କଠୋର ହେଉଛି ଜିଲ୍ଲା ପ୍ରଶାସନ ।ଜାରି କଲା ନୁଆ ନିୟମ ।

- Advertisement -

କୋରାପୁଟ : ମହାମାରୀ କରୋନାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ପୁଣି ଜାରି କରିଛି ନୁଆ ନିୟମ । କରୋନା (କୋଭିଡ୍-୧୯)ର କୌଣସି ପ୍ରତିଷେଧକ ବା ଔଷଧ ନଥିବା ହେତୁ ସାମାଜିକ ଦୂରତା ହିଁ ଏକମାତ୍ର ଉପାୟ । ଏହି ସାମାଜିକ ଦୂରତା ରକ୍ଷା ପାଇଁ ଯଥା ସମ୍ଭବ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଛି ।ପ୍ରଶାସନର ନୁଆ ନିୟମ ଅନୁଯାୟୀ ଜିଲ୍ଲାର ସମସ୍ତ ଅତ୍ଯାବଶ୍ଯକିୟ ସାମଗ୍ରୀ ଦୋକାନ ଗୁଡ଼ିକ ପ୍ରଶାସନ ଦ୍ବାରା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ଖୋଲାଯିବ ।ସଂକ୍ରମଣ ରୋଗ ଆଇନ ୧୮୯୭ ଓ ଓଡିଶା କୋଭିଡ୍-୧୯ ନିୟନ୍ତ୍ରଣ ୨୦୨୦ ଅନୁଯାୟୀ ଜିନିଷର ବିକ୍ରି ସମୟରେ ଦୋକାନୀ ମାନେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ । ଆଇନ ଅମାନ୍ଯକାରୀ ସଂପୃକ୍ତ ଦୋକାନୀ ଓ ଗ୍ରାହକଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।ପ୍ରଶାସନ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ହାଟ ବା ବଜାରରେ ଏହି ସାମାଜିକ ଦୂରତା (ଅନୁନ୍ଯ ୧ମିଟର)ଅବଲମ୍ବନ ନ କରାଯିବ, ତେବେ ସେହି ହାଟ,ବଜାର ଗୁଡିକୁ ସିଲ୍ କରିଦିଆଯିବ ।ଏଣୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ସକାଶେ ଏହି ନିୟମକୁ କଡା କଡି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles