ତିନି ଅଙ୍କ ଧରିଲା ରାଜ୍ୟ କରୋନା ଆକ୍ରାନ୍ତ ସଂଖ୍ୟା ।

- Advertisement -

ରାଜ୍ୟ ସରକାର ବଢାଇବେ କି ଲକଡାଉନ୍  ?

ବ୍ଯୁରୋ  : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେତେ କଡା ପଦକ୍ଷେପ ନେଉଥିଲେ ମଧ୍ୟ ରୋକ୍ ଲାଗି ପାରୁନାହିଁ ଆକ୍ରାନ୍ତ ସଂଖ୍ୟା ଉପରେ ।କେଇ ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ସିମିତ ଥିବା ବେଳେ ଆଜି ଏହି ସଂଖ୍ୟା ତିନି ଅଙ୍କରେ ପହଞ୍ଚି ୧୦୩ ଛୁଇଁଛି ।ଏଇ କିଛି ଦିନ ହେବ ପଶ୍ଚିମ ବଙ୍ଗ ଫେରନ୍ତା ବଢାଇଥିଲା ବାଲେଶ୍ବର, ଭଦ୍ରକ ଓ ଯାଜପୁର ର ଚିନ୍ତା । ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସବୁ ଜିଲ୍ଲା ମାନଙ୍କରେ ଗତ ୨୩ ତାରିଖ ରାତି ୧୦ ଟା ଠାରୁ ୬୦ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଥିଲେ ।ଏହି ସମୟରେ ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପରେ ଆଜି ସଖାଳୁ ସୁନ୍ଦରଗଡରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ରାଜ୍ୟରେ ୨୨୮୧୬ ଜଣ ବ୍ୟକ୍ତିଙ୍କର ରାପିଡ୍ ଟେଷ୍ଟ ହୋଇଥିବା ବେଳେ ୪୯୭୫ ଜଣ ବ୍ୟକ୍ତିଙ୍କର ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୧୦୩ ଜଣ ବ୍ୟକ୍ତିଙ୍କର ପଜିଟିଭ ଥିବା ସୂଚନା ।ଇତିମଧ୍ୟରେ କେନ୍ଦ୍ର ସରକାର ଲକଡାଉନ୍ କୁ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି । ଏପରି ସ୍ଥଳେ ଓଡିଶାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି  ଲକଡାଉନ୍ ଅବଧିକୁ ନେଇ ସାଧାରଣରେ ବିଭିନ୍ନ ଆଶଙ୍କା ଦେଖାଦେଇଛି । ଏପରି ପରିସ୍ଥିତିରେ ରାଜ୍ୟ ସରକାର ଲକଡାଉନ୍ ସମୟ ସୀମା ବଢାଇ ପାରନ୍ତି ବୋଲି ସାଧାରଣରେ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles