ଅସୁରକ୍ଷିତ ଭାବେ କାମ କରୁଛନ୍ତି ବିଦ୍ଯୁତ ଠିକା କର୍ମଚାରୀ

- Advertisement -

ବ୍ୟାସନଗର  : ସ୍ଥାନୀୟ ପୌରାଞ୍ଚଳରେ ଗତ କିଛିଦିନ ହେବ ଚାଲିଛି  ବିଦ୍ଯୁତ ଖୁଣ୍ଟ ଓ କେବୁଲ୍ ର ନବକଳେବର । ଆଇ.ପି.ଡି.ଏସ୍ ଯୋଜନା ମାଧ୍ୟମରେ ଏହି ଆଧୁନିକୀକରଣ କରାଯାଉଛି । ଏହି କାର୍ଯ୍ୟାଦେଶ କଲିକତାର ଏକ ସଂସ୍ଥା (ଲେଜର୍ ପାବାର୍) କୁ ଦିଆଯାଇଛି ।କିନ୍ତୁ ସେହି ସଂସ୍ଥା ନିଜର ଶ୍ରମିକଙ୍କୁ କାମରେ ନିୟୋଜିତ ନକରି , ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଉକ୍ତ କାମକୁ ପେଟି ଦେଇଦେଇଛି । ଫଳରେ ଦିପଇସା ଲାଭ ପାଇଁ କୁଶଳୀ କର୍ମଚାରୀ ପରିବର୍ତ୍ତେ ସ୍ଥାନୀୟ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି ।ଏଠାରେ ଉଲ୍ଲେଖ କରାଯାଇପାରେ କି ସେମାନଙ୍କୁ ସୁରକ୍ଷା ସାମଗ୍ରୀ ମଧ୍ୟ ଦିଆଯାଉନାହିଁ ।ନିୟୋଜିତ ଶ୍ରମିକ ମାନେ ବିନା ସେଡିରେ ବିଦ୍ଯୁତ ଖୁଣ୍ଟକୁ ଚଢି ବିଦ୍ଯୁତ ସଂଯୋଗ ଓ ରାସ୍ତା ଆଲୁଅ ସଂଯୋଗ କରୁଥିବା ନଜରକୁ ଆସୁଛି ।ଏ ନେଇ ବିଦ୍ଯୁତ ବିଭାଗ କିମ୍ବା ପ୍ରଶାସନ କହାରି ନିଘା ନାହିଁ ।ଏପରି ପରିସ୍ଥିତି ଶ୍ରମିକ ମାନେ କାମ କରିବା ଏକ ଆଲୋଚନାର ବିଷୟ ହୋଇଛି । ଶ୍ରମିକ ମାନଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ସଂପୃକ୍ତ ସଂସ୍ଥା ନୀରବ ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ଏଥିପ୍ରତି ଧ୍ଯାନ ଦେବାପାଇଁ ଉଭୟ ବିଦ୍ଯୁତ ବିଭାଗ ଓ ପ୍ରଶାସନକୁ ନିବେଦନ କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles