଦିନର ବ୍ଯବଧାନ ପରେ ପୁଣି ସକ୍ରିୟ ହେଉଛି ନକଲି ଟଙ୍କା କାରବାର । ମିଳିଥିବା ସୂଚନା ମୁତାବକ ଗତକାଲି  ଯାଜପୁର ରୋଡ ପୋଲିସ୍ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସବ୍ ଇନିସପେକ୍ଟର ଜି.ଡି.ନାୟକ ସଦଳବଳେ ଚଢାଉ କରି  ଦାନଗଦି ହାଟରୁ ନକଲି ଟଙ୍କା କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ତଲାସୀ ସମୟରେ ଉଭୟଙ୍କ ନିକଟରୁ ୬୫୦୦୦ ର ନକଲି ଟଙ୍କା ଜବତ ହୋଇଥିଲା । ଥାନାକୁ ଆଣି ଜେରା କରିବା ପରେ ଆଉ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ (୨୦୦୦,୫୦୦,୨୦୦ ଟଙ୍କିଆ) ମୋଟ ୪ଲକ୍ଷ ୭୭ ହଜାର ନକଲି ଟଙ୍କା ଜବତ୍ ହୋଇଛି । ତାହା ସହ ଏକ କଲର୍ ପ୍ରିଣ୍ଟର, ପେପର କଟର୍ , ସ୍କେଲ୍, କିଛି ପେପର୍, ତିନୋଟି ମୋବାଇଲ ଏବଂ ଦୁଇଟି ମୋଟର ସାଇକେଲ ଜବତ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଯାଜପୁର ଟାଉନ୍, ମଙ୍ଗଳପୁର ଥାନା ଅଧିନସ୍ଥ ଛଞ୍ଚିଣା ଗ୍ରାମର ଅର୍ଜୁନ ବଳ ଙ୍କ ପୁଅ ଚନ୍ଦନ ବଳ (୩୫),ଯାଜପୁର ରୋଡ୍ ଥାନା, ଦାନଗଦିର ବାଇଧର ସେଠି ଙ୍କ ପୁଅ ବିପିନ ସେଠି(୨୩),ମାନପୁର ଗାଁ ର ନୀଳମାଧବ ଦାସ ଙ୍କ ପୁଅ ମନୋଜ ଦାସ (୩୧),ଧପଙ୍କି ଗାଁ ର ଜଟେଶ୍ବର ଯେନା ଙ୍କ ପୁଅ ତପନ ଯେନା (୨୬),ଢେଙ୍କାନାଳ ଜିଲ୍ଲା ଭୁବନ ଗାଁ ର ସନତ ସାହୁ ଙ୍କ ପୁଅ ଅଜୟ କୁମାର ସାହୁ (୨୪)ଓ ପିତବାସ ପାତ୍ର ଙ୍କ ପୁଅ ମାୟାଧର ପାତ୍ର (୬୪) ।ଏ ସମସ୍ତ ଅଭିଯୁକ୍ତ ଦାନଗଦି ସହ ଭୁବନ, ସାଲେପୁର, ଭଦ୍ରକ ଓ ଭୁବନେଶ୍ବର ଅଞ୍ଚଳରେ ଏହି ନକଲି ଟଙ୍କା କାରବାର କରୁଥିବା ସ୍ବୀକାର କରିଥିଲେ । ପୋଲିସ୍ ଥାନା କେସ୍ ନଂ ୫୬ / ୧୧|୦୨|୨୦୨୦ ମାମଲା ରୁଜୁ କରିଧାରା ୪୮୯ କ, ୪୮୯ ଖ, ୪୮୯ ଗ, ୪୮୯ ଘ, ୪୮୯ ଙ ଓ ଧାରା ୩୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଗତ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କଳାପ ବୃୃଦ୍ଧି ପାଇବାରେ ଲାଗିଛି , ଯାହା ପୋଲିସ ପାଇଁ ମୁଣ୍ଡ ବ୍ଯଥାର କାରଣ ସାାଙ୍ଗକୁ ଏକ ଚ୍ଯାଲେଞ୍ଜ ପାଲଟିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles