ଗାଡି ଚାଳକଙ୍କୁ ସଡକ ସୁରକ୍ଷା ସଚେତନ କଲା ପୋଲିସ

- Advertisement -

ବ୍ୟାସନଗର: ଆଜି ସ୍ଥାନୀୟ ଚୋରଦା ଛକଠାରେ ଯାଜପୁର ପୋଲିସ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଡି ଚାଳକଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସଚେତନତାର ବାର୍ତ୍ତା ଦିଆଯାଇଛି । ଯାଜପୁର ପୋଲିସ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣସିଂ ମୀନା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ମୀନା ଗାଡି ଚାଳକଙ୍କୁ ଗାଡି ଚାଳନା ସମୟରେ ଗାଡିର ବୈଧ କାଗଜପତ୍ର ତଥା ନିଜର ଲାଇସେନ୍ସ ରଖିବା ଏବଂ ମଟରସାଇକଲ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ପାଇଁ ପ୍ରବର୍ତ୍ତାଇଥିଲେ । ଏଥିସହ ହେଲମେଟ୍ ପିନ୍ଧି ମଟରସାଇକଲ ଚଳାଉଥିବା ବ୍ୟକ୍ତିଙ୍କୁ ଉପହାର ସ୍ବରୂପ ବିଭିନ୍ନ ଚାରା ବଣ୍ଟନ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ସମସ୍ତ ଜନ ସାଧାରଣଙ୍କୁ ସରକାରଙ୍କ ତରଫରୁ ଦିଆଯାଇଥିବା ଅବଧି ମଧ୍ୟରେ ନିଜ ନିଜର ଆବଶ୍ୟକ ଗାଡି କାଗଜପତ୍ର କରାଇନେବା ପାଇଁ ପରାମର୍ଶ ଦେଇଥିଲେ । ଏହା ଛଡା ୧୮ବର୍ଷରୁ କମ୍ ପିଲାଙ୍କୁ ଗାଡି ଚଳାଇବାକୁ ବାରଣ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles