ଜନତା କର୍ଫ୍ଯୁ କୁ ସମର୍ଥନ କଲେ ଯାଜପୁର ରୋଡ ବାସୀ ।

- Advertisement -

ବ୍ୟାସନଗର  : ମହାମାରୀର ରୂପ ନେଇଥିବା କରୋନା ସଂକ୍ରମଣକୁ ରୋକିବା ଉଦେଶ୍ଯରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଆଜି ଦିନଟିକୁ ଜନତା କର୍ଫ୍ଯୁ ଘୋଷଣା କରିଥିଲେ ସରକାର । ଏହାକୁ ବିଭିନ୍ନ ରାଜ୍ୟ ସମର୍ଥନ କରିବା ସହ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଆଜି ଯାଜପୁର ରୋଡ ଅଞ୍ଚଳରେ ଏହାକୁ ସାଧାରଣ ଜନତା ସ୍ବତ୍ତପ୍ରବୃତ ଭାବେ ପାଳନ କରିଛନ୍ତି । ଏଠାରେ ସମସ୍ତ ଦୋକାନ ବଜାର ବନ୍ଦ ସହ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଏଠାରେ ଭିନ୍ନ ଏକ ଦୃଶ୍ୟ ପରିଲକ୍ଷିତ ହୋଇଛି । ସ୍ଥାନୀୟ ଗୋପବନ୍ଧୁ ଛକ ଲେବୁଲ କ୍ରସିଂ ଯେଉଁଠାରେ ସଖାଳୁ ଅଧିକ ଗହଳି ହୁଏ ,କାରଣ ପ୍ରତିଦିନ ସେହିଠାରେ ଦିନ ମଜୁରୀଆମାନେ ଏକତ୍ରିତ ହୋଇଥାନ୍ତି । ଆବଶ୍ୟକତା ଅନୁସାରେ ସ୍ଥାନୀୟ ଜନସାଧାରଣଙ୍କ କାମ ପାଇଁ ଯାଇଥାନ୍ତି । ସାଧାରଣତଃ ରବିବାରରେ ମାଛ,ମାଂସ ଦୋକାନରେ ଭିଡ ପରିଲକ୍ଷିତ ହୁଏ , କିନ୍ତୁ ଜନତା କର୍ଫ୍ଯୁ କାରଣରୁ ସେଗୁଡିକ ମଧ୍ୟ ଆଂଶିକ ବନ୍ଦ ପରିଲକ୍ଷିତ ହୋଇଛି । ଏପରିକି ପରିବା ଦୋକାନ ସହ ଦୈନିକ ପରିବା ବଜାର ମଧ୍ୟ ଖାଁ ଖାଁ ଦେଖାଦେଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles