ମଉଳି ଗଲା ଶେଷ ଆଶା, ଆଇସିୟୁ ରେ ନିଳାଚଳ ।

- Advertisement -

କଳିଙ୍ଗନଗର : ଯାଜପୁର ଜିଲ୍ଲା କଳିଙ୍ଗନଗରେ ଅବସ୍ଥାପିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବୋଲାଉଥିବା ଏକ ମାତ୍ର ଶିଳ୍ପ ସଂସ୍ଥା ନୀଳାଚଳ ଇସ୍ପାତ ନିଗମର ପୁଣି ଏକ ୟୁନିଟ୍ କୁ ଚକ୍ରାନ୍ତ କରି ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ଗତ ୨୦୧୯ ମସିହା ମଇ ମାସରେ ଉତ୍ପାଦନ ଜନିତ କ୍ଷତି ଓ ଆବଶ୍ୟକ କଞ୍ଚାମାଲ ଅଭାବ ଦର୍ଶାଇ ଇସ୍ପାତ ଉତ୍ପାଦନ କରୁଥିବା ଫରନେସ୍ କୁ ବନ୍ଦ କରାଯାଇଥିଲା । କିନ୍ତୁ ଏସିଆ ମହାଦେଶରେ ସୁନାମ ଅର୍ଜନ କରିଥିବା କୋକ୍ ଓଭେନ୍ କୁ ଚାଲୁ ରଖାଯାଇଥିଲା । ମୂଖ୍ୟ ଫରନେସ୍ ଚାଲୁ ହେବା ନେଇ ଶ୍ରମିକଙ୍କ ମହଲରେ ଆଶଙ୍କା ଦେଖାଦେବାରୁ କିଛି ଶ୍ରମିକ ଭି.ସି.ଏମ୍.ଡି.ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଏହାର ଉପଯୁକ୍ତ ଉତ୍ତର ଦେଇନଥିଲେ । ଏଣୁ ସମସ୍ତ କର୍ମଚାରୀ ସଂଘ ଓ କର୍ମଚାରୀ ଏ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ଧରି ମୂଖ୍ୟ ଫାଟକ ଆଗରେ ଧାରଣା ମଧ୍ୟ ଦେଇ ଆସୁଥିଲେ । ଇତିମଧ୍ୟରେ କରୋନାର ନିୟମ ପାଳନ କରିବାକୁ ଯାଇ ଧାରଣାକୁ ସ୍ଥଗିତ କରାଯାଇଥିଲା । ଯାହାର ସୁଯୋଗ ନେଇ କିଛି ନ୍ଯସ୍ଥ ସ୍ବାର୍ଥ ଧଳାହତୀ ମାନେ ଆଜି ସକାଳୁ କର୍ମଚାରୀ ମାନଙ୍କ ଶେଷ ଆଶା ସାଜିଥିବା କୋକ୍ ଓଭେନ୍ କୁ ବନ୍ଦ କରି ଦିଆଯାଇଛି । ଏ ନେଇ କର୍ମଚାରୀ ମହଲରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଲେଇ କପାଳକୁ ସିକା ଛିଣ୍ଡିବା ପରି , କରୋନା କଟକଣା କର୍ମଚାରୀଙ୍କ ଶେଷ ଆଶା ଟିକକକୁ ମଧ୍ୟ କ୍ଷୀଣ କରିଦେଲା । ଏଥିସହ କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ହଜାର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି । ଏଠାରେ ଉଲ୍ଲେଖ ଯେ,ଗତ ଦୁଇ ମାସରୁ ଉର୍ଦ୍ଧ୍ବ ଦିନ ହେବ କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କୁ ମାସିକ ଦରମା ପ୍ରଦାନ କରିନଥିବା ସହ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ମେଡିକାଲ୍ ଖର୍ଚ୍ଚ, ଦୀର୍ଘ ତିନି ବର୍ଷ ହେବ ବୋନସ୍ ରୁ ବଞ୍ଚିତ କରିଛନ୍ତି । ଏ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ରହିଛି । ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ସପରିବାରେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ଯ ହେବେ ବୋଲି କିଛି କର୍ମଚାରୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles