ଆଉ ଦୁଇ ଘଣ୍ଟା କୋହଳ ହେଲା ସମୟ ସୀମା , ଯାଜପୁର ।

- Advertisement -

ଯାଜପୁର  : ମହାମାରୀ କରୋନା ପାଇଁ ଯାଜପୁର ଜିଲ୍ଲାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଣୁ ସମଗ୍ର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଲକଡାଉନ୍ କୁ ସାଧାରଣରେ କିପରି ପାଳନ କରାଯାଉଛି ଏହାକୁ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ନିଜେ  ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଅଧରାତି ପର୍ଯ୍ୟନ୍ତ ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ନଜରକୁ ଆସୁଛି । ଏ ପରିପ୍ରେକ୍ଷୀରେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ବିକ୍ରି ପାଇଁ ଦୋକାନୀ ମାନଙ୍କୁ ପ୍ରଥମେ ସକାଳ ୭ଟା ଠାରୁ ସକାଳ ୯ଟା ଓ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ କୋହଳ କରାଯାଇଥିଲା । କିନ୍ତୁ ବାସ୍ତବରେ ପ୍ରଶାସନିକ ସ୍ତରରେ ଦିଆଯାଇଥିବା ସମୟ ସୀମା ବିଭିନ୍ନ ଅଞ୍ଚଳର ଜନସଂଖ୍ୟା ଭିନ୍ନ ହେତୁ ପର୍ଯ୍ଯାପ୍ତ ନୁହେଁ । ଏହି କାରଣ ଦର୍ଶାଇ ଯାଜପୁର ରୋଡ୍ ର କିଛି ବ୍ଯବସାୟୀଙ୍କ ସହ ବ୍ୟାସନଗର ପ୍ରେସ୍ ଫୋରମ୍ ଓ ରୋଟାରୀ କ୍ଲବ୍ ଅଫ୍ ଯାଜପୁର ରୋଡ୍ ର ସଭାପତି ତଥା ‘ଓ ‘ ଟିଭି ର ବରିଷ୍ଠ ଏବଂ ଯାଜପୁର ବ୍ୟୁରୋ ଚିଫ୍ ଶ୍ରୀ ଅଭୟ ପତି ଗତକାଲି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏ ସଂପର୍କରେ ଆଲୋଚନା ପରେ ଜିଲ୍ଲାପାଳ ବାସ୍ତବତା ହୃଦୟଙ୍ଗମ କରି ପୂର୍ବରୁ ନିର୍ଦ୍ଧାରିତ ସମୟ ସୀମାକୁ ଆଉ ୨ ଘଣ୍ଟା କୋହଳ କରିଛନ୍ତି । ଆସନ୍ତା କାଲିଠାରୁ ଦୋକାନୀ ମାନେ ସକାଳ ୭ଟା ଠାରୁ ୧୧ଟା ଓ ଅପରାହ୍ନ ୩ଟା ଠାରୁ ୫ଟା ପର୍ଯ୍ୟନ୍ତ ଉପଯୁକ୍ତ ନିୟମ ମାନି କିିିଣାବିକା କରିପାରିବେ । ଆଜି ମିଳିଥିବା ସୂଚନା ଅନୁଯାୟୀ ଜିିଲ୍ଲାର ବିଭିନ୍ନ ସ୍ଥାନରେ ନିିିୟମ ଉଲଙ୍ଘନ କରି ମୋଟ ୧୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ହେବା ସହ ୩୯ଟି ଗାଡି ଜବତ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles