ଭକ୍ତଙ୍କୁ ଦର୍ଶନ ଦେବେ ଚନ୍ଦ୍ରଘଣ୍ଟା ବେଶରେ

- Advertisement -

ଯାଜପୁର : ଆଜି ଯାଜପୁରର ଅଧୀଷ୍ଠାତ୍ରି ଦେବୀ ମାଁ ବିରଜା ଭକ୍ତଙ୍କୁ ଦର୍ଶନ ଦେବେ ଚନ୍ଦ୍ରଘଣ୍ଟା ବେଶରେ । ପ୍ରଚଳିତ ପ୍ରଥା ଅନୁଯାୟୀ ମାଁ ବିରଜାଙ୍କ ପଞ୍ଚମୀ ତିଥିରେ ମାଁ ଙ୍କୁ ଏହି ବେଶରେ ସଜ୍ଜିତ କରାଯାଏ । ଏଥିସହିତ ମାଆଙ୍କ ନିକଟରେ ପଞ୍ଚମୀ ହୋମ ମଧ୍ୟ ହୋଇଥାଏ ।ଆଜି ଦିନର ଏକ ଭିନ୍ନ ବିଶେଷତ୍ବ ଥିବାରୁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗିଛି । ମନ୍ଦିରରେ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପ୍ରଶାସନ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ପୋଲିସର ବ୍ଯବସ୍ଥା କରାଯାଇଛି ।ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ମଧ୍ୟ ସୁ ବନ୍ଦୋବସ୍ତ କରାଯାଅଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles