ଡାଳୁଅ ପାଇଁ କାନସିରି ପାଇଲା ପାଣି

- Advertisement -

ବ୍ୟାସନଗର: ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ପୌରାଞ୍ଚଳରେ ବିଭିନ୍ନ ଯୋଜନା ର ଶିଳାନ୍ଯାଶ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।ଏହି ଅବସରରେ ଯାଜପୁର ର ବିଧାୟକ ଶ୍ରୀଯୁକ୍ତ ପ୍ରଣବ୍ ପ୍ରକାଶ ଦାସ୍ ଙ୍କୁ ନିମନ୍ତ୍ରଣ କରାଯାଇଥିଲା ।କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନଥିଲେ ।ହେଭିୱେଟ୍ ନେତା ଭାବେ ସାରା ଓଡ଼ିଶାରେ ପରିଚିତ ନେତାଙ୍କୁ ସ୍ବାଗତ କରିବା ପାଇଁ ପୌରପରିଷଦ ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପାରମ୍ପରିକ ବାଦ୍ୟ ସହ ଡିଜେ ଓ ବାଣର ବ୍ଯବସ୍ଥା କରଥିଲେ ।ବବି ବାବୁ ନ ଆସିବା ଖବରରେ ଉତ୍ସାହିତ ଥିବା ବବି ପ୍ରେମିଙ୍କ ମଧ୍ୟରେ ନୈରାଶ୍ଯ ଭାବେ ପରିଲକ୍ଷିତ ହୋଇଥିଲା । କିନ୍ତୁ କୋରାଇ ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ବଳଙ୍କ ସମର୍ଥକ ତଥା ଅଶୋକ ପ୍ରେମିଙ୍କ ଉତ୍ସାହ ଅଧିକ ପରିଲକ୍ଷିତ ହୋଇଥିଲା ।କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଟୁପୁରୁ ଟାପର ଶୁଣିବାକୁ ମିଳିଥିଲା , ଡାଳୁଅ ପାଇଁ କାନସିରି ପାଇଲା ପାଣି । କାରଣ ଯେଉଁ ଭବ୍ଯ ସ୍ବାଗତ ଆୟୋଜନ କରାଯାଇଥିଲା ତାହା କେବଳ ହେଭି ୱେଟ୍ ବବିଙ୍କୁ ଖୁସି କରିବାଲାଗି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles