ପଦ୍ମ ଛାଡ଼ିବେ ଅଶୋକ : ବଜାଇବେ ଶଙ୍ଖ… !

- Advertisement -

ଭୁବନେଶ୍ବର : ଘଡିକେ ଘୋଡା ଛୁଟୁଛି ବିଜେପୁର ରାଜନୀତିରେ l ପଦ୍ମ ଛାଡି ଶଙ୍ଖ ଫୁଙ୍କିବାକୁ ପ୍ରସ୍ତୁତ ହେଲେଣି l ଯାହା ବିଜେପିକୁ ବଡ ଝଟକା ଲାଗିପାରେ l ବିଜେଡିକୁ ଫେରିବାକୁ ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ ଏବେ ବିଜେପୁର ନିର୍ବାଚନ କର୍ମୀ ସମ୍ମିଳନୀ କରିଛନ୍ତି l ଖୁବଶୀଘ୍ର ସେ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି l ବିଜେପି ତାଙ୍କୁ ଅଣଦେଖା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି l ହେଲେ ବିଜେପି କହିଛି ଦଳ ତାଙ୍କୁ ଅଣଦେଖା କରିନାହିଁ l
2000 ମସିହାରେ ବିଜେଡି ଟିକଟରେ ଥରେ ବିଧାୟକ ହେବାର ସୁଯୋଗ ପାଇଥିବା ଅଶୋକ ଆଉ ନିର୍ବାଚନ ଜିତିପାରିନାହାଁନ୍ତି ।2004ରେ ମଧ୍ୟ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ସୁବଳ ସାହୁଙ୍କ ବିରୋଧରେ ସେ 22 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ । ଏପରିକି ବିଧାୟକ ହେବା ପରେ ସେ ନିଜ ନିର୍ବାଚନମଣ୍ଡଳୀରେ ଲୋକ ସମ୍ପର୍କରେ ରହିଲେ ନାହିଁ । ତେଣୁ 200ରେ ଦଳ ତାଙ୍କୁ ପ୍ରାର୍ଥୀ କଲାନାହିଁ । ନୂଆ ମୁହଁ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ।

2018ରେ ସୁବଳ ସାହୁଙ୍କ ମୃତ୍ୟୁ ପରେ ଦଳ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା । ବିଦ୍ରୋହୀ ଭୂମୀକାରେ ଥିବା ଅଶୋକ ସେ ସମୟରେ ବିଜେପି ଶିବିରେ ଯୋଗ ଦେଇ ପ୍ରାର୍ଥୀ ହେଲେ । କିନ୍ତୁ ରୀତାଙ୍କ ବିରୋଧରେ 42 ହଜାର ଭୋଟ ବ୍ୟବଧାନରେ ହାରିଗଲେ । ତେଣୁ ଆଉ ଅଶୋକଙ୍କ ଉପରେ ଭରସା କଲାନି ବିଜେପି । 2019 ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ ନକିର ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଥିଲା । ସତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଛିଡା ହୋଇ ପ୍ରାୟ 50 ହଜାର ଭୋଟ ପାଇଥିଲେ । ତେଣୁ ଏଥର ଉପନିର୍ବାଚନରେ ମଧ୍ୟ ବିଜେପି ପୁଣି ଥରେ ସନତଙ୍କୁ ପ୍ରାର୍ଥୀ କରିଛି । ବିଜେପି କେବଳ ଅଶୋକଙ୍କ ପ୍ରାର୍ଥୀତ୍ବକୁ ମନା କରିନି ତାଙ୍କର ବିଜେପୁର ଯିବା ଉପରେ ମଧ୍ୟ ଅଙ୍କୁଶ ଲଗାଇଦେଇଛି । ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି ଅଶୋକ ବିଜେଡିକୁ ଫେରିବାକୁ ଯୋଜନା କରୁଛନ୍ତି ।
ଅଶୋକ ବିଜେଡ଼ରେ ସାମିଲ ହେବାର ସଂକେତ ମନ୍ତ୍ରୀ ସୁଶାନ୍ତ ସିଂହ ଦେଇଛନ୍ତି l ବିଜେପୁରର ଉପ ନିର୍ବାଚନ ପୂର୍ଵରୁ ଅଶୋକ ଦଳ ଛାଡ଼ିବା ସସପେସ ବିଜେପି ଅଡୁଆରେ ପକାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles